Author: Samikhsya Bureau

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ଅବପାତର ରୂପ ନେଇପାରେ। ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତ ରୂପ ନେଇପାରେ। ଏହା ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବା ସମ୍ଭାବନା। ୧୦ ତାରିଖ ସୁଦ୍ଧା ଏହା ଓଡିଶା-ଆନ୍ଧ୍ର ଉପକୂଳର ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡଖବର। ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ସତ ହେଲା। ଖୁବ ଶିଘ୍ର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେବ। ଏ ନେଇ ଏବେ ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ‘ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା ରହିଛି’ ବୋଲି କୁହାଯାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଭାରତୀୟ ନୌସେନା, ଚିଲିକା, ଓଟିଡିସି, ବାଲୁଗାଁ ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ। ନିଖୋଜ ହେବାର ୧୯ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳିଛି। ଚିଲିକାର ବଡକୂଳ ନିକଟସ୍ଥ ଖାରିବନ୍ଧରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଶରୀର। ଚିଲିକା ଭିତରେ ଏକାଧିକ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ମୃତ ଦେହଟି ବାଲୁଗାଁ ପୋଲିସ ଏବଂ ଓଡ୍ରାଫ ଟିମଙ୍କ ନଜରରେ ପଡିଥିଲା। ତେବେ ଏହା ଖାରିବନ୍ଧ ନିକଟରେ ଭାସୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମୃତ ଶରୀରକୁ ଚିଲିକାରୁ ଉଦ୍ଧାର କରାଯାଇଛି ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ।

Read More

ଭୁବନେଶ୍ବର: ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିସହିତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ଜାରୀ ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗତକାଲି ଏହାର ପ୍ରଭାବ ସାରା ଓଡିଶାରେ ପରିଲକ୍ଷିତ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ଲାଗି ରହିଛି। ଏହି କାଳ ବୈଶାଖୀର ପ୍ରଭାବ ଏପରି ଥିଲା ଯେ, କେତେକ ସ୍ଥାନରେ ଟେଲିଫୋନ ଟାୱାର ଭଙ୍ଗି ପଡିବା ସହିତ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇଯାଇଥିଲା। ସେହିପରି ଚିଲିକାରେ ଡଙ୍ଗା…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦେଶରେ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ମାନସିକ ଦୁଃଶ୍ଚିନ୍ତା ହେଉ ବା ପାରିବାରିକ କଳହ ହେଉ ମଣିଷ ଭାରାକ୍ରନ୍ତ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥାଏ। ଆଜିର ଯୁବ ସମାଜ ଆତ୍ମହତ୍ୟାରୁ କିପରି ନିବୃତ ରହିବେ ସେଥି ସକାଶେ ପଶ୍ଚିମବଙ୍ଗର ସଞ୍ଜୟ ବିଶ୍ୱାସ ନାମକ ଯୁବକ ଖଣ୍ଡିଏ ସାଇକେଲରେ ସାରା ଦେଶ ଭ୍ରମଣ କରୁଛନ୍ତି। ପ୍ରଚଣ୍ଡ ରୌଦ୍ରତାପକୁ ଭୂକ୍ଷେପ ନ କରି ସଞ୍ଜୟ ବିଶ୍ୱାସ ଏଭଳି ଏକ କଷ୍ଟ କରଯାତ୍ରା କରି ଏକ ଉଦାହରଣ ପାଲଟିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୨୩ ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସଚେତନତାର ବାର୍ତ୍ତା ଲୋକମାନଙ୍କ ଠାରେ ପହଂଚାଇଛନ୍ତି। ତାଙ୍କୁ ଏଥିପାଇଁ ଦୈନିକ ୬୦ ରୁ ୭୦ କିମି ସାଇକେଲ୍ ଯାତ୍ରା କରବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ସେ ୮ ମାସ ୫ ଦିନ ଏହି ଭ୍ରମଣ କରିବା ସହ ୧୬ ହଜାର କିଲୋମିଟର…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ଅପରାହ୍ନରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାରେ ୧୧ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣକ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ଅବସ୍ଥିତ ଥିବା ଏକ ଦୋକନରେ ସହକାରୀ କର୍ମଚାରୀ ଥିବା ଜଣାପଡିଛି। ତେବେ ଗତକାଲି ରାତିତମାମ ସ୍ଥାନୀୟ ବୋଟ ଆସୋସିଏସନର କର୍ମକର୍ତ୍ତା, ଅଗ୍ନିଶମ ବାହିନୀ ଏବଂ ଓଟିଡ଼ିସି କର୍ମଚାରୀମାନେ ଚିଲିକା ଭିତରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିବା ବେଳେ ଆଜି ସକାଳୁ ଆଇଏନଏସ ଚିଲିକା ସର୍ଚ୍ଚ ଅପେରସନ ଆରମ୍ଭ କରିଛି। ବର୍ତ୍ତମାନ ବାଣପୁର ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ପୁନଶ୍ଚ ଚିଲିକାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବାର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଭାବେ ଗୋଟାଏ ଓଡ୍ରାଫ ଟିମ ମଧ୍ୟ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବାର ବାଲୁଗାଁ…

