Author: Samikhsya Bureau

ନୂଆଦିଲ୍ଲୀ: ‘ସୋରିଷ ତେଲ’ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ। ମସଲାଯୁକ୍ତ ଲୁଣଠାରୁ ଆରମ୍ଭ କରି ସୁସ୍ବାଦୁ ଖାଦ୍ୟ ପର୍ଯ୍ୟନ୍ତ ସୋରିଶ ତେଲ ବ୍ୟବହାର ହୋଇଥାଏ। କେଶର ଚମକକୁ ବୃଦ୍ଧି କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ। ସୋରିଷ ତେଲ ଶୁଖିଲା କେଶକୁ ମୋଟା, ଚକଚକିଆ ଏବଂ ନରମ ରଖିବା ପାଇଁ ବ୍ୟବହାର କରାଯାଏ। ଚର୍ମକୁ ନିୟମିତ ମାଲିସ୍ କରିବା ଦ୍ୱାରା ଚେହେରାରେ ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ, ଚର୍ମର ଚିକ୍କଣତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଠିକ୍ ହଜମ ପାଇଁ ସୋରିଷ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏହି ତେଲ ଥଣ୍ଡାକୁ ରୋକିବା ସହ ମାଂସପେଶୀକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୋଧହୁଏ ଏହି କାରଣରୁ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୋରିଷ ତେଲର ଏକ ବିଶେଷ ସ୍ଥାନ ଅଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ମିଃ ଓଲାଫ ସ୍କୋଲ୍‌ଜ୍‌ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି) ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ଏବଂ ସଂଘୀୟ ଚାନ୍ସେଲରଙ୍କ କାର୍ଯ୍ୟାଳୟ ଠାରେ ମହାମହିମ ଚାନ୍ସେଲର ସ୍କୋଲ୍‌ଜ୍‌ ତାଙ୍କୁ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ । ଏହାପରେ ଦୁଇ ନେତା ପରସ୍ପର ସହ ସିଧାସଳଖ ଆଲୋଚନା କରିଥିଲେ। ପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହୋଇଥିଲା। ଦୁଇ ଦେଶର ମଧ୍ୟରେ ରହିଥିବା ସାମଗ୍ରିକ ରଣନୈତିକ ଭାଗିଦାରୀ ଅଧୀନରେ ଦ୍ବିପାକ୍ଷିକ ସହଯୋଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

Read More

ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ତିନୋଟି ରାଜ୍ୟର ତିନୋଟି ବିଧାନସଭାପ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ତିନୋଟି ରାଜ୍ୟ ହେଲା ଓଡିଶା, କେରଳ ଏବଂ ଉତ୍ତରାଖଣ୍ଡ। ଏଥିରେ ଓଡିଶାର ବ୍ରଜରାଜନଗର, କେରଳର ତ୍ରିକ୍କାକର ଏବଂ ଉତ୍ତରାଖଣ୍ଡର ଚମ୍ପୁୟାତ ନିର୍ବାଚନ ମଣ୍ଡଳୀ। ଘୋଷଣା ଅନୁସାରେ ଚଳିତ ମାସ 31 ତାରିଖରେ ଭୋଟ ଗ୍ରହଣ ହେବ ଏବଂ ଜୁନ 3 ତାରିଖରେ ଗଣତି ହେବ। ନିର୍ବାଚନ କମିସନରଙ୍କ ତରଫରୁ ଯେଉଁସବୁ କାର୍ଯ୍ୟ ପାଇଁ ତାରିଖ ଘୋଷଣା କରାଯାଇଛି ତାହା ହେଲା.. ମଇ 4 ତାରିଖ- ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ ମଇ 11 ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମଇ 12 ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ ମଇ 17 ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ମଇ 31 ତାରିଖ- ଭୋଟ ଗ୍ରହଣ ଜୁନ 3 ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ ଜୁନ 5 ତାରିଖ-…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଉତ୍ପନ ହେଉଥିବା 93 ଟି ଟ୍ରେନ ରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ। ମଇ ମାସ ପହିଲା ଠାରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ ହେବ। ଏହି ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ୍ (UTS) ପ୍ରଣାଳୀ ଟିକେଟ୍ ଦିଆଯିବ। COVID-19 ମହାମାରୀ ସମୟରେ, ଭାରତୀୟ ରେଳବାଇ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏହାକୁ ସଂରକ୍ଷିତ କୋଚ୍ କରାଯାଇଥିଲା। Covid19 ପରିସ୍ଥିତିକୁ ନଜର ଦେଇ ଏବଂ ସ୍ଥିତିର ସ୍ବାଭାବିକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଶ୍ରେଣୀରେ ବସିକି ଯାତ୍ରା କରିବା ସେବା ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଏବଂ ସଂରକ୍ଷିତ ରଖିବା ପାଇଁ ସ୍ଥିର କରାଯାଇଛି। ପରିସ୍ଥିତିର ଆହୁରି ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତ…

