ଭୁବନେଶ୍ବର: ଶେଷରେ ଯାହା ଆକଳନ କରାଯାଉଥିଲା ତାହା ସତ ହେଲା। ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେପିର ସୁନିତ ମୁଣ୍ଡଙ୍କୁ ୬୧ ହଜାର ୧୪୩ ଭୋଟରେ ପରାସ୍ତ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ମୁତାବିକ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୧ ଲକ୍ଷ ୭୪ ହଜାର ୫୬୨ଟି ଭୋଟ୍ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥିନୀ ସୁନୀତି ମୁଣ୍ଡ୍ ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥିନୀ ୧୧ ହଜାର ୬ ଖଣ୍ଡ ଭୋଟ୍ ପାଇଛନ୍ତି । ଏହି ବିଜୟରେ ସୁଲୋଚନା ଭୁବନେଶ୍ବର ବାସିନ୍ଦାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
Author: Samikhsya Bureau
ଭୁବନେଶ୍ୱର: ଶ୍ରମିକ ସଂଗଠନମାନଙ୍କ ଜାତୀୟ କନ୍ଭେନସନ ମାର୍ଚ୍ଚ ୨୮, ୨୯ ଦୁଇଦିନ ପାଇଁ ସର୍ବଭାରତୀୟ ଧର୍ମଘଟ ଡ଼ାକରା ଦେଇଛି। ଏହି ଧର୍ମଘଟକୁ ସିପିଆଇ (ଏମ୍.ଏଲ୍) ଲିବରେସନ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏନେଇ ଦଳ ପକ୍ଷରୁ ଏକ ପ୍ରେସ ମିଟରେ ସୂଚନା ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରେ କର୍ପୋରେଟ୍ ସପକ୍ଷରେ ଜନଗଣଙ୍କର ସର୍ବନାଶ କରିଚାଲିଛି। ଶ୍ରମକୋଡ଼ ବଦଳାଇବା, କୃଷକଙ୍କ ବିରୁଦ୍ଧରେ ଆଇନ ଆଣିବା, ସମସ୍ତ ରାଷ୍ଟ୍ରାୟତ ସଂସ୍ଥାକୁ ବ୍ୟକ୍ତିଗତ ମାଲିକାନାକୁ ଟେକିଦେବା ଆଦି କାର୍ଯ୍ୟ କରିଚାଲିଛି। ରେଳ ଷ୍ଟେସନ, ରେଳଗାଡ଼ି, ବ୍ୟାଙ୍କ, ବୀମା, ଜାତୀୟ ରାଜପଥ, ବନ୍ଦର, ବିମାନ ବନ୍ଦର, ଷ୍ଟାଡ଼ିୟମ, ଖଣି, ଡ଼ାକ, ଟେଲି କମୁନିକେଶସନ, ଇସ୍ପାତ କାରଖାନା କେହି ଏଥିରୁ ବାଦ୍ ପଡୁନାହାଁନ୍ତି। ପେଟ୍ରୋଲ, ଡ଼ିଜେଲ ଦର, ଅତ୍ୟାବଶ୍ୟୀକ ସାମଗ୍ରୀର ଦରଦାମ ଓ ବେକାରୀ ବଢି ବଢି ଚାଲିଛି। ଜାତି ଧର୍ମ ଆଧାରରେ ଦେଶକୁ ଭାଗ ଭାଗ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ଓକିଲ ସଂଘର ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ନିର୍ବାଚନରେ ସଂଘର ନବ ନିର୍ବାଚିତ ସଭାପତି ଭାବେ ପ୍ରଭାତ କୁମାର ପଟ୍ଟଯୋଶୀ, ସମ୍ପାଦକ ଜଗନ୍ନାଥ ଭୋଳ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଅନୁରୂପ ଭାବେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ସନ୍ତୋଷ କୁମାର ପାତ୍ର, କୁଳମଣି ବେହେରା ଓ ଦେବବ୍ରତ ବଡ଼ଜେନା ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଥାଉକି ବିଗତ ବର୍ଷ ବାଣପୁର ଓକିଲ ସଂଘ ନିର୍ବାଚନରେ ମଧ୍ୟ ସଭାପତି ଓ ସମ୍ପାଦକ ଭାବେ ଉଭୟ ପ୍ରଭାତ ପଟ୍ଟଯୋଶୀ ଓ ଜଗନ୍ନାଥ ଭୋଳ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବାବେଳେ ଶ୍ରୀ ଭୋଳ ଚଳିତ ବର୍ଷକୁ ମିଶାଇ ଲଗାତାର ଭାବେ ୮ ବର୍ଷ ହେଲା ସଂଘର ସମ୍ପାଦକ ଭାବେ ନିର୍ବାଚିତ ହୋଇଆସୁଛନ୍ତି।