Read More

ନୂଆଦିଲ୍ଲୀ: ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ (ଏନଏଫଏଚଏମ) ବା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ଅଭିଯାନ ଅଧୀନରେ ଭାରତ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏବଂ ଏଥିପାଇଁ ୩୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି ଘୋଷଣା କରିଛନ୍ତି। ଆଜି ଆରମ୍ଭ ହୋଇଥିବା ପୁନରୁଦ୍ଧାର ପ୍ରକଳ୍ପକୁ ଭାରତୀୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଠାରେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯିବ। ପୁଣେ ଠାରେ ଏହି ସଂଗଠନର ଏକ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଏହା କହିଛନ୍ତି। ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଅଧୀନରେ ପ୍ରାୟ ୨,୨୦୦ ଚଳଚ୍ଚିତ୍ରକୁ ପୁନରୁଦ୍ଧାର କରାଯିବ। ଚଳଚ୍ଚିତ୍ର ନିର୍ମାତା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ଐତିହାସିକ, ପ୍ରଯୋଜକ ଆଦିଙ୍କୁ ନେଇ ଗଠିତ ଭାଷା ଭିତ୍ତିକ କମିଟି ମାଧ୍ୟମରେ ଚଳଚ୍ଚିତ୍ରର ଶୀର୍ଷକ ଚୟନ କରାଯାଇଛି। ଏହି କମିଟିରେ ଅପର୍ଣ୍ଣା ସେନ,…

Read More

ଭୁବନେଶ୍ଵର: ରାୟଗଡା-ବିଜୟନଗରମ ରେଳ ସେକ୍ସନରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଓଭର ହେଡ଼ ଇକୁଇପମେଣ୍ଟ ବିଫଳ ହେବା କାରଣରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ତିନି ଯୋଡ଼ା ଟ୍ରେନ୍ ବାତିଲ୍, ଗୋଟିଏ ଟ୍ରେନର ସମୟ ପରିବର୍ତ୍ତନ ଏବଂ ଦୁଇଟି ଟ୍ରେନର ମାର୍ଗ ପରିବର୍ତ୍ତନ। ଟ୍ରେନ୍ ବାତିଲ୍: A. ତା’ 05.05.2022 ରେ ବିଶାଖାପାଟନମ୍ ରୁ ଛାଡ଼ିବାକୁଥିବା 18528 ବିଶାଖାପାଟନମ୍-ରାୟଗଡା ଏକ୍ସପ୍ରେସ୍। B. ତା’ 06.05.2022 ରେ ରାୟଗଡ଼ାରୁ ଛାଡ଼ିବାକୁଥିବା 18527 ରାୟଗଡା-ବିଶାଖାପାଟନମ ଏକ୍ସପ୍ରେସ। C. ତା’ 06.05.2022 ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁଥିବା 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ଏକ୍ସପ୍ରେସ୍। D. ତା’ 06.05.2022 ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁଥିବା 08546/08545 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ୍। ଟ୍ରେନ ସମୟ ପରିବର୍ତ୍ତନ: 18518 ବିଶାଖାପାଟନମ୍ ରୁ ତା’ 05.05.2022 ରେ ଛାଡ଼ିବାକୁଥିବା ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ ଏହାର ନିର୍ଦ୍ଧାରିତ ସମୟଠାରୁ ଦୁଇ ଘଣ୍ଟା ବିଳମ୍ବରେ ବିଶାଖାପାଟନମ୍ ଠାରୁ ଛାଡିବ। ଟ୍ରେନର ମାର୍ଗ ପରିବର୍ତ୍ତନ: A.…

