Author: Samikhsya Bureau

ଖୋର୍ଦ୍ଧା: ଗତ ଚାରି ଦିନ ତଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୁକୁନ୍ଦପ୍ରସାଦ ଓଭରବ୍ରିଜ ଠାରେ ବିବେକ ପ୍ରସାଦ ଡୁମୁରି ନାମକ ବ୍ୟକ୍ତିଙ୍କ ନିକଟରୁ ତିନି ଜଣ ଦୁର୍ବୁତ୍ତ ଛୁରା ଦେଖାଇ ୩୮ ହଜାର ଟଙ୍କା ଏବଂ ଦୁଇ ଗୋଟି ମୋବାଇଲ ଫୋନ ଲୁଟିନେଇଥିବାର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ କେଶ ନମ୍ବର ୧୪୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଲୁଟରେ ସମ୍ପୃକ୍ତ ଥିବା ବାପି ପତ୍ରାଣ୍ଡ ନାମକ ଜଣେ ଅଭିଯୁକ୍ତକୁ ଲୁଟର ପରବର୍ତ୍ତୀ ଦିନ ପୋଲିସ ଗିରଫ କରିଥିଲା ଏବଂ ସମ୍ପୃକ୍ତ ଅଭିଯୁକ୍ତ ଏହି ଲୁଟରେ ସାମିଲ ଥିବା ଅନ୍ୟ ଲୁଟେରାଙ୍କ ନାମ ମଧ୍ୟ ପୋଲିସକୁ କହିଥିଲା। ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ…

Read More

ନୂଆଦିଲ୍ଲୀ: ଘରୋଇ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବଢ଼ାଇବା ଏବଂ ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ଆଉ ଏକ ସକ୍ରିୟ ତଥା ତତ୍ପରତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ‘ମୁକ୍ତ ବର୍ଗ’ରେ ହରଡ଼ ଏବଂ ବିରି ଡାଲି ଆମଦାନୀ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଷ୍ପତ୍ତି ଫଳରେ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷରେ ହରଡ଼ ଓ ବିରି ଡାଲିର ଆମଦାନୀ ନୀତି ପରିଚାଳନାକୁ ନେଇ ରହିଥିବା ଆକଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମଧ୍ୟ ଏକ ସ୍ଥିର ନୀତିଗତ ବ୍ୟବସ୍ଥାର ସଙ୍କେତ ଦେଉଛି ଯାହାକି ସବୁ ଅଂଶୀଦାରମାନଙ୍କୁ ଲାଭାନ୍ବିତ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଘରୋଇ ବଜାରରେ ଏସବୁ ଡାଲିର ଉପଲବ୍ଧତା ବଢ଼ାଇବା ପାଇଁ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ ହେବ। ଯାହାଫଳରେ…

Read More

ଭୂବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବି କରିଛନ୍ତି। ପାଇକ ଦିବସ ପାଳନ ଅବସରରେ ‘ବକ୍ସି ଜଗବନ୍ଧୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଇକ ଦିବସ ପାଳିତ ହୋଇଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ରାଜନୈତିକ ମନୋଭାବ ପାଇଁ ଆଜି ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି। ନିଜ ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ପାଇକ ଢାଲ, ତରବାରୀ ଗର୍ଜି ଉଠିଥିଲା, ଠିକ୍ ଆଜି ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ‘ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଆଉ ଏକ ପାଇକ ବିଦ୍ରୋହକୁ…