Read More

ଭୁବନେଶ୍ବର: ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସର ସେବାକୁ ପୁରୀରୁ 5 ମଇ ଠାରୁ ଏବଂ ବଡ଼ବିଲରୁ 6 ମଇ ଠାରୁ ପୁନଃ ଚଳାଚଳ ପାଇଁ ନିଷ୍ପତି ନିଆଯାଇଅଛି। Covid19 ମହାମାରୀ ସମୟରେ ଏହି ଟ୍ରେନ୍ କୁ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ଏହାର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଘୋଷଣା ଅନୁସାରେ ଏହି ଟ୍ରେନ ନିମ୍ନ ସମୟ ଅନୁସାରେ ଚଳାଚଳ କରିବ।     18416/18415 ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସ ପୁରୀରୁ 5 ମଇ, 2022 ଠାରୁ ସକାଳ 06 ଘ. 15 ମି. ରେ ଛାଡିବ ଏବଂ 6 ମଇ, 2022 ଠାରୁ ବଡ଼ବିଲରୁ ପୂର୍ବାହ୍ନ 09 ଘ. 15 ମି.ରେ ଛାଡିବ।   ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ଛଅଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ବଡ଼ବିଲ ମଧ୍ୟରେ ସାକ୍ଷୀଗୋପାଳ,…

Read More

ଭୁବନେଶ୍ବର: ଆଜି ଭାରତ ନିର୍ବାଚନ କମିଶନର ତରଫରୁ ଓଡିଶାର ଖାଲିପଡିଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଚଳିତ ମଇ 31 ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଆଜିଠାରୁ ସେହି ଅଞ୍ଚଳ ପାଇଁ ଆଚରଣ ବିଧି ଲାଗୁ କରାଯାଇଛି। ଘୋଷଣା ଅନୁସାରେ ନିମ୍ନ ଲିଖିତ ତାରିଖ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ମଇ 4 ତାରିଖ- ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ ମଇ 11 ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମଇ 12 ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ ମଇ 17 ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ମଇ 31 ତାରିଖ- ଭୋଟ ଗ୍ରହଣ ଜୁନ 3 ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ ଜୁନ 5 ତାରିଖ- ନିର୍ବାଚନ ପକ୍ରିୟା ଶେଷ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିଥିଲା। ଫଳରେ ସେହିଦିନଠାରୁ…

Read More

ଖୋର୍ଦ୍ଧା: ସୋମବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ନୂତନ ଏସପି ଆଇପିଏସ ସିଦ୍ଧାର୍ଥ କଟରିଆ । ଶ୍ରୀ କଟରିଆ ଆଜି ଅପରାହ୍ନରେ କାର୍ଯ୍ୟାଳୟକୁ ଆସିବା ପରେ ସମସ୍ତ ପୋଲିସ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । କଟରିଆଙ୍କ ନିଜ ଘର ଉତ୍ତରପ୍ରଦେଶ ହୋଇଥିବାବେଳେ, ସେ ୨୦୧୭ ମସିହା ଓଡ଼ିଶା କ୍ୟାଡର ଆଇପିଏସ ଅଫିସର । ପୂର୍ବରୁ ସେ ତାଳଚେର ଏସଡିପିଓ ଏବଂ ପରେ ନୟାଗଡ଼ ଏସ‌ପି ଭାବେ ଦାୟିତ୍ବ ତୁଲାଇଥିଲେ । ତେବେ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଚିଲିକା ପାଇଁ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ଜିଲ୍ଲାରେ ଜନସାଧାରଣ ଙ୍କ ଅଭିଯୋଗ କୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଏସପି ଶ୍ରୀ କଟରିଆ । ତତସହିତ ଜିଲ୍ଲାରେ ବଢୁଥିବା ଅପରାଧିକ ମାମଲା ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନସୁଗାର ବେପାର ଆଦିକୁ ରୋକ ଲଗାଇବା ଦିଗରେ କାର୍ଯ୍ୟ କରିବେ…

