ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଶକ୍ତି ପିଠ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକର ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ଥିବା ପାର୍କର ଉନ୍ନତିକରଣ, ଆରଡବ୍ଲୁଏସଏସ ପକ୍ଷରୁ ନୂଆ ବୋରିଙ୍ଗ ନିର୍ମାଣ, ସଂପୂର୍ଣ୍ଣ ମନ୍ଦିର ରଙ୍ଗ, ମନ୍ଦିର ପାର୍ଶ୍ୱରେ ଥିବା ବିଭିନ୍ନ ଦୋକାନ ଏବ ରାସ୍ତାର ନବୀକରଣ, ଭକ୍ତଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ, ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣଧୀନ ଭୋଗ ମଣ୍ଡପ ଓ ଆନନ୍ଦ ବଜାର, ଖରାରୁ ରକ୍ଷାପାଇବା ପାଇଁ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ନିମନ୍ତେ ବିଶ୍ରାମ କକ୍ଷ ନିର୍ମାଣ ଏବଂ ମନ୍ଦିର ପରିସରରେ ବୃକ୍ଷରୋପଣ ଆଦି କାର୍ଯ୍ୟଗୁଡିକୁ ଜିଲ୍ଲାପାଳ ତଦାରଖ କରିଛନ୍ତି। ତେବେ ସମସ୍ତ କାର୍ଯ୍ୟାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଟାଙ୍ଗୀ…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୬୨୮ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଯାହାଫଳରେ ଗତକାଲି ତୁଳନାରେ ଆକ୍ରାନ୍ତ ସଂଖ୍ୟା ୨୩.୭ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହି ସମୟ ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୨୫ ରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୪ ହଜାର ୮୮୧ ଲୋକ ଏହି ଜୀବାଣୁକୁ ପରାସ୍ତ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୬୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫ ହଜାର ୪୧୪ ରେ ପହଞ୍ଚିଛି। ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୧୩ ହଜାର ୬୮୭ ଟିକା ଡୋଜ ଦିଆଯାଇଛି। ଏପର୍ଯ୍ୟନ୍ତ ସମୁଦାୟ…
ନୂଆଦିଲ୍ଲୀ: ଆଜି ଓଡିଶାର ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆସନର ସଦସ୍ୟ ଥିବା ସୁବାସ ସିଂ ଇସ୍ତଫା ଦେବା ପରେ ତାହା ଖାଲି ଥିଲା। ସେହି ଅନୁସାରେ ଭାରତ ନିର୍ବାଚନ କମିଶନର ଏହାର ନିର୍ବାଚନ ପାଇଁ ପୂର୍ବରୁ ଘୋଷଣା କରିଥିଲେ। ଓଡିଶାରେ ଏହି ରାଜ୍ୟସଭା ଉପନିର୍ବାଚନ ପାଇଁ ୨ ଜୁନ୍ରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୬ ଜୁନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦଳ ଛାଡିଛନ୍ତି। ଦୀର୍ଘ ୩୦ ବର୍ଷର ସଂପର୍କକୁ ସେ ତୁଟାଇ ଦେଇଛନ୍ତି। କଂଗ୍ରେସ G23 ର ଅନ୍ୟତମ ସଦସ୍ୟ ଭାବେ ଦଳକୁ ସୁଧାରିବାରେ ସେ ବହୁ ଚେଷ୍ଠା କରିଥିଲେ। ହେଲେ ତାହା ସମ୍ଭବ ହେଲା ନାହିଁ। ନିକଟରେ ଉଦୟପୁରରେ ଆୟୋଜିତ ହୋଇଥିବା ଚିନ୍ତନ ଶିବିରର ମଧ୍ୟ କୌଣସି ପ୍ରଭାବ ପଡିଲା ନାହିଁ। କଂଗ୍ରେସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ଦଳରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେବା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦଳ କିପରି ସାଧାରଣ ନିର୍ବାଚନ ଲଢିବ ସେ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ନିକଟରେ ସୁନୀଲ ଜାଖର ଏବଂ ହ୍ରାଦ୍ଧିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତେବେ କପିଲ ସିବଲ ଇସ୍ତଫା ଦେବା ପରେ ସେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। କପିଲଙ୍କ କଂଗ୍ରସ ରାଜ୍ୟସଭା…
ବିଶ୍ବବିଜୟୀ ଦାଶ କୀର୍ତ୍ତିମନ୍ତ ଜୀଇଁ ରହେ ଅନନ୍ତ କାଳର କଳାର କାଳିମାକୁ ଭେଦକରି କାଳଜୟୀ ଭାବରେ ସେମିତି ଜୀଇଁଛନ୍ତି କୀର୍ତ୍ତିସ୍ମାନ ପର୍ଶୁରାମ ହରିଚ଼ନ୍ଦନ। ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର ମାଟି। ତା ମଧ୍ୟରେ ଭାଟପଡ଼ା ଅଞ୍ଚଳର ଶ୍ୟାମଳ ସବୁଜିମା ଘେରା, ଚ଼କଡ଼ାପଥର ପାହାଡ଼ ପାଦଦେଶରେ ପଲ୍ଲୀଗାଁ ଗୋଡ଼ିଝର। ସେଇ ମାଟିରେ ଜନ୍ମଗ୍ରହଣ କରିଥିଲେ ପ୍ରଚ଼ଣ୍ଡ ପ୍ରତିଭାଧର ପ୍ରବାଦ ପୁରୁଷ ପର୍ଶୁରାମ ହରିଚ଼ନ୍ଦନ। “ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି” ପିଲା ବେଳରୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜସେବା, ଅଞ୍ଚଳର ଉନ୍ନତି ଓ ବିକାଶ। ପରବର୍ତ୍ତୀ ସମୟରେ ସେ ଭାରତର ସ୍ବାଧିନତା ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ। ଯୁଗପୁରୁଷ ପର୍ଶୁରାମ ହରିଚ଼ନ୍ଦନଙ୍କ ଦ୍ବାରା ଗମ୍ଭାରିମୁଣ୍ଡାରେ ପ୍ରତିଷ୍ଠା ହୋଇଥିଲା ପଲ୍ଲୀ ସଂସ୍କୃତି କଳା ପରିଷଦ। ଏହି କଳା ପରିଷଦ କେବଳ ଯେ କଳା ଚ଼ର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ତାହା ନୁହେଁ,…
ନୂଆଦିଲ୍ଲୀ: ବିଜୁଳି ଆବଣ୍ଟନକାରୀ କମ୍ପାନୀ ବା ଡିସ୍କମ୍ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନ୍କୋ ସମୂହକୁ ନିୟମିତ ଭାବେ ଶକ୍ତିକ୍ରୟ ବାବଦ ପାଉଣା ଦେବାକୁ ଅସମର୍ଥ ହେଉଥିବାରୁ ଶକ୍ତି କ୍ଷେତ୍ରର ସମଗ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦେୟ ଦେଇପାରୁ ନ ଥିବା ଡିସ୍କମ୍ଗୁଡିକର ଆର୍ଥିକ ଦୁଃସ୍ଥିତିକୁ ଲାଘବ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛି। ଡିସ୍କମ୍ଗୁଡିକ ବିଜୁଳି କ୍ରୟ ବାବଦ ଅର୍ଥ ଠିକ୍ ସମୟରେ ପୈଠ କରୁ ନ ଥିବାରୁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଗୁଡିକର ଅର୍ଥ ପ୍ରବାହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଛି। କୋଇଲା କ୍ରୟ, ଦୈନନ୍ଦିନ ପରିଚାଳନା ଏବଂ ଅନ୍ୟାନ୍ୟା ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି। ତେବେ ବିଜୁଳି କିଣୁଥିବା ଡିସ୍କମ୍ମାନେ ଠିକ୍ ସମୟରେ ଅର୍ଥ ପୈଠ କରୁ ନ ଥିବାରୁ ଉତ୍ପାଦନ ବ୍ୟବସ୍ଥା ଉପରେ…
ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୨୭ ଓ ୨୮ ତାରିଖରେ ଭୁବନେଶ୍ବର ଓ ଅନୁଗୁଳ ଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖଣିଜ କଂଗ୍ରେସ କାର୍ଯ୍ୟକ୍ରମକୁ କୋଇଲା ସଚିବ ତଥା ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି (ଆଇଏନସି ଡବ୍ଲୁଏମସି)ର ଅଧ୍ୟକ୍ଷ ଡକ୍ଟର ଅନୀଲ କୁମାର ଜୈନ ଉଦଘାଟନ କରିବେ। ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ସିଆଇଏଲ, ଏନଏଲସିଆଇଏଲର ନିର୍ଦ୍ଦେଶକଗଣଙ୍କ ଭଳି ଶିଳ୍ପ ବିଶେଷଜ୍ଞଙ୍କ ସମେତ ବିଏଚଇଏଲ, ଇଆଇଏଲ, ସିଆଇଏମଏଫଆର, ଏୟାର ପ୍ରଡକ୍ଟର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିବେ। ଏହି କଂଗ୍ରେସରେ ସିଆଇଏଲ ଏବଂ ଏହାର ସହାୟକ କମ୍ପାନୀ, ବିଏଚଇଏଲ, ଏସସିସିଏଲ, ଏନଏଲସିଆଇଏଲ, ହିଣ୍ଡାଲକୋ, ବେଦାନ୍ତ, ଏଚସିଏଲ, ନାଲକୋ, ଟାଟା ଷ୍ଟିଲ, ଜେଏସପିଏଲ, ଇପିଆଇଆରଓସି, ଗେନ୍ୱେଲ୍, ଇଆଇଏଲ, ଏସଟିଏମ କନଷ୍ଟ୍ରକ୍ସନ, ସୀନାଟା ବାୟୋ, ଏୟାର ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ୨୦ରୁ ଅଧିକ କମ୍ପାନୀର ବିଶେଷଜ୍ଞମାନେ ମଧ୍ୟ ଏହି କଂଗ୍ରେସରେ ଅଂଶଗ୍ରହଣ…
ଦିଲ୍ଲୀ: ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କୁ ଆନ୍ତଃ ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ ଡିଲର ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ବିଜ୍ଞପ୍ତି ତାରିଖ ୨୩ ମେ ୨୦୨୨ ଅନୁସାରେ ପ୍ରଦାନ କରା ଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି। କେନ୍ଦ୍ରୀୟ ସହାୟତାର ସଂଶୋଧିତ ନିୟମ ଗୁଡିକର ସାରାଂଶ ନିମ୍ନ ସାରଣୀରେ ପ୍ରଦାନ କରାଗଲା ଏବଂ ୧ ଏପ୍ରିଲ୍ ୨୦୨୨ ଠାରୁ ସେହି ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ପାଇଁ ଏହା ଲାଗୁ ହେବ, ଯେଉଁମାନେ ଧାରା ୧୨ରେ ଉଲ୍ଲେଖ କରା ଯାଇଥିବା ପରିବର୍ତନ/ ସଂସ୍କାର ଗୁଡିକର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟାନ୍ତରରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶାବଳୀ ଗୁଡିକର ଅନୁପାଳନ କରୁଥିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କ ପାଇଁ ଆନ୍ତଃ…
ମେଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ। ଆପଣ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇ ପାରିବେ। ଅଭିଭାବକମାନେ ସାହାଯ୍ୟ ପାଇବା ଜାରି ରହିବ। ବୃଷ- ବ୍ୟବସାୟ ଯୋଜନା ସଫଳ ହେବ। ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏକ ଛୋଟ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବ । ଆପଣର ମନ ଅଶାନ୍ତ ହେବ । ଇଶ୍ବରଙ୍କଠାରେ ଧ୍ୟାନ ରଖନ୍ତୁ । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ । ଆପଣ…
