Author: Samikhsya Bureau

ଭୁବନେଶ୍ବର: ଆଜି ଓଡିଶା ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ନିର୍ବାଚନରେ କେବେ କଣ ହେବ ଜାଣନ୍ତୁ.. ପୌର, ମହାନଗର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ- ଫେବୃୟାରୀ ୨୮ ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨ ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ  : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨ ଗଣତି : ୨୬ ମାର୍ଚ୍ଚ ୨୦୨୨ ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨ ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨

Read More

ଭୁବନେଶ୍ଵର: ପୌର ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ପୁରୀ ମ୍ୟୁନିସିପାଲିଟିରେ ଏଥର ଭୋଟ ଗ୍ରହଣ ହୋଇପାରିବ ନାହିଁ। ଏଥିରେ ୪୪ ଲକ୍ଷ ଭୋଟର ମତଦାନ କରିବେ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେଣୁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ତେବେ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ। ମାର୍ଚ୍ଚ ୨ ତାରିଖରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ହେବ। ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ହେବ। ଏବଂ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ପ୍ରଥମ ଥର…

Read More

କଟକ: ଆଜି ଭିଜିଲାନସ ଜଣେ ମୋଟର ଭେଇକଲ ବିଭାଗର ଏଏସଆଇଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ଝାରସୁଗୁଡା ଜିଲ୍ଲାରେ କାଯ୍ୟ କରୁଥିବା ଏଏସଆଇ ହରେକୃଷ୍ଣ ନାୟକ। ତାଙ୍କ ନିକଟରେ ଆୟ ବହିଃଭୂତ ସଂପତ୍ତି ଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଏକ କାଳିନ ଛଅଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିରେ କଟକ, ପୁରୀ, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଖାନତଲାସ ଚାଲିଛି। ସେଗୁଡିକ ହେଲା ୧) କଟକ ମଙ୍ଗଳାବାଗ ଥାନା ଅଧିନସ୍ଥ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ ଶ୍ରୀ ନାୟକର ଏକ ଦୁଇ ମହଲା କୋଠା ୨) କୃଷ୍ଣପ୍ରସାଦ ଥାନା ଅଧିନରେ ଥିବା ତାଙ୍କ ଜନ୍ମସ୍ଥାନ ମାଲଦୁର ନୂତନ ଭାବରେ ନିର୍ମିତ କୋଠା ୩) ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକଙ୍କ ପରିବହନ କାର୍ଯ୍ୟାଳୟ ୪) ବିଜୁ…

Read More

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଗୁରୁତର ହେବାରେ ଲାଗିଛି। ଆଜି ୟୁକ୍ରେନରେ ଋଷର ଆକ୍ରମଣର ଦ୍ୱିତୀୟ ଦିନ। ଋଷର ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ରାଷ୍ଟ୍ରପତି କହିଛନ୍ତି ଯେ, ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ୟୁକ୍ରେନ ବର୍ତ୍ତମାନ ସମୟରେ ଏହାର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଅଧିକରୁ ଅଧିକ ଲୋକ ନିଜ ପରିବାର ଏବଂ ଘନିଷ୍ଠ ଲୋକଙ୍କ ଜୀବନ ବଞ୍ଚାଇବା ପରେ ଦେଶ ଛାଡିବାକୁ ଚାହାଁନ୍ତି। ଏହି ସମୟରେ, ୟୁକ୍ରେନ ସରକାର ଗୁରୁବାର ଦିନ ଋଷର ବାୟୁସେନା ଦ୍ୱାରା ଜବତ ହୋଇଥିବା କିବ୍ ର ଏକ ବିମାନବନ୍ଦରକୁ ଫେରାଇ ନେଇଥିବାର ଦାବି କରିଛି। ଏଥି ସହିତ, ଦେଶର ତିକ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୧୮-୬୦ ବର୍ଷର ସମସ୍ତ ପୁରୁଷଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି।…

