Author: Samikhsya Bureau

ନୂଆଦିଲ୍ଲୀ: ଆଜି ଓଡିଶାର୧୭ ଜଣ ନେତା କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ରାହୁଳ ସେମାନଙ୍କ ସହିତ ୱାନ ଟୁ ୱାନ କଥାବାର୍ତ୍ତା ହୋଇଛନ୍ତି। ସେମାନଙ୍କଠାରୁ ନୂଆ ପିସିସିସ ସଭାପତି କିଏ ହେବ ସେ ନେଇ ମତାମତ ମଧ୍ୟ ନେଇଛନ୍ତି। ସେହିପରି ଆଗାମୀ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ନେତାଙ୍କ ମତ ସଂଗ୍ରହ କରିଛନ୍ତି। ତେବେ ରାହୁଲଙ୍କୁ ଭେଟିଥିବା ୧୭ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ସୁର ରାଉତରାୟ, ମହମ୍ମଦ ମୁକିମ, ଚିରଞ୍ଜିବ ବିଶ୍ବାଳ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଜୟଦେବ ଜେନା, ରାଜନ ଏକା, ସପ୍ତଗିରି ଉଲାକା।

Read More

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା ମୋ ସରକାରର ଏକ ପ୍ରମୁଖ ପ୍ରାଥମିକତା ଏବଂ ଆମେ ଲୋକମାନଙ୍କୁ ନିରନ୍ତର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିରନ୍ତର ଉଦ୍ୟମ କରୁଛୁ। ଆଜି ରାଜ୍ୟରେ ନୂତନ ଭାବେ ନିଯୁକ୍ତ ଡାକ୍ତର ଏବଂ ପାରାମେଡିକ୍ସ ପାଇଁ କର୍ମଚାରୀଙ୍କ ରାଜ୍ୟ ବୀମା ESI ହସ୍ପିଟାଲ ଏବଂ ଡିସପେନସାରି ପାଇଁ ଓରିଏଣ୍ଟେସନ୍ ପ୍ରୋଗ୍ରାମର ଉଦଘାଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ରାଜ୍ୟର ୫୫ ଟି ନୂତନ ଡାକ୍ତର ଏବଂ ୫୯ ଜଣ ପାରାମେଡିକ୍ସ ଯୋଗ ଦେଇଛନ୍ତି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବିଶେଷ ଭାବରେ ସମସ୍ତ ୮ ଲକ୍ଷ ବୀମାଭୁକ୍ତ ବ୍ୟକ୍ତିଙ୍କ ପାଇଁ ମଜବୁତ କରିବାରେ ଏହା ଏକ ବଡ଼ ପଦକ୍ଷେପ ହେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳକୁ ମଜବୁତ କରିବା ପାଇଁ…

Read More

ଭୁବନେଶ୍ୱର: ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ସମୃଦ୍ଧ ଓଡିଶା। ଏହି ୫ ବର୍ଷରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଦଳର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଏହା ପ୍ରକାଶ କରିଛନ୍ତି। ଆଗାମୀ ନିର୍ବାଚନରେ ଦଳକୁ ବହୁ ସଂଖ୍ୟାରେ ଜିତାଇବାକୁ ସେ ନିବେଦନ କରିବା ସହ ମାତ୍ର ୫ ବର୍ଷରେ ଓଡିଶାର ରୂପରେଖ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି ସମୃଦ୍ଧ ଓଡିଶା ସଭାପତି ଡଃ ମହାନ୍ତି। ରାଜ୍ୟରୁ ଗରିବୀ ଓ ବେକାରୀ ଦୂର କରିବା ସହ ବେରୋଜଗାରୀରୁ ମୁକ୍ତି ପାଇଁ ରାଜ୍ୟର ଏକ କୋଟି ଚାକିରୀ ଓ ଆତ୍ମନିଯୁକ୍ତିର ବ୍ୟବସ୍ଥା ଉପରେ ସେ ଦୃଢୋକ୍ତି ଦେଖାଇଛନ୍ତି। ଓଡିଶାର ଭବିଷ୍ୟତ ଯୁବପିଢୀର ସର୍ବାଙ୍ଗୀନ ବିକାଶକୁ ଅଗ୍ରାଧିକାର ଦେବା ସହ ରାଜନୈତିକ ଦଳମାନଙ୍କର ଆକ୍ରୋଶ ଓ ପୁଲିସ୍ ପ୍ରଶାସନର ମିଥ୍ୟା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପି ଡି, ଡି ଆର୍ ଡି ଏ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୯୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୪୦ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୫୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୬୨ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା। ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ ବୋଲି ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଉତ୍କର୍ଷ ମହୋତ୍ସବ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ସମସ୍ତ ଭାଷା ଗୁଡ଼ିକ ଶ୍ରେଷ୍ଠ । ଭାରତୀୟ ଭାଷାର ବିବିଧତା ମଧ୍ୟରେ ଯେଉଁ ଏକତା ଅଛି ସେଥିରେ ସଂସ୍କୃତର ବହୁତ ବଡ଼ ଯୋଗଦାନ ରହିଛି। ସଂସ୍କୃତ ଭାଷାର ମହତ୍ୱ କଣ ଏହା ଆମକୁ ବୁଝିବାକୁ ହେବ। ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣରେ ଆସିଥିବା ବେଳେ ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ସଂସ୍କୃତରେ ଲିଖିତ ଏକାଧିକ ଭାରତୀୟ ଗ୍ରନ୍ଥାବଳୀ ସାଙ୍ଗରେ ନେଇ ଚୀନ…

