Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking: ସମୁଦ୍ର ଭିତରେ ଫସିଲେ ମତ୍ସ୍ୟଜୀବୀ, ହେଲିକାପ୍ଟରରେ ଉଦ୍ଧାର

ଭୁବନେଶ୍ବର: ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ହେଲିକାପ୍ଟରରେ ଉଦ୍ଧାର କରାଯାଇଛି। ଆଜି ସମୁଦ୍ର ଭିତରେ 11 ଜଣ ମତ୍ସ୍ୟଜୀବୀ ଫସି ରହିଥିବାର ଖବର ମିଳିଥିଲା। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ହେଲିକାପ୍ଟରକୁ ନିୟୋଜିତ କରାଯାଇଥିଲା। କାରଣ ସମୁଦ୍ର ଅଶାନ୍ତ ହେଲେ ସେମାନଙ୍କୁ ଉଦ୍ଧାର କରାଯାଇପାରିବ ନାହିଁ। ତେବେ ସଂଧ୍ୟା ସୁଦ୍ଧା 7 ଜଣଙ୍କୁ ଉଦ୍ଧାର କରାଯାଇଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗଂଜାମ ଜିଲ୍ଲା ସିନାପୁର ସମୁଦ୍ରରେ ଫସିଥିଲେ 11 ମତ୍ସଜୀବୀ। ସେମାନେ ମାଛ ଧରିବା ପାଇଁ ଛୋଟ ଡଙ୍ଗାରେ ଗଭୀର ସମୁଦ୍ରକୁ ଯାଇଥିଲେ। ହେଲେ ସେମାନେ ଫେରିବା ବେଳକୁ ତାଙ୍କ ଡଙ୍ଗାର ମୋଟର ଖରାପ ହୋଇଯାଇଥିଲା। ଏହି ଖବର ପରିବାର ଲୋକେ ଜାଣିବା ପରେ ପ୍ରଶାସନ ତରଫରୁ ଏୟାର ଲିଫ୍ଟି କରିବାକୁ ବନ୍ଦୋବସ୍ତ କରାଯାଇଥିଲା। ତେବେ ଆଉ 4 ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ଅସୁସ୍ଥ ହୋଇପଡିଥିବା ବିଧାୟକ ବଦ୍ରି ପାତ୍ରଙ୍କୁ କରାଗଲା ଏୟାର ଲିଫ୍ଟ

ଭୁବନେଶ୍ବର: ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି। ଏନେଇ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି।