Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ: ଲତା ଦିଦିଙ୍କ ପରଲୋକରେ ଭାରତୀୟ ସଂଗୀତର ସୁବର୍ଣ୍ଣ ଯୁଗର ଅବସାନ ଘଟିଲା, ସାରା ଦେଶ ଲତା ଦିଦିଙ୍କ ଅବର୍ତ୍ତମାନ କାଳରେ ତାଙ୍କ ସ୍ୱରକୁ ମନେ ରଖିବ। ସେହିପରି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ଉପସ୍ଥିତ ସାମ୍ବାଦିକମାନେ ମତ ରଖିଥିଲେ। ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ସ୍ଥାନୀୟ ପିଡବ୍ଲୁଡି ବଙ୍ଗଳାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ , ଉଭୟଙ୍କ ପାଇଁ ପ୍ରଥମେ ଦୁଇମିନିଟ ନିରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା। ରେଢାଖୋଲ, ନାକଟିଦେଉଳ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ଉଭୟଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ନିର୍ଭୀକତା ଖବର ପରିବେଷଣ ସମସ୍ତଙ୍କ ପାଇଁ ମନେରହିବ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , ଖବର ସଂଗ୍ରହ ବେଳେ ମୃତ୍ୟୁକାଳିନ ଅର୍ଥରାଶି…

Read More

ଭୁବନେଶ୍ୱର: ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ୬ ତାରିଖ ସକାଳେ ପରଲୋକ ହୋଇଯାଇଛି। ତାଙ୍କର ପରଲୋକରେ ସମଗ୍ର ଶ୍ରମିକ ସମାଜ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୪୪ ମସିହାରେ ଜନ୍ମଲାଭ କରିଥିବା ସ୍ୱର୍ଗତ ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଆନ୍ଦୋଳନରେ ଜଡ଼ିତ ରହି ପରବର୍ତ୍ତୀ ସମୟରେ ଶ୍ରମିକ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରି ଚାଲିଥିଲେ। ନିଜର ନିଃସ୍ୱାର୍ଥପରତା, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟପଣ ଯୋଗୁ ବିଭିନ୍ନ ସମୟରେ ଓଡ଼ିଶା ନିର୍ମାଣ କଲ୍ୟାଣ ବୋର୍ଡ, ଓଡ଼ିଶା ବିହନ ନିଗମ, ଓଡ଼ିଶା ନିର୍ମାଣ ମଜଦୁର ସଭା ପ୍ରତିଷ୍ଠତା, ଓଡ଼ିଶା ବିଡ଼ି ଶ୍ରମିକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ, ଢେଙ୍କାନାଳ ମେହେନ୍ତର ଓ ପୌର ପରିଷଦ କର୍ମଚାରୀ ସଂଘର ସଭାପତି ଭଳି ବହୁ ପଦବୀରେ ରହି ଶ୍ରକିମାନଙ୍କ ହିତରେ କାର୍ଯ୍ୟ କରିଚାଲିଥିଲେ। ରାଜନୀତି କ୍ଷେତ୍ରରେ ମଧ୍ୟ…

Read More

ଅହମ୍ମଦାବାଦ: ଭାରତର ସ୍ଵର କୋକିଲା ଲତା ମଙ୍ଗେଶରଙ୍କ ଦେହାନ୍ତ ହୋଇଛି। ଲତା ଦିଦି ମଧ୍ୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଥିଲେ। ଏଭଳି ପରିସ୍ଥିତିରେ, ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ ଭାରତୀୟ ଖେଳାଳିମାନେ ସେମାନଙ୍କ ବାହୁରେ ଏକ କଳା ପଟି ବାନ୍ଧି ପଡ଼ିଆକୁ ଆସିଛନ୍ତି। ଭେଟେରାନ ଭାରତୀୟ କଣ୍ଠଶିଳ୍ପୀ ଲତା ମଙ୍ଗେଶକରଙ୍କ ମୃତ୍ୟୁ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ୍ ପ୍ରତି ଲତା ମଙ୍ଗେଶକରଙ୍କ ଭଲପାଇବା ସମସ୍ତଙ୍କୁ ଜଣା ଏବଂ ସେ ୨୦୧୧ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳର ବିଜୟ ପାଇଁ ଉପବାସ ରଖିଥିଲେ। ବିସିସିଆଇ ମଧ୍ୟ ଏହି ପୋଷ୍ଟ ସେୟାର କରି ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ସେ ସଚିନ ତେନ୍ଦୁଲକରଙ୍କୁ ତାଙ୍କ ପୁଅ ବୋଲି ଭାବୁଥିଲେ ଏବଂ ସେ ତାଙ୍କୁ ମା ସରସ୍ୱତୀ ବୋଲି ମଧ୍ୟ କହିଥିଲେ। ଏହା ଏକ ସଂକେତ ଅଟେ ଯେ, ସରସ୍ୱତୀ ପୂଜାର ପରଦିନ ଭାରତର ଦେବୀ ସରସ୍ୱତୀ ଦୁନିଆକୁ…

Read More

ଜମ୍ମୁ: ଆଜି ସକାଳେ ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କାର୍ଯ୍ୟାନୁଷ୍ଠାନରେ ତିନିଜଣ ପାକିସ୍ତାନୀ ଡ୍ରଗ୍ସ ବେପାରୀଙ୍କ ମୃତ୍ୟୁ ଘଟିଛି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ, ଚୋରା ଚାଲାଣକାରୀଙ୍କଠାରୁ ୩୬ ପ୍ୟାକେଟ ହିରୋଇନ ଜବତ କରାଯାଇଛି। ବିଏସଏଫ ଡେପୁଟି ଇନ୍ସପେକ୍ଟର ଜେନେରାଲ ଏସପିଏସ ସାନ୍ଧୁ କହିଛନ୍ତି ଯେ, ସୀମା ସୁରକ୍ଷା ବଳଙ୍କୁ ବିଳମ୍ବିତ ରାତି ପ୍ରାୟ ୨.୩୦ ମିନିଟରେ ଚୋରା ଚାଲାଣକାରୀଙ୍କ ଗତିବିଧି ବିଷୟରେ ଖବର ମିଳିଥିଲା। ପରବର୍ତ୍ତୀ ଗୁଳି ବିନିମୟରେ ପାକିସ୍ତାନୀ ଡ୍ରଗ୍ସ ବେପାରୀଙ୍କ ମୃତ୍ୟୁ ଘଟିଥିଲା ​​ଏବଂ ସେମାନଙ୍କ ନିକଟରୁ ୩୬ ପ୍ୟାକେଟ୍ ନିଶା ସାମଗ୍ରୀ ଜବତ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ସର୍ବଶେଷ ସୂଚନା ନ ପାଇବା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା’ ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ଉକ୍ତ ମନ୍ଦିରକୁ ଭକ୍ତ ମାନେ ଯାଇଥିବା ସମୟରେ ମନ୍ଦିର ବାହାରେ ଥିବା ହୁଣ୍ଡୀ ବାକ୍ସକୁ ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଖବର ମନ୍ଦିର ଟ୍ରଷ୍ଟିଙ୍କୁ ଜଣାଇବା ପରେ ଟ୍ରଷ୍ଟ ପକ୍ଷରୁ ନାଚୁଣୀ ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା। ତେବେ ଉକ୍ତ ହୁଣ୍ଡିରୁ ପାଖାପାଖି ୧୮ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଥିବାର ଏତଲାରେ ଉଲ୍ଲେଖ ଅଛି। ପୋଲିସ ବର୍ତ୍ତମାନ ଉକ୍ତ ମାମଲାର ତଦନ୍ତ ଜାରି ରଖିଛି। ସୂଚନା ଥାଉକି ଗତ ବର୍ଷ ମଧ୍ୟ ଉକ୍ତ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ହୁଣ୍ଡୀ ବାକ୍ସ ଭାଙ୍ଗି ଚୋରି ହୋଇଥିଲା। ବିଗତ ୬ ବର୍ଷ ମଧ୍ୟରେ ଏହା ସପ୍ତମ ଚୋରି ବୋଲି ଟ୍ରଷ୍ଟ ସଭ୍ୟ କହିଛନ୍ତି। ତେବେ ଲୁଟରେ…