Read More

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ପାଞ୍ଚୋଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି।ସେହି ସହରଗୁଡିକ ହେଲା ବାରିପଦା, ଟିଟିଲାଗଡ, ବଲାଙ୍ଗୀର ସୋନପୁର ଏବଂ ବୌଦ୍ଧ। ଆଜି ବିଭିନ୍ନ ସହରର ତାପମାତ୍ରା ହେଲା ସେହିପରି ଦୁଇଟି ସହରର ତାପମାତ୍ରା 40 ଡିଗ୍ରୀ ରହିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକରେ ଟାୟାର ଫାଟି ଗୋଟିଏ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଯୋଗୁଁ ୪ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି। ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜଟଣୀ ଅଂଚଳର ଏକ ପରିବାର ଚିଲିକା ଭ୍ରମଣରେ ଆସିଥିଲେ। ଭ୍ରମଣ ସାରି କୋଣାର୍କ ଯାଉଥିବା ବେଳେ ହଠାତ ବୋଲେରୋର ଟାୟାର ଫାଟି ଯାଇଥିଲା। ଫଳରେ ବ୍ରାହ୍ମଣ୍ଡି ଛକରେ ବୋଲେରୋ ଗାଡିଟି ଡିଭାଇଡରରେ ଧକ୍କା ହୋଇଥିଲା। ଯାହା ଦ୍ଵାରା ବୋଲେରୋରେ ଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତ ଆହତ ଜଟଣୀ ଅଂଚଳର ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨। ଏହି ରିପୋର୍ଟ ଅନୁଯାୟୀ  ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦକ (GSDP) ୧୦.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏହା ଜାତୀୟ ଅଭିବୃଦ୍ଧି ହାରଠାରୁ ୮.୮ ଅଧିକ। ସେହିପରି “ଓଡ଼ିଶା ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ ଭାରତର ଜିଡିପି ଅଭିବୃଦ୍ଧି ହାର ତୁଳନାରେ ୮.୮ ପ୍ରତିଶତ ଅଭିବୃଦ୍ଧି ହାର ପଂଜିକୃତ କରିଛି। ବିଶ୍ବର ଅନ୍ୟମାନଙ୍କ ପରି ଓଡିଶା ମଧ୍ୟ କୋଭିଡ -୧୯ ର ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହୋଇଥିଲା ଏବଂ ଭାରତର ଜିଡିପି ୨୦୨୦-୨୧ ମସିହାରେ ୬.୬ ପ୍ରତିଶତ ଥିବା ବେଳେ ରାଜ୍ୟର ଜିଏସଡିପି ୫.୩ ପ୍ରତିଶତ କରିଥିଲା। ତଥାପି, ରାଜ୍ୟ ଅର୍ଥନୀତି ବହୁ ଶୀଘ୍ର ପ୍ରି-କୋଭିଡ୍ ସ୍ତରକୁ ଫେରିଗଲା ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ଭାରତର ପ୍ରକୃତ ଜିଡିପି…

Read More

ଭୁବନେଶ୍ୱର: କମ୍ରେଡ଼ ବନମାଳୀ ଜେନା ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କମ୍ରେଡ଼ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ସ୍ମୃତି କମିଟି ତରଫରୁ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ବାସଭବନରେ ରୌପ ମୟୁର ଏବଂ ଉତ୍ତରୀୟ ଦେଇ ଏହି ସମ୍ମାନିତ କରାଯାଇଥିଲା। ସ୍ମୃତି କମିଟିର ଆୟୋଜକ ଅଭୟ ବଡ଼ଜେନା, ଅକ୍ଷୟ କୁମାର ଦାସ, ରଞ୍ଜନ କୁମାର ଜେନା, ବିଜୟ କୁମାର ଜେନା ଓ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ଗ୍ରହଣ ପରେ ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ ଯେ, ବନମାଳୀ ଜେନା ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠାପର ଯୋଗୁ ସେ ସାରା ଭୁବନେଶ୍ୱରରେ ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ମଣିଷ ଭିତରେ ହୀରା ଓ ସଚ୍ଚୋଟ ଓଡ଼ିଆ ଭାବରେ ଗର୍ବିତ ଥିଲେ। ତାଙ୍କ ଆଦର୍ଶରେ ଆଜିର ଯୁବପିଢି ଅନୁପ୍ରାଣିତ ହେଲେ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନେହେରୁ ଯୁଵ କେନ୍ଦ୍ର ସମ୍ଵଲପୁର୍ ତରଫରୁ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏନ୍ଏସ୍ଏସ୍ ଶାଖା ସହଯୋଗରେ ଆଜି ବୃଷ୍ଟି ଜଳ ସଂରକ୍ଷଣ ସମ୍ପର୍କିତ “କେଚ୍ ଦି ରେନ୍” କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁଵ କେନ୍ଦ୍ରର ସ୍ଵେଚ୍ଛାସେବୀ ପିପୁଲ୍ କୁମାର ସାହୁ ଓ ଅଧ୍ୟାପକ ଡ଼ ପ୍ରଶାନ୍ତ କୁମାର ଦାସଙ୍କ ପରିଚାଳନାରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସାତଟି ଦଳ ରେ ମୋଟ୍ ଅଠେଇଶ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଵୃଷ୍ଟିଜଳ ସାଇତି ରଖିବା ର ଆବଶ୍ୟକତା ଓ ପଦ୍ଧତି ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଵା ସଭା ରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ପ୍ରଥମ ହୋଇ ଥିବା ଦଳ ର ସୁଚରିତା, ରୁସ୍ନା,…

