Author: Samikhsya Bureau

ନୂଆଦିଲ୍ଲୀ: Panjab National Bank ର ମ୍ୟାନେଜର ତଥା ସିନିୟର ମ୍ୟାନେଜରର ୧୪୫ଟି ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ମେ ୨୨ରୁ ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୭। ଅନଲାଇନ୍ ପରୀକ୍ଷା ପାଇଁ ସାମ୍ଭବ୍ୟ ତାରିଖ ହେଉଛି ଜୁନ୍ ୧୨ PNB ନିଯୁକ୍ତି ଖାଲିଥିବା ବିବରଣୀ: ୧୪୫ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ସୂଚନା ଜାରୀ କରାଯାଇଛି। ସେଥିରେ ୪୦ ଟି ପଦବୀ ମ୍ୟାନେଜର (ରିସ୍କ), ୧୦୦ ଟି ପଦବୀ ମ୍ୟାନେଜର (କ୍ରେଡିଟ୍) ଏବଂ ୫ ଟି ପଦବୀ ସିନିୟର ମ୍ୟାନେଜର (ଟ୍ରେଜେରୀ) ପଦ ପାଇଁ ଅଛି। PNB ନିଯୁକ୍ତି ବୟସ ସୀମା: ମ୍ୟାନେଜର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ  ୧ ଜାନୁୟାରୀ ୨୦୨୨ ସୁଦ୍ଧା ସର୍ବାଧିକ ବୟସ ୩୫ ବର୍ଷ ହେବା ଉଚିତ। ସିନିୟର ମ୍ୟାନେଜର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‍ଓ)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଘେବ୍ରେୟେସୁସଙ୍କୁ ଜାମନଗରଠାରେ ସାକ୍ଷାତ କରିଛନ୍ତି । ଏହାପୂର୍ବରୁ ଉଭୟ ପାରମ୍ପାରିକ ଔଷଧ ପାଇଁ ଡବ୍ଲ୍ୟୁଏଚ୍‍ଓ ଗ୍ଲୋବାଲ୍ ସେଣ୍ଟରର ଉଦଘାଟନୀ ଉତ୍ସବରେ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ଡକ୍ଟର ଟେଡ୍ରୋସଙ୍କୁ ଭେଟିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ କରିବା ସର୍ବଦା ଆନନ୍ଦଦାୟକ ଅଟେ। ସେ ତାଙ୍କ ଜୀବନରେ ଭାରତୀୟ ଶିକ୍ଷକଙ୍କ ପ୍ରଭାବକୁ ସର୍ବଦା ଭଲ ପାଆନ୍ତି। ଏବଂ ଆଜି ମଧ୍ୟ ସେ ତାଙ୍କ ଗୁଜୁରାଟୀ ଦକ୍ଷତା ପାଇଁ ଅନେକ ପ୍ରଶଂସା ପାଇଛନ୍ତି!”

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଳାସ ଗ୍ରାମରେ କଲାହାଣ୍ଡି ଜିଲ୍ଲା ମେହେର (ଭୁଲିଆ )ସମାଜର ଏକ ମହା ସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ମହାସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀବତ୍ସ ମେହେର ରହିଥିଲେ।  ଏଥିରେ ସମାଜର ଉଦ୍ୟେଶ୍ୟ ଶୃଙ୍ଖଳିତ ଜୀବନ ଯାପନ ଓ କୁସଂସ୍କାର ଦୂରୀଭୂତ ପାଇଁ ସମାଜର ପ୍ରତ୍ୟେକ ସଦସ୍ୟ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଦିଲୀପ କୁମାର ମେହେର, ଉପସଭାପତି ସନ୍ତୋଷ କୁମାର ମେହେର, ଗଙ୍ଗାଧର ମେହେର, ଶ୍ରୀବତ୍ସ ମେହେର ରାଜ୍ୟ କମିଟି ସଦସ୍ୟ, ସମ୍ପାଦକ ଭାବେ ବିଦ୍ୟାଧର ମେହେର ଓ ସହ ସମ୍ପାଦକ ଶାନ୍ତନୁ ମେହେର, କୋଷାଧକ୍ଷ ଭାବେ ଗୋପୀନାଥ ମେହେର ପ୍ରମୁଖ ରହିଥିଲେ। ସେହିପରି ବିଭୁତି ଭୂଷଣ ମେହେର…

Read More

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ, 2,067 ଟି ନୂଆ କରୋନା ମାମଲା ରୁଜୁ ହୋଇଛି। କୋଭିଡ ମାମଲାରେ 65.7 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ 40 ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ କରୋନା କାରଣରୁ ମୃତ୍ୟୁ ସଂଖ୍ୟା 5,22,006 କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଟୀକାକରଣ 1,86,90,56,607 ହୋଇଛି। ଗତ 24 ଘଣ୍ଟା ମଧ୍ୟରେ, 17,23,733 କରୋନା ଟୀକାକରଣ କରାଯାଇଛି। ସମ୍ପ୍ରତି ଦେଶରେ ସକ୍ରିୟ ମାମଲା ହେଉଛି 12,340। ଗତ 24 ଘଣ୍ଟା ମଧ୍ୟରେ, କରୋନାରୁ 1547 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4,25,13,248 କୁ ବୃଦ୍ଧି ପାଇଛି। ତେବେ ମଙ୍ଗଳବାର ଦିନ 1,247 ଟି ନୂଆ ମାମଲା ରିପୋର୍ଟ ହୋଇଛି।

Read More

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି। ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ ସୁବିଧା ପ୍ରଦାନ କରୁଛି। ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ। ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅସୀମିତ ମନୋରଂଜନ ସୁବିଧା ଆରମ୍ଭ କରାଯାଇଛି। ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅସୀମିତ ହାଇ-ସ୍ପିଡ୍ ଇଟଂରନେଟ୍ ପାଇପାରିବେ। ପୁନଶ୍ଚ, ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌ର ସମ୍ଭାରରୁ ନିଜ ପସନ୍ଦର କନ୍‌ଟେନ୍‌ଟ୍ (ବିଷୟବସ୍ତୁ) ହାସଲ କରିପାରିବେ। ଅସୀମିତ ମନୋରଂଜନରେ ସାମିଲ ରହିଛି ୧୪ ପେଡ୍…

Read More

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁନର୍ବାର ୪ଜି ଡାଉନଲୋଡ ସ୍ପିଡରେ ନିଜର ଆଧିପତ୍ୟ ଅପରିବର୍ତ୍ତିତ ରଖିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଜାରି ମାର୍ଚ୍ଚ ମାସର ତଥ୍ୟ ମୁତାବକ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୧.୨ ଏମବିପିଏସ୍‍ ପରିମାପ କରାଯାଇଛି। ଫେବୃଆରୀ ମାସ ତୁଳନାରେ ଏଥିରେ ୦.୫ ଏମବିପିଏସ୍‍ ବୃଦ୍ଧି ପରିଲକ୍ଷିତ ହୋଇଛି। ଫେବୃଆରୀ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‍ ୨୦.୬ ଏମବିପିଏସ୍‍ ରହିଥିଲା । ଜିଓ ବ୍ୟତୀତ ମାର୍ଚ୍ଚ ମାସରେ କେବଳ ବିଏସଏନଏଲର ସ୍ପିଡରେ ବୃଦ୍ଧି ଘଟିଛି। ଫେବୃଆରୀରେ ୪.୮ ଏମ୍‍ବିପିଏସ୍‍ ତୁଳନାରେ ମାର୍ଚ୍ଚ ମାସରେ ବିଏସଏନଏଲର ୪ଜି ଡାଉନଲୋଡ ସ୍ପିଡ୍‍ ୬.୧ ଏମ୍‍ବିପିଏସ୍‍ ପରିମାପ କରାଯାଇଛି। ଏହି ତଥ୍ୟ ପ୍ରଦର୍ଶିତ କରୁଛି ଯେ ଦୂରସଂଚାର କ୍ଷେତ୍ରରେ ପ୍ରତିଷ୍ଠିତ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ (ଭିଆଇ)ର ୪ଜି ଡାଉନଲୋଡ୍‍ ସ୍ପିଡ୍‍ ମାର୍ଚ୍ଚ ମାସରେ ହ୍ରାସପାଇଛି। ସବୁଠାରୁ କ୍ଷତି ଏୟାରେଟଲ୍‍ର ହୋଇଛି,…