Read More

ଭୁବନେଶ୍ଵର: ଆଜି ରାଜ୍ୟରେ ୨୩ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୭୩୪ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୯, ପୁରୀରୁ ୩ ଜଣ, କୋରାପୁଟ ଜିଲ୍ଲାରୁ ୨, ନୟାଗଡ ଜିଲ୍ଲାରୁ ୨ ଜଣ, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୬ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ ହଜାର ୯୭୬ ଏବଂ ବର୍ତ୍ତମାନ ୨୩ ହଜାର ୬୭୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ସିୱାଲଖାସ ବିଧାନସଭାରେ ପହଞ୍ଚି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ବିଜେପିର ତାରକା ପ୍ରଚାରକ କୁସ୍ତିଯୋଦ୍ଧା ବବିତା ଫୋଗାଟ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ଅଭିଯୋଗ ହୋଇଛି ଯେ, ଏହି ସମୟ ମଧ୍ୟରେ ଆରଏଲଡି ସମର୍ଥକମାନେ ବବିତା ଫୋଗାଟଙ୍କ ଗାଡିକୁ ଘେରି ରହିଥିଲେ। ବାଡ଼ି ଠେଙ୍ଗା ଧରିଥିବା ଆରଏଲଡି ସମର୍ଥକ ବବିତା ଫୋଗାଟଙ୍କ ରାଲିରେ ଜଡିତ ଗାଡିଗୁଡିକକୁ ଭଙ୍ଗାରୁଜା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ନେତାମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଆକ୍ରମଣର ମାମଲା ବୋଲି ବର୍ଣ୍ଣନା କରିଛି। ହେଲେ ବାବିତା ଫୋଗାଟଙ୍କ ଉପରେ ହୋଇଥିବା ଆକ୍ରମଣକୁ ପୋଲିସ ଅସ୍ୱୀକାର କରିଛି। ସିୱାଲଖାସ୍ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ମନିନ୍ଦର ପାଲ ସିଂଙ୍କ ପତ୍ନୀ ସିମ୍ପଲ ସିଂ ଅନ୍ତର୍ଜାତୀୟ ରେସଲର ବବିତା ଫୋଗାଟଙ୍କ ସମ୍ପର୍କୀୟ। ଏହି କାରଣରୁ, ବବିତା…

Read More

ମୁମ୍ବାଇ: ସ୍ୱରର କୋକିଳା ଏବଂ ଭାରତ ରତ୍ନ ଲତା ମଙ୍ଗେଶକର, ଯିଏ ନିଜ ସ୍ୱରରେ ଅନେକ ପିଢୀର ହୃଦୟରେ ବସିଥିଲେ, ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କୁ ଗତ ୨୯ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୮ ତାରିଖରେ, ଲତା ମଙ୍ଗେଶକର କୋଭିଡ ପଜିଟିଭ୍ ବୋଲି ଜଣାପଡିଥିଲେ। ଲତା ମଙ୍ଗେଶକରଙ୍କ ବୟସ ୯୨ ବର୍ଷ ଥିଲା। ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସୁରକ୍ଷାକୁ ବଢାଇଦିଆଯାଇଛି। ଡାକ୍ତରଖାନା ବାହାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ରହିଛି। ଲତା ଜୀଙ୍କର ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, “ଦେଶର ଗର୍ବ ଏବଂ ସଙ୍ଗୀତ ଜଗତର ମୁଖ୍ୟ, ଭାରତ ରତ୍ନ ଲତା ମଙ୍ଗେଶକର ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଖଦାୟକ। ପବିତ୍ର ଆତ୍ମାକୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି। ତାଙ୍କର ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସବୁବେଳେ ସଂଗୀତ…

Read More

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୨ ହଜାର ୬୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୨୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୭୭  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୯୭ ବାଲେଶ୍ଵର ଜିଲ୍ଲାରୁ- ୪୦ ବରଗଡ ଜିଲ୍ଲାରୁ- ୧୭ ଭଦ୍ରକ ଜିଲ୍ଲାରୁ- ୪୦ ବଲାଙ୍ଗୀରି ଜିଲ୍ଲାରୁ- ୬୫ ବୌଦ୍ଧ ଜିଲ୍ଲାରୁ- ୫୫ କଟକ ଜିଲ୍ଲାରୁ – ୧୪୫ ଦେବଗଡ ଜିଲ୍ଲାରୁ- ୯ ଢେଙ୍କାନାଳ ଜିଲ୍ଲାରୁ- ୬୧ ଗଜପତି ଜିଲ୍ଲାରୁ- ୬୪ ଗଞ୍ଜାମ ଜିଲ୍ଲାରୁ- ୩୫ ଜଗତସିଂହପୁର ଜିଲ୍ଲାରୁ- ୩୨ ଯାଜପୁର ଜିଲ୍ଲାରୁ- ୫୩ ଝାରସୁଗୁଡା ଜିଲ୍ଲାରୁ- ୫୬ କଳାହାଣ୍ଡି ଜିଲ୍ଲାରୁ- ୩୬ କନ୍ଧମାଳ ଜିଲ୍ଲାରୁ- ୪୪…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି। ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।