Read More

ଭୁବନେଶ୍ୱର: ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞମାନେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ୍ ମେଳା-୨୦୨୨ର ଉଦ୍‌ଯାପନୀ ଦିବସରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାରେ ମତ ରଖିଥିଲେ ସମ ଅଲ୍ଟିମେଟ ମେଡିକେୟାରର କ୍ୟାନସର ବିଶେଷଜ୍ଞ ତଥା ସିନିୟର କନସଲ୍‌ଟାଂଟ (ରେଡିଏସନ ଅଙ୍କୋଲୋଜି) ଡାକ୍ତର ଚିର ରଂଜନ ଖାଡଙ୍ଗା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏବଂ କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା। ଭାରତରେ ବର୍ତମାନ ସ୍ତନ କର୍କଟ ସମସ୍ୟା ବହୁଳ ଭାବରେ ଦେଖାଯାଉଥିବା ବେଳେ ଶୀଘ୍ର ଚିକିତ୍ସା ଦ୍ୱାରା ଏଥିରୁ କିଭଳି ରୋଗୀ ଆରୋଗ୍ୟ ହୋଇପାରିବେ ସେ ନେଇ ଡାକ୍ତର ଖାଡଙ୍ଗା ମତ ରଖି ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରୀ ପରାମର୍ଶ ସହ ସେଲ୍‌ଫ ଟେଷ୍ଟ କରିବା ଜରୁରୀ ବୋଲି କହିଥିଲେ। ସେହିପରି ୩୫ ବର୍ଷ ପରେ ଗର୍ଭଧାରଣ…

Read More

ଭୁବନେଶ୍ବର: ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ହେଲିକାପ୍ଟରରେ ଉଦ୍ଧାର କରାଯାଇଛି। ଆଜି ସମୁଦ୍ର ଭିତରେ 11 ଜଣ ମତ୍ସ୍ୟଜୀବୀ ଫସି ରହିଥିବାର ଖବର ମିଳିଥିଲା। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ହେଲିକାପ୍ଟରକୁ ନିୟୋଜିତ କରାଯାଇଥିଲା। କାରଣ ସମୁଦ୍ର ଅଶାନ୍ତ ହେଲେ ସେମାନଙ୍କୁ ଉଦ୍ଧାର କରାଯାଇପାରିବ ନାହିଁ। ତେବେ ସଂଧ୍ୟା ସୁଦ୍ଧା 7 ଜଣଙ୍କୁ ଉଦ୍ଧାର କରାଯାଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗଂଜାମ ଜିଲ୍ଲା ସିନାପୁର ସମୁଦ୍ରରେ ଫସିଥିଲେ 11 ମତ୍ସଜୀବୀ। ସେମାନେ ମାଛ ଧରିବା ପାଇଁ ଛୋଟ ଡଙ୍ଗାରେ ଗଭୀର ସମୁଦ୍ରକୁ ଯାଇଥିଲେ। ହେଲେ ସେମାନେ ଫେରିବା ବେଳକୁ ତାଙ୍କ ଡଙ୍ଗାର ମୋଟର ଖରାପ ହୋଇଯାଇଥିଲା। ଏହି ଖବର ପରିବାର ଲୋକେ ଜାଣିବା ପରେ ପ୍ରଶାସନ ତରଫରୁ ଏୟାର ଲିଫ୍ଟି କରିବାକୁ ବନ୍ଦୋବସ୍ତ କରାଯାଇଥିଲା। ତେବେ ଆଉ 4 ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

