Author: Samikhsya Bureau

ମେଷ ରାଶି: ଲାଭ ସୁଯୋଗ ଆସିବ। କୁବୁଦ୍ଧିର ପ୍ରଭାବ ରହିବ। ଚିନ୍ତା ଏବଂ ଟେନସନ ରହିବ। ସାଙ୍ଗମାନଙ୍କ ସହିତ ସମ୍ପର୍କ ଉନ୍ନତ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ରହିବ। କୋର୍ଟ ଏବଂ କଚେରୀ କାର୍ଯ୍ୟ ଅନୁକୂଳ ହେବ। ବିରୋଧୀମାନେ ସକ୍ରିୟ ରହିବେ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ବୃଷ ରାଶି: ବୟସ୍କଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ। ଧୈର୍ଯ୍ୟ ଧରନ୍ତୁ। ଉପକୃତ ହେବେ। ଆଶା କରାଯାଉଥିବା କାର୍ଯ୍ୟ ବିଳମ୍ବ ହେବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ। ପୁରୁଣା ରୋଗ ଅସୁବିଧାର କାରଣ ହୋଇପାରେ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ମାନସିକ ଅସ୍ଥିରତା ଦେଖାଯିବ। ମିଥୁନ ରାଶି: ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଆପଣ ସହକର୍ମୀଙ୍କ ସମର୍ଥନ ପାଇବେ। ବିନିଯୋଗ ଭଲ ହେବ। ସୁଖ ମିଳିବ। କାରବାରକୁ ଶୀଘ୍ର କରନ୍ତୁ ନାହିଁ, କ୍ଷତି ସମ୍ଭବ। ପ୍ରେମ ସଂପର୍କରେ ଅନୁକୂଳ ରହିବ। ପରିବାର…

Read More

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣ ଏହାକୁ ସହଜରେ ପୂରଣ କରିପାରିବେ। କୋଟିପତି ହେବାକୁ ହେଲେ ଆପଣଙ୍କୁ ସଠିକ୍ ଯୋଜନା ଏବଂ ବିନିଯୋଗ ପାଇଁ ସଠିକ୍ ଯୋଜନା କରିବା ଆବଶ୍ୟକ। ଯେକୌଣସି କାର୍ଯ୍ୟ ସଫଳ କରିବା ପାଇଁ ଯୋଜନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। କୋଟିପତି ହେବାକୁ ଚାହୁଁଥିଲେ, ଆପଣଙ୍କୁ ସଠିକ୍ ରଣନୀତି ଅନୁସରଣ କରିବା ଉଚିତ୍। ଆଜିର ସମୟରେ ଆପଣ ବ୍ୟବସ୍ଥିତ ବିନିଯୋଗ ମାଧ୍ୟମରେ କୋଟିପତି ହୋଇପାରିବେ। ଆମେ ଆପଣଙ୍କୁ କହିବୁ ଯଦି ଆପଣ ପ୍ରତିଦିନ କେବଳ ୩୦ ଟଙ୍କା ଜମା କରିବେ ଅର୍ଥାତ ଏକ ମାସରେ କେବଳ ୯୦୦ ଟଙ୍କା ଜମା କରି କୋଟି ପତି ହୋଇପାରିବେ। ଆସନ୍ତୁ ଜାଣିବା ଏହା କିପରି ସମ୍ଭବ- ଯଦି ଆପଣଙ୍କର ବୟସ ୨୦ ବର୍ଷ, ତେବେ ଆପଣଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୩୦ ଟଙ୍କା ସଞ୍ଚୟ କରିବାକୁ ପଡିବ। ଯଦି ଆପଣ କ୍ରମାଗତ ଭାବରେ ଏହା…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଦୁଇଦିନିଆ ଗୁଜୁରାଟ ଗସ୍ତ ବେଳେ ତାଙ୍କ ମାଆ ହୀରାବେନ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୋଦି ଗାନ୍ଧୀନଗରରେ ଥିବା ନିଜ ବାସଭବନକୁ ଯାଇ ପ୍ରଥମେ ମାଆଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ଏଥିସହିତ ସେ କିଛି ସମୟ ମାଆଙ୍କ ପାଖରେ ବସିଥିଲେ। ଏହାପରେ ଉଭୟ ଭୋଜନ ମଧ୍ୟ କରିଥିଲେ। ନିକଟରେ ପାଞ୍ଚୋଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଚାରୋଟି ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ପରେ ମୋଦି ଗୁଜୁରାଟ ଗସ୍ତ କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ମାସରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବ। ତା ପୂର୍ବରୁ ମୋଦିଙ୍କର ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ପରିସରରେ ପାଳିତ ହୋଇଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ବିଡ଼ିଓ ଡ଼ା ସୁଷମା ବାରିକଙ୍କ ପୌରାହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ବ୍ଲକ ସଭାଗୃହ ପରିସରରେ ପାଳିତ ହୋଇଯାଇଛି। ମହିଳାମାନେ ସମ୍ପ୍ରତି ସମାଜର ପ୍ରଗତିରେ ମୁଖ୍ୟ ଭୂମିକା ନିଭାଉଥିବା ବେଳେ କୌଣସି କ୍ଷେତ୍ରରେ ପୁରୁଷଙ୍କ ଠାରୁ କମ ନୁହନ୍ତି। ତେଣୁ ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଅବସରରେ ଆଜି ଦୁଇ ମହିଳା ସାଥିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ହରିପୁର ଗ୍ରାମ ପଞ୍ଚାୟତର ମିତା ମହାପାତ୍ର ଏବଂ କଳକଳେଶ୍ଵର ଗ୍ରାମ ପଞ୍ଚାୟତର ବାସନ୍ତୀ ବେହେରାଙ୍କୁ ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ କରାଯାଇଛି। ଉକ୍ତ ଦୁଇ ମହିଳା ନିଜ ନିଜ ପଞ୍ଚାୟତରେ ବହୁ ମହିଳା ହିତାଧିକାରୀଙ୍କୁ ମନରେଗା ଯୋଜନାରେ ଯୋଡିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି। ତତ ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ମଧ୍ୟ ନିଭାଇଛନ୍ତି। ସମଗ୍ର ଚିଲିକା ବ୍ଲକର ମହିଳାମାନଙ୍କ…