Read More

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହଭାଗିତାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏପ୍ରିଲ୍‌ ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଦେଶର ବିଭିନ୍ନ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ…

Read More

ବାଲେଶ୍ବର: ସ୍କୁଲର ପିଲାମାନଙ୍କର କଳାପଟା ଏକ ପ୍ରମୁଖ ଭୂମିକା ନେଇଥାଏ। କାରଣ ଏହି କଳାପଟା ମାଧ୍ୟମରେ ପିଲାମାନେ ଶିକ୍ଷାଲାଭ କରିଥାନ୍ତି। ତେଣୁ କ୍ଲାସରେ ଦୁଇଟି ଜିନିଷ ଗୁରୁତ୍ବପୂର୍ଣ୍ଣ ଥାଏ। ତାହା ହେଲା ଶିକ୍ଷକ ଆଉ କଳାପଟା। ସେଥିପାଇଁ ଏମାନଙ୍କୁ ଛାତ୍ରଛାତ୍ରୀମାନେ ମୁଣ୍ଡିଆ ମାରିଥାଆନ୍ତି। ହେଲେ ଓଡିଶାର ଏକ ସ୍କୁଲରେ ନିର୍ମାଣ ହୋଇଛି ଭିନ୍ନ ଏକ କଳାପଟା। ଯାହାକୁ ଯେ କେହି ଦେଖିଲେ ତାହାର ମୁଣ୍ଡ ଖରାପ ହୋଇଯିବ। ତାହା ହେଲା ହାତୀପେଟିଆ କଳାପଟା। ବାଲେଶ୍ବର ଜିଲ୍ଲା ସୋରର ଚମ୍ପୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହିପରି କଳାପଟା। ସାଧାରଣତଃ କଳାପଟା ଆୟତକାର କ୍ଷେତ୍ର ପରି ନିର୍ମାଣ କରାଯାଇ ଥାଏ। ହେଲେ ଏଠାରେ ହାତୀ ଆକୃତିର କଳାପଟା କରାଯାଇଛି। ହାତୀର ଶୁଣ୍ଢ ଏବଂ ଲାଞ୍ଜ ଭାଗ ରହିଛି। ପିଲାମାନେ ଏବଂ ଶିକ୍ଷକମାନେ ହାତୀର ବଡ ପେଟ ଉପରେ ଲେଖାଲେଖି କରିଥାନ୍ତି। ସ୍କୁଲ କର୍ତ୍ତୁପକ୍ଷଙ୍କ କହିବା କଥା ଯେ, ଏପରି ହାତୀପେଟିଆ…

