ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଦଳର ସଭାପତି ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ବିଧାୟକ ସନାତନ ମହାକୁଡଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଏଥିରେ ଖୋଦ ସଭାପତି ନବୀନ ପଟ୍ଟନାୟକ ଦସ୍ତଖତ କରିଛନ୍ତି। ଏହି ନିଲମ୍ବନ ସଂପର୍କରେ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି। ତେବେ ସନାତନ ମହାକୂଡ ବିଜେପି ତଥା ମୁଖ୍ୟମନ୍ତ୍ରୀଙ୍କ ସହିତ ବେଶ ଘନିଷ୍ଠ ହୋଇଥିବା ବେଳେ ଅରବିନ୍ଦ ବିଭିନ୍ନ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ତେବେ…
Author: Samikhsya Bureau
National Startup Day 2026: DPIIT ଜାନୁଆରୀ 16 ରେ ଜାତୀୟ ଷ୍ଟାର୍ଟଅପ୍ ଦିବସ ଆୟୋଜନ କରିବ। ଏଥିରେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଏବଂ ସମସ୍ୟା ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ 75ଟି ପ୍ରକଳ୍ପ ପ୍ରଦର୍ଶିତ ହେବ। DPIIT ସଚିବ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ଏକ ଅଭୂତପୂର୍ବ ସମର୍ଥନ ମିଳିଛି। ଜାତୀୟ ଷ୍ଟାର୍ଟଅପ୍ ଦିବସରେ ଅଂଶଗ୍ରହଣ କରିବା ପାଇଁ 3,000ରୁ ଅଧିକ ଅନୁରୋଧ ଆସିଛି। ସେ ଆହୁରି କହିଛନ୍ତି ଯେ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ, ଏହି ଅବସରରେ 20ଟି ଜାତୀୟ ଷ୍ଟାର୍ଟଅପ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଯାହା ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଉଲ୍ଲେଖନୀୟ ଅବଦାନକୁ ପାଳନ କରିବ। ଷ୍ଟାର୍ଟଅପ୍ ଏବଂ FDI ବିଷୟରେ, ଶ୍ରୀ ଭାଟିଆ କହିଛନ୍ତି ଯେ ସରକାର ଦେଶରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛନ୍ତି ଯାହା ନବସୃଜନ ଦ୍ରୁତ ଅଭିବୃଦ୍ଧି ଆଣିଥାଏ। ସେ କହିଛନ୍ତି, “ନୂତନ ଉତ୍ପାଦ…
ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ମକର ସଂକ୍ରାନ୍ତି ହେଉଛି ଏକ ପର୍ବ ଯାହା ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ସମୃଦ୍ଧିକୁ ପ୍ରତିଫଳିତ କରିଥାଏ, ଯାହା ସୌହାର୍ଦ୍ଦ୍ୟ, ସମୃଦ୍ଧି ଏବଂ ଏକତାର ଭାବନାକୁ ପ୍ରତିଫଳିତ କରିଥାଏ। ସେ ଆଶା ବ୍ୟକ୍ତ କରିଥିଲେ ଯେ ରାଶି ଏବଂ ଗୁଡ଼ର ମଧୁରତା ସମସ୍ତଙ୍କ ଜୀବନରେ ଆନନ୍ଦ ଏବଂ ସଫଳତା ଆଣିବ, ଏବଂ ଦେଶର କଲ୍ୟାଣ ପାଇଁ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାର୍ଥନା କରିଥିଲେ। ଶ୍ରୀ ମୋଦୀ ଏହି ପର୍ବର ଆଧ୍ୟାତ୍ମିକ ମହତ୍ତ୍ୱ ଉପରେ ଆଲୋକପାତ ସହିତ ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦକୁ ଆହ୍ୱାନ କରି ଏକ ସଂସ୍କୃତ ସୁଭାଷିତମ୍ ମଧ୍ୟ ସେୟାର କରିଥିଲେ। ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ସମସ୍ତ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା। ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏହି ଦିବ୍ୟ ଅବସର, ଯାହା ରାଶି ଏବଂ ଗୁଡ଼ର ମଧୁରତାରେ ପରିପୂର୍ଣ୍ଣ, ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସଫଳତା ଆଣୁ। ସୂର୍ଯ୍ୟଦେବ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ” ସ୍ଥାନୀୟ ରୀତିନୀତି…