Read More

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆଇଆଇସି ଉମାକାନ୍ତ ସାହୁ। ଥାନା ପରିସରକୁ ସରସ ସୁନ୍ଦର କରିବା ସହ ନାଗରିକମାନଙ୍କ ସହ ପୋଲିସର ସମ୍ପର୍କ ସୁଦୃଢ କରିବା ପାଇଁ ହାତକୁ ନେଇଛନ୍ତି ଏକାଧିକ ପଦକ୍ଷେପ। ଉମାକାନ୍ତ ସାହୁ ଗତବର୍ଷ ଡିସେମ୍ବର ୯ ତାରିଖରେ ଧରାକୋଟ ଆଇଆଇସି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ତେବେ ମାତ୍ର ୩ ମାସ ମଧ୍ୟରେ ଥାନାର ରୁପରେଖ ବଦଳାଇଦେଇଛନ୍ତି। ଥାନାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସାଧରଣତଃ ଥାନାକୁ ଯିବା ପାଇଁ ନାଗରିକ ମାନେ ଭୟ କରୁଥିବା ବେଳେ ଧରାକୋଟ ଥାନା ପରିସରକୁ ଛୁଟୁଛି ବର୍ତ୍ତମାନ ନାଗରିକଙ୍କ ସୁଅ। ତେବେ ଥାନାକୁ ଅଭିଯୋଗ ଉଦ୍ଦେଶ୍ୟରେ ନାଇଁ ମନୋରଞ୍ଜନ ଉଦ୍ଦେଶ୍ୟରେ ଯାଉଛନ୍ତି ନାଗରିକ ମାନେ। ଖବର ମୁତାବକ ଧରାକୋଟ ଥାନାକୁ ପୂର୍ବରୁ ବହୁତ କମ ଅଭିଯୋଗକାରି ଆସୁଥିଲେ।  ତେବେ ପୋଲିସ ଭୟରେ ହେଉ କିମ୍ବା ଅନ୍ୟ କେଉଁ କାରଣରୁ ହେଉ ଜନସାଧାରଣଙ୍କ ବିଶ୍ୱାସଭାଜନ ହେଇପାରୁନଥିଲା ପୋଲିସ। ଶ୍ରୀ…

