Author: Samikhsya Bureau

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏଥର କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନର କେତେକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ଏହା ଉପରେ ନଜର ପକାଇବା ନିହାତି ଜରୁୁରୀ ଅଟେ। ସେଗୁଡିକ ହେଲା ୧- ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହିତ ଲାଇନରେ ଛିଡା ହେଲେ ଶାରିରୀକ ଦୂରତା ବଜାଇ ରଖିବା ଜରୁରୀ। ସେଠାରେ ମୁତୟନ ପୋଲିସ…

Read More

ଭୁବନେଶ୍ୱର: ସତ୍ୟଜିତ ସେନାପତିଙ୍କ ଦ୍ୱାରା ଲିଖିତ ‘ୱାର୍କ, ୱାର୍କମାନସିପ୍‌ ଆଣ୍ଡ ଉଇନିଙ୍ଗ୍‌’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ସହ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ । କର୍ପୋରେଟ୍‌ ଜଗତରେ ଉଚ୍ଚତର ସୋପାନରେ ପହଞ୍ଚିବା ପାଇଁ ଏହି ପୁସ୍ତକଟି ଏକ ମାର୍ଗଦର୍ଶିକା ଏବଂ ଏହା ବିପୁଳ ପାଠକୀୟତା ହାସଲ କରିବ ବୋଲି ପ୍ରକାଶ କରି ରାଜ୍ୟପାଳ ଲେଖକ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Read More

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ  ପାଳନ  ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ,  ମହା ଶିବରାତ୍ରୀ ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ତେବେ  କରୋନା ଭୁତାଣୁ  ଆମଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ନାହିଁ। ଆମ୍ଭେମାନେ ଏବେବି ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆମେ ଆମକୁ ସେହିଭଳି ଅସାଧାରଣ ଭାବେ ଏହାର  ମୁକାବିଲାକୁ ଜାରି ରଖିବାର ଆବଶ୍ୟକତା ରହିଛି । ଏଥି ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ  କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ମହାଶିବରାତ୍ରୀ ପର୍ବ ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତଙ୍କର ସହଯୋଗରେ ଏ ବର୍ଷର ମହାଶିବରାତ୍ରୀ ପର୍ବ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମର ଇନଡୋର ଟ୍ରାକ୍ ବ୍ୟବସ୍ଥା ନିର୍ମାଣର ଅଗ୍ରଗତି ସମ୍ପର୍କରେ ନିରୀକ୍ଷଣ କରିବାକୁ ଗସ୍ତ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଆଥଲେଟ୍‌ମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ଏକ ସମ୍ମିଳିତ ପ୍ରୟାସ ଏଚପିସି ୨୦୧୯ରେ କାର୍ଯ୍ୟାରମ୍ଭ କରିଥିଲା ଏବଂ ସଂପ୍ରତି ଏହି କେନ୍ଦ୍ରରେ ୫୦ଜଣ ଆଥଲେଟ୍ ତାଲିମ ନେଉଛନ୍ତି। ଉଦୀୟମାନ ଆଥଲେଟ୍‌ମାନଙ୍କ ସହ ଆଲୋଚନା ବେଳେ ଏହି ଇନଡୋର ସୁବିଧା ଭାରତରେ ଆଥଲେଟିକ୍ସର ବିକାଶକୁ ବଡଧରଣର ପ୍ରୋତ୍ସାହନ ଯୋଗାଇଦେବା ସହିତ ଆଗାମୀ ବର୍ଷଗୁଡିକରେ ଚମ୍ପିଆନ୍ ସୃଷ୍ଟିର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିବ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏଥିସହିତ ଏହି ଅବସରରେ ସେ ଏଚ୍‌ପିସିର ଆଥଲେଟମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡା ସଚିବ ଆର୍ ଭିନିଲ କ୍ରିଷ୍ଣା କହିଥିଲେ, “ଆମେ ସମାନ ଲକ୍ଷ୍ୟ ନେଇ ରିଲାଏନ୍ସ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ହାର ଜିତକୁ ନେଇ ନେତା, କର୍ମୀ ତଥା ପ୍ରାର୍ଥୀଙ୍କୁ ଚିନ୍ତା ଘାରିଛି। ଏଭଳି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ରେ ଥିବା ବାଲାଟ୍ ପେପର ବାକ୍ସ ଭିତରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି। ଭୋଟ ବାକ୍ସକୁ ଷ୍ଟ୍ରଙ୍ଗରୁମ୍ ଭିତରେ କିଏ ଅଦଳ ବଦଳ କରାଇ ଦେବା ଭୟରେ ପ୍ରାର୍ଥୀ ଏବଂ ବିଜେପି କର୍ମୀମାନେ ଶୀତ କାକରରେ ଜଗି ରହିଥିବା ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି। ଉଭୟ ବାଣପୁର ଏବଂ ଚିଲିକା ବ୍ଲକ ସମ୍ମୁଖରେ ବିଜେପି କର୍ମୀମାନେ ଷ୍ଟ୍ରଙ୍ଗରୁମ୍ କୁ ଦିନରାତି ଜଗି ରହୁଥିବାର ଦେଖିବାକୁ ମିଳିଛି। ଶାସକ ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଯେତିକି ମାତ୍ରାରେ ଏହି ଭୟ ଘାରୁନାହଁ, ତା’ଠାରୁ ଅଧିକ ବିରୋଧୀ ଦଳଗୁଡିକର ସମର୍ଥିତ ପ୍ରାର୍ଥୀମାନେ ଏ ବାବଦରେ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଉଛି।…