Read More

ଭୁବନେଶ୍ୱର: ଚଳଚ୍ଚିତ୍ର “ଚକ୍ଷୁବନ୍ଧନ” ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ରଜ ଉପଲକ୍ଷେ ଚଳଚ୍ଚିତ୍ର “ମାୟାବୀ”। ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ। ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ। ତୋ ସତ ଆଉ ମୋ ସତ ଲଢେଇ ଭିତରେ ପ୍ରକୃତ ସତ ହଜିଯାଏ। ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ ତାହା ଗୁଜବ ପାଲଟି ଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବାବେଳେ ନିର୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ। ପ୍ରଥମ ଥର ପାଇଁ…

Read More

ଅହମ୍ମଦାବାଦ: ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଆଜି ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ସହିତ ଭାରତୀୟ ଦଳ ଏକ ନୂଆ ଯୁଗରେ ପ୍ରବେଶ କରିବ। ଏଥିରେ ସେ ନିଜର ପୁରୁଣା ‘ମଧ୍ୟମ ଅର୍ଡର ସମସ୍ୟାରୁ’ ମୁକ୍ତି ପାଇବାକୁ ଚେଷ୍ଟା କରିବ। ଏହି ସିରିଜର ଉଦଘାଟନୀ ମ୍ୟାଚ୍ ଭାରତ ପାଇଁ ୧୦୦୦ ତମ ଦିନିକିଆ ହେବ। ଭାରତୀୟ ଦଳ ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛି। ଯେଉଁଥିରେ ସେମାନେ ୨୦୧୫ ଏବଂ ୨୦୧୯ ରେ ଟ୍ରଫି ଜିତିପାରି ନାହାନ୍ତି। ଏବଂ ବର୍ତ୍ତମାନ ପ୍ରକୃତରେ ଦଳ ରଣନୀତି ପରିବର୍ତ୍ତନ କରିବାକୁ ଚାହୁଁଛି। ଏକ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ନୈରାଶ୍ୟଜନକ ପରାଜୟର ସମ୍ମୁଖୀନ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ନୂଆ ଦିନିକିଆ ଅଧିନାୟକ ରୋହିତଙ୍କ ସହ ଏକ ବିଜୟ ଧାରାକୁ ଆସିବାକୁ ଚାହିଁବ। ଯେଉଁଥିରେ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଅଛନ୍ତି। ‘ରୋହିତ-ଦ୍ରାବିଡ’ ଯୋଡି ଆଗାମୀ କିଛି…

Read More

ଭୁବନେଶ୍ୱର: ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’କୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ ଉପସ୍ଥାପନା କରିଥିବା “ବଜେଟ-୨୦୨୨”କୁ ଦେଶବ୍ୟାପୀ ପ୍ରଶଂସା ମିଳିଛି। ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ “ବଜେଟ-୨୦୨୨” ପ୍ରସଙ୍ଗରେ ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରିବେ। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଏବଂ ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି।

Read More

ଭୁବନେଶ୍ୱର: କଟକର ସ୍ୱରାଜ ଆଶ୍ରମ ପରେ ସେତେବେଳର ଜଗତସିଂହପୁର ସବ୍‌ଡ଼ିଭିଜନ ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅଳକା ନଈଧାରରେ ଅବସ୍ଥିତ ଥିବା ସ୍ୱାଧୀନତାର ସଂଗ୍ରାମୀପୀଠ ଅଳକା ଆଶ୍ରମ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ କ୍ରାନ୍ତିକାରୀ ଭୂମିକା ନିଭାଇଥିଲା। ଆଜକୁ ୧୦୦ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହି ଆଶ୍ରମର ଉଦ୍‌ଘାଟନ ହୋଇଥିଲା। ଲକ୍ଷ୍ୟ ଥିଲା ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ଡ଼ାକରାରେ ଯେଉଁ ଛାତ୍ରଛାତ୍ରୀମାନେ ସେତେବେଳେ ଇଂରାଜୀ ସ୍କୁଲ୍‌କୁ ବୟକଟ କରିଥିଲେ, ସେମାନଙ୍କୁ ଏହି ଆଶ୍ରମରେ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ ଜଣେ ଜଣେ ସଂଗ୍ରାମୀ ସୈନିକ ଭାବରେ ଗଢିତୋଳିବା। ସେତେବେଳେ ମାଜିଷ୍ଟ୍ରେଟ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ ଏହି ଆଶ୍ରମର ତତ୍ତ୍ୱାବଧାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସଂଗ୍ରାମୀପୀଠ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ସଂଗ୍ରାମୀ ଭାଗିରଥୀ…