Read More

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛି। ଏହି ଉତ୍ସବ ଉପଲକ୍ଷେ ରବିନ୍ଦ୍ର ଭବନ ଲନ୍‌ ଠାରେ ‘ଜନଜାତି ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା, ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। ବିଶିଷ୍ଟ ବଲ୍‌ତି କବି ଅଖୋନେ ଅଜଗର ଅଲି ବଶରତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ସାହିତ୍ୟ ଉତ୍ସବ ସନ୍ଧ୍ୟାରେ କପର୍ନିକସ୍‌ ମାର୍ଗସ୍ଥିତ କମନୀ ପ୍ରେକ୍ଷାଳୟ ଠାରେ ୨୪ ଜଣ ଲେଖକଙ୍କୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପୁରସ୍କାର ଗ୍ରହଣ କରିଥିଲେ। ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ବିଜେତାମାନଙ୍କୁ ପୁରସ୍କାର…

Read More

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷେପଣାସ୍ତ୍ର ଅବତରଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ସରକାରୀ ପ୍ରତିକ୍ରିୟା ଦେଇଛି। ଏହାର ଜବାବରେ ସେ କହିଛନ୍ତି, “ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ହେତୁ ଘଟିଛି ଏବଂ ଏହା ଘଟଣାରେ ଗଭୀର ଅନୁତାପ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୯ ତାରିଖରେ ନିୟମିତ ମରାମତି କାର୍ଯ୍ୟ ସମୟରେ ବୈଷୟିକ ତ୍ରୁଟି ହେତୁ ଏହି କ୍ଷେପଣାସ୍ତ୍ରଟି ହଠାତ୍ ଫାୟାର ହୋଇଯାଇଥିଲା। ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡିଛି। ଏହା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଏହା ଏକ ଆଶ୍ବସ୍ତିକର ବିଷୟ ଯେ, ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତର ଦୂତାବାସ ପ୍ରଭାରୀକୁ ସମନ କରିଛି। ଭାରତୀୟ ସୁପରସୋନିକ୍…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି। ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ। ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି। ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି। ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି। ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ପୌର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି। ମୁଖ୍ୟତଃ ଏଠାରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଚାରରେ ଆଗୁଆ ରହିଛି ବିଜେଡି। ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ମିଟୁ ନାୟକ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିଜେପିରୁ ଅଧ୍ୟକ୍ଷ ପଦବୀ ପାଇଁ ନନ୍ଦ କିଶୋର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି। ଉଭୟ ପ୍ରାର୍ଥୀ ନିଜ ନିଜ ଦଳକୁ ଜିତାଇବା ପାଇଁ ଦିନ ରାତି ଏକ କରୁଥିବା ବେଳେ ପ୍ରଚାର କ୍ଷେତ୍ରରେ ବିଜେଡିର ମିଟୁ ନାୟକ ଆଗୁଆ ଥିବା ଦେଖାଯାଇଛି। ପୁର୍ବରୁ ବିଜେଡିର ୧୨ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଥିବା ବେଳେ ଦଳ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛି। ବାଣପୁର ପଞ୍ଚାୟତ ସମିତି ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା…

Read More

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବାଂଲାଦେଶର ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ୍ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୋଆର ପ୍ରୋଚାନସେଲର ପ୍ରଫେସର ଅମିତ ବାନାର୍ଜି ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ବାନାର୍ଜି ଭାରତ – ବାଂଲାଦେଶ ମଧ୍ୟରେ ଥିବା ସୁସମ୍ପର୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥି ସହିତ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୋଆର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ପ୍ରଫେସର ବାନାର୍ଜି। ଏହି କାର୍ଯ୍ୟକ୍ରମରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସରିନ୍ ଅଖତର କହିଥିଲେ ଯେ, ଯେଉଁ ଦିନ ଏକ ସଶକ୍ତ ନାରୀ ପୁରୁଷର ସମକକ୍ଷ ହୋଇ ସମାଜର ବିକାଶରେ ଭାଗୀଦାର ହୋଇପାରିବ ସେହି ଦିନ ହିଁ ଲିଙ୍ଗଗତ ସମାନତା ହାସଲ ହୋଇପାରିବ। ଏହି ଅବସରରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳ ସଚିବ ପ୍ରଫେସର ଏସ୍‌.ଏମ୍‌. ମନିରୁଲ୍ ହାସନ୍ ଭାରତୀୟ ଜ୍ଞାନ ପରଂପରାରେ…

