Author: Samikhsya Bureau

ପ୍ରଦୀପ ସେନାପତି ‘ଉତ୍କଳ’ ଉତ୍କୃଷ୍ଟ କଳାର ଦେଶ। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା। ୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଇତିମଧ୍ୟରେ ୧୯୩୬ରୁ ୨୦୨୨ ଦୀର୍ଘ ୮୬ବର୍ଷ ବିତିଯାଇଛି। ବ୍ୟକ୍ତିହେଉ କିମ୍ବା ଜାତିହେଉ ଆତ୍ମ ପରିଚୟ ହିଁ ତା’ର ନିଜସ୍ୱ ଜୀବନର ମହାର୍ଘପୁଞ୍ଜି। ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିନଥାଏ। ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏବଂ ବିଦୀଶା ମଧ୍ୟରେ ରାଇସେନ୍ ଜିଲ୍ଲାର ସଲାମତପୁର ପାହାଡ ଉପରେ ଦେଶର ସର୍ବବୃହତ ଭିଭିଆଇପି ଗଛ ଅବସ୍ଥିତ। ଏହି ବୃକ୍ଷର ସୁରକ୍ଷା କ୍ଷେତ୍ରରେ ୪ ସୁରକ୍ଷା କର୍ମୀ ସ୍ଥାୟୀ ଭାବରେ ୨୪ ଘଣ୍ଟା ନିୟୋଜିତ ରୁହନ୍ତି। ସେପ୍ଟେମ୍ବର ୨୧ ତାରିଖ ୨୦୧୨ ମସିହାରେ, ଶ୍ରୀଲଙ୍କାର ତତ୍କାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ଏଠାରେ ପ୍ରସ୍ତାବିତ ବୌଦ୍ଧ ବିଶ୍ୱବିଦ୍ୟାଳୟର ଭୁମି ପୂଜନ ସମାରୋହରେ ଏହି ବୃକ୍ଷ ରୋପଣ କରିଥିଲେ। ଯଦି ଏହାର ପତ୍ର ମଧ୍ୟ ଖସିଯାଏ ଏବଂ ତା’ପରେ ଏହାର ରିପୋର୍ଟ ଭୋପାଳରେ ଏକ ଉଚ୍ଚ ସ୍ତରକୁ ଯାଏ। ବିଶେଷ କଥା ହେଉଛି ଏହି ଗଛର ଡାକ୍ତରୀ ଯାଞ୍ଚ ମଧ୍ୟ ଜଣେ ଭିଆଇପି ବ୍ୟକ୍ତିଙ୍କ ପରି କରାଯାଇଥାଏ। ସାଧାରଣତଃ ଲୋକମାନେ ଏହାକୁ ଏକ ପିପଲ୍ ଗଛ ବୋଲି ବିବେଚନା କରନ୍ତି, କିନ୍ତୁ ଏହାର ଦୃଢ ସୁରକ୍ଷା ଦେଖି ସେମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠେ ଯେ, ଏହି ଗଛ…

Read More

ଚାଣକ୍ୟ ନୀତି: ଜୀବନରେ ସଫଳତା, ସୁଖ ଏବଂ ଶାନ୍ତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ଉପାୟ ଏବଂ ନୀତି ଦେଇଛନ୍ତି, ଯାହା ସର୍ବଦା ପ୍ରଭାବଶାଳୀ। ଚାଣକ୍ୟଙ୍କ ନୀତି ଏବଂ ଚିନ୍ତାଧାରା ଟିକେ କଠୋର ମନେହୁଏ। ଆଚାର୍ଯ୍ୟଙ୍କ ଅନୁଯାୟୀ, ଜୀବନରେ କିଛି ଜିନିଷ କାହା ସହ ବାଣ୍ଟିବା ଉଚିତ୍ ନୁହେଁ, ନଚେତ୍ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। ୧- ଆପଣଙ୍କର ଦୁର୍ବଳତା: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଭିତରୁ ଯେତେ ହତାସ ହୁଅନ୍ତୁ ନା କାହିଁକି, ଏହି ଜିନିଷ କାହାକୁ କହିବା ଉଚିତ୍ ନୁହେଁ, କାରଣ ଲୋକମାନେ ଭଙ୍ଗା ଘରର ଇଟା ନେଇଯାଆନ୍ତି। ବାସ୍ତବ ଜୀବନରେ, ଅନେକ ଥର ଏହା ଘଟେ ଯେ ଜଣେ ବ୍ୟକ୍ତି ଭିତରୁ ଏତେ ଭାଙ୍ଗିଯାଏ ଯେ ଆଖିରୁ ଯନ୍ତ୍ରଣା ଲୁହ ଭାବେ ପ୍ରବାହିତ ହୁଏ। ଯେଉଁମାନେ କେବଳ ଏପରି କଷ୍ଟଦାୟକ ସମୟ ଏବଂ ପରିସ୍ଥିତି ଦେଇ ଗତି କରିଛନ୍ତି ସେମାନଙ୍କ ଦ୍ୱାରା ଏହା ଅନୁମାନ କରାଯାଇପାରେ। ଏଭଳି…