ବ୍ରହ୍ମପୁର: ଆଜି ରାଜ୍ୟର ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଭୋଟ ଗଣତି ଜାରି ରହିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଘୋଷଣା ହୋଇଛି। ତେବେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଏଠାରେ ବିଜେଡ଼ି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ବିଜୟ ଲାଭ କରିଛନ୍ତି। ସଙ୍ଘମିତ୍ରା ୬୬ ହଜାର ୬୮ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ର ସୁବିତା ସୁଆର ୪୫୭୮୨ ଭୋଟ ପାଇଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ଚଳିତ ବର୍ଷ ହୋଇଥିବା ଏନ୍ଏସି ନର୍ବାଚନରେ ରେଢାଖୋଲ ଏନ୍ଏସି ପାଇଁ ବିଜେପିର ଶିବରାମ ସାହୁ ଶତାଧିକ ଭୋଟରେ ବିଜୟୀ ହୋଇଛନ୍ତି। ରେଢାଖୋଲ ଏନ୍ଏସି ୧୩ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ରେଢାଖୋଲର ଜଣାଶୁଣା ବିଜେପି କର୍ମୀ ତଥା ସମାଜସେବୀ ଶିବରାମା ସହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସୁନୀଲ କୁମାର ପ୍ରଧାନଙ୍କ ଠାରୁ ୮୬୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ରେଢାଖୋଲରେ ଆଜି ଶିବରାମ ସାହୁ ବିଜୟୀ ହେବା ପରେ ବିଜୟ ଶୋଭାଯାତ୍ରା ପାଳନ କରାଯାଇଥିଲା। ନବନିର୍ବାଚିତ ଅଧ୍ୟକ୍ଷ ଶିବରାମ ସାହୁଙ୍କ ସହ ନବନିର୍ବାଚିତ କାଉନସିଲର, ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ତଥା ବହୁ ବିଜେପି କର୍ମୀ ଯୋଗଦେଇଥିଲେ। ରେଢାଖୋଲ ବିଜେଡିର ଗଡ ହୋଇଥିବା ବେଳେ ବିଧାୟକ ଭାବରେ ଇଂ ରୋହିତ ପୂଝାରୀ ରହିଛନ୍ତି। ବିଜେପିର ବିଜୟ ପରେ ପରେ ରୋହିତଙ୍କୁ ଏକ ଶକ୍ତ ଧକ୍କା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରେଢାଖୋଲ ଏନ୍ଏସିରେ ୬…
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ଅନେକ ଅସୁବିଧା ହେଉଛି। ଏହି ସମୟରେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳର ସମସ୍ତ ସାଧାରଣ ସଚିବ ଏବଂ ରାଜ୍ୟ ପ୍ରଭାରୀମାନଙ୍କୁ ନେଇ ଆଜି ଏକ ବୈଠକ ଡକାଯାଇଛି। ସୂଚନା ଅନୁଯାୟୀ, ଏହି ବୈଠକରେ ସଦସ୍ୟତା ଅଭିଯାନ ତଥା ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦଳର ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଅଧ୍ୟକ୍ଷତା