ଚିଲିକା ଭ୍ରମଣରେ ଆସିଥିବା ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ: ୪ ଗୁରୁତର

Published: Mar 29, 2022, 7:08 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକରେ ଟାୟାର ଫାଟି ଗୋଟିଏ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଯୋଗୁଁ ୪ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି। ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଜଟଣୀ ଅଂଚଳର ଏକ ପରିବାର ଚିଲିକା ଭ୍ରମଣରେ ଆସିଥିଲେ। ଭ୍ରମଣ ସାରି କୋଣାର୍କ ଯାଉଥିବା ବେଳେ ହଠାତ ବୋଲେରୋର ଟାୟାର ଫାଟି ଯାଇଥିଲା। ଫଳରେ ବ୍ରାହ୍ମଣ୍ଡି ଛକରେ ବୋଲେରୋ ଗାଡିଟି ଡିଭାଇଡରରେ ଧକ୍କା ହୋଇଥିଲା। ଯାହା ଦ୍ଵାରା ବୋଲେରୋରେ ଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତ ଆହତ ଜଟଣୀ ଅଂଚଳର ବୋଲି ଜଣାପଡିଛି।

Related posts