Read More

ମେଷ ରାଶି: ପୂଜା ପାଇଁ ଆଗ୍ରହୀ ହେବେ | ବ୍ୟବସାୟ ଭଲ ହେବ | ସମସ୍ୟାରେ ପଡ଼ନ୍ତୁ ନାହିଁ | ଋଣ ଟଙ୍କା ପାଇବା ଏକ ଆରାମଦାୟକ ହୋଇପାରେ | ଜଟିଳ ସମସ୍ୟାର ସମାଧାନରେ ପତି-ପତ୍ନୀଙ୍କ ସହଯୋଗ ସହାୟକ ହେବ | ଯତ୍ନର ସହ ଗାଡି ଚଲାନ୍ତୁ | କୋର୍ଟ କଚେରୀରେ ଅନୁକୂଳ ରହିବ। ବୃଷ ରାଶି: ବ୍ୟବସାୟର ଯତ୍ନ ନିଅନ୍ତୁ | ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ | ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଭାବିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ | ଆଘାତ, ଚୋରି ଏବଂ ବିବାଦ ହେତୁ କ୍ଷତି ସମ୍ଭବ | ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | କୁସଙ୍ଗତିରେ କ୍ଷତି ହେବ। ମିଥୁନ ରାଶି: ପାରିବାରିକ ସମସ୍ୟାର ସମାଧାନ ହେବ | ବ୍ୟବସାୟରେ ନୂତନ ଯୋଜନା କରାଯିବ। ବ୍ୟବସାୟ ଭଲ ରହିବ | ରାଜନୈତିକ ପ୍ରତିବନ୍ଧକକୁ ହଟାଇ ଲାଭ…

Read More

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ” ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ। ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି। ଏହି ଖାଦ୍ୟକୁ ଅଧିକ ମାତ୍ରାରେ ପ୍ରସାରିତ ଓ ଆଦୃତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଶିକ୍ଷା ଅନୁଷ୍ଠାନରେ ଏପ୍ରିଲ୍ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି “ପଖାଳ ଉତ୍ସବ”ର ଆୟୋଜନ କରାଯାଇଛି। ଏହି ଉତ୍ସବରେ ଅତିଥିମାନଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ। ଓଡିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ। ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର…

