‘ହାଇ ମି ଅପ୍‌’ ରେଷ୍ଟୁରାଣ୍ଟର ଗ୍ରାଣ୍ଡ ଓପନିଙ୍ଗ

Published: Apr 24, 2022, 9:01 am IST

ଭୁବନେଶ୍ୱର: ମହାମାରୀ କରୋନା କଟକଣା ଯୋଗୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇପଡ଼ିଥିଲା। ଖାଦ୍ୟ ଆବଶ୍ୟକ କରୁଥିବା ଓ ଖାଦ୍ୟ ଯୋଗାଉଥିବା ଉଭୟ ବର୍ଗର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ କରୋନା ଲହର କମିଛି, ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା ପରେ ହୋଟେଲ ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ପ୍ରୟାସ କରିଛି।

ଏହି ଅବସରରେ ନୟାପଲ୍ଲୀସ୍ଥିତ ଏନ୍‌-୫ରେ ‘ହାଇ ମି ଅପ୍‌’ ରେଷ୍ଟୁରାଣ୍ଟର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଷ୍ଟୁରାଣ୍ଟକୁ ଉଦ୍‌ଘାଟନ କରି କହିଲେ ଯେ, ଏହି ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାର ଖାଦ୍ୟ ଉପଲବ୍ଧ ହେବା ସହିତ ସୁଲଭ ମୂଲ୍ୟରେ ଓ ସ୍ୱାଦଯୁକ୍ତ ହୋଇଥିବାରୁ ଏହା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ହେବ।

ସେହିପରି ଗ୍ରାହକମାନଙ୍କ ପସନ୍ଦକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ରେଷ୍ଟୁରାଣ୍ଟ କର୍ତ୍ତୁପକ୍ଷ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶ୍ରୀରାମ ଦାସ, ଏସ୍‌.କେ. ଦାସ ପ୍ରମୁଖ ଯୋଗଦେଇ ରେଷ୍ଟୁରାଣ୍ଟର ସଫଳତା କାମନା କରିଥିଲେ। ଏହି ଉତ୍ସବରେ ବହୁ ଅତିଥି ଓ ନୂତନ ଗ୍ରାହକମାନେ ଯୋଗ ଦେଇଥିଲେ। ଶେଷରେ ସଙ୍ଗୀତ ଅର୍କେଷ୍ଟାର ଆୟୋଜନ କରାଯାଇଥିଲା। ଉତ୍ତରାଧିକାରୀ ଆଦର୍ଶ ରଞ୍ଜନ ସ୍ୱାଇଁ ଓ ଦୀପକ ରଞ୍ଜନ ସ୍ୱାଇଁ ସମସ୍ତ ଅତିଥି ଓ ଗ୍ରାହକମାନଙ୍କୁ ସ୍ୱାଗତ କରିଥିଲେ।

Related posts