Author: Samikhsya Bureau

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ସର୍ବପ୍ରଥମେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପରେ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡକ୍ଟର ତନୟା ମହାନ୍ତି, ଏନଏବିଏମ୍‌ର ଅତିରିକ୍ତ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ) କଳ୍ପନା ପରିଡ଼ା, ବ୍ରେକ୍ ଥ୍ରୁ ଇଣ୍ଡିଆର ବରିଷ୍ଠ ପ୍ରବନ୍ଧକ ରୁକ୍ମିଣୀ ପଣ୍ଡା, ଆରଓବି ଆକାଉଣ୍ଟସ ଅଫିସର ନର୍ମଦା ରାଉତରାୟ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ପର ଠାରୁ ଦେଶର ପ୍ରଗତି ପାଇଁ ମହିଳାମାନଙ୍କର…

Read More

ଭୁବନେଶ୍ୱର: ସରଦେଇପୁର-ବାଲିପାଟଣା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ପୁରଣପ୍ରଧାନସ୍ଥିତ ମଞ୍ଜରୀ ଦେବୀ କଲେଜ ଅଫ ନର୍ସିଂ ଏବଂ କ୍ୟାପିଟାଲ ଏକାଡ଼େମୀ ଅଫ ନର୍ସିଂ କଲେଜ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ କଲେଜ ପରିସରରୁ ଏକ ପଦଯାତ୍ରା ବାହାରି ଉତ୍ତରାଛକ ପର୍ଯ୍ୟନ୍ତ ଯାଇଥିଲେ। ଉକ୍ତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ଼ ଧରି ମହିଳା ସଶକ୍ତିକରଣ ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା, ନିରାପତ୍ତା ନେଇ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ପ୍ରାରମ୍ଭରେ ଉଭୟ କଲେଜର ପ୍ରତିଷ୍ଠାତା ତଥା ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପତାକା ହଲାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାସ, ମଞ୍ଜରୀ ଦେବୀ କଲେଜର ଅଧ୍ୟକ୍ଷା ଡ. ସି. ରେବତୀ, କ୍ୟାପିଟାଲ ଏକାଡ଼େମୀ ଅଫ ନର୍ସିଂ କଲେଜର ଅଧ୍ୟକ୍ଷା ଲିଜା ସ୍ୱାଇଁ ଏବଂ ଡ.…

Read More

ଭୁବନେଶ୍ୱର: ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ସମ୍ବାଦପତ୍ର ମୁମ୍ବାଇ ଓଡ଼ିଆ ସମାଜର ଡ଼ିଜିଟାଲ ସଂସ୍କରଣ ‘MOS LIVE’ର ଲୋକାର୍ପଣ ହୋଇଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉତ୍କଳ ସାମ୍ବାଦିକ ଭବନ, ଭୁବନେଶ୍ୱରଠାରେ ଆୟୋଜିତ ସମାରୋହରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ‘MOS LIVE’ର ଲୋଗୋ ଉନ୍ମୋଚନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଦୀର୍ଘ ୧୨ ବର୍ଷ ହେବ ମୁମ୍ବାଇ ଓଡ଼ିଆ ସମାଜ ସମ୍ବାଦପତ୍ର ଯେଭଳି ମୁମ୍ବାଇ ଓଡ଼ିଶା ସହ ସାମାଜିକ, ସାଂସ୍କୃତିକ ଓ ଭାଗବତ ସମ୍ପର୍କ ବଜାୟ ରଖିଆସୁଛି, ସେହିଭଳି ଭାବେ ‘MOS LIVE’ ଡ଼ିଜିଟାଲ ଏସବୁକୁ ତ୍ୱରାନ୍ୱିତ କରିବାରେ କାମ କରିବ ବୋଲି ଏହାର ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର କହିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହାର ଶୁଭାରମ୍ଭ ହୋଇଥିବାରୁ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣ ବିଶିଷ୍ଟ ମହିଳାଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା।

