ଭୁବନେଶ୍ବର: ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍ ଜଟିଳ। ଏଥିରେ ୨୬ଟି ହାଡ, ୧୦୭ଟି ଲିଗାମେଣ୍ଟସ୍, ୩୭ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର ୨୦ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ୟ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍ କରୁଥିଲେ। ୧୯୭୦ ଦଶକରେ ୭୭ ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା ୧୩ ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି…
Author: Samikhsya Bureau
ନୂଆଦିଲ୍ଲୀ: ଜୀବନର ପ୍ରତ୍ୟେକ ବ୍ୟକ୍ତିର ଏପରି ଏକ ପରିବର୍ତ୍ତନ ହେବା ଆବଶ୍ୟକ ଯେତେବେଳେ ତାଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବା ପାଇଁ କଷ୍ଟଦାୟକ ରାସ୍ତା ଦେଇ ଯିବାକୁ ପଡିବ। ଏପରି ପରିସ୍ଥିତିରେ, କିଛି ଲୋକ ଭୟଭୀତ ହୋଇ ଦୁଃଖରେ ଭାଙ୍ଗି ପଡନ୍ତି। କେହି କେହି ସାହସ ଧରି ସଫଳତାର ପାହାଚ ଚଢନ୍ତି। ସଫଳତା ମଧ୍ୟ ଏପରି ଲୋକଙ୍କୁ ବାଛିଥାଏ, ଯେଉଁମାନେ ଜୀବନରେ କ୍ଳାନ୍ତ ହୋଇ ପରାଜିତ ହୁଅନ୍ତି ନାହିଁ । ଯଦି ଆପଣ ମଧ୍ୟ ଜୀବନର ପ୍ରତ୍ୟେକ ଅସୁବିଧାକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ଏହି 7 ଟି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରିବ। 1-ଲୋକମାନେ ଆପଣ ବିଷୟରେ କ’ଣ ଭାବନ୍ତି ତାହା ଚିନ୍ତା କରିବା ଆପଣଙ୍କ କାମ ନୁହେଁ। ଯଦି ଆପଣ ଏହା ଭାବିବେ ତେବେ ନିଜ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। 2-ଆପଣଙ୍କ ଜୀବନକୁ କେବେ ବି ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । ସେମାନଙ୍କ ବିଷୟରେ…
କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ। କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି। ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି । ରାଜଭୋଗରେ ବର୍ଣ୍ଣିତ ପ୍ରସଂଗକୁ ଷ୍ଟାର୍ଲିଂ ଏବଂ କିଟ୍ଟୋ ମଧ୍ୟ ବ୍ୟବହାର କରିଛନ୍ତି । ମୂଳରାଜଭୋଗରେ କୁହାଯାଇଛି:ଗଙ୍ଗେଶ୍ୱର ଦେବ ନିଜ କନ୍ୟା ସହିତ ଦୈହିକ ସମ୍ପର୍କ ରଖିବାରୁ ଏବଂଏହା ପାପ କାର୍ଯ୍ୟ ବୋଲି ବ୍ରାହ୍ମଣମାନେ ମତ ଦେବାରୁ ପ୍ରାୟଶ୍ଚିତ କରିଥିଲେ । ପ୍ରାୟଶ୍ଚିତ ପାଇଁ ରାଜକନ୍ୟା ଦୁଇମାଠିଆ ପାଣି ଘେନି ଚାଲିଚାଲି ଗଲାବେଳେ ଯେଉଁଠାରେ ରୁଧିର ଜାତ ହେ ବସେଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବା ସଂଗସଂଗେ ମଧ୍ୟରେ ଦୀପଦଣ୍ଡି ରହିବ। ତାହାରି ମଧ୍ୟରେ ସେ ରହିବେ। ରାଜକନ୍ୟାକୁଏହି ପରି ଚଳାଇଲା ବେଳକୁ ଲୋକମାନେ ଉପହାସ କଲେ। ତେଣୁ ସଂକୋଚ ପାଇ ରାଜା ପୁଣି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କ ଗସ୍ତ ସମୟରେ ସେ ସେହି ଦେଶର ଏକ ପ୍ରତିନିଧୀ ମଣ୍ଡଳକୁ ସମ୍ବୋଧୀତ କରିଥିଲେ। ତାହା ଓଡିଆ ରୂପାନ୍ତର ହେଲା ମାନ୍ୟବର, ଡେନମାର୍କର ପ୍ରଧାନମନ୍ତ୍ରୀ, ପ୍ରତିନିଧୀ ମଣ୍ଡଳୀର ସଦସ୍ୟ, ଗଣମାଧ୍ୟମର ବନ୍ଧୁଗଣ, ଶୁଭ ସନ୍ଧ୍ୟା ଏବଂ ନମସ୍କାର, ମାନ୍ୟବର ପ୍ରଧାନମନ୍ତ୍ରୀ, ମୋତେ ଏବଂ ମୋର ପ୍ରତିନିଧୀଙ୍କୁ ଡେନମାର୍କରେ ଏକ ଭବ୍ୟ ସ୍ୱାଗତ ପାଇଁ ଆୟୋଜନ କରିଥିବାରୁ ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଧନ୍ୟବାଦ । ତୁମର ସୁନ୍ଦର ଦେଶକୁ ଏହା ମୋର ପ୍ରଥମ ଗସ୍ତ । ଗତ ବର୍ଷ ଅକ୍ଟୋବରରେ, ମୁଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଥିଲି । ଏହି ଦୁଇ ଗସ୍ତ ସହିତ, ଆମେ ଆମର ସମ୍ପର୍କରେ ଘନିଷ୍ଠତା ଏବଂ ଗତିଶୀଳତା ଆଣିବାରେ ସକ୍ଷମ ହୋଇଛୁ । ଆମର ଦୁଇ ଦେଶ କେବଳ ଗଣତନ୍ତ୍ରର ମୂଲ୍ୟବୋଧ, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଆଇନର ନିୟମ ସେୟାର କରି ନାହାଁନ୍ତି ବରଂ ଆମର ଉଭୟଙ୍କର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ। ଅକ୍ଷୟ ତୃତୀୟା ଅବସରରେ ଏହାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ…
ଭୁବନେଶ୍ୱର : ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସମାଜର ଅନନ୍ୟ ପ୍ରଚାରକ ତଥା ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୪ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ୟୁନିଟ୍-୯ ଫ୍ଲାଟସ୍ଥିତ ଆର୍ଯ୍ୟଭବନଠାରେ ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟ ସମାଜ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଳଥିଆସ୍ଥିତ ସ୍ମୃତିବନଠାରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଉଦ୍ଦେଶ୍ୟରେ ରୋପିତ ବକୁଳ ବୃକ୍ଷକୁ ପୂଜା ସହ ଜଳଦାନ କରାଯାଇଥିଲା। ଅତିଥି ଭାବେ ଯୋଗଦେଇ ପ୍ରଫେସର ବୁଦ୍ଧଦେବ ବିଶ୍ର କହିଲେ ଯେ, ସ୍ୱାମିଜୀ ଓଡ଼ିଶାରେ ଦ୍ୱିତୀୟ ଗୋପବନ୍ଧୁ। ସେ କେବଳ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ, ବଢି, ମରୁଡ଼ି ସମୟରେ ପ୍ରପୀଡ଼ିତ ଜନତାଙ୍କ ନିକଟରେ ପ୍ରଥମେ ଠିଆ ହେଉଥିଲେ। ସେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ନୀତି ଆଦର୍ଶ ଓ ସଂସ୍କାରର ବାର୍ତ୍ତାକୁ ସହର ଠାରୁ ଗ୍ରାମାଞ୍ଚଳ ବିଶେଷକରି ଗିରିଜନ ମାଳ ଅଞ୍ଚଳରେ ପହଞ୍ଚାଇବାରେ ସତତ ଚେଷ୍ଟିତ…
ଭୁବନେଶ୍ବର: ଆଜି ବ୍ରଜରାଜ ନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହେବ। ବିଜ୍ଞପ୍ତି ଅନୁସାରେ ଏହି ଉପନିର୍ବାଚନ ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତାହା ହେଲା ମଇ ୧୧ ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମଇ ୧୨ ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ ମଇ ୧୭ ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ମଇ ୩୧ ତାରିଖ- ଭୋଟ ଗ୍ରହଣ ଜୁନ ୩ ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ ଜୁନ ୫ ତାରିଖ- ନିର୍ବାଚନ ପକ୍ରିୟା ଶେଷ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିଥିଲା। ଫଳରେ ସେହିଦିନଠାରୁ ଏହି ଆସନ ଖାଲି ପଡିଛି।