Read More

ଭୁବନେଶ୍ୱର: ୨୦୧୮ ମସିହାରେ ହେବାକୁ ଥିବା ୧୦୭ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ଓ ୩ଟି ମ୍ୟୁନିିିସିପାଲ କର୍ପୋରେସନର ୧୭୫୬ଟି ୱାର୍ଡ଼ର ନିର୍ବାଚନ କରିବା ପାଇଁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୪ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଭଳି ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ରାଜ୍ୟର ୫୨ଭାଗ ଓବିସି ୧୭୫୬ଟି ୱାର୍ଡ଼ ମଧ୍ୟରୁ ୪୭୪ଟି ୱାର୍ଡ଼ କାଉନ୍‌ସିଲାର ପଦବୀ ହରାଇବେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରି ଏହାର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ପ୍ରତିନିଧି ଦଳ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରାଜ୍ୟର ନଗର ଉନ୍ନୟନ ବିଭାଗର ବିକାଶ…

Read More

ଭୁବନେଶ୍ଵର: ୨୦୨୨ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ପାଞ୍ଚଟି ପର୍ଯ୍ୟାୟ କ୍ରମରେ ସରିଯାଇଛି। ଯାହା ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖ କ୍ରମରେ ନିର୍ବାଚନ ହୋଇଥିଲା। ଫେବୃୟାରୀ ୨୬ ତାରିଖରେ ଭୋଟ ଗଣତି ହେବ ସେହିଦିନ ହିଁ ଜଣାପଡ଼ିବ ଯେ, କାହା ହାତରେ ଭାଗ୍ୟ। ଓଡ଼ିଶାର ୮୫୩ ଟି ଜିଲ୍ଲା ପରିଷଦ, ୬୭୯୪ଟି ସରପଞ୍ଚ ଓ ସମିତି ସଭ୍ୟ, ୯୧୯୧୬ଟି ୱାର୍ଡ଼ମେମ୍ବରଙ୍କ ଭାଗ୍ୟ ୩.୨୯କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି ଯାହା ଫେବୃୟାରୀ ୨୬ରେ ଜଣାପଡ଼ିବ। ସାଧାରଣତଃ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା ତେଣୁ ଫେବୃୟାରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଯାହା ୨୦୦ ଜିଲ୍ଲା ପରିଷଦ, ୧୬୬୯ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨୩୭୯ ୱାର୍ଡ଼ମେମ୍ବର, ଫେବୃୟାରୀ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ୧୮୬ ଜିଲ୍ଲା ପରିଷଦ,୧୫୧୪ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୦୪୩୬ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ…

Read More

ଭୁବନେଶ୍ୱର: ରୁଷିଆ ୟୁକ୍ରେନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏହି ଅକ୍ରମଣରେ ଏପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ଲୋକ ମରିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୮ଟି ଯୁଦ୍ଧ ବିମାନ ଖସି ପଡ଼ିଥିବାର ଖବର ଆସି ପହଞ୍ଚିଛି। ରୁଷିଆରେ ଏହି ଆକ୍ରମଣ ଫଳରେ ୟୁକ୍ରେନରେ ଥିବା ୨୦ ହଜାର ଭାରତୀୟ ଅତି ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ଭାରତ ସରକାର ତାଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ପଠାଇଥିଲେ ମଧ୍ୟ ବିମାନ ଯାଇନପାରି ଫେରିଆସିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନରେ ରହି ପାଠ ପଢୁଛନ୍ତି। ଏହି ଆକ୍ରମଣ ଯୋଗୁଁ ସେମାନଙ୍କର ନିରାପତ୍ତା ବିପନ୍ନ ହୋଇପଡ଼ିଛି। ସେମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହି ଜୀବନ ବିତାଉଛନ୍ତି। ସୌଭାଗ୍ୟର କଥା ମୋବାଇଲ ଟେଲିଫୋନ ଥିବାଯୋଗୁ ସେମାନେ, ସେମାନଙ୍କ ପରିବାର ସହିତ ସମ୍ପର୍କରେ ଅଛନ୍ତି। ପରିବାର ମଧ୍ୟ ମାନସିକ ଅବସାଦ ଭିତରେ ଦିନ କାଟୁଛି। ଓଡ଼ିଶା ସରକାର,…

