Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ନିତିଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ଏକାଧିକ ଦୁର୍ଘଟଣା ମଦ୍ୟପାନ ଲାଗି ହେଉଥିବାର ନଜିର ରହିଛି। ମଦ୍ୟପ ଗାଡ଼ି ଚାଳକମାନଙ୍କ ଲାଗି ଅନ୍ୟ ନିରୀହ ଗାଡ଼ି ଚାଳକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଏମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାର ଅଭିଯୋଗ ହେଉଛି। ସହର ହେଉ ଅବା ଗ୍ରାମାଞ୍ଚଳ ସବୁ ସ୍ଥାନରେ ଚୋରା ମଦ ବିକ୍ରି ବ୍ୟାପକ ଭାବରେ ବଢ଼ୁଥୁବାବେଳେ ମଦ୍ୟପ ଗାଡ଼ି ଚାଳକ ମାନେ ଏହାର ଦୁରୂପୋଯୋଗ କରୁଛନ୍ତି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷେଧ ଥିବା ବେଳେ ବାଣପୁର ବାଲୁଗାଁରେ ଦିନ ହେଉ କି ସନ୍ଧ୍ୟା ଅବା ରାତି ସଦାବେଳେ ମଦ୍ୟପ ଗାଡ଼ି ଚାଳକ ଅନାୟାସରେ ବଜାର ଓ ଗ୍ରାମାଞ୍ଚଳରେ ଘୁରି ବୁଲୁଛନ୍ତି। ଫଳରେ ପ୍ରଚୁର ମଦ୍ୟପାନ ଲାଗି ହୋସରେ ନରହି ମଦ୍ୟପ…

Read More

ନୂଆଦିଲ୍ଲୀ: ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି। ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାର ସିଜିଏସଟି, ୪୧,୭୯୩ କୋଟି ଟଙ୍କାର ଏସଜିଏସଟି, ୮୧,୯୩୯ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୩୬,୭୦୫ କୋଟି ଟଙ୍କା ସମେତ) ଏବଂ ୧୦,୬୪୯ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନୀରୁ ସଂଗୃହିତ ୮୫୭ କୋଟି ଟଙ୍କା ସମେତ) ସାମିଲ ରହିଛି। ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ପରିମାଣ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାରୁ ୨୫ ହଜାର ଟଙ୍କା ଅଧିକ ରହିଛି। ଏପ୍ରିଲ ୨୦୨୨ରେ ଓଡ଼ିଶାରେ ୪ ହଜାର ୯୧୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି। ଗତ ବର୍ଷ ଅର୍ଥାତ୍‌ ୨୦୨୧ ଏପ୍ରିଲରେ ସଂଗୃହିତ ଜିଏସଟି…

Read More

କଲିକତା: ପଶ୍ଚିମବଙ୍ଗର ହଂସଖଲି ଅଞ୍ଚଳରେ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସିବିଆଇ ସ୍ଥାନୀୟ ଟିଏମସି ନେତା ତଥା ମୁଖ୍ୟ ଅଭିଯୁକ୍ତଙ୍କ ପିତାଙ୍କୁ ଗିରଫ କରିଛି। ସିବିଆଇ ଅନୁଯାୟୀ, ପ୍ରମାଣକୁ ନଷ୍ଟ କରିବା ଏବଂ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭୟଭୀତ କରିବାରେ ଅଭିଯୁକ୍ତ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଟିଏମସି ନେତା ପୀଡ଼ିତାଙ୍କ ପରିବାରକୁ ଧମକ ଦେଇ ତାଙ୍କ ଲୋକମାନଙ୍କୁ ହଂସଖଲି (ନଦିଆ ଜିଲ୍ଲାର ଅଂଶ) ରେ ପୀଡ଼ିତାଙ୍କ ଘରକୁ ପଠାଇଥିଲେ। ସିବିଆଇ ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଛି ଯେ, ଡାକ୍ତରଖାନା ନିଆଯିବାବେଳେ ଝିଅଟି ଯେପରି ସଠିକ ଚିକିତ୍ସା ପାଇବ ନାହିଁ, ସେଭଳି ଅଭିଯୁକ୍ତ ତାଙ୍କ ରାଜନୈତିକ ସମ୍ପର୍କ ବ୍ୟବହାର କରିବାକୁ ଚେଷ୍ଟା କରିଛନ୍ତି। ଏଜେନ୍ସି ଅଧିକାରୀ କହିଛନ୍ତି ଯେ, ପୀଡିତାଙ୍କ ପରିବାର ଯଦି ପୋଲିସ ନିକଟକୁ ଆସନ୍ତି, ତେବେ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ପୀଡ଼ିତାର ଶୀଘ୍ର ଅନ୍ତିମ ସଂସ୍କାର କରିବା ଲାଗି ଅଭିଯୁକ୍ତମାନେ…