Read More

ନୂଆଦିଲ୍ଲୀ: ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୪୧୦ ଜଣ ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା  ପ୍ରାୟ ୧୮ ହଜାର  ଭାରତୀୟମାନଙ୍କୁ ଫେରାଇ ଅଣାସରିଛି। ୭୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଏବେସୁଦ୍ଧା ଫେରିଥିବା ମୋଟ ଭାରତୀୟମାନଙ୍କ ସଂଖ୍ୟା ୧୫ ହଜାର ୫୨୧ରେ ପହଞ୍ଚିଛି। ଏଥିପୂର୍ବରୁ, ଅପରେସନ ଗଙ୍ଗା ଅଧୀନରେ ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୩୨ ଟନ ରିଲିଫ ସାମଗ୍ରୀ ପଠାଯାଇଛି। ଭାରତକୁ ଆସିଥିବା ବେସାମରିକ ବିମାନ ମଧ୍ୟରେ ବୁକାରେଷ୍ଟରୁ ୨୧ଟି ବିମାନ ଜରିଆରେ ୪୫୭୫ ଜଣ ଯାତ୍ରୀଙ୍କୁ ଅଣାଯାଇଛି। ସୁଚେଭାରୁ ୯ଟି…

Read More

ଭୁବନେଶ୍ୱର: ସିଟି ବ୍ଲକ ଏବଂ କିଟ୍‌ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୩ ତାରିଖ ଠାରୁ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ କିଟ୍ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ଖେଳାଳୀମାନଙ୍କୁ ଜର୍ସ ଉନ୍ମୋଚନ ହୋଇଥିଲା ଏବଂ ବିଶ୍ୱ ମହିଳା ଦିବସ ଅବସରରେ ଆନ୍ତର୍ଜାତିକ ମହିଳା ଫୁଟବଲ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅତିଥି ଭାବେ ବୈଜୟନ୍ତୀ ସାହୁ, ରୁଚି ମସଲା ଏମ୍‌ଡ଼ି ଡଃ ଶରତ ସାହୁ, ଆନ୍ତର୍ଜାତିକ ଗଲଫର ଲଖି ସ୍ୱାଇଁ, ଡଃ ସୌର୍ଯ୍ୟରଞ୍ଜନ ପରିଜା, କଣ୍ଠଶିଳ୍ପୀ ସୌରଭ ନାୟକ, ଅଶୋକ ମହାନ୍ତି, ସତ୍ୟବ୍ରତ ରଥ, ସଙ୍ଗୀତା ଶର୍ମା, ଭାଗ୍ୟଧର ଜଗଦେବ, ସାମ୍ବାଦିକ ସତ୍ୟ ମିଶ୍ର, ମହମ୍ମଦ ସହିଦ ଜବାର, ସହଦେବ ରାଉତ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ପ୍ରଥମା ପ୍ରିୟଦର୍ଶିନୀ, ଜବାମଣି ଟୁଡ଼ୁ, ଗୀତାଞ୍ଜଳି ଖୁଣ୍ଟିଆ, ଆଲୋଚନା ସେନାପତି, ମମତା ମହାନ୍ତି, ମମତାଜ ବେଗମ, ସିଟିକ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।…

Read More

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଶିକ୍ଷାବିତ୍ ଡଃ ନିବେଦିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେଣ୍ଟ ଜାଭିୟର ସତ୍ୟନଗର ସ୍କୁଲ୍‌ର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା କହିଲେ ଯେ, ଆଜି ମଧ୍ୟ ସମାଜରେ ସ୍ତ୍ରୀ ପୁରୁଷର ଭେଦଭାବ ଯେଉଁ ମା’ ଜନ୍ମଦାତ୍ରୀ ତା’ଉପରେ ଅତ୍ୟାଚାର ଏବେବି ସର୍ବସମ୍ମୁଖରେ ହେଉଛି। ମା’ମାନେ ସର୍ବଂସହା ନହୋଇ ନିଜ ଅଧିକାରକୁ ସାବ୍ୟସ୍ତ କରିବାର ଆବଶ୍ୟକତା ରହିଛି। ବିଶିଷ୍ଟ ବକ୍ତା ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ମାତୃଜାତିର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ନିବେଦିତା ପଟ୍ଟନାୟକଙ୍କୁ କ୍ଲବର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରୋଟାରିୟାନ ଏଲୋରା ରାୟ ସ୍ୱାଗତ ଭାଷଣ ଓ ଲିଲିମା…

