Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁର୍ଘଟଣା ଘଟାଇଥିବା ଗାଡିର ନମ୍ବରକୁ ନେଇ ବିଧାୟକଙ୍କ ଉପରେ ଅଡୁଆ ବଢିଛି। ପ୍ରଶାନ୍ତ ଜଗଦ୍ଦେବ ଚଳାଉଥିବା କାର୍‌ରେ ୨ଟି ଭିନ୍ନ ଭିନ୍ନ ନମ୍ବର ରହିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ନମ୍ବର ଓଡି-୨୫-କେ-୫୭୭୫ ରହିଥିବାବେଳେ ଅନ୍ୟଟି ଓଡି-୦୨-ଏୱାଇ ୫୭୭୫ ରହିଥିଲା। ତେବେ ବିଧାୟକ ଚଳାଉଥିବା ଲ୍ୟାଣ୍ଡ ରୋଭର ଡିସ୍କଭରୀ କାର୍‌ର ମୂଳ ନଂ. ଓଡି-୨୫-କେ-୫୭୭୫ ହୋଇଥିବାବେଳେ ଏହା ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ସେହିପରି ଓଡି-୦୨-ଏୱାଇ-୫୭୭୫ ଏକ ହୁଣ୍ଡାଇ କାରର ହୋଇଥିବାବେଳେ ଏହା ନୟାଗଡ ଜିଲ୍ଲା ସୁନାଖଳାର ଶିବାନୀ ଫୁଡ଼ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡିଛି। ଏହାକୁ ନେଇ ଗାଡି ମାଲିକ ଏବଂ ବିଧାୟକ ପ୍ରଶ୍ନ ଘେରରେ ରହିଥିବା…

Read More

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳର ଆଶା ଧୂଳିସାତ ହୋଇଛି। ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରମାଣ କରି ଭାରତୀୟ ଦଳର ଓପନର୍ ସ୍ମୃତି ମନ୍ଧନା (୭୧) ଏବଂ ଶେଫାଲୀ ବର୍ମା (୫୩) ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ଅଧିନାୟକ ମିତାଲି ରାଜ (୬୮) ଏବଂ ହରମାନପ୍ରୀତ କୌର (୪୮) ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ଶେଷ ବଲରେ ୨୭୫ ରନର ଲକ୍ଷ୍ୟ ପୂରଣ…

Read More

କଲିକତା: ମାର୍ଚ୍ଚ ୨୧ ତାରିଖରେ କିଛି ଅଜ୍ଞାତ ବ୍ୟକ୍ତି ଦଶଟି ଘରେ ନିଆଁ ଲଗାଇ ଆଠ ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ସଜ୍ଞାନକୁ ନେଇ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି ମାମଲାର ତଦନ୍ତରେ ନିୟୋଜିତ ସିବିଆଇ ୨୧ ଜଣଙ୍କୁ ଅଭିଯୁକ୍ତ କରିଛି। ଉଲ୍ଲେଖନୀୟ କଥା ହେଉଛି, ୩୦ ଜଣିଆ ସିବିଆଇ ଟିମ୍ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ପହଞ୍ଚି ସେଠାରେ ହିଂସା ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ ସପ୍ତାହରେ ଘଟିଥିବା ହିଂସାରେ ଦଶଟି ଘରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଅଧିକାରୀଙ୍କ ଅନୁଯାୟୀ, ଡିଜି ଅଖିଲେଶ ସିଂଙ୍କ ନେତୃତ୍ୱରେ ଏକ ସିବିଆଇ ଟିମ୍ ପୁରବପାଡା ଅଞ୍ଚଳ ପରିଦର୍ଶନ କରିଥିଲେ, ଯେଉଁଠାରେ ସ୍ଥାନୀୟ ଟିଏମସି ନେତା ଭଦୁ ଶେଖଙ୍କ ହତ୍ୟା ପରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା। ସୂଚନାନୁସାରେ, ସିବିଆଇ ଟିମ୍ ଶନିବାର…

Read More

ଚିତ୍ତୁର: ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଯାଇଛି। ଯେଉଁତିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ତିରୁପତି ପୋଲିସ ଅଧୀକ୍ଷକ (ଏସପି) ଙ୍କ କହିବାନୁସାରେ, ଦୁର୍ଘଟଣାର କାରଣ ଡ୍ରାଇଭରଙ୍କ ତ୍ରୁଟି ବୋଲି ଜଣାପଡିଛି। ସେ କହିଛନ୍ତି ଯେ, “ତିରୁପତି ଠାରୁ ୨୫ କିଲୋମିଟର ଦୂରରେ ଥିବା ବକରାପେଟାରେ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ବସ୍ ଏକ ଘାଟିରୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।”

