Author: Samikhsya Bureau

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ହାଲୋ କ୍ୟାବ ସର୍ଭିସ । ଓଲା ଉବେର ପରି ଏହି ଦେଶୀୟ ହାଲୋ କ୍ୟାବ ଲୋକମାନଙ୍କୁ ଯାନବାହନର ସୁବିଧା ଯୋଗାଇ ଦେବ। ସେଥିପାଇଁ  ଆପ ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ପ୍ଲେଷ୍ଟୋର ରୁ ଏହି ଆପ ଡାଉନଲୋଡ କରି ସେବା ହାସଲ କରିପାରିବେ। ଏହି ଆପ ମାଧ୍ୟମରେ ଲୋକମାନେ ନିଜର ମନପସନ୍ଦର ୪ ଚକିଆ ଯାନ ସହିତ ଅଟୋ ଓ ବ୍ୟବସାୟିକ ଯାନ ବୁକିଙ୍ଗ କରି ପାରିବେ। ହାଲୋ କ୍ୟାବ ଅନ୍ୟ କ୍ୟାବ ସଂସ୍ଥା ଠାରୁ ବହୁତ ଭିନ୍ନ ଅଟେ। ଏହା ବହୁତ ନୂଆ ଫିଚର ପ୍ରଦାନ କରୁଛି। ଲୋକମାନେ ଏହି ଆପ ସହିତ ନିଶୁକ୍ଳ ନମ୍ବରରେ (୧୮୦୦ ୩୧୩ ୬୭୬୭୬୭) କଲ କରି ଟ୍ଯାକ୍ସି ସହିତ  ପରିବହନ ଯାନ ମଧ୍ୟ ବୁକିଙ୍ଗ କରି ପାରିବେ। ଏହି ସେବା ଏବେ ଭୁବନେଶ୍ବର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବ୍ରହ୍ମପୁର, ବଲାଙ୍ଗୀର ଓ କଟକରେ ଆରମ୍ଭ ହୋଇ…

Read More

ମୁମ୍ବାଇ: ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ଭାରତୀୟ ଡାକ ବିଭାଗ, ମହାରାଷ୍ଟ୍ର ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଡ୍ରାଇଭ୍ ଅଧୀନରେ ମେକାନିକ୍, ଇଲେକ୍ଟ୍ରିକାଲ୍, ଟାୟାର୍ ମ୍ୟାନ୍ ସହିତ ଅନ୍ୟାନ୍ୟ ପୋଷ୍ଟରେ ନିଯୁକ୍ତି କରାଯିବ।  ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୯ ଟି ପଦବୀ ନିଯୁକ୍ତ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ମଇ ୦୯ ତାରିଖ ୨୦୨୨ ସୁଦ୍ଧା ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ପଦବୀ ସଂଖ୍ୟା: ମେକାନିକ୍- ୫ ଟି ଇଲେକ୍ଟ୍ରିସିଆନ- ୨ ଟି ଟାୟାର୍ ମ୍ୟାନ୍- ୧ ଟି କମାର- ୧ଟି ପଦବୀ ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ବୈଷୟିକ ପ୍ରତିଷ୍ଠାନରୁ ପ୍ରଯୁଜ୍ୟ ଟ୍ରେଡରେ ସାର୍ଟିଫିକେଟ୍ ସହିତ ଅଷ୍ଟମ ପାସ୍ କରିବା ଆବଶ୍ୟକ କିମ୍ବା ସମ୍ପୃକ୍ତ ଟ୍ରେଡରେ ଏକ ବର୍ଷର ଅଭିଜ୍ଞତା…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁ ବାସି। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର…