Read More

ଭୁବନେଶ୍ବର: ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ଵର ସରକାରୀ ବାସଭବନରୁ ବିଧାୟକଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ଗିରଫ କରିଛି। ତିଲେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ବିଧାୟକଙ୍କ ସମେତ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏନେଇ ଦେବଗଡ ଏସଡିପିଓ ସୂଚନା ଦେଇଛନ୍ତି। ବର୍ତ୍ତମାନ ବିଧାୟକଙ୍କୁ ଗିରଫ ପରେ ଦେବଗଡ ଅଣାଯାଉଥିବା ସୂଚନା ରହିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୨୪ ଟି ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ତେବେ ଗତକାଲି ତୁଳନାରେ ଆଜି କରୋନା ମାମଲା ୧୦% କମ୍ ରେକର୍ଡ କରାଯାଇଛି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧୯,୦୯୨। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ର ୩,୬୮୮ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ଜଣ କରୋନା ରୋଗୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏହି କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୩ ହଜାର ୮୪୩ କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୮୭୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହା ଫଳରେ ସାରା ଦେଶରେ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୩୬ ହଜାର ୨୫୩ ରେ ପହଞ୍ଚିଛି।

Read More

ପୁରୀ: ପୁରୀରେ ଏଏସଆଇ ଟିମ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ୩ ଜଣିଆ ଏଏସଆଇ ଟିମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏହି ଉଚ୍ଚସ୍ତରୀୟ ଟିମ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କର୍ତ୍ତୁପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଏଏସଆଇଙ୍କୁ ଏସଂକ୍ରାନ୍ତରେ ଗଣମାଧ୍ୟମ ଦ୍ଵାରା ପ୍ରଶ୍ନ କରାଯିବାରୁ ସେ ଉତ୍ତର ରଖିବାକୁ ମନା କରିଦେଇଛନ୍ତି। ଏହି ମାମଲା ଓଡିଶା ଉଚ୍ଚନ୍ୟାୟଳୟରେ ଥିବାରୁ ଏଏସଆଇ କର୍ତ୍ତୁପକ୍ଷ କୌଣସି ଉତ୍ତର ରଖିବାକୁ ମନାକରିଦେଇଛନ୍ତି।

Read More

ଭୁବନେଶ୍ବର: ଆଜିଠୁ ଓଡିଶାରେ ସକ୍ରିୟ ହେବ କାଳବୈଶାଖୀ ପ୍ରଭାବ। ଏହି କାଳବୈଶାଖୀ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇ ବିଜୁଳି ଘଡଘଡି ପରିଲକ୍ଷିତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ  ୪୦ ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ କେତେକ ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଛି। ଆଜି ସକାଳୁ ଭୁବନେଶ୍ବରର ପାଣିପାଗ ମେଘୁଆ ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହି କାଳ ବୈଶାଖୀ ପ୍ରଭାବ ପରିଲକ୍ଷିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି କାଳ ବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ତଳକୁ…

Read More

ନୂଆଦିଲ୍ଲୀ: ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ବରଜିନ୍ଦର ସିଂ ପରୱାନାଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଆଜି ପୋଲିସ ତାଙ୍କୁ କୋର୍ଟରେ ହାଜର କରିବ। ଶନିବାର ଦିନ ବରଜିନ୍ଦରର ସିଂ ପରୱାନାଙ୍କୁ ମୁଖ୍ୟ ଅଭିଯୁକ୍ତ ତଥା ଶୁକ୍ରବାର ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୋଲିସ କହିଛି। ଖଲିସ୍ତାନ ବିରୋଧୀ ପଦଯାତ୍ରା ବେଳେ ହିଂସାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଶନିବାର ଦିନ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଏବଂ ଏହି ଘଟଣାର ଅପରାଧିକ ପୃଷ୍ଠଭୂମି ଥିବା ରାଜପୁରା ବାସିନ୍ଦାଙ୍କୁ ଚିହ୍ନଟ କରିଛି। ଦଲଜିତ ସିଂ ଏବଂ କୁଲଦୀପ ସିଂ ନାମକ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଶୁକ୍ରବାର ସଂଘର୍ଷର କିଛି ଘଣ୍ଟା ପରେ ପୋଲିସ ବିନା ଅନୁମତିରେ ଶୋଭାଯାତ୍ରା କରିବା ଏବଂ ହିଂସା ସୃଷ୍ଟି କରିବା ପାଇଁ ହରିଶ ସିଙ୍ଗଲାଙ୍କୁ ଗିରଫ କରିଥିଲା।