Read More

ଭୁବନେଶ୍ବର:  ପୂର୍ବ ତଟ ରେଳପଥ ବାତ୍ୟା ଅସାନିର ପ୍ରଭାବ ଦ୍ୱାରା ବର୍ଷା ଜନିତ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି । ଅତୀତର ଅଭିଜ୍ଞତାରୁ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ୨୦୧୯ ରେ ଫନି, ୨୦୧୮ ରେ ତିତିଲି , ୨୦୧୪ ରେ ହୁଡୁହୁଡ଼, ୨୦୧୩ ରେ ଫାଇଲିନ୍, ୨୦୨୦ ରେ ଅମ୍ଫନ୍ ଏବଂ ୧୯୯୯ ର ସୁପର ସାଇକ୍ଲୋନ୍ ରେ ରେଲୱେ ସମ୍ପତ୍ତି ରକ୍ଷଣାବେକ୍ଷଣ ସହିତ ଟ୍ରେନ୍ ଟ୍ରାଫିକ୍ ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି। ସାଇକ୍ଲୋନ୍ କିମ୍ବା ପ୍ରବଳ ବର୍ଷା ଦ୍ୱାରା ରେଳ ଟ୍ରାକ୍ ପ୍ରଭାବିତ ଆଶଙ୍କାକୁ ନଜର ଦେଇ ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ରେଳ ସଦନରେ ରେଳ ମଣ୍ଡଳ ଯଥା ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ମୁଖ୍ୟାଳୟରେ ୨୪ ଘଣ୍ଟିଆ ବିପର‌୍ୟ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି। ପୂର୍ବ ତଟ ରେଳପଥ ମଧ୍ୟ ଆପଦ କାଳୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ…

Read More

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବାଲିଅନ୍ତା ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ୨୦୮ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୨୦୨ ଟି ବ୍ୟକ୍ତିଗତ ସମସ୍ୟା ଓ ୬ ଟି ସାମୁହିକ ସମସ୍ୟା ସଂପର୍କିତ ଥିଲା । ୫୭ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲାବେଳେ ଅବଶିଷ୍ଟ ଦରଖାସ୍ତ ଗୁଡିକ ସଂପର୍କରେ ତୁରନ୍ତ ଫଇସଲା କରି ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହୀତ ଅଭିଯୋଗ ଗୁଡିକ ମୁଖ୍ୟତଃ ବ୍ଲକ, ତହସିଲ, ଗ୍ରାମ୍ୟ ଉନ୍ନୟନ , ଶିକ୍ଷା ବିଭାଗ ଓ ପାନୀୟ ଜଳ ଯୋଗାଣ ସଂପର୍କିତ ଥିଲା । ଏହି ଜନ ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମରେ ଆର୍ଥିକ ସ୍ୱଚ୍ଛଳ ନଥିବା, ଅସହାୟ ତଥା…

Read More

ନୂଆଦିଲ୍ଲୀ: ଲଙ୍କା ଗୁଣ୍ଡ ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ବହୁତ ବ୍ୟବହାର କରୁ। ପୂର୍ବରୁ ଲୋକମାନେ ନାଲି ମରୀଚ ଆଣି ପାଉଡର ତିଆରି କରିବା ପାଇଁ ଗ୍ରାଇଣ୍ଡ୍ କରୁଥିଲେ। କିନ୍ତୁ, ବର୍ତ୍ତମାନ ସମୟର ଅଭାବ ହେତୁ ଲୋକମାନେ ନାଲି ଚିଲି ପାଉଡର ବ୍ୟବହାର କରିବା ଆରମ୍ଭ କଲେ। ତଥାପି, ଆଜିକାଲି ବଜାରରେ ଉପଲବ୍ଧ ନାଲି ମରୀଚ ପାଉଡରରେ ବହୁତ ଅପମିଶ୍ରଣ ହେଉଛି। ନାଲି ମରୀଚ ପାଉଡରରେ ଅପମିଶ୍ରଣ ଚିହ୍ନଟ କରିବାରେ ସାଧାରଣ ଲୋକଙ୍କୁ ଅନେକ ଅସୁବିଧା ହୋଇଥାଏ। ପ୍ରାୟତଃ ଦେଖାଯାଏ ଯେ, ଇଟା ଗୁଣ୍ଡ ମଧ୍ୟ ନାଲି ମରୀଚ ପାଉଡରରେ ମିଶାଯାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଆସନ୍ତୁ ଆପଣଙ୍କୁ କହିବା ଯେ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ନାଲି ମରୀଚ ପାଉଡରରେ ଅପମିଶ୍ରଣ ଚିହ୍ନିବା ପାଇଁ ଏକ ସରଳ ସମାଧାନ ଦେଇଛି। ତେବେ ଆସନ୍ତୁ ଜାଣିବା ଏହି ସହଜ ପଦକ୍ଷେପଗୁଡ଼ିକ ବିଷୟରେ- ନାଲି…