Read More

କେଉଁଝର: କେଉଁଝର ଜିଲା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ରିମୁଳି ନିକଟରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି। ଟ୍ରକ୍ ପଛରେ ପିଟି ହୋଇ ଗୋଟିଏ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକଙ୍କ ନାମ କୈଳାସ ଚନ୍ଦ୍ର ସାହୁ (୩୨) ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦାଣ୍ଡ ସାହିରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଙ୍ଗୀ ଥାନା କାଳୁପଡା ଘାଟରୁ ୨ ରୁ ୩ ଜଣ ମାଛ ବେପାରୀଙ୍କ ମାଛ ବୋଝେଇ କରି ଏକ ପିକ୍ ଅପ୍ ଭ୍ୟାନ ବଡବିଲକୁ ଯାଉଥିଲା। ଭୋର୍ ସମୟରେ ପିକ୍ ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡରେ ବ୍ରେକ୍ ଡାଉନ୍ ହୋଇ ଛିଡା ହୋଇ ଥିବା ଏକ ଟ୍ରକ୍ ପଛେରେ ପିଟି ହୋଇଥିଲା। ଦୁର୍ଘଟଣ‍ାର ତିବ୍ରତା ଅଧିକ…

Read More

ଭୁବନେଶ୍ବର: ଦେଶର ନାମଜାଦ ଗହଣା ଦୋକାନ କଲ୍ୟାଣ ଜୁଏଲରର୍ସ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରିଛନ୍ତି। ଦେଶରେ ଥିବା 154ଟି ଶାଖାରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେଥିମଧ୍ୟରୁ ଓଡିଶା ଶାଖା ପାଇଁ ମଧ୍ୟ କେତେକ ପଦବୀରେ ନିଯୁକ୍ତି ଦିଆଯିବ। ଏହି ପଦବୀ ମଧ୍ୟରେ ରହିଛି ସେଲସ ଏକ୍ସକ୍ୟୁଟିଭ ଫିମେଲ ଓ ମେଲ, ସୁପରଭାଇଜର, ମାର୍କେଟିଂ ଏକ୍ସକ୍ୟୁଟିଭ ସହିତ ଡ୍ରାଇଭର ପର୍ଯ୍ୟନ୍ତ ପଦବୀ ପାଇଁ ଦରଖାସ୍ତ କରାଯାଇଛି।

Read More

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍। ଏହି ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ତେଣୁ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା। ଖ୍ରୀଷ୍ଟଚର୍ଚରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ତିନି ଖେଳାଳି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରମାଣ କରି ଭାରତୀୟ ଦଳର ଓପନର୍ ସ୍ମୃତି ମଣ୍ଡନା (୭୧) ଏବଂ ଶେଫାଲୀ ବର୍ମା (୫୩) ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ଅଧିନାୟକ ମିତାଲି ରାଜ (୬୮) ଏବଂ ହରମାନପ୍ରୀତ କୌର (୪୮) ମଧ୍ୟ ଚମତ୍କାର…

Read More

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଅପରେଟର ଜିଓ ପକ୍ଷରୁ ଆଇପିଏଲ୍ ପ୍ରେମୀଙ୍କ ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂଆ ପ୍ଲାନ୍ ଘୋଷଣା କରାଯାଛି । ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ସହିତ ଦୁଇଟି ନୂଆ ମୋବାଇଲ୍ ପ୍ଲାନର ଶୁଭାରମ୍ଭ କରାଯାଇଛି, ୫୫-ଦିନିଆ ବୈଧତା ସହିତ ୫୫୫ ଟଙ୍କିଆ ଜିଓ କ୍ରିକେଟ୍ ଡାଟା ଆଡ୍‌-ଅନ୍ ପ୍ଲାନ୍ ଓ ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍। ନୂଆ ୫୫୫ ଟଙ୍କିଆ ଜିଓ କ୍ରିକେଟ୍ ଆଡ୍‌-ଅନ୍ ପ୍ୟାକ୍‌ରେ ବ୍ୟବହାରକାରୀମାନେ ଅସୀମିତ ଭଏସ୍‌, ୫୫ ଜିବିର ଅସୀମିତ ଡାଟା ସହିତ ଏକ ବର୍ଷର ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ପାଇପାରିବେ। ବ୍ୟବହାରକାରୀମାନେ ସମସ୍ତ ଜିଓ ଆପ୍‌ର ମାଗଣା ବ୍ୟବହାର ସୁବିଧା ମଧ୍ୟ ପାଇପାରିବେ। ଅନ୍ୟ ନୂଆ ପ୍ଲାନଟି ହେଉଛି ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍ ଯେଉଁଥିରେ ବ୍ୟବହାରକାରୀମାନେ ଦୈନିକ ୨.୫ ଜିବି ଡାଟା ସହିତ ଅସୀମିତ ଭଏସ୍ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ପାଇପାରିବେ। ୩୬୫ ଦିନର ବୈଧତା ସହିତ ଏଥିରେ ଜିଓ…