Read More

ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ, ଉତ୍କଳ ରଙ୍ଗମଞ୍ଚରେ ‘ଗୁରୁକୃପା ସମ୍ମାନ ପ୍ରଦାନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପକ୍ଷରୁ ଆୟୋଜିତ ଉଦ୍‌ଯାପନ ଉତ୍ସବରେ ସ୍ୱନାମଧନ୍ୟ ନାଟ୍ୟକାର ଡ଼କ୍ଟର ରମେଶ ପ୍ରସାଦ ପାଣଗ୍ରାହୀଙ୍କୁ ‘ଗୁରୁକୃପା ସମ୍ମାନ-୨୦୨୨ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ତବଲା ବାଦକ ଗୁରୁ କୁଳମଣି ସାହୁଙ୍କୁ ସୃଜନଶୀଳ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ବିଧାୟକ ରାଜକିଶୋର ଦାସ, ବିଧାୟକ ମୁକେଶ ପାଳ, ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। କଳାଶ୍ରମର ଉପଦେଷ୍ଟା ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଗୁରୁ ବିମ୍ବାଧର ଦାସ, ବିଶିଷ୍ଟ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ଗୁୁୁରୁ ବିଜୟ କୁମାର ଦାସ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଫଳରେ ଦେଶର ଏହି ପ୍ରାନ୍ତରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ହେବା ସହ ବିକାଶଧାରା ଗତିଶୀଳ ହୋଇଛି। ୨୦୧୪ ମସିହା ତୁଳନାରେ ୨୦୨୧ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭୪ ପ୍ରତିଶତ ହ୍ରାସ ଦେଖାଦେଇଛି। ସେହିପରି ଏହି ଅବଧିରେ ସୁରକ୍ଷା କର୍ମୀ ଏବଂ ନାଗରିକମାନଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ଯଥାକ୍ରମେ ୬୦ ପ୍ରତିଶତ ଏବଂ ୮୪ ପ୍ରତିଶତ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଦୂରଦର୍ଶିତାପୂର୍ଣ୍ଣ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଲଗାତାର ପ୍ରୟାସ ବଳରେ ଏବଂ ଉତ୍ତର ପୂର୍ବାଞ୍ଚଳରେ ସୁରକ୍ଷା ସ୍ଥିତିରେ ସୁଧାର ଆସିଛି। ଏହି କ୍ରମରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବହୁ ଦଶନ୍ଧି ପରେ ନାଗାଲାଣ୍ଡ, ଆସାମ, ଏବଂ ମଣିପୁରରେ ସଶସ୍ତ୍ର ସେନାବାହିନୀ ବିଶେଷ ଅଧିକାର ଆଇନ (ଏଏଫଏସପିଏ) ଅଧୀନରେ ଅଶାନ୍ତ କ୍ଷେତ୍ର ସଂଖ୍ୟା ହ୍ରାସ…

Read More

ଭୁବନେଶ୍ଵର: ଦୁବାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁ “ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରିଥିବା ସୋଆର ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ମୁଖ୍ୟ ରିପ୍ତି ରଞ୍ଜନ ଦାଶ ଏବଂ ଆନ୍ତର୍ଜାତିକ ଆଡମିଶନ୍ ଓ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କୁ ଭେଟି ସମ୍ମାନ ଫଳକକୁ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ସମୟରେ ସୋଆର ମାନବସମ୍ବଳ ଅଧିକାରୀ ସିଦ୍ଧ୍ୟବ୍ରତ ଦାଶ ଓ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡାକ୍ତର ରାଜେଶ ଲେଙ୍କା ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ରଙ୍କୁ ପ୍ରଦାନ କରିଥିଲେ। ଓସିପିଏଲ୍‌ର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଓସିପିଏଲ୍ ର ସିଇଓ ସାରିପୁତ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଫିସର୍ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଓସିପିଏଲ ବହୁତ କମ୍ ସମୟ ମଧ୍ୟରେ ରାଜ୍ୟର ଏକ ପ୍ରମୁଖ ଲାଭଦାୟକ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ହୋଇଛି। ଦେଶରେ କୋଇଲା ସଙ୍କଟ ସମୟରେ ଓସିପିଏଲ୍…

Read More

ନୂଆଦିଲ୍ଲୀ: ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ରାଜ୍ୟ ସରକାର ୧,୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାକୁ ଜଳ ଜୀବନ ମିଶନ ଅଧୀନରେ ମିଳିଥିବା ଅନୁଦାନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟେଲ କହିଥିଲେ ଯେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟକୁ ଯଥାକ୍ରମେ ୩୬୪.୭୪ କୋଟି ଟଙ୍କା ଏବଂ ୮୧୨.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମିଶନ ଅଧୀନରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୬୮୮.୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅନ୍ୟପଟେ ଜଳ ଜୀବନ ମିଶନ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦,…

