ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ହରିୟାଣାର କରନାଲ ଜିଲ୍ଲା ପୋଲିସ ବିଫଳ କରିଛି। ସୂଚନାନୁସାରେ ୩-୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହରିୟାଣାର କରନାଲ ଜିଲ୍ଲା ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ପିସ୍ତଲ ୩୧ କାର୍ଟ୍ରିଜ୍ ଏବଂ ୩ ଟି ଆଇଇଡି ଜବତ କରାଯାଇଛି। କୁହାଯାଉଛି ଯେ, ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଯାଉଥିଲେ। ସୂଚନା ପାଇବା ପରେ ପୋଲିସ ତାଙ୍କୁ ସକାଳ ୪ ଟାରେ ମଧୁବାନ ନିକଟରୁ ଗିରଫ କରିଥିଲା। ସୂଚନାନୁସାରେ, ଇନୋଭା ଗାଡିରେ ଏକ ସନ୍ଦିଗ୍ଧ ପଦାର୍ଥ ମିଳିଛି, ଏହା ପରେ ବୋମା ନିରୋଧକ ଦଳକୁ ଡକାଯାଇଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୭ ନୂଆପଡା ଜିଲ୍ଲାରୁ- ୩ ସମ୍ବଲପୁର ଜିଲ୍ଲାରୁ- ୨ ସୋନପୁର ଜିଲ୍ଲାରୁ- ୧ ଷ୍ଟେଟ ପୁଲରୁ- ୧ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୧୦୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୮୨୫ ଏବଂ ବର୍ତ୍ତମାନ ୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ନୂଆଦିଲ୍ଲୀ: ସ୍ନାତକୋତ୍ତର ପ୍ରାର୍ଥୀମାନଙ୍କ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ ଆସୋସିଏସନ ଦ୍ୱାରା ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମେ ୪ ତାରିଖ ବୁଧବାର ଦିନ ସୁପ୍ରିମକୋର୍ଟର ଓକିଲ ସନ୍ଦୀପ ଏସ ତିୱାରୀ ଏହି ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ଆଡଭୋକେଟ୍ ସନ୍ଦୀପ ଏସ ତିୱାରୀ ଟ୍ୱିଟ୍ କରି କହିଛନ୍ତି ଯେ, “ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ତରଫରୁ ଆମେ ମଇ ୨୧ ତାରିଖ ୨୦୨୨ରେ ଧାର୍ଯ୍ୟ ହୋଇଥିବା ନିଟ୍ ପିଜି ୨୦୨୨ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛୁ। ପ୍ରାର୍ଥୀମାନେ ସେମାନଙ୍କର ପ୍ରସଙ୍ଗ ଉଠାଇଛନ୍ତି। ନିଟ୍ ପିଜି ୨୦୨୧ ପାଇଁ ଚାଲିଥିବା କାଉନସେଲିଂ ତାରିଖର ଅସଙ୍ଗତି / ବିବାଦ ହେତୁ ଅଭିଯୋଗ କରାଯାଇଛି। ଯେହେତୁ ନିଟ୍ ପିଜି କାଉନସେଲିଂ ବିଳମ୍ବ ହେଉଛି, ନିଟ୍ ପିଜି ପରୀକ୍ଷା ଦିନ ଏବଂ କାଉନସେଲିଂ ମଧ୍ୟରେ କମ୍ ବ୍ୟବଧାନ ହେତୁ…
ନୂଆଦିଲ୍ଲୀ: ଦେଶରେ ଖାଇବା ତେଲର ଦର ବୃଦ୍ଧି ମଧ୍ୟରେ ସରକାର କହିଛନ୍ତି ଯେ, ଇଣ୍ଡୋନେସିଆରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ସରକାରଙ୍କ ପାଖରେ ଏହାର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି। କେନ୍ଦ୍ର ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେଙ୍କ ଅନୁଯାୟୀ ୪୦ ରୁ ୪୫ ଦିନିଆ ଷ୍ଟକ୍ ସରକାରଙ୍କ ନିକଟରେ ଉପଲବ୍ଧ ଏବଂ ସରକାର ଆଶା କରୁଛନ୍ତି ଯେ, ଇଣ୍ଡୋନେସିଆ ଶୀଘ୍ର ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବ। ଖାଦ୍ୟ ସଚିବ କହିଛନ୍ତି ଯେ, ଇଣ୍ଡୋନେସିଆରେ ୪୦୭ ଲକ୍ଷ ମେଟ୍ରିକ୍ ଟନ୍ ପାମ ତେଲ ଉତ୍ପାଦିତ ହେଉଥିବାବେଳେ ଏହାର ବ୍ୟବହାର ପ୍ରାୟ ୨୦୦ ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏଭଳି ପରିସ୍ଥିତିରେ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ବ୍ୟତୀତ ଇଣ୍ଡୋନେସିଆର ଅନ୍ୟ କୌନଶୀ ବିକଳ୍ପ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି। ନିଷେଧାଦେଶ ହଟାଇବା ପରେ ପାମ ତେଲ ଯୋଗାଣ…
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମହାମାରୀର ଗତି ପୁଣି ଥରେ ଅନିୟନ୍ତ୍ରିତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୭୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ଏବଂ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଗତକାଲି ତିନି ହଜାର ୧୦ ଜଣ ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୯ ହଜାର ୭୧୯ କୁ ବୃଦ୍ଧି ପାଇଛି। ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୯୭୫ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷ ୪୭ ହଜାର ୬୯୯ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ଏଥି ସହିତ ପଞ୍ଜାବର ପଟିଆଲାସ୍ଥିତ ରାଜୀବ ଗାନ୍ଧୀ ନ୍ୟାସନାଲ ୟୁନିଭରସିଟି ଅଫ୍ ଲ ର ୬୦ ଜଣ…
ନୂଆଦିଲ୍ଲୀ: ନିକଟରେ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ରାହୁଳ ଗାନ୍ଧୀ ଏକ ପାର୍ଟିରେ ଉପସ୍ଥିତ ଅଛନ୍ତି ଏବ ଜଣେ ମହିଳାଙ୍କ ସହିତ କଥା ହେଉଛନ୍ତି। ଏହା ହେଉଛି ନେପାଳର ଏକ ନାଇଟ କ୍ଲବ ଏବଂ ଦେଶରେ କଂଗ୍ରେସ ଅବସ୍ଥା ଖରାପ ଥିବା ବେଳେ ତାହାର ମୁଖ୍ୟ ନାଇଟ କ୍ଲବରେ ମଜ୍ଜା କରୁଛନ୍ତି। ଏହିପରି ତଥ୍ୟ ଉଲ୍ଲେଖ୍ୟ କରି ମାଲବ୍ୟ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ। ଏହାପରେ ବିଜେପି କର୍ମି ଏବଂ ଅନ୍ୟମାନେ ସେହି ଭିଡିଓକୁ ଭାଇରାଲ କରିବାରେ ଲାଗିଲ। ଏହାପରେ କଂଗ୍ରେସ ତରଫରୁ ସ୍ପଷ୍ଟି କରଣ ଦିଆଗଲା। କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ଗାନ୍ଧୀ ଏକ ଘରୋଇ ବିବାହ ପାଇଁ ନେପାଳ ଯାଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ବିବାହରେ ଯୋଗଦେବା ଅପରାଧ ନୁହେଁ।…
ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସବୁଠାରୁ ଭଲ ଆୟ କରିବାର ମାଧ୍ୟମ ହେଲା ବ୍ୟବସାୟ। କାରଣ ବ୍ୟବସାୟରେ ଯେପରି ଲାଭ ରହିଛି ତାହା ଆପଣ ଚାକିରୀରେ ପାଇବେ ନାହିଁ। ସେଥିପାଇଁ ଆଜିକାଲି ଅନେକ ଯୁବକ ଚାକିରୀ ବଦଳରେ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ମଧ୍ୟ ସରକାରଙ୍କ ପ୍ରୟାସ ଯେ ଦେଶରେ ନିଯୁକ୍ତି ସୁଯୋଗ ବଢାଇବା ପାଇଁ ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା କରାଯିବା ଉଚିତ। ସେଥିପାଇଁ ସୁଲଭ ମୂଲ୍ୟରେ ଋଣ ସମେତ ସରକାର ଅନେକ ସୁବିଧା ଯୋଗାଉଛନ୍ତି। ଯଦି ଆପଣ ବ୍ୟବସାୟ ଆରମ୍ଭ କରିବା ତେବେ ସାବୁନ ଉତ୍ପାଦନ ବ୍ୟବସାୟ କରିପାରିବେ। ସାବୁନ୍ ଏପରି ଏକ ଉତ୍ପାଦକ, ଯାହା ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ ଏବଂ ଏହାର ଚାହିଦା ସର୍ବଦା ରହିଥାଏ। ଏଥିସହ, ଏହା ସହିତ ଭଲ କଥା ହେଉଛି ଆପଣ କମ୍ ଟଙ୍କା ବିନିଯୋଗ କରି ଏକ ସାବୁନ୍ ତିଆରି କାରଖାନା ଆରମ୍ଭ କରିପାରିବେ। ଆପଣ ସାବୁନ ବ୍ୟବସାୟ…
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳ ଧିରଧିରେ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହା ଆସନ୍ତାକାଲି ଲଘୁଚାପରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ଫଳରେ ରାଜ୍ୟର ପାଗ ମେଘୁଆ ରହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ବର୍ତମାନ କହିହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। କାରଣ ଏକ ସଂପୂର୍ଣ୍ଣ ରୂପେ ଲଘୁଚାପରେ ପରିଣତ ହେବା ପରେ ବାତ୍ୟାର ସ୍ଥିତି ଜଣାପଡିବ ବୋଲି ବିଭାଗ କହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ଶିଖର ସମ୍ମିଳନୀ ଅବସରରେ କୋପେନହାଗେନ ଠାରେ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ କାତ୍ରିନ ଜାକୋବ୍ସଦତ୍ତିରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୦୧୮ରେ ଷ୍ଟକହୋମରେ ହୋଇଥିବା ପ୍ରଥମ ଇଣ୍ଡିଆ- ନର୍ଡିକ ଶିଖର ସମ୍ମିଳନୀରେ ହୋଇଥିବା ସେମାନଙ୍କ ପ୍ରଥମ ବୈଠକକୁ ମନେ ପକାଇଥିଲେ। ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରୁଛନ୍ତି ବୋଲି ଉଭୟ ଉଲ୍ଲେଖ କରିଥିଲେ। ଉଭୟ ନେତା ଜିଓଥର୍ମାଲ ଶକ୍ତି, ସମୁଦ୍ରଭିତ୍ତିକ ଅର୍ଥନୀତି, ଉତ୍ତର ମେରୁ ସଂକ୍ରାନ୍ତ, ନବୀକରଣ ଯୋଗ୍ୟ ଶକ୍ତି, ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଶିକ୍ଷା ଓ ସଂସ୍କୃତି ଆଦି କ୍ଷେତ୍ରରେ ଆର୍ଥିକ ସହଯୋଗ ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଜିଓଥର୍ମାଲ ଶକ୍ତି କ୍ଷେତ୍ରରେ ଆଇସଲ୍ୟାଣ୍ଡର ବିଶେଷ ଦକ୍ଷତା ରହିଥିବାରୁ ଏହି କ୍ଷେତ୍ରରେ ଦୁଇ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତା ବୃଦ୍ଧି…
ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତର ଅଂଶଗ୍ରହଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ଠାକୁର କହିଛନ୍ତି ଯେ, ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ରକୁ ବିଧିବଦ୍ଧ ଭାବେ ସମ୍ମାନିତ କରାଯିବାର ପରମ୍ପରା ଆରମ୍ଭ ହୋଇଛି। ପରବର୍ତ୍ତୀ ସଂସ୍କରଣଗୁଡ଼ିକରେ ଭିନ୍ନ ଭିନ୍ନ ରାଷ୍ଟ୍ରକୁ ସମ୍ମାନିତ ରାଷ୍ଟ୍ର ଭାବେ ସାମିଲ କରାଯିବ। ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ, ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ବିପାକ୍ଷିକ କୂଟନୈତିକ ସମ୍ପର୍କକୁ ୭୫ ବର୍ଷ ପୂରଣ ହେଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ଗସ୍ତରେ ଯାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…