କରିବେ। ଭେନୁଗୋପାଲଙ୍କ ଦ୍ୱାରା ପଠାଯାଇଥିବା ଚିଠିରେ ସମସ୍ତ ସାଧାରଣ ସଚିବ ଏବଂ ପ୍ରଭାରୀମାନଙ୍କୁ ଏହି ସଭାରେ ଯୋଗଦେବାକୁ କୁହାଯାଇଛି। ଏହି ସଭାରେ ସୋନିଆ ଗାନ୍ଧୀ ମଧ୍ୟ ଯୋଗଦେବେ। ସେ ଦଳର ସଦସ୍ୟତା ଅଭିଯାନ ଏବଂ ଆଗାମୀ ଜନ ଆନ୍ଦୋଳନ ସହ ଜଡିତ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିପାରିବେ। ପାଞ୍ଚଟି ରାଜ୍ୟରେ ଦଳର ପରାଜୟ ପରେ କଂଗ୍ରେସରେ…
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ବିରୋଧରେ ଦାୟିତ୍ୱ ଗ୍ରହଣ କରିବେ। ଆଜି ଅନୁଷ୍ଠିତ ଦିଧାୟକ ଦଳରେ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଅଖିଲେଶ ଯାଦବ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ କରହଲ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛି। ଦିଲ୍ଲୀର ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ଏଥର ବଜେଟକୁ ନିଯୁକ୍ତି ବଜେଟ୍ ବୋଲି କହିଛନ୍ତି। ସିସୋଦିଆ କହିଛନ୍ତି ଯେ, ଯୁବକମାନଙ୍କୁ ରୋଜଗାର ଯୋଗାଇବା ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ରାଜ୍ୟର ଯୁବକମାନଙ୍କୁ ୨୦ ଲକ୍ଷ ନୂତନ ଚାକିରି ଦେବେ ବୋଲି ସେ କହିଛନ୍ତି। ଏଥର ସମସ୍ତ ବିଧାୟକଙ୍କୁ ବଜେଟ୍ ପଢିବା ପାଇଁ ଟାବଲେଟ୍ ଦିଆଯାଇଛି। ବଜେଟ୍ ପଢୁବାବେଳେ ସିସୋଦିଆ କହିଛନ୍ତି ଯେ, ଏହା ହେଉଛି ଆମ ସରକାରଙ୍କ ଅଷ୍ଟମ ବଜେଟ୍। ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦିଲ୍ଲୀର ବଜେଟ୍ ୩୦ ହଜାର ୯୪୦ କୋଟି ଟଙ୍କା ଥିଲା ଏବଂ ମୁଁ ଜୁନ୍ ୨୦୧୫ରେ ମୋର ପ୍ରଥମ ବଜେଟ୍ ୪୧ ହଜାର ୧୪୯ କୋଟି ଟଙ୍କା ଉପସ୍ଥାପନ କରିଥିଲି। ଆଜି ଖୁସି ଯେ, ମୁଁ ୨୦୨୨-୨୩ ପାଇଁ ୭୫ ହଜାର…
ନୂଆଦିଲ୍ଲୀ: ଆଇପିଏଲ୍ ର ୧୫ ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଯାହାର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗତ ବର୍ଷର ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ଖେଳାଯିବ। ୨୦୧୧ ପରଠାରୁ ଏହା ପ୍ରଥମ ଥର ହେବ ବିଶ୍ୱ କ୍ରିକେଟରେ ସର୍ବାଧିକ ଲୋଭନୀୟ ଟି-୨୦ ଟ୍ରଫି ପାଇଁ ୧୦ ଟି ଦଳ ସଂଘର୍ଷ କରିବେ। ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ରୂପେ ଏଥର ଦୁଇଟି ନୂତନ ଦଳ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିବେ। ଦେଶରେ କୋଭିଡ -୧୯ ର ସ୍ଥିତି ନିୟନ୍ତ୍ରଣରେ ରହିବା ପରେ, କ୍ରିକେଟ୍ ପ୍ରେମୀମାନେ ୨୦୧୯ ପରଠାରୁ ପ୍ରଥମ ଥର ଷ୍ଟାଡିୟମ ପରିଦର୍ଶନ କରି ମ୍ୟାଚ୍ ଉପଭୋଗ କରିବାର ସୁଯୋଗ ପାଇବେ। ସମସ୍ତ ଆଇପିଏଲ୍ ମ୍ୟାଚ୍ ଭାରତରେ ଖେଳାଯିବ ଏବଂ ଷ୍ଟାଡିୟମର ୨୫ ପ୍ରତିଶତ କ୍ଷମତା ଦର୍ଶକ ଏହାକୁ ଷ୍ଟାଡିୟମରେ ଦେଖିପାରିବେ। ଦୁଇଟି ନୂତନ ଦଳର ଯୋଗଦାନ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୌରାଧ୍ୟକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଭୋଟ ଗଣତି ଜାରି ରହିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଘୋଷଣା ହୋଇଛି। ତେବେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଏବଂ ବାଲୁଗାଁ ଏନଏସିରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଉଭୟ ଏନଏସିରେ ବିଜେଡ଼ି ବାଜିମାତ କରିଛି। ବାଣପୁର ଏନଏସିର ବିଜେଡ଼ି ପ୍ରାର୍ଥୀ ମିଟୁ ନାୟକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ନନ୍ଦ କିଶୋର ମିଶ୍ରଙ୍କଠାରୁ ୪୪୭ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ମିଟୁ ନାୟକ ୧୫ ଟି ୱାର୍ଡରୁ ୪୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ ନନ୍ଦ କିଶୋର ମିଶ୍ର ୪୪୨୨ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ବାଲୁଗାଁ ଏନଏସିର ବିଜେଡ଼ି ପ୍ରାର୍ଥୀ ସୁକାନ୍ତି ପାଇକରାୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ସ୍ଵପ୍ନା ବଡଜେନାଙ୍କ ଠାରୁ ୩୨୩…
ନୂଆଦିଲ୍ଲୀ: ଆଜି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇଛି, ଏହା ପରେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୮ ଟଙ୍କା ୬୧ ପଇସା ଏବଂ ଗୋଟିଏ ଲିଟର ଡିଜେଲର ୮୯ ଟଙ୍କା ୮୭ ପଇସାକୁ ବୃଦ୍ଧି ପାଇଛି। ଗତକାଲି ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ହୋଇଥିଲା। ଚାରିମାସରୁ ଅଧିକ ବ୍ୟବଧାନ ପରେ, ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଏହି ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ ଗତ ପାଞ୍ଚ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଇନ୍ଧନ ମହଙ୍ଗା ହେଲା।
ଭୁବନେଶ୍ବର: ଆଜି ପୌରାଞ୍ଚଳ ନିର୍ବାଚନ ପାଇଁ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ବର୍ତ୍ତମାନ ଗଣତିରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡ଼ି ଆଗୁଆ ରହିଛି। ଏପର୍ଯ୍ୟନ୍ତ ୮୭ ଟି ପୌରାଧ୍ୟକ୍ଷ ଆସନରେ ଗଣତି ଆରମ୍ଭ ହୋଇଥିବା ବେଳେ ୫୮ ଟି ଆସନରେ ବିଜେଡ଼ି ଆଗୁଆ ରହିଛି। ସେହିଭଳି ବିଜେପି ଦିତୀୟ ସ୍ଥାନରେ ଥିବା ବେଳେ ତୃତୀୟରେ କଂଗ୍ରେସ ରହିଛି। ବର୍ତ୍ତମାନ ଗଣତି ହୋଇଥିବା ୮୭ ଟି ମଧ୍ୟରୁ ବିଜେପି ୧୮ ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୪ ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ ଅଛି। ବିଜେଡ଼ି- ୫୮ ବିଜେପି- ୧୮ କଂଗ୍ରେସ- ୪ ଅନ୍ୟାନ୍ୟ- ୦୭
ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି (ଶୁକ୍ରବାର) ମୋଟ ୨୧ଟି ନୂଆ ଜାତୀୟ ରେକର୍ଡ ଭଙ୍ଗ ହୋଇଛି। ଏଥି ସହିତ ସ୍ନାଚ, କ୍ଲିନ ଆଣ୍ଡ ଜର୍କ ଏବଂ ମୋଟ ଉତ୍ତୋଳନରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଆଜି ପ୍ରତିଯୋଗିତା ଆରମ୍ଭରୁ ୮୧ କେଜି ଓଜନ ବର୍ଗର ୟୁଥ ଏବଂ ଜୁନିୟର ବର୍ଗରେ ପ୍ରତିଯୋଗୀମାନେ ପରସ୍ପରର ରେକର୍ଡ ଭାଙ୍ଗି ଚାଲିଥିଲେ। ୟୁଥ ବର୍ଗର ୧୭ ଜଣ ପ୍ରତିଯୋଗୀ ଏବଂ ଜୁନିୟର ବର୍ଗର ୪ ପ୍ରତିଯୋଗୀ ପୁରୁଣା ଜାତୀୟ ରେକର୍ଡକୁ ଭାଙ୍ଗି ନିଜର ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ। ୮୧କେଜି ୟୁଥ ସ୍ନାଚରେ ପୂର୍ବରୁ ଥିବା ୧୨୧ କେଜି ରେକର୍ଡକୁ ପ୍ରଥମେ ଆନ୍ଧ୍ରପ୍ରଦେଶର ଜି. ରବି କୁମାର ଭାଙ୍ଗିଥିଲେ। ପରେ ଏହି ରେକର୍ଡକୁ ପଂଜାବ…
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…
ବ୍ରହ୍ମପୁର: ଅସାବଧନତା ଯୋଗୁଁ ନିଜ ପିସ୍ତଲରୁ ଗୁଳିଫୁଟି ମୃତ୍ୟୁବରଣ କରିଛନ୍ତି ଗଂଜାମ ଜିଲ୍ଲାର ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗ। ଆଜି ଅପରାହ୍ମରେ ସେ ଥାନାରୁ ନିଜ କ୍ବାଟରକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ କ୍ବାଟରରୁ ଗୁଲି ଶଦ୍ଦ ଶୁଭାଯାଇଥିଲା। ଘଟଣା କଣ ବୋଲି ଜାଣିବା ପାଇଁ ଥାନାରେ ଥିବା ଅଧିକାରୀମାନେ ଦୌଡିଥିଲେ। ସେମାନେ ଆଇଆଇସିଙ୍କ କ୍ବାଟରକୁ ଯାଇ ଦେଖିବା ପରେ ସମସ୍ତେ ଚକିତ ହୋଇଯାଇ ଥିଲେ। ରକ୍ତ ଜୁଡୁବୁଡରେ ତଳେ ପଡିଥିଲେ ଆଇଆଇସି। କଣ ହେଲା ବୋଲି ସେମାନେ ଜାଣିପାରିଲେ ନାହିଁ। ତୁରନ୍ତ ତାଙ୍କୁ ଆସ୍କା ହସପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସାରା ଗଂଜାମରେ ଚାଞ୍ଚଲ୍ୟ ଖେଳିଯାଇଛି।
ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୮୧ କେଜି ଓଜନ ବର୍ଗର ଉଭୟ ୟୁଥ ଓ ଜୁନିୟର ପୁରୁଷ ବର୍ଗରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଏହି ଓଜନ ବର୍ଗର ସିନିୟରରେ ଏସଏସସିବି ର ଅଜୟ ସିଂ ଏବଂ ଆନ୍ତଃରାଜ୍ୟ ପୁରୁଷ ସିନିୟରରେ ହରିୟାଣାର ଦୀପକ ଲାଥେର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କେଜି ଉତ୍ତୋଳନ କରି ମଧ୍ୟପ୍ରଦେଶର ଅଜୟ ବାବୁ ସ୍ବର୍ଣ୍ଣ, ମୋଟ ୨୮୦ କେଜି ଉତ୍ତୋଳନ କରି ଆନ୍ଧ୍ରପ୍ରଦେଶର ଜି. ରବି କୁମାର ରୌପ୍ୟ ଏବଂ ତେଲେଙ୍ଗାନାର ଡି.ଗଣେଶ ୨୭୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ଜୁନିୟର ବର୍ଗରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ…