Read More

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଓ ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ନିଶା ବିରୋଧି ଅଭିଯାନରେ ସାମିଲ୍ ହୋଇଛନ୍ତି। ନିଶା ବିରୁଦ୍ଧରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନିଜର ଭାବନା ପ୍ରକାଶ କରିଥିଲେ। ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କର ବିତର୍କର ବିଷୟ ଥିଲା,“ ନିଶା ନିବାରଣ: ଏକ ସାମାଜିକ ଆହ୍ୱାନ’’। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାକ୍‌ଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ପାଇଁ ବିଷୟ ଥିଲା“ ନିଶା କବଳରୁ ମୁକ୍ତି, ସମାଜକୁ ଦିଏ ଶକ୍ତି”। “ଡ୍ରିମ୍ସ୍‌” ମିଶନ୍ , କମିଶନ୍‌ରେଟ ପୋଲିସ୍‌, ଭୁବନେଶ୍ୱରଙ୍କ ତତ୍ୱାବଧାନ ଓ ଦିଗ୍‌ଦର୍ଶନରେ ଏବଂ ଓଏମ୍‌ସି ର ଆର୍ଥିକ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ “ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର( ଆଇଆଇଇସି)” ଦ୍ୱାରା ସଂଯୋଜନା କରାଯାଉଛି। ଏହି କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରଗ୍ସ ବା ଧଳାଜହର ବିରୁଦ୍ଧରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀଙ୍କ ହୁଣ୍ଡି ଖୋଲାଯାଇଛି। ଚଳିତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ମା’ ଭଗବତୀ ମନ୍ଦିର ଭିତରେ ସ୍ଥାପିତ ଦୁଇଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରେ ପଡିଥିବା ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥ ଓ ରୂପା ଅଳଙ୍କାର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା କରାଯାଇଛି। ଗତକାଲି ମଣ୍ଡପ ପାଖ ବାହାର ହୁଣ୍ଡିରୁ ୩ ଲକ୍ଷ ୭୧ ହଜାର ୩୯୫ ଟଙ୍କା ସହିତ ୭ଟି ରୂପା ଆଖି, ୧ଟି ରୂପାର ଚିତା, ଦୁଇଟି ରୂପା ପାତିଆ ଓ ୧ଟି ରୂପାର କଇଁଚ଼ ମୁଦି ସଂଗ୍ରହ କରାଯାଇଥିବାବେଳେ ଆଜି ମନ୍ଦିର ଭିତର ହୁଣ୍ଡିରୁ ୧ ଲକ୍ଷ ୬୩ ହଜାର ୯୬୮ ଟଙ୍କା ସହିତ ୨ଟି ରୂପାର ଆଖି ଏହିପରି ସର୍ବମୋଟ ୫ ଲକ୍ଷ ୩୫ ହଜାର ୩୬୩ ଟଙ୍କା ସଂଗ୍ରହ କରାଯାଇଥିବାର ମନ୍ଦିର ପରିଚାଳନା କମିଟି ତରଫରୁ…

Read More

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଏହାର ପରିସୀମା ମଧ୍ୟରୁ ସର୍ବାଧିକ ସ୍କ୍ରାପ୍ ନିଷ୍କାସନ କରି ଏଥିରୁ ସର୍ବୋଚ୍ଚ ଆୟ ହାସଲ କରିଛି ଯାହାକି ରେଳବାଇ ବୋର୍ଡ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ଆୟ ତୁଳନାରେ 42.61% ଅଧିକ ଅଟେ। ପୂର୍ବ ତଟ ରେଳପଥ ଦ୍ୱାରା ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ସମସ୍ତ ପ୍ରୟାସ କରି ଏକ ରେକର୍ଡ ସୃଷ୍ଟି କରିଛି ଯାହାକି ପୂର୍ବତଟ ରେଳପଥ ଇତିହାସରେ ସର୍ବୋଚ୍ଚ ସ୍କ୍ରାପ୍ ବିକ୍ରୟ ଅଟେ। ପ୍ରମୁଖ ସାମଗ୍ରୀ ପରିଚାଳନା ପ୍ରବନ୍ଧକ ପି. ବି. ନିନାୱେ ସ୍କ୍ରାପ୍ ଅପସାରଣ ପ୍ରଣାଳୀରେ (ଡିସପୋଜାଲ୍ ସିଷ୍ଟମରେ) ଜଡିତ ସମସ୍ତ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଏବଂ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ହେବାର ଦୁଇ ଦିନ ପୂର୍ବରୁ, ପୂର୍ବ ତଟ ରେଳପଥ ସ୍କ୍ରାପ୍ ଅପସାରଣରୁ 313.74 କୋଟିରୁ ଅଧିକ ରାଜସ୍ୱ ହାସଲ କରିଛି ଯାହାକି ରେଳବାଇ…