ଭୁବନେଶ୍ବର: ଟ୍ରେନ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଅନ୍ୟ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବା ପାଇଁ ବ୍ରହ୍ମପୁର ଏବଂ ନନ୍ଦେଡ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୭୪୩୧ ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ ମଇ ମାସ ୭ ରୁ ୨୮ ତାରିଖ ମଧ୍ୟରେ ନନ୍ଦେଡରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୩ଘ.୨୫ମି.ରେ ଛାଡି ବ୍ରହ୍ମପୁର ଠାରେ ତା’ପରଦିନ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ। ଫେରିବା ମାର୍ଗରେ, ୦୭୪୩୨ ବ୍ରହ୍ମପୁର-ନନ୍ଦେଡ୍ ସ୍ପେଶାଲ୍ ଟ୍ରେନ ମଇ ମାସ ୮ ରୁ ୨୯ ତାରିଖ ମଧ୍ୟରେ ବ୍ରହ୍ମପୁରରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୪ଘ.୩୦ମି.ରେ ଛାଡି ତା’ପରଦିନ ଅପରାହ୍ନ ୩ଘ.୪୫ମି.ରେ ନନ୍ଦେଡରେ ପହଞ୍ଚିବ। ଏହି ଟ୍ରେନ୍ ରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଟାୟାର୍, ଛଅଟି ଏସି -୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା…
ମେଷ – ଧର୍ଯ୍ୟବାନ ହୁଅ। ଧର୍ଯ୍ୟ ରଖିବାକୁ ଚେଷ୍ଟା କର। ପାରିବାରିକ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଏକ ସମ୍ପତ୍ତି ଆୟର ଉତ୍ସ ହୋଇପାରେ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଅନ୍ୟ କୈଣସି ସ୍ଥାନରେ ରହିବାକୁ ପଡିପାରେ। ଆୟ ବୃଦ୍ଧି ପାଇବ। ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ପ୍ରଗତିର ଯୋଗଗୁଡ଼ିକ ଫିଟୁଛି। ଆହୁରି ପଢନ୍ତୁ: – ଏଇ ମାସରେ 5ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, କଣ ହେବ ଆପଣଙ୍କ ରାଶି ବୃଷ – ବକ୍ତବ୍ୟରେ ମଧୁରତା ରହିବ। ବ୍ୟବସାୟିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିପାରେ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ। ଚାକିରିରେ ପରିବର୍ତ୍ତନ ପାଇଁ ସୁଯୋଗ ଉପଲବ୍ଧ ହୋଇପାରେ। ମନ ଅସୁବିଧା ରହିବ। ପରିବାରର ସୁବିଧା ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ। ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଜି ଅଧିକ ଅନାବଶ୍ୟକ ଖର୍ଚ୍ଚ ଚାଲିବ। ମିଥୁନ – ମାନସିକ ଶାନ୍ତି ରହିବ, କିନ୍ତୁ ଆତ୍ମବିଶ୍ୱାସର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫେଡିରିକ୍ସେନ, ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ କାଟରିନା ଜାକୋବ୍ସଡୋଟିର, ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ ଗହର ଷ୍ଟୋର, ସ୍ବିଡେନର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଣ୍ଡେଲିନା ଏଣ୍ଡରସନ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ ସନା ମାରିନଙ୍କ ସହିତ ଭାଗ ନେଇଛନ୍ତି। ଏହି ଶିଖର ସମ୍ମିଳନୀ ୨୦୧୮ ରେ ଷ୍ଟକହୋମରେ ପ୍ରଥମ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ପରେ ଭାରତ-ନୋର୍ଡିକ ସମ୍ବନ୍ଧରେ ହୋଇଥିବା ପ୍ରଗତିର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିଛି। ମହାମାରୀ ପରେ ଆର୍ଥିକ ସୁଧାର (ରିକଭରି), ଜଳବାୟୁ ପରିବର୍ତ୍ତନ, କ୍ରମାଗତ ବିକାଶ, ନୂତନତା, ଡିଜିଟାଲକରଣ ଏବଂ ସବୁଜ ଏବଂ ସ୍ବଚ୍ଛ ବିକାଶ ଆଦି କ୍ଷେତ୍ରରେ ବହୁମୁଖୀ ବିଷୟ ଉପରେ ଆଲୋଚନା ହୋଇଛି। ସ୍ଥାୟୀ ମହାସାଗର ପରିଚାଳନା ଉପରେ ବିଶେଷ ଧ୍ୟାନ ପ୍ରଦାନ କରି ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀ ନୋର୍ଡିକ୍ କମ୍ପାନୀଗୁଡ଼ିକୁ…
ଭୁବନେଶ୍ବର: ୩ ମଇ, ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଖଡଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ଚଳାଚଳରେ ପୁନଃ ସେବା ପ୍ରଚଳନ କରିଛି। କୋଭିଡ ମହାମାରୀ ସମୟରେ ଏହି ଟ୍ରେନ୍ ଚଳାଚଳରେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଥିଲା। ୩ ମଇ, ୨୦୨୨ ଠାରୁ ୧୮୦୨୧/୧୮୦୨୨ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ଖଡ଼ଗପୁରରୁ ଭୋର ୦୪ଘ.୪୦ମି.ରେ ଛାଡୁଥିବାବେଳେ ଖୋର୍ଦ୍ଧା ରୋଡରୁ ଅପରାହ୍ନ ୦୪ଘ.୪୫ମି.ରେ ଛାଡ଼ୁଛି। ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ୧୩ ଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ଥିବାବେଳେ ଏହା ଖଡ଼ଗପୁର ଓ ଖୋର୍ଦ୍ଧା ରୋଡ୍ ମଧ୍ୟରେ ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ ହଲ୍ଟ, ଅମର୍ଦା ରୋଡ, ବସ୍ତା, ମୟୂରଭଞ୍ଜ ରୋଡ୍, ରୁପ୍ସା, ହଳଦୀପଦା, ବାଲେଶ୍ୱର, ନୀଳଗିରି ରୋଡ୍, ଖନ୍ତାପଡ଼ା, ବାହାନାଗା ବଜାର, ସୋରୋ, ମାର୍କୋଣା, ରାଣୀତାଲ, ଭଦ୍ରକ, କେନ୍ଦୁଆପଦା,…
ଭୁବନେଶ୍ବର: ୨୦୨୧-୨୨ ମସିହାରେ ମାଲ ପରିବହନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପଞ୍ଜୀକୃତ କରିଥିବା ଭାରତୀୟ ରେଳବାଇ ଏପ୍ରିଲ୍ ମାସରେ ପୂର୍ବ ବର୍ଷର ଗତିକୁ ଆଗକୁ ବଢ଼ାଇ ଦେଇଛି। ୨୦୨୧ ଏପ୍ରିଲ୍ ମାସରେ ଭାରତୀୟ ରେଳବାଇ ୧୧୧.୬୪ ନିୟୁତ ଟନ ପଣ୍ୟ ପରିବହନ କରିଥିବା ବେଳେ ୨୦୨୨ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ପୂର୍ବ ବର୍ଷ ଏପ୍ରିଲ୍ ଅପେକ୍ଷା ୧୦.୫ ନିୟୁତ ଟନ ଅର୍ଥାତ ୯.୫% ଅଭିବୃଦ୍ଧି କରି ପରିବହନ କ୍ଷେତ୍ରରେ ରେକର୍ଡ କରିଛି। ଏହି ସଫଳତା ସହିତ, ଭାରତୀୟ ରେଳବାଇ ୨୦ ମାସର ସର୍ବଶ୍ରେଷ୍ଠ ମାସିକ ଆକଳନକୁ ପଞ୍ଜୀକୃତ କରିଛି ଏବଂ ସେପ୍ଟେମ୍ବର ୨୦୨୦ ରେ ଆରମ୍ଭ ହୋଇଥିବା ଧାରା ପ୍ରତ୍ୟେକ ମାସର ମାସିକ ମାଲ ପରିବହନ ଲୋଡିଙ୍ଗର ନୂତନ ରେକର୍ଡ ସହିତ ଅପରାଜିତ ରହିଆସିଛି। ଏପ୍ରିଲ୍ ୨୨ ରେ ଭାରତୀୟ ରେଳ ମାଧ୍ୟମରେ ବୁକ୍ ହୋଇଥିବା ନେଟ୍ ଟନ୍ କିଲୋମିଟର ମଧ୍ୟ ଏପ୍ରିଲ୍ ୨୧ ରେ…