Read More

ଭୁବନେଶ୍ବର: ବିଧାନସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପ୍ରସଂଗ ଆସିଛି। ଏ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହର ଶୂନ୍ୟକାଳରେ ଏହି ପ୍ରସଂଗକୁ ଉତ୍ଧାପନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜଣେ ବିଧାୟକଙ୍କୁ ଗିରଫ କଲା ସେ ନିୟମ ଅନୁଯାୟୀ ବିଧାନସଭାକୁ ଜଣାଇବା କଥା। ହେଲେ ସେ ସେପରି କରି ନାହାଁନ୍ତି। ରାଜ୍ୟର ଜଣେ ବିଧାୟକଙ୍କୁ ଗିରଫ କରିବା ଏବଂ ଗୃହକୁ ଅବଗତ ନ କରାଇବା ବିଧାନସଭାର ସ୍ବାଧୀକାର ଭଂଗ ହୋଇଛି। ଏହା କହି ସେ ଗିରଫ କରିଥିବା ଅଧିକାରୀଙ୍କ ବିରୋଧରେ ସ୍ବାଧୀକାର ଭଂଗ ନୋଟିସ ଆଣିଥିଲେ। ସେ ପୁଣି କହିଥିଲେ ଯେ, ବିଧାୟକଙ୍କୁ ରାଜଧାନୀରୁ ଗିରଫ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଣ ପାଇଁ ଗୃହକୁ ଅନ୍ଧାରରେ ରଖିଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ବିଧାୟକମାନେ ଅସୁରକ୍ଷିତ। ଅଫିସର କିମ୍ବା ପୋଲିସ ବିଧାୟକଙ୍କୁ ଉପଯୁକ୍ତ ମର୍ଯ୍ୟଦା ଦେଉ ନାହାଁନ୍ତି ବୋଲି…

Read More

କଲମ୍ବୋ: ଶ୍ରୀଲଙ୍କାର ଏକ ଗବେଷକ ଦଳ ଗବେଷଣା କରି ଦାବି କରିଛନ୍ତି ​​ଯେ ଶ୍ରୀଲଙ୍କାରେ ଏପରି ୫୦ ଟି ସ୍ଥାନ ମିଳିଛି ଯାହା ରାମାୟଣ ସହିତ ଜଡିତ। ସେହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ରନାଗିଲର ଗୁମ୍ଫା, ଯେଉଁଠାରେ ଆଜି ମଧ୍ୟ ରାବଣର ଶବ ସଂରକ୍ଷିତ ରଖାଯାଇଛି ବୋଲି ଦାବି କରାଯାଇଛି। ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ସର୍ବେକ୍ଷଣ କେନ୍ଦ୍ର ଏବଂ ସେଠାକାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହି ଆବିଷ୍କାର କରାଯାଇଛି। ତଥାପି, ଏହାକୁ କେହି ନିଶ୍ଚିତ କରି ନାହାଁନ୍ତି। ଏହା ଜଣାପଡିବା ପରେ କିଛି ଟିଭି ଚ୍ୟାନେଲ ସେହି ସ୍ଥାନକୁ ଯାଇ ରାବଣର ଶରୀର ସେଠାରେ ଅଛି ବୋଲି ଦାବୀ କରିଛନ୍ତି। କୁହାଯାଏ ଯେ ରାମ ଏବଂ ରାବଣ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୫୦୦୦ ମସିହାରେ ହୋଇଥିଲା। ବାଲ୍ମୀକ ରାମାୟଣରେ ଉଲ୍ଲେଖ କରାଯାଇଥିବା ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଅନୁଯାୟୀ, ରାମ ଖ୍ରୀଷ୍ଟପୂର୍ବ ୫୦୭୬ ମସିହାରେ ରାବଣକୁ ହତ୍ୟା କରିଥିବା ଜଣାପଡିଛି। ସେହି ଦିନଠାରୁ ରାବଣର ଶରୀର…

Read More

ଭୁବନେଶ୍ବର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌। ଏବଂ…

Read More

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି, ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର…

Read More

ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ ହେବ। ଚାକିରି…

Read More

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ କଟକର ମୋଟ ୫୯ ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା କଟକ ମହାନଗରର ମୋଟ ଘୋଷିତ ଆସନ ସଂଖ୍ୟା ୫୯ ବିଜେଡି- ୩୮ ବିଜେପି- ୦୭ କଂଗ୍ରେସ- ୦୮ ସ୍ବାଧୀନ- ୦୬