Read More

ନୂଆଦିଲ୍ଲୀ:  ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଲୋକସଭାକୁ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ 13 ତାରିଖ ସୁଦ୍ଧା ଭାରତରେ 10 ଲକ୍ଷରୁ ଅଧିକ ବୈଦ୍ୟୁତିକ ଗାଡି ପାଇଁ ପଞ୍ଜୀକୃତ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଗଡକରୀ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ 13 ତାରିଖ ସୁଦ୍ଧା 10,95,746 ଟି ବୈଦ୍ୟୁତିକ ଯାନ ପଞ୍ଜୀକୃତ ହୋଇଛି। ସେହପରି ଭାରତରେ 1,742 ଚାର୍ଜିଂ ଷ୍ଟେସନ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ଯାହା ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଦ୍ବାରା କରାଯାଇଛି। ଶ୍ରୀ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷକ ମଧ୍ୟରେ ସାମଗ୍ରିକ ବୈଦ୍ୟୁତିକ ଯାନ ବିକ୍ରି 162 ପ୍ରତିଶତ ବୃଦ୍ଧି ପାଇଛି। ସେ କହିଛନ୍ତି, ବର୍ଗ ଅନୁଯାୟୀ, ଦୁଇ ଚକିଆ ବିକ୍ରି 423 ପ୍ରତିଶତ, ତିନି ଚକିଆ ଯାନ 75 ପ୍ରତିଶତ, ଚାରି ଚକିଆ ଯାନ 238 ପ୍ରତିଶତ ଏବଂ ବସ୍…

Read More

ସ୍ୱାସ୍ଥ୍ୟ ଟିପ୍ସ: ଯଦି ଆପଣ ପିଆଜ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ପୁଷ୍ଟିକର ଖାଦ୍ୟ ମିଳିଥାଏ। ଅନ୍ୟ ପଟେ, ପିଆଜରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ବି, ଫୋଲେଟ୍ (ବି-୯) ଏବଂ ପେଇଡୋସିନ୍ (ବି-୬) ଥାଏ, ଯାହା ଆପଣଙ୍କ ଶରୀରରେ ମେଟାବୋଲିଜିମ୍, ସ୍ନାୟୁ କାର୍ଯ୍ୟ ଏବଂ ଲାଲ ରକ୍ତ କଣିକା ବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ। ଏହା ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ସଲଫର୍, ପ୍ରୋଟିନ୍ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ। ପିଆଜର ଉପକାରିତା: ୧- ବ୍ଲଡ ସୁଗାର ଭଲ ରହିଥାଏ: ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଏ। ଏକ ଅନୁସନ୍ଧାନରେ ଦେଖାଯାଏ ଯେ, ନାଲି ପିଆଜ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା କମିଯାଏ। ଏଥିସହ, ଏହା ଶରୀରରେ ହାଇପୋଗ୍ଲାଇସେମିକ୍ ଉତ୍ପାଦନ କରନ୍ତି ଯାହା ମଧୁମେହ ରୋଗୀଙ୍କ ପାଇଁ ଏକ ଖାଦ୍ୟପେୟ ସପ୍ଲିମେଣ୍ଟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ସମସ୍ତ ଅବସର ଗ୍ରହଣ କରୁଥିବା ସଦସ୍ୟଙ୍କ ଅବଦାନର ପ୍ରଶଂସା କରିବା ସହ ସେମାନଙ୍କ ସୁଖଦ ଭବିଷ୍ୟତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣକାରୀ ସଦସ୍ୟମାନଙ୍କ ଅଭିଜ୍ଞତାର ମହତ୍ୱ ଉପରେ ଆଲୋକପାତ କରି ସେମାନଙ୍କ ଅନୁପସ୍ଥିତିରେ ଅବସର ନନେଇଥିବା ସଦସ୍ୟ ମାନଙ୍କ ଦାୟୀତ୍ୱ ବୃଦ୍ଧି ପାଇଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶର ଭାବନା, ଉତ୍ସାହ, ଯନ୍ତ୍ରଣା ଓ ଆନନ୍ଦ ଗୃହର ପ୍ରତିଫଳିତ ହୋଇଥାଏ। ମୋଦୀ କହିଥିଲେ ଏକଥା ସତ୍ୟ ଯେ ସଦସ୍ୟମାନେ ସଦନକୁ ବହୁକିଛି ଦେଇଥାନ୍ତି। ହେଲେ ଏକଥା ମଧ୍ୟ ସତ୍ୟ ଯେ ସଦନ ମଧ୍ୟ ଆମକୁ ଦେଶରେ ପ୍ରତିଦିନ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦେଇଥାଏ। କେତେକ ସଦସ୍ୟ ଅବସର ଗ୍ରହଣ କରୁଥିଲେ ମଧ୍ୟ ସେମାନେ ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଦେଶର କୋଣ ଅନୁକୋଣରେ କାର୍ଯ୍ୟରେ ଲଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଦସ୍ୟମାନେ ସେମାନଙ୍କ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜେଏମଏଫସି କୋର୍ଟରେ ଗତ ୨୨ ତାରିଖରେ ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି। ତେବେ ବିଧାୟକଙ୍କ ଓକିଲ ପକ୍ଷରୁ ପୁଣି ବାଣପୁର ସହକାରୀ ଦୌରା ଜଜଙ୍କ ନିକଟରେ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବାଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି।  ସୂଚନା ଥାଉକି ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ…

