Author: Samikhsya Bureau

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୪୦୩ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟି ଦ୍ଵିତୀୟ ସ୍ଥାନରେ ଅଛି। ସେହିଭଳି ବହୁଜନ ସମାଜବାଦୀ ପାର୍ଟି ତୃତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସର ପୁଣିଥରେ ଚତୁର୍ଥ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ମୋଟ ଆସନ ୪୦୩/୪୦୩ (ଗଣତି): ବିଜେପି- ୨୭୪ ସମାଜବାଦୀ ପାର୍ଟି- ୧୨୦ ବହୁଜନ ସମାଜବାଦୀ ପାର୍ଟି- ୫ କଂଗ୍ରେସ- ୩ ଅନ୍ୟାନ୍ୟ- ୧

Read More

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କଡା ପ୍ରତିବନ୍ଧକ ହେତୁ ନିକଟରେ ନିର୍ବାଚନର ସମ୍ମୁଖୀନ ହୋଇଥିବା ପାଞ୍ଚଟି ରାଜ୍ୟରେ 85 ଲକ୍ଷ ଲିଟର ମଦ ଜବତ କରାଯାଇଛି। ଏହି ରାଜ୍ୟଗୁଡିକ ମଧ୍ୟରୁ ପଞ୍ଜାବରୁ ସର୍ବାଧିକ ମଦ ଜବତ କରାଯାଇଛି, ଯାହା ସମୁଦାୟ ଉଦ୍ଧାର ହୋଇଥିବା ମଦର 70 ପ୍ରତିଶତ ଅଟେ। ନିର୍ବାଚନ ଆୟୋଗ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ 575.39 କୋଟି ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଛି। ନିର୍ବାଚନ ସମୟରେ ନଗଦ, ମଦ, ନିଶା ଦ୍ରବ୍ୟ, ମାଗଣା ଉପହାର ଏବଂ ମୂଲ୍ୟବାନ ଧାତୁର ଗତିବିଧି ଯାଞ୍ଚ କରିବା ପାଇଁ ନିର୍ବାଚନ ଆୟୋଗ ସ୍ଵତନ୍ତ୍ର ଟିମ ନିୟୋଜିତ କରିଥିଲେ। ପାଞ୍ଚଟି ରାଜ୍ୟରେ ନିର୍ବାଚନ ସମୟରେ ଜବତ ହୋଇଥିବା ସାମଗ୍ରୀର ମୋଟ ମୂଲ୍ୟ ହେଉଛି 1,061.87 କୋଟି, ଯାହାକି 2017 ମସିହାରେ ପାଞ୍ଚଟି ରାଜ୍ୟରେ ହୋଇଥିବା ନିର୍ବାଚନ ସମୟରେ 299.84 କୋଟି ଟଙ୍କା ଜବତ ହୋଇଥିବା ସମସ୍ତ ସାମଗ୍ରୀର…

Read More

କନ୍ଦର୍ପ ଜେନା ରେଢାଖୋଲ: ବାମରା ବନ୍ୟପ୍ରାଣୀ ବନଖଣ୍ଡ ଦ୍ୱାରା ବାଲିଆମ ଗ୍ରାମ ବିସ୍ଥାପିତଙ୍କ ପାଇଁ ସରକାରଙ୍କ ପକ୍ଷରୁ ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଖଳାଶୁଣୀ ଅଭୟାରଣ୍ୟରେ ବିନ୍ଦୁଦେବ ଭୋଇ, ଶୁଦ୍ର ଭୋଇ, ସିନ୍ଧୁ ଭୋଇ ତିନୋଟି ପରିବାର ରହୁଥିବା ବେଳେ ସେମାନଙ୍କୁ ବିଭାଗ ପକ୍ଷରୁ ବିସ୍ଥାପିତ କରାଯାଇ ସେମାନଙ୍କ ପାଇଁ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ତିନୋଟି ନୂତନ ଗୃହ ନିର୍ମାଣ କରାଯାଇଥିଲା। ତେବେ ଆଜି ଫାଲଗୁନି ସାରଥୀ ମଲ୍ଲିକ ଡିଏଫଓ ବାମରା ବନ୍ୟପ୍ରାଣୀ ବନଖଣ୍ଡ , ଉପଜିଲ୍ଲାପାଳ ପବିତ୍ର ବେହେରା, ଏସିଏଫ ଯତିନ୍ଦ୍ର ବେହେରା, ତହସିଲଦାର ସୁକାନ୍ତ କୁମାର ନାଏକ ପ୍ରମୁଖ ନୂତନ ଗୃହ ଉଦଘାଟନ କରିଥିବା ବେଳେ ରେଂଜର ରବିନ କିସକୋ, ଫରେଷ୍ଟର ଭୁବନେଶ୍ୱର ପାଣି, ଅନୁରାଧା ଖର୍ସେଲ, ଫରେଷ୍ଟ ଗାର୍ଡ ନିହାର ରଂଜନ ବଡପଣ୍ଡା, ପଦ୍ମଲୋଚନ ବଡଗୋଚ୍ଛିଆ, ଅଶୋକ କିଶାନ ପ୍ରମୁଖ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ତିନୋଟି ପରିବାରଙ୍କୁ ନୂତନ ଗୃହ ସମେତ ୧୦…

