ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ପୂଣ୍ୟ ଜନ୍ମତିଥି ଅବସରରେ ‘ଆଇନ୍ଜୀବୀ ଦିବସ’ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ମାନ୍ୟବର ଜଜ୍ ଚିତ୍ତ ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟତମ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଭି. ନରସିଂହ, ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ମାନ୍ୟବର ଅଶୋକ କୁମାର ପରିଜା ଏବଂ ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜ୍ ଶ୍ରୀଯୁକ୍ତ ରାମଶଙ୍କର ହୋତା ସମ୍ମାନିତ ଅତିଥି ଏବଂ ଯୋଗେଶ କୁମାର ସିଂ, ନେସନାଲ ଲ’ ୟୁନିଭରସିଟିରର ପ୍ରଧ୍ୟାପକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ଉତ୍ସବ ପ୍ରାରମ୍ଭରେ ମାନ୍ୟବର ଅତିଥିବୃନ୍ଦ ଓକିଲ ସଂଘ ପରିସର ମଧ୍ୟରେ ଥିବା ମଧୁବାବୁ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ଉତ୍ସବରେ ୨୦ଜଣ ବରିଷ୍ଠ ଓକିଲଙ୍କୁ ମଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ୯ଜଣ ଆଇନ୍ଜୀବୀମାନଙ୍କୁ…
Author: Samikhsya Bureau
ନୂଆଦିଲ୍ଲୀ: ବର୍ତ୍ତମାନର ଭୌଗଳିକ-ରାଜନୈତିକ ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନାକୁ ଅଳ୍ପ ସମୟ ମଧ୍ୟରେ କଠିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ବାୟୁସେନା ମୁଖ୍ୟ ଗୁରୁବାର ଦିନ ଏକ ସମ୍ମିଳନୀରେ କହିଛନ୍ତି ଯେ, ପୂର୍ବ ଲଦାଖ ପରି ଅଞ୍ଚଳରେ ସ୍ୱଳ୍ପ ସମୟରେ ଏବଂ ଦୀର୍ଘ ଦିନର ମୁକାବିଲା ପାଇଁ ଏହି ଫୋର୍ସ ପ୍ରସ୍ତୁତ ହେବା ଆବଶ୍ୟକ। ଉତ୍ତର ସୀମାରେ ଭାରତର ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଏୟାର ଚିଫ୍ ମାର୍ଶଲ ଚୌଧୁରୀ କହିଛନ୍ତି ଯେ, ସମସ୍ତ ସମ୍ଭାବ୍ୟ ସୁରକ୍ଷା ଆହ୍ଵାନ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ହେବା ଆବଶ୍ୟକ। ସେ କହିଛନ୍ତି, “ବଳ, ସ୍ଥାନ ଏବଂ ସମୟର କ୍ରମାଗତତା ମଧ୍ୟରେ ଆମକୁ ସ୍ୱଳ୍ପ ମିଆଦି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡିବ ଏବଂ ପୂର୍ବ ଲଦାଖରେ ଆମେ ଯାହା ଦେଖୁଛୁ ସେପରି ଦୀର୍ଘସ୍ଥାୟୀ ବିବାଦ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ।
ଭୁବନେଶ୍ବର: ଆଜି ବି ଜଳୁଛି ସମଗ୍ର ଓଡିଶା। ପ୍ରଚଣ୍ଡ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ସକାଳ ୧୧ ଟା ୩୦ ସୁଧା ରାଜ୍ୟର ଅନେକ ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି। ଏହି ସମୟରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ ପହଞ୍ଚିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରହିଛି। ସେହିଭଳି କେନ୍ଦୁଝରରେ ୩୯.୬ ଡିଗ୍ରୀ ଓ ସମ୍ବଲପୁରରେ ୩୯.