Read More

ଭୁବନେଶ୍ବର: ଝାରସଗୁଡା ଜିଲ୍ଲାର ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେ ହେଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲ। ଆଜି ଏଆଇସିସି ତରଫରୁ ଏହି ଘୋଷଣା କରାଯାଇଛି। ସେ ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ ମନ୍ତ୍ରୀ ମଧ୍ୟ ଥିଲେ। ବର୍ତ୍ତମାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନିଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିସାରିଛି। ଆଜି ବିଜେପି ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେବଳ କଂଗ୍ରେସ ପ୍ରାର୍ଥୀଙ୍କ ନାମ ବାକି ରହିଥିଲା। ଏହି ନିର୍ବାଚନ ପାଇଁ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା ମଇ ୧୧ ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମଇ ୧୨ ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ ମଇ ୧୭ ତାରିଖ- ପ୍ରାର୍ଥୀପତ୍ର…

Read More

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫିଟ୍ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଆଜିକାଲି ଲୋକମାନେ ଭଲ ଦେଖାଯିବା ପାଇଁ କେଶ ଉପରେ ଅନେକ ପରୀକ୍ଷଣ କରନ୍ତି। କେଶକୁ କଳା କରନ୍ତି, କିନ୍ତୁ ଆଜି ବୃଦ୍ଧାବସ୍ଥା ବିନା ଲୋକଙ୍କ କେଶ ଧଳା ହୋଇଯାଏ। ଏହି କାରଣରୁ ଅନେକ ଥର ଲୋକମାନେ ଲଜ୍ଜା ଅନୁଭବ କରନ୍ତି। ଆଜି ଆମେ ଆପଣଙ୍କୁ ଲୌକି ସମ୍ବନ୍ଧୀୟ କିଛି ସୂଚନା ଦେବାକୁ ଯାଉଛୁ, ଯାହା ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଲୌକି, ଯାହା ଶରୀରକୁ ଆଭ୍ୟନ୍ତରୀଣ ଭାବରେ ଡିଟାକ୍ସ କରିଥାଏ ଏବଂ କେଶ ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ବାସ୍ତବରେ, ଆଜିକାଲି କେଶ ଧଳା ହେବା ଏକ ସାଧାରଣ କଥା ହୋଇଗଲାଣି। କଳାରୁ କେଶ ଧଳା ମଧ୍ୟ ମେଲାନିନ ପିଗମେଣ୍ଟେସନ୍ ଅଭାବରୁ ହୋଇପାରେ। ଏପରି ପରିସ୍ଥିତିରେ, ଆପଣ ଲୌକି ବ୍ୟବହାର କରି ଆପଣଙ୍କ ଧଳା କେଶକୁ କଳା କରିପାରିବେ। ଲୌକିର ଲାଭ: ରୋଷେଇ…