Read More

ପ୍ରତାପ ଦାସ କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ତାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ରାଷ୍ଟ୍ରପତି ନିର୍ବାଚନ ଜୁଲାଇରେ ହେବାକୁ ଥିବା ବେଳେ ଜୁନ ମାସରେ ପ୍ରକାଶ ପାଇବ ଵିଜ୍ଞପ୍ତି। ଫଳରେ ଏବେଠାରୁ ସରକାରୀ ଦଳ ସହିତ ବିପକ୍ଷ ଦଳମାନେ ଅଙ୍କକଷା ଆରମ୍ଭ କରି ସାରିଲେଣି। ବର୍ତ୍ତମାନର ସଂଖ୍ୟାକୁ ଦେଖିଲେ ଏହି ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ଅଡୁଆ ପରିସ୍ଥିତରେ ରହିଛି। ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିକୁ ଆବଶ୍ୟକ ଅଛି 9 ହଜାର ଭୋଟ, ଯାହାକି NDA ପାଖରେ ନାହିଁ। ହେଲେ ଭୋଟ୍ ଗଣିତରେ ବିଜେପି ଠାରୁ ଢେର ଆଗରେ ଅଛନ୍ତି ବିପକ୍ଷ ଦଳ। ନିଜର ଭୋଟ ଗଣିତକୁ ଦୃଢ କରିବା ପାଇଁ ବିରୋଧୀଙ୍କ ସହ ହାତ ମିଳାଇବାକୁ ବିଜେପି ପକ୍ଷରୁ ଆଲୋଚନା ଜାରି ରହିଛି।  ସେପଟେ ବିରୋଧୀ ଦଳ ମଧ୍ୟ ନୀତିଶ କୁମାରଙ୍କ ଉପରେ ନଜର ରଖିଛନ୍ତି। ନୀତିଶଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥି କରିବାକୁ କୁଆଡେ…

Read More

ମେଷ–  ମେଷ ରାଶିର ଲୋକମାନେ ବ୍ୟବସାୟରେ ଲାଭବାନ ହେବେ । ମିଳିତ ପ୍ରୟାସରେ ଅଧିକ ସଫଳତା ହାସଲ କରାଯାଇପାରେ । ସମ୍ମାନ ବୃଦ୍ଧି ପାଇବ । ତୁମେ ମାନସିକ ଶାନ୍ତି ପାଇବ। ଘରେ ଖୁସିର ପରିବେଶ ରହିବ । ଜୀବନ ସାଥୀ ସହିତ ଆଦର୍ଶଗତ ପାର୍ଥକ୍ୟ ଦୂର ହେବ। ବୃଷ- କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବା ଦ୍ୱାରା ଭବିଷ୍ୟତରେ ଲାଭ ମିଳିବ । କଠିନ ପରିଶ୍ରମ ଏବଂ ନିଷ୍ଠା ହେତୁ ପରିବାରରେ ସୁଖ ମିଳିବ । ଖାଦ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର ଏବଂ ଚିନ୍ତା କରି କୁହ । ମିଥୁନ- ତୁମେ ମାନସିକ ସୁଖ ପାଇବ । ନୂତନ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଥାଇପାରେ । ପ୍ରତିଯୋଗିତାରେ ଆପଣ ସଫଳତା ପାଇପାରିବେ । ଆପଣ ସୃଜନଶୀଳ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ଏବଂ ଆପଣ ଏଥିରେ ସଫଳତା…

Read More

ଭୁବନେଶ୍ୱର: ଜନଜାତି ଶିଳ୍ପୀ ଓ କାରିଗରଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି । ଜନଜାତିମାନେ ପାରମ୍ପରିକ କଳାନୈପୁଣ୍ୟ ମାଧ୍ୟମରେ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିଥାନ୍ତି । ପରମ୍ପରାକୁ ସମ୍ମାନ ଦେବାର ଅନୁରାଗ ସେମାନଙ୍କ ମଧ୍ୟରେ ରହିଛି । ଜନଜାତି ଚିତ୍ରଶିଳ୍ପୀ ଓ କାରିଗରଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜନଜାତି ଚିତ୍ରକଳା ଓ କଳାବସ୍ତୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମ୍ବର୍ଦ୍ଧନା ସମାରୋହ ଆଜି ପୂର୍ବାହ୍ନରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲ୍‌କ୍ରିଷ୍ଣନ୍‌ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଓଡ଼ିଶାର ଆଦିବାସୀ ସଂସ୍କୃତି ବିଶ୍ୱର ଅନନ୍ୟ ଓ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଜଗନ୍ନାଥ ସଂସ୍କୃତି ମହାନ । ଓଡ଼ିଶା ବିକାଶର ଏକ…

