Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ପହିଲାରୁ କାଗଜ ଆମଦାନୀ ବାଧ୍ୟତାମୂଳକ ପଞ୍ଜୀକରଣ ବ୍ୟବସ୍ଥା
ଆଜିର ଖବର

ଅକ୍ଟୋବର ପହିଲାରୁ କାଗଜ ଆମଦାନୀ ବାଧ୍ୟତାମୂଳକ ପଞ୍ଜୀକରଣ ବ୍ୟବସ୍ଥା

May 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କାଗଜ ପ୍ରସ୍ତୁତ ବିଭିନ୍ନ ପ୍ରମୁଖ ସାମଗ୍ରୀର ଆମଦାନୀ ନୀତିରେ ସଂଶୋଧନ କରାଯାଇଛି। ଏହାକୁ ‘ମୁକ୍ତ’ ସାମଗ୍ରୀ ବର୍ଗରୁ ହଟାଇ କାଗଜ ଆମଦାନୀ ତଦାରଖ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇ ବାଧ୍ୟତାମୂଳକ ପଞ୍ଜୀକରଣ (କମ୍ପଲସରି ରେଜିଷ୍ଟ୍ରେସନ) ବର୍ଗରେ ରଖାଯାଇଛି। ଏହି ମର୍ମରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି)ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିର୍ଦ୍ଦେଶାବଳୀ ବିଭିନ୍ନ ପ୍ରକାର କାଗଜ ଆମଦାନୀ ପାଇଁ ପ୍ରଯୁଜ୍ୟ ହେବ। ସେଥିରେ ନ୍ୟୁଜ ପ୍ରିଣ୍ଟ, ହାତ ତିଆରି କାଗଜ, ୱାଲପର ବେସ୍‌, ଡୁପ୍ଲିକେଟିଂ ପେପର, କୋଟେଡ ଓ ଅନକୋଟେଡ ପେପର, ଲିଥୋ ଓ ଅଫସେଟ୍ ପେପର, ଟିସ୍ୟୁ ପେପର, ପାର୍ଚ୍ଚମେଣ୍ଟ ପେପର, କାର୍ବନ ପେପର, ୱାଲ ପେପର, ଏନଭଲ୍‌ପ, ଟଏଲେଟ ପେପର, କାର୍ଟୁନ, ଆକାଉଣ୍ଟ ବୁକ, ଲେବଲ୍ ଓ ବବିନ ଆଦି ଅନ୍ତର୍ଭୁକ୍ତ। ସବୁ କାଗଜ ଓ  କାଗଜ ପ୍ରସ୍ତୁତ ସାମଗ୍ରୀ ଯାହା ୨୦୨୨ ଅକ୍ଟୋବର ପହିଲା କିମ୍ବା ତା’ପରଠାରୁ ଭାରତରେ ପହଞ୍ଚିବ ସେସବୁ  ଉପରେ ନୂଆ ସଂଶୋଧିତ ବ୍ୟବସ୍ଥା ଲାଗୁ ହେବ।