Read More

ଭୁବନେଶ୍ୱର: କଟକରେ ନୂତନ ଡିସିପି ଭାବେ ଯୋଗ ଦେଇଛନ୍ତି  ଆଇପିଏସ୍, ପିନାକ ମିଶ୍ର। ଆଜି କଟକ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କଟକ ଡିସିପି ଥିବା ପ୍ରତୀକ ସିଂ ଭୁବନେଶ୍ବର ଡିସିପି ଭାବେ ବଦଳି ହୋଇଛନ୍ତି। ଭୁବନେଶ୍ବର ଡିସିପି ଥିବା ଉମାଶଙ୍କର ଦାସ ଅତିରିକ୍ତ ସିପି ଭାବେ ଯୋଗ ଦେଇଛନ୍ତି।  ନୂଆ ଦାୟିତ୍ବ ନେବା ପରେ ଅପରାଧୀଙ୍କୁ କଡା ଧମକ ଦେଇଛନ୍ତି ପିନାକ। ସେ କହିଛନ୍ତି ଯେ, କଟକରେ ଯେଉଁମାନେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ସେମାନେ ସେଥିରୁ ନିବତ ରୁହନ୍ତୁ। ଅପରାଧ ଛାଡ ନଚେତ କଟକ ଛାଡ ବୋଲି ଚରମ ବାଣୀ ଶୁଣାଇଛନ୍ତି ପିନାକ।

Read More

ଜୀବନଶୈଳୀ: ସାଧାରଣତଃ ପୁରୁଷମାନେ ବିଶ୍ଵାସଘାତକ ବୋଲି ବିବେଚନା କରାଯାଏ କିନ୍ତୁ ତାହା ନୁହେଁ। ମହିଳାମାନେ ମଧ୍ୟ ବିଶ୍ଵାସଘାତକତାରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି। ଅନେକ କ୍ଷେତ୍ରରେ ମହିଳାମାନେ ନିଜ ସ୍ୱାମୀଙ୍କୁ ପ୍ରତାରଣା କରନ୍ତି। ତଥାପି, ଏହା ପଛରେ ଅନେକ କାରଣ ଅଛି, ଯେଉଁଥିପାଇଁ ମହିଳାମାନେ ଏପରି ପଦକ୍ଷେପ ନିଅନ୍ତି। ସୁଖୀ ଦାମ୍ପତ୍ୟ ଜୀବନଯାପନ ପାଇଁ ସମ୍ପର୍କରେ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଯେତେବେଳେ ସମ୍ପର୍କର ପ୍ରେମ ଏବଂ ସମ୍ପୃକ୍ତି ସମାପ୍ତ ହୁଏ, ସେତେବେଳେ ଲୋକମାନେ ଅବିଶ୍ୱାସ କରିବା ଆରମ୍ଭ କରନ୍ତି। ଆସନ୍ତୁ ଜାଣିବା ମହିଳାମାନେ କାହିଁକି ପ୍ରତାରଣା କରନ୍ତି। ୧- ପ୍ରେମର ଅଭାବ: ପତ୍ନୀଙ୍କ ପ୍ରତାରଣାର ମୁଖ୍ୟ କାରଣ ହେଉଛି ସ୍ୱାମୀଙ୍କଠାରୁ ପ୍ରେମ ପାଇବା। ବିବାହର କିଛି ବର୍ଷ ପାଇଁ, ଲୋକମାନେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ସମୟ ଗଡିବା ସହିତ ସେ ନିଜ ପତ୍ନୀଙ୍କୁ ଭଲ ପାଇବା ବନ୍ଦ କରିଦିଅନ୍ତି, କିମ୍ବା କାମରେ ଅଧିକ ବ୍ୟସ୍ତ ହୁଅନ୍ତି। ଯେତେବେଳେ ପ୍ରେମରେ…

Read More

ଭୁବନେଶ୍ବର: ଭୀଷଣ ବାତ୍ୟା ଅସାନି ପ୍ରଭାବ ଧିରଧିରେ ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି କହିଥିଲା। ହେଲେ ଆଜିଠାରୁ ବର୍ତ୍ତମାନ ବର୍ଷାର ପ୍ରଭାବ ଅନୁଭୂତ ହେଲାଣି। ଆଜି ଭୁବନେଶ୍ବରରେ ମଧ୍ୟାହ୍ନ ବେଳକୁ ଆକାଶ ମେଘାଛନ୍ନ ରହିଥିଲା। ଧିରେଧିରେ ଏହା କଳାହାଣ୍ଡିଆ ମେଘରେ ପରିଣତ ହୋଇଥିଲା। ବର୍ତ୍ତମାନ ସଦ୍ୟତମ ସୂଚନା ଅନୁସାରେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏପରିକି ଉପକୂଳ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଥିବାର ଜଣାପଡିଛି। ବର୍ତ୍ତମାନ ଭୀଷଣ ବାତ୍ୟା ଧିରଧିରେ ଉପକୂଳ ଆଡକୁ ମୁହାଁଇବାରେ ଲାଗିଛି। ଏହା ସ୍ଥଳଭାଗ ସ୍ପର୍ଶ କରୁ ନ ଥିଲେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏପରିକି ଓଡିଶାର ବନ୍ଦରଗୁଡିକରେ ଦୁଇ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