Read More

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ପ୍ରମୁଖ ଯୋଗ ଦେଇ ପ୍ରଥମେ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଓ ପରେ ପରେ କଳିଙ୍ଗ ହସ୍ପିଟାଲ ଛକ…

Read More

ଭୁବନେଶ୍ୱର : ରାଜଧାନୀ ଓ ଏହାର ଉପକଣ୍ଠରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ ବିରୋଧରେ ବିକ୍ଷୋଭ କରିଛି ଯୁବ କଂଗ୍ରେସ। ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାରୀ ଜମି ଜବରଦଖଲ, ସାଧାରଣ ଜନତାଙ୍କ ଜମି ଉପରେ ବେଆଇନ୍ କବ୍‌ଜା ସହ ତାହାକୁ ନିଜ ନାମରେ ପ୍ଲଟ୍ କରି ବିକୁଛନ୍ତି ଜମି ମାଫିଆ। ଭୁବନେଶ୍ୱରରେ ଶାସନ କଳ, ଅମଲା ଓ ପୋଲିସ ବିଭାଗ ଥିବା ସତ୍ତ୍ୱେ ସେମାନଙ୍କ ନାକ ତଳେ ଚାଲିଛି ଏଭଳି ବେଆଇନ ଜମି ହଡ଼ପ ବୋଲି ଯୁବ କଂଗ୍ରେସ କହିଛି। ତାହାର ଏକ ଉଦାହରଣ ନାରଗୋଦା ଓ ଘଙ୍ଗାପାଟଣାରେ ଦେଖିବାକୁ ମିଳିଛି। ଏହାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମଙ୍ଗଳବାର ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ବେଳେ ଆଶୁତୋଷ ଲେଙ୍କା, ରିତୁଲ ମହାପାତ୍ର, ବିଶ୍ୱଜିତ, ପଙ୍କଜ କୁମାର…

Read More

ଭୁବନେଶ୍ୱର : ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନୂତନ ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ସମାଜସେବୀ, ସାମ୍ବାଦିକ ତଥା ଆଇନଜୀବୀ ଲିଙ୍ଗରାଜ ସାହୁଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଛି । ଭୁବନେଶ୍ୱରର ଉତ୍କଳ ସାମ୍ବାଦିକ ଭବନଠାରେ ଏହି ଅବସରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଜାତୀୟ ସମ୍ପାଦକ ଡ଼ ବିପିନ ବିହାରୀ ମିଶ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଓଡ଼ିଶା ରାଜ୍ୟ ସଭାପତି ଭାବେ ଆଇନଜୀବୀ କିଶୋର ଚନ୍ଦ୍ର କର, ସମ୍ପାଦକ ଇଂ ବିପିନ ବିହାରୀ ନାୟକ ସମେତ ବିଭିନ୍ନ ଜିଲ୍ଲାର କର୍ମକର୍ତା ଉପସ୍ଥିତ ଥିଲେ ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ଲୁଟ। ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବାଇକ ଆରୋହିଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଯାଇଛନ୍ତି ଲୁଟେରା। ଖବର ମୁତାବକ ଆଜି ଅପରାହ୍ନରେ ବଡକୂଳ ସେବା ସମବାୟ ସମିତିର ସହ ସମ୍ପାଦକ ଭୁବନେଶ୍ୱର ରଥ ମାର୍ଚ୍ଚ ମାସର କୃଷି ଋଣ ପଇସା ପାଖାପାଖି ୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରିଥିଲେ। ଆଦାୟ ଟଙ୍କାକୁ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଖୋର୍ଦ୍ଧା ସମବାୟ ସେବା ସମିତି ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ବେଳେ ଇଂଜନପୁର ଛକ ଗୋବିନ୍ଦ ନଗରଠାରେ ତିନୋଟି ବାଇକରେ ଚାରି ଜଣ ଦୁର୍ବୁତ୍ତ ହଠାତ ଭୁବନେଶ୍ୱରଙ୍କ ନିକଟରେ ଆସି ଡରାଇ ଧମକାଇ ବନ୍ଧୁକ ମୁନରେ ଗାଡ଼ି ଡ଼ିକିରୁ ସମସ୍ତ…