ପୁରୀ: ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବୁଧବାର ଦିନ ପୁରୀର ଚାଲିଥିବା ଶ୍ରୀମନ୍ଦିର ପାରିକ୍ରମା ପ୍ରକଳ୍ପ (ହେରିଟେଜ୍ କରିଡର ପ୍ରକଳ୍ପ) ଉପରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ପ୍ରକଳ୍ପକୁ ବିରୋଧ କରିଛନ୍ତି। ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ କରି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବିକାଶ ନାମରେ ଐତିହ୍ୟର ବିନାଶ ହେବା ଅନୁଚିତ। ଶ୍ରୀମନ୍ଦିରକୁ ସୈନ୍ଦର୍ଯ୍ୟକରଣ ପ୍ରକଳ୍ପ ନାମରେ ପିକନିକ୍ ସ୍ଥାନରେ ପରିଣତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ତୀର୍ଥସ୍ଥାନ ଏକ ମନୋରଞ୍ଜନ ଏବଂ ଭୋଗର କେନ୍ଦ୍ରରେ ପରିଣତ ନ କରିବା ରାଜ୍ୟ ପ୍ରଶାସନର ଦାୟିତ୍ବ ଅଟେ। “ଆମେ ବିକାଶକୁ ସମର୍ଥନ କରୁ, କିନ୍ତୁ ବିକାଶ ନାମରେ ତୀର୍ଥଯାତ୍ରୀ ସ୍ଥାନଗୁଡିକର ଅସ୍ତିତ୍ୱ ବିଲୋପ କରିବା ସପକ୍ଷରେ ନାହୁଁ। ରାସ୍ତାର ପ୍ରଶସ୍ତିକରଣ ନାମରେ ମଠଗୁଡିକ ଭାଙ୍ଗି ଦିଆଯାଉଛି ଯାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ମଧ୍ୟ…
ଭୁବନେଶ୍ୱର: ମୁମ୍ବାଇରେ ଆଭସୀ ବ୍ୟବସ୍ଥାରେ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚନ କରିଛନ୍ତି ଭାରତୀୟ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର। ସେ କହିଛନ୍ତି, ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି । ପ୍ରକୃତ ମଣିଷର ଅନ୍ତଃକରଣକୁ ସଜାଡ଼ିବାକୁ ହେଲେ ବୋଧଗମ୍ୟ ଓ ପ୍ରଭାବଶାଳୀ କବିତାର ଆବଶ୍ୟକ ପଡୁଛି। କବି ରବିପ୍ରିୟ ଦାଶଙ୍କ କବିତା ଭିତରେ ସ୍ୱପ୍ନ, ପ୍ରେମ, ମନନଶୀଳତା ଓ ଦର୍ଶନର ତତ୍ତ୍ୱବୋଧ ପରିପୂର୍ଣ୍ଣ। ଏହାର ମୂଲ୍ୟବୋଧ ପ୍ରତ୍ୟେକ ଜନଜୀବନକୁ ନିଶ୍ଚୟ ପ୍ରଭାବିତ କରିବ। ଡକ୍ଟର ମେହେର କହିଛନ୍ତି, ରବିପ୍ରିୟଙ୍କୁ ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି ମୁଁ ଜାଣିଛି । ତାଙ୍କର କେତେକ ସୁଶୋଭିତ କବିତା ବହି ପଢ଼ି ମୁଁ ଆନନ୍ଦିତ। ‘ଅନିର୍ବାଚିତ ସ୍ୱପ୍ନ’ ଭିନ୍ନ ଢ଼ଙ୍ଗର ଏକ ନିଆରା କବିତା ବହି । କବି ଏଥିରେ ମଣିଷର ଅସହାୟତା ଓ ଦୀର୍ଘଶ୍ୱାସ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ମାଣାଧିନ ବିଜୁ ଏକ୍ସପ୍ରେସ୍ ଓ୍ୱେ ସଡକ ପଥ ନିର୍ମାଣ ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ସଂପୃକ୍ତ ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟି ହେବା ସମ୍ପର୍କରେ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି। ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଏହି ବୃହତ୍ ସଡକ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରହିଛି। ସମୀକ୍ଷାରୁ ଜଣାଯାଇଛି ଯେ, ବରଗଡ ଜିଲ୍ଲାର ସୋହେଲା, ପଦମପୁର ଓ ପାଇକମାଲ ଦେଇ ନୂଆପଡା ଜିଲ୍ଲାର ସିନାପାଲି ଓ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ଦେଇ ୪ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଓ୍ୱେ ନିର୍ମାଣାଧିନ ଥିବା ବେଳେ ଏ ସମସ୍ତ ସ୍ଥାନ ଦେଇ ଅର୍ଥନୈତିକ କରିଡର ସୃଷ୍ଟି ହେବ। ଏଥିପାଇଁ ୧୧ଟି ଶିଳ୍ପ ସଂସ୍ଥା ଉଦ୍ୟୋଗ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି। ଏଥିନେଇ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ଅର୍ଥନୈତିକ କରିଡର ପାଇଁ ବରଗଡରେ…