Read More

ଖୋର୍ଦ୍ଧା:  ନୟାଗଡ଼ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ଯୋଗଦାନ ସମୟରେ ଜିଲ୍ଲାର ବିଶିଷ୍ଟ ପୋଲିସ ଅଧିକାରୀମାନେ ଶ୍ରୀ ପହିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ କାର୍ଯ୍ୟରତ ଥିଲେ। ତେବେ ଅପରାଧୀଙ୍କୁ କାବୁ କରିବାରେ ଶ୍ରୀ ପହିଙ୍କ ଟ୍ରାକ ରେକର୍ଡ଼ ଶତ ପ୍ରତିଶତ ରହିଥିବା ବେଳେ ନୟାଗଡ଼ ରେ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପୋଲିସ ଶ୍ରୀ ପହିଙ୍କ ନେତୃତ୍ୱରେ ଅପରାଧକୁ ମୁଳୋତ୍ପାଟନ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ତେବେ ଜିଲ୍ଲାରେ ଚୋରି, ଡକାୟତି, ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର, ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ, ନିଶା କାରବାର, ଆଦିବାସୀ ଙ୍କ ଉପରେ ଅତ୍ୟାଚାର, ସାଇବର ଅପରାଧ ଆଦିର ରୋକକୁ ପ୍ରାଥମିକତା ଦିଆଯିବ ବୋଲି ନୂତନ ଏସପି ଶ୍ରୀ ପହି…

Read More

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏ କ୍ଷେତ୍ରରେ ଡିଜି ନିଜେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଏହି ପ୍ରତିନିଧି ମଣ୍ଡଳ ଦାବୀ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ସୁବାଷ ପାଣିଗ୍ରାହୀ ବିଡିଓଙ୍କୁ ସାକ୍ଷାତ କରିବା ପାଇଁ ବାରମ୍ବାର କହିଥିଲେ ମଧ୍ୟ ସେ ଦେଖା ଦେଉ ନ ଥିଲେ। ଏପରିକି ଗୋଟିଏ ସ୍ଥାନକୁ ଡାକି ପୁଣି ଅନ୍ୟ ସ୍ଥାନକୁ ଯିବା ପାଇଁ କହୁଥିଲେ। ଏପରି ବାରମ୍ବାର କରିବା ପରେ ବିଡିଓ ନିଜେ ବିଧାୟକଙ୍କୁ ଗାଳି କରିବା ସହିତ ଭିଡାଭିଡି କରିଥିଲେ। ଏ ନେଇ ବିଧାୟକ ଏତାଲା ଦେଇଥିଲେ ମଧ୍ୟ ବହୁ ବିଳମ୍ବରେ ତାଙ୍କ ଏତଲା ରଖାଯାଇଥିଲା। ଡିଜି ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରନ୍ତୁ ବୋଲି ଦଳ ଦାବୀ କରିଛି।