Read More

ନୂଆଦିଲ୍ଲୀ: ମେ’ର ପ୍ରଥମ ଦିନରେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି। ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି କରିଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଉପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ପରେ, ବର୍ତ୍ତମାନ ଏହି ସିଲିଣ୍ଡରର ମୂଲ୍ୟ ୨୩୫୫.୫୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୨୨୫୩ ଟଙ୍କା ଥିଲା। ଏଥି ସହିତ, ୫ କିଲୋଗ୍ରାମ ELPG ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୬୫୫ ଅଟେ। ଏହାପୂର୍ବରୁ ଏପ୍ରିଲ୍ ମାସର ପ୍ରଥମ ଦିନ LPG ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

Read More

ଭୁବନେଶ୍ବର: ପ୍ରତ୍ୟେକ ବିପିଏଲ୍ ପରିବାରକୁ “ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା” ଯୋଜନାରେ ବିନାମୂଲ୍ୟରେ ଏଲପିଜି ସଂଯୋଗ ଦିଆଯାଉଛି। ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ। ଉତ୍ତରପ୍ରଦେଶର ବଲିଆଠାରେ  ୨୦୧୬ ମଇ ପହିଲା ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। “ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା” ଯୋଜନାକୁ ଉତ୍ସବ ଭାବରେ ପାଳନ କରୋବାପାଇଁ ଚଳିତ ୨୦୨୨ ମଇ ପହିଲା ଦିନଟିକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ “ଉଜ୍ଜ୍ବଳା ଦିବସ” ଭାବରେ ପାଳନ କରୁଛି। ଏହିଦିନ ସମସ୍ତ ତୈଳ କମ୍ପାନୀ ୫ହଜାର ଏଲପିଜି ପଞ୍ଚାୟତ ଆୟୋଜନ କରୁଛନ୍ତି। ଏଥିରେ ଏଲ୍ ପି ଜି ବ୍ୟବହାରକାରୀମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ, ନିରାପଦ ଏବଂ ଦିର୍ଘସ୍ଥାୟୀ ଜାଳେଣୀ ବ୍ୟବହାର ସମ୍ପର୍କୀତ ଅଲୋଚନା ହେବ ଏବଂ ସର୍ବାଧିକ ଗ୍ରାହକ ପଞ୍ଜିକରଣ କରାଯିବ। ଏଲ୍ ପି ଜି ପଞ୍ଚାୟତ ସହିତ “ଉଜ୍ଜ୍ବଳା ୨.୦”  ଯୋଜନା ଅଧିନରେ ନୂତନ ସଂଯୋଗ ପ୍ରଦାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ବିଷଦ୍ ବିବରଣୀ…

Read More

ଭୁବନେଶ୍ବର: ଦୁଷ୍ଟ ଲୋକଙ୍କୁ ସବୁବେଳ ସାବଧାନ ରହିବ ବୋଲି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିଷଧର ସାପଠାରୁ ଏହି ଦୁଷ୍ଟ ଲୋକ ବା ଦୁର୍ଜନ ଆହୁରି ଭୟଙ୍କର। କାରଣ ସାପ ଥରେ ଦଂଶନ କଲେ ଲୋକଟି ମରିଯାଏ। ହେଲେ ଦୁଷ୍ଟ ଲୋକ ଆପଣଙ୍କୁ ମାରିବ ନାହିଁ, ହେଲେ ବଞ୍ଚେଇ ବଞ୍ଚେଇ ମାରିବ ବୋଲି ଚାଣକ୍ୟ କହିଛନ୍ତି। ଆପଣ ସାପକୁ ଦେଖିଲେ ଜାଣିପାରିବେ ଯେ, ଏହା ବିଷଧର। ହେଲେ ଦୁଷ୍ଟ ବା ଦୁର୍ଜନଙ୍କୁ ଆପଣ ସହଜରେ ଚିହ୍ନିପାରିବେ ନାହିଁ। ସେହିପରି ସର୍ପଘାତରୁ ହୁଏତ ଆପଣ ଔଷଧ ବ୍ୟବହାର କରି ରକ୍ଷା ପାଇପାରିବେ। ହେଲେ ଦୁର୍ଜନ ଲୋକଙ୍କ ଦଂଶନର କୌଣସି ଔଷଧ ନାହିଁ। ଦୁର୍ଜନ ଆପଣଙ୍କୁ ପ୍ରତି ମୂହୁର୍ତ୍ତରେ ବିପଦରେ ପକାଇବାକୁ ଚେଷ୍ଠା କରିବ। ଆପଣଙ୍କର ମାନ ସମ୍ମାନ ସର୍ବ ସମ୍ମୁଖରେ ନଷ୍ଟ କରିଦେବ। ଆପଣଙ୍କୁ ସେ ଏପରି ଅବସ୍ଥା କରିବ ଯେ, ଆପଣ ଭାବିବେ…