ନୂଆଦିଲ୍ଲୀ: ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧତା ସହ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ଯୋଗାଇବା ଉପରେ ସରକାର ପ୍ରାଥମିକତା ଦେବେ। ତା’ ପରେ ଅବଶିଷ୍ଟ ଇଥାନଲ ଉତ୍ପାଦନ ପାଇଁ ଉପଯୋଗ କରିବେ ବୋଲି ଖାଦ୍ୟ ଓ ସାଧାରଣ ବଂଟନ ସଚିବ ସୁଧାଂଶୁ ପାଣ୍ଡେ ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି। ଘରୋଇ ବ୍ୟବହାର ପାଇଁ ପ୍ରାଥମିକତା ଦେବା ନେଇ ସେ କହିଛନ୍ତି, ଅକ୍ଟୋବର-ନଭେମ୍ବର ପୂଜା ଋତୁରେ ଚିନିର ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସମୟରେ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଅଙ୍ଗୀକାରବଦ୍ଧ। ସରକାର ଖୋଲା ବଜାରରେ ଚିନି ଦର ସ୍ଥିର ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଓ ଗତ ବାରମାସରେ ଚିନିର ଦର ନିୟନ୍ତ୍ରଣରେ ରହିଛି। ଭାରତରେ ଚିନିର ପାଇକାରୀ ଦର କ୍ୱିଣ୍ଟାଲ ପିଛା ୩୧୫୦ ରୁ ୩୫୦୦ ଟଙ୍କା ରହୁଥିବାବେଳେ ଖୁଚୁରା ଦର ଦେଶରେ ବିଭିନ୍ନ ଭାଗରେ କେଜି ପିଛା ୩୬ରୁ ୪୪ଟଙ୍କା ପର୍ଯ୍ୟନ୍ତ ରହୁଛି। ବିଶେଷକରି ବ୍ରାଜିଲରେ ଉତ୍ପାଦନ ହ୍ରାସ ପାଇଥିବାରୁ…
ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଭଳି କଠିନ ପରିସ୍ଥିତିରେ ଭାରତୀୟ ଗଣମାଧ୍ୟମର ଭୂମିକାକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି ପ୍ରଶଂସା କରିଛନ୍ତି। ୧୭ତମ ଏସିଆ ମିଡିଆ ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଦେଶର ସବୁ ଲୋକଙ୍କୁ ସଚେତନ କରିବାରେ ଭାରତୀୟ ଗଣମାଧ୍ୟମ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଗଣମାଧ୍ୟମ ଜରିଆରେ କୋଭିଡ ସଚେତନତା ବାର୍ତ୍ତା ପହଞ୍ଚାଇବା, ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମାର୍ଗଦର୍ଶିକା ପ୍ରଚାର କରିବା ଏବଂ ଡାକ୍ତରଙ୍କ ସହିତ ମାଗଣା ଚିକିତ୍ସା ପରାମର୍ଶ ସହଜରେ ପହଞ୍ଚାଇବା ସୁନିଶ୍ଚିତ ହୋଇ ପାରିଥିଲା। ସେ କହିଥିଲେ ଯେ, ଦୂରଦର୍ଶନ ଏବଂ ଆକାଶବାଣୀ ଭଳି ଗଣମାଧ୍ୟମ ସାର୍ବଜନୀନ ସେବା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ତ୍ବରିତ କଭରେଜ, ତୃଣମୂଳ ସ୍ତରରେ ରିପୋର୍ଟ ସଂଗ୍ରହ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାରମ୍ଭିକ ଆକଳନ, ସଠିକ ତଥ୍ୟ ପହଞ୍ଚାଇବାରେ ଏମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ…
ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଦ୍ଵାରା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଳିତ ମାସରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ବିଭିନ୍ନ ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ କରାଯାଇଥିଲା। ଯାହାର ଚୁଡାନ୍ତ ରିପୋର୍ଟ ଆଜି ଗଣମାଧ୍ୟମକୁ ଏସପି ପ୍ରଦାନ କରିଛନ୍ତି। ରିପୋର୍ଟ ମୁତାବକ ଆଜି ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା ପୋଲିସ ଚଳିତ ମାସରେ ସମୁଦାୟ ୨୪ ଗୋଟି ଟ୍ରକ, ୩ ଗୋଟି ଜେସିବି ମେସିନ, ୪ ଗୋଟି ପାୱାର ଟିଲର ଏବଂ ୨ ଗୋଟି ମୋଟରସାଇକେଲ ଜବତ କରିଛି। ତତସହିତ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭିନ୍ନ ଥାନାରେ ଏବାବଦକୁ ୧୩ ଟି ମାମଲା ରୁଜୁ କରିବା ସହ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଏସପି ଶ୍ରୀ କଟରିଆ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାପଙ୍ଗ କ୍ରସର କମ୍ପାନୀ ନିକଟରେ ଟ୍ରକ୍ ଡାଲାରେ ପଡିରହିଛି ଯୁବକଙ୍କ ମୃତଦେହ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ଗ୍ରାମର ପିତବାସ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା (୨୫) ଓରଫ ବାପି ତାପଙ୍ଗରେ ଏକ କ୍ରସର କମ୍ଫାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେବେ ଆଜି ମଧ୍ୟାହ୍ନରେ ଟ୍ରକ୍ ଡାଲାରେ ଯୁବକ ଜଣକ ପଡ଼ିରହିଥିବାର ସାଥୀ ଚାଳକମାନେ ଦେଖିଥିଲେ। ତାପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମେଡିକାଲ୍ କୁ ପଠାଇଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ କେଶ ନମ୍ବର ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରୀ ରଖିଛି।
ବିଶ୍ବବିଜୟୀ ଦାଶ ପାରଳା ମହାରାଜା, ଭାଷା ଆନ୍ଦୋଳନର ପୁରୋଧା, ପ୍ରଜାବତ୍ସଳ, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ନାରାୟଣ ଦେବ। ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତି ୧୮୯୨ ମସିହା ଅପ୍ରେଲ ୨୬ ତାରିଖ ରେ ପାରଳାଖେମୁଣ୍ଡି ରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତା ଙ୍କ ନାମ ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ମାତା ଙ୍କ ନାମ ରାଣୀ ବିଷ୍ଣୁପ୍ରିୟା ଦେବୀ।ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ତାଙ୍କର ବାଲ୍ୟଶିକ୍ଷା ସମାପ୍ତ ହୋଇଥିଲା। ତା’ପରେ ଉଚ୍ଚଶିକ୍ଷା ପାଇଁ ସେ ମାନ୍ଦ୍ରାଜ ଗଲେ। ମାନ୍ଦ୍ରାଜରେ ପାଠ ପଢ଼ିବା ସମୟରେ ତାଙ୍କ ପିତାଙ୍କର ସ୍ବର୍ଗବାସ ହୋଇଥିଲା। ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ତା’ପରେ ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ…