Read More

ଚାଣକ୍ୟ ନୀତି: ପିଲାମାନଙ୍କୁ ଯୋଗ୍ୟ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଚାଣକ୍ୟ ନୀତି ଅନୁଯାୟୀ, ପ୍ରତ୍ୟେକ ପିତାମାତାଙ୍କର ସ୍ୱପ୍ନ ହେଉଛି ଯେ ସେମାନଙ୍କର ସନ୍ତାନ ଯୋଗ୍ୟ ହୁଅନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ଯେମିତି ଜଣେ ଯୋଗ୍ୟ ଶିଶୁ ପରିବାରର ନାମକୁ ଆଲୋକିତ କରେ, ସେହିଭଳି ମଧ୍ୟ ଏକ ଉନ୍ନତ ରାଷ୍ଟ୍ର ସୃଷ୍ଟି କରିବାରେ ସହାୟକ ହୁଏ। ଶିଶୁକୁ ଯୋଗ୍ୟ କରିବା ପାଇଁ, ଚାଣକ୍ୟଙ୍କ ଏହି ୧୦ ଟି ଜିନିଷ ବୁଝିବା ଆବଶ୍ୟକ- ୧- ସଦାଚାର ଗୁଣଗୁଡିକ ବିକାଶ କରନ୍ତୁ: ପିତାମାତାମାନେ ନିଜ ପିଲାମାନଙ୍କଠାରେ ସଦାଚାର ଗୁଣଗୁଡିକ ଜାଗ୍ରତ କରିବା ଉଚିତ୍। ଶିକ୍ଷା ସହିତ, ଯେଉଁ ପିଲାଙ୍କର ସଦାଚାର ଗୁଣ ଅଛି, ସେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। ୨- ମିଛ କହିବାକୁ ଦିଅନ୍ତୁ ନାହିଁ: ପିଲାମାନଙ୍କଠାରେ ମିଛ କହିବା ଅଭ୍ୟାସକୁ ବିକାଶ କରିବାକୁ ଦିଅନ୍ତୁ ନାହିଁ। ପିଲାମାନଙ୍କୁ ସର୍ବଦା ସତ କହିବାକୁ ଉତ୍ସାହିତ…

