ଭୁବନେଶ୍ୱର : ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇ ରୁଜୁ ହୋଇଥିବା ମିଛ କେସ୍କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବୁକ୍ ସର୍କୁଲାର୍ – ୪୭ ର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ପ୍ରଦର୍ଶନକୁ ଆଧାର କରି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ରୁଜୁ କରିଥିଲେ। କିନ୍ତୁ ସରକାରଙ୍କ ପରୋକ୍ଷ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ। ଅନ୍ୟପକ୍ଷରେ ତା’ପରଦିନ…
Author: Samikhsya Bureau
ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତିର ମହାନ କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟାରୁ ଚାଷୀ ତାର ଚାଷ କ୍ଷେତ୍ରରେ ଚାଷ କାମର ଶ୍ରୀ ଗଣେଷ କରିଥାଏ। ଆଜିଠାରୁ କ୍ଷେତ ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ସେହି ଅନୁଯାୟୀ ପ୍ରସ୍ତୁତ ରହିବା ଦରକାର। ରାଜ୍ୟ ସରକାର ଠିକଣା ସମୟରେ ଚାଷୀ ପାଖରେ ବିହନ, ସାର ଓ କୀଟନାଶକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କୃଷିଜାତକ ସାମଗ୍ରୀ ପଂହଚାଇ ପାରୁ ନାହାନ୍ତି। ଆଜି ଅକ୍ଷିମୁଠି ଅନୁକୂଳ କରି ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ ବହୁ କୃଷକକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଅନୁରୁପ ଭାବେ ରାଜ୍ୟ ସରକାର ମଧ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଓ ତାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆଗେଇ ଆସିବାକୁ ରାଜ୍ୟ…
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼େନମାର୍କରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ମୋଦି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇଥିଲେ। ସେଠାରେ ମେଟ୍ ମୋଦୀଙ୍କୁ ତାଙ୍କ ବାସଭବନ ବୁଲାଇ ଦେଖାଇଥିଲେ। ତାଙ୍କ ବାସଭବନରେ ଲାଗିଥିବା ଓଡିଶାର ଏକ ପଟ୍ଟଚିତ୍ରକୁ ମେଟ୍ ମୋଦିଙ୍କୁ ଦେଖାଇଥିଲେ। ଏଥିରେ ମୋଦି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ମେଟ କହିଥିଲେ ଯେ ସେ ଯେତେବେଳେ ଭାରତ ଗସ୍ତ ଆସିଥିଲେ ସେତେବେଳେ ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲା। ଏହି ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅଳ୍ପ ସମୟ ପାଇଁ ଆଲୋଚନା ହୋଇଥିଲା। ଏହି ପଟ୍ଟଚିତ୍ରଟି ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡ଼ିଶାର ପଟ୍ଟଚିତ୍ର ବୋଲି ମୋଦି କହିଥିଲେ।