Read More

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଏକ ଚିଠି ଲେଖି ନୂଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଚିଠି ଲେଖି ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶାହାବାଜ ସରିଫଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚିଠି ପଠାଇଥିବା ସୂଚନା ମିଳିଛି। ସରକାରଙ୍କ ଉଚ୍ଚ ସୂତ୍ରରୁ ପ୍ରକାଶ ଯେ, ଶାହବାଜ ସରିଫଙ୍କ ନିକଟକୁ ପଠାଯାଇଥିବା ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଭାରତ ମଧ୍ୟ ଦାରିଦ୍ର୍ୟ ସମେତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବାକୁ ଚାହୁଁଛି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଶପଥ ଗ୍ରହଣ ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଲାହୋର ଯାଇ ତାଙ୍କୁ ଭେଟିଥିଲେ। ତେବେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଲାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସ୍ମୃତିସଭା ଓ ଆଲୋଚନା ପୂର୍ବକ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ସମ୍ମାନିତ ଅତିଥି ରୂପେ ଡ ଶ୍ରବଣା ବିବେକ ଏମ, ଆରକ୍ଷୀ ଅଧିକ୍ଷକ, କଳାହାଣ୍ଡି, ସୋମେଶ ଉପାଧ୍ୟାୟ, ପି ଡି, ଡି ଆର୍ ଡି ଏ, କଳାହାଣ୍ଡି, ଡ ବିଶ୍ୱଜିତ୍ ଦାସ , ଉପ ଜିଲ୍ଲାପାଳ, ଭବାନୀପାଟଣା, ସଂଯୁକ୍ତା ବେହେରା, ଅଧକ୍ଷା, ପୌର ପରିଷଦ, ଭବାନୀପାଟଣା ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟବକ୍ତା ରୂପେ ଭବାନୀ ଶଙ୍କର ନିଆଲ, ଅଧ୍ୟକ୍ଷ, ଡ ଆମ୍ବେଦକର ଫାଉଣ୍ଡେସନ ତଥା ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ,ସତ୍ୟ ସାଇ ବିଦ୍ୟା ମନ୍ଦିର ଯୋଗ ଦେଇଥିଲେ। ସଭାରେ ଡ ଆମ୍ବେଦକରଙ୍କ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ ଓ…

Read More

ଭୁବନେଶ୍ବର: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ନୟଗଡ ଗସ୍ତ କରିଥିଲେ। ସେଠାରେ ସେ କଣ୍ଟିଲୋ ନୀଳମାଧବ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିକ୍ରମା କରିଥିଲେ। ଏଥିସହିତ ମନ୍ଦିର ଉନ୍ନତିକରଣ ପାଇଁ ହୋଇଥିବା ପ୍ରକଳ୍ପ ନକ୍ସା ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ନୀଳମାଧବ ମନ୍ଦିରରେ ସେ ପହଁଛିବା ପରେ ତାଙ୍କୁ ସେବକମାନେ ପାଛୋଟି ନେଇଥିଲେ। ବେକରେ ପାଟ ପିନ୍ଧାଇ ମନ୍ଦିର ପରିକ୍ରମା କରାଇଥିଲେ। ଏହି ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ ଖୁବ ଶିଘ୍ର ଘୋଷଣା ହେବ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ସମ୍ପ୍ରତି କ୍ରମାଗତଭାବେ ବୃକ୍ଷଛେଦନ ଫଳରେ ରାଜ୍ୟରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପ୍ରବଳ ରୁଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ପାଣି ମୁନ୍ଦିଏ ପିଇବା ପାଇଁ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ରାଜଧାନୀ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ବଜରଙ୍ଗ ଭେଣ୍ଡିଂଜୋନ, ମୈତ୍ରୀବିହାରସ୍ଥିତ ନୀଳକଣ୍ଠେଶ୍ୱର ବଜାର କମିଟି, ୟୁନିଟ୍‌-୩ସ୍ଥିତ ମା’ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ, ସହିଦ ନଗରସ୍ଥିତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘ, ସତ୍‌ସଙ୍ଗ ବିହାରସ୍ଥିତ ସ୍ୱସ୍ତିକ ସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ, ସିଆରପିଏଫ୍‌ଛକସ୍ଥିତ ଶ୍ରୀ ଲୋକନାଥ ଭେଣ୍ଡିଂଜୋନ ସମେତ ୧୦ଟି ସ୍ଥାନରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି।…