Read More

ଉପେନ୍ଦ୍ର ବଳିୟାରସିଂହ ମହର୍ଷି ଯାଜ୍ଞବଲକ୍ୟଙ୍କ ନିକଟରେ ବସିଥିବା ଜନକ ମହାରାଜ କହିଲେ, “ ମହର୍ଷେ! ମୋ ମନରେ ଏକ ଶଙ୍କା ଜାତ ହେଉଛି। କୃପା କରି ଏହାର ନିବାରଣ କରନ୍ତୁ। ଆମେ ଯାହା କିଛି ଦେଖି ପାରୁଛେ, ତାହା କେଉଁ ଜ୍ୟୋତି ଦ୍ଵାରା ଦେଖି ପାରୁଛେ? ମହର୍ଷି ଉତ୍ତର ଦେଲେ, ଇଏ କି ପିଲାଳିଆମୀ କଥା! ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ, ସେ ଯାହା କିଛି ଦେଖୁଛନ୍ତି, ତାହା ସୂର୍ଯ୍ୟଙ୍କ କିରଣର (ଜ୍ୟୋତି) କାରଣରୁ। ଜନକ ପୁଣି ପଚାରିଲେ, “ କିନ୍ତୁ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯା’ନ୍ତି, ସେତେବେଳେ କେଉଁ ଜ୍ୟୋତି ଦ୍ଵାରା ଆମେ ଦେଖିପାରୁଛେ? ମହର୍ଷି ଉତ୍ତର ଦେଲେ ଚନ୍ଦ୍ରମା ଜ୍ୟୋତି ଦ୍ଵାରା। ଜନକ ଆଗାମୀ ପ୍ରଶ୍ନ କଲେ, “ଯେତେବେଳେ ସୂର୍ଯ୍ୟ ନଥାନ୍ତି, ଚନ୍ଦ୍ରମା ନଥାନ୍ତି, ତାରାକ୍ଷେତ୍ର ନଥାନ୍ତି ଏବଂ ଅମାବାସ୍ୟାର ଅନ୍ଧକାର ରାତ୍ରିରେ ବାଦଲ ଦ୍ଵାରା ଆକାଶ ଢାଙ୍କି ହୋଇଯାଇଥାଏ, ସେତେବେଳେ କେଉଁ ଜ୍ୟୋତି ଦ୍ଵାରା ଦେଖିପାରିବା? ମହର୍ଷି…