Read More

ଭୁବନେଶ୍ବର: ନମିତା ମହାପାତ୍ର, ଭୁବନେଶ୍ବର ମହାନଗରର 58 ୱାର୍ଡରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପେଶାରେ ଥିଲେ ଜଣେ ଅଇନଜୀବୀ, ହେଲେ ଜନ ସେବା କରିବା ଉଦ୍ଦେଶ୍ୟ ନେଇ ରାଜନୀତିକୁ ଲମ୍ପ ପ୍ରଦାନ କଲେ। ଦଳୀୟ ରାଜନୀତି ଭିତରେ ନ ପଶି ସେ ସିଧା ସ୍ବାଧୀନ ପ୍ରାର୍ଥିନୀ ଭାବେ ଛିଡା ହେଲେ। ଆଶ୍ଚର୍ଯ୍ୟର କଥା ସେ ବିଜେଡିର ପୁଷ୍ପା ଦାସଙ୍କୁ 491 ଖଣ୍ଡ ଭୋଟରେ ପରସ୍ତା କଲେ। ନମିତାଙ୍କ ଭୋଟ ବ୍ୟବଧାନ ବେଶ କମ ହୋଇଥିଲେ ମଧ୍ୟ, ବିଜେଡି ଆଉ ବିଜେପି ପରି ପ୍ରାର୍ଥୀଙ୍କୁ ହରାଇ କର୍ପୋରେଟର ହେବକୁ ନେଇ ସେ ୱାର୍ଡରେ ଚାଲିଛି ଚର୍ଚ୍ଚା। ଏହି ୱାର୍ଡରେ ତାଙ୍କର ଭାଇ ମଳୟ ମହାପାତ୍ର ଦୁଇଥର କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ସେ ମଧ୍ୟ ସେହି ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ। ବର୍ତ୍ତମାନ ଏହି ୱାର୍ଡକୁ କିପରି ଶ୍ରେଷ୍ଠ କରାଯିବ ସେ ନେଇ ଚେଷ୍ଠା…

Read More

ଜୀବନ ଶୈଳୀ: ଆଜିର ଜୀବନଶଶୈଳୀରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପର ଅଭିଯୋଗ କରନ୍ତି। ସଠିକ୍ ଖାଦ୍ୟ ଏବଂ ପାନୀୟ ନ ରହିବା ସହିତ ଅଧିକ ଚାପ ନେବା ହେତୁ ଏହି ସମସ୍ୟା ଦେଖାଦେଇଥାଏ। ରକ୍ତଚାପ ଥିବାବେଳେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ଏହି ଲୋକମାନେ ନିଜ ଖାଦ୍ୟରେ ପୋଟାସିୟମ୍ ଭରପୂର ଏକ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍। ଯାହାଦ୍ୱାରା ସେମାନଙ୍କର ବିପି ନିୟନ୍ତ୍ରଣରେ ରହିବ। ଏଥିସହ, ସେମାନେ ସେମାନଙ୍କର ଖାଦ୍ୟରେ ଲୁଣର ପରିମାଣକୁ ସଂପୂର୍ଣ୍ଣ ହ୍ରାସ କରିବା ଉଚିତ୍। ଚା’କୁ ଏଡାଇବା ଉଚିତ କି ନୁହେଁ ତାହା ମଧ୍ୟ ଜାଣନ୍ତୁ…. ଚା ପିଇବା ଠିକ୍ କି ଭୁଲ୍?: – ବିଶେଷଜ୍ଞମାନେ କୁହନ୍ତି, ଚା ’ପିଇବା ଦ୍ୱାରା ରକ୍ତଚାପ ବଢିଯାଏ ନାହିଁ, କିନ୍ତୁ ଅନେକ ଲୋକ ଅଛନ୍ତି ଯାହାର ଅନ୍ୟାନ୍ୟ ସମସ୍ୟା ଥାଏ। ତେବେ ଏପରି ଲୋକମାନେ ଉଚ୍ଚ ରକ୍ତଚାପରେ ଚା’…