Read More

ଭୁବନେଶ୍ୱର: ପବିତ୍ର ଓଡ଼ିଆ ନବବର୍ଷରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଉପେନ୍ଦ୍ରନାଥ ବେହେରା, ଉଦ୍‌ଘାଟକ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଅତିିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ଶ୍ରୀଯୁକ୍ତ ପ୍ରବୀର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ପୂଣ୍ୟ ଉତ୍କଳ ଯେଉଁଭଳି ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଛି, ସୁଖଦୁଃଖରେ ସେମାନଙ୍କ ସହିତ ଛିଡ଼ା ହେଉଛି ତାକୁ ଯଦି ଅନ୍ୟ ଅନୁଷ୍ଠାନମାନେ ଅନୁସରଣ କରି ଲୋକଙ୍କୁ ସହଯୋଗର ହାତ ବଢାଇବେ, ତେବେ ଓଡ଼ିଶାରେ…

Read More

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ରାମଜୀ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃଗଣ ଭୁବନେଶ୍ୱର ଏଜିଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ସଂଜୟ ମିଶ୍ର, କନକଲତା ମଲ୍ଲିକ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସୁବାଷ ପ୍ରଧାନ, ତାପସ ସେଠୀ, ଜମ୍ବେଶ୍ୱର ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ଦେବେନ୍ଦ୍ର ପ୍ରସାଦ ଦାସ, ସୂର୍ଯ୍ୟକାନ୍ତି ବାଗ, ଆଲୋକ ମହାନ୍ତି,…

Read More

ମୁମ୍ବାଇ: ଆଜି ବହୁ ଚର୍ଚ୍ଚିତ ଚଳଚିତ୍ର KGF Chapter-2 ଦେଶ ବିଦେଶରେ ମୋଟ 10 ହଜାର ସ୍କ୍ରିନରେ ମୁକ୍ତିଲାଭ କରିଛି। ତେବେ ମୁକ୍ତିଲାଭ କରୁକରୁ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ତାହା ହେଲା ପ୍ରଥମ ଦିନରେ ଏକା 150 କୋଟି ଟଙ୍କା ରୋଜଗାର କରିପାରିଛି। ସେହିପରି ଏହି ଚଳଚିତ୍ର ଦେଖିବା ପାଇଁ 2.9 ମଲିୟନ ଟିକେଟ ଆଡଭାନସ ବୁକିଂ ହୋଇସାରିଛି। ଏଥିସହିତ କରୋନା ପରେ ଏତେ ସ୍କ୍ରିନରେ ରିଲିଜ ହେବା ମଧ୍ୟ ଏକ କଥା ବୋଲି ଚର୍ଚ୍ଚା ଚାଲିଛି। KGF Chapter-2 ଚଳଚିତ୍ରକୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ, ରବିନା ଟଣ୍ଡନ୍ ଏବଂ ସଞ୍ଜୟ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି। ଏହି କଳାକାରମାନେ ହେଉଛନ୍ତି KGF Chapter-2 ହଟ ପ୍ରପର୍ଟି। ଚଳଚ୍ଚିତ୍ରଟି ଏହାର ରିଲିଜକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ କୋରନା ଯୋଗୁଁ ଫିଲ୍ମର ରିଲିଜକୁ ବିଳମ୍ବ କରାଯାଇଥିଲା।

