Categories
ଆଞ୍ଚଳିକ

ବୋଲେରୋ ଗାଡ଼ି ଧକ୍କାରେ ଚାଉଳ ବ୍ୟବସାୟୀ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମ ରାସ୍ତାରେ ଏକ ବୋଲେରୋ ଗାଡ଼ି ଧକ୍କାରେ ରାଜେନ୍ଦ୍ର ସାହୁ ନାମକ ଜଣେ ଚାଉଳ ବ୍ୟବସାୟୀ ଗୁରୁତର ଆହତ ହୋଇ ବୁଗୁଡ଼ା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହୋଇ ଭୁବନେଶ୍ୱରର ସ୍ଥାନାନ୍ତର ହୋଇଛନ୍ତି। ଆହତ ରାଜେନ୍ଦ୍ରଙ୍କ ଘର ବୁଗୁଡ଼ା ଅରବିନ୍ଦ ନଗର ବୋଲି ଜଣାପଡିଛି।

ସେ ନିଜ ମୋପେଡ୍ ଗାଡ଼ିରେ ଚାଉଳ ବସ୍ତା ଲଦି ଗାଁ କୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ ବୋଲେରୋ ଗାଡ଼ି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦେଶୀ ମଦ ସହ ବୋଲେରୋ ଗାଡ଼ି ଜବତ କଲା ଜଙ୍କିଆ ପୋଲିସ୍

ଜଙ୍କିଆ: ବିଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାୟା ଛକରୁ ଗୋଟିଏ ବିଦେଶୀ ମଦ ବୋଝେଇ ବୋଲେରୋ ଜଙ୍କିଆ ପୋଲିସ୍ ଜବତ କରିଛି। ଏହି ମଦ ରାମେଶ୍ୱରରୁ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିଲା। ଉକ୍ତ ବୋଲେରୋ ରୁ ୪୨୪ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଟାଧାରୀ ମଙ୍ଗରାଜ ଗିରଫ ହୋଇଥିବାର ସୂଚନା ମିଳିଛି।

ଉକ୍ତ ଚଢାଉରେ ଜଙ୍କିଆ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଓ ତାଙ୍କ ଟିମ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଭ୍ରମଣରେ ଆସିଥିବା ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ: ୪ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକରେ ଟାୟାର ଫାଟି ଗୋଟିଏ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଯୋଗୁଁ ୪ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି। ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଜଟଣୀ ଅଂଚଳର ଏକ ପରିବାର ଚିଲିକା ଭ୍ରମଣରେ ଆସିଥିଲେ। ଭ୍ରମଣ ସାରି କୋଣାର୍କ ଯାଉଥିବା ବେଳେ ହଠାତ ବୋଲେରୋର ଟାୟାର ଫାଟି ଯାଇଥିଲା। ଫଳରେ ବ୍ରାହ୍ମଣ୍ଡି ଛକରେ ବୋଲେରୋ ଗାଡିଟି ଡିଭାଇଡରରେ ଧକ୍କା ହୋଇଥିଲା। ଯାହା ଦ୍ଵାରା ବୋଲେରୋରେ ଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତ ଆହତ ଜଟଣୀ ଅଂଚଳର ବୋଲି ଜଣାପଡିଛି।