Read More

ଭୁବନେଶ୍ବର: ବର୍ତ୍ତମାନ କରୋନା ପରେ ଓଡିଶା ଗଣମାଧ୍ୟମ ଏକ ବଡ ବିପଦଜନକ ପରିସ୍ଥିତି ଦେଇ ଗତି କରୁଛି। କାରଣ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ ଯାଉଛି। ନିକଟରେ ଭାରତର ପ୍ରତିଷ୍ଠିତ ନ୍ୟୁଜ ନେଟୱେର୍କ ଜୀ ମିଡିଆ କରପୋର୍ରେସନ, ତାହାର ଜୀ ଓଡିଶା ଚ୍ୟାନେଲ ବନ୍ଦ କଲା। ଏହି ଚ୍ୟାନେଲରେ କାମ କରୁଥିବା ପ୍ରାୟ କୋଡିଏରୁ ଉର୍ଦ୍ଧ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଗଲା। ଏହିପରି ପରିସ୍ଥିତିରେ ଓଡିଶାରେ ଆଉ ଏକ ଚ୍ୟାନେଲ ମଧ୍ୟ ତାହାର ପ୍ରସାରଣ ବନ୍ଦ କରିଛି। ସେହି ଚ୍ୟାନେଲଟି ହେଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ‘ମଞ୍ଜରୀ’ ଟିଭି। ଏହି ଚ୍ୟାନେଲଟି କଂପାନୀର ମନୋରଂଜନ ଚ୍ୟାନେଲ ଥିଲା। ଖୁବ କମ ଦିନ ମଧ୍ୟରେ ଏହି ଚ୍ୟାନେଲଟି ଜନ୍ମଲାଭ କରି ବନ୍ଦ ହୋଇଗଲା। କିଛି ଦିନ ତଳେ ଏହି ଚ୍ୟାନେଲର ମୁଖ୍ୟ ରତିକାନ୍ତ ଶତପଥୀ କର୍ମଚାରୀଙ୍କୁ ଡାକି ମଞ୍ଜରୀ ଟିଭିର ଆଉ କୌଣସି କାର୍ଯ୍ୟକ୍ରମ ସୁଟିଂ ହେବ ନାହିଁ ବୋଲି…

Read More

ମେଷ: ବିନିଯୋଗର ସୁଖଦ ଫଳାଫଳ ମିଳିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଯେତେବେଳେ କୈଣସି ବଡ଼ ପ୍ରତିବନ୍ଧକ ଦୂର ହୁଏ ସେତେବେଳେ ସୁଖ ମିଳିବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିବାଦ କାରଣରୁ ଦ୍ୱନ୍ଦ୍ୱ ସମ୍ଭବ। କାରବାରକୁ ଶୀଘ୍ର କର ନାହିଁ। ବୃଷ: ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ହେବ। ଆୟ ଜାରି ରହିବ। ବ୍ୟସ୍ତ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କଠାରୁ ଆଶା ପୂରଣ ନ କରିବାରୁ ଦୁଃଖ ହେବ। କାର୍ଯ୍ୟ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପାରିବାରିକ ଚିନ୍ତା ରହିବ। ମିଥୁନ: ବ୍ୟବସାୟ ଯାତ୍ରା ସଫଳ ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ଲାଭ ସୁଯୋଗ ଆସିବ। ଭାଗ୍ୟ ତୁମ ସହିତ ରହିବ। ବ୍ୟବସାୟରେ ଅଭିବୃଦ୍ଧି…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ମେ ମାସ। ଏହି ମାସରେ ରହିଛି ଅନେକ ପବିତ୍ର ଦିନ। ଯାହା ଅନେକଙ୍କୁ ଜଣା ନ ଥାଏ। ତେବେ ଏହି ମାସରେ ଏପରି ଏକ ଦିନ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆସନ୍ତୁ ଜାଣିବା ଏହି ମାସରେ କଣ କଣ ପର୍ବ ପର୍ବାଣୀ ରହିଛି। ଶ୍ରମିକ ଦିବସ- ମେ 1 ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ। ଅକ୍ଷୟ ତୃତୀୟା- ମେ 3 ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ରଥ ଅନୁକୂଳ- ମେ 3 ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ।…

Read More

ଭୁବନେଶ୍ଵର: ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି। ଏଥିପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) ସଂସ୍ଥା ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ଅଧୀନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୦୨୧ ଠାରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଜେଡଏସଆଇର ନିର୍ଦ୍ଦେଶକ ଡକ୍ଟର ଧୃତି ବାନାର୍ଜୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବାର୍ଷିକ ତଥ୍ୟ ସଂଗ୍ରହ, ଟ୍ୟାଗିଂ ଏବଂ ଟ୍ୟାଗ୍‌ ରିକ୍ୟାପଚର ପ୍ରକ୍ରିୟା ମାଧ୍ୟମରେ ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ଏହି  କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଅଲିଭ ରିଡଲେଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟ ଅତିକମରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଡକ୍ଟର ବାନାର୍ଜୀ ସୂଚନା ଦେଇଛନ୍ତି। ଜେଡଏସଆଇର ବୈଜ୍ଞାନିକ ତଥା ଅଧିକାରୀ ଡକ୍ଟର ଅନୀଲ ମହାପାତ୍ର କହିଛନ୍ତି ଯେ, ଅଲିଭ…