Read More

ନୂଆଦିଲ୍ଲୀ: ଆଜି ସମ୍ବାଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଜୟନ୍ତୀରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ନୂଆଦିଲ୍ଲୀରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ୧୫,୬୦୦ ବର୍ଗ ମିଟରରୁ ନିର୍ମିତ ଏହି ସଂଗ୍ରହାଳୟରେ ଭାରତର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ତଥ୍ୟ ଉପସ୍ଥାପିତ କରାଯାଇଛି। ସ୍ବାଧୀନତା ପରବର୍ତ୍ତୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ଅବଦାନ ସଂପର୍କରେ ବର୍ଣ୍ଣନା କରାଯାଇଛି।  ସଂଗ୍ରହାଳୟର ଲୋଗୋ ଧର୍ମ ଏବଂ ଚକ୍ରକୁ ଧରିଥିବା ଭାରତର ଲୋକଙ୍କ ହାତକୁ ପ୍ରତିପାଦିତ କରିଛି, ଯାହା ଜାତି ଏବଂ ଗଣତନ୍ତ୍ରର ପ୍ରତୀକ ଅଟେ। ସଂଗ୍ରହାଳୟ ବିଷୟବସ୍ତୁକୁ ଏକ ଇଣ୍ଟରାକ୍ଟିଭ୍ ଏବଂ ଲାଇଭ ଭାବେ ଉପସ୍ଥାପନ କରିବାକୁ ଟେକ୍ନୋଲୋଜି-ଆଧାରିତ ଇଣ୍ଟରଫେସଗୁଡ଼ିକୁ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ଅଭିଲେଖାଗାର ସାମଗ୍ରୀ, ବ୍ୟକ୍ତିଗତ ସାମଗ୍ରୀ, ସ୍ମାରକପତ୍ର, ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ, ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନର ବିଭିନ୍ନ ଦିଗ ଏବଂ ଆଦର୍ଶର ଉପାଦେୟ ଉପସ୍ଥାପନା କରାଯାଇଛି। ଏ ସବୁ ଥିମେଟିକ୍ ଫର୍ମାଟରେ ପ୍ରତିଫଳିତ ହୋଇଛି।  ସଂଗ୍ରହାଳୟରେ ସମୁଦାୟ 43…

Read More

ଭୁବନେଶ୍ବର:  ରାଜ୍ୟରେ କଂଗ୍ରେସ ବାରମ୍ବାର ପରାଜିତ ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବକୁ ନେଇ ପ୍ରଶ୍ନ ଉଠିଛି। ସେ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଚାପା ଗୁଂଜରଣ ସୃଷ୍ଟି ହେଉଛି। ଦଳ ଚଳିତ ପୌର ନିର୍ବାଚନରେ ଭୁବନେଶ୍ବରରୁ ଗୋଟିଏ ବି ଆସନ ନେଇ ପାରିଲା ନାହିଁ, ଯାହାକୁ ନେଇ କଂଗ୍ରେସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ସଭାପତି ପଦରୁ କେବେଠାରୁ ଇସ୍ତଫା ଦେଇସାରିଛି। ଏହା ଏକ ଦଳୀୟ ବ୍ୟାପାର ହୋଇଥିବାରୁ ତାହା ବାହାରେ ପ୍ରକାଶ କରି ନ ଥିଲି। ହେଲେ ମୋର ଇସ୍ତପା ପତ୍ର ଏଆଇସିସିକୁ ପଠାଇଦେଇଛି। ସେମାନେ ଯାହା ବିଚାର କରିବେ। ନିରଂଜନ ପୁଣି କହିଛନ୍ତି ଯେ, ମୁଁ ବହୁ ଦିନ ଧରି ସଭାପତି ରହି ଆସିଛି। ଯଦି ଏଆଇସିସି ଚାହିଁବ…

Read More

ନୂଆଦିଲ୍ଲୀ: ଓଡିଆ ନୂଆ ବର୍ଷ ଏବଂ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟ କରି ସେ ଓଡିଶାବାସୀଙ୍କୁ ଏହି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଓଡିଆ ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣୁ, ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେଉ। ସେ ସୁସ୍ଥ ଓ ନିରମୟ ଜୀବନ କାମନା ମଧ୍ୟ କରିଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ନ ଡାକିବାରୁ ସେ ପୁରା ରାଗି ପଞ୍ଚମ ହୋଇଛନ୍ତି। ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡାକିବା କଥା, ହେଲେ ତାହା କରାଯାଇ ନାହିଁ। ଏ ନେଇ ସେ ଗତକାଲି ଟୁଇଟ କରି ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସ ଗୋଟିଏ ବଡ ଦିନ। ଏପରି ଦିନରେ ମୋତେ ଅତିଥୀ କରି ନ ଡାକିବା ଦୁଃଖର ବିଷୟ। ମୋର କେଉଁଠି ଭୁଲ ରହିଲା ବୋଲି ସେ ପ୍ରଶ୍ନ କରିଥିଲେ। ମୋତେ ଡକାଯାଉ ବୋଲି ଅନୁରୋଧ କରିଥିଲେ। ଏହି ଟୁଇଟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ମଧ୍ୟ କରିଥିଲେ। ଟୁଇଟ ପରେ ସେ ଭାବିଥିଲେ ଯେ, ତାଙ୍କୁ ସଂଧ୍ୟା କାର୍ଯ୍ୟକ୍ରମରେ ହୁଏତ ଡାକିବେ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ସେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି…