Read More

ଭୁବନେଶ୍ୱର: ସିଟିକ୍ଲବ ନୟାପଲ୍ଲୀ ଏବଂ ରାଜ୍ୟ ଫୁଟବଲ ଟେନିସ୍ ସଂଘ ମିଳିତ ଆନୁକୂଲ୍ୟରେ ୫ମ ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ୍ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଚଳିତମାସ ୨୬ ଓ ୨୭ ଦୁଇଦିନ ଧରି ନୂଆପଲ୍ଲୀସ୍ଥିତ ମମତାଜ ଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ୱର ବ୍ୟତୀତ ଖୋର୍ଦ୍ଧା, ପୁରୀ, ଯାଜପୁର, ଢେଙ୍କାନାଳ, କନ୍ଧମାଳ, ଫୁଲବାଣୀ, କଟକ, ଭଦ୍ରକ, ବ୍ରହ୍ମପୁର ସମେତ ମୋଟ ୧୦ଟି ଜିଲ୍ଲା ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରୁ ଖେଳାଳିମାନେ ମନୋନୀତ ହୋଇ କେରଳର କୋଜିକୋଡ଼ିଠାରେ ଅନୁଷ୍ଠିତ ହେବାକୁ ଥିବା ୯ମ ଜାତୀୟ ପ୍ରତିଯୋଗିତାରେ ରାଜ୍ୟରୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାକୁ ସୁଚାରୁ ରୂୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଅଛି। ଚେୟାରମ୍ୟାନ ଭାବେ ଡଃ ସୌର୍ଯ୍ୟରଞ୍ଜନ ପରିଜା, ସଭାପତି ସମରେନ୍ଦ୍ର ଜେନା, ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ସହଦେବ ରାଉତ, ଯୋଗେନ୍ଦ୍ର ଜେନା, ପ୍ରସନ୍ନ ରାଉତ, ଅରୁଣ ସାହୁ, ଜୟଶ୍ରୀ ଧଳ, ପଦ୍ମଜା ପ୍ରିୟଦର୍ଶିନୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ ସଂକ୍ରାନ୍ତ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରୁଷ ଏବଂ ନାଟୋ ସଂଘ ମଧ୍ୟରେ ରହିଥିବା ବିବାଦ କେବଳ ସଚ୍ଚୋଟ ଏବଂ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ଦୀର୍ଘ ସମୟ ଧରି ଭାରତର ଏହି ବିଶ୍ବାସକୁ ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ତତ୍କାଳ ହିଂସାର ପରିସମାପ୍ତି ପାଇଁ ନିବେଦନ କରିଥିଲେ ଏବଂ କୂଟନୈତିକ ଆଲୋଚନା ଓ ବାର୍ତ୍ତାଳାପ ମାର୍ଗକୁ ଫେରି ଆସିବା ଲାଗି ସମସ୍ତ ପକ୍ଷ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ। ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ଅବଗତ…

Read More

ଭୁବନେଶ୍ୱର: ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି। “ଡ଼ିଜିଟାଲ ଟ୍ରାନ୍ସଫର୍ମେସନ: ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ। ଲକ୍ଷ୍ନୌ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟର ପ୍ରଫେସର ସତ୍ୟଭୂଷଣ ଦାସ, ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ଷ୍ଟଡିଜର (ଏନଏମଆଇଏମଏସ)ର ନିର୍ଦ୍ଦେଶକ ପ୍ରଫେସର ତପନ କୁମାର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ବି.ବି. ମିଶ୍ର ଏବଂ ଭୁବନେଶ୍ୱର ସ୍ଥିତ ଇଂଟରନ୍ୟାସନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମଆଇ)ର ପ୍ରଫେସର ମନିତ୍ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବକ୍ତାମାନେ ଡ଼ିଜିଟାଲ ପରିବର୍ତ୍ତନର ବିଭିନ୍ନ ଦିଗ, ମାର୍କେଟିଂ, ଗ୍ରାହକଙ୍କ ସୁବିଧା, ଶିକ୍ଷା ଗ୍ରହଣ,…