Read More

ଭୁବନେଶ୍ୱର: କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ଅଗ୍ରଗଣ୍ୟ ଜନନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ହେମାନନ୍ଦ ବାବୁଙ୍କ ଜୀବନୀ, ରାଜନୀତି ଓ ସାମାଜିକ ଆନ୍ଦୋଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଗତ ଫେବୃୟାରୀ ୨୫ ତାରିଖ ସନ୍ଧ୍ୟାରେ ସମ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା। ସେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମାଞ୍ଚଳର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ା ଗ୍ରାମରେ ସେ ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ୧ ଡ଼ିସେମ୍ବର, ୧୯୩୯ରେ ଜନ୍ମଗ୍ରହଣ କରିଥିଲେ। ମାତା ତ୍ରିମଣି ବିଶ୍ୱାଳ ଓ ପିତା ବାସୁଦେବ ବିଶ୍ୱାଳଙ୍କ ସେ ତୃତୀୟ ସନ୍ତାନ ଥିଲେ। ବିଦ୍ୟାଳୟ ଶିକ୍ଷା ଗ୍ରହଣ ସମୟରୁ ତାଙ୍କର ବହୁମୁଖି ପ୍ରତିଭାର ସଙ୍କେତ ମିଳିଥିଲା। ସେ କ୍ରୀଡ଼ା, କଳା,…

Read More

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଏବଂ ସହଯୋଗୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିିଳା ଦିବସ ପାଳନ ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ଶ୍ୟାମାମଣୀ ଦେବୀ, ପ୍ରଖ୍ୟାତ ସାହିତ୍ୟିକା ସରୋଜିନୀ ସାହୁ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ପାତ୍ରପଡ଼ାସ୍ଥିତ ହୋଟେଲ ତାଜ୍ ବିବାନ୍ତରେ ଅନୁଷ୍ଠିତ ହୋଇଯାଇଛି। ମାନସିକ ସ୍ୱାସ୍ଥ୍ୟ, ନିଶା ମୁକ୍ତି ତଥା ନାରୀ ସଶକ୍ତୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଓ ପ୍ରାୟ ୨୦ ଲକ୍ଷ ଭାରତୀୟ ମହିଳାଙ୍କୁ ଆର୍ଥିକ ସାହାଯ୍ୟ କରି ଆସୁଥିବା ସହଯୋଗୀ ସଂସ୍ଥା ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ର ମିଳିତ ସହଯୋଗରେ ଅ।।ୟୋଜତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଦୀପ୍ତି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ନପୂର୍ଣ୍ଣା ଫାଇନାନ୍ସର…

Read More

ଭୁବନେଶ୍ୱର: ଭୁବନେଶ୍ୱର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳାଦିବସ ପାଳିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନ ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସ୍, ଓଲିଉଡ଼ ସିନେ ଅଭିନେତ୍ରୀ ମାମା ସାମଲ ଓ ଅଭିନେତା ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ମହିଳାଦିବସ ସମ୍ପର୍କରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ ସୁଭାଷ ଚନ୍ଦ୍ର ନାୟକ, ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ପ୍ରଫେସର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚଇନିଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Read More

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ ଉପସ୍ଥିତିରେ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ମହିଳା କାରୀଗର, ବନ ଧନ ହିତାଧିକାରୀ ଏବଂ ଜୀବିକା ସୁଯୋଗ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହାଇବ୍ରିଡ୍‌ ମୋଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଉପଲବ୍ଧି ହାସଲ କରିଥିବା ୭୫ ଜଣ ସଫଳ ଆଦିବାସୀ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଆଦିବାସୀ ସମୁଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା ଦିଗରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ମରଣିକା ଓ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା। ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜର ଆଦିବାସୀ ମହିଳାମାନଙ୍କ ସହିତ କଥା ହୋଇଥିଲେ।…

Read More

ଭୁବନେଶ୍ବର: ପୂର୍ବ ତଟ ରେଳପଥ ସହିତ ଏହାର ମହିଳା କଲ୍ୟାଣ ସଂଗଠନର ମିଳିତ ଆନୁକୂଲ୍ୟରେ ରେଳବାଇ ଅଡିଟୋରିୟମ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଆଲୋଚନାଚକ୍ର “ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲି ପାଇଁ ଦାୟିତ୍ୱଭାର ସମ୍ଭାଳିବା” ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚିତ ହୋଇଥିଲା ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥର ପ୍ରମୁଖ ଟେଲିକମ ଓ ସାଙ୍କେତିକ ଯନ୍ତ୍ରୀ ଏସ୍ ମାଙ୍ଗା ଭି ରେଳପଥର ମହିଳା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ, ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ସୁନାମଧନ୍ୟ ଆଣିପାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମୂଲ୍ୟବାନ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସିଗନାଲ୍ ଆଣ୍ଡ ଟେଲିକମ୍ ଏବଂ ରେଳ ସୁରକ୍ଷା…

Read More

ଭୁବନେଶ୍ବର: ପୃଥିବୀ ଗୋଟେ ବନ୍ଧନ। ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ। ନାରୀର ଏଇ ସଂସାରର ଯାତ୍ରା – କିଶୋର ରୁ ଯୌବନ, ଆଉ ଯୌବନରୁ ପରିପକ୍ଵ ବୟସ ଯାଏ ଏହି ଗୀତରେ ଉପସ୍ଥାପନା କରାଯାଇଛି।  ନୂଆ ମଣିଷକୁ ସଂସାରକୁ ଆଣେ ନାରୀ। ଜୀବନକୁ ପ୍ରତି ମୁହୁର୍ତ୍ତରେ ଉତ୍ସବରେ ପରିଣତ କରେ ନାରୀ। ଏହି ସଂସାରର ମର୍ମ ବୁଝେ ସେ। ଜୀବନର ଗଭୀର ଦର୍ଶନକୁ ନିଜ ଭିତରେ ଅନୁଭବ କରେ। ବନ୍ଧନ ଭିତରେ ରହି ମୁକ୍ତ ହବାର ସ୍ୱାଦ ଜଣେ ସେ। ନାରୀ ମନର ସେଇ ସବୁ ନରମ, ଗଭୀର, ମୁକ୍ତ, ପରିପକ୍ବ ଇଛାର ପ୍ରକାଶ କରାଯାଇଛି ଏହି ସଂଗୀତରେ।  ଯାହାକୁ ଆମେ ଆପଣମାନଙ୍କୁ ଭେଟି ଦଉଚୁ ଏଇ ଆନ୍ତର୍ଜାତିକ ମହିଳା ଦିବସରେ। କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠଦାନ କରିଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ, ଗୀତିକାର ଅଛନ୍ତି…

