Categories
ବିଶେଷ ଖବର

ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ଫଳାଫଳ: ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ଜିଲ୍ଲାପରିଷଦ ଆସନ

ଭୁବନେଶ୍ଵର: ଚଳିତ ବର୍ଷ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮୫୧ ଟି ଜିଲ୍ଲାପରିଷଦ ଆସନରେ ଭୋଟ ଗ୍ରହଣ ହୋଇଛି। ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ୫ ଟି ପର୍ଯ୍ୟାୟରେ ଫେବୃୟାରୀ ୨୪ ତାରିଖରେ ଶେଷ ହୋଇଛି। ଏବଂ ଭୋଟ ଗ୍ରହଣ ପରେ ୩ ଟି ପର୍ଯ୍ୟାୟରେ ଫେବୃୟାରୀ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଛି।

ବିଗତ ୩ ଦିନ ଧରି ଚାଲିଥିବା ଭୋଟ ଗଣତି ଆଜି ଶେଷ ହୋଇଛି। ଚଳିତ ନିର୍ବାଚନରେ ବିଜେଡ଼ି ଉଲ୍ଲେଖନୀୟ ସଫଳତା ପାଇଛି। ନିଜର ପୁରୁଣା ରେକର୍ଡକୁ ଭାଙ୍ଗି ରାଜ୍ୟର ଏକ ଶ୍ରେଷ୍ଠ ଦଳ ଭାବେ ବିଜେଡ଼ି ସାମ୍ନାକୁ ଆସିଛି। ୨୨ ବର୍ଷ ଶାସନ କାଳ ମଧ୍ୟରେ ଏହି ଦଳ ରାଜ୍ୟବାସୀଙ୍କ ନିକଟରେ ଆହୁରି ଅଧିକ ଲୋକପ୍ରିୟ ହୋଇପାରିଛି।

ପୂର୍ବ ନିର୍ବାଚନ ଅପେକ୍ଷା ବିରୋଧୀ ଦଳ ତଥା ବିଜେପିକୁ ଅଧିକ କ୍ଷତି ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଖାପାଖି ୩୦୦ ଆସନ ଅକ୍ତିଆର କରିଥିବା ବେଳେ ଏଥର ମାତ୍ର ୪୨ ଟି ଆସନ ଜିତିପାରିଛି।

ସେହିଭଳି କଂଗ୍ରେସକୁ ଗତ ନିର୍ବାଚନରେ ମିଳିଥିବା ୬୦ ଟି ଆସନରୁ ତଳକୁ ଖସି ୩୭ ଟି ଆସନ ମିଳିପାରିଛି। କିନ୍ତୁ ସରକାରୀ ଦଳ ବିଜେଡ଼ିକୁ ଏକତରଫା ବିଜୟ ମିଳିଛି। ମୋଟ ୮୫୧ ଟି ଆସନରୁ ବିଜେଡ଼ିକୁ ୭୬୫ ଟି ଆସନ ମିଳିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଶୁଭ ଖବର: ଜଣେ ମହିଳା ଡାକ୍ତର ଜିତିଲେ ଜିଲ୍ଲା ପରିଷଦ ନିର୍ବାଚନ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ 2 ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ  ଜଣେ ମହିଳା ଡାକ୍ତର ବିଜୟୀ ହୋଇଛନ୍ତି। ସେ ହେଲେ ନାସା ଗଳା କର୍ଣ୍ଣ ବିଶେଷଜ୍ଞ ଡାକ୍ତର ଲିପିକା ମାଝୀ। ତାଙ୍କର ଆଉ ଏକ ପରିଚୟ ହେଉଛି ସେ ହେଉଛନ୍ତି ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ୍ ର ଅଧକ୍ଷ ଭୁଜବଳ ମାଝୀଙ୍କ କନ୍ୟା।
ସେ ଡାକ୍ତର ଭାବେ ନିଜର ବୃତ୍ତିଗତ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଜନସେବା କରିବା ଲକ୍ଷ୍ୟ ନେଇ ସେ ରାଜନୀତିରେ ପାଦଥାପିଲେ। ଫଳରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ପ୍ରତିଦ୍ବନ୍ଦିତାରେ ଭାଗ ନେଲେ,ଆଉ ଜିତିଲେ ମଧ୍ୟ। ଯାହାକୁ ନେଇ ସମସ୍ତେ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି।
Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେଡ଼ି ଠାରୁ ବହୁ ଦୂରରେ ବିରୋଧୀ ଦଳ, ଆରମ୍ଭ ହେଲା ଦ୍ଵିତୀୟ ଦିନର ଗଣତି

ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳ ଦ୍ଵିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି। ବିଜେପି ୧୫ ଆସନରେ ଆଗୁଆ କିମ୍ବା ବିଜୟ ହୋଇଥିବା ବେଳେ କଂଗ୍ରେସ ୧୪ ଟି ଆସନରେ ଆଗୁଆ ରହିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ଏକ ନମ୍ବରରେ ବିଜେଡ଼ି, ଦ୍ଵିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ ଟକ୍କର

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ଗତ ନିର୍ବାଚନ ତୁଳନାରେ ବିଜେଡ଼ି ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଯାହାକି ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ବିଜେପିକୁ ବଡ କ୍ଷତି ହେଉଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୨୭୪ ଟିରେ ଆଗୁଆ

ବିଜେପି- ୨୧ ଟିରେ ଆଗୁଆ

କଂଗ୍ରେସ- ୧୪ ଟିରେ ଆଗୁଆ

ଅନ୍ୟାନ୍ୟ-୦୬ ଟିରେ ଆଗୁଆ