ନୂଆଦିଲ୍ଲୀ: ଘରୋଇ ଉପଲବ୍ଧତାକୁ ବଜାୟ ରଖିବା ଏବଂ ମୂଲ୍ୟ ସ୍ଥିରତା ରକ୍ଷା ନିମନ୍ତେ ୨୦୨୧-୨୨ (ଅକ୍ଟୋବର – ସେପ୍ଟେମ୍ବର) ଅବଧିରେ ସରକାର ୧୦୦ ଏଲଏମଟି ପର୍ଯ୍ୟନ୍ତ ଚିନି ବିଦେଶକୁ ରପ୍ତାନି କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସଂପର୍କରେ ଡିଜିଏଫଟି ପକ୍ଷରୁ ଜାରି ଆଦେଶନାମା ଅନୁସାରେ ଏହି ନିଷ୍ପତ୍ତି ଜୁନ ୧, ୨୦୨୨ ତାରିଖ ଠାରୁ ଅକ୍ଟୋବର ୩୧, ୨୦୨୨ ତାରିଖ କିମ୍ବା ତତ୍ ପରବର୍ତ୍ତୀ ଆଦେଶ ଯେଉଁଟି ପୂର୍ବରୁ ହେଉଥିବ, ସେପର୍ଯ୍ୟନ୍ତ ବଳବତ୍ତର ରହିବ। ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଅଧୀନସ୍ଥ ଚିନି ନିର୍ଦ୍ଦେଶାଳୟଙ୍କ ଠାରୁ ନିର୍ଦ୍ଦିଷ୍ଟ ଅନୁମତି ସହ ଚିନି ରପ୍ତାନି ପାଇଁ ଅନୁମତି ମିଳିପାରିବ। ବିଦେଶକୁ ରେକର୍ଡ଼ ପରିମାଣର ଚିନି ରପ୍ତାନି ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୧୭- ୧୮, ୨୦୧୮- ୧୯, ଏବଂ ୨୦୧୯- ୨୦ ଚିନି ଉତ୍ପାଦନ ବର୍ଷରେ ଯଥାକ୍ରମେ ପ୍ରାୟ ୬.୨ ଏଲଏମଟି,…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଓ ସମସ୍ତ ୧୦ କାଉନ୍ସିଲରଙ୍କ ସମେତ ପୌରଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଓ ପରିଷଦର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଥମେ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଦୀପ ପ୍ରଜ୍ଜ୍ୱଳନ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ପିଲାଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ସମସ୍ତ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନିର୍ବାହୀ ଅଧିକାରୀ ଉପସ୍ଥିତ ଥିବା ସମସ୍ତ କାଉନ୍ସିଲର୍ ଓ ବିଭାଗୀୟ କର୍ମକର୍ତ୍ତାମାନଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ଉକ୍ତ ଅଭିଭାଷଣରେ ଶ୍ରୀ ସେଠ୍ ବିଗତ ୫ ବର୍ଷ ମଧ୍ୟରେ…
ଭୁବନେଶ୍ୱର: ରାଜଧାନୀ ବୃକ୍ଷପାଳନ କର୍ମଚାରୀ ସଂଘର ସପ୍ତଦଶ ଦ୍ୱିବାର୍ଷିକ ସମ୍ମେଳନ ଆଜି ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପଜ୍ୱଳନ ପୂର୍ବକ ସମ୍ମେଳନର ଉଦ୍ଘାଟନ କରିଥିଲେ । ନିଜର ଉଦ୍ଘାଟନୀ ଅଭିଭାଷଣରେ ନିର୍ଦ୍ଦେଶକ ଶ୍ରୀ ମହାନ୍ତି କହିଥିଲେ ଯେ ବୃକ୍ଷ ରୋପଣ ଓ ତାହାର ଯତ୍ନ ଏକ ଶିକ୍ଷିତ ସମାଜର ପରିଚାୟକ । ଗୋଟିଏ ଅଟ୍ଟାଳିକାର ସାମ୍ନାରେ ଥିବା ସୁନ୍ଦର ବଗିଚା ସେହି ଅଟ୍ଟାଳିକାର ଗାରିମା ବୃଦ୍ଧି କରିଥାଏ । ଏହି କାର୍ୟ୍ୟ କରୁଥିବା ଲୋକର ସେବା ଅନେକ ମହତ ରଖେ । ବୃକ୍ଷପାଳନ ଓ ବଗିଚା ସୌନ୍ଦର୍ୟ୍ୟକରଣ ଆଦି କରୁଥିବା କର୍ମଚାରୀମାନଙ୍କ ସମସ୍ୟା ବିଷୟରେ ବିଭାଗ ସଚେତନ ଅଛନ୍ତି ଏବଂ ଏ ଦିଗରେ ସମୁଚିତ ପଦକ୍ଷେପ ପାଇଁ ସରକାରଙ୍କୁ ସୁପାରିଶ…
ଭୁବନେଶ୍ୱର : ଗଣିତ, ବିଜ୍ଞାନ, କମ୍ପୁ୍ୟଟର ବିଜ୍ଞାନ ଏବଂ 21st century skills ରେ ସରକାରୀ ସ୍କୁଲ୍ର ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି । ଆଗାମୀଦିନରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ସ୍କୁଲ୍ ଏବଂ ଛାତ୍ରଛାତ୍ରୀ ଯେପରି ଏହାଦ୍ୱାରା ଉପକୃତ ହୋଇପାରିବେ ତାହାଉପରେ ଗୁରୁତ୍ୱ ଦିଆଯିବ। ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ଜୁନ୍ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣପଦ ସେଠୀ ଭିଡ଼ିଓ…