Makar Sankranti: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା, ଆନନ୍ଦ ଓ ଉତ୍ସବର ମାହୋଲକୁ ନୂଆ ପିଢ଼ି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ ଓ ସୁଭଦ୍ରା ଶକ୍ତି ପକ୍ଷରୁ ‘ଶିଶିର ସରସ-୨୦୨୬’ ମେଳା ପରିସରରେ ବୁଧବାର ଏକ ବିଶେଷ ‘କାଇଟ୍ ଶୋ’ର ଆୟୋଜନ କରାଯିବ। ଏହି ‘କାଇଟ୍ ଶୋ’ ସନ୍ଧ୍ୟା ୪ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ, ଯେଉଁଠାରେ ପାରମ୍ପରିକ ଓ ଆଧୁନିକ ଡିଜାଇନର ବିଭିନ୍ନ ପ୍ରକାର ଗୁଡ଼ିରେ ଆକାଶ ରଙ୍ଗୀନ ହେବ। ଏହା ସହ ପଶୁପକ୍ଷୀ ଆକୃତିର ବେଲୁନ୍ ଗୁଡ଼ି ବିଶେଷକରି ପିଲାମାନଙ୍କ ମନ ମୋହିବ। ଚଳିତ ବର୍ଷ ସମସ୍ତ ପରିଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ମାଞ୍ଜା ବ୍ୟବହାର କରାଯିବ ନାହିଁ, ଯାହା ମେଳାକୁ ଏକ ସୁରକ୍ଷିତ ଉତ୍ସବର ରୂପ ଦେବ। ଏହା ସହ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଗୁଡ଼ି ତିଆରି କଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ବିଶେଷ କର୍ମଶାଳା ମଧ୍ୟ ଆୟୋଜିତ ହେବ,…
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୨ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦ ପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ ଅବସରରେ ଆଜି ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଙ୍ଗର ଶୁଭ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରମା କେୟାର ସେଣ୍ଟର ଓ OPD ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ। ଏହା ସହିତ ଡାକ୍ତରଖାନା ପରିସରରେ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ CSSD (Central Sterile Supply Department) ବିଲ୍ଡିଙ୍ଗର ମଧ୍ୟ ଉଦ୍ଘାଟନ କରାଯାଇଛି। ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପ୍ମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍ କରାଯିବ। ଉଦ୍ଘାଟନ ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
ଭୁବନେଶ୍ବର: ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହର ବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ Intake Well ଓ ଦୁଇଟି ଆଧୁନିକ Water Treatment Plant ନିର୍ମାଣ କରାଯିବ। ସମ୍ବଲପୁର ପଟେ ୬୫ MLD ଏବଂ ବୁର୍ଲା ପଟେ ୩୫ MLD କ୍ଷମତାର ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ଉପଲବ୍ଧ ହେବ।…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଶିକ୍ଷକ/ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ସମସ୍ୟାକୁ ଗୁରୁତ୍ବର ସହ ଗ୍ରହଣ କରି ଏହାର ସମାଧାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଅଶୋକ କୁମାର ତ୍ରିପାଠୀ (ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ)ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ ସମସ୍ୟା ଏବଂ ବିଭିନ୍ନ ଅଧ୍ୟାପକ ଓ କର୍ମଚାରୀ ସଂଘର ଦାବିକୁ ତର୍ଜମା କରିବା ପରେ ଏହାର କିପରି ସମାଧାନ କରାଯାଇ ପାରିବ ସେ ସମ୍ବନ୍ଧରେ ଶ୍ରୀ ତ୍ରିପାଠୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷା ନୀତି-୨୦୨୦…