Read More

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ସ୍ଥାନ ଢିଙ୍କିଆରେ ପୁନଶ୍ଚ ଜନଶୁଣାଣି କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି। ଆଜିର ଆଦେଶନାମାରେ ମାନ୍ୟବର କୋର୍ଟ କହିଛନ୍ତି ଯେ, ଜନଶୁଣାଣିରେ କିଭଳି ଢିଙ୍କିଆର ସାଧାରଣ ଲୋକ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେଇପାରିବେ ଏବଂ ଜନଶୁଣାଣି ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ହୋଇପାରିବ ଏହାକୁ ନିଜେ ଜଗତସିଂହପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ନିଶ୍ଚିତ କରିବାକୁ ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି। କୋର୍ଟଙ୍କର ଏହି ଆଦେଶ ଅଶାନ୍ତ ଢିଙ୍କିଆର ସାଧାରଣ ଲୋକଙ୍କ ପାଇଁ ଏକ ସଞ୍ଜିବନୀ ସଦୃଶ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରକାଶ କରିବା ସହିତ ହାଇକୋର୍ଟଙ୍କ ଏହି ଆଦେଶକୁ ସ୍ୱାଗତ କରିଛନ୍ତି। ଢିଙ୍କିଆବାସୀ ନିର୍ଭୟରେ ଉକ୍ତ ଜନଶୁଣାଣିରେ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସର୍ବନମ୍ନ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଫେବ୍ରୁଆରି ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା “ଏସିଆନ୍ ଇକୋନମିକ୍ ଡାଇଲଗ୍ ୨୦୨୨’ କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ପୁଣେ ଇଟଂରନ୍ୟାସନାଲ୍ ସେଂଟର୍ ର ସଭାପତି ରଘୁନାଥ ମାଶେଲକରଙ୍କ ସହିତ ଆଲୋଚନା କରିବା ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ୨୦ ରୁ ୩୦ ଟି ଭାରତୀୟ ଶକ୍ତି କଂପାନି ରିଲାଏନ୍ସ ଭଳି ବଡ ଼ହେବା ଭଳି ସାମର୍ଥ୍ୟ ରଖିଛନ୍ତି। ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଉର୍ଜ୍ଜା ବା ସବୁଜ ଶକ୍ତି ପାଖରେ ରହିଛି। ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା ସେତେବେଳେ ୟୁରୋପ ଉଭୟ ଭାରତ ଓ ଚୀନ୍‌କୁ ପଛରେ ଛାଡ଼ିଦେଇଥିଲା। ସେହିଭଳି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ…

Read More

ଭୁବନେଶ୍ଵର: ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’। ଆଉ ଏହି ବିଗ୍ ବଜେଟର ଚଳଚ୍ଚିତ୍ର ମାଧ୍ୟମରେ ବଡ଼ ପରଦାରେ ଡେବ୍ୟୁ କରିଛନ୍ତି ଆଉ ଜଣେ ଓଡ଼ିଆ ନାୟିକା। ନାଁ ତାଙ୍କର ଲିଜା ନାୟକ। ସିନେମା ତ ମୁକ୍ତିଲାଭ ଅପେକ୍ଷାରେ କିନ୍ତୁ ସେଥିରେ ଲିଜାଙ୍କ ଅଭିନୟ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ପୂରା ଦୃଷ୍ଟିକୋଣ ବଦଳାଇ ଦେଉଛି। ତାଙ୍କର ବାସ୍ତବଧର୍ମୀ ଅଭିନୟ ବେଶ୍ ପ୍ରଶଂସନୀୟ। ଚଳଚ୍ଚିତ୍ର ଦୁନିଆରେ ନବାଗତା ହେଲେ ବି ଅଭିନୟରେ ସେ ତାହା ଆଦୌ ବାରି ହେବାକୁ ଦେଇନାହାନ୍ତି। ତାଙ୍କର ଲୁକ୍ତ, ଅଭିନୟ ଶୈଳୀ ଖୁବ୍ ଚମତ୍କାର। ବିଶେଷକରି ସେ ଯେଉଁଭଳି ଭାବରେ ସ୍ପଷ୍ଟତାର ସହ ସଂଳାପ ଉଚ୍ଚାରଣ କରୁଛନ୍ତି ଆଉ ତା’ ସହିତ ଅଭିନୟରେ ଭାବର ପରିପ୍ରକାଶ କରୁଛନ୍ତି ଦେଖିଲେ ଲାଗିବ ନାହିଁ ସେ ନୂଆ। ଚଳଚ୍ଚିତ୍ରଟି ଦେଖିଲେ ଅନୁଭବ କରିବେ, ଯେମିତି ଚରିତ୍ର ତାଙ୍କ ପାଇଁ ହିଁ ହୋଇଥିଲା। ବେଳେ ବେଳେ ଅଭିନେତା ଆଉ…

Read More

ଭୁବନେଶ୍ବର: ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଦର୍ଶନ ପାଇଁ ବିଏମସ କଟକଣାକୁ କୋହଳ କରିଛି। ଏଣିକି ଆଉ କୋଭିଡ ପ୍ରମାଣପତ୍ରର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଛି ବିଏମସି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ରାଜଧାନୀର ଧର୍ମାନୁଷ୍ଠାନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଦୁଇ ଡୋଜ କୋଭିଡ ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଥିଲା। ହେଲେ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ଏହି କଟକଣାକୁ ଉଠାଇ ଦିଆଯାଇଛି। ତେବେ ଧର୍ମାନୁଷ୍ଠାନ କର୍ତ୍ତୁପକ୍ଷ କରୋନା ପାଇଁ ଥିବା ଅନ୍ୟ କଟକଣାକୁ ଲାଗୁ କରିବା ପାଇଁ କହିଛନ୍ତି। ଯେପରି ମାସ୍କ ପିନ୍ଧିବା, ସାଇନଟାଇଜର ବ୍ୟବହାର କରିବା ପ୍ରଭୃତି ରହିଛି।