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ସେଥିରେ କୁହାଯାଇଥିଲା ଯେ, ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା ପରବର୍ତ୍ତି ସମୟରେ ଲଘୁଚାପକୁ ରୂପାନ୍ତରିତ ହେବ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ଆଜି ସକାଳ ୫.୩୦ ସମୟରେ ପାଣିପାଗ ତଥ୍ୟ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ବଲାଙ୍ଗିର: ଦୀର୍ଘଦୀନ ଧରି ଦେଶୀ ବନ୍ଧୁକ ତିଆରି କରି କାରବାର କରୁଥିଲେ। ହେଲେ ଟେର ପାଉ ନ ଥିଲା ପୋଲିସ। ଏତେଦିନ ପରେ ଗତକାଲି ଏହି ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। ବଲାଙ୍ଗୀର ଜିଲ୍ଲା ମୁରିବାହଲ ପୋଲିସ ଏହି ବେଆଇନି ବନ୍ଧୁକ କାରାବାରରେ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ ଏହି ଚୋରା ବେପାରୀଙ୍କଠାରୁ ଆଠଟି ଦେଶୀ ବନ୍ଧୁକ, ଗୁଳି, କେତେକ ବିସ୍ପୋରକ ଦ୍ରବ୍ୟ ଏବଂ ବନ୍ଧୁକ ତିଆରି ଉପକରଣ ଜବତ କରିଛି। ଏ ନେଇ ପୋଲିସ ଅଧିକ ଖୋଲତାଡ କରୁଛି। ଏମାନେ କେଉଁମାନଙ୍କୁ ବନ୍ଧୁକ ଯୋଗାଇଥିଲେ, କାହା ସଂପର୍କରେ ଥିଲେ ସେ ସବୁ ତଦନ୍ତ ଚାଲିଛି।
ଭୁବନେଶ୍ବର: ଗତକାଲି ରାତିରୁ ରାଜଧାନୀରେ ପ୍ରବଳ ବର୍ଷା ଅନୁଭୂତ ହେବାରେ ଲାଗିଛି। ଦୀର୍ଘଦିନ ଧରି ସାରା ରାଜ୍ୟରେ ଯେପରି ଗ୍ରୀଷ୍ଣ ପ୍ରବାହ ହେଉଥିଲା ସେଥିରେ ଅସ୍ବସ୍ତି ମିଳିଛି। ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ବର୍ଷା କାଳ ବୈଶାଖୀର ପ୍ରଭାବ ଯୋଗୁ ହେଉଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଛି। ଏହା ଆସନ୍ତା 6 ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପରବର୍ତ୍ତି ସମୟରେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ଜଣାପଡି ନାହିଁ।
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ…
ଭୁବନେଶ୍ବର: ଚଳିତ ମେ ମାସରେ ପାଞ୍ଚୋଟି ଗ୍ରହ କରୁଛନ୍ତି ସେମାନଙ୍କ ରାଶି ପରିବର୍ତ୍ତନ। ସାଧାରଣତଃ ଏହି ପରିବର୍ତ୍ତନ ହେଲେ ବିଭିନ୍ନ ରାଶି ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ.. ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ:- ବୈଦିକ ଜ୍ୟୋତିଷ ଅନୁଯାୟୀ, ସମସ୍ତ ଗ୍ରହ ମଧ୍ୟରୁ ଚନ୍ଦ୍ର ଖୁବ୍ କମ୍ ଦିନ ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି। ଚନ୍ଦ୍ର ଦେଢ ଦିନରେ ଏହାର ରାଶି ପରିବର୍ତ୍ତନ କରିଥାନ୍ତି। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ:- ପ୍ରତ୍ୟେକ ମାସରେ ସୂର୍ୟ୍ୟଙ୍କର ରାଶି ପରିବର୍ତ୍ତନ ହୁଏ। ଏପ୍ରିଲ ୧୪ ରୁ ସୂର୍ୟ୍ୟଦେବ ତାଙ୍କର ମେଷ ରାଶିରେ ଅଛନ୍ତି। ସେ ଏହି ରାଶିରେ ୧୪ ମଇ ପର୍ୟ୍ୟନ୍ତ ରହିବ ଏବଂ ତା’ପରେ ୧୫ ମଇ ସକାଳରେ ସେ ବୃଷ ରାଶିରେ ଗମନ କରିବେ। ମଙ୍ଗଳଙ୍କ ରାଶି ଚଳନ:- ମଙ୍ଗଳ ଗ୍ରହ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ କରୁଛନ୍ତି। ଏପ୍ରିଲ୍ ୦୭ ପର୍ୟ୍ୟନ୍ତ ସେ…
ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ (ଏସ୍ସିସିଏଲ) ଦ୍ୱାରା ୫୩.୨୩ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ଏହା ବ୍ୟତୀତ ନିଜସ୍ୱ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍। କୋଇଲା ମନ୍ତ୍ରଣାଳୟର ଅଣଚୂଡାନ୍ତ ତଥ୍ୟ ଅନୁସାରେ ଗତ ଏପ୍ରିଲ ମାସରେ ଦେଶରେ ମୋଟ କୋଇଲା ଯୋଗାଣ ଚାହିଦା ଥିଲା ୭୦୮.୬୮ଲକ୍ଷ ଟନ୍। ଏହି ମାସରେ କେବଳ ଶକ୍ତି କ୍ଷେତ୍ରର କୋଇଲା ଆବଶ୍ୟକତା ୬୧୭.୨ଲକ୍ଷ ଟନ୍ରେ ପହଞ୍ଚିଥିଲା। ସେଥିମଧ୍ୟରୁ କୋଲ ଇଣ୍ଡିଆ ଶକ୍ତି କ୍ଷେତ୍ରକୁ ଏକା ୪୯୭.୩୯ ଲକ୍ଷ ଟନ୍ କୋଇଲା ଯୋଗାଇଥିଲା। ଏବର୍ଷ ଏପ୍ରିଲ ମାସରେ କୋଲ ଇଣ୍ଡିଆର କୋଇଲା ଉତ୍ପାଦନ ସର୍ବାଧିକ ଥିଲା।…
