Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବଜାରରେ ମାଟି କାମୁଡ଼ିଛି ଟ୍ରାଫିକ ବ୍ୟବସ୍ଥା, ସମସ୍ୟା ପ୍ରତି ଦୃଷ୍ଟି ଦେବେ କି ଜିଲ୍ଲାପାଳ?
ଆଞ୍ଚଳିକ

ବାଣପୁର ବଜାରରେ ମାଟି କାମୁଡ଼ିଛି ଟ୍ରାଫିକ ବ୍ୟବସ୍ଥା, ସମସ୍ୟା ପ୍ରତି ଦୃଷ୍ଟି ଦେବେ କି ଜିଲ୍ଲାପାଳ?

May 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଦିନକୁ ଦିନ ଜନସଂଖ୍ୟା ବଢୁଥିବା ବେଳେ ତଦନୁଯାୟୀ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବିଡମ୍ବନାର ବିଷୟ ଉକ୍ତ ସହରର ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଦିନ ତମାମ ସହରର ମୁଖ୍ୟ ରାସ୍ତା ଗାଡ଼ି ମୋଟର ଦ୍ୱାରା ଅବରୋଧ ହୋଇ ରହୁଛି। କିନ୍ତୁ ଏଥି ପ୍ରତି ପ୍ରଶାସନ କିମ୍ବା ପୋଲିସର ନିଘା ନାହିଁ।

ବିଷରପାଟଣା ଠାରୁ ଆରମ୍ଭ କରି ପଲଟନ ପଡିଆ ପର୍ଯ୍ୟନ୍ତ ସଦାବେଳେ ରାସ୍ତା ଜାମ ରହୁଛି। ଯାହାଦ୍ୱାରା ଘଣ୍ଟାଘଣ୍ଟା ଧରି ନିରୀହ ଜନସାଧାରଣମାନେ ହଇରାଣ ହେଉଛନ୍ତି। ବେଳେ ବେଳେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ରୋଡ଼ରେ ଛିଡା ହେବାକୁ ପଡୁଛି। ତେବେ ପାର୍କିଙ୍ଗ ନିମନ୍ତେ ଏନଏସି ପକ୍ଷରୁ ଅଦ୍ୟାବଧି କୌଣସି ସ୍ଥାନ ନିରୂପଣ କରାଯାଉନାହିଁ, ଯାହା ଫଳରେ ଅମାନିଆ ମାନେ ମନ ଇଛା ଗାଡ଼ି ମୋଟର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରଖି ରାସ୍ତା ଅବରୋଧ କରୁଛନ୍ତି।

ଅନୁରୂପ ଭାବେ ସହରର ମୁଖ୍ୟ ରାସ୍ତାରେ ସନ୍ଧ୍ୟା ହେଲେ ଏକାଧିକ ଗାଇଗୋରୁ ଏହାକୁ ଅବରୋଧ କରିରଖୁଛନ୍ତି। ଯାହାଫଳରେ ଛୋଟ ମୋଟ ଦୁର୍ଘଟଣା ପ୍ରତିଦିନ ଘଟୁଛି। ଅପରପକ୍ଷରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ଉଦାସୀନତା ଦେଖାଯାଇଛି।

ଟ୍ରାଫିକ ନିୟନ୍ତ୍ରଣରେ ପୋଲିସର ଭୂମିକା ଥିଲେ ସୁଦ୍ଧା ପୋଲିସ କହୁଛି ପାର୍କିଙ୍ଗ ବ୍ୟବସ୍ଥା ଏନଏସି ର କାମ। ବାଣପୁରରେ ନିହାତି ଟ୍ରାଫିକ ପୋଲିସ ଦରକାର ଥିବା ବେଳେ ବିଭାଗୀୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉନି। ସେହିପରି ଭାବେ ଏନଏସି ନଗରପାଳ ପ୍ରତିଦିନ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ସେ ମଧ୍ୟ ନିରବଦ୍ରଷ୍ଟା।

ତେବେ ଉକ୍ତ ଦିଗରେ ପଦକ୍ଷେପ ନେବା ପାଇଁ ବାଣପୁର ତହସିଲଦାରଙ୍କ କ୍ଷମତା ଥିଲେ ସୁଦ୍ଧା ତହସିଲଦାର ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯଦି ତହସିଲ, ଏନଏସି ଓ ପୋଲିସ ପରସ୍ପରକୁ ଦୋଷାରୋପ କରିବେ, ତେବେ ବାଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଧୁରିବ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

ଟ୍ରାଫିକ ବ୍ୟବସ୍ଥା ବାଣପୁର ବଜାର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.