କଟକ: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲଷ୍ମୀନାରାୟଣପୁର ଏବଂ ତିଗିରିଆ ବ୍ଲକର ପାଞ୍ଚଗାଁ ଅନ୍ତର୍ଗତ ତେନ୍ତୁଳିରଗଡି ଗ୍ରାମରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। କୃଷିଭିତ୍ତିକ ପର୍ଵ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏ ବର୍ଷର ଚାଷ କାର୍ଯ୍ୟ ଚାଷୀଭାଇମାନଙ୍କ ପାଇଁ ଅନୁକୂଳ ହେଉ ଵୋଲି କାମନା କରିଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୦ ର ତାଙ୍କର ଏକ ଭାଷଣ ସେୟାର କରିଛନ୍ତି ଯେଉଁଥିରେ ସେ ଜଗଦଗୁରୁ ବାସେବେଶ୍ୱରଙ୍କ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ବାସବ ଜୟନ୍ତୀଙ୍କର ପବିତ୍ର ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ। ୨୦୨୦ ର ମୋର ଏକ ଭାଷଣ ସେୟାର କରିଛି ଯେଉଁଥିରେ ମୁଁ ଜଗଦଗୁରୁ ବାସବେଶ୍ୱରଙ୍କ ବିଷୟରେ କହିଥିଲି।”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଫିତରର ଶୁଭ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ଇଦ୍-ଉଲ୍-ଫିତରରେ ଶୁଭେଚ୍ଛା। ଏହି ଶୁଭ ଉତ୍ସବ ଆମ ସମାଜରେ ଏକତା ଏବଂ ଭାଇଚାରାର ଆବେଗକୁ ବଢାଇବ। ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ କରନ୍ତୁ।
ଭୁବନେଶ୍ୱର : କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମଣିଜୋରି ଗ୍ରାମ କୃଷକ ମନ୍ଦିରରେ ଏକ ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଚାଷୀମାନଙ୍କ ଜୟ ଯବାନ, ଜୟ କିଷାନ ଧ୍ୱନିରେ ଅଞ୍ଚଳଟି ପ୍ରକମ୍ପିତ ହୋଇଥିଲା । ସକାଳୁ ଚାଷୀମାନେ କୃଷକ ମନ୍ଦିରରୁ ଅଖିମୁଠି ଧରି ବିଲକୁ ନେବା ସହ ବିଲରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ଯୋଗଦେଇ କହିଲେ ଯେ, ଭାରତର ପ୍ରଥମ କୃଷକ ମନ୍ଦିର ମାହାଙ୍ଗାର ମଣିଜୋରି ଗ୍ରାମରେ ପ୍ରତିଷ୍ଠା କରିଥିବାରୁ ଏହାର ପ୍ରତିଷ୍ଠାତା ପ୍ରତାପ କୁମାରଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ କୃଷକ ମନ୍ଦିର ଅଶୀର୍ବାଦରୁ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି । ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଯେ…
ମୁମ୍ବାଇ: ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ଶ୍ରୀଦେବୀ କନ୍ୟା ଜାହ୍ନବୀ କାପୁରକୁ ନେଇ ପୁଣି ଆସିଛି ଆଉ ଏକ ଚର୍ଚ୍ଚା। ତାହା ହେଲା ତାଙ୍କର ଧଳା ରଂଗର ପୋଷାକକୁ ନେଇ। ଜାହ୍ନବୀ ନିଜର ଦୈନ୍ୟନ୍ଦିନ ଜିମ୍ ସାରି ବାହାରକୁ ଯାଉଥିଲେ। ଏହି ସମୟରେ ସେ ଏକ ଧଳା ଟପ୍ ଏବଂ ଟ୍ରାଉଜର ପିନ୍ଧିଥିଲେ। ବାହାରେ କ୍ୟାମେର ଦେଖି ସେ ଡରିଯାଇଥିଲେ। କାଳେ ପୋଷାକ ପିନ୍ଧାରେ କିଛି ଅସୁବିଧା ହୋଇଥିବ ସେ ପ୍ରଥମେ ଲୁଚିଲେ। ପରେ ବାହାରକୁ ଆସି ଗାଡିରେ ବସିଲେ। ମୁଖ୍ୟତଃ ଜାହ୍ନବୀ କପୁର ତାଙ୍କ ସୁନ୍ଦର ଶୈଳୀ ଏବଂ ଭଲ ଚେହେରାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ଲୁକ୍ ପ୍ରତ୍ୟେକ ଥର ଚମତ୍କାର ଦେଖାଯାଏ। ଜିମୟାର୍ ହେଉ କିମ୍ବା ପାରଂପାରି ପୋଷାକ ହେଉ କିମ୍ବା ଅତ୍ୟାଧୁନିକ ପୋଷାକ। ଜାହ୍ନବୀ ପ୍ରତ୍ୟେକ ଲୁକରେ ସୁନ୍ଦର ଦେଖାଯାଇଥାନ୍ତି। ଜାହ୍ନବୀ କପୁର ତାଙ୍କର ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ସର୍ବଦା ଲାଇମଲାଇଟ୍ ରେ ରୁହନ୍ତି।