Read More

ମୁମ୍ବାଇ: ଅମ୍ରାବତୀର ସ୍ଵାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା ନିରନ୍ତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହନୁମାନ ଚାଳିଶା ମାମଲାରେ ଜେଲରୁ ମୁକୁଳିବା ପରେ ବର୍ତ୍ତମାନ ଏହି ଦମ୍ପତିଙ୍କ ବିରୋଧରେ ବିଏମସି ତଦନ୍ତ ଆରମ୍ଭ କରିଛି। ସର୍ବଶେଷ ସୂଚନା ଅନୁଯାୟୀ, ବିଏମସି ଟିମ୍ ନବନୀତ ରାଣାଙ୍କ ଘର ଭିତରକୁ ଯାଇ ବେଆଇନ ନିର୍ମାଣ କାର୍ଯ୍ୟର ତଦନ୍ତ କରୁଛି। କୁହାଯାଉଛି ଯେ, ମୁମ୍ବାଇର ଖାର ଅଞ୍ଚଳରେ ରାଣା ଦମ୍ପତିଙ୍କ ଘରେ ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ନୋଟିସ ଦେଇଛି। ବିଏମସି ଟିମ୍ ପ୍ରଥମ ଥର ପାଇଁ ମଇ ୪ ତାରିଖରେ ତାଙ୍କ ଘରେ ପହଞ୍ଚିଥିଲା। କିନ୍ତୁ କାହାର ଅନୁପସ୍ଥିତି ହେତୁ ବିଏମସି ଏହାର ତଦନ୍ତ କରିପାରି ନଥିଲା। ଏହି ସମୟରେ, ବିଏମସି ପୁଣି ଥରେ ଦମ୍ପତିଙ୍କ ଘରେ ପହଞ୍ଚିଛି। ବେଆଇନ ନିର୍ମାଣ ହୋଇଛି କି ନାହିଁ ବିଏମସି ଏହାର ଅନୁସନ୍ଧାନରେ ଜାଣିବାକୁ ଚେଷ୍ଟା କରୁଛି। ପ୍ରକାଶ ଯୋଗ୍ୟ ଯେ,…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା (ଜନ ସୁରକ୍ଷା) ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (ପିଏମଏସବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ) କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରଣ ହୋଇଛି। ସପ୍ତମ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଆସନ୍ତୁ ଜାଣିବା ଏସବୁ ଯୋଜନାର କେତେକ ବୈଶିଷ୍ଟ୍ୟ ସମ୍ପର୍କରେ ଯାହାକି ଦେଶର ସାଧାରଣ ନାଗରିକମାନଙ୍କୁ ସୁଲଭ ଦରରେ ବୀମା ଏବଂ ସୁରକ୍ଷା ପ୍ରଦାନ କରିଛି। ଏସବୁ ଯୋଜନାର ମୁଖ୍ୟ ଉପଲବ୍ଧି ଏବଂ ବୈଶିଷ୍ଟ୍ୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ମେ, ୨୦୧୫ରେ ପଶ୍ଚିମବଙ୍ଗର କୋଲକାତା ଠାରେ ପିଏମଜେଜେବିୱାଇ, ପିଏମଏସବିୱାଇ ଏବଂ ଏପିୱାଇ ଯୋଜନାର ଶୁଭାରମ୍ଭ କରିଥିଲେ। ଉପରୋକ୍ତ ତିନୋଟି ସାମାଜିକ ସୁରକ୍ଷା ଯୋଜନା ଅପ୍ରାତ୍ୟାଶିତ ବିପତ୍ତି/କ୍ଷତି ଏବଂ ଆର୍ଥିକ ଅନିଶ୍ଚିତତା ଠାରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ପୂରଣ କରିବା ସହିତ ନାଗରିକଙ୍କ କଲ୍ୟାଣ ପ୍ରତି ସମର୍ପିତ। ଦେଶର ଅସଂଗଠିତ…