Read More

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନାକୁ ଭୟ କରି ଦେଶବାସୀଙ୍କ ପାଇଁ କିଛି ଆଶ୍ଵସ୍ତି ମିଳିବାର ଖବର ରହିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ବ୍ୟାରେଲ ପିଛା ୧୩୦ ଡଲାରରୁ ଅଧିକ କାରବାର କରୁଥିବା ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୧୧ ଡଲାରକୁ ଖସି ଆସିଛି। ଅଶୋଧିତ ତୈଳ ମୂଲ୍ୟରେ ବଡ ହ୍ରାସ: ବ୍ରେଣ୍ଟ ଫ୍ୟୁଚର ଉପରେ ଅଶୋଧିତ ତୈଳର ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୧୧୧ ଡଲାରରେ ପହଞ୍ଚିଛି। ବାସ୍ତବରେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଯାହା ତୈଳ ଉତ୍ପାଦନକାରୀ ଦେଶ ସଂଗଠନ (ଓପିଟିସିସି) ର ସଦସ୍ୟ ଅଟେ, ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବ। ଯଦି ଏହା ଘଟେ, ଏହା ଯୋଗାଣର ଅଭାବ ପୂରଣ କରିବାରେ ସାହାଯ୍ୟ କରିବ। କାରଣ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୨୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୩ ବୌଦ୍ଧ ଜିଲ୍ଲାରୁ- ୮ କଟକ ଜିଲ୍ଲାରୁ- ୮ ଦେବଗଡ ଜିଲ୍ଲାରୁ- ୧ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୧୬ ଗଞ୍ଜାମ ଜିଲ୍ଲାରୁ- ୭ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୩ ଝାରସୁଗୁଡା ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୨ କେନ୍ଦ୍ରପଡା ଜିଲ୍ଲାରୁ- ୭ ଖୋର୍ଦ୍ଧା ଜିଲ୍ଲାରୁ- ୧୪ ମୟୂରଭଞ୍ଜ ଜିଲ୍ଲାରୁ- ୧ ନବରଙ୍ଗପୁର ଜିଲ୍ଲାରୁ- ୬ ନୂଆପଡା ଜିଲ୍ଲାରୁ- ୧ ରାୟଗଡା…

Read More

ନୂଆଦିଲ୍ଲୀ: ଆଜି ଗୋଆ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୪୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ  ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ଗୋଆ ମୋଟ ଆସନ ୪୦/୪୦ (ଗଣତି): ବିଜେପି- ୧୯ କଂଗ୍ରେସ- ୧୪ ଟିଏମସି- ୦୪ ଆପ- ୦୧ ଅନ୍ୟ- ୦୨

Read More

ନୂଆଦିଲ୍ଲୀ: ଆଜି ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୬୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ  ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ ଅନ୍ୟ ଦଳଗୁଡିକ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଉତ୍ତରାଖଣ୍ଡ ମୋଟ ଆସନ ୬୦/୬୦ (ଗଣତି): ବିଜେପି- ୨୯ ଅନ୍ୟ- ୨୨ କଂଗ୍ରେସ- ୦୯

Read More

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ  ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ଉତ୍ତରାଖଣ୍ଡ ମୋଟ ଆସନ ୭୦/୬୫ (ଗଣତି): ବିଜେପି- ୩୯ କଂଗ୍ରେସ- ୨୧ ଅନ୍ୟ- ୦୫

Read More

ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୧୧୭ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ ଆଦମି ପାର୍ଟି  ଆଗୁଆ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ସେହିଭଳି ଶିରୋମଣି ଅକାଳୀ ଦଳ ତୃତୀୟ ସ୍ଥାନରେ ଥିବା ବେଳେ ବିଜେପି ଚତୁର୍ଥ ସ୍ଥାନରେ ରହିଛି। ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ କିଏ ଆଗେ ରହିବ ଏବଂ କିଏ ରହିବ ପଛେ, ତାହା ସ୍ପଷ୍ଟ ହେବ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଆମ ଆଦମି ପାର୍ଟି କୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖାଯାଉଛି। ଯଦି ଏଭଳି ଟ୍ରେଣ୍ଡ ରହିବ, ତେବେ ପ୍ରଥମ ଥର ପାଇଁ ପଞ୍ଜାବରେ ଏକ ନୂଆ ଦଳ ସରକାର ଗଠନ କରି ଇତିହାସ ରଚିବ। ପଞ୍ଜାବ ମୋଟ ଆସନ ୧୧୭/୧୦୭ (ଗଣତି): ଆମ ଆଦମି ପାର୍ଟି- ୭୫ କଂଗ୍ରେସ- ୧୮ ଅକାଳୀ ଦଳ+-…

Read More

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୪୦୩ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟି ଦ୍ଵିତୀୟ ସ୍ଥାନରେ ଅଛି। ସେହିଭଳି ବହୁଜନ ସମାଜବାଦୀ ପାର୍ଟି ତୃତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସର ପୁଣିଥରେ ଚତୁର୍ଥ ସ୍ଥାନରେ ରହିଛି। ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ କିଏ ଆଗେ ରହିବ ଏବଂ କିଏ ପଛରେ ରହିବ, ତାହା ସ୍ପଷ୍ଟ ହେବ। ଯୋଗୀ ଆଦିତ୍ୟନାଥ ସରକାର ପୁନର୍ବାର ସରକାର ଗଠନ କରିବାରେ ସଫଳ ହେବେ ନା ଅଖିଲେଶ ଯାଦବ ସରକାର ଗଠନ କରିବେ ତାହା ଦେଖିବା ବାକି ରହିଲା। ଉତ୍ତରପ୍ରଦେଶ ମୋଟ ଆସନ ୪୦୩/୨୫୭ (ଗଣତି): ବିଜେପି- ୧୬୫ ସମାଜବାଦୀ ପାର୍ଟି- ୮୨ ବହୁଜନ ସମାଜବାଦୀ ପାର୍ଟି- ୫ କଂଗ୍ରେସ- ୩ ଅନ୍ୟାନ୍ୟ- ୨

Read More

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାକୁ ପ୍ରେରଣା ଦିଏ। ଚାଣକ୍ୟ ନୀତି ମଧ୍ୟ ଅନ୍ଧକାରରେ ଆଲୋକ ଦେଖାଇବା ପାଇଁ କାର୍ଯ୍ୟ କରେ। ହତାଶା ଏବଂ ନିରାଶା ଦୂର କରିବାରେ ଚାଣକ୍ୟ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର କାରଣ ହେଉଛି ଏତେ ବର୍ଷ ପରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତିର ପ୍ରାସଙ୍ଗିକତା ରହିଆସିଛି। ବିଶ୍ୱାସ କରାଯାଏ ଯେ, ଆଜି ବି ବହୁ ସଂଖ୍ୟକ ଲୋକ ଚାଣକ୍ୟ ନୀତି ଅଧ୍ୟୟନ କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ଭାରତର ସର୍ବୋତ୍ତମ ପଣ୍ଡିତମାନଙ୍କ ମଧ୍ୟରେ ଅନ୍ଯତମ। ବିଶ୍ୱାସ କରାଯାଏ ଯେ ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ନୁହେଁ ଅନେକ ବିଷୟ ଉପରେ ଜ୍ଞାନ ଥିଲା। ଚାଣକ୍ୟ ତାଙ୍କ ସମୟର ବିଶ୍ୱ ପ୍ରସିଦ୍ଧ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ଅର୍ଥନୀତି ସହ କୂଟନୀତି, ରାଜନୀତି ବିଜ୍ଞାନ ଇତ୍ୟାଦି ବିଷୟଗୁଡିକରେ ଆଚାର୍ଯ୍ୟ ଚାଣକ୍ୟଙ୍କର ଜ୍ଞାନ ଥିଲା। ଏହା ସହିତ, ମଣିଷକୁ…