Read More

ନୂଆଦିଲ୍ଲୀ: ଦେଶରେ ଗତକାଲି ୧୪ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୩ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୩୦୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧ୍ୟ ଆଉ ୩୦୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୮ ଲକ୍ଷ ୯୪ ହଜାର ୩୪୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୩ ହଜାର ୨୨୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୨୬ ହଜାର ୯୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ ୪୬ ହଜାର ୮୮୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୩୪ ହଜାରକୁ ୨୩୫…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୩୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୩୨ ବାଲେଶ୍ଵର ଜିଲ୍ଲାରୁ-୬ ବରଗଡ ଜିଲ୍ଲାରୁ- ୮ ଭଦ୍ରକ ଜିଲ୍ଲାରୁ- ୬ ବଲାଙ୍ଗୀରି ଜିଲ୍ଲାରୁ- ୧ ବୌଦ୍ଧ ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ- ୫ ଢେଙ୍କାନାଳ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୨୭ ଗଞ୍ଜାମ ଜିଲ୍ଲାରୁ- ୧୭ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୫୨ ଝାରସୁଗୁଡା ଜିଲ୍ଲାରୁ- ୧୭ କଳାହାଣ୍ଡି ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରାପଡା ଜିଲ୍ଲାରୁ- ୧୨ ଖୋର୍ଦ୍ଧା ଜିଲ୍ଲାରୁ- ୨୫ କୋରାପୁଟ ଜିଲ୍ଲାରୁ- ୧ ମାଲକାନଗିରି ଜିଲ୍ଲାରୁ-…

Read More

ବାସ୍ତୁଶାସ୍ତ୍ର: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ରେଶମ ସୂତା ପରି। ଏଥି ସହିତ, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ସବୁଠାରୁ ଶକ୍ତିଶାଳୀ ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେ ଟେନସନ ଏବଂ ମତଭେଦ ଠାରୁ ସ୍ୱାମୀ ଏବଂ ସ୍ତ୍ରୀ ଦୂରେଇ ରହିବେ, ସେତିକି ମଧୁରତା, ଉତ୍ସର୍ଗୀକୃତ ଭାବନା ଏଥିରେ ବିକଶିତ ହେବ। ପଣ୍ଡିତମାନେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ବିବାହିତ ଜୀବନ ମଧୁର ଏବଂ ସୁଖୀ, ସେମାନେ ପୃଥିବୀରେ ରହି ମଧ୍ୟ ସ୍ୱର୍ଗ ସୁଖ ପାଇଛନ୍ତି ବୋଲି ଅନୁଭବ କରନ୍ତି। ସୁଖୀ ଦାମ୍ପତ୍ୟ ଜୀବନ ପାଇବାକୁ ଇଚ୍ଛା ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ମନରେ ଥାଏ। କିନ୍ତୁ ଅନେକ ଥର, ଲକ୍ଷ ଲକ୍ଷ ପ୍ରୟାସ ପରେ ମଧ୍ୟ, ଦାମ୍ପତ୍ୟ ଜୀବନରେ କିଛି ବାଧା ଏବଂ ଅସୁବିଧା ରହିଥାଏ। ଟେନସନ ଏବଂ ମତଭେଦ ହ୍ରାସ କରିବା ପରିବର୍ତ୍ତେ ଏହା ବୃଦ୍ଧି ପାଇବାରେ ଲାଗିଥାଏ। ଯଦି ଟେନସନ ଏବଂ ମତଭେଦର ଏହି ଅବସ୍ଥା ଠିକ୍ ସମୟରେ ହଟାଯାଏ ନାହିଁ, ତେବେ ସ୍ୱାମୀ-ସ୍ତ୍ରୀ…

Read More

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱରସ୍ଥିତ ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ଏନସିଏସସିଡିଏର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ରିଲାଏନ୍ସ ସିକ୍ୟୁରିଟିଜ୍ ଲିମିଟେଡ, ଲେମନ୍ ଟ୍ରି ହୋଟେଲ୍ସ, ବିପିଓ କନଭର୍ଜେନ୍ସ, ପାରାମିଟର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ୍, ତତ୍ତ୍ବ ଟେକ୍ନୋଲୋଜି ଲିମିଟେଡ୍ ଆଦି ୧୩ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ନିଯୁକ୍ତି ମେଳାରେ ବାକ୍ଶକ୍ତି ଓ ଶ୍ରବଣଶକ୍ତି ବାଧିତ, ଚାଲିବାକୁ ଅକ୍ଷମ ଦିବ୍ୟାଙ୍ଗମାନେ ସାକ୍ଷାତକାର ଦେଇଥିଲେ। ଶିବିରରେ ୧୮ରୁ ୩୫ ବର୍ଷ ବୟସ୍କ ମୋଟ୍୧୬୮ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୪୫ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା। ଏହି ନିଯୁକ୍ତି…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Read More