୨ ଡିଗ୍ରୀ ସେଲସିୟସ ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ନିଃସହାୟ ଲୋକ ମାନଙ୍କୁ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଥାନ୍ତି। ଅନେକ କ୍ଷେତ୍ରରେ ଏହି ନିଃସହାୟ ଗରିବ ନୀରିହ ଲୋକମାନଙ୍କୁ ସେହି ସରକାରୀ ସହାୟତା ଉପରେ ଲାଭଖୋର ଅସାଧୁ ବ୍ୟବସାୟୀ, ଅସାଧୁ କର୍ମଚାରୀ, କୋଟିପତି ରାଜନେତା ମାନଙ୍କ ଲୋଲୁପ ଦୃଷ୍ଟି ପଡି ସେମାନଙ୍କୁ ସେହି ପୂର୍ବ ସ୍ଥିତିରେ ରହିବାକୁ ବାଧ୍ୟ କରାଇଥାନ୍ତି। ଯାହାଫଳରେ ସରକାରୀ ଯୋଜନାର ସଫଳ ରୁପାୟନ ହୋଇପାରୁନଥିବାର ଅନେକ ଉଦାହରଣ ମାନ ରହିଛି। ସରକାର ଗରିବ, ନୀରିହ, ନିଃସହାୟ ବାସଗୃହ ହୀନ ପରିବାରକୁ ବସୁନ୍ଧରା ଯୋଜନା ଭଳି ଯୋଜନାରେ ୪ ଡିସମିଲ ଘରଡିହ ଜମି ଯୋଗାଇ ଦେଉଥିବା ବେଳେ କୋଟିପତି ରାଜନେତାମାନେ କଳେବଳେ କୌଶଳେ ସେହି ଜମିକୁ ନିଜ ଅକ୍ତିଆରରେ କରାଇନେଉଥିବା ଏକ ସଙ୍ଗୀନ ଅଭିଯୋଗ କଳାହାଣ୍ଡି ଜିଲ୍ଲା କୋକସରା ତହସିଲରେ ଆସିଛି। ସରକାର ବିଭିନ୍ନ ସମୟରେ ବାସଗୃହ ହୀନ ପରିବାରର ଗଣନା କରାଇ…
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତିନି ଦିନିଆ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। କିନ୍ତୁ ସେଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଦିନାର ମସଜିଦ-ଏ-ନବାବୀ ଠାରେ ସେମାନଙ୍କୁ ଚୋର ବୋଲି କହି ସ୍ଲୋଗାନ ଦିଆଯାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶହ ଶହ ଲୋକ “ଚୋର ଚୋର” ସ୍ଲୋଗାନ ଦେଉଥିବାର ଦେଖାଯାଇଛି। ଯେତେବେଳେ ସେମାନେ ମସଜିଦ-ଇ-ନବାବୀକୁ ଆସୁଥିଲେ, ସେତେବେଳେ ଏହି ସ୍ଲୋଗାନଗୁଡ଼ିକ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଏହି ଘଟଣା ପରେ ସ୍ଲୋଗାନ ଲଗାଉଥିବା ଲୋକମାନଙ୍କୁ ପୋଲିସ ଗିରଫ କରିଛି।
ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ସକାଳ ଆଠଟାରୁ ଆରମ୍ଭ ହୋଇ ଦିନ ଦଶଟା ପର୍ଯ୍ୟନ୍ତ ଚାଲିଥିଲା। ଏଥର ବୋର୍ଡ ତରଫରୁ ୩ ହଜାର ୫୪୦ଟି କେନ୍ଦ୍ର କରାଯାଇଛି। ଏଥିରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରିକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଇଛନ୍ତି। ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪ ହଜାର ୪୪୩ ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କରିବା ପାଇଁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାଡ୍ ଗଠନ କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର…
ନୂଆଦିଲ୍ଲୀ: ଶାହବାଜ ସରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାର କିଛି ଦିନ ପରେ ଭାରତ କହିଛି ଯେ, ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆତଙ୍କବାଦ ମୁକ୍ତ ପରିବେଶରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରିବ ଏବଂ ଏହି ବାତାବରଣ ସୃଷ୍ଟି କରିବା ଇସଲାମାବାଦର ଦାୟିତ୍ଵ ରହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହା ମଧ୍ୟ କହିଛନ୍ତି ଯେ, କରାଚିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଆତଙ୍କବାଦ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକତାକୁ ସୂଚିତ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏଭଳି ଆକ୍ରମଣକୁ ନିନ୍ଦା କରୁଛି। ବାଗଚି ସରିଫଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏହା ଉପରେ ପାକିସ୍ତାନର କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବାଗଚି କହିଛନ୍ତି ଯେ, ଯେଉଁଠାରେ ବି ଆତଙ୍କବାଦ ଆକ୍ରମଣ ଘଟେ, ଆମେ ତାହାକୁ ନିନ୍ଦା କରୁଛୁ। ଆତଙ୍କବାଦ ବିରୋଧରେ ସବୁ…
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୭୭ ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। କରୋନାର ଏହି ନୂତନ ମାମଲାଗୁଡ଼ିକର ପଞ୍ଜୀକରଣ ପରେ ବର୍ତ୍ତମାନ ଏହି ସଂଖ୍ୟା ୪ କୋଟି ୩୦ ଲକ୍ଷ ୭୨ ହଜାର ୧୭୬ ରେ ପହଞ୍ଚିଛି। ଏହା ସହିତ ସାରା ଦେଶରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୩ ହଜାର ୭୫୩ କୁ ବୃଦ୍ଧି ପାଇଛି। ଯଦି ଆମେ ଦେଶରେ ସକ୍ରିୟ ମାମଲା ସଂଖ୍ୟାକୁ ଦେଖିବା, ବର୍ତ୍ତମାନ ୧୭ ହଜାର ୮୦୧ ରୋଗୀ ସକ୍ରିୟ ଅଛନ୍ତି। ସେହିଭଳି, ଏପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷ ୩୦ ହଜାର ୬୨୨ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି।
ନୂଆଦିଲ୍ଲୀ: ଆପଣ ଏପରି କିଛି ପଦକ୍ଷେପ ଗ୍ରହଣ କରିପାରିବେ, ଯାହା ଦ୍ଵାରା ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିପାରିବେ। ପ୍ରଥମ ସମାଧାନ ହେଉଛି ପରିଷ୍କାର ପରିଚ୍ଛନ୍ନତା। ଯେଉଁଠାରେ ଘରେ ପରିଷ୍କାରତା ଅଛି, ଲକ୍ଷ୍ମୀ ସ୍ୱୟଂଚାଳିତ ଭାବରେ ସେଠାରେ ରୁହନ୍ତି। ସକାଳ ଓ ସନ୍ଧ୍ୟାରେ ଘରକୁ ସୁଗନ୍ଧିତ କରିବା ପାଇଁ, କିଛି ସୁଗନ୍ଧିତ ଜିନିଷ ଜଳାନ୍ତୁ। ଲକ୍ଷ୍ମୀ ପ୍ରାପ୍ତି କରିବାର ତୃତୀୟ ଉପାୟ ହେଉଛି ଶାନ୍ତି ବଜାୟ ରଖିବା ଏବଂ ଘରେ ପ୍ରେମ ସୃଷ୍ଟି କରିବା।
ଭୁବନେଶ୍ବର: ଆଜି ୧୧ ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ତାତି ରହିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 29 ଏପ୍ରିଲ୍ 2022 ରେ ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍) ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଚାରିଟି କ୍ଷେତ୍ର – ସ୍କୁଲ ଶିକ୍ଷା, ଶିଶୁ ମାନଙ୍କର ପ୍ରାରମ୍ଭିକ ଯତ୍ନ ଓ ଶିକ୍ଷା (ଇସିସିଇ), ଶିକ୍ଷକ ଶିକ୍ଷା ଏବଂ ପ୍ରୌଢ଼ ଶିକ୍ଷାରେ ଜାତୀୟ ପାଠ୍ୟକ୍ରମର ରୂପରେଖ (ଏନସିଏଫ୍) ବିକଶିତ କରିବାର ସୁପାରିଶ୍ କରିଛନ୍ତି। ଏହି ଅବସରରେ କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ବଥନାରାୟଣ ସି.ଏନ., କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡା. ବି.