ଭୁବନେଶ୍ୱର: ସାମ୍ବାଦିକତାର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି। ଗଣମାଧ୍ୟମ ଗଣ ସଚେତନତାର ବାହକ। ସାମ୍ବାଦିକମାନେ ସାମାଜିକ ପ୍ରତିବନ୍ଧିତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମେଳନକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର ଏହା କହିଥିଲେ। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଆଦି ସାମ୍ବାଦିକମାନଙ୍କ ଆବଶ୍ୟକତା ବିଷୟରେ ସରକାର ସଚେତନ ଅଛନ୍ତି। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ଓ ଦାବି ବିଷୟରେ ସରକାର ସହୃଦୟତାର ବିଚାର…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବଢିଲା ଅନ୍ତରୀଣ ଜାମିନ ଅବଧି। ଅନ୍ତରୀଣ ଜାମିନକୁ ଆଉ ଏକ ସପ୍ତାହ ବଢ଼ାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ଦିନ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ଅନ୍ତ ହେଉଥିବା ବେଳେ ତାଙ୍କୁ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିଲା। ହେଲେ ତାଙ୍କ ଓକିଲ ଚିକିତ୍ସା ଜାରିରହିଥିବାରୁ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇବା ପାଇଁ ଏକ ପିଟିସନ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ। ଆଜି ତାହାର ଶୁଣାଣି ବେଳେ ଉଚ୍ଚ ନ୍ୟାୟାଳୟ ବିଧାୟକ ଜଗଦ୍ଦେବଙ୍କୁ ଆଉ ଏକ ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅର୍ଥାତ ମଇ ୧୧ ତାରିଖ ଯାଏଁ ବିଧାୟକଙ୍କୁ ଅନ୍ତରୀଣ ଜାମିନ ମିଳିଛି।
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଆଜି ବ୍ରଜରାଜନଗର ଉପ-ନିର୍ବାଚନ ନିମନ୍ତେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଭିଡିଓ କନଫରେନସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ। ଉପ-ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ଇଭିଏମ୍ ଓ ଭିଭିପ୍ୟାଟ୍ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ତାଲିମ୍, କଣ୍ଟ୍ରୋଲ୍ ରୁମ ଖୋଲିବା ସହ ଉପ-ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାରର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ନିର୍ବାଚନ ଆଉ ଅଳ୍ପଦିନ ବାକିଥିବାରୁ ଉପ-ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଠିକ୍ ସମୟରେ ସାରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଆଭାସୀ ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ସଂଘମିତ୍ରା ଶତପଥୀ ଏବଂ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର…