Read More

ଭୁବନେଶ୍ବର: ଓଡିଶା ପୌର ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପକ୍ରିୟା ଶେଷ ହୋଇଛି। ଏଥିରେ ମୋଟ ଶହେ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଛି। ବିଭିନ୍ନ କାରଣରୁ ଏହି ନାମାଙ୍କନ ପତ୍ରକୁ ନିର୍ବାଚନ କମିଶନର ନାକଚ କରିଛନ୍ତି। ସେମାନଙ୍କ ମଧ୍ୟରେ 22 ଜଣ ମେୟର ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ରହିଛନ୍ତି। ସେହିପରି 78 ଜଣ କରପୋରେଟର ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଛି। ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟର ସୂଚନା ଅନୁସାରେ ବର୍ତ୍ତମାନ ମେୟର ଏବଂ ଅଧ୍ୟକ୍ଷ ପାଇଁ 671 ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଛି। ସେହିପରି ମୋଟ 6381 ଜଣ କରର୍ପୋରେଟର ଏବଂ କାଉନସିଲର ପ୍ରାର୍ଥୀପତ୍ର କାୟମ ରହିଛି।

Read More

ବାସ୍ତୁଶାସ୍ତ୍ର ଟିପ୍ସ: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌।…

Read More

ନୂଆଦିଲ୍ଲୀ: ୨୦୨୨ ମସିହାରେ ପ୍ରଥମ ଗ୍ରହଣ ଭାବରେ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ପଞ୍ଚାଙ୍ଗ ଅନୁଯାୟୀ, ପ୍ରଥମ ସୂର୍ଯ୍ୟ ଗ୍ରହଣ ଏପ୍ରିଲ ୩୦ ତାରିଖ ୨୦୨୨ ରେ ହେବ। ଏହି ସୂର୍ଯ୍ୟ ଗ୍ରହଣ ଏକ ଆଂଶିକ ଚନ୍ଦ୍ରଗ୍ରହଣ ବୋଲି ବିଶ୍ୱାସ କରାଯାଏ। ପ୍ରଥମ ସୂର୍ଯ୍ୟ ଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି। ରାଶିଫଳ: ସୂର୍ଯ୍ୟ ଗ୍ରହଣର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ଦେଖାଯିବ। ରାଶି ସହିତ ଦେଶ ଏବଂ ବିଶ୍ୱକୁ ସୂର୍ଯ୍ୟ ଗ୍ରହଣ ପ୍ରଭାବିତ କରେ ବୋଲି ବିଶ୍ୱାସ କରାଯାଏ। ଏହି ରାଶିଗୁଡିକ ଏପ୍ରିଲ ମାସରେ ସୂର୍ଯ୍ୟ ଗ୍ରହଣ ଏକ ସ୍ୱତନ୍ତ୍ର ବିବେଚନା କରାଯାଏ। ଆସନ୍ତୁ ଜାଣିବା ଏହି ରାଶିର ରାଶିଫଳ। ମେଷ ରାଶି- ଏପ୍ରିଲ୍ ମାସରେ ପ୍ରଥମ ସୂର୍ଯ୍ୟ ଗ୍ରହଣ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ଆପଣଙ୍କ ସ୍ଵଭାବ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। କ୍ରୋଧ ଏବଂ ଅହଂକାରକୁ ଏଡ଼ାଇବାକୁ ପଡ଼ିବ।…