Read More

ଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଦିଲ୍ଲୀରେ ଏନ୍‌ଏଏସ୍‌ସି ପରିସରରେ ଖରିଫ୍ ଅଭିଯାନ ୨୦୨୨ – ୨୩ ନିମନ୍ତେ ଜାତୀୟ କୃଷି ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିିଥିଲେ ଯେ, ଦ୍ୱିତୀୟ ଅଗ୍ରୀମ ଅନୁମାନ (୨୦୨୧ – ୨୨) ଅନୁସାରେ, ଦେଶରେ ସମୁଦାୟ ଖାଦ୍ୟଶସ୍ୟର ଉତ୍ପାଦନ ୩୧୬୦ ଲକ୍ଷ ଟନ୍ ହେବ ବୋଲି ଅନୁମାନ ଲଗାଯାଇଛି, ଯାହା ଏକ ସର୍ବକାଳୀନ ରେକର୍ଡ ହେବ। ଡାଲି ଏବଂ ତୈଳବୀଜର ଉତ୍ପାଦନ ଯଥାକ୍ରମେ ୨୬୯.୫ ଏବଂ ୩୭୧.୫ ଲକ୍ଷ ଟନ୍ ହେବ। ତୃତୀୟ ଅଗ୍ରୀମ ଅନୁମାନ ଅନୁସାରେ, ୨୦୨୦ – ୨୧ରେ ଉଦ୍ୟାନ କୃଷି ଉତ୍ପାଦନ ୩୩୧୦. ୫ ଲକ୍ଷ ଟନ୍ ରହିଛି, ଯାହା ଭାରତୀୟ ଉଦ୍ୟାନ କୃଷି ନିମନ୍ତେ ଏବେ ପର୍ଯ୍ୟନ୍ତ ସର୍ବାଧିକ ଅଟେ। ମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକ ମାନଙ୍କ ନିମନ୍ତେ ଖର୍ଚ୍ଚ କମ୍…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିଭିନ୍ନ ସ୍ଥାନର ପ୍ରବଳ ପବନ ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ଘଡଘଡି ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ରାଜ୍ୟର ବାରଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଯେଉଁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ସେଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟାଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବ ଏବଂ ଭଦ୍ରକ। ସେହିପରି ଗୁରୁବାରରେ କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଜୟପୁର, ଭଦ୍ରଖ, ବାଲେଶ୍ବରକୁ ୟଲୋ ୱର୍ଣ୍ଣି ଜାରି  କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲିଠାରୁ ଚାରିଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।

