ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସନ୍ଧ୍ୟାରେ ଚିଲିକାରୁ ଏକ ଡ଼ଲଫିନର ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଠାରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସୋର୍ଟର ଜେଟି ନିକଟସ୍ଥ ଚିଲିକା ହ୍ରଦ ଭିତରେ ଏକ ୫ ଫୁଟ ଲମ୍ବର ମୃତ ଡ଼ଲଫିନ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଯୁବକ ମାନେ ସଙ୍ଗେ ସଙ୍ଗେ ଚିଲିକା ପାଣି ଭିତରେ ପଶି ମୃତ ଡ଼ଲଫିନକୁ ବାହାରକୁ ଆଣିଥିଲେ। ପରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଗୌରାଙ୍ଗ ପ୍ରଧାନଙ୍କ ସହ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରି ରମ୍ଭା ନେଇଯାଇଛନ୍ତି। ତେବେ ଡଲଫିନ୍ ଟିର ମୃତ୍ୟୁ କିପରି ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଠ ଜଣାପଡ଼ିବ ବୋଲି ରେଞ୍ଜର ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ…
Author: Samikhsya Bureau
ଭୁବନେଶ୍ବର: ରାୟଗଡା ଜିଲ୍ଲାର ଦୁଇଟି ହଷ୍ଟେଲରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଦୁଇଟି ହଷ୍ଟେଲରେ ରହୁଥିବା ୬୪ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ରାଣ୍ଡମ ଟେଷ୍ଟ ପରେ ଏହି ଛାତ୍ରମାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଯଦିଓ ଏହି ଛାତ୍ରମାନଙ୍କର କୋଭିଡର କୌଣସି ଲକ୍ଷଣ ନାହିଁ, ବର୍ତ୍ତମାନ ସଂକ୍ରମିତ ସମସ୍ତ ଛାତ୍ରଙ୍କୁ ପୃଥକ କରାଯାଇଛି। ରାୟାଗଡା ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ସରୋଜ କୁମାର ମିଶ୍ରଙ୍କ ଅନୁଯାୟୀ ସତର୍କତା ଅବଲମ୍ବନ କରାଯାଉଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ସତର୍କତା ଅବଲମ୍ବନ କରୁଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ସରୋଜ ମିଶ୍ର କହିଛନ୍ତି ଯେ, ରାଣ୍ଡମ ଟେଷ୍ଟ ସମୟରେ ଆମେ ଦୁଇଟି ହଷ୍ଟେଲରେ ୬୪ ଜଣ ଛାତ୍ର କରୋନା ପଜିଟିଭ୍ ପାଇଛୁ। ଛାତ୍ରମାନଙ୍କର କୌଣସି ଲକ୍ଷଣ ନାହିଁ ଏବଂ ସେମାନେ ଅଲଗା ହୋଇଯାଇଛନ୍ତି। ତଥାପି, ଆମେ ସେମାନଙ୍କର ନମୁନାକୁ ପୁନଃ ଯାଞ୍ଚ ପାଇଁ ରାଜ୍ୟ ମୁଖ୍ୟାଳୟକୁ ପଠାଉଛୁ। ଉଭୟ…
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟିଘର ଓ କୁଡିଆଘରେ ବାସକରୁଥିବା ଜନସାଧାରଣଙ୍କୁ ୧୦ ତାରିଖ ଦିନ ଅପରହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ। ସେହିପରି ଆଗାମି ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ।ଆସନ୍ତା ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା ଓ ପୁରୀ…
ଭୁବନେଶ୍ବର: ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ତରଫରୁ ୫ମ ଦେବ ପ୍ରସାଦ ଦାସ ସମ୍ମାନ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପହଁଚାଇବାରେ ଗୁରୁ ଶ୍ରୀ ଦେବ ପ୍ରସାଦ ଦାସଙ୍କ ଦାସଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା ବୋଲି କହିଥିଲେ। ବିଶିଷ୍ଟ ଗୀତିକାର ଇଂଜିନିୟର ରାଧାଶ୍ୟାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଓଡିଶା ବିଧାନ ସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଓଡିଶୀ ନୃତ୍ୟଗୁରୁ ତଃ. ସ୍ନେହପ୍ରଭା ସାମନ୍ତରାୟ, ଖ୍ୟାତନାମା ଡାକ୍ତର ବିଶ୍ୱନାଥ ପଟ୍ଟନାୟକ ଯୋଗଦେଇ ଗୁରୁ ଦେବପ୍ରସାଦ…
ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଏହି ଭୀଷଣ ବାତ୍ୟା। ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଅସାନୀ ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ। ତେବେ ଏହାର ପ୍ରଭାବରେ ଆସନ୍ତାକ।ଲି ସନ୍ଧ୍ୟାରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ ୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। ୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। ୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା…
ସିଂହ- ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି। ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ। କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ। ମୀନ- ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ। କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।
ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ। ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ। କର୍କଟ- ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି। ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ। ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଆପଣ କର୍ମକ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାକୁ ଦକ୍ଷତାର ସହିତ ସମାଧାନ କରିବାରେ ସକ୍ଷମ ହେବେ।
ନୂଆଦିଲ୍ଲୀ: ପ୍ରଖ୍ୟାତ ସାହିତ୍ୟିକ ତଥା ଜଗନ୍ନାଥ ଗବେଷକ ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟି କରି କହିଛନ୍ତି ଯେ, ରଜତ କର ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା, ସେ ରଥଯାତ୍ରାର ଧାରାବିବରଣୀ ଦେବା, ଓଡିଶାର ପାଲା ସଂସ୍କୃତିକୁ ଉଦଜିବିତ କରିବା କାର୍ଯ୍ୟ କରିଛନ୍ତି। ତାଙ୍କର ହଠାତ ବିୟୋଗରେ ତାଙ୍କ ପରିବାରଙ୍କୁ ସମବେଦନା ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉଲ୍ଲେଖ କରିବା ସହିତ ତାଙ୍କ ଟୁଇଟରେ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଗୋଟିଏରେ ସେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରୁଥିବା ବେଳେ ଏବଂ ଅନ୍ୟଟି ତାଙ୍କ ସହିତ ସାକ୍ଷାତ କରୁଥିବା ବେଳେ।
ଭୁବନେଶ୍ବର: ସୋମବାରଦିନ ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ରଜତ କରଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ। ଏ ନେଇ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ମରଶରୀର ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ମରଶରୀରକୁ ତାଙ୍କ ବାସଭବନକୁ ନିଆଯିବ। ବାଙ୍ଗାଲୁରୁରେ ରହୁଥିବା ତାଙ୍କର ସାନ ଝିଅ ପହଞ୍ଚିବା ପରେ ମରଶରୀର ପୁରୀ ନିଆଯିବ। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯିବ। ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହି ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ବର୍ଗଦ୍ବାରରେ ବନ୍ଦୋବସ୍ତ କରାଯାଇଛି। ସେ ଆଜି ସଂଧ୍ୟାରେ 88 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କରିଛି। ଆଜି ସକାଳେ ଏହା କେବଳ ବାତ୍ୟା ରୂପ ନେଇଥିଲେ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଭୀଷଣ ବାତ୍ୟା ଅସାନି ପୁରୀଠାରୁ ୮୮୦ କିମି ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୪ କିମି ବେଗରେ ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟର ପର୍ଦ୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଭାରତ ଫାଇନାନ୍ସ, ନିରାକାରପୁର ଶାଖାର କର୍ମଚାରୀ ଗୋପବନ୍ଧୁ ସାହୁଙ୍କ ଠାରୁ ଗତ ୫ ତାରିଖରେ ୩ ଜଣ ଦୁର୍ବୁତ୍ତ ତାଙ୍କ ଏଆର ବ୍ୟାଗରୁ ୧ ଲକ୍ଷ ୪ ହଜାର ୮୭୭ ଟଙ୍କା ଲୁଟିନେଇଲେ। ଏନେଇ ନିରାକାରପୁର ଥାନାରେ ଗୋପବନ୍ଧୁ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ କେଶ ନମ୍ବର ୮୯/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିଲା। ତେବେ ଆଜି ପୋଲିସ ଉକ୍ତ ଲୁଟ ଘଟଣାର ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ସକିଲ ସାହା ଏବଂ ପୁରି ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘରୋଡ଼ିଆ ଗ୍ରାମର ଇଲିଆସ ଖାନ ଏବଂ ରାବୁଦ୍ଦିନ ଖାନ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନକଦ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ର ଏକ ପ୍ରଶଂସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି। ତ୍ଵରିତ ପଦକ୍ଷେପ ଯୋଗୁଁ ଜାତୀୟ ରାଜପଥରେ ଟ୍ରକ୍ ରୁ ପଡି ଯାଇଥିବା ୩ ଲକ୍ଷରୁ ଅଧିକ ଟଙ୍କାର ଲୁଗା ସାମଗ୍ରୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛି। ପରେ ଉକ୍ତ ଲୁଗା ସାମଗ୍ରୀକୁ ଉଦ୍ଧାର କରି ଟ୍ରକ୍ ଚାଳକଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏ ନେଇ ଟାଙ୍ଗୀ ପୋଲିସ୍ କୁ ଟ୍ରକ୍ ଚାଳକ ଧନ୍ୟବାଦ ଜଣାଇଛି। ସୂଚନା ଅନୁଯାୟୀ, ରଣପୁର ଅଂଚଳର ଜଣେ ଡ୍ରାଇଭର ଆଇଚର ଟ୍ରକ୍ ରେ ସାମଗ୍ରୀ ଭର୍ତ୍ତି କରି ଇଛାପୁରରୁ ଭୁବନେଶ୍ୱର ବାହାରିଥିଲା। ୧୬ ନଂ ଜାତୀୟ ରାଜପଥ ରେ ଆଇଚର ଟ୍ରକ୍ ଆସିବା ବେଳେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୋଚିଲା ଛକ ନିକଟରେ ଟ୍ରକ୍ ରୁ ୩ ଟି ଲୁଗା ପେଟି ଖସି ପଡିଥିଲା। ଟ୍ରକ୍ ରୁ ଲୁଗା ସାମଗ୍ରୀ ଖସିବା ପରେ ପଛରେ ଆସୁଥିବା…
ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି। କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବ ଦେଇ ଗତି କରୁଥିଲା। କମ୍ପାନି ପକ୍ଷରୁ ନିକଟରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ରିଟେଲ ର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବଢ଼ି ୩ ଲକ୍ଷ ୬୧ ହଜାର ହୋଇଛି। ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି। କମ୍ପାନିର ଆର୍ଥିକ ଫଳାଫଳରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଉଲ୍ଲେଖନୀୟ ବିଷୟ ଏହା ଯେ ରିଲାଏନ୍ସ ରିଟେଲ ଯେଉଁ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ଦେଇଛି ସେଥିରୁ ଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି।…
ଭୁବନେଶ୍ୱର: ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କର ବିୟୋଗରେ ଶୋକପ୍ରକାଶ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।
ଭୁବନେଶ୍ୱର: ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ହୃଦ୍ଘାତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ରଜତ କର ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲାର ମାହାଙ୍ଗାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଓଡ଼ିଆ ଶିକ୍ଷାବିତ୍, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ। ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ। ରଜତ କରଙ୍କୁ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୨୦୦୯ରେ ତାଙ୍କୁ ରାମଚନ୍ଦ୍ର…
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ।ବର୍ତ୍ତମାନ ଅସାନି ପୁରୀ ଠାରୁ ୯୨୦ କିମି ଦୂରରେ ରହିଛି। ତେବେ ଏହି ଅତିକ୍ରମ ବେଳେ ରାଜ୍ୟରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବର୍ତ୍ତମାନ ବାତ୍ୟା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ…
ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପଠାନୀ ଖୁବ୍ ଶୀଘ୍ର ଦକ୍ଷିଣ ସୁପରଷ୍ଟାର ତଥା ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହିତ ବଡ ପରଦାରେ ଆସିବେ। ନିଜେ ଦିଶା ଏହି ଖବର ଦେଇ ନିଶ୍ଚିତ କରାଇଛନ୍ତି। ସେ କହିଛନ୍ତି ଯେ,ତାଙ୍କର ପରବର୍ତ୍ତୀ ‘ ପ୍ରୋଜେକ୍ଟ କେ ‘ରେ ବାହୁବଳୀ ଷ୍ଟାରଙ୍କ ସହ କାମ କରିବି। ଦିଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖବର ଦେବା ସହିତ ଫୁଲ ଏବଂ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ “ସ୍ୱାଗତଂ ଦିଶା, ‘ପ୍ରୋଜେକ୍ଟ-କେ’ ଆପଣଙ୍କୁ ସ୍ୱାଗତ କରୁଛି! ତୁମକୁ ବିମାନ ବନ୍ଦରରେ ପାଇ ଆମେ ବହୁତ ଖୁସି। ” ଏହି ‘ପ୍ରୋଜେକ୍ଟ କେ’ ଚଳଚିତ୍ରରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଏକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ଏହି ଚଳଚିତ୍ର ସଂପର୍କରେ ଜଣାପଡିବା…
ଭୂବନେଶ୍ବର: ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘର ରାଜ୍ୟସ୍ତରୀୟ ବୈଠକ ଆଜି ଭୂବନେଶ୍ବରର ଆଚ଼ାର୍ଯ୍ୟ ବିହାର ଛକ ସ୍ଥିତ ମା’ ଭୂବନେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ ସାହୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିମନ୍ତେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଥିଲା ଏବଂ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରନ୍ତେ ବୋଲି ମତ ପ୍ରକାଶ କରିଥିଲେ। ସଂଘକୁ ତୃଣମୂଳ ସ୍ତରରେ ଆହୁରି…
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ନିରନ୍ତର କାର୍ଯ୍ୟ ଚାଲିଛି। ଏହି ସମୟରେ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏକ ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ଏହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ଏବଂ ଶେଷରେ ଉଭୟ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗୁଳି କରି ମୃତ୍ୟୁ ମୁଖରେ ପହଞ୍ଚାଇଦେଇଥିଲେ। କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଗତକାଲି (ଶନିବାର) ରାତିରେ ଏସଏସପି କୁଲଗାମ ଏକ ଗାଁରେ ୨ ଟି ଲଶ୍କର-ଇ-ତୋଇବା ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଆଡକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଅନେକ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟର ପରେ…