ସି. ନାଗେଶ, ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଡା. କେ. କସ୍ତୁରିରଙ୍ଗନ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ନିର୍ଦ୍ଦେଶକ ପ୍ରଫେସର…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଦିନିଆ ନୂଆଦିଲ୍ଲୀ ଗସ୍ତ କରିବେ। ସେ ଆସନ୍ତାକାଲି ନୂଆଦିଲ୍ଲୀରେ ଆୟୋଜିତ ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତର ମୁଖ୍ୟ ବିଚାରପତି ଏବଂ ପ୍ରଧାନମନ୍ତ୍ରୀ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଅନୁସାରେ ଆଜି ଦିନ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ। ୩୦ ତାରିଖରେ ବିଚାରପତି ସମ୍ମିଳନୀ, ୧ ତାରିଖରେ କୌଣସି ସରକାରୀ କାର୍ୟ୍ୟକ୍ରମ ନ ଥିବା ବେଳେ ୨ ତାରିଖରେ ସେ ଓଡିଶା ପ୍ରକଳ୍ପ ଉପରେ ସମୀକ୍ଷା କରିବେ। ସେ ଆସନ୍ତା ୩ ତାରିଖରେ ଭୁବନେଶ୍ବର ଫେରିବେ।
ଚାଣକ୍ୟ ନିତୀ: ମହିଳାମାନଙ୍କର ବିବାହ ପାଇଁ ଗୁଣ କିପରି ରହିବା ଉଚିତ୍, କେଉଁ ପ୍ରକାରର ମହିଳାଙ୍କୁ ବିବାହ କରିବା ଉଚିତ୍, ତାହା ଚାଣକ୍ୟ ନିତୀରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ମହିଳାଙ୍କ ଗୁଣ ପରୀକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ପୁରୁଷମାନଙ୍କ ସହିତ ମହିଳାମାନଙ୍କର ମଧ୍ୟ ଧର୍ମ ଏବଂ କର୍ମରେ ବିଶ୍ୱାସ ରହିବା ଆବଶ୍ୟକ। ଚାଣକ୍ୟ ନିତୀରେ କୁହାଯାଇଛି ଯେ, ଯଦି ମହିଳାଙ୍କ ସୌନ୍ଦର୍ଯ୍ୟ ଆଧାରରେ ବିବାହର ନିଷ୍ପତ୍ତି ନିଆଯାଇଛି, ତେବେ ଏହା ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଗୁଣ ପରୀକ୍ଷା କରାଯିବା ଉଚିତ୍। ଅପରପକ୍ଷେ, ଜୀବନ ସାଥୀ ବାଛିବାବେଳେ ମହିଳାମାନେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଜଣେ ମହିଳାଙ୍କୁ ସର୍ବଦା ବିବାହ କରିବା ଉଚିତ୍ ଯିଏ ସ୍ୱଇଚ୍ଛାରେ ବିବାହ ପାଇଁ ପ୍ରସ୍ତୁତ। ବାଧ୍ୟତାମୂଳକ ବିବାହ ଭବିଷ୍ୟତରେ ଅନେକ ସମସ୍ୟା…
ମେଷ: ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ। ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ। କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ। ମଧ୍ୟାହ୍ନ ଭୋଜନ ପରେ ଭଲ ଟ୍ରେଣ୍ଡ ଅଛି। ତେଣୁ ମଧ୍ୟାହ୍ନ ପରେ ମାନସିକ ସ୍ଥିତି ହ୍ରାସ ପାଇବ। ଲେଖା କିମ୍ବା ସାହିତ୍ୟିକ ପ୍ରବୃତ୍ତି ପ୍ରତି ବିଶେଷ ଆଗ୍ରହ ରହିବ। ବ୍ୟବସାୟରେ ବିକାଶ ସହିତ ନୂତନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ତଥାପି, ଆପଣଙ୍କୁ ଉଚ୍ଚ ପଦାଧିକାରୀଙ୍କ ସହ ଯୁକ୍ତିତର୍କ କରିବାକୁ ପଡିବ ନାହିଁ। ବୃଷ: ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ଭଲ ପୋଷାକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ତାଙ୍କର ଦୁଇ ଦିନିଆ ବଲାଙ୍ଗିର ଗସ୍ତ ପରିପ୍ରେକ୍ଷୀରେ ସେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୃଷି-ବ୍ୟବସାୟିକ, ଅଣୁ. କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଜଳ ରଣାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଲୋଚନାରୁ ଜଣାପଡିଛି ଯେ, ଜିଲ୍ଲାରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡିକ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା), ପି.