Read More

ନୂଆଦିଲ୍ଲୀ: ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବିଧାନସଭା ଭୋଟ ଗଣନା ଗୁରୁବାର ସକାଳେ ଆରମ୍ଭ ହେବ। ଏହି ଭୋଟ୍ ଗଣନା ସକାଳ ୮ଟାରେ ଆରମ୍ଭ କରାଯିବ। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ପାଇଁ ନିଆଯିବ ଏବଂ ଏହା ସମାପ୍ତ ହେବା ପର୍ଯ୍ୟନ୍ତ ଜାରି ରହିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭର ୩୦ ମିନିଟ ପରେ ଇଭିଏମ୍ ପାଇଁ ଭୋଟ୍ ଗଣନା ସକାଳ ୮ଟା ୩୦ ରେ ଆରମ୍ଭ କରାଯିବ। ପ୍ରତ୍ୟେକ ରାଉଣ୍ଡ ଗଣନା ପରେ, ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଫଳାଫଳର ଟ୍ୟାବୁଲେସନ୍ କରାଯିବ। ଏହା ପର୍ଯ୍ୟବେକ୍ଷକ ଅଧିକାରୀଙ୍କ ଦସ୍ତଖତ ସହିତ ଏକ କପି ପ୍ରାର୍ଥୀମାନଙ୍କ ଏଜେଣ୍ଟଙ୍କୁ ପ୍ରଦାନ କରାଯିବ। ଗୋଟିଏ ରାଉଣ୍ଡ ଫଳାଫଳ ଘୋଷଣା ପରେ, ବିସ୍ତୃତ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ରାଉଣ୍ଡର ଗଣନା ପାଇଁ ନିଆଯିବ। ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଦସ୍ତଖତ ପାଇବା ପରେ ଡାକ ବାଲାଟ ଫଳାଫଳ ମଧ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରଦାନ କରାଯିବ। ଏହି ଗଣନା…

Read More

ମେଷ ରାଶି- ବକ୍ତବ୍ୟରେ ସଂଯମତା ରଖି ମନକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ଅନ୍ୟପକ୍ଷରେ, ପୁରୁଣା ନିବେଶ ଲାଭ ପାଇପାରନ୍ତି। ଯେଉଁମାନେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି, ସେମାନଙ୍କ ପାଇଁ ଶୁଭ ଅଟେ, ଚାକିରିରେ ଚାଲିଥିବା ପ୍ରୟାସରେ ସଫଳତା ପାଇବେ। ଅଳଙ୍କାର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବହୁତ ଯତ୍ନବାନ ହେବା ଉଚିତ, କାରଣ ବର୍ତ୍ତମାନ କ୍ଷତି ହେବାର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନେ ଶ୍ରେଣୀ ଅଧ୍ୟୟନ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ, ନଚେତ୍ ସେମାନେ ମନରଖିଥିବା ବିଷୟ ଭୁଲିପାରନ୍ତି। ସ୍ୱାସ୍ଥ୍ୟ ପାଇଁ, ତେଲିଆ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ବୟସ୍କମାନଙ୍କୁ ସମ୍ମାନ କରିବାକୁ ପଡ଼ିବ, ଯଦି ସମ୍ଭବ, ସେମାନଙ୍କୁ ଏକ ଉପହାର ଦିଅନ୍ତୁ। ବୃଷ ରାଶି- ସମସ୍ତଙ୍କ ସହ ସମାନତାର ଭାବନା ରହିବା ଆବଶ୍ୟକ। ଅନ୍ୟ ପଟେ, ଯେଉଁମାନେ ଟାର୍ଗେଟ୍ ଆଧାରରେ କାମ କରନ୍ତି ସେମାନେ ସରକାରୀ କାର୍ଯ୍ୟ ସହ ଜଡିତ ନୂତନ କାର୍ଯ୍ୟ ପାଇପାରିବେ। ବ୍ୟବସାୟ ବଢାଇବା ପାଇଁ କିଛି ବିଶେଷ ବ୍ୟକ୍ତିଙ୍କଠାରୁ…