ବୋମା ଧମକ ମିଛ: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖା ଦେଇଥିବା ମିଛ ବୋମା ଭୟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ସମସ୍ତ ବୋମା ଧମକ ମିଛ ଥିଲା । ପୋଲିସର ବମ୍ ଡିଟେକ୍ସନ୍ ସ୍କ୍ୱାଡ୍, କ୍ୟୁଇକ୍ ରିଆକ୍ସନ୍ ଟିମ୍, ସ୍ପେସିଆଲ ଟାକ୍ଟିକାଲ୍ ୟୁନିଟ୍, ଗୁଇନ୍ଦା ଅଧିକାରୀ ଓ ଅନ୍ୟାନ୍ୟ ସଂସ୍ଥାମାନେ ତୁରନ୍ତ ସଂପୃକ୍ତ ସ୍ଥାନକୁ ଯାଇ ପରିସ୍ଥିତିର ଅନୁସନ୍ଧାନ କରିଥିଲେ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବୈଠକରୁ ଜଣାଯାଇଛି । ତେବେ ଏହିଭଳି ଧମକ ବାରମ୍ୱାର ଆସିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ ପୋଲିସ ପକ୍ଷରୁ ଏକ Standard Operating Procedure (SOP) ଜାରି କରିବାକୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଆଲର୍ଟ ହୋଇ…
ଭୁବନେଶ୍ବର: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଅନୀଲଙ୍କ ଏପରି ଦୁଃଖ ସମୟରେ ପ୍ରଭୃ ଜଗନ୍ନାଥ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀ ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଦୁଃଖିତ। ଏହା ଏକ ବିରାଟ କ୍ଷତି, ଏହି କଷ୍ଟକର ସମୟରେ ମୋର ସମବେଦନା ଏବଂ ପ୍ରାର୍ଥନା ଆପଣଙ୍କ ଏବଂ ଆପଣଙ୍କ ପରିବାର ସହିତ ଅଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଏହି ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ଏବଂ ସାହସ ପ୍ରଦାନ କରନ୍ତୁ। ଓମ୍ ଶାନ୍ତି। https://twitter.com/MohanMOdisha/status/2009258725283156098
ଭୁବନେଶ୍ବର: ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ଆସିଥିବାର ଖବରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହିତ ଏଥିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ସମ୍ପୃକ୍ତ ସ୍ଥାନ ମାନଙ୍କୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସମେତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଆୟୋଜିତ କେଳୁଚରଣ କୀର୍ତ୍ତି ଶତକମ୍ ନାମରେ ଆୟୋଜିତ ତିନିଦିନିଆ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କେଳୁଚରଣ ମହାପାତ୍ରଙ୍କୁ ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ବୋଲି କହିଥିଲେ । ଗୁରୁ କେଳୁଚରଣ ମହାପାତ୍ର କେବଳ ଜଣେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଣପୁର ଗସ୍ତ ଅବସରରେ ଆରାଧ୍ୟ ଦେବୀ ମା ଭଗବତୀଙ୍କ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ ପାଇଁ ଆଶୀର୍ବାଦ ଭିକ୍ଷା କରିବା ସହିତ ମା ଭଗବତୀ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୬ କୋଟି ଟଙ୍କା ବିନିଯୋଗରେ OBCCର ତତ୍ତ୍ଵାବଧାନରେ ଜାରିରହିଛି। ଏଥିରେ ମନ୍ଦିର ପରିକ୍ରମା, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା କେନ୍ଦ୍ର, ଯଜ୍ଞ ମଣ୍ଡପ, ପାର୍କିଂ ବ୍ୟବସ୍ଥା ଏବଂ ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଏ ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରି ମାଆଙ୍କର ଏହି କାର୍ଯ୍ୟ ଯଥା ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ସେବାୟତ…