Read More

ଜୀବନ ଶୈଳୀ: ଚଷମା ପିନ୍ଧିବାର ସମୟ ଆସିଛି। କାରଣ ସୂର୍ଯ୍ୟର ଉତ୍ତାପ ଆଖିକୁ ଚମକାଇ ଦେଇଛି। ଏହା ସହିତ ପ୍ରବଳ ପବନ ହେତୁ ଧୂଳି କଣିକା ମଧ୍ୟ ଆଖିରେ ଆସିବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ଗଗଲ୍ସ ପ୍ରୟୋଗ କରିବା ଆରମ୍ଭ କରି ଦେଇଛନ୍ତି। ଏହା ମଧ୍ୟ ଆବଶ୍ୟକ କାରଣ ଗଗଲ୍ସ ଆଖିକୁ ୟୁଭି କିରଣରୁ ରକ୍ଷା କରିଥାଏ। ଅବଶ୍ୟ, ଦିନରେ ସବୁବେଳେ ଗଗଲ୍ ପିନ୍ଧିବା ଦ୍ୱାରା ନିଦ୍ରା ବ୍ୟାହତ ହୋଇପାରେ। ଏକ ଅନୁସନ୍ଧାନରେ ଏହି ଜିନିଷ ସାମ୍ନାକୁ ଆସିଛି। ସେଥିପାଇଁ ଆପଣ ଜାଣିବା ଉଚିତ୍ ଯେ, ଦିନର କେଉଁ ସମୟରେ ଆପଣ ଗଗଲ୍ସ ବିନା ସୂର୍ଯ୍ୟକିରଣରେ ରହିବା ଉଚିତ୍ … ଏହି ସମୟରେ ଗଗଲ୍ ପିନ୍ଧନ୍ତୁ ନାହିଁ; ସକାଳେ ଆପଣ ସୂର୍ଯ୍ୟକିରଣରେ ଚଷମା ପିନ୍ଧିବା ଉଚିତ୍ ନୁହେଁ। ବରଂ ସୂର୍ଯ୍ୟଙ୍କ ସୁବର୍ଣ୍ଣ ଆଲୋକରେ କିଛି ସମୟ ଅତିବାହିତ କରିବା ଉଚିତ୍। ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ,…

Read More

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦକୁ ଯାଇ ବିଜେଡି ସାଂସଦଙ୍କ ସହିତ ଆଲୋଚନା କରିଛନ୍ତି। ସେ ସଂସଦ ଭବନରେ ପହଁଞ୍ଚିବା ପରେ ତାଙ୍କୁ ବିଜେଡି ସାଂସଦମାନେ ପାଛୋଟି ନେଇଥିଲେ। ଏପରକି ଆସ୍କା ସାଂସଦ ପ୍ରମିଳା ବିଶ୍ବୋଇ ମୁଖ୍ୟମନ୍ତ୍ରୀଙ୍କୁ ଗେଲ କରି ସ୍ବାଗତ କରିଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଗତକାଲି ଅପରାହ୍ନରେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଗତକାଲି ସଂଧ୍ୟାରେ ସେ ବିବିସି ସ୍ପୋର୍ଟ୍ସ ସମ୍ମାନ ଗ୍ରହଣ କରିଥିଲେ। ଏହାପରେ ଆଜି ସେ ଦଳିୟ ସାଂସଦଙ୍କ ସହିତ ସଂସଦ ଭବନରେ ଆଲୋଚନା କରିଛନ୍ତି। ଆଜି ସେ କେତେଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Read More