Read More

ଭୁବନେଶ୍ୱର: ଯେକୌଣସି ଦାୟିତ୍ୱକୁ ସମ୍ଭାଳିବାର ଦକ୍ଷତା ଓ ସାମର୍ଥ୍ୟ ମହିଳାମାନଙ୍କର ରହିଛି ଏବଂ ସେମାନେ ଏହାକୁ ସୁଚାରୁରୂପେ ସଂପାଦନ କରିପାରିଥାନ୍ତି। ଏଭଳି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା। ଶିକ୍ଷା ଓ ଅନୁସନ୍ଧା (ସୋଆ) ପକ୍ଷରୁ ମଙ୍ଗଳବାର ଆୟୋଜିତ ଦୁଇ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମରେ ଏହା ପ୍ରକାଶ କରିଛନ୍ତି ଶ୍ରୀମତି ଚୋପ୍ରା। ସେ ନାରୀ ହେଉ କିମ୍ବା ପୁରୁଷ ସବୁ ମଣିଷଙ୍କ ନିକଟରେ ଆତ୍ମବିଶ୍ୱାସ ରହିବା ନିତାନ୍ତ ଆବଶ୍ୟକ ବୋଲି ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଚୋପ୍ରା ଏହା କହିଛନ୍ତି। ବର୍ତ୍ତମାନ ସମୟରେ ମହିଳାମାନେ ମଧ୍ୟ ପୁରୁଷ ମାନଙ୍କ ଭଳି ଏକ ସାଂଗରେ ଅନେକ ଗୁଡିଏ କାର୍ଯ୍ୟ ତୁଲାଇବାରେ ସକ୍ଷମ। ତେଣୁ ଲିଙ୍ଗଗତ ବୈଷମ୍ୟତା ରଖି ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉଚିତ୍ ନୁହେଁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଆକ୍ରମଣରେ ବହୁ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବା ବେଳେ ହାତୀକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଯେତେଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି। ଆଜି ଦିନ ଦି ପହରରେ ହିତସରା ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତିକୁ ହାତୀ ଦଳିଚକଟି ଦେଇଥିବା ଖବର ହସ୍ତଗତ ହୋଇଛି। ବେସରକାରୀ ସୁତ୍ରରୁ ଜଣାପଡିଛି ଯେ, ହିତସରା ଗ୍ରାମର ଦୟାନିଧି ସାହୁ (୬୫) ଏବଂ ତାଙ୍କ ପୁତୁରା ସୁଦାମ ସାହୁ ରାଇଲ ଗ୍ରାମର ନିଜ ସଂପର୍କିୟଙ୍କ ଘରକୁ ବାହାଘର କାମରେ ଯାଇଥିଲେ। ଆଜି ରାଇଲରୁ ଗୋରୁ ଧରି ଫେରୁଥିବା ବେଳେ ଦୟାନିଧି ହାତୀ ହାବୁଡରେ ପଡିଯାଇଥିଲେ। ଦୟାନିଧିଙ୍କୁ ହାତୀ ଆକ୍ରମଣ କରିବାରୁ ସେ ଗୁରତର ହୋଇପଡିଥିଲେ। ତାଙ୍କ ସାଥିରେ ଥିବା ପୁତୁରା ସୁଦାମ ସାହୁ ହାତୀ ଠାରୁ ଅଳ୍ପକେ ବଂଚିଯାଇଥିଲେ। ସେ ହାତୀ କବଳରୁ ଘରକୁ ବହୁ କଷ୍ଟରେ ଆସି ସବୁ କଥା କହିବାରୁ ପରିବାର ଲୋକେ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ ୨ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଏକ ସୂଚନାରେ କହିଛି ଯେ, ଏହି ପରୀକ୍ଷା ଏପ୍ରିଲ ୨୬ ତାରିକରୁ ଆରମ୍ଭ ହେବ। ଦଶମ ପରୀକ୍ଷା ଜୁନ୍ ୨୪ ତାରିଖରେ ଶେଷ ହେବ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁନ୍ ୧୫ ତାରିଖରେ ଶେଷ ହେବ। କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା, ଯାହା ଛାତ୍ରଛାତ୍ରୀଙ୍କ ଅଧ୍ୟୟନକୁ ପ୍ରଭାବିତ କରିଥିଲା। ଏପରି ପରିସ୍ଥିତିରେ, ଉଭୟ ଶ୍ରେଣୀର ପ୍ରାୟ ସମସ୍ତ ବିଷୟ ମଧ୍ୟରେ ସିବିଏସ୍ଇ ଅଧିକ ବ୍ୟବଧାନ ପ୍ରଦାନ କରିଛି। ଏଥିସହ ବୋର୍ଡ ଆହୁରି ମଧ୍ୟ କହିଛି ଯେ, ଯେଉଁଠାରେ ବ୍ୟବଧାନ ଥାଏ, ଏହିପରି ପରୀକ୍ଷାକୁ ପରବର୍ତ୍ତୀ ସମୟରେ ରଖାଯାଇଥାଏ, ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ। ସିବିଏସ୍ଇ ବିବୃତ୍ତିରେ କୁହାଯାଇଛି…