ସୁମନ ଦାଶ ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ ପହଞ୍ଚେଇ ଦେଇ ପାରେ,ଯେ କୌଣସି ସମୟରେ ଭାରାକ୍ରାନ୍ତ ମନ କୁ ଶାନ୍ତ କରିଦେଇପାରେ , ସେଇ ଭିତରେ ପ୍ରିୟ ବହି ପଢିବା,ପ୍ରିୟ ଗୀତ ଶୁଣିବା ଓ ପେଟପୁରା ସୁଖାଦ୍ୟ ଖାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ସୁଖ ନିଦ୍ରା ମୋ ଦୃଷ୍ଟି ରେ ନିଶ୍ଚୟ ରହିବ। (ଏ ତାଲିକା ର ଚୟନ,କ୍ରମାଙ୍କ ବ୍ୟକ୍ତି ବିଶେଷ ରେ ପରିବର୍ତ୍ତନଶୀଳ,ପରୀକ୍ଷା ପ୍ରାର୍ଥନୀୟ !) ଆଉ ସୌଭାଗ୍ୟକୁ ଯଦି ନିଜ ଭାଷା ରେ ନିଜର କିଛି ପ୍ରିୟ ଗୀତ ର ସୁଦୃଶ୍ୟ ମର୍ଯ୍ୟାବନ୍ତ ସଂକଳନ ଟିଏ ହାତ ରେ ପଡେ,ସେଥିରେ ପୁଣି ମାର୍ଚ୍ଚ ମାସର ଆକାଶ ରେ ଘୋଟି ଥାଏ ଅଦିନିଆ କଳା ମେଘ…
ଭୁବନେଶ୍ୱର: ସହୀଦ ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ପୂର୍ବରୁ ଥିବା ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଯୁଦ୍ଧ ତଥା ଉଗ୍ରବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦଙ୍କୁ ଏଣିକି ଏହି ବର୍ଦ୍ଧିତ ରାଶି ପ୍ରଦାନ କରାଯିବ। ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀ ରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାର ର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହୀଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି। ପ୍ରାଥମିକ ଭାବ ରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ 2010 ଓ 2012 ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ,…
ନୂଆଦିଲ୍ଲୀ: ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ବ୍ୟକ୍ତିଗତ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚିତ। ସେ କେତେବେଳେ ପୁରା ଅଲଟ୍ରା ମଡର୍ଣ୍ଣ ପୋଷାକ ପରିଧାନ କରନ୍ତି ତ କେତେବେଳେ ପୁରା ପାରଂପାରିକ। ପାରମ୍ପାରିକ ପୋଷାକରେ ଶାଢୀ, ଲେହେଙ୍ଗା ପ୍ରଭୃତି ପୋଷାକ ପିନ୍ଧି ସେ ଫଟୋ ଫୋଷ୍ଟ କଲେ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତ। ନିକଟରେ ଜାହ୍ନବୀ ଇନଷ୍ଟାଗ୍ରାମରେ ସବୁଜ ଫୁଲର ମୁଦ୍ରିତ ଶାଢୀ ଏବଂ ତାହାକୁ ମେଳ ଖାଉଥିବା ସ୍ଲିଭଲେସ୍ ବ୍ଲାଉଜ୍ ପରିଧାନ କରିଥିବା ଫଟୋ ସେୟାର କରିଛନ୍ତି। ଏହାକୁ ନେଇ ପ୍ରଶଂସକମାନେ ବହୁ ପ୍ରଶାଂସା କରିବାରେ ଲାଗିଛନ୍ତି। ଏପରିକି ବାପା ବୋନି କପୁର ମଧ୍ୟ ତାଙ୍କ ଝିଅକୁ ପ୍ରଶଂସାରେ ପୋତି ପକାଇଛନ୍ତି। ପୋଷ୍ଟ ତଳେ “ଅତି ସୁନ୍ଦର” ବୋଲି ମନ୍ତବ୍ୟ ଦେଇଛନ୍ତି। ଜାହ୍ନବୀ ଏକ ବଗ୍ ଇମୋଟିକନ୍ ସହିତ ସବୁଜ ଫୁଲ ମୁଦ୍ରିତ ଶାଢୀ ପିନ୍ଧିଥିବା ବହୁ ଫଟୋ ପୋଷ୍ଟ କରିଛନ୍ତି। ସେଲିବ୍ରିଟିଙ୍କ ଷ୍ଟାଇଲିଷ୍ଟ ତାନିଆ ଗାଭ୍ରୀ ଜାନଭୀଙ୍କ ଏହି ସୂକ୍ଷ୍ମ ଲୁକ୍କୁ…