Read More

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ସମସ୍ତେ ନିଜର ପ୍ରିୟଜନଙ୍କୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ସେହି ପବିତ୍ର ଦିନ ଉପଲକ୍ଷେ କେତେକ ଶୁଭେଚ୍ଛା ବାର୍ତ୍ତା ଏଠାରେ ଉପସ୍ଥାପିତ କରୁଛୁ। ବାର୍ତ୍ତା-01 ତୁମ ବ୍ୟବସାୟ ବଢୁ ଦିନକୁ ଦିନ, ପରିବାରରେ ଆସୁ ସ୍ନେହ ଓ ପ୍ରେମ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-02 ତୁମ ଘରେ ବର୍ଷା, ହେଉ ଟଙ୍କା, ବାସ କରନ୍ତୁ ମା ଲକ୍ଷ୍ମୀ, ଦୂର ହେଉ ସମସ୍ତ ଦୁଃଖ, ‘ଅକ୍ଷୟ ତୃତୀୟା’ର ଶୁଭକାମନା, ବାର୍ତ୍ତା-03 ତୁମ ଘରେ ପ୍ରଭୃ ବର୍ଷା କରନ୍ତୁ ଟଙ୍କା, ତୁମ ଶତ୍ରୁଙ୍କ ମୁହଁ ହେଉ ବଙ୍କା, ‘ଅକ୍ଷୟ ତୃତୀୟା’ର ଶୁଭକାମନା, ବାର୍ତ୍ତା-04 ଆପଣଙ୍କ ଘରେ ଟଙ୍କା ବର୍ଷା ହେଉ ଲକ୍ଷ୍ମୀଙ୍କ ବାସ ହେଉ, ସଙ୍କଟର ନାସ ହେଉ, ଶାନ୍ତିର ବାସ ହେଉ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-05 ଆପଣଙ୍କର ସବୁ କାମ ହେଉ ପୁରଣ ଅଧୁରା ନ ରହୁ ସପନ ‘ଅକ୍ଷୟ ତୃତୀୟା’ର…

Read More

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଚଳିତ ବର୍ଷ ଏହା ମେ ତିନି ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ। ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତନ କରିପାରିବ ବୋଲି ରବିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିବା ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁ କହିଛନ୍ତି । ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାକୁ ପହଁଚାଯାଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସମାବେଶୀ କରିବା ପାଇଁ ଉପରାଷ୍ଟ୍ରପତି ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଗ୍ରାମାଂଚଳର ଯୁବପିଢିଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମାନବ ବିକାଶ, ରାଷ୍ଟ୍ର ନିର୍ମାଣ ତଥା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବିଦ୍ୟାଳୟ ନୂଆ ଆଇଡ଼ିଆ ଦ୍ୱାରା ସମାଜର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଦରକାର ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି…

Read More

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ସେଥିପାଇଁ ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହିତ ଆସନ୍ତାକାଲି ଚନ୍ଦନ ଯାତ୍ରାର ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରଥ ଖଳାରେ ଆସନ୍ତାକାଲି ତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ। ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ ।

Read More

ନୂଆଦିଲ୍ଲୀ: ତିନି ୟୁରୋପୀୟ ଦେଶ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମେ ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି। ମୋଦୀ ତାଙ୍କ ଆଗମନରେ ପ୍ରବାସୀ ଭାରତୀୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକ ସ୍ବାଗତ ଗୀତ ଗାଇଥିବା ଛୋଟ ବାଳିକାକୁ ଭେଟି ମୋଦୀ ପ୍ରଶଂସା କରିଥିଲେ। ସେହିପରି ମୋଦୀଙ୍କ ଫଟୋ ଆଙ୍କିଥିବା ଏକ ଛୋଟ ଝିଅକୁ ମଧ୍ୟ ଭେଟିଥିଲେ। ପରେ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସମ୍ପ୍ରଦାୟ ସହ ଯୋଡି ହେବା ଅତ୍ୟନ୍ତ ଚମତ୍କାର ଏବଂ ଭାରତ ଏହାର ସଫଳତା ପାଇଁ ଗର୍ବିତ। ପ୍ରଧାନମନ୍ତ୍ରୀ ଆଜି ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ଆଲୋଚନା କରିବେ। ସେ ବର୍ଲିନର ଶିଳ୍ପପତିଙ୍କ ସହ ଆଲୋଚନା କରିବେ ଏହାପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ଗସ୍ତ ଭାରତ ଏବଂ ଜର୍ମାନୀ ମଧ୍ୟରେ ବନ୍ଧୁତାକୁ ବଢାଇବ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ…

Read More

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତି ହସପିଟାଲର ଭର୍ତ୍ତି ହୋଇଛନ୍ତି। ତାଙ୍କ ଦେହ ସାଂଘାତିକ. କେତେବେଳେ କଣ ହେବ କହି ହେବ ନାହିଁ। ଏହିପରି ଲେଖାଥିବା ଏକ ଫଟୋ ଆଜି ସକାଳୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ଚାଲିଛି। ମିଥୁନଙ୍କ ଫ୍ୟାନମାନେ ବିଚଳିତ ହୋଇପଡିଛନ୍ତି। କାରଣ ହେଲା ମିଥୁନ ଚକ୍ରବର୍ତ୍ତି ଅଶିଦଶକରେ ହିନ୍ଦି ଚଳଚିତ୍ର ଜଗତରେ ରାଜ କରୁଥିଲେ। ତାଙ୍କର ଆକ୍ସନ ସହିତ ଡ୍ୟାନର ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ସେହିପରି ତାଙ୍କର ଡାଇଲଗ ଆଜି ପର୍ଯ୍ୟନ୍ତ ସେହି ସମୟର ଦର୍ଶକ ମନେ ରଖିଛନ୍ତି। ଏକଦା ଡିସ୍କୋ ଡ୍ୟାନସ ପରି ଚଳଚିତ୍ରରେ ଅଭିନୟ କରି ମିଥୁନ ବେଶ ଲୋକ ପ୍ରିୟ ହୋଇପଡିଥିଲେ। ସେଥିପାଇଁ ତାଙ୍କର ଅଭିନୟକୁ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କୁ ସ୍ମରଣ କରାଇ ଦେଉଛି। ଫଳରେ ମିଥୁନଙ୍କୁ ହସପିଟାଲ ଫଟୋଟି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କର ଫ୍ୟାନମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି। ତାଙ୍କର କଣ ହୋଇଛି ବୋଲି ସମସ୍ତେ…

Read More

ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍ସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଦୈନିକ ଆସୁଥିବା ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧା ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ ଏହାର ଆଶୁ ସମାଧାନ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ହସ୍ପିଟାଲ୍ ପରିସରରେ ପୁର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଗତସପ୍ତାହ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଥିଲେ । ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ୍ ମଧ୍ୟରୁ ଆଜି ପୂର୍ବାହ୍ନରେ ଗୋଟିଏ ଶିବିର କାର‌୍ୟ୍ୟକ୍ଷମ ହୋଇଛି । ଏଥିରେ ରୋଗୀ ଏବଂ ତାଙ୍କର ସହାୟକ ମାନେ ରହୁଛନ୍ତି । ଆସନ୍ତା କାଲି ସୁଦ୍ଧା ୨ୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ୩ୟ ଶିବିର ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଆଲୋକ, ଫ୍ୟାନ୍ ଏବଂ ପାନୀୟଜଳ…

Read More

ବାସ୍ତୁ ଶାସ୍ତ୍ର: ଯେଉଁ ଘର ସଠିକ୍ ଏବଂ ଘରେ ଥିବା ସାଜସଜ୍ଜା ସାମଗ୍ରୀକୁ ବାସ୍ତୁ ଅନୁଯାୟୀ ରଖାଯାଏ, ତା’ହେଲେ ସେହି ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ। ପରିବାର ଅଗ୍ରଗତି କରେ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢେ। କିନ୍ତୁ ଯେତେବେଳେ ଘରେ ବିଶୃଙ୍ଖଳା ଏବଂ ଅଭାବ ଅନଟନ ଲାଗି ରୁହେ, ସେତେବେଳେ ଏହା ବୁଝିବା ଉଚିତ୍ ଯେ ଘରେ କିଛି ବାସ୍ତୁ ତ୍ରୁଟି ଅଛି। ତେଣୁ କେବଳ ଘରର ଦିଗ ନୁହେଁ ଘରର ଜିନିଷଗୁଡ଼ିକର ମଧ୍ୟ ଯତ୍ନ ନେବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଘରେ ଉପସ୍ଥିତ ଥାଏ, ଯାହା ପରିବାରର ପ୍ରଗତିରେ ବାଧା ସୃଷ୍ଟି କରିଥାଏ। ଏହିପରି ଜିନିଷଗୁଡିକ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକ ତୁରନ୍ତ ଘରୁ ବାହାରକୁ ଫିଙ୍ଗିବା ଉଚିତ୍। ଏହି ଜିନିଷଗୁଡ଼ିକୁ ଘରୁ ବାହାର କରନ୍ତୁ: – ନଟରାଜଙ୍କ ମୂର୍ତ୍ତିକୁ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ, କରୋନା ଟିକା ସହ ଜଡିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସରକାରଙ୍କ କୋଭିଡ ଟୀକାକରଣ ନୀତିକୁ ସମର୍ଥନ କରିଛନ୍ତି। କିନ୍ତୁ ଟୀକାକରଣ କରିବାକୁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି। ଏହା ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ ବୋଲି କୋର୍ଟ କହିଛନ୍ତି। ତଥାପି, କାହାକୁ ଟୀକାକରଣ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଏହା ବ୍ୟତୀତ କୋଭିଡ ଟିକା ପାଇ ନ ଥିବା ଲୋକଙ୍କୁ ସରକାରୀ ସୁବିଧା ବ୍ୟବହାର ନକରିବାକୁ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବା ଉଚିତ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି। ଟୀକାକରଣର କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ସାର୍ବଜନୀନ କରିବାକୁ କୋର୍ଟ କହିଛନ୍ତି।