Read More

ଭୁବନେଶ୍ବର: କରୋନା ପୃଥିବୀ ପୃଷ୍ଠକୁ ଆସି ଅନେକଙ୍କୁ କଲବଲ କରି ମାରି ସାରିଲାଣି। ବର୍ତ୍ତମାନ ସମସ୍ତେ କରୋନାକୁ ନେଇ ଘରେ ଆତଙ୍କିତ ଅବସ୍ଥାରେ। ଏସବୁ ଭିତରେ କରୋନାକୁ ନେଇ ଘଟିଯାଉଥିବା କିଛି କିଛି ଘଟଣା ଅନେକ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ସେସବୁକୁ ନେଇ ଏହି ଭିନ୍ନ ଉପସ୍ଥାପନା… (୧) ତିନିବର୍ଷ ହେଲାଣି କ୍ଲାସ’ର ସବୁ ପରୀକ୍ଷାରେ ୪୦% ରୁ ୫୦% ନମ୍ବର ରଖୁଥିବା ପୁଅ ଏଇବର୍ଷ କ୍ଲାସଟେଷ୍ଟରେ ୯୫% ନମ୍ବର ରଖିଥିବା ଦେଖି ଖୁସିରେ ଉଛୁଳି ପଡି ମା କହୁଥିଲେ, “ଦେଖିଲ ? ମୁଁ କହୁ ନ ଥିଲି, ଆମ ପୁଅ ଭଲ ପଢୁଛି ଓ ପରୀକ୍ଷାରେ ବି ଠିକ୍ ଲେଖୁଥିବ। ଏଇ ସାର୍, ଦିଦିଗୁଡାକ ରାଗ ରଖି ଆମ ପୁଅକୁ କମ୍ ନମ୍ବର ଦେଉଥିଲେ।” ବାପା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ଅଧିକ ମାର୍କ ଆଗରୁ କାହିଁକି ଆଣୁ ନ ଥିଲା?” “ଆମ ପୁଅ, କ୍ଳାସରେ ସାର୍, ଦିଦିମାନଙ୍କ…

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି ଜୀବନ…

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ମୁଖ୍ୟତଃ ଆଠଟି ଦିଗ ବିଷୟରେ ଜ୍ଞାନ ଦେଇଥାଏ। ଘରେ ଥିବା ନକାରାତ୍ମକ ଶକ୍ତିକୁ ହଟାଇବା ପାଇଁ ପ୍ରତିକାର ବାସ୍ତୁ ଶାସ୍ତ୍ରରେ ଅଛି। ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। କିନ୍ତୁ କିଛି ଜିନିଷ କିମ୍ବା ଘରର ବାସ୍ତୁ ତ୍ରୁଟିକୁ ଅଣଦେଖା କଲେ ଘରେ ଉପସ୍ଥିତ ଥିବା ଲକ୍ଷ୍ମୀ ମା’ କ୍ରୋଧିତ ହୁଅନ୍ତି। ଏପରି ପରିସ୍ଥିତିରେ, କିଛି ଜିନିଷକୁ ଧ୍ୟାନରେ ରଖି ଆପଣ ଲକ୍ଷ୍ମୀ ମା’ଙ୍କୁ ଖୁସି କରିପାରିବେ। ଯଦି ଘରର କିମ୍ବା କାର୍ଯ୍ୟାଳୟର ବାସ୍ତୁ ଖରାପ, ତେବେ ସେହି ସ୍ଥାନରେ ଲୋକଙ୍କ ଉନ୍ନତି ବନ୍ଦ ହୋଇଯାଏ ଏବଂ ଅର୍ଥର ଅଭାବ ଦେଖାଯାଏ। ତେଣୁ, ବସ୍ତୁର ଉପାୟ ଗ୍ରହଣ କରି, ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ ଏବଂ ଧନରେ ପରିପୂର୍ଣ୍ଣ ହୋଇପାରିବେ। ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି। ଯେଉଁଥିପାଇଁ ସେମାନେ ଖୁସି ହୋଇ ଜଣେ ବ୍ୟକ୍ତିଙ୍କୁ ଧନୀ କରନ୍ତି।…

