Author: Samikhsya Bureau

ପାଣାଜୀ: ଗୋଆର କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଦାଇତ୍ଵ ଗ୍ରହଣ କରିଛନ୍ତି। ସେ ତାଙ୍କର ଦ୍ଵିତୀୟ ପାଳିରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଯୋଗାଇଦେବା ଲକ୍ଷ୍ୟରେ ବୁଧବାର ଦିନ ବିଧାନସଭାରେ ଘୋଷଣା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟର ବାର୍ଷିକ ବଜେଟ୍ ଉପସ୍ଥାପନ ବେଳେ ପ୍ରମୋଦ ସାୱନ୍ତ ଘୋଷଣା କରିଛନ୍ତି। ସେଥିପାଇଁ ବଜେଟରେ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟର ଉଦ୍ଦେଶ୍ୟ ହେଉଛି ରାଜ୍ୟ ତଥା ରାଜ୍ୟବାସୀଙ୍କୁ ବିକାଶ କରିବା ଏବଂ ସେମାନଙ୍କୁ ସମୃଦ୍ଧ କରିବା। ଭାରତୀୟ ଜନତା ପାର୍ଟି (ବିଜେପି) ନେତା ପ୍ରମୋଦ ସାୱନ୍ତ ସୋମବାର ଦିନ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପ୍ରମୋଦ ସାୱନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦ ପଇସା ବୃଦ୍ଧି ପଞ୍ଜିକୃତ ହୋଇଛି। ଏଥିସହିତ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟକୁ ବିରୋଧ କରି କଂଗ୍ରେସ ଆଜି ଦେଶବ୍ୟାପୀ ବିକ୍ଷୋଭ କରିବାକୁ ବାହାରିଛି। ଏହି ପ୍ରତିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ବିଜୟ ଚୌକ୍ ନିକଟରେ ସଂସଦ ସମ୍ମୁଖରେ ଦେଶବ୍ୟାପୀ ପ୍ରଦର୍ଶନ କରୁଛି, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଜଡିତ ଅଛନ୍ତି। ସୂଚନାନୁସାରେ, କଂଗ୍ରେସ ସାଂସଦମାନେ ବିଜୟ ଚୌକ୍ ର ମିଡିଆ ଲେନରେ ପ୍ରାୟ ଏକ ଘଣ୍ଟା ଧରି ଧର୍ମଘଟରେ ବସିଥିବାବେଳେ କଂଗ୍ରେସ ନେତାଙ୍କ ସମେତ କର୍ମୀମାନେ ପ୍ରଦର୍ଶନ ସମୟରେ ମୋଦୀ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଜି…

Read More

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜଟଣୀ ନିକଟସ୍ଥ ରାଣୀପୁର ଥିବା ‘ବାପାମାଆଙ୍କ ସେବାଶ୍ରମ’ରେ କିଛି ସମୟ ବିତାଉଥିବାର ଦୃଶ୍ୟ ସେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରଚାରରେ ନିଜକୁ ନିୟୋଜିତ ରଖିଥିଲେ। ବର୍ତ୍ତମାନ ନିର୍ବାଚନ ସରିବା ପରେ ସେ ପୂର୍ବପରି ଜନସେବା କାର୍ଯ୍ୟ ଆରମ୍ଭ କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରତି ଗୁରୁବାର ଦିନ ଅନେକଙ୍କ ପାଇଁ ବେଶ୍ ମହତ୍ବପୂର୍ଣ୍ଣ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗୁରୁବାର ଦିନଟି ଗୁରୁତ୍ବ ରହିଛି। ସେଥିପାଇଁ ଅନେକ ଗୁରୁବାର ଦିନ କେବେ ବି ଆମିଷ ଭକ୍ଷଣ କରନ୍ତି ନାହିଁ। ଏପରିକି ଗୁରୁବାର ଦିନଟି ପୂଜାପାଠରେ ନିଜକୁ ନିୟୋଜିତ ରଖନ୍ତି। ଏଥିସହିତ ଗୁରୁବାର ଦିନ ମାତ୍ର ଚାରୋଟି କଥା ଧ୍ୟାନ ଦେଲେ ତାହା ବହୁ ମାତ୍ରାରେ ସଫଳତା ପ୍ରଦାନ କରିଥାଏ। – ଝିଅମାନେ ଅଧିକାଂଶ ସମୟରେ ହାତରେ ସବୁଜ ଚୁଡି ଏବଂ ପ୍ରତି ଗୁରୁବାର ଦିନ ହଳଦିଆ ଏବଂ ଶୁକ୍ରବାର ଦିନ ଧଳା ପୋଷାକ ପିନ୍ଧିବା ଉଚିତ୍। – ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ଶୁକ୍ଲ ପକ୍ଷ ଗୁରୁବାର ଦିନ ‘ଓଁ ଲକ୍ଷ୍ମୀ ନାରାୟଣ ନାମଃ ଜପ କରନ୍ତୁ ଏବଂ ପ୍ରତି ଗୁରୁବାର ଦିନ ୩ ମାସ ପର୍ଯ୍ୟନ୍ତ ମନ୍ଦିରେ ଭୋଗ ନୈବେଦ୍ୟ ପ୍ରଦାନ କରନ୍ତୁ। – ଗୁରୁବାର ଦିନ କୃଷ୍ଣ ମନ୍ଦିରରେ…

Read More

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି। ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ 21 ଜୁନ୍ 2022 ରେ କରାଯିବ। ବର୍ଷ 2022 ପାଇଁ ଆବେଦନ ପ୍ରକ୍ରିୟାଟି ବର୍ତ୍ତମାନ ମାଇଁ ଗଭ୍ ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2022/) ରେ ଚାଲୁ ରହିଛି। ଆବେଦନ /ନାମାଙ୍କନ ପ୍ରକ୍ରିୟାକୁ କେବଳ ଅନଲାଇନ୍ ଭାବରେ ଦାଖଲ କରାଯାଇପାରିବ। ହାର୍ଡ଼ କପି ପଠାଇବାର ଆବଶ୍ୟକତା ନାହିଁ। ଏଥିରେ ଭାରତୀୟ ବ୍ୟକ୍ତି/ ସଂସ୍ଥା ପକ୍ଷରୁ ଦୁଇଟି ଜାତୀୟ ବର୍ଗରେ ଆବେଦନ କରା ଯାଇ ପାରିବ। ଏହା ବ୍ୟତୀତ ବିଦେଶୀ ବ୍ୟକ୍ତି/ ସଂସ୍ଥାଙ୍କ ପାଇଁ ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ବର୍ଗ ରହିଛି। ଏହି ପୁରସ୍କାର ସେହି ଆବେଦକ/ ନୋମିନିଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଯୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ତଥା ଯାହାଙ୍କର ଯୋଗରେ ଗଭୀର ଜ୍ଞାନ ରହିଛି। ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ପିଏମୱାଇଏ ର…

Read More

ବାସ୍ତୁ ଶାସ୍ତ୍ର: ଘରର ସୌନ୍ଦର୍ଯ୍ୟ କବାଟରୁ ଜଣାପଡିଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏହି କବାଟ ଦ୍ବାରା ଆପଣଙ୍କର ଘରର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଆସନ୍ତୁ ଜାଣିବା ଘରର କବାଟ କ’ଣ ହେବା ଉଚିତ। ୧- ଏକ ସିଧା ଧାଡିରେ ତିନୋଟି କବାଟ ରହିବା ଉଚିତ୍ ନୁହେଁ। ୨- କବାଟ ଭିତରେ କବାଟ ତିଆରି କରିବା ଉଚିତ୍ ନୁହେଁ। ୩- କବାଟ ସିଧା କାନ୍ଥରେ ରହିବା ଉଚିତ୍ ନୁହେଁ , ଦୁଇଟି ଗୋଡ କାଠରେ ରହିବା ଦରକାର। ୪- ନିଜେ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ଏକ କବାଟ ରହିବା ଉଚିତ୍ ନୁହେଁ। ୫- ଘରର ମୁଖ୍ୟ ପ୍ରବେଶ ଦ୍ୱାର ବାହାରୁ ଖୋଲିବା ପରି କରିବା ଉଚିତ୍ ନୁହେଁ। ୬- କିଛି କବାଟ ଏପରି ଯେ ତାହା ଝରକା ପରି ହୋଇଥିବ, ଏହିପରି କବାଟରେ ବାସ୍ତୁ ତ୍ରୁଟି ରହିବ। ୭- ମୁଖ୍ୟ ଫାଟକ ତ୍ରିକୋଣୀୟ, ବୃତ୍ତାକାର, ବର୍ଗ କିମ୍ବା ବହୁଭୂଜ…

Read More

ମେଷ: ପରିବାରରେ ସୁଖ ଏବଂ ଶାନ୍ତି ରହିବ | ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ | ବ୍ୟବସାୟ ଏବଂ କାରବାର ଲାଭଦାୟକ ହେବ | ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ | କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ | ବିରୋଧୀମାନେ ସକ୍ରିୟ ରହିବେ | ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ | ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ | ଆୟ ବୃଦ୍ଧି ପାଇବ | ସେୟାର ବଜାରରୁ ଲାଭ ମିଳିବ | ତତ୍ପରତା ଦେଖାନ୍ତୁ ନାହିଁ। ବୃଷ: ବିନିଯୋଗ ଶୁଭ ହେବ | ପୂଜାପାଠରେ ଆଗ୍ରହ ରହିବ | ଆଇନଗତ ବାଧା ଦୂର ହେବ | ଶୀଘ୍ର କ୍ଷତି ସମ୍ଭବ | ଥକ୍କା ଲାଗିବ | କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ | ପାରିବାରିକ ସହାୟତା ଉପଲବ୍ଧ ହେବ | ଲାଭ ସୁଯୋଗ ଆସିବ | ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ | ଘର ବାହାରେ ସୁଖ ମିଳିବ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଲୁଟ ହୋଇଥିବା ବେଳେ ଆଜି ସମାନ ଢଙ୍ଗରେ ବାଣପୁର ଥାନା ଅଞ୍ଚଳରୁ ଏକ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା ଏବଂ ଅନ୍ୟାନ ଜିନିଷ ଲୁଟି ଲୁଟେରା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆଜି ସକାଳେ ବାଲୁଗାଁସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ଅଞ୍ଚଳର ଜନୈକ ମହିଳା ବାଣପୁର ଥାନା ଅନ୍ତର୍ଗତ ପଣସଡିହ ଗ୍ରାମରୁ ମିଟିଙ୍ଗ ସାରି ଗ୍ରୁପ ପଇସା ନେଇ ଦଣ୍ଡିଗାଡ଼ିଆ ଗ୍ରାମକୁ ନିଜ ସ୍କୁଟିରେ ଯାଉଥିବା ବେଳେ ଦଣ୍ଡିଗାଡ଼ିଆ ଗ୍ରାମର ଅଧେ କିଲୋମିଟର ପୁର୍ବରୁ ହଠାତ ଏକ ବାଇକରେ ତିନି ଜଣ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଆସିଥିଲେ ଏବଂ ଜନୈକ ମହିଳାଙ୍କୁ ଡରାଇ ଧମକାଇ ତାଙ୍କ ନିକଟରୁ ୧୮ ହଜାର ୫୬୫ ଟଙ୍କା, ମୋବାଇଲ,…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ଏଆଇସିଟିଇ, ସିସ୍କୋ, ସେଲ୍ସଫୋର୍ସ, ମହାତ୍ମା ଗାନ୍ଧି କାଉନସିଲ ଫର୍ ରୁରାଲ ଏଜୁକେସନ(ଏମଜିଏନସିଆରଇ) ଏବଂ ଆରସବି ଟ୍ରାନ୍ସମିସନ ଇଣ୍ଡିଆ ଲିମିଟେଡ ମିଳିତ ଭାବରେ ଆଗେଇ ଆସିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜକୁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି। ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପର ସୁଯୋଗ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଦେଶର ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ଇଂଟର୍ଣ୍ଣସିପର ସୁଯୋଗ ସମସ୍ତଙ୍କୁ ଦିଆଯାଉ, ଏପରି ଲକ୍ଷ୍ୟ ରଖିବା ଉଚିତ୍।…

Read More

ଭୁବନେଶ୍ୱର: ବିଧାନସଭାରେ ବସ୍ତି ଆଇନ୍ ୨୦୦୩ ସଂଶୋଧନକୁ ସ୍ୱାଗତ କରିଛନ୍ତି ଓଡ଼ିଶା ବିସ୍ତି ସଂଘର୍ଷ ସମିତିର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ। ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଦୀର୍ଘବର୍ଷ ହେବ ବସ୍ତିବାସିନ୍ଦାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଗତକାଲି ବିଧାନସଭାରେ ବସ୍ତି ଆଇନ୍ ସଂଶୋଧନ କରିଥିବାରୁ ଶ୍ରୀଯୁକ୍ତ ସାହୁ ଉଭୟଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି। ଏହି ସଂଶୋଧନ ଆଇନ୍‌ରେ ଏନ୍‌ଏସିରେ ଓ ମୁନିସିପାଲିଟିରେ ଥିବା ବସ୍ତିବାସିନ୍ଦାମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସରକାର ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ୩୦ ବର୍ଗମିଟର ଜାଗା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇ ଦେବେ ବୋଲି ମାନ୍ୟବର…

Read More

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲୁଗାଁ ଓ ଦଶପଲ୍ଲା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ବାଲୁଗାଁ ଓ ଦଶପଲ୍ଲା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବାଲୁଗାଁ ଓ…

Read More

ଭୁବନେଶ୍ୱର: ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେବା ସହ ଅନୁରୋଧ କରିଛନ୍ତି। ଆଜି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା କଳାକାରମାନଙ୍କ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଆ ଜାତିର ଗର୍ବିତ ପରମ୍ପରା ସମଗ୍ର ବିଶ୍ୱବିଦିତ। ଇଂରେଜ ସରକାର ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହି ବୀରତ୍ୱପୂର୍ଣ୍ଣ ରକ୍ତାକ୍ତ ସଂଗ୍ରାମର ସ୍ମୃତିକୁ ପ୍ରତ୍ୟେକ ଓଡ଼ିଆ ମନେ ପକାଇବା ସହିତ ନିଜ ମାଟି ଓ ମାତୃଭାଷା ପ୍ରତି ମମତାବୋଧ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା…

Read More

ଭୁବନେଶ୍ୱର: ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଓକିଲ ସଂଘର ବାର୍ ଆସୋସିଏସନ ହଲ୍ ନଂ-୧ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ନବନିର୍ବାଚିତ ହୋଇଥିବା ସମସ୍ତ ନିର୍ବାଚିତ ପଦାଧିକାରୀଙ୍କୁ ଶପଥ କରାଇଥିଲେ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦାସ, ଆଶିଷ ଦାସ, ସୁବାସ ଶତପଥୀ, ରାଜେନ୍ଦ୍ର ହୋତା, ସୌଭାଗ୍ୟ ଶଙ୍କର ଦେଓ। ଆସୋସିଏସନ ସଭାପତି ଭାବେ ରବି ନାରାୟଣ ସାମନ୍ତରାୟ ନିର୍ବାଚିତ ହୋଇଥିବା ବେଳେ ରାଜକିଶୋର ଦାସ ସମ୍ପାଦକ, ଅଭିମନ୍ୟୁ ସ୍ୱାଇଁ ଉପସଭାପତି, ରାଜେନ୍ଦ୍ର କୁମାର ଦାସ ସହ ସମ୍ପାଦକ, ଅଶୋକ କୁମାର ବଡ଼ପଣ୍ଡା ଯୁଗ୍ମ୍ ସମ୍ପାଦକ, ଦିବାକର ମିଶ୍ର କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଭ୍ୟ ରୂପେ ସବ୍ୟସାଚୀ ସୂତାର, କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାସ, ପ୍ରଦୀପ୍ତ କୁମାର ପାଲ, ଦିପ୍ତିରଞ୍ଜନ ଦଳାଇ, ଅମିତ୍ରା ସାହୁ, ବନ୍ଦିତା ସାମଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଶପଥ…

Read More

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି। ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲିଟୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲିଟୀ ମିଳିଛି। କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲିଟୀ ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି। ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍‌ ଉପରେ ରୟାଲିଟୀ ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୂଁଆନଳି ସେକ୍ସନର କିଆଗୋରଡ଼ା ଗ୍ରାମ ଏବଂ ଗମ୍ଭାରୀମୁଣ୍ଡା ସେକ୍ସନର ଖିଲାମୁଣ୍ଡା ମନ୍ଦିର ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ କାର୍ଯ୍ୟକ୍ରମରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀ ଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ତତସହିତ ଯଦି କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥୁବାର ଗ୍ରାମବାସୀ ମାନେ ଦେଖନ୍ତି ତେବେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ମହାନ୍ତି। ଉଭୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବନପାଳ ଚିତ୍ରସେନ ଜେନା, ପ୍ରଦୀପ୍ତ ମହାନ୍ତି, ଦୁଃଶାସନ ନାୟକ, ଶିଳ୍ପୀସରିତା ମହାକୁଡ଼ ଯୋଗଦେଇଥିବା ବେଳେ କିଆଗୋରଡା,…

Read More

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ।  ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାପମୁକ୍ତ ପରୀକ୍ଷା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ସେ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ। କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତରପ୍ରଦେଶ ଏବଂ ହରିୟାଣାର ୧ ହଜାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା) ପ୍ରାମାଣିକ ପ୍ରକଳ୍ପକୁ ଚିହ୍ନଟ କରିବାର ସମୟସୀମାକୁ ୩୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି। ଏଥିପାଇଁ ବୃହତ ଶକ୍ତି ନୀତି (ମେଗା ପାୱାର ପଲିସି) ୨୦୦୯ରେ ସଂଶୋଧନ କରାଯିବ। ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ସମୟସୀମା ସମ୍ପ୍ରସାରଣ କରାଯିବା ଫଳରେ ଡେଭଲପର୍ସମାନେ ଭବିଷ୍ୟତରେ ପିପିଏ ପାଇଁ ପ୍ରତିଯୋଗିତାମୂଳକ ନିଲାମୀ ଡାକିବା ଏବଂ ନୀତିଗତ ସର୍ତ୍ତ ଅନୁସାରେ ରିହାତି ପାଇବାକୁ ସକ୍ଷମ ହୋଇପାରିବେ। ଏଥିଯୋଗୁ ନଗଦ ପରିମାଣ ବଢ଼ିବା ଫଳରେ ଦେଶର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ମିଳିପାରିବ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପୁ ପୁଣିଥରେ ଚାଲୁ କରିବା ସୁନିଶ୍ଚିତ ହେବ। ଟିକସ କର୍ତ୍ତୃପକ୍ଷଙ୍କୁ ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ…