ମେଷ: ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ। ଭାଗୀଦାର ମଧ୍ୟ ସେଠାରେ ରହିବେ। ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି। ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ଏକ ବଡ ଖର୍ଚ୍ଚ ହେବ। ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ଯଦି ଆମେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ଯତ୍ନର ସହ ମୁକାବିଲା କରିବା ଭଲ ହେବ। ଶଶୁରଘରର ସହଯୋଗ ହେବ। ପ୍ରେମ ଦୃଷ୍ଟିରୁ ଆଜି ଭଲ ଦିନ ହୋଇପାରିବ ନାହିଁ। କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ। ଠିକ୍ ସମୟରେ କାମ କରି ଖୁସି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ମୂହୁର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୌର ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ନଗର ଉନ୍ନୟନ ବିଭାଗ ଅବଗତ କରିଛି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମରେ ନିର୍ବାଚନ ହେବ। କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ। ୪୮ ଟି ପୌର ପରିଷଦ ପାଇଁ ନିର୍ବାଚନ ହେବାକୁଥିବା ବେଳେ ୫୯ ଟି ବିଜ୍ଞାପିତ ଅଞ୍ଚଳ ଏବଂ ୩ ଟି ମହାନଗର ନିଗମ ପାଇଁ ମତଦାନ ହେବ। ତେବେ ଆଜି ରାଜ୍ୟର ସମସ୍ତ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ…

Read More

ଖୋର୍ଦ୍ଧା: ଆଜି ରାଜ୍ୟରେ ଶେଷ ହେଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ। କାଁଭା କିଛି ସ୍ଥାନକୁ ଛାଡିଦେଲେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଶାନ୍ତିଶୃଙ୍ଖଳାରେ ଭୋଟ ଗ୍ରହଣ ସମାପ୍ତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ନିର୍ବାଚନକୁ ନେଇ ଖୁସିବ୍ୟକ୍ତ କରିବା ସହ ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ନିର୍ବାଚନରେ ସାମିଲ ଥିବା ପୋଲିଂ ଅଧିକାରୀ, ପ୍ରଶାସନିକ ଅଧିକାରୀ, ପୋଲିସ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କ ସହଯୋଗ ଯୋଗୁଁ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହେବା ସହିତ ଜିଲ୍ଲା ଏକ ଉଲ୍ଲେଖନୀୟ ସଫଳତା ପାଇଥିବା  ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ସମସ୍ତ ପାଞ୍ଚୋଟି ପର୍ଯ୍ୟାୟ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଥିବାରୁ ଏହା ଆମ ଜିଲ୍ଲା ପାଇଁ ନିର୍ବାଚନ ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ…