ଭୁବନେଶ୍ବର: ପ୍ରକାଶ ପାଇଲା ପୌର ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ନାମ ଏବଂ ସେମାନଙ୍କ ଦଳର ନାମ। ଏହା ରାଜ୍ୟ ନିର୍ବାଚନ କମିଶନରଙ୍କ ଅଫିସରୁ ପ୍ରକାଶିତ ହୋଇଛି। ସେହି ଅନୁସାରେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଏବଂ ମ୍ୟୁନିସପାଲ କରର୍ପୋରେସନର କେତେକ ଆସନରେ ପ୍ରାର୍ଥୀମାନଙ୍କୁ ବିଜେତା ଘୋଷଣା କରାଯାଇଛି। ସେହି ଅନୁସାରେ ଯେଉଁମାନେ ବିଜେତା ହୋଇଛନ୍ତି ସେମାନେ ହେଲେ ଅଧିକ ଖବର ପଢିବା ପାଇଁ ଏହିଠାରେ କ୍ଲିକ କରନ୍ତୁ ସମୀକ୍ଷା.ଭାରତ ରାଜ୍ୟ ନିର୍ବାଚନ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ବିଜେଡିକୁ ମିଳିଛି ୬୯ଟି ଆସନ। ସେହିପରି ବିଜେପି-୦୧, କଂଗ୍ରେସ-୦୧ ଏବଂ ସ୍ବାଧୀନ ପ୍ରାର୍ଥୀ ୦୨ ଜଣ ବିଜୟ ଲାଭ କରିଛନ୍ତି।
ଭୁବନେଶ୍ବର: ଆସନ୍ତାକାଲି ସକାଳୁ ହେବ ପୌର ନିର୍ବାଚନର ଭୋଟ ଗଣତି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେଠାରୁ ବିଜେଡି ଖାତାକୁ ଆସିସାରିଲାଣି ସର୍ବାଧିକ ଆସନ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବିଜେଡିକୁ ମିଳିଛି ୬୯ଟି ଆସନ। ଜାଣନ୍ତୁ ଅନ୍ୟ ଦଳର ଆସନ ସଂଖ୍ୟା କେତେ ବିଜେଡି- ୬୯ ବିଜେପି-୦୧ କଂଗ୍ରେସ-୦୧ ସ୍ବାଧୀନ-୦୨ ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏହା କିପରି ହେଲା। ଏହା ହେଲା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏହି ପ୍ରାର୍ଥୀମାନେ ନିଃଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟତଃ ଏହି ଆସନଗୁଡିକ ସଂରକ୍ଷିତ ଥିବାରୁ ଦଳମାନଙ୍କୁ ସେହିପରି ପ୍ରାର୍ଥୀମିଳିବା ସମ୍ଭବ ହୋଇ ନ ଥିଲା। ଫଳରେ ଏମାନଙ୍କ ବିରୋଧରେ ବିଭିନ୍ନ ଦଳ ପ୍ରାର୍ଥୀ ଛିଡା କରିପାରି ନ ଥିଲେ। ଏହାପରେ ରାଜ୍ୟ ନିର୍ବାଚନ କମିଶନର ଏହି ପ୍ରାର୍ଥୀମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି।