Read More

ମେଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କ ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜି ଦିନଟି ସ୍ୱାଭାବିକ ରହିବ। ସାଥୀ ତୁମର ଅନୁଭବ ବୁଝିପାରିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ। ତୁମେ ଧର୍ଯ୍ୟବାନ ହେବା ଉଚିତ୍। ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ। ବ୍ୟବସାୟ ଭଲ କରିବ। ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ…

Read More

ଆଣ୍ଟିଗୁଆ: ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭାରତୀୟ ଦଳ 4 ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ରେକର୍ଡ ପଞ୍ଚମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଟାଇଟଲ ଜିତିଛି। ଭାରତ ପାଇଁ ଶେଖ ରସିଦ 50 ରନ୍ ସଂଗ୍ରହ କରିଥିବାବେଳେ ଶେଷ ମୁହୂର୍ତ୍ତରେ ରାଜା ବାୱା 35 ରନ୍ ସଂଗ୍ରହ କରିଛନ୍ତି। ନିଶାନ୍ତ ସିନ୍ଧୁ ଅପରାଜିତ 50 ରନ୍ କରି ଭାରତକୁ ବିଜୟ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ମଧ୍ୟମ ପେସର ରାଜ ବାୱାଙ୍କ ପାଞ୍ଚ ୱିକେଟ୍ ଏବଂ ରବି କୁମାରଙ୍କ ଚାରି ୱିକେଟ୍ ସହାୟତାରେ ଇଂଲଣ୍ଡକୁ 44.5 ଓଭରରେ 189 ରନ୍ ରେ ଅଲ ଆଉଟ କରିଥିଲା। ଇଂଲଣ୍ଡ ପାଇଁ ଜେମ୍ସ ରିୟୁ 95 ରନ୍ ସଂଗ୍ରହ କରିଥିଲେ। ଭାରତର ବାୱା 9.5 ଓଭରରେ 31 ଦେଇ ପାଞ୍ଚଟି ନେଇଥିବାବେଳେ ବାମହାତୀ ପେସର ରବି କୁମାର 34 ରନ୍ ରେ ଚାରିଟି ୱିକେଟ ନେଇଥିଲେ। ନିୟମିତ ବ୍ୟବଧାନରେ ଭାରତ…