Read More

ନୂଆଦିଲ୍ଲୀ: ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହୋଇଛି। ଆଜି ସକାଳେ ଅଶୋଧିତ ତୈଳର ମୂଲ୍ୟ ଶହେ ଛୁଇଁଛି ଏବଂ ସନ୍ଧ୍ୟା ସୁଦ୍ଧା ଅଶୋଧିତ ତୈଳର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୦୫ ଡଲାରରେ ପହଞ୍ଚିଛି। ବୈଷୟିକ ପରିସ୍ଥିତିକୁ ଦେଖି ଅଶୋଧିତ ତୈଳ ମୂଲ୍ୟ ଆହୁରି ବଢିବାର ସମ୍ଭାବନା ଅଛି। ଯଦି ୟୁକ୍ରେନ ବିରୋଧରେ ଋଷ ଯୁଦ୍ଧ ବନ୍ଦ ନକରେ, ତେବେ ଅଶୋଧିତ ତୈଳର ମୂଲ୍ୟ ଆହୁରି ବଢିପାରେ, ଯାହା ଭାରତର ସମସ୍ୟାକୁ ବଢାଇବ। ବାସ୍ତବରେ ଋଷ ବିଶ୍ୱର ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ। ରୁଷ ଏହାର ଅଶୋଧିତ ତୈଳର ୩୫ ପ୍ରତିଶତ ୟୁରୋପରେ ଯୋଗାଇଥାଏ। ରୁଷରୁ ଅଶୋଧିତ ତୈଳ ମଧ୍ୟ ଭାରତ କ୍ରୟ କରେ। ଦୁନିଆରେ ଯୋଗାଯାଉଥିବା ୧୦ ବ୍ୟାରେଲ ତେଲରେ ଗୋଟିଏ ଡଲାର ଋଷରୁ ଆସିଥାଏ। ଏଭଳି ପରିସ୍ଥିତିରେ ଅଶୋଧିତ ତୈଳ ଯୋଗାଣରେ ବ୍ୟାଘାତ ହେତୁ ମୂଲ୍ୟ ଆହୁରି…

Read More

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ରେ ୱେଷ୍ଟଇଣ୍ଡିଜ୍ କୁ କ୍ଳିନ ସୁଇପ କରିବା ପରେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ଭେଟିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ସିରିଜରେ ସଞ୍ଜୁ ସାମସନ, ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ଇଶାନ କିଶନ ଏବଂ ଆଭେଶ ଖାନଙ୍କ ଭଳି ଖେଳାଳି ବର୍ଷକ ପରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ପାଇଛନ୍ତି। ଏଥି ସହିତ ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏହି ସିରିଜରୁ ଦଳକୁ ଫେରୁଛନ୍ତି। ତେବେ ବିରାଟ କୋହଲି, କେ.ଏଲ୍ ରାହୁଲ, ଶାର୍ଦ୍ଦୁଲ ଠାକୁର ଏବଂ ଋଷଭ ପନ୍ତ ଏହି ସିରିଜରେ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି। ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

Read More

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ଟିକେଟ୍, ପ୍ଲାଟଫର୍ମ ଟିକେଟ୍, ସିଜିନ ଟିକେଟ୍ ର ନବୀକରଣ କିମ୍ବା କିଣିବା ପାଇଁ ଏବେ ପେଟିଏମ୍ ଏବଂ ମାଗଣା ଚାର୍ଜ UPI QR କୋଡ୍ ମାଧ୍ୟମରେ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ) ଦ୍ୱାରା ଟିକେଟ କ୍ରୟ କରିବା କ୍ଷେତ୍ରରେ ପାଉଣା ପୈଠକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ଏବେ ଏଟିଭିଏମ ଆପ୍ଲିକେସନ୍ କୁ ଭାରତୀୟ ରେଳବାଇର ସୂଚନା ପ୍ରଦ୍ୟୋଗିକୀ ଅନୁପ୍ରୟୋଗର ବିକାଶ ଏବଂ ସମ୍ପାଦନ କରୁଥିବା ସଂସ୍ଥା କ୍ରିସ (CRIS) ଦ୍ୱାରା ସକ୍ଷମ କରାଇଅଛି। ନୂଆଦିଲ୍ଲୀ ଷ୍ଟେସନ ଠାରେ ଉତ୍ତର ରେଳପଥର ସହଯୋଗରେ ଏଟିଭିଏମ ମାଧ୍ୟମରେ ପାଉଣା ପୈଠ ପାଇଁ ଲାଇଭ୍ ଟ୍ରାଏଲ୍ ସଫଳତାର ସହିତ କରାଯାଇଛି। 2021 ସେପ୍ଟେମ୍ବର ମାସ ଠାରୁ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ୍ ବୁକିଂ କାଉଣ୍ଟର ପ୍ରତି ନିର୍ଭର କରିବା ପରିବର୍ତ୍ତେ ମୋବାଇଲ୍ ୱେବସାଇଟ୍/ଆପ୍ ରେ UTS ମାଧ୍ୟମରେ ଅନ ଲାଇନ ମାଧ୍ୟମରେ ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିବା…

Read More