Read More

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ବିଧାୟକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ରେ ପିସିସି ଉପସଭାପତି ଯଜ୍ଞଶ୍ୱର ବାବୁ ଅଧ୍ୟକ୍ଷ ରହି ଥିବାବେଳେ ଝାରସୁଗୁଡା ଜିଲ୍ଲା ସଭାପତି ଭରତ ଅବସ୍ତି ଆବାହକ ରହିଛନ୍ତି। ସେହିପରି ଉକ୍ତ କମିଟିରେ ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ,ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ,ବରଗଡ଼ ସାଂସଦ ପାର୍ଥି ପ୍ରଦୀପ ଦେବତା ସଭ୍ୟ ଭାବେ ରହିଛନ୍ତି। ଉକ୍ତ କମିଟି ଆଜି ବ୍ରଜରାଜନଗର ଗସ୍ତ କରି ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରି ଆସନ୍ତା ୮ ତାରିଖ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ କୁଲାଡ଼ରେ ଟ୍ରକ୍ ଦ୍ୱାରା ଆଲୁମିନିୟମ ପରିବହନକୁ ସୁଚାରୁରୂପେ କରିବା ଏବଂ କୋଇଲା ଓ ଖଣି କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଅନୁଗୋଳ ଓ କୁଲାଡ଼ ଟ୍ରକ ମାଲିକ ସଂଘର ଦାବୀକୁ ନେଇ ଆଜି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଯୋଶୀଙ୍କ ସହ ସାକ୍ଷାତ୍ କରି ଟ୍ରକ ମାଧ୍ୟମରେ ଆଲୁମିନିୟମ ପରିବହନ କାର୍ଯ୍ୟ କିପରି ସୁଚାରୁ ରୂପେ ହୋଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଗଲା। ଏହାସହ କୋଇଲା ଓ ଖଣି କ୍ଷେତ୍ରରେ କାମ କରୁଥିବା ଠିକା ଶ୍ରମିକଙ୍କ ଦୈନିକ ମଜୁରୀକୁ…

