Cyclone Breaking: ସମୁଦ୍ର ଭିତରେ ଫସିଲେ ମତ୍ସ୍ୟଜୀବୀ, ହେଲିକାପ୍ଟରରେ ଉଦ୍ଧାର

Published: May 9, 2022, 7:01 pm IST

ଭୁବନେଶ୍ବର: ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ହେଲିକାପ୍ଟରରେ ଉଦ୍ଧାର କରାଯାଇଛି। ଆଜି ସମୁଦ୍ର ଭିତରେ 11 ଜଣ ମତ୍ସ୍ୟଜୀବୀ ଫସି ରହିଥିବାର ଖବର ମିଳିଥିଲା। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ହେଲିକାପ୍ଟରକୁ ନିୟୋଜିତ କରାଯାଇଥିଲା। କାରଣ ସମୁଦ୍ର ଅଶାନ୍ତ ହେଲେ ସେମାନଙ୍କୁ ଉଦ୍ଧାର କରାଯାଇପାରିବ ନାହିଁ। ତେବେ ସଂଧ୍ୟା ସୁଦ୍ଧା 7 ଜଣଙ୍କୁ ଉଦ୍ଧାର କରାଯାଇଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗଂଜାମ ଜିଲ୍ଲା ସିନାପୁର ସମୁଦ୍ରରେ ଫସିଥିଲେ 11 ମତ୍ସଜୀବୀ। ସେମାନେ ମାଛ ଧରିବା ପାଇଁ ଛୋଟ ଡଙ୍ଗାରେ ଗଭୀର ସମୁଦ୍ରକୁ ଯାଇଥିଲେ। ହେଲେ ସେମାନେ ଫେରିବା ବେଳକୁ ତାଙ୍କ ଡଙ୍ଗାର ମୋଟର ଖରାପ ହୋଇଯାଇଥିଲା। ଏହି ଖବର ପରିବାର ଲୋକେ ଜାଣିବା ପରେ ପ୍ରଶାସନ ତରଫରୁ ଏୟାର ଲିଫ୍ଟି କରିବାକୁ ବନ୍ଦୋବସ୍ତ କରାଯାଇଥିଲା। ତେବେ ଆଉ 4 ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

Related posts