Read More

ନୂଆଦିଲ୍ଲୀ: ଚଳିତମାସ (ଏପ୍ରିଲ)୨୧ରେ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ। ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି। ଏହି ମେଳା ଆୟୋଜନର ଲକ୍ଷ୍ୟ ହେଲା ଏକଲକ୍ଷରୁ ଅଧିକ ଶିକ୍ଷାନବୀସଙ୍କୁ ନିଯୁକ୍ତି ପାଇଁ ସହଯୋଗ ଯୋଗାଇବା। ଏହି ମେଳାରେ ଆବଶ୍ୟକ ତାଲିମପ୍ରାପ୍ତ ଲୋକଶକ୍ତି ଓ ପ୍ରତିଭାବାନ କର୍ମଚାରୀ ବାଛିବାକୁ ନିଯୁକ୍ତିଦାତାମାନେ ସୁଯୋଗ ପାଇବେ। ଦେଶରେ ୩୦ରୁ ଅଧିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଦ୍ୟୋଗ ଓ ଉଦ୍ୟୋଗୀ ତଥା ନିଯୁକ୍ତିଦାତା ଏଥିରେ ମଧ୍ୟ ଭାଗ ନେବେ। ସେମାନଙ୍କ ସଂଖ୍ୟା ୪୦୦୦ରୁ ଅଧିକ । ଶକ୍ତି, ଟେଲିକମ୍‌, ଖୁଚୁରା  ବ୍ୟାପାର, ଆଇଟି/ ଆଇଟିଇଏସ୍‌, ଇଲେକ୍‌ଟ୍ରୋନିକ୍ସ, ଅଟୋମୋଟିଭ ଭଳି ଉଦ୍ୟୋଗର ନିଯୁକ୍ତିଦାତାମାନେ ଏଥିରେ ଭାଗ ନେଉଛନ୍ତି। ସେମାନେ ଏହି ମେଳାର ୱେଲଡର, ଇଲେକ୍ସ୍ରିସିଆନ, ହାଉସକିପର, ବିଉଟିସିଆନ, ମେକାନିକ୍ ଆଦି ୫୦୦ରୁ ଅଧିକ ଟ୍ରେଡର ଆପ୍ରେଣ୍ଟିସ୍‌ମାନଙ୍କୁ ବାଛିବେ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମଇଜିପି) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପାଇଁ ଆର୍ଥିକ ବର୍ଷ 2021-22 ଐତିହାସିକ ସଫଳତାର ବର୍ଷ ହୋଇଛି। ଆୟୋଗ ଅଭୂତପୂର୍ବ ଭାବରେ 1.03 ଲକ୍ଷ ନୂଆ ବିନିର୍ମାଣ ଓ ସେବା ୟୁନିଟର ସ୍ଥାପନା କରିଛି ଏବଂ 8.25 ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିଛି। ଏହା ସହିତ ପିଏମଇଜିପି ବର୍ଷ 2021-22 ରେ ସରକାରଙ୍କ ଆତ୍ମ-ନିର୍ଭରଶୀଳତାର ସବୁଠାରୁ ଶକ୍ତିଶାଳୀ ଉପାୟ ଭାବରେ ଉଭା ହୋଇଛି, ଯଦିଓ ଦେଶ କୋଭିଡ୍ – 19 ମହାମାରୀର ଦ୍ବିତୀୟ ଲହର ସମୟରେ ବର୍ଷର ପ୍ରଥମ 3 ମାସରେ ଆଂଶିକ ଭାବରେ ଲକ୍‌ଡାଉନ୍ ରହିଥିଲା। ବର୍ଷ 2008 ରେ ପିଏମଇଜିପି ଯୋଜନାର ଆରମ୍ଭ ପରେ ପ୍ରଥମ ଥର ପାଇଁ କେଭିଆଇସି ଗୋଟିଏ ଆର୍ଥିକ ବର୍ଷରେ ଏକ ଲକ୍ଷରୁ ଅଧିକ ନୂତନ ୟୁନିଟ୍ ସ୍ଥାପନ କରିବାରେ ସଫଳ ହୋଇଛି। ଏହି 103219 ୟୁନିଟରେ ପ୍ରାୟ 12000 କୋଟି…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ୱାସିଂଟନ ଡିସିଠାରେ ସାକ୍ଷାତ କରିଛନ୍ତି। ଆଜି ୱାସିଂଟନ ଡିସିଠାରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ଏବଂ ପରିଚାଳନା ନିର୍ଦ୍ଦେଶିକାଙ୍କ ସହିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅନନ୍ତ ଭି.ନାଗେଶ୍ୱରନ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆର୍ଥିକ ବ୍ୟାପାର ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ମଧ୍ୟ ଉପସ୍ଥିତ ଥିଲେ। ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ସହ ସମ୍ପର୍କୀତ ପ୍ରସଙ୍ଗ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। କୋଭିଡ-୧୯ ବିଶ୍ୱ ମହାମାରୀ ସମ୍ପର୍କୀତ ଆହ୍ୱାନ ସତ୍ତ୍ୱେ ଭାରତ ଦୃତ ବିକାଶ ପଥରେ ଆଗେଇଥିବା କଥା ଶ୍ରୀମତୀ ଜର୍ଜିଭା ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ…