କେଳୁଚରଣ କୀର୍ତ୍ତି ଶତକମ୍: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ସୃଜନ ଅନୁଷ୍ଠାନର ମିଳିତ ସହଯୋଗରେ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ। “କେଳୁଚରଣ କୀର୍ତ୍ତି ଶତକମ୍” ଶୀର୍ଷକରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀକୁ ନେଇ ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ରବୀନ୍ଦ୍ର ମଣ୍ଡପ ଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତିନିଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯିବା ସହିତ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଏଥିସହିତ ଗୁରୁଜୀଙ୍କ…
Women’s Premier League: ଗତ ସିଜିନରେ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ) ଟାଇଟଲ ଜିତିବା ସହିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ), ନୂତନ ସିଜିନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜାନୁଆରୀ ୯, ୨୦୨୬ ରେ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହିତ ମୁକାବିଲା କରିବ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହରମନପ୍ରୀତ କୌର କହିଛନ୍ତି ଯେ ଦଳର ଲକ୍ଷ୍ୟ ପୁଣି ଥରେ ଟ୍ରଫି ଜିତିବା। ମୁମ୍ବାଇରେ ଅନୁଷ୍ଠିତ ପ୍ରି-ସିଜନ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ଯେତେବେଳେ ମୁଁ ପଡ଼ିଆରେ ପାଦ ଦିଏ, ମୋର ଲକ୍ଷ୍ୟ ଟ୍ରଫି ଜିତିବା ରହିଥାଏ। ନୂତନ ବର୍ଷ ଡବ୍ଲୁପିଏଲ ସହିତ ଆରମ୍ଭ ହେଉଛି, ଏବଂ ମୋର ଶକ୍ତି ଓ ଉତ୍ସାହ ପୂର୍ବ ଭଳି ହିଁ ରହିଛି। ଆମେ ଗତ ତିନୋଟି ସିଜନରେ ଦୁଇଟି ଟାଇଟଲ ଜିତିଛୁ, ଏବଂ ଆମେ ଭଲ ଖେଳି ଏଥର ମଧ୍ୟ ଟ୍ରଫି ଜିତିବାକୁ…
ବାଣପୁର: ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ, କାରଣ ଆଜିର ବିଦ୍ୟାର୍ଥୀ ମାନେ ହେଲେ ଆସନ୍ତା କାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା। ବିଦ୍ୟାର୍ଥୀ ମାନଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଏବଂ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲଖୁଣ୍ଟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଣପୁର ଠାରେ ରାଜ୍ୟ ସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ଆସନ୍ତା ୪…
ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ସଚିବ, ବରିଷ୍ଠ ବିଭାଗୀୟ ଅଧିକାରୀ ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ତନ୍ମଧ୍ୟରୁ ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଆୟୁଷ (ଆୟୁର୍ବେଦିକ ଓ ହୋମିଓପ୍ୟାଥିକ) ଡାକ୍ତର ନିଜ ଟ୍ରେଡ଼ ରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ରୋଗୀଙ୍କୁ ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଖୁବ ଶୀଘ୍ର ରାଜ୍ୟର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ବିଭିନ୍ନ ବର୍ଗର ଆୟୁର୍ବେଦ ଓ ହୋମିଓପ୍ୟାଥିକ ଔଷଧ ଲୋକଙ୍କ ଚାହିଦା ମୁତାବକ ପଂହଚାଇଦେବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଶା ପୋଷଣ କରିଥିଲେ। ଏ ସମ୍ପର୍କରେ ରାଜ୍ୟର ପୂର୍ବତନ ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା ମଧ୍ୟ ପୂର୍ବରୁ ବିଭାଗୀୟ ନୋଟିସ ଜାରି କରିଥିଲେ ଯେ ଆୟୁଷ…