Read More

ଭୁବନେଶ୍ବର: କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଛି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍  ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ନୂତନ ଭାବେ ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ ସାଗତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ଚାନ୍‌ସେଲର୍ ପ୍ରଫେସର ଡି.ପି. ରାୟ ସେମାନଙ୍କର ସଫଳତା କାମନା କରିଛନ୍ତି। ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରି ମାନବିକତା ଓ ନୈତିକତାର ସହ ଉତମ ଡାକ୍ତର ଭାବେ ସମାଜର ସେବା କରିବା ପାଇଁ ପ୍ରଫେସର ରାୟ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟସେବାକୁ ଏକ ମହାନ ପେସା ଭାବେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ପେସା ଦ୍ୱାରା ସମାଜର କଲ୍ୟାଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ସୁଯୋଗ ମିଳିପାରିବ। ଡାକ୍ତରୀ ଶିକ୍ଷା ଗ୍ରହଣ କରିବା ନିମନ୍ତେ ସେମାନେ ଖୁବ୍ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନକୁ ବାଛିଛନ୍ତି। ତେଣୁ ସେମାନଙ୍କୁ କେବେ ବି ଏ ନେଇ ପଶ୍ଚାତାପ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଶାଳିଆ ଡ୍ୟାମ ଠାରେ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ସଂଯୁକ୍ତ ରାଷ୍ଟ୍ର ସଂଘ ପକ୍ଷରୁ ୧୯୭୫ରେ ମହିଳା ଦିବସ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଲା ପରେ ପ୍ରତି ବର୍ଷ ଏକ ନୂଆ ବିଚାର ଥିମ୍ କୁ ନେଇ ମହିଳା ଦିବସ ପାଳନ ହୋଇ ଆସୁଛି। ଚଳିତ ବର୍ଷର ଥିମ୍ ଥିଲା ‘ଜେଣ୍ଡର ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବଲ ଟୁମୋରୋ’। କିନ୍ତୁ ଭାରତରେ ଲିଙ୍ଗୀକ ସମାନତା ଏକ ଅସମ୍ଭବ ପ୍ରଶ୍ନ ପରି ଲାଗୁଛି। ବିଶ୍ଵ ଆର୍ଥିକ ଫୋରମ୍ ର ଜେଣ୍ଡର ଗ୍ୟାପ ରିପୋର୍ଟ ଅନୁସାରେ ଭାରତ ୧୪୦ସ୍ଥାନ କୁ ଖସି ମହିଳାଙ୍କ ସ୍ଥିତି ଦର୍ଶାଇ ସାରିଛି। ମହିଳା ଦିବସ ର ପ୍ରାରମ୍ଭିକ ଇତିହାସ ମହିଳା ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଥିଲା ଯେଉଁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: କୋଭିଡ୍ ଟୀକା ଦାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଙ୍ଗୀର ସୁଜାତା ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ସୁଜାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୁଜାତାଙ୍କୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଛନ୍ତି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଜାତା ପ୍ରଧାନ ଅସ୍ଥାୟୀ ଭାକ୍ସିନେଟର ଭାବେ କାର୍ଯ୍ୟରତ ଅଛନ୍ତି। ଟାଙ୍ଗୀ ବ୍ଲକରେ ଜନ ସାଧାରଣଙ୍କୁ ମୋଟ ୧ ଲକ୍ଷ ୩୦ ହଜାର କୋଭିଡ୍ ଡୋଜ୍ ଦିଆଯାଇଥିବା ବେଳେ ଲୋକମାନଙ୍କୁ ସୁଜାତା ଏକାକୀ ୫୦ ହଜାର ଡୋଜ୍ କୋଭିଡ୍ ଟୀକା  ଦେଇଥିବା ଜଣା ପଡିଛି। ଟାଙ୍ଗୀ ବ୍ଲକରେ ୧୦ ଜଣ ଭାକ୍ସିନେଟର କାର୍ଯ୍ୟ କରୁଥିବା ବେଳେ ସୁଜାତା ଏକାକୀ ୫୦ ହଜାର ଡୋଜ୍ ଟୀକା ଦେଇଥିବା ଜଣା ପଡିଛି। ଏହା ସହ କୋଭିଡ୍ ସମୟରେ ତାଙ୍କର ନିଷ୍ଠା ସାହସ ବେଶ୍ ପ୍ରଶଂସନୀୟ। ସେଥିପାଇଁ ତାଙ୍କୁ ଆଜି…