ଭୁବନେଶ୍ବର: ହିନ୍ଦୁ ଧର୍ମରେ ଗଂଗା ସପ୍ତମୀ ଏକ ବଡ ପର୍ବ ଭାବେ ପରିଗଣିତ ହୋଇଛି। ଏହା ଓଡିଶାରେ ବିଶେଷ ଭାବେ ପାଳିତ ହେଉ ନ ଥିଲେ ମଧ୍ୟ ଦେଶର ଅନ୍ୟ ଭାଗରେ ଏହା ପାଳିତ ହେଉଛି। ମୁଖ୍ୟତଃ ବୈଶାଖ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥୀରେ ଏହି ପର୍ବ ପଡିଥାଏ। ସେହି ଅନୁସାରେ ଏଥର ଆସନ୍ତା ଆଠ ତାରିଖ ରବିବାର ଦିନ ପଡୁଛି। ପୌରାଣିକ ତଥ୍ୟ ଅନୁସାରେ ଏହିଦିନ ମାତା ଗଙ୍ଗା ସ୍ବର୍ଗରୁ ଆସି ଦେବ ଦେବ ମହାଦେବଙ୍କ ମୁଣ୍ଡରେ ସ୍ଥାପନ ହୋଇଥିଲେ। ସେଥିପାଇଁ ଏହାକୁ ଗଂଗା ସପ୍ତମୀ ବା ଗଙ୍ଗା ଦଶହରା ନାମରେ ନାମିତ କରାଯାଇଛି। ଏହିଦିନ ଗଂଗା ନଦୀରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି।
କଟକ: ସେ ହେଉଛନ୍ତି କଟକର ଡେପୁଟି ମେୟର। ତାଙ୍କ ନାମ ହେଲା ଦମୟନ୍ତି ମାଝି। ସେ କଟକ ଜଗତପୁର ବସ୍ତିରେ ରହୁଛନ୍ତି। ଗତକାଲି ତାଙ୍କ ଘରେ ଇଡକୋ ତରଫରୁ ନୋଟିସ ମରାଯାଉଛି। ସେଥିରେ ଉଲ୍ଲେଖ ରହିଛି ଯେ, ତାଙ୍କ ଘର ଉଚ୍ଛେଦ କରାଯିବ। ବସ୍ତି ଉଚ୍ଛେଦ ପକ୍ରିୟାରେ ତାଙ୍କ ଘର ମଧ୍ୟ ସାମିଲ ରହିଛି। ଏପରି ନୋଟିସ ପାଇବା ପରେ କଟକ ରାଜନୀତି ବେଶ ସରଗରମ ହୋଇପଡିଛି। ଦମୟନ୍ତି କମ ବୟସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେପୁଟି ମେୟର କରିଛନ୍ତି। ଅଳ୍ପ ଦିନ ତଳେ ସେ ଶପଥ ନେଇଛନ୍ତି। ଏପରି ପରିସ୍ଥିତିରେ ଇଡକୋ ତରଫରୁ ଏହି ନୋଟିସ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ପରିସ୍ଥିତିକୁ ଥଣ୍ଡା କରିବା ପାଇଁ କଟକ ମେୟର ସୁବାସ ସିଂ ସାମାନ୍ୟ ପାଣି ଢାଳିଛନ୍ତି। ସେ କହିଛନ୍ତି ଯେ, ବସ୍ତି ଉଚ୍ଛେଦକୁ ଆମେ ଘୋର ବିରୋଧ କରୁ। ଡେପୁଟି ମେୟର ଏବଂ ସେହି…
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଆସାମ ଏବଂ ମିଜୋରାମ ଗସ୍ତରେ ଯାଉଛନ୍ତି। ସେ ଆସାମର ତମୁଲପୁରରେ ବୋଡୋ ସାହିତ୍ୟ ସଭାର 61 ତମ ବାର୍ଷିକ ସମ୍ମିଳନୀରେ ରାଷ୍ଟ୍ରପତି ସମ୍ବୋଧିତ କରିବେ। ସେ ଗୁଆହାଟିରେ ଉତ୍ତର ପୂର୍ବ ମହୋତ୍ସବ କାର୍ଯ୍ୟରେ ସାମିଲ ହେବେ। ଯାହା କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ଆୟୋଜିତ ହୋଇଛି। ଗୁରୁବାର ଦିନ ରାଷ୍ଟ୍ରପତି ଆଇଜୱାଲରେ ମିଜୋରାମ ବିଶ୍ୱବିଦ୍ୟାଳୟର 16 ତମ ସମ୍ମିଳନୀକୁ ସମ୍ବୋଧିତ କରିବେ।
ଭୁବନେଶ୍ବର: ଓୟୁଜେର ଶ୍ରମିକ ଦିବସ ସମାରୋହରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଭୁବନେଶ୍ୱର, ୨.୫ : ବୀମାରାଶି ବୃଦ୍ଧି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମେତ ସାମ୍ବାଦିକମାନେ ଉଠାଇଥିବା ସମସ୍ତ ନ୍ୟାୟୋଚିତ ଦାବିର ଯଥାର୍ଥତା ରହିଛି । ଏସବୁକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରମିକ ଦିବସ ଅବସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ରବିବାର ସନ୍ଧ୍ୟାରେ ଓୟୁଜେ ଭବନ ପରିସରରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ସାମ୍ବାଦିକ ଓ ସମ୍ବାଦପତ୍ର କର୍ମଚାରୀମାନଙ୍କ ଲାଗି ଇ.ଏସ୍.ଆଇ ଚିକିତ୍ସା ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆଲୋଚନା କରିବେ। ସମ୍ପ୍ରତି ସମ୍ବାଦିକତା…