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ର ଫାଇନାଲ ମ୍ୟାଚ୍ ମଇ ୨୯ ତାରିଖରେ ଖେଳାଯାଇପାରେ। ଏହି ସଂସ୍କରଣରେ ୫୫ ଟି ମ୍ୟାଚ୍ ଖେଳାଯିବ ଏବଂ ସମସ୍ତ ମ୍ୟାଚ୍ କେବଳ ତିନୋଟି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଖବର ଅନୁଯାୟୀ ଏହି ମ୍ୟାଚ୍ ମୁମ୍ବାଇ ଏବଂ ପୁଣେରେ ଖେଳାଯିବ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଅଫିସିଆଲ୍ ବିବୃତ୍ତି ବାହାରି ନାହିଁ। କ୍ରିକବଜ୍ ଅନୁଯାୟୀ, ମୁମ୍ବାଇର ତିନୋଟି ଷ୍ଟାଡିୟମରେ ଆଇପିଏଲ୍ ୨୦୨୨ ର ୫୫ ଟି ମ୍ୟାଚ୍ ଖେଳାଯାଇପାରେ। ଏଥିମଧ୍ୟରେ ୱାନଖେଡେ ଷ୍ଟାଡିୟମ, ବ୍ରେବୋର୍ନ ଷ୍ଟାଡିୟମ ଏବଂ ଡିୱାଇ ପାଟିଲ ଷ୍ଟାଡିୟମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ପୁଣେର ଏମସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ ଟି ମ୍ୟାଚ୍ ମଧ୍ୟ ଖେଳାଯାଇପାରେ। ଯଦି ରିପୋର୍ଟଗୁଡିକ ବିଶ୍ଵାସ କରାଯାଏ, ଯେକୌଣସି ପରିସ୍ଥିତିରେ, ମଇ ୨୯ ତାରିଖ ରବିବାର ଦିନ ଟୁର୍ଣ୍ଣାମେଣ୍ଟର ସମାପନ ହେବ ଅର୍ଥାତ୍ ଏହି ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେବେ ପ୍ଲେ ଅଫ୍ ତାରିଖ ସ୍ଥିର…

Read More

ଭୁବନେଶ୍ୱର: ଗୁରୁବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହାପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ। ଭୋଟ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମାଙ୍କ ସହ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଥିଲେ । ଭୋଟ ଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଭୋଟଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ, ସେ ସମୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ରକ୍ଷା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। କୌଣସି ପରିସ୍ଥିତିରେ କୌଣସିଠାରେ ଯେପରି ବିଶୃଙ୍ଖଳା…

Read More

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଶୁଭାରମ୍ଭ ହୋଇଛି। ଏହି ଅତ୍ୟାଧୁନିକ ଡିଜିଟାଲ୍ ହଟ୍ କେନ୍ଦ୍ରକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଡିଜିଟାଲ୍ ହଟ୍ କେନ୍ଦ୍ର ଏକ ସ୍ୱୟଂଚାଳିତ ପ୍ରକ୍ରିୟା ଏବଂ ଏଠାରେ ଏକ ସଂଗେ ଟଙ୍କା ଉଠାଇବା, ଡିପୋଜିଟ୍ କରିବା, ପାସ୍‌ବୁକ୍‌ ଅପ୍‌ଡେଟ୍ କରିବା, ଚେକ୍ ଡିପୋଜିଟ୍ କରିବା ଏବଂ ଅନ୍‌ଲାଇନ୍ ଆକାଉଂଟ ଖୋଲିବା ନିମନ୍ତେ ୫ଟି ମେସିନ୍ ରହିଛି। ଏଥି ସହିତ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ବିଷୟରେ ସମସ୍ତ ସୂଚନା ପ୍ରଦାନ ନିମନ୍ତେ ଏକ ଟିଭି ଡିସ୍‌ପ୍ଲେର ସୁବିଧା ରହିଛି। ଏଭଳି ସେବା ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ ମାତ୍ରାରେ ଉପକୃତ…

Read More

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ। ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ ମଧ୍ୟରେ ରଖାଯାଉଛି । କିନ୍ତୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଦିଗରେ କେତେକ ଅଭିଯୋଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ହୋଇଥିବା ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ। ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷ୍‌ଣ ଦୃଷ୍ଟି…

Read More

ନୂଆଦିଲ୍ଲୀ: ଶତ୍ରୁ ପାଇଁ କାଳ ବୋଲି ବିବେଚନା କରାଯାଉଥିବା ରାଫାଲ୍ ଯୁଦ୍ଧ ବିମାନ ଆଜି ଭାରତରେ ପହଞ୍ଚିଛି। ଭାରତୀୟ ବାୟୁସେନାର ଆଉ ତିନିଟି ରାଫାଲ ଯୁଦ୍ଧ ବିମାନ ଫ୍ରାନ୍ସର ଏୟାରବେସରୁ ଉଡାଣ ଭରି ଗତ ସନ୍ଧ୍ୟାରେ ଭାରତୀୟ ମାଟିରେ ପହଞ୍ଚିଥିଲା। ଏହି ବିମାନଗୁଡିକ ୟୁଏଇର ବାୟୁସେନା ଦ୍ୱାରା ଏରିଆଲ ରିଫିଲିଂରେ ସହାୟତା କରାଯାଇଥିଲା। ୩ ନୂତନ ରାଫେଲର ଆଗମନ ସହିତ, ଭାରତ ବର୍ତ୍ତମାନ ୩୬ ରାଫେଲ ମଧ୍ୟରୁ ୩୫ ଟି ପାଇଛି। ଭାରତ ସରକାର ୩୬ ରାଫେଲ ପାଇଁ ସେପ୍ଟେମ୍ବର ୨୦୧୬ରେ ଫ୍ରାନ୍ସ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ୩୬ ତମ ବିମାନ କିଛି ସପ୍ତାହ ପରେ ଫ୍ରାନ୍ସରୁ ଭାରତରେ ପହଞ୍ଚିବ। ଏହି ୩ ଟି ରାଫାଲ ଆଗମନ ପରେ ଭାରତର ଯୁଦ୍ଧ ଶକ୍ତି ଆହୁରି ବୃଦ୍ଧି ପାଇଛି। ରାଫେଲ ଉଲ୍ଫା ଏବଂ ହାମର ଭଳି କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ମଲ୍ଟିରୋଲ୍ ହେତୁ ଟ୍ୱିନ୍-ଇଞ୍ଜିନ୍ (ଟଏନ୍) ରାଫାଲ୍ ଯୁଦ୍ଧ ବିମାନ…

Read More

ନୂଆଦିଲ୍ଲୀ: ସିବିଏସଇ-ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଫଲାଇନରେ ହେବ। ଏହି ପରିକ୍ଷାକୁ ଅନଲାଇନରେ କରିବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଅନୁଷ୍ଠାନଗୁଡ଼ିକ ସେମାନଙ୍କ କାର୍ଯ୍ୟ କରୁଛନ୍ତି ବୋଲି କୋର୍ଟ କହିଛନ୍ତି। ଏପରି ଆବେଦନ ଶୁଣିବାର କୌଣସି କାରଣ ନାହିଁ। ଏହିପରି ଆବେଦନ ପିଲାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରେ। ଆବେଦନକାରୀ କହିଛନ୍ତି ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନାର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ଅନ୍ୟ କିଛି ଉପାୟ ମିଳିବା ଉଚିତ୍। ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀବାସ୍ତବ ସାହାଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଏପ୍ରିଲ ୨୬ ତାରିଖରୁ ବୋର୍ଡ ପରୀକ୍ଷା ଦେବାକୁ ସିବିଏସ୍ଇ ବିଜ୍ଞପ୍ତି ଜାରି କରିଛି। ଅନ୍ୟ କେତେକ ରାଜ୍ୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷା ବୋର୍ଡ…