Read More

ମୁମ୍ବାଇ: ଗତକାଲି ରାତିରେ ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତିନି ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରି କେକେଆରକୁ ମାତ୍ର ୧୨୮ ରନ୍ ରେ ଅଲଆଉଟ କରିଥିଲା। କେକେଆର ଦଳ ପୁରା ୨୦ ଓଭର ପାଇଁ ଖେଳି ପାରିଲା ନାହିଁ। ଏହାର ଜବାବରେ ୭ ଟି ୱିକେଟ୍ ହରାଇ ଆରସିବି ଏହି ଛୋଟ ଲକ୍ଷ୍ୟ ହାସଲ କରିଥିଲା। ଆରସିବିର ଏହି ବିଜୟ ଏବଂ କେକେଆର୍ ର ଏହି ପରାଜୟର ପାଞ୍ଚଟି ବଡ଼ କାରଣ କ’ଣ? ଆସନ୍ତୁ ଜାଣିବା ୧. ଟସ୍ ହାରିବା: ଆଇପିଏଲ୍ ୨୦୨୨ରେ ମୁମ୍ବାଇର ତିନୋଟି ଷ୍ଟାଡିୟମରେ ପାଞ୍ଚଟି ମ୍ୟାଚ୍ ଖେଳାଯାଇଛି। ସମସ୍ତ ମ୍ୟାଚ୍‌ରେ ଟସ୍‌ ହାରିଥିବା ଦଳକୁ ମ୍ୟାଚ୍‌ ହରାଇବାକୁ ପଡ଼ିଛି। ଏପର୍ଯ୍ୟନ୍ତ ଦେଖାଯାଇଛି ଯେ, ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରେ କାରଣ…

Read More

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ଗରମ ହୋଇଛି। ୨୨ ଜଣ କଂଗ୍ରେସ ବିଧାୟକ ନିଜ ଦଳର ମନ୍ତ୍ରୀ ତଥା ରାଜ୍ୟ ନେତୃତ୍ୱ ଉପରେ ଆସନ୍ତୋଷ ଅଛନ୍ତି। ଏବଂ ସୋନିଆ ଗାନ୍ଧୀଙ୍କୁ ସେମାନେ ଭେଟିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏଥିପାଇଁ ସେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ବିଧାୟକଙ୍କ ଅସନ୍ତୋଷ କାରଣ ହେଉଛି ଯେ, ସେମାନଙ୍କର ନିଜସ୍ୱ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସଠିକ୍ ଭାବରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ନିଜର ମତ ରଖିପାରୁ ନାହାନ୍ତି, ଯେଉଁଥିପାଇଁ ସେମାନେ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଆଜିକାଲି ମହାବିକାଶ ଆଗାଡିରେ ପାଣ୍ଠି ବଣ୍ଟନ ସମ୍ବନ୍ଧରେ ଏକ ଭିନ୍ନ ମତ ରହିଛି। କଂଗ୍ରେସ ସହିତ ଶିବସେନାର କିଛି ବିଧାୟକ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରରେ ଯୋଗଦେବା ପରେ ସେମାନେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ପର୍ଯ୍ୟାପ୍ତ ଅର୍ଥ ପାଉନାହାଁନ୍ତି।…

Read More

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଏହି ପ୍ରତିବାଦରେ ଦିଲ୍ଲୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସର କହିବାନୁସାରେ, ଏହି ସମସ୍ତ ୮ ଜଣ ହେଉଛନ୍ତି ଯେଉଁମାନେ କେଜ୍ରିୱାଲଙ୍କ ଘର ବାହାରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରରେ ରଙ୍ଗ ଫିଙ୍ଗିଥିଲେ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିମାନେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ବୋଲି ଜଣାପଡିଛି। ସେମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ମୋଟ ୬ ଟି ଟିମ୍ ଗଠନ କରିଥିଲା ​​ଏବଂ ସିସିଟିଭି ଫୁଟେଜ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରେ ଆଉ କିଛି ଲୋକ ଧରାପଡି ନାହାଁନ୍ତି। କିନ୍ତୁ ସମସ୍ତେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି ବୋଲି ପୋଲିସ କହିଛି। ମଙ୍ଗଳବାର ଦିନ ‘କାଶ୍ମୀର ଫାଇଲ’ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି ଯୁବ ମୋର୍ଚ୍ଚା ଏକ ବିରୋଧ ପ୍ରଦର୍ଶନ କରିଥିଲା। ଏହି ପ୍ରତିବାଦରେ ବିଜେପି…

Read More