Read More

ଭୁବନେଶ୍ବର: ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡ଼ିଗ୍ରୀ ସହ ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ଏହି ସହରର ତାପମାତ୍ରା ଯେଉଁ ପରିମାଣର ବୃଦ୍ଧି ପାଇଛି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେଇଛି। ସେହିପରି ବୌଦ୍ଧର ତାପମାତ୍ରା ମଧ୍ୟ କିଛି କମ ନ ଥିଲା। ଆଜି ଏହି ସହରର ତାପମାତ୍ରା ୪୫ ଡିଗ୍ରୀକୁ ଛୁଇଁଛି। ଆଜି ଅନ୍ୟାନ୍ୟ ସହରର ତାପମାତ୍ରା ମଧ୍ୟ କିଛି କମ ନ ଥିଲା। ଆଜି ବିଭିନ୍ନ ସହରର ଯେଉଁ ତାପମାତ୍ରା ଥିଲା ତାହା ହେଲା ସେହିପରି ଆଜି ୯ ସହର ରେ ଦିନ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୨୧ଟି ସହର ରେ ଦିନ ତାତି ୪୦ ଡ଼ିଗ୍ରୀ କିମ୍ବା ଅଧିକ ଅନୁଭୂତ ହୋଇଛି। ରବିବାରଠାରୁ ରାଜ୍ୟର ତାପମାତ୍ରା ହ୍ରାସ ପାଇବର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ। ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ। ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି ଉଲ୍ଲେଖ କରାଯାଇଛି ସେହିପରି ଭାବେ ଦ୍ୱିତୀୟ ପର୍ଯ୍ୟାୟ ହଲମାର୍କିଂକୁ କାର୍ଯ୍ୟକାରୀ କରାଯିବ। ବିଆଇଏସର ୱେବସାଇଟ୍‌ www.bis.gov.in  ଜିଲ୍ଲାଗୁଡ଼ିକର ତାଲିକା ଦିଆଯାଇଛି। ଏପ୍ରିଲ ୪, ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୩ ଜୁନ୍‌ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ବାଧ୍ୟତାମୂଳକ ବିଆଇଏସ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଏଥିରେ…

Read More

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପକୁ ଦେଖି ସ୍କୁଲର ସକାଳୁଆ ପାଠପଢା ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ମେ ୨ ତାରିଖରୁ ସକାଳୁଆ ସ୍କୁଲର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ତୃତୀୟ ଶ୍ରେଣୀରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାମାନେ ଏଣିକି ସକାଳ ୬ ଟାରୁ ସ୍କୁଲ ଆସିବେ। କିନ୍ତୁ ବୋର୍ଡ ଏବଂ କାଉନସିଲ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗି: ସହରରେ ପୋଲିସ୍ ର ବ୍ୟାପକ ଚଢାଉ ପରେ ଏବେ ରାଣୀ ମହୁମାଛିମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗାଁ ଗହଳିର ବିବାହିତା ମହିଳା, ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ସେମାନେ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି। ଏଭଳି ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଟାଙ୍ଗି ବ୍ଲକ ମୁଖ୍ୟ ରାସ୍ତା କଡରେ ଏକ ସେକ୍ସ ରେକେଟ ଚାଲିଥିବାର ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ଉକ୍ତ ଘର ଉପରେ ଯୋଜନାବଦ୍ଧ ଭାବେ ଚଢାଉ କରିଥିଲା। ଯେଉଁ ଜାଗାରେ ଏହି ସେକ୍ସ ରାକେଟ ଚାଲିଥିଲା, ସେହି ଘର ଚତୁଃପାର୍ଶ୍ଵରେ ବ୍ଲକ ଅଫିସ୍ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଥିଲା। ଚଢାଉ ପରେ ଏଠାରୁ ଦୁଇ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଟକ ରହିଥିବା ମହିଳା ଜଣଙ୍କ ଏହି ସେକ୍ସ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ ହୋଇଛନ୍ତି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି। ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା। ଏହି ୧୦୦ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ପ୍ରଥମେ ଅନ୍‌ଲାଇନ୍‌ରେ ଅଡିସନ୍ କରାଯିବା ପରେ ନୂଆଦିଲ୍ଲୀରେ ପ୍ରତ୍ୟକ୍ଷ ଭାବରେ ଏହାର ସେମିଫାଇନାଲ୍ ରାଉଣ୍ଡର ଆୟୋଜନ କରାଯାଇଥିଲା। ଏହି ରାଉଣ୍ଡରେ ଏହି ୫୦…

Read More