Read More

ଭୁବନେଶ୍ୱର: ଓଡ଼ିଶା ଟ୍ରକ ମାଲିକ ମହାସଂଘର ଏକ ଜରୁରୀକାଳୀନ ବୈଠକ ଖାରବେଳ ନଗରସ୍ଥିତ ଟାଟା ମୋଟର ଫାଇନାନ୍ସ ଅଫିସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଟ୍ରକ ମାଲିକ ସଂଘର ରାଜ୍ୟ ସଭାପତି ପୁରଞ୍ଜନ ପାଢୀଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଟ୍ରକ ମାଲିକମାନେ ଆସି ଟାଟା ଫାଇନାନ୍ସ ସହ ଋଣ ଆଦାୟରେ କୋହଳ ନୀତି ଅବଲମ୍ବନ କରିବା ଏବଂ ଋଣ ପରିଶୋଧ ପାଇଁ ଆଉ କିଛି ଅଧିକ ସମୟ ଦେବା ପାଇଁ ଦାବି କରିଥିଲେ। ଟାଟା ଫାଇନାନ୍ସର ଜୋନାଲ ବ୍ରାଞ୍ଚ ମ୍ୟାନେଜର ସମ୍ବିତ ବାବୁ ଟ୍ରକ ମାଲିକ ସଂଘର ଅସୁବିଧା ବିଷୟରେ ସବୁ ଶୁଣି କିଛି ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ କିଛି ଋଣ ପରିଶୋଧ କଲେ ମାଲିକମାନଙ୍କ ଗାଡ଼ିକୁ ଆଉ କମ୍ପାନୀ ଭିଡ଼ିବ ନାହିଁ ବୋଲି ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶତାଧିକ ଟ୍ରକ ମାଲିକମାନେ ଗୋଟିଏ କଥା ଦୋହରାଇଥିଲେ ଯେ, କୋଭିଡ଼ କଟକଣା ଯୋଗୁ ସେମାନଙ୍କ ଗାଡିଗୁଡ଼ିକ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଦୀର୍ଘ ଚାରିଦିନ ବ୍ୟାପି ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଠରବାଟିଆ ପଞ୍ଚାୟତର ୮ ଗୋଟି ଟିମ୍ ଭାଗ ନେଇଥିବା ବେଳେ ପରିଶେଷରେ ବ୍ଲାକ ଟାଇଗର ଟିମ୍ ୧-୦ ଗୋଲ୍ ରେ ବିଜୟ ଲାଭ କରିଛି। ସମସ୍ତ ମ୍ୟାଚ୍ ଗୁଡିକ ନକଆଉଟ୍ ହୋଇଥିବାରୁ ପରସ୍ପର ଟିମ ମଧ୍ୟରେ ଅତ୍ୟନ୍ତ ସଂଘର୍ଷମୟ ଏବଂ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା। ତେବେ ଅନ୍ତିମ ପର୍ଯ୍ୟାୟରେ ବ୍ଲାକଟାଇଗର ଏବଂ କେଦାରନାଥ ଟିମ୍ ପରସ୍ପର ସହ ଫାଇନାଲ୍ ମ୍ୟାଚରେ ସାମ୍ନା ସାମ୍ନି ହୋଇଥିଲେ। ଉକ୍ତ ମ୍ୟାଚରେ ବ୍ଲାକଟାଇଗର ଟିମ୍ ର ଅଧିନାୟକ ପିତବାସ ଜାଲି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳ ଉପରେ ଏକ ଚିତାକର୍ଷକ ଗୋଲ ଦେଇ ଟିମକୁ ବିଜୟ ଲାଭ କରାଇଥିଲେ। ଅନୁଷ୍ଠିତ ମ୍ୟାଚରେ ରାଜ୍ୟସ୍ତରିୟ କ୍ରୀଡ଼ାବିତ…

Read More

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ। ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ ପ୍ରତି ବୁଥରେ ଶତାଧିକ ସଭ୍ୟସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ ଯେ କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ମଧୁସୂଦନ ମିସ୍ତ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ସାଂସଦ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟରର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ପାଇଁ ବ୍ଲକ…

Read More

ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦର ସୀମାବର୍ତ୍ତୀ ମୁଚିନ୍ତାଳରେ ଦେଶ ପାଇଁ “ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି” ଉତ୍ସର୍ଗ କରିଛନ୍ତି। ୨୧୬ ଫୁଟ ଉଚ୍ଚର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଏକାଦଶ ଶତାବ୍ଦୀର ଭକ୍ତ ସାଧୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମିତ। ଯିଏ ବିଶ୍ୱାସ, ଜାତି ଏବଂ ଧର୍ମ ସମେତ ଜୀବନର ସମସ୍ତ କ୍ଷେତ୍ରରେ ସମାନତାର ଧାରଣାକୁ ପ୍ରୋତ୍ସାହିତ କରିଥିଲେ। ଏହି ପ୍ରତିମୂର୍ତ୍ତି ସୁନା, ରୂପା, ତମ୍ବା, ପିତ୍ତଳ ଏବଂ ଜିଙ୍କର ‘ପଞ୍ଚଧାତୁ’ର ମିଶ୍ରଣରେ ନିର୍ମିତ। ଏହା ବସିଥିବା ଅବସ୍ଥାରେ ଦୁନିଆର ସବୁଠାରୁ ଉଚ୍ଚ ଧାତୁ ପ୍ରତିମୂର୍ତ୍ତି। ଏହା ଏକ ୫୪ ଫୁଟ ଉଚ୍ଚ ଆଧାର ଭବନରେ ପ୍ରତିଷ୍ଠିତ ହୋଇଛି। ଯାହାର ନାମ ହେଉଛି ‘ଭଦ୍ର ବେଦୀ’। ଏଥିରେ ଏକ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ଥିଏଟର, ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି। ଯାହା ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଅନେକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥାଏ। ଏହି ପ୍ରତିମୂର୍ତ୍ତିକୁ…

Read More