Read More

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ହାରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗସ ମୁମ୍ବାଇ ଦଳକୁ ୧୨ ରନରେ ପରାସ୍ତ କରିଛି। ଏହି ସିଜିନରେ ମୁମ୍ବାଇର କ୍ରମାଗତ ପଞ୍ଚମ ପରାଜୟ। ଦଳର ଏହି ଫ୍ଲପ୍ ପ୍ରଦର୍ଶନ ପରେ ମୁମ୍ବାଇ କ୍ୟାମ୍ପରେ ନିରାଶାର ବାତାବରଣ ସୃଷ୍ଟି ହୋଇଛି। ପଞ୍ଜାବ ବିପକ୍ଷ ମ୍ୟାଚ ପରେ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ନିରାଶ ହୋଇଛନ୍ତି। ରୋହିତ କହିଛନ୍ତି ଯେ, ତାଙ୍କ ଦଳ ବହୁତ ଭଲ ଖେଳିଛି, ଏଭଳି ପରିସ୍ଥିତିରେ ଭୁଲ୍ କେଉଁଠାରେ ଘଟୁଛି ତାହା କହିବା କଷ୍ଟକର। ରୋହିତ କହିଛନ୍ତି ଯେ, ‘ଏହି ମ୍ୟାଚରେ ଆମର ଅଭାବ ଖୋଜିବା ବହୁତ କଷ୍ଟକର। ମୁଁ ଭାବୁଛି ଆମେ ବହୁତ ଭଲ ଖେଳିଲୁ। ଆମେ ବିଜୟର ଅତି ନିକଟତର ଥିଲୁ। ହଁ, ଦୁଇଟି ରନ୍ ଆଉଟ୍ ଥିଲା, ଯାହା ଅନାବଶ୍ୟକ ଥିଲା। କିନ୍ତୁ ଏହା ଘଟେ। ଏକ ସମୟରେ ଆମେ ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ସହ ଓଡିଆ ନବ ବର୍ଷ। ଆଜିର ଦିନଟି ହିନ୍ଦୁ ଧର୍ମରେ ବେଶ୍ ଗୁରୁତ୍ବ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର ମଙ୍ଗଳ ହେଉ, ଓଡିଆ ନୂଆ ବର୍ଷରେ ଅଭିନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ବର: ଗତକାଲି ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), କାହାଣୀ ଓ ସଂଳାପକାର ଡ. ରଜନୀ ରଞ୍ଜନ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଶୀତଳ ପାତ୍ର, ନବାଗତ ଶାଶ୍ଵତ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର, ସୋମା ଭୌମିକ ପ୍ରମୁଖ ଅଭିନୟ କରିଛନ୍ତି। “ଦିଦି ନମସ୍କାର”ର ଟାଇଟଲ ଓ ପ୍ରଥମ ଶ୍ରେଣୀ ଗୀତକୁ ସତ୍ୟଜିତ ଓ ଅସୀମା ପଣ୍ଡା ଗାଇଥିବା ବେଳେ, ମନ୍ ହନସିନୀ ଗୀତକୁ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି। ସମସ୍ତ ଗୀତକୁ ଗୀତିକାର ଡ. ନିର୍ମଳ ନାୟକ ଲେଖିଛନ୍ତି। ସହଯୋଗୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ଵସ୍ତିକ। ଚଳଚ୍ଚିତ୍ରଟି ଜୀ ସାର୍ଥକ ଚ୍ୟାନେଲରେ ଏପ୍ରିଲ ୧୭ ତାରିଖ ସଂଧ୍ୟା ୬.୩୦ ମିନିଟରେ ପ୍ରସାରିତ ହେବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ…