Read More

ଯାଜପୁର: ଅଗଷ୍ଟ ୯ ତାରିଖ ୨୦୨୦ ମସିହାରେ ଯାଜପୁର ଜିଲ୍ଲାର କୁନି ଝିଅ ପିହୁ ନିଖୋଜ ହୋଇଯାଇଥିଲା। ବିଂଝାରପୁର ଥାନା ମାମୁଁ ଘର ଗାଁ ମଧୁସୂଦନପୁରରେ ଖେଳୁଥିବା ବେଳେ ପିହୁ ହଠାତ ନିଖୋଜ ହୋଇଯାଇଥିଲା। ବିଂଝାରପୁର ଥାନାରେ ନିଜ ଝିଅର ଅପହରଣ ହୋଇଥିବା ନେଇ ପିହୁର ମା’ ମୋନାଲିସା ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ଅଧିକାରୀ ମୋନାଲିସାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇନଥିବା ଅଭିଯୋଗ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଗୁହାରି ହୋଇଥିଲେ। କିନ୍ତୁ ଆଜିକୁ ୨୦ ମାସ ବିତିଯାଇଥିଲେ ମଧ୍ୟ ପିହୁର ସନ୍ଧାନ ମିଳିପାରିନାହିଁ। ତେଣୁ ଏଥିରେ ନିରାଶ ହୋଇ ପିହୁର ମା’ ମୋନାଲିସା ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି। ଆଜି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନିକଟକୁ ଆସି ଇଚ୍ଛାମୃତ୍ୟୁ ପାଇଁ ଦାବି ଜଣାଇଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସେ ରାଷ୍ଟ୍ରପତିଙ୍କୁ ପତ୍ର ମାଧ୍ୟମରେ ଇଚ୍ଛାମୃତ୍ୟୁ ନିବେଦନ କରିଛନ୍ତି। ଯଦି…

Read More

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ବ୍ରଜରାଜନଗରର ତେବେ ବିଜେପି ଏହି ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରାଯାଇଛି।

Read More

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଏବେ ଉପକୂଳର ନିକଟତର ହେଉଛି। ବର୍ତ୍ତମାନ ‘ଅସାନି’ପୁରୀ ଠାରୁ ୬୮୦ କିମି ଦୂରରେ ରହିଛି। ପୁରୀ ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୨୫ କିମି ବେଗରେ ଉପକୂଳ ମୁହାଁ ହେଉଛି। ଯଦିବା ବାତ୍ୟା ‘ଅସାନି’ ର ଲ୍ୟାଣ୍ଡଫଲ ହେବାର ସମ୍ଭାବନା ନାହିଁ, ହେଲେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଓଡିଶାର ସବୁ ସାମୁଦ୍ରିକ ବନ୍ଦର ପାଇଁ ବିପଦ ସଂକେତ-୨ ଜାରି କରାଯାଇଛି। ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ବାତ୍ୟାର ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ ତାରିଖରୁ ୧୨ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା…

Read More

କଟକ: କଟକ ଏସସିବିରେ ଆଜିଠାରୁ ଅନଲାଇନ ଓପିଡି ସେବା ଆରମ୍ଭ ହୋଇଯାଇଛି। ଯାହାଫଳରେ ରୋଗୀଙ୍କ ପାଇଁ ଆଉଟଡୋର ଟିକେଟ ବୁକିଂ କରିବା ସହଜ ହୋଇପାରିବ। ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନରେ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି। ଏଣିକି ରୋଗୀମାନେ eswasthya.odisha.gov.in ୱେବସାଇଟ ମାଧ୍ୟମରେ ଅନଲାଇନ ଟିକେଟ ବୁକିଂ କରିପାରୁଛନ୍ତି। ତେବେ ଏହି ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ଯୋଗୁଁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଆଉ ଧାଡିରେ ଛିଡା ହେବେ ନାହିଁ। ଏହି ବ୍ୟବସ୍ଥା ଯୋଗୁଁ ଅନେକ ରୋଗୀ ଖୁସିବ୍ୟକ୍ତ କରିଛନ୍ତି। କିନ୍ତୁ ଏହି ବ୍ୟବସ୍ଥାକୁ ସଠିକ ଭାବେ କାର୍ଯ୍ୟକାରୀ କଲେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ରୋଗୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

Read More