ଭୁବନେଶ୍ୱର: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ନିଜ ମୁଣ୍ଡରୁ ପରାଜୟର ଦୋଷ ଖସାଇବାକୁ ବିଭିନ୍ନ ଆଳ ଖୋଜୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଜେଡି ବିରୋଧରେ ଯେଉଁସବୁ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ ଏବଂ କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି। ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପିପିଲି ଠାରୁ ନେଇ ଧାମନଗର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଯୋଜନାବଦ୍ଧ ଭାବେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲା। ଓଡ଼ିଶା ବିଜେପିର ପ୍ରରୋଚନାରେ ଯୋଜନାବଦ୍ଧ…
ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ (ଇୟୁଏସ୍) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି। ଏଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତି ଦେଶର ମାତ୍ର ଅଳ୍ପ କେତେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହ କହିଛନ୍ତି ଯେ ଏହି ଇୟୁଏସ୍ ଦ୍ୱାରା ସିଷ୍ଟୋଗ୍ୟାଷ୍ଟ୍ରୋଷ୍ଟୋମୀ ଅସ୍ତ୍ରୋପଚାର ପଦ୍ଧତି ଅଧିକ ସହଜ ହୋଇପାରିଛି। ପାରମ୍ପରିକ ଅସ୍ତ୍ରୋପଚାର ପଦ୍ଧତି ଦ୍ୱାରା ଶରୀରର ଯେଉଁ ଅଙ୍ଗଗୁଡିକ ଅନୁଧ୍ୟାନ କରିବା ସହଜ ହେଉ ନଥିଲା ଇୟୁଏସ୍ ଦ୍ୱାରା ତାହା ସହଜରେ ହୋଇପାରୁଛି। ଏହି ପଦ୍ଧତି ଅପେକ୍ଷାକୃତ ଅଧିକ ସୁରକ୍ଷିତ। ଏଥିରେ କମ୍ ରକ୍ତସାବ ହେବା ସହ ସଂକ୍ରମଣର ଆଶଙ୍କା ମଧ୍ୟ କମ୍ ଥାଏ। ପାରମ୍ପରିକ ଅସ୍ତ୍ରୋପଚାର ଅପେକ୍ଷା ଏହି ପଦ୍ଧତିରେ ରୋଗୀ ଅଧିକ ଶୀଘ୍ର ସୁସ୍ଥ ହୋଇଥାଏ…
ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପରେ ବର୍ତ୍ତମାନ ଲିଗ୍ ପର୍ଯ୍ୟାୟରେ କେବଳ ତିନୋଟି ମ୍ୟାଚ୍ ବାକି ଅଛି। ଏହି ତିନୋଟି ମ୍ୟାଚର ଫଳାଫଳ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ଦୁଇଟି ସେମିଫାଇନାଲିଷ୍ଟ ଦଳ ସ୍ଥିର ହେବ। ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ୱକପର ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ଦୁଇଟି ଦଳ ପାଇଁ ଲଢୁଛନ୍ତି। ଏଭଳି ପରିସ୍ଥିତିରେ, ଭାରତୀୟ ମହିଳା ଦଳ କେଉଁ ପରିସ୍ଥିତିରେ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିପାରିବ, ଏଠାରେ ପଢନ୍ତୁ.. ସମୀକରଣ ନମ୍ବର -୧: ବିଶ୍ୱକପ୍ର ୬ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିବା ପରେ ଭାରତୀୟ ମହିଳା ଦଳ ବର୍ତ୍ତମାନ ୬ ପଏଣ୍ଟ ସହ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଲିଗ୍ ପର୍ଯ୍ୟାୟରେ ଭାରତୀୟ ଦଳର ଗୋଟିଏ ମ୍ୟାଚ୍ ବାକି ଅଛି। ମାର୍ଚ୍ଚ ୨୭ ତାରିଖରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବାକୁ ପଡିବ। ଯଦି ଭାରତୀୟ…