Read More

ଭୁବନେଶ୍ବର: ଛଅଟି ରାଜ୍ୟରେ 13 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଏହି ନିର୍ବାଚନ ଆସନ୍ତା ମାର୍ଚ୍ଚ 31 ତାରିଖରେ ହେବ। ଏହି ରାଜ୍ୟଗୁଡ଼ିକ ହେଉଛି ଆସାମ, ପଂଜାବ, ହିମାଚଳ ପ୍ରଦେଶ, କେରଳ, ତ୍ରିପୁରା ଏବଂ ନାଗାଲାଣ୍ଡ। ଏ ବାବଦରେ ବିଜ୍ଞପ୍ତି ଚଳିତ ମାସ 14 ରେ ପ୍ରଦାନ କରାଯିବ। ଆୟୋଗ କହିଛନ୍ତି ଯେ ପଞ୍ଜାବରୁ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ସିଟ୍ ମଧ୍ୟରୁ ତିନୋଟି ଆସନରେ ଗୋଟିଏ ନିର୍ବାଚନ ହେବ। ଅନ୍ୟ ଦୁଇଟି ଭିନ୍ନ ଏକ ନିର୍ବାଚନ ମାଧ୍ୟମରେ ପୂରଣ ହେବ କାରଣ ଏହି ସିଟ୍ ଦୁଇଟି ବର୍ଷୀୟା ବର୍ଗରେ ରହିଛି।

Read More

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଆମ ଜୀବନର ଜୀବନଶୈଳୀ ମଧ୍ୟ ବହୁତ ବଦଳି ଯାଇଛି। ଲୋକମାନେ ଅଧିକ ଡିଜିଟାଲ୍ ଉପାୟ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରିବାକୁ ପସନ୍ଦ କରନ୍ତି। ଗତ କିଛି ବର୍ଷ ମଧ୍ୟରେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ୟୁପିଇ ପେମେଣ୍ଟ, ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦିର ବ୍ୟବହାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ କ୍ରେଡିଟ କାର୍ଡର ବ୍ୟବହାର ବହୁତ ବୃଦ୍ଧି ପାଇଛି। କମ୍ପାନୀ ମଧ୍ୟ ଲୋକଙ୍କୁ ଅନେକ ଆକର୍ଷଣୀୟ ଅଫର ଦେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ଦୁଇଟି କମ୍ପାନୀର କ୍ରେଡିଟ କାର୍ଡ ରଖନ୍ତି। ଦୁଇଟି କ୍ରେଡିଟ୍ କାର୍ଡ ଥିବା ଉପରେ ଏହାର ଅନୁସନ୍ଧାନରେ ଆର୍ଥିକ ବିଷୟ ଗବେଷଣା କମ୍ପାନୀ ଇନଭେଷ୍ଟୋପିଡିଆ ଜାଣିବାକୁ ପାଇଛି ଯେ, ଏକରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଦ୍ୱାରା ଆପଣଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର ଅନୁପାତ ଉପରେ ପ୍ରଭାବ ପଡିପାରେ। ସୂଚନାଯୋଗ୍ୟ ଯେ, ବାସ୍ତବରେ, ଆପଣ ଆପଣଙ୍କର…