Read More

କଟକ: ଆଜି ସଂଧ୍ୟାରେ କଟକ ଛତ୍ରବଜାରସ୍ଥିତ ପୋଲ ଭୁଷୁଡି ପଡିଛି। ସେଠାରେ ଥିବା ମାଟି ଅତଡା ଖସିପଡିବାରୁ ତା ତଳେ ଦୁଇଜଣ ଶ୍ରମିକ ପୋତି ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେମାନଙ୍କୁ ମୃତ୍ୟ ଘୋଷଣା କରାଯାଇଛି। ଆଉ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ଖବର ପ୍ରଚାର ହେବା ପରେ ଓଡ୍ରାଫ ଟିମ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସେଠାରେ ଜିଲ୍ଲାପାଳ ଏବଂ ସିଏମସି କମିଶନର ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଏହି ପୋଲ ଭୁଷୁଡିଲା ତାହା ଜଣାପଡି ନାହିଁ। ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ 3 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଗୁରୁତର ହୋଇପଡିଥିବା ବ୍ୟକ୍ତିଙ୍କ ଭଲ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହୋଇଛନ୍ତି। ଦୁଇ ନେତା ୟୁକ୍ରେନରେ ଦେଖା ଦେଇଥିବା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ତୁରନ୍ତ ଯୁଦ୍ଧବିରତି ସୁନିଶ୍ଚିତ କରିବା ସହିତ କୂଟନୀତି ଓ ଆଲୋଚନା ମାର୍ଗକୁ ଫେରିବାର ଆବଶ୍ୟକତା ରହିଛି ବୋଲି ସହମତି ପ୍ରକାଶ କରିଥିଲେ। ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସୁବିଧା ଓ ସହାୟତା ଯୋଗାଇ ଦେଇଥିବାରୁ ମହାମହିମ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନିଜର ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଅର୍ବାନ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ଚାହିଁଲେ ନିଜର ଡାକ୍ତରୀ ପାଠପଢ଼ା ହଙ୍ଗେରୀରେ ଜାରି ରଖିପାରିବେ। ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରସ୍ତାବକୁ ସାଦରେ ଗ୍ରହଣ କରିବା ସହିତ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ। ଦୁଇ ନେତା…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ପଂଚାୟତର ଝାରବେଡା ଗ୍ରାମରେ ୨ ନାବାଳିକାକୁ ମିଥ୍ୟା ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ଅପହରଣ କରିଥିଲା। ସୂଚନା ଅନୁସାରେ ଝାରବେଡା ଗ୍ରାମର ସୁଶାନ୍ତ ନାଏକ (ଝାରୁ) ୨୮ ବର୍ଷ ମିଥ୍ୟା ବିବାହର ପ୍ରତିଶୃତି ଦେଇ ୨ ନାବାଳିକାକୁ ଗତ ୬ ତାରିଖରେ ଅପହରଣ କରି ନେଇଯାଇଥିଲା। ଏ ନେଇ ଗତ ୮ ତାରିଖ ସକାଳେ ସଂପୃକ୍ତା ନାବାଳିକାର ବାପା ଶଙ୍କର ମୁଣ୍ଡା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ନାକଟିଦେଉଳ ପୋଲିସ ଅନୁସନ୍ଧାନ କରି ଦେବଗଡ ଜିଲ୍ଲାରୁ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବା ସହ ୨ ନାବାଳିକା ଝିଅକୁ ଉଦ୍ଧାର କରିଥିବା ଜଣା ପଡିଛି। ତେବେ ନାବାଳିକା ଦୁଇ ଜଣଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ନାକଟିଦେଉଳ ଥାନାରେ କେସ ନଂ ୫୧/୨୨ ରେ ୩୬୩ ,୩୬୬,୩୭୬ (୨) ଆଇପିସି ଧାରାରେ ମାମଲା ରୁଜୁ କରିଥିବା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଏକ ବଡ଼ ଡକାୟତ ଯୋଜନା ପଣ୍ଡ କରିଛି। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ନବୀନବାଗ ଅଞ୍ଚଳରେ ୫ ରୁ ୬ ଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଭାରପ୍ରାପ୍ତ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୋହମଦ ରଜାକ, ରାଜୁ ଖାନ, ନିଲୁ ବେହେରା, କାହ୍ନ ବେହେରା ଓ କାର୍ତ୍ତିକ ପ୍ରଧାନ। ପୋଲିସ ସେମାନଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ, ୫ ଜୀବନ୍ତ ଗୁଳି, ଗୋଟାଏ କାର, ମଦ ବୋତଲ, ଖଣ୍ଡା, ଲୁହା ରଡ଼ ଏବଂ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧିନସ୍ଥ ଉଗ୍ରତାରା ଛକରେ ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଗୋଛପଡ଼ା ଥାନା ଅନ୍ତର୍ଗତ କାଲିମୁଣ୍ଡା ଗ୍ରାମର ବିବଚ୍ଛ ଦିଗଲ (୪୫) ଏବଂ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗ୍ରାମର ଚିତ୍ତରଞ୍ଜନ ଶ୍ରୀଚନ୍ଦନ (୫୦)। ଉଭୟଙ୍କ ନିକଟରୁ ସମୁଦାୟ ୧୪.୬୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।  ତେବେ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।

Read More