Read More

ମେଷ- ଯଶ କିର୍ତ୍ତୀ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆପଣଙ୍କର ଦୈନ୍ୟନ୍ଦିନ ପରିବର୍ତ୍ତନ କରିବା ଉପଯୁକ୍ତ ହେବ। ଆପଣଙ୍କର ଆଚରଣରେ ଭଦ୍ର ହେବା ଆବଶ୍ୟକ। ଯାନବାହନ ଆନନ୍ଦ ପାଇବେ। ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ । ବୃଷ- ଶୁଭ ସଂକଳ୍ପ ସହିତ ଦିନଟି ଆରମ୍ଭ ହେବ। ନୂତନ ବ୍ୟବସାୟରେ ଲାଭର କମ୍ ଆଶା ଅଛି। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ବିଷୟରେ ନିରାଶ ହୁଅନ୍ତୁ ନାହିଁ, ସମୟ ବଦଳିଯିବ। ନୂତନ ଗୃହ ନିର୍ମାଣ ସୃଷ୍ଟି ହେଉଛି। ମିଥୁନ- ଆପଣଙ୍କର କାର୍ଯ୍ୟ ପଦ୍ଧତିଗୁଡ଼ିକର ଉନ୍ନତି ଆବଶ୍ୟକ। ଆଜି ଟଙ୍କା ପ୍ରବାହ ସହଜ ହେବ। ସ୍ୱାସ୍ଥ୍ୟ ଭଲ ହେବ। ବ୍ୟବସାୟର ବିବାଦ ଶାନ୍ତ ରହିବ। ସମୟ ବଦଳିଯିବ। ଯାନ କିଣିବାର ସମ୍ଭାବନା ସୃଷ୍ଟି ହେଉଛି। କର୍କଟ- ଆପଣଙ୍କ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପରିବାରର ବୃଦ୍ଧମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ। ଚାକିରିରେ ବିବାଦ ଶାନ୍ତିପୂର୍ଣ୍ଣ ହେବ। ଲାଭ ସୁଯୋଗ ମିଳିବ। ଘରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା କ୍ରମାଗତ ଉଚ୍ଚ ତାପମାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ରାଜ୍ୟ, ଜିଲ୍ଲା ଏବଂ ସହରାଞ୍ଚଳ ସ୍ତରରେ ଏକ ‘ମାନକ ମୁକାବିଲା ପ୍ରସ୍ତୁତି ଯୋଜନା’ ଭାବେ ଗ୍ରୀଷ୍ମପ୍ରବାହ ମୁକାବିଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟମାନଙ୍କୁ ଏକ ‘ବନ୍ୟା ମୁକାବିଲା ପ୍ରସ୍ତୁତି ଯୋଜନା’ ବିକଶିତ କରିବା ଲାଗି କୁହାଯାଇଥିଲା। ଅନୁରୂପ ଭାବେ ବନ୍ୟା ପ୍ରବଣ ରାଜ୍ୟମାନଙ୍କ ପାଇଁ ଉଦ୍ଧାରକାରୀ ଦଳ ନିୟୋଜନ ଯୋଜନା ବିକଶିତ କରିବା ଲାଗି ଏନଡିଆରଏଫକୁ ପରାମର୍ଶ…

Read More

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ। ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ଜୀସାର୍ଥକ ଆଶା ପ୍ରକଟ କରିଛି। ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ ଗାଇଛନ୍ତି ସ୍ମୃତି। ସେହପରି ‘ଏକ୍ ଦୋ ତିନି ଚାର୍‌, ଚାରିଆଡେ ଦିଶୁଛି ମୋ ପ୍ୟାର’ ଗୀତକୁ ଗାଇଛନ୍ତି ଅଭିଜିତ ମଜୁମଦାର ଓ ସଂଜୁ। ‘ଛାଡରେ ସାଙ୍ଗ ଗନ୍ଧିଆ କଥା’ ଗୀତକୁ ଇଶ୍ୱରୀ ଗାଇଛନ୍ତି। ସମସ୍ତ ଗୀତକୁ ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର। ସବୁତକ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ। ଆସନ୍ତା ୧୫ ତାରିଖ ସଂଧ୍ୟା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନ ୪ ଟା ସମୟରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଚିଲିକାରେ ମା’ କାଳିଜାଇ ପୀଠରୁ ଦର୍ଶନ କରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ଡ଼ଙ୍ଗା ଓଲଟି ଯାଇଥିଲା। ଯାହା ଫଳରେ ଜଣେ ଯାତ୍ରୀ ନିଖୋଜ ଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି। ନିଖୋଜ ବ୍ୟକ୍ତି ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ବ୍ୟବସାୟ କରୁଥିବା ଜଣାପଡିଛି। ବ୍ୟବସାୟ ସାରି ଉକ୍ତ ଡଙ୍ଗାରେ ଫେରୁଥିଲେ। ଏହି ଡଙ୍ଗାରେ ୮ ଜଣ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୭ ଜଣ ପୁରୁଷ ଥିଲେ। ସମସ୍ତ ଯାତ୍ରୀ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଅଟନ୍ତି। ତେବେ ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ ବାଲେଶ୍ଵର…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନାକଟିଦେଉଳ ବିଡିଓ ନିବେକାନନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର୍, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରିୟମ୍ବଦା ସାହୁ, ସାଂସଦ ପତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ତଥା ୧୪ ଟି ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିବା ବେଳେ ବ୍ଲକ୍ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ। ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବିନା ପଂଚାୟତ ପ୍ରତିନିଧି ଓ ବିନା ରିଜୋଲସେନ୍ ରେ କୈାଣସି କାମର ଫାଇଲ୍ ନ ଖୋଲିବା ପାଇଁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ବ୍ଲକ୍ ସମ୍ମୁଖ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରିବାକୁ ଅତିରିକ୍ତ ତହସିଲ୍‌ଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।…

