ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ ଏବଂ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ବର୍ତ୍ତମାନ ପୂର୍ବ ୟୁକ୍ରେନରେ ଋଷ ବୋମା ମାଡ କରିଛି। ଏହି ବିସ୍ଫୋରଣରେ ଏକ ସ୍କୁଲ ମଧ୍ୟ ଧ୍ଵଂସ ପାଇଯାଇଛି। ଯେଉଁଥିରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ସୂଚନା ଲୁହାନସ୍କର ରାଜ୍ୟପାଳ ସେରହୀ ହେଦାଇ ପ୍ରଦାନ କରିଛନ୍ତି। କୁହାଯାଉଛି ଯେ ପୂର୍ବ ୟୁକ୍ରେନର ବିଲୋହୋରୀବକା ଗାଁରେ ଋଷର ସେନା ଏହି ଆକ୍ରମଣ କରିଛନ୍ତି। ରାଜ୍ୟପାଳ ହେଦାଇ କହିଛନ୍ତି ଯେ ଋଷ ଆକ୍ରମଣ କରିଥିବା ବିଦ୍ୟାଳୟରେ ପ୍ରାୟ ୯୦ ଜଣ ଲୋକ ଆଶ୍ରୟ ନେଇଥିଲେ। ସେଥିମଧ୍ୟରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୪ ଘଣ୍ଟାr ସଂଘର୍ଷ ପରେ ନିଆଁ ଲିଭାଯାଇଥିଲା ବୋଲି ରାଜ୍ୟପାଳ କହିଛନ୍ତି। ଦୁଦୁର୍ଭାଗ୍ୟବଶତଃ ସେଠାରେ ଦୁଇଟି ମୃତଦେହ ମିଳିଥିଲା। ସେ କହିଛନ୍ତି ଯେ, ୩୦ ଜଣଙ୍କୁ ବାହାର କରାଯାଇଛି, ସେଥିମଧ୍ୟରୁ…
Author: Samikhsya Bureau
ଭୁବନେଶ୍ବର: କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଆଜି ଜେଲ ପଠାଯାଇଛି। ଜାମିନ ଆବେଦନ ଖାରଜ ପରେ ଆଜି ତାଙ୍କୁ ଜେଲ ପଠାଯାଇଛି। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସାରଦାଙ୍କୁ ଗିରଫ କରଯାଇଥିଲା। ତାଙ୍କ ଘରୁ ୩ ଲକ୍ଷ ୩ ହଜାର ଟଙ୍କା ଜବତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ତାଙ୍କର ପ୍ଳଟ ଠାବ କରାଯାଇଛି। ବ୍ୟାଙ୍କ ଏବଂ ବୀମାରେ ସାରଦା ୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି।
ଉତ୍ତରାଖଣ୍ଡ : ଆଜି ବଦ୍ରିନାଥ ଧାମର ଦ୍ବାର ଭକ୍ତମାନଙ୍କ ପାଇଁ ଖୋଲା ଯାଇଛି। ପାରମ୍ପାରିକ ରୀତିନୀତି ସହିତ ଭକ୍ତମାନଙ୍କ ପାଇଁ କବାଟ ଖୋଲା ଯାଇଥିଲା। ବଦ୍ରିନାଥ ଧାମରେ ବହୁ ସଂଖ୍ୟାରେ ଭକ୍ତଙ୍କ ଗହଣରେ ସେନା ବ୍ୟାଣ୍ଡର ସ୍ୱର ମଧ୍ୟରେ ମନ୍ତ୍ର ଜପ କରାଯାଇଥିଲା। ଏହି ପବିତ୍ର ଦିନ ପାଇଁ ମନ୍ଦିରକୁ ଫୁଲ ଏବଂ ଆଲୋକରେ ମଧ୍ୟ ସଜାଯାଇଛି। ଅଳକାନନ୍ଦା ନଦୀ କୂଳରେ ଚାମୋଲି ଜିଲ୍ଲାର ଗରୱାଲ ପାହାଡରେ ଅବସ୍ଥିତ ହେଉଛି ଏହି ମନ୍ଦିର। ବଦ୍ରିନାଥ ମନ୍ଦିର ହେଉଛି ଭଗବାନ ବିଷ୍ଣୁଙ୍କ ମନ୍ଦିର। ଏହା ଚାରିଟି ପ୍ରାଚୀନ ତୀର୍ଥସ୍ଥାନ ମଧ୍ୟରୁ ଗୋଟିଏ । ‘ଚାର୍ ଧାମ’ ଯାହାକୁ ଯମୁନେତ୍ରୀ, ଗଙ୍ଗୋତ୍ରୀ, ବଦ୍ରିନାଥ ଏବଂ କେଦାରନାଥଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଉତ୍ତରାଖଣ୍ଡର ବଦ୍ରିନାଥ ସହରରେ ଅବସ୍ଥିତ। ଏହା ପ୍ରତିବର୍ଷ ଛଅ ମାସ ପାଇଁ ଖୋଲା ଯାଇଥାଏ। ଗତ ଶୁକ୍ରବାର ସକାଳେ ଅନ୍ୟତମ କେଦାରନାଥ ମନ୍ଦିର ତୀର୍ଥଯାତ୍ରୀମାନଙ୍କ ପାଇଁ ଦ୍ୱାର ଖୋଲାଯାଇଛି। ବାର୍ଷିକ ଚାରିଧାମ ଯାତ୍ରା…