Read More

ମୁମ୍ବାଇ: ମୁମ୍ବାଇ ଅଣ୍ଡରୱାର୍ଲ୍ଡର କାର୍ଯ୍ୟକଳାପ ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି। ଏନସିପି ନେତା ନବାବ ମଲିକଙ୍କୁ ସକାଳେ ଇଡି ପଚରାଉଚରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ନବାବ ମଲିକ କହିଛନ୍ତି ଯେ, ମୁଁ ଯୁଦ୍ଧ କରିବି, ମୁଁ ଭୟ କରିବି ନାହିଁ। ଗତ କିଛି ମାସ ଧରି ମଲିକ ଏହି ଖବରରେ ଥିଲେ, ଯେତେବେଳେ ସେ ମୁମ୍ବାଇ ଜୋନର ଆଣ୍ଟି ଡ୍ରଗ୍ସ ଏଜେନ୍ସିର ପୂର୍ବତନ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ବିରୋଧରେ ବ୍ୟକ୍ତିଗତ ତଥା ସେବା ସମ୍ବନ୍ଧୀୟ ଅଭିଯୋଗ କରିଥିଲେ। ମଲିକଙ୍କ ପୁତୁରା ସମୀର ଖାନଙ୍କୁ ଗତ ବର୍ଷ ଏକ ନିଶା କାରବାର ମାମଲାରେ ଏନସିବି ଗିରଫ କରିଥିଲା। ଫେବୃଆରୀ ୧୫ ତାରିଖରେ ମୁମ୍ବାଇରେ ଇଡି ଚଢାଉ କରିବା ପରେ ଅଣ୍ଡରୱାର୍ଲ୍ଡ କାର୍ଯ୍ୟକଳାପ, ସମ୍ପତ୍ତି କ୍ରୟ ଅଭିଯୋଗରେ ମଲିକଙ୍କୁ ଗିରଫ କରାଯାଇଛି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚାଷୀମାନେ ଧାରଣାରେ ବସିଥିବା ଖବର ହସ୍ତଗତ ହୋଇଛି। ନାଚୁଣୀ ସମବାୟ ସମିତି ସମ୍ମୁଖରେ ୩ଦଫା ଦାବି ନେଇ ଚାଷୀମାନେ ଧାରଣାରେ ବସିଛନ୍ତି। କିନ୍ତୁ ଜିଲ୍ଲା ଯୋଗାଣ ବିଭାଗର ପ୍ରତିଶୃତି ପରେ ଧାରଣା ହଟିଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ବାଣପୁର ବ୍ଲକ୍ ର ନାଚୁଣି ଓ ମୋରମୋରୀ ପଞ୍ଚାୟତକୁ ନେଇ ନାଚୁଣି ସମବାୟ ସମିତି ଗଠିତ ହୋଇଛି। ଏହି ସମବାୟ ସମିତି ମାଧ୍ୟମରେ ପ୍ରତି ବର୍ଷ ଚାଷୀ ମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ମାନଙ୍କୁ ଟୋକନ ମାଧ୍ୟମରେ ଧାନ ମିଲରମାନେ ଚାଷୀଙ୍କ ଠାରୁ ଧାନ କିଣନ୍ତି।ଏଥର ଏଥିରେ କିଛି ବ୍ୟତିକ୍ରମ ଦେଖାଦେଇଥିଲା। ଯେଉଁଥି ପାଇଁ ଚାଷୀ ସମବାୟ ସମିତି ଆଗରେ ୩ ଦଫା ଦାବ ନେଇ ଧାରଣାରେ ବସିଥିଲେ। ପ୍ରଥମ ଦାବି ଚାଷୀମାନେ ମିଲରଙ୍କ ନିକଟକୁ ଧାନ ନେବେ ନାହିଁ। ମିଲର ଆସି ସମବାୟ ସମିତି କାର୍ଯ୍ୟାଳୟ ନିକଟରୁ ଧାନ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମରେ ଚଢ଼ାଉ କରି ବେଆଇନ କଫ ସିରପ ଏବଂ ଗଞ୍ଜେଇ ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଣେଶ ପାତ୍ର (୩୧)। ତାଙ୍କ ନିକଟରୁ ୩୦୦ ବଟଲ ବେଆଇନ କୋଡିନ ଫସଫେଟ ମିଶ୍ରିତ କଫ ସିରପ ଏବଂ ୨ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଅବକାରୀ ବିଭାଗ ୨୦ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୫୪ /୨୧-୨୨ ରେ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ , ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ବେଗୁନିଆ…

