ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ଫଳାଫଳ: ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ଜିଲ୍ଲାପରିଷଦ ଆସନ

Published: Mar 1, 2022, 7:41 pm IST

ଭୁବନେଶ୍ଵର: ଚଳିତ ବର୍ଷ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮୫୧ ଟି ଜିଲ୍ଲାପରିଷଦ ଆସନରେ ଭୋଟ ଗ୍ରହଣ ହୋଇଛି। ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ୫ ଟି ପର୍ଯ୍ୟାୟରେ ଫେବୃୟାରୀ ୨୪ ତାରିଖରେ ଶେଷ ହୋଇଛି। ଏବଂ ଭୋଟ ଗ୍ରହଣ ପରେ ୩ ଟି ପର୍ଯ୍ୟାୟରେ ଫେବୃୟାରୀ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଛି।

ବିଗତ ୩ ଦିନ ଧରି ଚାଲିଥିବା ଭୋଟ ଗଣତି ଆଜି ଶେଷ ହୋଇଛି। ଚଳିତ ନିର୍ବାଚନରେ ବିଜେଡ଼ି ଉଲ୍ଲେଖନୀୟ ସଫଳତା ପାଇଛି। ନିଜର ପୁରୁଣା ରେକର୍ଡକୁ ଭାଙ୍ଗି ରାଜ୍ୟର ଏକ ଶ୍ରେଷ୍ଠ ଦଳ ଭାବେ ବିଜେଡ଼ି ସାମ୍ନାକୁ ଆସିଛି। ୨୨ ବର୍ଷ ଶାସନ କାଳ ମଧ୍ୟରେ ଏହି ଦଳ ରାଜ୍ୟବାସୀଙ୍କ ନିକଟରେ ଆହୁରି ଅଧିକ ଲୋକପ୍ରିୟ ହୋଇପାରିଛି।

ପୂର୍ବ ନିର୍ବାଚନ ଅପେକ୍ଷା ବିରୋଧୀ ଦଳ ତଥା ବିଜେପିକୁ ଅଧିକ କ୍ଷତି ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଖାପାଖି ୩୦୦ ଆସନ ଅକ୍ତିଆର କରିଥିବା ବେଳେ ଏଥର ମାତ୍ର ୪୨ ଟି ଆସନ ଜିତିପାରିଛି।

ସେହିଭଳି କଂଗ୍ରେସକୁ ଗତ ନିର୍ବାଚନରେ ମିଳିଥିବା ୬୦ ଟି ଆସନରୁ ତଳକୁ ଖସି ୩୭ ଟି ଆସନ ମିଳିପାରିଛି। କିନ୍ତୁ ସରକାରୀ ଦଳ ବିଜେଡ଼ିକୁ ଏକତରଫା ବିଜୟ ମିଳିଛି। ମୋଟ ୮୫୧ ଟି ଆସନରୁ ବିଜେଡ଼ିକୁ ୭୬୫ ଟି ଆସନ ମିଳିଛି।

Related posts