Read More

ଜୀବନ ଶୈଳୀ: ଅନେକ ଥର ଏହା ଘଟେ ଯେ ଆମେ ଅତ୍ୟଧିକ କ୍ରୋଧିତ ହୋଇଥାଉ, ଯାହା ଆମ ନିୟନ୍ତ୍ରଣ ବାହାରେ। କ୍ରୋଧ କିମ୍ବା ଅତ୍ୟଧିକ ଚିନ୍ତା ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖାଯାଏ ଏବଂ ଯେତେବେଳେ ଏହି ଜିନିଷଗୁଡ଼ିକ ବସ୍ ବାହାରେ ଯିବା ଆରମ୍ଭ କରେ। ଏଭଳି ପରିସ୍ଥିତିରେ ଉଦାସୀନତାର ସମସ୍ୟା ମଧ୍ୟ ହୋଇପାରେ। ଅନେକ ଥର ଆମେ କ୍ରୋଧିତ ନହେବା ପାଇଁ ଚେଷ୍ଟା କରିଥାଉ ଏବଂ କ୍ରୋଧିତ ହେବା ସମୟରେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଇଥାଉ। ଯାହାଫଳରେ ଆମର ଅନେକ କ୍ଷତି ଘଟିଥାଏ। ଏପରି କିଛି ଟିପ୍ସ ଗ୍ରହଣ କରି କ୍ରୋଧକୁ ନିୟନ୍ତ୍ରଣ କରିହେବ। ଆସନ୍ତୁ ଜାଣିବା… କ୍ରୋଧକୁ କିପରି ନିୟନ୍ତ୍ରଣ କରିବେ? ମନକୁ ନକାରାତ୍ମକ ଚିନ୍ତାଧାରା ଯୋଗୁଁ ଆମେ ହତାଶାର ଶିକାର ହେବା ଆରମ୍ଭ କରିଥାଉ ଏବଂ ଫଳସ୍ୱରୂପ, ଆମେ କ୍ରୋଧିତ ହେବା କିମ୍ବା ଆମର ପ୍ରିୟଜନଙ୍କ ସହିତ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା…