Read More

ନୂଆଦିଲ୍ଲୀ: ଧର୍ମଗୁରୁ କାଲିଚରଣ ପୁଣିଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି। ସେ ପୁଣି ଥରେ ଆଲିଗଡର ସନ୍ଥ ସମାଗମରେ ବିବାଦୀୟ ଶବ୍ଦ କହିଛନ୍ତି। ସମାଜକୁ ବିଭାଜନ କରୁଥିବା ସେ ଏକ ବିବୃତ୍ତି ଦେଇଛନ୍ତି। ସମସ୍ତ ହିନ୍ଦୁ ଏକଜୁଟ ହେବା ସହ ଧର୍ମ ଆଧାରରେ ଭୋଟ୍ ଦେବା ଉଚିତ୍ ବୋଲି କାଲିଚରଣ କହିଛନ୍ତି। ବିବାଦୀୟ ଧାର୍ମିକ ନେତା କାଲିଚରଣ ଆଲିଗଡର ଅଚଲ ତାଲରେ ଥିବା ରାମଲିଲା ମଇଦାନରେ ରବିବାର ସନ୍ଥ ସମାଗମ ସମ୍ମିଳନୀରେ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ କେବଳ ସନାତନ ଧର୍ମ ଅଛି ଏବଂ ଏହା ବ୍ୟତୀତ ଅନ୍ୟ ଧର୍ମ ନାହିଁ। କାଲିଚରଣ ଆହୁରି ମଧ୍ୟ କହିଛନ୍ତି ଯେ, ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ଏକ ଧର୍ମ ନୁହେଁ। ଦେଶକୁ ଇସଲାମ ଆଡକୁ ନିଆଯାଉଛି। ଦେଶରେ ୫ ଲକ୍ଷ ମନ୍ଦିର ଭାଙ୍ଗି ଦିଆଯାଇଥିଲା ଏବଂ ୮୦୦ ବର୍ଷରେ ୮୦ ହଜାର ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଯଦି ଦେଶ ହିନ୍ଦୁ…

Read More

ଭୁବନେଶ୍ବର: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଖୁସି ଖବର ଆଣିଛନ୍ତି। ଆସନ୍ତାକାଲି ଅକ୍ଷୟ ତୃତୀୟାରେ ହିତାଧିକାରୀଙ୍କ ଆକାଉଣ୍ଟରେ ରାଜ୍ୟ ସରକାର କାଳିଆ ଟଙ୍କା ଜମା କରିବେ। ହିତାଧିକାରୀଙ୍କୁ ରାଜ୍ୟସରକାର ଏକ ବର୍ଷର କାଳିଆ ଟଙ୍କା ପ୍ରଦାନ କରିବେ। ଏହି ସୂଚନା ପାଇବା ପରେ ହିତାଧିକାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଦିବ ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି , ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ପୌର ପରିଷଦ ଅଧ୍ୟକ୍ଷା  ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ ଆରମ୍ଭ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ ଓ ଦିବସ ପାଳନ ଉପରେ ସ୍ୟମକ ଧାରଣା ଦେଇଥିଲେ। ବକ୍ତାଗଣ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ଶ୍ରମ, ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ଆଜି ରାଜ୍ୟର ସାମଗ୍ରିକ ବିକାଶ ଉନ୍ନତି ପଥରେ ଆଗେଇ…

Read More