Read More

ସ୍ୱାସ୍ଥ୍ୟ ଟିପ୍ସ: ବେଳେବେଳେ ସ୍ୱାଦ ହେତୁ ଆମେ ଅଧିକ ଖାଇଥାଉ। ଏହା ପେଟରେ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ। ଅନେକ ଥର ଖାଦ୍ୟରେ ବ୍ୟାଘାତ, ବସିବା ଏବଂ ଦିନସାରା କାମ କରିବା କିମ୍ବା ଅଧିକ ଚା’ ପିଇବା କାରଣରୁ ଗ୍ୟାସର ସମସ୍ୟା ଦେଖାଯାଏ। କିଛି ଲୋକଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟରେ ପରିବର୍ତ୍ତନ କିମ୍ବା ଯାତ୍ରା ସମୟରେ ଗ୍ୟାସର ସମସ୍ୟା ଦେଖାଦେଇଥାଏ। ଭୁଲ ଖାଇବା ଅଭ୍ୟାସ ଦ୍ୱାରା ଗ୍ୟାସ ଗଠନର ସମସ୍ୟା ବୃଦ୍ଧି ପାଇଥାଏ। ଯଦି ଆପଣ ମଧ୍ୟ ଗ୍ୟାସ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ଆଜି ଆମେ ଆପଣଙ୍କୁ ୫ ଟି ଘରୋଇ ଉପଚାର ବିଷୟରେ କହୁଛୁ, ଯାହା ଦ୍ଵାରା ଆପଣ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇପାରିବେ। ୧- ଜୁଆଣୀ: ଯଦି ଆପଣଙ୍କର ଗ୍ୟାସ୍ ଅଛି, ତେବେ ସର୍ବପ୍ରଥମେ ଲୁଣ ଏବଂ ଜୁଆଣୀ ଖାଆନ୍ତୁ। ଜୁଆଣୀରେ ଥାଇମୋଲ୍ ନାମକ ଏକ ଯୌଗିକ ଥାଏ, ଯାହା ଗ୍ୟାଷ୍ଟ୍ରିକ୍ ରସକୁ କମ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। ସୋଆର ଉପସଭାପତି ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ମହିଳା ଦିବସର ପ୍ରସଙ୍ଗ ‘Gender equality today for a sustainable tomorrow’ (ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି ନିମନ୍ତେ) ଉପରେ ମତ ରଖି ଶ୍ରୀମତୀ ଦାସ କହିଥିଲେ ଯେ, ନାରୀ ବର୍ତ୍ତମାନ ଆଉ ଅବଳା ଦୁର୍ବଳା ନୁହେଁ। ତେବେ ନାରୀ ପୁରୁଷ ମଧ୍ୟରେ ସମାନତା ଆଣିବା ଓ ନାରୀକୁ ସମ୍ମାନ ଦେବା ସମ୍ପର୍କରେ ପରିବାରରେ ପିଲାମାନଙ୍କୁ ଶିକ୍ଷା ଦେବା ଜରୁରୀ ବୋଲି ସେ କହିଥିଲେ। ସେହିପରି ପ୍ରତିଷ୍ଠାତା ସଦସ୍ୟା କୁମାରୀ ନାୟକ ନାରୀମାନେ ପରସ୍ପରକୁ ସମ୍ମାନ ଦେବା ଦେଇ ଗୁରୁତ୍ୱାରୋପ କରିଥିଲେ। ନାରୀଟିଏ ଗୃହିଣୀ ହେଉ ବା କର୍ମଜୀବି…

Read More

ନୂଆଦିଲ୍ଲୀ: ୟୁକ୍ରେନର ସୁମି ସହର ଉପରେ ଋଷର ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପିଲା ମଧ୍ୟ ଅଛନ୍ତି। ଋଷର ଏହି ଆକ୍ରମଣ କିବରୁ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ସୁମି ସହରରେ ଘଟିଛି। ଏହାପୂର୍ବରୁ, ଓଖତିର୍କା ସ୍କୁଲରେ ବୋମା ପଡିବା ପରେ ଜଣେ ୭ ବର୍ଷର ୟୁକ୍ରେନ ଝିଅର ମୃତ୍ୟୁ ଘଟିଥିଲା। ଝିଅଟିର ଜେଜେବାପା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏଥିସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଭାରତ କହିଛି ଯେ, ଉଭୟ ଋଷ ଏବଂ ୟୁକ୍ରେନକୁ ବାରମ୍ବାର ନିବେଦନ କରାଯିବା ସତ୍ତ୍ୱେ ୟୁକ୍ରେନର ପୂର୍ବ ସହର ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ସୁରକ୍ଷିତ କରିଡର ସୃଷ୍ଟି କରାଯାଇ ନାହିଁ। ଫେବୃଆରୀ ୨୪ ତାରିଖରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ଉପରେ ଋଷର ଆକ୍ରମଣରୁ ଯୁଦ୍ଧ ଆରମ୍ଭ ହୋଇଥିଲା। ଋଷ ଏବଂ…

Read More