Read More

ନୂଆଦିଲ୍ଲୀ: ‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଆରଏଏମପି ଯୋଜନାକୁ ମଞ୍ଜୁରି ମିଳିଛି। ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ। ଯୋଜନାରେ ନିହିତ ବ୍ୟୟ: ଏହି ଯୋଜନାରେ ମୋଟ  ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ୩୭୫୦ କୋଟି ଟଙ୍କା ବା ୫୦୦ ନିୟୁତ ଆମେରିକୀୟ ଡଲାର ବିଶ୍ବ ବ୍ୟାଙ୍କରୁ ଋଣ ଆକାରରେ ନିଆଯିବ ଏବଂ ଅବଶିଷ୍ଟ ୨୩୧୨.୪୫ କୋଟି ଟଙ୍କା ବା ୩୦୮ ନିୟୁତ ଆମେରିକୀୟ ଡଲାର ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବେ। ବିନ୍ଦୁ ୱାରୀ ବିବରଣୀ: ‘‘ଏମଏସଏମଇ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ କିସ୍ତି ମଧ୍ୟ ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଭୟ ଡିଏ ଏବଂ ଡିଆର ଆଉ ୩ ପ୍ରତିଶତ ବୃଦ୍ଧି କରାଯିବ। ଏହା ଗତ ଜାନୁଆରୀ ପହିଲା ୨୦୨୨ ଠାରୁ ପିଛିଲା ଭାବେ ଲାଗୁ ହେବ। ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ବେତନ/ପେନସନ ଉପରେ ୩୧ ପ୍ରତିଶତ ହାରରେ ଡିଏ/ଡିଆର ପାଉଛନ୍ତି। ଦରଦାମ ବୃଦ୍ଧିର କ୍ଷତିପୂରଣ ସ୍ବରୂପ ଅଧିକ ଅତିରିକ୍ତ ୩ ପ୍ରତିଶତ ଡିଏ/ଡିଆର ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ମଞ୍ଜୁରିପ୍ରାପ୍ତ ନିୟମ ଅନୁଯାୟୀ ଏହି ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତା ଏବଂ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଗୋଲ ମରିଚ ଭାରତୀୟ ମସଲା ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଦଖଲ କରେ ଏବଂ ଆମ ଖାଦ୍ୟରେ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଗୋଲ ମରିଚର ଉପକାରିତା ବିଷୟରେ ଆମେ ସମସ୍ତେ ସଚେତନ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଔଷଧୀୟ ଗୁଣରେ ଭରପୂର ଗୋଲ ମରିଚ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାର ବୈଜ୍ଞାନିକ ନାମ ହେଉଛି ପାଇପର୍ ନିଗ୍ରମ୍। ଏହା ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏବଂ ଔଷଧ ଭାବରେ ବ୍ୟବହୃତ ହୁଏ। ଆପଣଙ୍କ ଘରେ ରଖାଯାଇଥିବା ଏହି ମସଲା ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ। ଏହି ମସଲା ସ୍ୱାସ୍ଥ୍ୟ ପାଇଁ ଏକ ରାମ ବାଣ ଅଟେ। ଏହା ଶରୀର ପାଇଁ ଅନେକ ଉପକାର କରିଥାଏ। ଗୋଲ ମରିଚ ଖାଇବା ଥଣ୍ଡା, ଭାଇରାଲ୍ ଜ୍ୱର ଇତ୍ୟାଦିରେ ଲାଭଦାୟକ ପ୍ରମାଣିତ ହୁଏ। ଆପଣ…

Read More

ଜୀବନ ଶୈଳୀ: ଓଜନ ହ୍ରାସ ଏକ ବାମହାତର ଖେଳ ନୁହେଁ। ଶରୀରର ଓଜନ ହ୍ରାସ କରିବା ପାଇଁ କଷ୍ଟ କରିବାକୁ ପଡିଥାଏ। ଯେଉଁମାନେ ସକାଳେ ବୁଲିବାକୁ ବାହାରକୁ ଯାଆନ୍ତି ଏବଂ କେବଳ ହାଲୁକା ଚାଲିବା ଦ୍ୱାରା ଓଜନ ହ୍ରାସ ହୋଇଯିବ ବୋଲି ଭାବିଥାନ୍ତି, ସେହିଭଳି ଲୋକଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଚାଲିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହା କିଛି ପରିମାଣରେ ଓଜନ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ। ଯଦି ସଠିକ୍ ଚାଲିବା ହୁଏ, ତେବେ ୫୦୦ କ୍ୟାଲୋରୀ ପର୍ଯ୍ୟନ୍ତ ମଧ୍ୟ ହ୍ରାସ ହୋଇପାରେ। କିନ୍ତୁ, ଚାଲିବାର ସଠିକ୍ ଉପାୟ ଏବଂ କୌଶଳ ମଧ୍ୟ ଅଛି, ଯାହାପ୍ରତି ଯତ୍ନବାନ ହେବା ଉଚିତ। ଚାଲିବା ଦ୍ୱାରା ଏହି ଉପାୟରେ ଓଜନ ହ୍ରାସ କରାଯାଇପାରେ: – ଓଜନ ହ୍ରାସ କରିବା ପାଇଁ, ଆପଣଙ୍କୁ ଧୀରେ ଧୀରେ ଚାଲିବା ନୁହେଁ, ବରଂ ସ୍ପିଡ୍ ଚାଲିବା ଆବଶ୍ୟକ। – ସ୍ପିଡ୍ ଚାଲିବା ପାଇଁ,…

Read More