Read More

ଭୁବନେଶ୍ୱର: ଚଳିତ ଗ୍ରୀଷ୍ଣ ଋତୁରେ ଛୋଟା ଭିମ୍ ଜିଓଗେମ୍‌ସରେ ଉପଲବ୍ଧ ହେବ। ଜିଓଗେମ୍‌ସ ପ୍ଲାଟଫର୍ମରେ ଛୋଟା ଭିମ୍ ଗେମ୍‌ସର ଶୁଭାରମ୍ଭ କରି ଗ୍ରୀଷ୍ଣ ଅବକାସକୁ କୌତୁକପୂର୍ଣ୍ଣ କରିବା ଲାଗି ଜିଓଗେମ୍‌ସ ଓ ଗ୍ରିନ୍ ଗୋଲ୍ଡ ଆନିମେସନ ପ୍ରାଇଭେଟ୍ ଲିମିଟେଡ୍ ପରସ୍ପର ସହ ସହଯୋଗିତା ସ୍ଥାପନ କରିଛନ୍ତି। ଶିଶୁ ଓ ଗେମ୍ ପ୍ରେମୀମାନେ ନିଜ ପସନ୍ଦର ଛୋଟା ଭିମ୍‌କୁ ଦେଖିପାରିବେ ଏବଂ ଏହି ମେ’ରେ ତାହାର ଜନ୍ମଦିନକୁ ପାଳନ କରିପାରିବେ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ଓ ଜିଓ ସେଟ୍‌-ଟପ୍‌-ବକ୍ସ ଆଦି ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଧ ଥିବା ଜିଓଗେମ୍‌ସ ଆପ୍‌ରେ ଏହି ଗେମ୍‌ଗୁଡ଼ିକୁ ଖେଳିହେବ। ଛୋଟା ଭିମ୍ ହେଉଛି ଭାରତର ଅନ୍ୟତମ ଅତି ପରିଚିତ ଓ ସବୁଠୁ ପସନ୍ଦ କରାଯାଉଥିବା ଆନିମେସନ ଚରିତ୍ର ଯାହା ନିଶ୍ଚିତ ରୂପେ ପିଲାମାନଙ୍କ ଅବକାସକୁ ଅଧିକ କୌତୁକ ଓ ଉଲ୍ଲାସପୂର୍ଣ୍ଣ କରିବ। ଭାରତର ସର୍ବାଧିକ ସମୟ ଧରି ଚାଲିିଥିବା ଆନିମେସନ ସୋ’ ଛୋଟା ଭିମ୍ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ…

Read More

ଭୁବନେଶ୍ୱର: ଉତ୍କର୍ଷ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱବିଦିତ, ନିଜର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ। ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ୱତନ୍ତ୍ର। ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ ‘ବାନ୍ଧବସ୍ତ୍ର’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡ଼ିଶାର ଅଗଣିତ ବୁଣାକାର। ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରିଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଂଜୀକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି । ୧୯୫୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସୋସିଆଲ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଂଟ୍ରପ୍ରିନ୍ୟୁରସିପ୍ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତ ର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋଆ ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ଲାରା ଦତାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଭୁବନେଶ୍ୱର ଜନତା ମଇଦାନଠାରେ ବୁଧବାର ଆରମ୍ଭ ହୋଇଥିବା ଏହି ମହିଳା ଉଦ୍ୟୋଗୀ ମେଳା ୨୦୨୨କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ମେଳାରେ ଲାରା ଦତା ଶୋଭାବର୍ଦ୍ଧନ କରିବା ସହ ବଲିଉଡ୍‌ରେ ନିଜର ଅନୁଭୂତି…