ନୂଆଦିଲ୍ଲୀ: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି କେନ୍ଦ୍ର ରାଜପଥ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଓଡିଶାର କେତେକ ପ୍ରକଳ୍ପ ପାଇଁ ସେ ଆଲୋଚନା କରିବା ସହିତ ଅନୁମୋଦନ ମଧ୍ୟ କରାଇଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ଜାତୀୟ ରାଜପଥ 57 ବ୍ରହ୍ମଗିରିଠାରେ ଏକ ଅଣ୍ଡର ପାସ ନିର୍ମାଣ, ବେଗୁନିଆ, ସୁନାଖଳା ଏବଂ ପୁବୁସାହିରେ ତିନୋଟି ବାଇପାସ, ଖୋର୍ଦ୍ଧା ନୟାଗଡ ଜାତୀୟ ରାଜପଥକୁ ଚାରି ଲେନ ବିଶିଷ୍ଠ କରିବା ପାଇଁ ଆଲୋଚନା କରିଛନ୍ତି। ଏସବୁ କାର୍ଯ୍ୟ କରିବା ପାଇଁ କେନ୍ଦ୍ରମନ୍ତ୍ରୀ 111 କୋଟି ଟଙ୍କା ଅନୁମୋଦନ କରାଇଛନ୍ତି ବୋଲି ନିଜ ସାମାଜିକ ଗଣମାଧ୍ୟମରେ ସାଂସଦ କହିଛନ୍ତି। ପୂର୍ବରୁ ସେ ନୀତିନ ଗଡକରିଙ୍କୁ ସାକ୍ଷାତ କରି ଭୁବନେଶ୍ବର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟର ଅନୁମୋଦନ କରାଇଥିଲେ।
ବାଣପୁର: ଆଜି ବାଣପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ସେ ବାଣପୁରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ବାଣପୁର ପଲଟନ ପଡିଆକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଭିତ୍ତପ୍ରସ୍ତର ସ୍ଥାପନ କରିବେ। ଏଥିରେ ରାଜ୍ୟରେ ୧୧୮ଟି ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯିବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ସହିତ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତ୍ତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟଶାସନ ସଚିବ ଅନୁଗର୍ଗ ପ୍ରମୁଥ ଯୋଗଦେଇଛନ୍ତି।
Odisha CM Birthday: ଆଜି ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ। ସେ 1972 ମସିହା ଜାନୁୟାରୀ 6 ତାରିଖରେ ଜନ୍ମଗ୍ରହଣ କରିଥିଲେ। କେଉଁଝରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କର ଜନ୍ମ ଦିନରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି। ରାଜ୍ୟ ମନ୍ତ୍ରୀମାନେ ଶୁଭେଚ୍ଛା ଦେବା ସହିତ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜଣେ ପରିଶ୍ରମି ନେତା ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା…
Electronics Manufacturing Booms: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗତ ଏଗାର ବର୍ଷ ମଧ୍ୟରେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଛଅ ଗୁଣ ବୃଦ୍ଧି ପାଇଛି ଏବଂ ରପ୍ତାନି ଆଠ ଗୁଣ ବୃଦ୍ଧି ପାଇଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ, ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆପଲ୍ 2025 ରେ 50 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ମୋବାଇଲ୍ ଫୋନ୍ ପଠାଇଛି। ସେ କହିଛନ୍ତି, ଏହି ପ୍ରଗତି ଇଲେକ୍ଟ୍ରୋନିକ୍ସ ଉତ୍ପାଦଗୁଡ଼ିକୁ ଶ୍ରେଷ୍ଠ ତିନୋଟି ରପ୍ତାନି ସାମଗ୍ରୀ ମଧ୍ୟରେ ସ୍ଥାନ ଦେଇଛି। ମନ୍ତ୍ରୀ କହିଛନ୍ତି ଯେ ଲାପଟପ୍, ସର୍ଭର ଏବଂ ଶ୍ରବଣଯୋଗ୍ୟ ଡିଭାଇସ ନିର୍ମାତାଙ୍କ ସମେତ 46ଟି ଉପାଦାନ ଉତ୍ପାଦନ ପ୍ରକଳ୍ପ ଦେଶର ଅର୍ଥନୀତିର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି ଯେ ଏହି ବର୍ଷ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବ। ଶ୍ରୀ ବୈଷ୍ଣବ ଆଲୋକପାତ କରିଥିଲେ ଯେ ଇଲେକ୍ଟ୍ରୋନିକ୍ସ…