Read More

ଭୁବନେଶ୍ବର: ରାଜ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଦଶମ ପରୀକ୍ଷା ବିଷୟରେ ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଘୋଷଣା କରିଛନ୍ତି। ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ମୂଲ୍ୟାୟନ ବିଷୟରେ ସେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ମାସ ୨୯ ତାରିଖରେ ପରୀକ୍ଷା କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରୀକ୍ଷା ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଫଲାଇନ ମୋଡରେ ପରୀକ୍ଷା କରାଯିବ। ସମ୍ମେଟିଭ-୨ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ନିଜ ସ୍କୁଲରେ ପରୀକ୍ଷା କରାଯିବ ଏବଂ ଅନ୍ୟ ସ୍କୁଲର ଶିକ୍ଷକଙ୍କ ତତ୍ବାବଧାନରେ ଏହି ପରୀକ୍ଷା କରାଯିବ। ଯେଉଁ ସ୍କୁଲରେ ପରୀକ୍ଷା ପାଇଁ ସୁବିଧା ନଥିବ, ସେହି ସ୍କୁଲର ପିଲାମାନେ ପାଖ ସ୍କୁଲରେ ପରୀକ୍ଷା ଦେଇପାରିବେ। ଦିନକୁ କେବଳ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ପାଞ୍ଚଟି ରାଜ୍ୟ ମଧ୍ୟରୁ ୪ ଟିରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପିର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଦୁକୁ ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନର ଫଳାଫଳ ସହିତ ଏହାକୁ ସଂଯୋଗ କରି ଲୋକମାନେ ଏହାକୁ ଦେଖୁଛନ୍ତି ଏବଂ ୨୦୨୪ ରେ ମଧ୍ୟ ବିଜେପି ଆସିବା କଥା କହୁଛନ୍ତି। କିନ୍ତୁ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଥିରେ ସହମତ ନୁହଁନ୍ତି। ସେ ଏହା ବିଷୟରେ ଆଉ କିଛି ଭାବନ୍ତି। ଆସନ୍ତୁ ଜାଣିବା, ତାଙ୍କର ମତ କ’ଣ? ଏହି ଫଳାଫଳକୁ ଦେଖି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ୨୦୨୪ ମସିହାରେ ଭାରତ ପାଇଁ ପ୍ରକୃତ ଯୁଦ୍ଧ ହେବ ଏବଂ ଭବିଷ୍ୟତ ନିର୍ଦ୍ଧାରଣ ହେବ। ୨୦୨୪ର ଯୁଦ୍ଧ କୌଣସି ରାଜ୍ୟର ଫଳାଫଳ ଦ୍ୱାରା ସ୍ଥିର…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ପ୍ରଦର୍ଶନ ସତ୍ତ୍ୱେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ରାଜ୍ୟର ୧୧ ଜଣ ମନ୍ତ୍ରୀ ପରାଜୟର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ବିଜେପି ପ୍ରାର୍ଥୀ କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି ସମର୍ଥିତ ଡା. ପଲ୍ଲଭି ପଟେଲଙ୍କ ଠାରୁ ୭ ହଜାର ୩୩୭ ଭୋଟରେ ପରାସ୍ତ ହୋଇଛନ୍ତି। ପଲ୍ଲବୀ ପଟେଲ ହେଉଛନ୍ତି ଅପନା ଦଳର ଜାତୀୟ ଉପାଧ୍ୟକ୍ଷ। ମୌର୍ଯ୍ୟଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କ ଆଖୁ ମନ୍ତ୍ରୀ ସୁରେଶ ରାଣା ୧୦ ହଜାରରୁ ଅଧିକ ଭୋଟରେ ଏସପି ସମର୍ଥିତ ରାଷ୍ଟ୍ରୀୟ ଲୋକ ଦଳର ଅଶ୍ରଫ ଅଲି ଖାନଙ୍କ ଠାରୁ ପରାସ୍ତ ହୋଇଇଛନ୍ତି। ଏଥି ସହିତ ବରେଲି ଜିଲ୍ଲାର ବହେଡି ବିଧାନସଭା ଆସନରୁ ରାଜ୍ୟ ମନ୍ତ୍ରୀ ଛତ୍ରପାଲ ସିଂ ଗାଙ୍ଗୱାର ୩ ହଜାର ୩୫୫ ଭୋଟରେ ସମାଜବାଦୀ ପାର୍ଟିର ଉଟାଉରହମାନଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଯୋଗୀ ନେତୃତ୍ୱାଧୀନ ସରକାରରେ ଗ୍ରାମ୍ୟ ଉନ୍ନୟନ…

Read More

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି ଏବଂ ବିଜେପି ରାଜ୍ୟର ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ବିଜେପି ସର୍ବାଧିକ ୨୦ ଟି ଆସନ ପାଇଛି। କିନ୍ତୁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇ ନାହିଁ। ଗୋଆରେ ସଂଖ୍ୟାଗରିଷ୍ଠତା ପାଇଁ ୨୧ ଟି ଆସନ ଆବଶ୍ୟକ। ଫଳାଫଳ ଘୋଷଣା ପରେ ଗୋଆ ବିଜେପି ସଭାପତି ସଦାନନ୍ଦ ଶେତ ତନୱଡେ ଏକ ବଡ ଦାବି କରିଛନ୍ତି। ତାଙ୍କ କହିବାନୁସାରେ, ତିନି ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି ଏବଂ ଏହା ସହିତ ବିଜେପିର ମୋଟ ଆସନ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ତେବେ ବିଜେପି ସରକାର ଗଠନ ଦାବି ମଧ୍ୟରେ ମତଭେଦ ଥିବା ଖବର ରହିଛି। ଗୋଆରେ, ବିଜେପି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାୟକ କ୍ଷମତା ଗଠନ ପାଇଁ ମହାରାଷ୍ଟ୍ର ଗୋମାନ୍ତକ ପାର୍ଟି (ଏମଜିପି) ର ସମର୍ଥନ ନେଇ ନିଜର ପ୍ରତିବାଦ କରିଛନ୍ତି। ସୂଚନା…

Read More