Read More

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ ବ୍ରହ୍ମପୁର ମ୍ୟୁନିସିପାଲଟି କରପୋରେସନର ୪୨ଟି ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା ବ୍ରହ୍ମପୁର ମହାନଗର ନିଗମର ମୋଟ ୪୨ଟି ୱାର୍ଡ ଆସନ ଘୋଷିତ ବିଜେଡି- ୩୦ ବିଜେପି- ୦୭ କଂଗ୍ରେସ- ୦୧ ସ୍ବାଧୀନ- ୦୪

Read More

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ ବିଏମସିର 67 ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା ଭୁବନେଶ୍ବର ମ୍ୟୁନିସପାଲ କରର୍ପୋରେସନର ଘୋଷିତ ଆସନ ସଂଖ୍ୟା ୬୭ ବିଜେଡି- ୪୮ ବିଜେପି- ୧୦ କଂଗ୍ରେସ-୦୦ ସ୍ବାଧୀନ- ୦୯

Read More

ଭୁବନେଶ୍ବର: ପୌର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ କେଉଁ ଦଳ କେତୋଟି କାଉନସିଲର ପଦ ହାତେଇଲେ ତାହାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ସେହି ଅନୁସାରେ ମୋଟ ୧୭୧୬ଟି କାଉନସିଲର ପଦବୀ ଘୋଷିତ ବିଜେଡି- ୧୧୭୫ ବିଜେପି- ୨୮୮ କଂଗ୍ରେସ- ୧୩୪ ସ୍ବାଧୀନ- ୧୧୭ ବିଏସପି-୦୧ ସିପିଆଇ-୦୧

Read More

ଭୁବନେଶ୍ବର: ପୌର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ସେହି ଅନୁସାରେ କେଉଁ ଦଳ କେତୋଟି ପୌର ଅଧ୍ୟକ୍ଷ ହାତେଇଲେ ତାହାର ଫଳାଫଳ ଦିଆଯାଇଛି। ସେହି ଅନୁସାରେ ମୋଟ ୧୦୫ ପୌର ଅଧ୍ୟକ୍ଷ ପଦବୀ ଘୋଷିତ ବିଜେଡି- ୭୩ ବିଜେପି- ୧୬ କଂଗ୍ରେସ- ୦୭ ସ୍ବାଧୀନ- ୦୯

Read More

ଭୁବନେଶ୍ବର: ଆଜି ପୌର ତଥା ମହାନଗର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ବାଜିମାତ କରିଛି। ଆଜି ସଂଧ୍ୟାରେ ନବୀନ ନିବାସରେ ଭୁବନେଶ୍ବରର ନିର୍ବାଚିତ ପ୍ରତିନିଧୀ ତଥା କର୍ମିମାନେ ସାକ୍ଷାତ କରିଥିଲେ। ଭୁବନେଶ୍ବର ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସହିତ ବିଜେଡି କରର୍ପୋରେଟରମାନେ ସାକ୍ଷାତ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଅଭିନନ୍ଦନ ଜଣାଇଥିଲେ। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ବେଶ ଭଲ ସଫଳତା ହାସଲ କରିଛି। ମୁଖ୍ୟତଃ ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମହାନଗର ମେୟର ପଦବୀ ବିଜେଡି ହାତକୁ ଯାଇଛି।

Read More

ଭୁବନେଶ୍ବର: କଟକ ମହାନଗର ନିଗମ ନିର୍ବାଚନର ଫାଳଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ସୁବାସ ସିଂହ ବିଜୟ ଲାଭ କରିଛନ୍ତି। ଦ୍ଵିତୀୟ ସ୍ଥାନରେ କଂଗ୍ରେସ ଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି। ବିଜେଡି ପ୍ରାର୍ଥୀ ସୁଵାଷ ସିଂହ ମୋଟ ୧ ଲକ୍ଷ ୧୩ ହଜାର ୫୬୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ କଂଗ୍ରେସର ଗିରିବାଳା ଵେହେରାଙ୍କ ଠାରୁ ୪୫ ହଜାର ୨୦୬ଭୋଟରେ ଜିତିଛନ୍ତି। ଗିରିବାଳା ୬୮ହଜାର ୩ଶହ ୫୬ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ଵିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୯ ହଜାର ୨ଶହ ୨୩ଖଣ୍ଡ ଭୋଟ ପାଇଛନ୍ତି। ତେବେ କଟକ ମହାନଗର ନିଗମର ୫୯ଟି ଓ୍ଵାର୍ଡରୁ ବିଜେଡ଼ି ୩୮ ଟି ଓ୍ଵାର୍ଡ ଜିତି ସିଏମସି ଦଖଲ କରିଛି। ସେହିଭଳି କଂଗ୍ରେସ ୮ଟି, ବିଜେପି ୭ଟି ଓ୍ଵାର୍ଡ ଏବଂ ୬ଟି ଓ୍ଵାର୍ଡ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍‌ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଥିଲେ ଯେ ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ସେମାନେ ସାରା ବିଶ୍ୱରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ବକପ୍‌ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି।…

Read More