Read More

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି  ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଚଲିତ ବର୍ଷ ଏହା ଏପ୍ରିଲ ୧୪ ତାରିଖରେ ପଡୁଛି। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ…

Read More

ପୁରୀ: ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କ କଳା ସ୍ଥାପତ୍ୟ ମାଧ୍ୟମରେ “ହନୁମାନ ଜୟନ୍ତୀ” ଏବଂ “ଓଡିଆ ନୂଆ ବର୍ଷ” ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ଲାଇଟ୍ ହାଉସ୍ ନିକଟ ଗୋଲ୍ଡେନ୍ ବିଚ୍ ଠାରେ ସେ ପ୍ରଭୁ ହନୁମାନଙ୍କ ଏକ ସଙ୍କଟମୟ ଏବଂ ଚମତ୍କାର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। କରୋନା ଭାଇରସ୍ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସେ ସମଗ୍ର ବିଶ୍ୱର ସୁସ୍ଥତା ପାଇଁ ତାଙ୍କର ହୃଦୟକୁ ପ୍ରାର୍ଥନା କରନ୍ତି। ମାନସ ସାହୁଙ୍କ ବାଲୁକା ମୂର୍ତ୍ତି ୧୭ ଫୁଟ ଚଉଡା ଯେଉଁଥିରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଛି। ସେ ଏହି ବାଲୁକା ସ୍ଥାପତ୍ୟ କରିବାକୁ ପ୍ରାୟ ୭ ଘଣ୍ଟା ସମୟ ନେଇଥିଲେ। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ହନୁମାନ ଜୟନ୍ତୀ ଏବଂ ଓଡିଆ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

Read More

Hanuman Jayanti: ହନୁମାନ ଜୟନ୍ତୀ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଅନ୍ୟତମ। ଏହିଦିନଟି ବିଶେଷ ଭାବେ ହନୁମାନ ଭକ୍ତଙ୍କ ପାଇଁ ବେଶ ମହତ ରଖେ। ଏହିଦିନ ଭକ୍ତମାନ ଉପବାସ ରହି ପ୍ରଭୃ ବୀର ହନୁମାନଙ୍କୁ ପୂଜା କରିଥାନ୍ତି। ଏହିଦିନ ସମସ୍ତେ ହନୁମାନ ମନ୍ଦିରରେ ପୂଜାଅର୍ଚ୍ଚନା କରିବା ଉଚିତ। ତେବେ ହନୁମାନ ଜୟନ୍ତୀରେ କେତେକ ବିଶେଷ କଥା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେଗୁଡିକ ହେଲା ହନୁମାନ ଚାଳିସା ପାଠ- ହନୁମାନ ଜୟନ୍ତୀରେ ନିଶ୍ଚିତ ଭାବେ ହନୁମାନ ଚାଳିସା ପାଠ କରିବା ଉଚିତ। କାରଣ ଏହି ଦିନ ହନୁମାନ ଚାଳିସା ପାଠ କରିବାର ଗୁରୁତ୍ବ ଭିନ୍ନ ପ୍ରକାରର ରହିଛି। ରାଶିତେଲ ଦୀପ ପ୍ରଦାନ- ଏହିଦିନ ବୀର ହନୁମାନଙ୍କୁ ରାଶି ତେଲ ଦୀପ ଦାନ କରନ୍ତୁ। ଯଦି ସମ୍ଭବ ତିନି ମୁହିଁଆ ଦୀପ ପ୍ରଜଲ୍ଲନ କଲେ ବହୁ ଉପକାର ମିଳିଥାଏ। ହନୁମାନ ମନ୍ତ୍ର ପାଠ- ଏହିଦିନ ଆପଣ ହନୁମାନ ମନ୍ତ୍ର ନିଶ୍ଚିତ ପାଠ…

Read More