ଭୁବନେଶ୍ବର : ଆସନ୍ତା 9 ତାରିଖରେ ଦଳର ସମସ୍ତ ବିଧାୟକମାନେ ଦିଲ୍ଲୀରେ ହାଜର ହୁଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛି ଏଆଇସିସି। ଫଳରେ କଂଗ୍ରେସ ବିଧାୟକମାନେ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରୁଥିବାର ଜଣାପଡିଛି। ଏ ନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏଥିରେ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ଫଳରେ ପରବର୍ତ୍ତି ସଭାପତି କିଏ ହେବ ସେ ନେଇ ଚାଲିଛି ଆଲୋଚନା। ଏହିପରି ଏକ ସ୍ଥିତିରେ ବିଧାୟକଙ୍କୁ ଦିଲ୍ଲୀ ଡକରା ଏହି ଚର୍ଚ୍ଚାକୁ ଆହୁରି ଜୋର କରିଛି।
ବିଶ୍ବବିଜୟୀ ଦାଶ ସବୁ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି।କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ।ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ।ଏହାକୁ ଅକ୍ଷିମୁଠି କହନ୍ତି। ସେହିପରି ଏହି ଦିନ ଓଡିଆଙ୍କ ଇଷ୍ଟଦେବ…
ନୂଆଦିଲ୍ଲୀ: କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀଙ୍କ ପାର୍ଟିର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାହୁଳ ଗାନ୍ଧୀ ଏକ କ୍ଲବରେ ଛିଡା ହୋଇ ମୋବାଇଲ ଦେଖୁଥିବାର ଦେଖାଯାଇଛି। ତାଙ୍କ ପାଖରେ ଜଣେ ଯୁବତୀ ମଧ୍ୟ ରହିଛନ୍ତି। ସେ ସେହି ଯୁବତୀ ସହିତ କଥାବାର୍ତ୍ତା ମଧ୍ୟ ହେଉଛନ୍ତି। ଏହି ଭିଡିଓଟି ବିଜେପି ମୁଖପାତ୍ର ଅମିତ ମାଲବୀୟ ତାଙ୍କ ଟୁଇଟରରେ ଦେବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଅମିତ ମାଲବ୍ୟ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ଯେତେବେଳେ ଦେଶରେ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି, ସେତେବେଳେ ତାହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେପାଳର ନାଇଟ କ୍ଲବରେ ରାତି ବିତାଉଛନ୍ତି। ମାଲବ୍ୟ ଏପରି ଉଲ୍ଲେଖ କରିବା ପରେ ଦଳୀୟ କର୍ମିମାନେ ତାହାକୁ ଭାଇରାଲ କରିବାରେ ଲାଗିଛନ୍ତି। ଏହା ଉପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି। ବଡଖବର: ପ୍ରଧାନମନ୍ତ୍ରୀଙ୍କୁ ବର୍ଲିନରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ୟୁରୋପ ଗସ୍ତରେ ଯାଇ ପ୍ରଥମେ ଜର୍ମାନୀରେ ପହଁଚିଥିଲେ। ଜର୍ମାନୀ ରାଜଧାନୀ ବର୍ଲିନରେ ମୋଦୀଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ବିଶେଷ କରି ପ୍ରବାସୀ ଭାରତୀୟ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରିଥିଲେ। ତେବେ ଏହି ଉତ୍ସବକୁ ନେଇ ବର୍ତ୍ତମାନ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବର୍ଲିନ ସହରରେ ମୋଦୀ ବାଜା ବଜାଇ ନୃତ୍ୟ ପରିବେଷଣ କରାଯାଇ ଏହି ସ୍ବାଗତ ବେଳେ ଜଣେ ଏକ ଗେରୁଆ ପତାକା ଧରି ନାଚୁଥିବାର ଦେଖାଯାଇଥିଲା। ଜାତୀୟ ପତାକା ପରିବର୍ତ୍ତେ ଏପରି ଗେରୁଆ ପତାକା ବିଦେଶରେ ଉଡାଇବାକୁ ବିରୋଧୀ ସମାଲୋଚନା କରିଛନ୍ତି। ଏହି ଭିଡିଓଟି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିବାରୁ ବିରୋଧୀଙ୍କୁ ବିରୋଧ କରିବାର ସୁଯୋଗ ମିଳିଛି।
ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବିଶେଷ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି।’
ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ବାଲୁକା କଳା। କାରଣ ଆଜି ହେଉଛି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥକାଠ ଅନୁକୂଳ ହେବ। ଆଜିଠାରୁ ପୁରୀ ରଥଖଳାରେ ଆରମ୍ଭ ହେବା ରଥ କାମ। ପ୍ରଥମେ ତିନୋଟି କାଠକୁ ପୂଜା କରାଯାଇ ଏହି ଶୁଭକାମର ଶୁଭାରମ୍ଭ ହେବ। ସେଥିପାଇଁ ସୁଦର୍ଶନ ମଧ୍ୟ ବାଲିରେ ତିନୋଟି କାଠ କରିଛନ୍ତି। ସେହି ତିନୋଟିରେ ପ୍ରଭୃ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବାଲୁକାକଳାର ତଳେ ସେ ରଥଅନୁକୂଳ ଶୁଭକାମନା କରିଛନ୍ତି। ସେ ପ୍ରଥମେ ଇଂରାଜୀରେ ଜୟ ଜଗନ୍ନାଥ ଲେଖିଥିବା ବେଳେ, ତଳେ ଓଡିଆରେ ପବିତ୍ର ଅକ୍ଷୟ ତୃତୀୟା ଶୁଭକାମନା କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ କାଳରେ ସେ ଦୁଇ ରାଷ୍ଟ୍ର ମଧ୍ୟରେ ବିଭିନ୍ନ ରାଜିନାମା ଉପରେ ଆଲୋଚନା କରି ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ, ଅର୍ଥବିଭାଗ, କୃଷିବିଭାଗ ଅଧିକାରୀମାନେ ଉପସ୍ଥିତ ହେଲେ। ଯେଉଁ ରାଜିନାମାଗୁଡି ଉପରେ ସ୍ବାକ୍ଷରିତ ହେଲା ସେଗୁଡିକ ହେଲା 1- ତୃତୀୟ ବିଶ୍ବ ରାଷ୍ଟ୍ରରେ ତ୍ରିକୋଣୀୟ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜେଡିଆଇ 2- ଗୋପନୀୟ ସୂଚନାର ବିନିମୟ ଓ ଆପୋସ ସୁରକ୍ଷା ଉପରେ ରାଜିନାମା ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ ଗୋପନୀୟ ଯୋଗାଯୋଗ ପ୍ରତିଷ୍ଠା ପାଇଁ ଏକ ରାଜିନାମା ଉପରେ ଏକ ଜେଡିଆଇ 3- ଭାରତ-ଜର୍ମାନ ବିକାଶ ସହଯୋଗ ସମ୍ବନ୍ଧରେ ନବୀକରଣ ଯୋଗ୍ୟ ଶକ୍ତି ସହଭାଗୀତା 4- ବିସ୍ତୃତ ପ୍ରବାସ ଓ ପରିବହନ ସହଭାଗିତା ଉପରେ ରାଜିନାମା ଆରମ୍ଭ କରିବା ଲାଗି ଯୁଗ୍ମ ଘୋଷଣାନାମା 5-…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ପ୍ରବାସୀ ଭାରତୀୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ । ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।
ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ଚାଷୀମାନେ ମୁଠି ଅନୁକୂଳ କରି ଧାନବୁଣା ଆରମ୍ଭ କରିଥାଆନ୍ତି। ଏହିପରି ଏକ ପବିତ୍ର ଦିନରେ ଚାଷୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ ବର୍ଷା କରିବେ। ଆଜି ନବୀନ ଓଡିଶାର ଚାଷୀଙ୍କୁ ପ୍ରାୟ ୮ଶହ କୋଟି ଟଙ୍କା କାଳିଆ ଟଙ୍କା ପ୍ରଦାନ କରିବେ। ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ। ଏଥିରେ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ ।