Read More

ନୂଆଦିଲ୍ଲୀ: ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବା ପାଇଁ ପାଟିର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି, ଏହା ପରେ ମଧ୍ୟ ଲୋକମାନେ ପ୍ରାୟତ ଦାନ୍ତ କିମ୍ବା ମାଢି ସମ୍ବନ୍ଧୀୟ ସମସ୍ୟା ଦେଖନ୍ତି। ଦାନ୍ତ ସହ ଜଡିତ ଏହି ସମସ୍ୟାଗୁଡ଼ିକ ପ୍ରତ୍ୟେକ ଥର ଆମେ ବୁଝିବା ସମ୍ଭବ ହୋଇନଥାଏ। ବିଶେଷଜ୍ଞମାନଙ୍କ ମତରେ ଦାନ୍ତ ଓ ମାଢିରେ କିଛି ଲକ୍ଷଣ ଦେଖାଯିବା ଏକ ଗୁରୁତର ରୋଗର ସଙ୍କେତ ହୋଇପାରେ। ରକ୍ତସ୍ରାବ: ରକ୍ତସ୍ରାବ ହର୍ମୋନ୍ ଅସନ୍ତୁଳନର ଲକ୍ଷଣ। ବୟସ ସହିତ ହରମୋନ୍ ପରିବର୍ତ୍ତନ ହେବା ସାଧାରଣ କଥା। ଗର୍ଭାବସ୍ଥା କିମ୍ବା ଋତୁସ୍ରାବ ସମୟରେ ଏହା ମହିଳାମାନଙ୍କଠାରେ ଦେଖାଯାଏ। ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ମାଢି ଏବଂ ହାଡକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଗୁରୁତର ଅବସ୍ଥାରେ ଏହା ଶୀଘ୍ର ଦାନ୍ତକୁ ନଷ୍ଟ କରିଦେଇପାରେ। ସମତଳ ଦାନ୍ତ: ଡାକ୍ତରମାନେ କହିଛନ୍ତି ଯେ, ସମତଳ ଦାନ୍ତ ଚାପ ବିଷୟରେ କହିଥାଏ। ଚାପ କେବଳ ଆମ…

Read More

ନୂଆଦିଲ୍ଲୀ: ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ସହ ଏହାର ସଂରକ୍ଷଣ କରିବାକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ମାର୍ଚ୍ଚ ୯ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ ପ୍ରଧାନ ବିଚାରପତି ନିଶ୍ଚିତ କରିଛନ୍ତି। ୟୁପିଏ ଶାସନ ସମୟରେ ସେତୁ ସମୁଦ୍ରମ୍ ପ୍ରକଳ୍ପ ଅଧୀନରେ ଜାହାଜ ପାଇଁ ରାସ୍ତା ରାମ କାମରେ ସେତୁକୁ ଭାଙ୍ଗିବାର ଥିଲା। ପରେ ଏହି କାର୍ଯ୍ୟ ବନ୍ଦ ହୋଇଗଲା। ରାମ ସେତୁକୁ ଜାତୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ଚାହୁଁଥିବା ଏହି ଆବେଦନ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚକୁ ସ୍ଵାମୀ କହିଛନ୍ତି ଯେ, ଗତ କିଛି ମାସ ହେବ ଏହି ଆବେଦନ ଶୁଣାଣି ହୋଇନଥିଲା ଏବଂ ଏହାକୁ କାର୍ଯ୍ୟସୂଚୀ ତାଲିକାରୁ…

Read More

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି। ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ…

Read More