ପୁରୀ: ଆଜି ପୁରୀ ପୋଲିସ ତରଫରୁ ବିଭିନ୍ନ ହୋଟେଲଗୁଡକରେ ସର୍ପାଇଜ ଚେକିଂ କରାଯାଇଛି। ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ହୋଟେଲକୁ ଯାଇ ସେଠାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। କାରଣ ଏହି ଠିକ ଭାବେ ଚାଲୁଛି କି ନାହିଁ, ଭଲ ଭାବେ ରେକର୍ଡ ହେଉଛି କି ନାହିଁ ତାହା ଯାଞ୍ଚ କରିଥିଲେ।ସେହିପରି ଅଭ୍ୟର୍ଥନାରେ ରହିଥିବା ଅତିଥି ତାଲିକାକୁ ମଧ୍ୟ ଯାଞ୍ଚ କରାଯାଇଥିଲା। କେଉଁ ଅତିଥି କେଉଁଠାରୁ ଆଉ କେତେବେଳେ ଆସିଛନ୍ତି ତାହାର ମଧ୍ୟ ତଦାରଖ କରିଥିଲେ। ବିଭିନ୍ନ ସମୟରେ ବାହାରୁ ଦୁର୍ବୁତମାନେ ଆସି ପୁରୀରେ ରହି ବହୁ ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଏପରିକି ହତ୍ୟାକାଣ୍ଡ ପରି ଘଟଣା ମଧ୍ୟ ଘଟୁଛି। ସେସବୁକୁ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ତରଫରୁ ଏପରି ଅତର୍କିତ ଯାଞ୍ଚ କରାଯାଇଛି।
ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ପୁଣି ଥରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। କେକେଆର୍ କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୭୫ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଏହି ପରାଜୟ ପରେ, କେକେଆରର ପ୍ଲେ ଅଫ୍ ରେ ପହଞ୍ଚିବାର ସମ୍ଭାବନାକୁ ବଡ ଝଟକା ଲାଗଛି। ଯଦିଓ କେକେଆର ପ୍ଲେ ଅଫ୍ ଖେଳିବାର କିଛି ଆଶା ଅଛି, କିନ୍ତୁ ସେମାନଙ୍କୁ ଅନ୍ୟ ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। କେକେଆର ପ୍ଲେ ଅଫ୍ ଖେଳିବା ପାଇଁ ସମୀକରଣ କିପରି, ଆସନ୍ତୁ ଜାଣିବା… ଭଲ ରନ୍ ହାର ସହିତ କେକେଆର୍ ସେମାନଙ୍କର ଅବଶିଷ୍ଟ ତିନୋଟି ମ୍ୟାଚ୍ ଜିତିବାକୁ ପଡିବ। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ କେକେଆର୍ ମ୍ୟାଚ୍ ଖେଳିବ। ଏହି ତିନୋଟି ଦଳ ବିପକ୍ଷରେ କେକେଆର୍ ଏକ ବଡ଼ ବିଜୟ ଆବଶ୍ୟକ କରିବ। ଯଦି ଏହା ଘଟେ…
ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାର ରିପୋର୍ଟ ଦେବାକୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଥିଲା। ତେଣୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଚିଲିକା ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଚିଲିକା ବିଧାୟକ ଦ୍ଵିତୀୟ ଥର ଅନ୍ତରୀଣ ଜାମିନରେ ଅଛନ୍ତି। ଖୋର୍ଦ୍ଧା ହସ୍ପିଟାଲରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ୫ ଜଣିଆ ଡାକ୍ତରୀ ଟିମ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡି ଚଢାଇଥିବା ଘଟଣାରେ ଚିଲିକା ବିଧାୟକଙ୍କୁ ଜେଲ ହୋଇଥିଲା। ସ୍ବାସ୍ଥ୍ୟ ଜନିତ କାରଣରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତାଙ୍କୁ ୭ ଦିନ ପାଇଁ ପ୍ରଥମ ଅନ୍ତରୀଣ ଜାମିନ ମିଳିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଆଉ ୭ ଦିନ ପାଇଁ ଉଚ୍ଚ ନ୍ୟାୟଳୟ ଅନ୍ତରୀଣ ଜାମିନ ବଢ଼ାଇଛନ୍ତି। ଗତ ବୁଧବାର ଦିନ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି…
ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି। ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା। ତେବେ ବିଜେପି ଏହି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏହା ପୂର୍ବରୁ ଘୋଷଣା କରିଛି। ଏହି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଶାସକ ଦଳ ବିଜେଡ଼ି ପକ୍ଷରୁ ଏହି ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଦୀର୍ଘ ଦିନ ଧରି ଫର୍ମ ବାହାରେ ରହିଥିବା ଚେତେଶ୍ୱର ପୂଜାରା କାଉଣ୍ଟି କ୍ରିକେଟ୍ ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। କାଉଣ୍ଟି ଚାମ୍ପିଅନସିପ୍ ଡିଭିଜନ୍-୨ରେ ସସେକ୍ସ ପାଇଁ ଖେଳିବାବେଳେ ସେ ମିଡଲ୍ସେକ୍ସ ବିପକ୍ଷରେ ଏକ ଶତକ ହାସଲ କରିଛନ୍ତି। କାଉଣ୍ଟି କ୍ରିକେଟ୍ ରେ ତାଙ୍କର ଏହା କ୍ରମାଗତ ଚତୁର୍ଥ ଶତକ। ଏହାପୂର୍ବରୁ ସେ ଡର୍ବିସାୟର, ୱର୍କେଷ୍ଟେରେଶର୍ ଏବଂ ଡୁରୁମ୍ ବିପକ୍ଷରେ ଶତକ ହାସଲ କରିଛନ୍ତି। କାଉଣ୍ଟି ଚାମ୍ପିଅନସିପ୍ ର ଏହି ସିଜିନରେ ପୂଜାରାର ଚାରି ଶତକ ମଧ୍ୟରୁ ଦୁଇଟି ଦ୍ଵିଶତକ ମଧ୍ୟ ଅନ୍ତର୍ଭୁକ୍ତ। ଭେଟେରାନ ଖେଳାଳି ପୂଜାରା ଏଥର ଆଇପିଏଲ ମେଗା ନିଲାମରେ କୌଣସି କ୍ରେତା ପାଇଲେ ନାହିଁ। ଏହାର କାରଣ ହେଉଛି ସେ ଦୀର୍ଘ ସମୟ ଧରି ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ। ସେ ଜାନୁଆରୀ ୨୦୧୯ ରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଶେଷ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ସେ…
ଭୁବନେଶ୍ବର: ଗତକାଲି ତୈଳ୍ୟ କଂପାନମାନେ ରନ୍ଧନ ଗ୍ୟାସର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ଏହାର ମୂଲ୍ୟ ବର୍ତ୍ତମାନ ୧୦୦୦ ଟଙ୍କା ଉପରେ ହୋଇଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଜାଣନ୍ତୁ ସିଲିଣ୍ଡରର ମୂଲ୍ୟ କେଉଁ ସହରରେ କେତେ ହେଲା। ଭୁବନେଶ୍ବର- ୧୦୨୬ ଟଙ୍କା କଟକ- ୧୦୨୬.୫୦ ଟଙ୍କା ସମ୍ବଲପୁର- ୧୦୬୧ ଟଙ୍କା ବାଲେଶ୍ବର- ୧୦୪୨ ଟଙ୍କା ବ୍ରହ୍ମପୁର- ୧୦୪୭ ଟଙ୍କା ଜୟପୁର- ୧୦୨୮ ଟଙ୍କା ରାଉରକେଲା- ୧୦୫୯ ଟଙ୍କା ବଲାଙ୍ଗୀର- ୧୦୨୭ ଟଙ୍କା ରହିଛି
ନୂଆଦିଲ୍ଲୀ: ଗତକାଲି ତୁଳନାରେ ରବିବାର ଦିନ ସଂକ୍ରମଣର ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୩ ହଜାର ୪୫୧ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଶନିବାର ଦିନ ଦେଶରେ ୩ ହଜାର ୮୦୫ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଆଜିର ନୂଆ ମାମଲା ଗତକାଲି ତୁଳନାରେ ୯ ପ୍ରତିଶତ କମ୍ ଅଟେ। ତଥ୍ୟ ଅନୁଯାୟୀ ଗତକାଲି ମୃତ୍ୟୁ ସଂଖ୍ୟା ୨୨ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି କାରଣରୁ କରୋନା ହେତୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୦୬୪ କୁ ବୃଦ୍ଧି ପାଇଛି। ଯଦି ଆମେ ସକ୍ରିୟ ମାମଲା ବିଷୟରେ ଆଲୋଚନା କରିବା, ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୨୦,୬୩୫ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରୁ ୩ ହଜାର ୭୯ ରୋଗୀ ସୁସ୍ଥ ହୋଇଛନ୍ତି। ମହାମାରୀ ଆରମ୍ଭରୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନଇପି ୨୦୨୦ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଆଧାରିତ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଠାବ କରିବା ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ଭଳି ପଦକ୍ଷେପ ନିଆଯାଇଛି। ଆମେ ସ୍ବାଧୀନତାର ‘ଅମୃତ କାଳ’ରେ ପ୍ରବେଶ କରୁଥିବାରୁ ଏସବୁ ପଦକ୍ଷେପ ରାଷ୍ଟ୍ର ପ୍ରଗତିକୁ ପରିଭାଷିତ କରିବା ସହିତ ଏଥିପାଇଁ ମାର୍ଗଦର୍ଶନ ମଧ୍ୟ କରିବ। ବିଦ୍ୟାଳୟ ଶିକ୍ଷା ଜାତୀୟ ଷ୍ଟିଅରିଂ କମିଟିର ମାର୍ଗଦର୍ଶନରେ ଜାତୀୟ ପାଠ୍ୟକ୍ରମ ଢାଞ୍ଚାର ଗଠନ କାର୍ଯ୍ୟ ଜାରି ରହିଥିବା ନେଇ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ…
କୁଲଗାମ: ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀ ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। କୁହାଯାଉଛି ଯେ, ଜଣେ ବିଦେଶୀ ଆତଙ୍କବାଦୀ ମଧ୍ୟ ସେଥିରେ ସାମିଲ ଅଛନ୍ତି। ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି।
ଭୁବନେଶ୍ବର: ସକ୍ରିୟ ହେଉଛି ଗଭୀର ଅବପାତ ଏବଂ ଶେଷରେ ବାତ୍ୟାର ରୂପ ନେଲା। ବର୍ତ୍ତମାନ ଏହା ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ କହିଛି ଯେ, ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ତେବେ ଏହି ବାତ୍ୟା ସଂଧ୍ୟା ସୁଦ୍ଧା ତୀବ୍ରରୂପ ଧାରଣ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା ଯେ, ଏହା ଆଠ ତାରିଖ ସକାଳେ ବାତ୍ୟା ରୂପ ନେବ, ସଂଧ୍ୟାରେ ତୀବ୍ର ବାତ୍ୟା ହେବ। ଏହି ତିନିଦିନ ଧରି ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଶ୍ବବିଜୟୀ ଦାଶ ମା’ ଦୁନିଆର ସବୁଠୁ ମଧୁର ଶବ୍ଦ, ପୁଣି ସବୁଠାରୁ ସୁନ୍ଦର। ସ୍ନେହ, ମମତାରେ ଭରପୂର ମା’ର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ। ମା’ କୋଳ ଠାରୁ ଆରାମଦାୟକ, ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ। ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ, ସହିଷ୍ଣୁତା, ଭଲପାଇବା, ସେହି ହିଁ ମା, ଜନନୀ, ଜନ୍ମଦାତ୍ରୀ। ମା’ ର କଥା ଅମୃତ,ମା’ ର ରନ୍ଧା ଅମୃତ,ମା’ ର କାମ ଅମୃତ, ମା’ ର ଗୀତ ଅମୃତ। ମା’ ତ ପିଲାଟିର ପ୍ରଥମ ଗୁରୁ, ଅନ୍ତରଙ୍ଗ ବନ୍ଧୁ,ଦାର୍ଶନିକ,ଅଭିଭାବକ। ପିଲା ପାଇଁ ମା’ ହେଉଛି ସର୍ବଶ୍ରେଷ୍ଠ। ମା’ ପିଲାଟିର ପ୍ରାଣ, ଜୀବନ, ନିଃଶ୍ବାସ, ପ୍ରଶ୍ବାସ, ସିଏ ହିଁ ସାକ୍ଷାତ ଈଶ୍ବରୀ। ମା, ମାଆ, ବୋଉ ବା ଜନନୀ ଜଣେ ସନ୍ତାନକୁ ଜନ୍ମ ଦେଇଥିବା, ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ। ମାଆର ଭୂମିକାରେ ଜଟିଳପଣ ଓ…
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ ପାଇଁ କିଛି ବିପଦ ହୋଇପାରେ। ଚାକିରିରେ ସମସ୍ୟା ହୋଇପାରେ । ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ । ବ୍ୟବସାୟ ଭଲ କରିବ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ…
ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମେନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ନିୟମିତ ସମୀକ୍ଷା ବୈଠକ ଫଳରେ ଜାତୀୟ ରାଜପଥ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସମୀକ୍ଷା ପରେ ଜଣାପଡିଲା ଯେ ବିଗତ ୪ ମାସ ମଧ୍ୟରେ ଜାତୀୟ ରାଜପଥ ୨୧୫ରେ ପାଣିକୋଇଲି-ରିମୁଳି ମଧ୍ୟରେ ଜମି ମାଲିକମାନଙ୍କୁ ୨୩୭ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୧୩୦ ଗ୍ରାମରେ ଓ ରିମୁଳି-କୋଇଡା ମଧ୍ୟରେ ୬୧ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୨୧ ଗ୍ରାମରେ, କୋଇଡା-ରଜାମୁଣ୍ଡା ମଧ୍ୟରେ ୨୫ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ କରାଯାଇଛି। ଜାତୀୟ ରାଜପଥ-୬ରେ ସିଂହଡା-ବିଞ୍ଜବାହାଲ ମଧ୍ୟରେ ପାଟଣା ତହସିଲରେ ୧୧…
ଭୁବନେଶ୍ୱର: ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି। ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ତେଣୁ ସବୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ଆମ ସମସ୍ତଙ୍କର ପ୍ରାଥମିକତା ରହିବା ଉଚିତ ବୋଲି ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି । ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ସରକାରଙ୍କ ଉପରେ ଓଡ଼ିଶାର ଜନସାଧାରଣ ଦୀର୍ଘଦିନ ହେବ ବିଶ୍ୱାସ କରିଆସିଛନ୍ତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଶକ୍ତି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଓଡ଼ିଶା ବର୍ତ୍ତମାନ ବିଦୁ୍ୟତ ବଳକା ରାଜ୍ୟ ଭାବେ ପରିଗଣିତ । ଏହି ଦୃଷ୍ଟିରୁ ଉପଭୋକ୍ତାଙ୍କୁ ସର୍ବୋଚ୍ଚ ସେବା ଯୋଗାଇଦେବା ବିଭାଗର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ବୈଠକରେ ଉଲ୍ଲେଖ କରିଥିଲେ । ସେହିପରି ଆଗାମୀ୨୦୨୩ରେ…