Read More

ଜଟଣୀ: ଓଡିଶା ଅବକାରୀ କମିଶନର ଆଶିଷ କୁମାର ସିଂହ ଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲି ଛକରେ ଚଢ଼ାଉ କରି ଏକ ବଡ଼ ଧରଣର ବେଆଇନ ଭାଙ୍ଗ ଚୋରାଚାଲାଣକୁ ରୋକିବାରେ ସଫଳ ହୋଇଛି।  ଆଜି ଅପରାହ୍ନରେ ଏକ ଟାଟା ମ୍ୟାଜିକ ଗାଡ଼ିରେ ଗଜପତି ଆଡୁ ପୁରୀକୁ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ପିତାପଲ୍ଲୀ ଛକରେ ଉକ୍ତ ଗାଡିକୁ ମାଡ଼ି ବସିଥିଲେ ସାଧା ପୋଷାକରେ ଥିବା ଅବକାରୀ ଅଧିକାରୀ ମାନେ। ଉକ୍ତ ଗାଡ଼ିରୁ ୪୮୦ କିଲୋ ଭାଙ୍ଗ ଜବତ ହୋଇଥିବା ବେଳେ ତିନି ଜଣ ଗିରଫ ହୋଇଛନ୍ତି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗଜପତି ଜିଲ୍ଲାର ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣା ପଡ଼ିଛି। ଉକ୍ତ ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ଏଏସଆଇ ନଟବର ମଲ୍ଲିକ, ଶେଖ ସକିର ଉଲ୍ଲା, କର୍ଣ୍ଣ ଓରାମ, ଦିଲଜିତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜୁରାଟର ଜାମନଗରରେ WHO ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ଉଦ୍ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ WHO ମହାନିର୍ଦ୍ଦେଶକ ଡ ଟେଡ୍ରୋସ୍ ଅଦନୋମ୍ ଗେବ୍ରେଏସ୍ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ସେ ଗୁଜରାଟୀରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। WHO ର ମହାନିର୍ଦ୍ଦେଶକ କହିଥିଲେ ଯେ, ପାରମ୍ପାରିକ ଔଷଧ ପାଇଁ WHO- ଗ୍ଲୋବାଲ୍ ସେଣ୍ଟରକୌଣସି ସମକକ୍ଷ ନୁହେଁ। ସେ କହିଥିଲେ ଯେ, ମୋର ଭାରତୀୟ ଶିକ୍ଷକମାନେ ମୋତେ ପାରମ୍ପାରିକ ଔଷଧ ବିଷୟରେ ଭଲ ଶିକ୍ଷା ଦେଇଛନ୍ତି ଏବଂ ମୁଁ ବହୁତ କୃତଜ୍ଞ। ସେ କହିଥିଲେ ଯେ, ମୁଁ ମଧ୍ୟ ବଲିଉଡ ଚଳଚ୍ଚିତ୍ର ଦେଖି ବଡ ହୋଇଥିଲି ଏବଂ ମୁଁ ବୁଝିପାରୁଛି ଯେ ‘ବଲିଉଡ’ ପ୍ରଶଂସକଙ୍କ ପାଇଁ ସ୍ୱିସ୍ ଆଲପ୍ସ ଏକ ପ୍ରିୟ ସ୍ଥାନ। WHO ମହାନିର୍ଦ୍ଦେଶକ କହିଥିଲେ ଯେ, “ଆମେ ଆରମ୍ଭ କରୁଥିବା WHO- ଗ୍ଲୋବାଲ୍ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ପ୍ରମାଣ ଭିତ୍ତିକ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ମହାବିଦ୍ୟାଳୟ ପରିସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟମେଳାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଚିକିତ୍ସା ଓ ଔଷଧ ବଂଟନ କରାଯାଇଥିଲା। ଏଥିରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀ ଓ ପ୍ରସୂତି ସେବା, ଶିଶୁ ରୋଗ ଚିକିତ୍ସା, ଭେଷଜ ଚିକିତ୍ସା, ଦାନ୍ତ ରୋଗ ଚିକିତ୍ସା, ଆୟୁଷ ଚିକିତ୍ସା, ଯୋଗ, ମଧୁମେହ ନିରୁପଣ, ରକ୍ତଚାପ ନିରୂପଣ, ମୁଖ ଗହ୍ୱର ଓ କର୍କଟ ନିରୂପଣ, ସ୍ୱାସ୍ଥ୍ୟ ପରାମର୍ଶ ସେବା, କୋଭିଡ ପରୀକ୍ଷା ଓ ଟିକାକରଣ, ମାଗଣା ରୋଗ ନିର୍ଣ୍ଣୟ ,ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ୱରୀ ମେହେର, ନାକଟିଦେଉଳ ସରପଂଚ ଜିତେନ୍ଦ୍ରିୟ ସାହୁ, ଯୁକ୍ତ ୨ ଅଧ୍ୟକ୍ଷ କନ୍ଦର୍ପ ରାଉଳ, ଯୁକ୍ତ ୩ ଅଧ୍ୟକ୍ଷ ସୁଧିର କୁମାର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତା ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଅଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ‘ହେଲଥ ମେଳା’। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଆସନ୍ତା ଶୁକ୍ରବାର ଦିନ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଉକ୍ତ ହେଲଥ ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଉକ୍ତ ମେଳାରେ ଭେଷଜ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିଶୁ ବିଭାଗ, କୁଷ୍ଠ, ଅନ୍ଧତ୍ବ ଦୂରୀକରଣ, ଦାନ୍ତ, ନାସା, କର୍ଣ୍ଣ, ଗଳା, ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋଗ ବିଶେଷଜ୍ଞ ଆସିବାକୁ ଥିବା ବେଳେ ଏଠାରେ ଏଚ୍.ଆଇ.ଭି, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ବ, ଅଣ ସଂକ୍ରାମଣ ରୋଗ, ଗର୍ଭନିରୋଧ, ପୁଷ୍ଟିକର ଖାଦ୍ୟ, ଶିଶୁ ପାଇଁ ସୁରକ୍ଷିତ ସ୍ତନ୍ୟପାନ ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ ଉପଲବ୍ଧ ବିଭିନ୍ନ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ନାକଟିଦେଉଳ ଓ ରେଢାଖୋଲରେ ଗରିବ ଅସହାୟ ମାନଙ୍କୁ ହାଇଜିନ କିଟ ପ୍ରଦାନ କରାଯାଇଅଛି। ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମାରୱାଡିମୁଣ୍ଡା ଗ୍ରାମରେ ୫୦ ଜଣଙ୍କୁ କିଟ ପ୍ରଦାନ କରାଇଯାଇଥିବା ବେଳେ ରେଢାଖୋଲରେ ୪୮ ଜଣଙ୍କୁ କିଟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାରୱାଡିମୁଣ୍ଡା ଗ୍ରାମରେ ସମାଜସେବୀ ନିଳାମ୍ବର ସାହୁ, ଶ୍ରୀପତି ସାହୁ, ଅଜିତ ସାହୁ ଓ ସାଗର ମାହାର ସହଯୋଗ କରିଥିବା ବେଳେ ରେଢାଖୋଲରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ରେଢାଖୋଲ ଭୀମଭୋଇ କଲେଜ ପରିସରରେ ରେଡକ୍ରସ ଦ୍ୱାରା ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନାକଟିଦେଉଳ ଡିଗ୍ରୀ ମହାବିଦ୍ୟାଳୟ ଭୀମଭୋଇ ମହାବିଦ୍ୟାଳୟ, ରେଢାଖୋଲ ମହିଳା ବିଦ୍ୟାଳୟ, ଫୁଲଝରଣ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ରେଡକ୍ରସର ପ୍ରମିଳା ବେହେରା ଓ ସଂଜୀବ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More