ଏମ.ଇ.ଜିପି ଓ ପି.ଏମ୍.ଏଫ୍.ଏମ.ଇ ଯୋଜନାରୁ ସହାୟତା ପାଉଛନ୍ତି। କୁକୁଡା ଫାର୍ମ, ଲେୟାର ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ ଓ କଟନ ଗିନିଂ ୟୁନିଟ୍ ଗୁଡିକ ଜିଲ୍ଲାରେ ଭଲ ଅଗ୍ରଗତି କରୁଥିବା ଦେଖାଦେଇଛି। ଗୋଟିଏ ବୈଦ୍ୟୁତିକ ଯାନ ନିର୍ମାଣକାରୀ ୟନିଟ୍ ମଧ୍ୟ…
ଭୁବନେଶ୍ବର: ଆଜି ଏ ବର୍ଷ ରାଜ୍ୟର ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୫ ଡ଼ିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ସେହିପରି ଆଜି ୮ ସହର ରେ ତାତି ୪୪ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ୨୫ ସହରରେ ତାତି ୪୦ ଡ଼ିଗ୍ରୀ କିମ୍ବା ଅଧିକ ଉପରେ ରେକର୍ଡ ହୋଇଛି ସେହିପରି ୧୩ ସହର ରେ ତାତି ୪୩ ଡ଼ିଗ୍ରୀ ଉପରେ ତାପମାତ୍ରା ରହିଛି। ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ।
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ଏଥର ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଅଛନ୍ତି। ଗୁରୁବାର ଦିନ ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ହୋଇଛି। ଆଜି ପ୍ରଥମ ଭାଷା ଓଡିଆ ପରୀକ୍ଷା ଥିଲା। ସେହିପରି ୯ ତାରିଖରେ ରହିଛି ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା। ଏଥର ପରିଷଦ ତରଫରୁ ୧୧୩୩ଟି କେନ୍ଦ୍ର ସାରା ଓଡିଶାରେ କରାଯାଇଛି। ଏଥିପାଇଁ ୨୦୨ ଟି ପରୀକ୍ଷା ପରିଚାଳନା ହବ ବା ନୋଡାଲ ସେଣ୍ଟର କରାଯାଇଛି। ଏଥର କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ମଧ୍ୟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ହଲ ଭିତରକୁ କୌଣସି ଇଲଟ୍ରୋନିକ୍ସ ଉପକରଣ ନେବା ପାଇଁ ବାରଣ କରାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଆଜି ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲ୍ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି। ‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା। ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା ଅବତରଣ ଓ ଅନ୍ୟାନ୍ୟ ବିଷୟ ନିର୍ଦ୍ଧାରିତ ହୋଇଥାଏ। ସଂକ୍ଷେପରେ ଏହା ଏଲ୍ପିଭି ଆପ୍ରୋଚ ପ୍ରସିଡିଓର ଭାବେ ପରିଚିତ। ଏଥିରେ ଆଜି ହାଲ୍କା ବିମାନର ପରୀକ୍ଷାମୂଳକ ଉଡାଣ କରାଯାଇଥିଲା। ବାୟୁ ପରିବହନ ସେବା (ଏଏନ୍ଏସ୍) କ୍ଷେତ୍ରରେ ଭାରତ ପାଇଁ ଏହା ଏକ ବିରାଟ ସଫଳତା। ବେସାମରିକ ବିମାନ ଉଡାଣ ଇତିହାସରେ ଏହା ଏକ ମାଇଲଖୁଣ୍ଟ। ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ। ଏଲ୍ପିଭି (ଲୋକାଲାଇଜର ପରଫରମାନ୍ସ ଉଇଥ ଭର୍ଟିକାଲ ଗାଇଡାନ୍ସ)ର ବିଶେଷତ୍ୱ ହେଲା ଏହା ବିମାନକୁ ଉତ୍ଥାନ, ଉଡାଣ ଓ ଅବତରଣ…