ମୁମ୍ବାଇ: ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ଗତକାଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଡେବ୍ୟୁ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚରେ ଜିଟି ଲକ୍ଷ୍ନୌକୁ ଗୁଜୁରାଟ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା, ଯେଉଁଥିରେ ଫଳାଫଳ ମାତ୍ର ୨ଟି ବଲ୍ ପୂର୍ବରୁ ସ୍ପଷ୍ଟ ହୋଇଥିଲା। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଦଳକୁ ଗୁଜୁରାଟ ଟାଇଟାନ୍ସ ସେମାନଙ୍କଠାରୁ ଦୁର୍ବଳ ହେବାକୁ ଦେଇ ନଥିଲା ଏବଂ ଅନ୍ତିମ ପାଞ୍ଚ ଓଭରରେ ୬୭ ରନ୍ ସ୍କୋର କରି ଲକ୍ଷ୍ୟ ହାସଲ କରିଥିଲା। ଜିଟିର ଏହି ରୋମାଞ୍ଚକର ବିଜୟ ଏବଂ ଏଲଏସଜି ର ଏହି ପରାଜୟ ପଛରେ ବଡ କାରଣଗୁଡିକ କ’ଣ ଥିଲା, ଏଠାରେ ପଢନ୍ତୁ .. ୧- ଟସ୍: ୱାନଖେଡେ ୱିକେଟ୍ ଉପରେ, ଆରମ୍ଭରେ ବଲରେ ଅଳ୍ପ ଗତି। ତେଣୁ ପ୍ରଥମେ ଏଠାରେ ବ୍ୟାଟିଂ କରିବା ଟିକିଏ ଚ୍ୟାଲେଞ୍ଜ। ଏଥି ସହିତ, କାକର ଯୋଗୁଁ ଦ୍ଵିତୀୟରେ ବୋଲିଂ କରିବା ଦଳକୁ…

Read More

ଭୁବନେଶ୍ବର: ଓଡିଶା ବିଧାନସଭାରେ ଏକ ବିଚିତ୍ର କଥା ଦେଖିବାକୁ ମିଳିଛି। ତାହା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ। ଏହି ପ୍ରସ୍ତାବ ଉପରେ ବିଧାନସଭାର ସମୟ ମଧ୍ୟ ବରବାଦ କରାଯାଉଛି। ଯଦି ମୋଦିଙ୍କୁ ପ୍ରଶଂସା ବା ନିନ୍ଦା କଲେ ଓଡିଶାର କିଛି ଉନ୍ନତି ହେଉଥାଆନ୍ତା ତାହା ହେଲେ ଭିନ୍ନ କଥା। ହେଲେ ସେଥିରେ ସେମିତି କିଛି ନାହିଁ। କେବଳ ରାଜନୈତିକ ମାଇଲେଜ ନେବା ପାଇଁ ବିଧାନସଭାକୁ ବ୍ୟବହାର କରାଯାଉଛି। ଘଟଣାଟି ହେଲା ବିଧାନ ସଭାରେ ବିଜେପି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ‘ଧନ୍ୟବାଦ’ ଦେବା ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଦେଶରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କରିଛନ୍ତି। ଏହାଦ୍ବାରା ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ  ଗରିବ କଲ୍ୟାଣ ଅନ୍ନ ଯୋଜନା ମଧ୍ୟ ଲାଗୁ କରାଯାଇ ଏହା ସମୟ ବୃଦ୍ଧି କରାଯାଇଛି। ଏଥିରେ ଓଡିଶାର ବହୁ ହିତାଧିକାରୀ ଉପକୃତ ହେଉଛନ୍ତି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁରର ବାବା ନୀଳକଣ୍ଠେଶ୍ଵର କ୍ରିକେଟ ଟିମ ଦ୍ଵାରା ଆୟୋଜିତ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସକାଳେ ଶେଷ ହୋଇଛି। ୮ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସାହାସପୁର ଗ୍ରାମର ଜୟ ଜଗନ୍ନାଥ କ୍ରିକେଟ ଟିମ ବିଜେତା ହୋଇଛି। ସାହାସପୁର ଏବଂ ଦେଓଗାଁ କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ସାହାସପୁର କ୍ରିକେଟ ଟିମର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସାହାସପୁର ଟିମ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୭୮ ରନ ସଂଗ୍ରହ କରିଥିଲା। ଜବାବରେ ଦେଓଗାଁ ଟିମ ମାତ୍ର ୪୧ ରନ କରିବାକୁ ସକ୍ଷମ ହୋଇପାରିଥିଲା। ଫଳରେ ସାହାସପୁର ଦଳ ୩୭ ରନରେ ବିଜୟ ଲାଭ କରି ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଘୋଷିତ ହୋଇଥିଲା। ସାହାସପୁର ପକ୍ଷରୁ ଦୀପକ ମୁଦୁଲି ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ।…