ଟଙ୍କା ଛପା ଯାଉଥିବା କାଗଜ, ବ୍ୟାଙ୍କ ବଣ୍ଡ ଓ ଚେକ୍ ପେପର, ସିକ୍ୟୁରିଟି ପ୍ରିଣ୍ଟିଂପେପର ଆଦିକୁ ଏହି ନୀତିରୁ ମୁକ୍ତ ରଖାଯାଇଛି। ତେଣୁୁ ଏସବୁ କାଗଜ ସାମଗ୍ରୀ ବାଧ୍ୟତାମୂଳକ ପଞ୍ଜୀକରଣ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବ ନାହିଁ। ଦେଶର କାଗଜ ଉଦ୍ୟୋଗ ଭାରତୀୟ ବଜାରରେ ବିଦେଶୀ କାଗଜ ଓ କାଗଜ ନିର୍ମିତ ସାମଗ୍ରୀର ଡମ୍ଫି କରାଯାଉଥିବା ଘେନି ଉଦ୍‌ବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଦେଶୀ କାଗଜମାନ ଶସ୍ତାରେ ପ୍ରଚୁର ପରିମାଣରେ ଭାରତୀୟ ବଜାରରେ ଉପଲବ୍ଧ ହେବାରୁ ଘରୋଇ ଉଦ୍ୟୋଗୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅଣ୍ଡର ଇନ୍‌ଭଏସିଂ, ମିଥ୍ୟା ଘୋଷଣାପତ୍ର ମାଧ୍ୟମରେ ଏସବୁ ସାମଗ୍ରୀ ଆମଦାନୀ ଆଜି ଅନୁଚିତ ବାଣିଜ୍ୟ କାରବାର ମାଧ୍ୟମରେ ଭାରତୀୟ ବଜାରରେ  ବିଦେଶୀ କାଗଜ ଓ କାଗଜ ପ୍ରସ୍ତୁତ ସାମଗ୍ରୀକୁ ଗଦା (ଡମ୍ପିଂ)କରି ଶସ୍ତାରେ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଛି। ଆହୁରି ମଧ୍ୟ ଏସବୁ ସାମଗ୍ରୀକୁ ଅନ୍ୟାନ୍ୟ ବର୍ଗ  “ଟାରିଫ ଲାଇନ” ବା ଶୁଳକ ବ୍ୟବସ୍ଥାରେ ଭାରତକୁ ପ୍ରଚୁର ପରିମାଣରେ ଆମଦାନୀ କରାଯାଉଥିଲା। ଏବେ ଏହାକୁ ବାଧ୍ୟତାମୂଳକ ପଞ୍ଜୀକରଣ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଥିବାରୁ ଦେଶର କାଗଜ ଉଦ୍ୟୋଗ ଉପକୃତ ହେବ। ଏହା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଉଦ୍ୟମକୁ ଏହି କ୍ଷେତ୍ରରେ ପ୍ରୋତ୍ସହିତ କରିବ।

କାଗଜ ଆମଦାନୀ ମନିଟରିଂ ବ୍ୟବସ୍ଥା(ପିଆଇଏମ୍‌ଏସ୍‌)ର କାର୍ଯ୍ୟକାରିତା ପାଇଁ ଏକ ୟୁଜରର୍ସ ଫ୍ରେଣ୍ଡଲିଂ ଇଣ୍ଟରଫ୍ରେସ ପ୍ରସ୍ତୁତ କରାଯାଇଛି। ଯେକୌଣସି ଆମଦାନୀକାରୀ ୫୦୦ଟଙ୍କାର ପଞ୍ଜୀକରଣ ଫି ଦେଇ ଏକ ଅଟୋମେଟିଭ ରେଜିଷ୍ଟ୍ରେସନ ନମ୍ବର ଏହାମାଧ୍ୟମରେ  ହାସଲ କରିପାରିବେ। ଆମଦାନୀ ସାମଗ୍ରୀ ପହଂଚିବାର ଆଶା କରାଯାଉଥିବା ତାରିଖ ୫ଦିନ ପୂର୍ବରୁ କିମ୍ବା ୭୫ଦିନ ଆଗରୁ ଆମଦାନୀକାରୀ ପଞ୍ଜୀକରଣ  ପାଇଁ ଆବେଦନ କରିପାରିବେ ନାହିଁ। ତେଣୁ ଆମଦାନୀକାରୀଙ୍କୁ ଦିଆଯାଇଥିବା ଅଟୋମେଟିକ୍ ରେଜିଷ୍ଟ୍ରେସନ  ନମ୍ବର ବସ୍ତୁତଃ ୭୫ଦିନ ପାଇଁ ବୈଧ ରହିବ। ସେହି ସମାନ ରେଜିଷ୍ଟ୍ରେସନ ନମ୍ବରରେ ସାମଗ୍ରୀ ପ୍ରବେଶ ସଂକ୍ରାନ୍ତ ମଲ୍ଟିପୁଲ ବିଲ୍ ଦାକଲ କରାଯାଇପାରିବ। ତେବେ ଅନୁମତିପ୍ରାପ୍ତ ସାମଗ୍ରୀ ପ୍ରଦାନ ନିମନ୍ତେ ଏହା ୭୫ଦିନ ପାଇଁ ବୈଧ ରହିବ। ପଞ୍ଜୀକରଣର ଅନ୍‌ଲାଇନ୍ ସୁବିଧା ୨୦୨୨ ଜୁଲାଇ ୧୫ତାରିଖଠାରୁ ଉପଲବ୍‌ଧ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026
Latest News

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.