ଅନୁଗୁଳ/ଭୁବନେଶ୍ବର: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର ମିଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍ ଉଦଘାଟିତ ହୋଇଛି। ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ଟିଏମଟି ରିବାର ମିଲ ବିଶ୍ବର ସର୍ବବୃହତ ତଥା ଅତ୍ୟାଧୁନିକ ରିବାର ମିଲ୍ ମଧ୍ୟରୁ ଅନ୍ୟତମ। ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା ଏବଂ ଇସ୍ପାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଡି. କେ. ରସ୍ତୋଗୀ ଏହି ଅବସରରେ ଉପସ୍ଥିତ ରହି ପ୍ଲାଣ୍ଟ ପରିସରରେ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରସିକା ଚୌବେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ବୃହତ…
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଯାତ୍ରା ଆଉ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପଦଯାତ୍ରା ବର୍ତ୍ତମାନ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଂଗ ରହିଛି। ପୂର୍ବରୁ ବିଭିନ୍ନ ମଞ୍ଚ ଶ୍ରୀମନ୍ଦିର ସୁରକ୍ଷା ପଦଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ହେଲେ ପ୍ରଶାସନ ଅନୁମତି ନ ମିଳିବାରୁ ସେସବୁ ସ୍ଥଗିତ ହେଲା। ଏହି ପଦଯାତ୍ରାର ପ୍ରମୁଖ ଭାଗରେ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତାଙ୍କ ଏପରି ଶୋଭାଯାତ୍ରା ଦେଖି ତାଙ୍କର ଖୋଦ ବିଜେପି ନେତାଙ୍କ ଅକଲଗୁଡୁମ ହୋଇଯାଇଥିଲା। କାରଣ ସେ ଯଦି ଏପରି ଏକ ଶୋଭାଯାତ୍ରା କରିବେ ଏବଂ ଲୋକଙ୍କର ସମର୍ଥନ ମିଳିଯିବ ତେବେ ତାଙ୍କର ମାଇଲେଜ ବଢିଯିବ। ସେ ନେଇ ଦିଲ୍ଲାରେ ଚାଲିଲା ଘଣ୍ଟାଚକଟା। ଆଉ ଶେଷରେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପ ପକାଇବାରେ ଏମାନେ ସକ୍ଷମ ହେଲେ। ଆଉ ଅପରାଜିତାଙ୍କ ପଦଯାତ୍ରା ଉପରେ ଲାଗିଲା ରୋକ। ଏହାକୁ ନେଇ ଅପରାଜିତା ଏବଂ ତାଙ୍କ ଶିବିରରେ ଭାଳେଣି ପଡିଲା। ବିଶେଷ ସୁତ୍ର ଅନୁଯାୟୀ…
ଭୁବନେଶ୍ୱର: ବର୍ତ୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ ବୋଲି ମତ ବ୍ୟକ୍ତ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ। ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍ଫ୍ଲୁଏନ୍ସ ୨୦୨୨”ର ଉଦ୍ଘାଟନ କରିବା ଅବସରରେ ଡଃ ସାହୁ କହିଛନ୍ତି ଯେ କୋଭିଡ ମହାମାରୀ ଘର ଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କୁ ଘରମୁହାଁ କରିଛି ଏବଂ ଚାଷ କାର୍ଯ୍ୟ ପ୍ରତି ସେମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। ଏହା କୃଷି କ୍ଷେତ୍ର ପାଇଁ ଖୁବ୍…