Read More

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗଠନ ପରେ ପୁଣି ଥରେ ମାଫିଆ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ପ୍ରୟାଗରାଜରେ ପୂର୍ବତନ ସାଂସଦ ବାହୁବଲୀ ଅତୀକ୍ ଅହମ୍ମଦଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଆଇନ ନିର୍ମାଣ ଅଭିଯୋଗରେ ପ୍ରୟାଗରାଜ ବିକାଶ କର୍ତ୍ତୃପକ୍ଷ ଅତୀକ୍ ଅହମ୍ମଦଙ୍କ ସମ୍ପତ୍ତିଙ୍କୁ ନଷ୍ଟ କରି ଦେଇଛନ୍ତି। ଜୋନାଲ ଅଫିସର ଆଲୋକ ପାଣ୍ଡେ କହିଛନ୍ତି ଯେ, ୧୦ ଫୁଟ ଉଚ୍ଚ ସୀମା ପ୍ରାଚୀର ନିର୍ମାଣ କରାଯାଇଥିଲା। ଏହା ଆବଶ୍ୟକତା ଠାରୁ ବଡ ଆକାର ହେଉଛି। ତେଣୁ ଏହାକୁ ହଟାଯାଉଛି। ମାଫିଆ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରୟାଗ ବିକାଶ ବିକାଶ ପ୍ରାଧିକରଣ ଏକ ବୁଲଡୋଜର ଚଳାଇ ଅତୀକଙ୍କ ସୀମା କାନ୍ଥକୁ ଭାଙ୍ଗି ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ସଂଖ୍ୟକ ପୋଲିସ ଏବଂ ପିଏସି କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏଥିପାଇଁ କୌଣସି ବିରୋଧ କରାଯାଇ ନଥିଲା। କାର୍ଯ୍ୟ…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ପୁଣି ଥରେ ନେତାଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ଖୋଲାଖୋଲି ଭାବେ ଦେଖାଯିବା ଆରମ୍ଭ କରିଛି। ବର୍ତ୍ତମାନ ଗଣମାଧ୍ୟମରେ ଅନାବଶ୍ୟକ ବିବୃତ୍ତି ଦେଇଥିବାରୁ ଉତ୍ତରାଖଣ୍ଡ କଂଗ୍ରେସ ଉପାଧ୍ୟକ୍ଷ ଅକୀଲ ଅହମ୍ମଦଙ୍କୁ ୬ ବର୍ଷ ଧରି ଦଳରୁ ବହିଷ୍କାର କରାଯାଇଛି। ଏହା ଜଣା ଯେ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ଅକିଲ ଅହମ୍ମଦ ଏକ ମୁସଲମାନ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଘୋଷଣା କରିଥିଲେ। ନିର୍ବାଚନ ସମୟରେ ବିଜେପି ଏହାକୁ ଏକ ବଡ଼ ପ୍ରସଙ୍ଗ କରିଥିଲା। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟିର ସମର୍ଥକ ତଥା ଜଣେ କଂଗ୍ରେସ ନେତାଙ୍କ ସମର୍ଥକମାନେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଭାବମୂର୍ତ୍ତିକୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ରାଜ୍ୟରେ ଏକ ମୁସଲମାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ସେ କୌଣସି ବିବୃତ୍ତି ଦେଇଥିବାର ପ୍ରମାଣିତ ହେଲେ ସେ…

Read More