Read More

ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନରେ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ଯେ କଳାକାର ଓ ସାଂସ୍କୃତିକ ଦଳମାନଙ୍କର ବହୁଦିନର ଆକାଂକ୍ଷା ଆଜି ପୂର୍ଣ୍ଣ ହୋଇଛି। କଳାକାର ଓ ସାଂସ୍କୃତିକ ଦଳମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ଓ ବିଭାଗ ସବୁବେଳେ ଚେଷ୍ଟା କରିଆସିଛି। ତା’ର ସଦ୍ୟତମ ପ୍ରମାଣ ହେଉଛି ଏହି ବ୍ୟବସ୍ଥାର ଶୁଭାରମ୍ଭ। ପ୍ରଯୁକ୍ତିବିଦ୍ୟାପ୍ରସୂତ ଏହି ବ୍ୟବସ୍ଥା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସାଂସ୍କୃତିକ ଦଳମାନଙ୍କର ବିବିଧ କାର୍ଯ୍ୟଗୁଡ଼ିକୁ ସହଜ ଓ ସୁବିଧାରେ କରିବା ପାଇଁ ସିଟିଏମ୍‌ଏସ୍‌ ଆପ୍ଲିକେସନ୍‌କୁ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଶେଷ ସମୟରେ ଉପୁଜୁଥିବା ଅସୁବିଧାଗୁଡ଼ିକୁ ଏଡ଼ାଇ ଦିଆଯିବା ସହିତ ସମସ୍ତଙ୍କୁ କଳା ପରିବେଷଣ କରିବାକୁ ସମାନ ସୁଯୋଗ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି। ଅନୁଷ୍ଠାନମାନଙ୍କ ଅନୁରୋଧ ଆଧାରରେ ବିଭିନ୍ନ ପର୍ବୋତ୍ସବମାନଙ୍କରେ…

Read More

ନୂଆଦିଲ୍ଲୀ: ଗୁରୁବାର ଦିନ ସାଇ ବାବାଙ୍କର ସ୍ୱତନ୍ତ୍ର ପୂଜା କରାଯାଏ। କୁହାଯାଏ ଯେ, ପ୍ରକୃତ ଶ୍ରଦ୍ଧା ଓ ଭକ୍ତି ସହିତ ସାଇ ବାବାଙ୍କୁ ପୂଜା କଲେ ଜଣେ ତାଙ୍କର ଅନୁଗ୍ରହ ପାଇଥାଏ। ବିଶ୍ୱାସ କରାଯାଏ ଯେ, ସାଇ ବାବା ତାଙ୍କ ଭକ୍ତମାନଙ୍କ ଦୁର୍ଭାଗ୍ୟକୁ ରକ୍ଷା କରନ୍ତି। ଗୁରୁବାର ଦିନ ସାଇ ବାବାଙ୍କ ପୂଜାରେ କିଛି ବିଶେଷ ଜିନିଷ ଅର୍ପଣ କରାଯାଏ। ବିଶ୍ଵାସ ଅନୁଯାୟୀ ଆସନ୍ତୁ ଜାଣିବା ଯେ, ସାଇ ବାବାଙ୍କୁ କେଉଁ ଜିନିଷ ପ୍ରଦାନ କଲେ ଖୁସି ହୁଅନ୍ତି। ସାଇ ବାବାଙ୍କର ପ୍ରିୟ ଖାଦ୍ୟ ହେଉଛି ଖିଚିଡି: ଧାର୍ମିକ ବିଶ୍ୱାସ ଅନୁଯାୟୀ ଗୁରୁବାର ଦିନ ସାଇ ବାବାଙ୍କୁ ଖିଚିଡି ପ୍ରଦାନ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। କୁହାଯାଏ ଯେ, ସାଇ ବାବାଙ୍କୁ ଖିଚିଡି ଅର୍ପଣ କରିବା ପରେ ଏହାକୁ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯିବା ଉଚିତ୍। ଭୋଗ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବା ପରେ ଏହାକୁ ସେବନ କରାଯାଏ। ସାଇ…

Read More