ଭୁବନେଶ୍ବର: ଚେନ୍ନାଇରେ ହେବାକୁ ଥିବା 44ତମ ଚେସ ଅଲମ୍ପିୟାଡ ଖେଳିବେ ପଦ୍ମନୀ ରାଉତ। ସେ ଏଥିପାଇଁ ମନୋନିତ ହୋଇଛନ୍ତି। ଏହି ପ୍ରତିଯୋଗୀତା ଚେନ୍ନାଇରେ ଆସନ୍ତା ଜୁଲାଇ 28 ତାରିଖରୁ ଆରମ୍ଭ ହେବ। ଏହି ପ୍ରତିଯୋଗୀତା ଅଗଷ୍ଟ 10 ପର୍ଯ୍ୟନ୍ତା ଚାଲିବ। ଭାରତ ଆୟୋଜକ ଭାବରେ ପ୍ରତ୍ୟେକ ଦଳ ଦୁଇଟି ଦଳ କରିବାକୁ ନିଷ୍ପତି ହୋଇଛି। ତାହା ହେଲା ଓପନ୍ କ୍ୟାଟେଗୋରୀ ଏବଂ ପ୍ରଥମ ଥର ପାଇଁ ମହିଳା ବିଭାଗ ଆରମ୍ଭ କରାଯାଇଛି। ଏହା ନିଶ୍ଚିତ ଭାବରେ 14 ଦିନିଆ ଇଭେଣ୍ଟରେ ପଦକ ସମ୍ଭାବନାକୁ ବଢେଇ ଦେଇଛି। ଏଥିରେ ପ୍ରାୟ 150 ରୁ ଅଧିକ ଦେଶରୁ ବିଶ୍ବର ଶୀର୍ଷରେ ଥିବା ଖେଳାଳୀ ଅଂଶଗ୍ରହଣର କରିବେ ବୋଲି ଜଣାପଡିଛି।
ଭୁବନେଶ୍ୱର: ଆମ ରାଜ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କୃଷି କ୍ଷେତ୍ରକୁ ଦେଇଥିବା ପ୍ରାଧାନ୍ୟ ଓ କୃଷିଭିତ୍ତିକ ଅନେକ କାର୍ଯ୍ୟକ୍ରମ ଗ୍ରହଣର ଫଳ ସ୍ୱରୂପ ଆଜି ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡରେ ପରିଣତ ହୋଇଛି। ୧୯୯୯ ମହାବାତ୍ୟା ସମୟରେ ଚାଉଳର ଅଭାବୀ ସ୍ଥିତିରୁ ୨୦୨୧ରେ ଆମ ରାଜ୍ୟ ଚାଉଳ ବଳକା ରାଜ୍ୟ ଭାବେ ଉଭା ହୋଇଛି। ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ-୨୦୨୨ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ସମୟ ଆସିଛି କୃଷକର ଆୟ ଦ୍ୱିଗୁଣିତ…
ବେଙ୍ଗାଲୁର: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ବେଙ୍ଗାଲୁରୁ ଠାରେ ଜାତୀୟ ଗୁଇନ୍ଦା ଗ୍ରୀଡ୍ ବା ନେସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ୍ (NATGRID) ପରିସରକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ସମାରୋହରେ ଉଦବୋଧନ ଦେଇ ଶ୍ରୀ ଅମିତ ଶାହ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଥମ ଦିନରୁ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ସବୁ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ NATGRIDର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ତଥ୍ୟ, ପରିଧି ଓ ଜଟଳିତା ଦୃଷ୍ଟିରୁ ପୂର୍ବର ସୁରକ୍ଷା ଆହ୍ବାନ ତୁଳନାରେ ଆଜି ସୁରକ୍ଷା ଆବଶ୍ୟକତା ବେଶ୍ ବଦଳି ଯାଇଛି । ତେଣୁ ଆଇନଗତ ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ…
ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ୮୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା। ସେଥିରେ ପଣସ ମିଶନ ଓ ରିୱାର୍ଡ (Rejuvenating Watershed for Agricultural Resilience through Innovative Development) କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍ ମିଶନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ (Special Programme for Promotion of Integrated Farming)ର ପ୍ରସାର ମଧ୍ୟ କରାଯାଉଛି । ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ମିଲେଟ୍ ମିଶନରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତିନି ଇଉରୋପୀୟ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡେନମାର୍କର ରାଜଧାନୀ କୋପନହେଗାନରେ ପହଞ୍ଚିଛନ୍ତି। ସେଠାରୁ ମୋଦୀ ଏକ ଟୁଇଟ୍ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫ୍ରେଡ୍ରିକେସନ ସ୍ୱାଗତ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ। ଏହି ଗସ୍ତ ଭାରତ-ଡେନମାର୍କ ସମ୍ପର୍କକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ। ବିମାନ ବନ୍ଦରରେ ଫ୍ରେଡ୍ରିକସନସ୍ ମୋଦୀଙ୍କୁ ସ୍ବାଗତ କରିଥିଲେ ଏବଂ ସେଠାରୁ ସେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ମାରିଏନବର୍ଗକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ମୋଦୀ ସେଠାରେ କଂପାନୀ ମୁଖ୍ୟଙ୍କୁ ଭେଟିବେ। ପରେ ସେ ରାଣୀ ମାର୍ଗରେଥ ଦ୍ୱିତୀୟ ସହିତ ମଧ୍ୟ ସାକ୍ଷାତ କରିବେ। ସେ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀଙ୍କ ସହ ୨ୟ ଭାରତ-ନର୍ଡିକ୍ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିବେ। ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଏବଂ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ମଜବୁତ କରିବା ପାଇଁ ମୋଦୀ ନର୍ଡିକ୍ ଦେଶମାନଙ୍କ ସହ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୃଷି ବିକାଶ…
ଭୁବନେଶ୍ୱର : ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇ ରୁଜୁ ହୋଇଥିବା ମିଛ କେସ୍କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବୁକ୍ ସର୍କୁଲାର୍ – ୪୭ ର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ପ୍ରଦର୍ଶନକୁ ଆଧାର କରି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ରୁଜୁ କରିଥିଲେ। କିନ୍ତୁ ସରକାରଙ୍କ ପରୋକ୍ଷ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ। ଅନ୍ୟପକ୍ଷରେ ତା’ପରଦିନ…
ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତିର ମହାନ କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟାରୁ ଚାଷୀ ତାର ଚାଷ କ୍ଷେତ୍ରରେ ଚାଷ କାମର ଶ୍ରୀ ଗଣେଷ କରିଥାଏ। ଆଜିଠାରୁ କ୍ଷେତ ପ୍ରସ୍ତୁତ, ଚାଷୀ ବି ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ସେହି ଅନୁଯାୟୀ ପ୍ରସ୍ତୁତ ରହିବା ଦରକାର। ରାଜ୍ୟ ସରକାର ଠିକଣା ସମୟରେ ଚାଷୀ ପାଖରେ ବିହନ, ସାର ଓ କୀଟନାଶକ ତଥା ଅନ୍ୟାନ୍ୟ ଆବଶ୍ୟକୀୟ କୃଷିଜାତକ ସାମଗ୍ରୀ ପଂହଚାଇ ପାରୁ ନାହାନ୍ତି। ଆଜି ଅକ୍ଷିମୁଠି ଅନୁକୂଳ କରି ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ ବହୁ କୃଷକକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଅନୁରୁପ ଭାବେ ରାଜ୍ୟ ସରକାର ମଧ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଓ ତାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଆଗେଇ ଆସିବାକୁ ରାଜ୍ୟ…