ଭୁବନେଶ୍ବର: ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ନେଇ ଓଡିଶା ସମାଜବାଦୀ ପାର୍ଟି ତରଫରୁ ରାଜରାସ୍ତାର ବିକ୍ଷୋଭ କରାଯାଇଥିଲା। ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇ ଏହି ବିକ୍ଷୋଭ କରିଥିଲେ। ବର୍ତ୍ତମାନ ଦେଶରେ ଯେପରି ଗ୍ୟାସ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଘଟିଛି ଏହା ପୂର୍ବରୁ କେବେ ହୋଇ ନ ଥିଲା। କେନ୍ଦ୍ର ସରକାର ତୁରନ୍ତ ଏହା ଫେରାଇ ନିଅନ୍ତୁ ବୋଲି ଦଳ ଦାବୀ କରିଛି। ଏଥିରେ ତିନିଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଗଭୀର-ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଏହି ଗଭୀର ଅବପାତ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ବାତ୍ୟା ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରାଇଛି। ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବୋଲି ଜଣାପଡିଛି।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନେ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ, ଯେଉଁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮ ତାରିଖ ଶୁଦ୍ଧା ଫେରି ଆସିବାକୁ ସତର୍କ କରିଦେଇଛନ୍ତି । କେତେ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଛନ୍ତି ଓ ୮ ତାରିଖ ଦିନ ସୁଦ୍ଧା କେତେଜଣ ଫେରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବାକୁ ମଧ୍ୟ ଜଣାଇଛନ୍ତି । ଏହା ସହ ଜିଲ୍ଲା ସ୍ତରରେ…
ଦିଲ୍ଲୀ: ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (ଯୁବ କ୍ରୀଡା)ରେ ସାରା ଦେଶରୁ ୮୫୦୦ ଖେଳାଳିଙ୍କୁ ନେଇ ଏକ ସର୍ବ ବୃହତ୍ ଦଳ ଅଂଶଗ୍ରହଣ କରିବେ। କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ପଂଚକୁଲାସ୍ଥିତ ଇନ୍ଦ୍ରଧନୁଷ ଅଡିଟୋରିୟମ୍ରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୨୦୨୧ ପାଇଁ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି ଏବଂ ମାସ୍କଟ୍କୁ ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୨% ଜନସଂଖ୍ୟା ବିଶିଷ୍ଟ ହରିୟାଣା ଦେଶକୁ ଅଧିକାଂଶ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ କରିବାରେ ଏକ ପ୍ରମୁଖ ଅଂଶ ଗ୍ରହଣ କରିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍, ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା, ହରିୟାଣା ବିଧାନସଭାର ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା, କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ, ଭାରତ ସରକାରଙ୍କ ପୂର୍ବତନ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍…

