Author: Samikhsya Bureau

ଭୁବନେଶ୍ବର: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ ୠଣ ମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରିରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର…

Read More

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ସେ ଓଡିଶାର ରାଜପଥ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଦଳ ତଥା ସରକାରଙ୍କ ତରଫରୁ ଭୁବନେଶ୍ବର ବରମୁଣ୍ଡା ପଡିଆରେ ବ୍ୟାପକ ଆୟୋଜନ କରାଯାଉଛି। ଗତ ନିର୍ବାଚନ ବେଳେ ସେ ଓଡିଶାକୁ ପ୍ରଚାରରେ ଆସିଥିଲେ। ଓଡିଶାରେ ବିଜେପି ସରକାର ଗଠନ କରିବା ପରେ ନୀତିନ ଗଡକରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ତେବେ ଏହି ଗସ୍ତ ସମୟରେ ସେ କଟଟ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ହରେକୃଷ୍ଣ ମହତାବ ଜୟନ୍ତିରେ ଯୋଗଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ପିଲାଚୋରି ଆମ ଦେଶରେ ଏକ ବଡ ସମସ୍ୟା । ପିଲାଙ୍କୁ ଝୁରି ଝୁରି ହଜାର ହଜାର ମା, ବାପାଙ୍କ ବର୍ଷବର୍ଷ ଧରି ଆଖରୁ ଲୁହ ଶୁଖୁନି । ଗତ ରବିବାର ଦିନ ରାଜଧାନୀର ଛାତି ଉପରେ ରାମ ମନ୍ଦିର ସାମ୍ନାରୁ ଏକ ଦୃଷ୍ଟିବାତ ମା କୋଳରୁ ଦେଢବର୍ଷର ଶିଶୁ ଚୋରି ହୋଇଥିଲା। ଏ ଘଟଣା ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କାଳ ବିଳମ୍ବ କରାନଯାଇ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଏଥି ସହ ତ୍ବରିତ ପଦକ୍ଷେପ ନେବାପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ଏହି ଘଟଣାର ନିୟମିତ ମନିଟରିଂ କରାଯାଉଥିଲା। ଏହା ଫଳରେ ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କଳ, ବଳ, କୌଶଳ ଲଗାଇ ପୋଲିସ୍ ତିନି ଦିନ ଭିତରେ ପିଲାଟିକୁ ଖୋଜି ପାଇବାକୁ ସମର୍ଥ ହୋଇଛି। ପିଲାଟି ପୁଣି ମା କୋଳକୁ ଫେରିଛି । ସନ୍ଦିଗ୍ଧ ଅପରାଧୀ ମଧ୍ୟ ଧରାପଡିଛି। ମା…

Read More

ଭୁବନେଶ୍ବର: ବଲାଙ୍ଗୀରର ପାଟଣାଗଡରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ହୁତୁହୁତୁ ହୋଇ ଜଳୁଛି। କେହି ଦୁର୍ବୁତ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି। ଆଜି ସକାଳୁ ପାଟଣାଗଡର ବ୍ଲକ ଛକରେ ଥିବା ପ୍ରତିମୂର୍ତ୍ତି ଜଳୁଥିବାର ଦେଖିବାକୁ ମିଳିଥିଲା। ତେବେ କିଏ କାହିଁକି ଏପରି କାର୍ଯ୍ୟ କଲା ତାହା ଜଣାପଡି ନାହିଁ। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ପ୍ରକଟ କରାଯାଇଛି। ଏହି ଘଟଣାକୁ ନେଇ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିନ୍ଦା କରିଛନ୍ତି। ପ୍ରବାଦ ପୁରୁଷଙ୍କୁ ଏପରି ଅସମ୍ମାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ବିଜୁବାବୁଙ୍କ ଓଡିଶା ଗଠନରେ ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ…

Read More

ଭୁବନେଶ୍ବର: ରାଜ୍ୟରେ ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି। ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।

Read More

ଭୁବନେଶ୍ବର: ୱାକଫ ବିଲକୁ ନେଇ ବିଜେଡି ଭିତରେ କନ୍ଦଳ ଲାଗିଥିବା ବେଳେ ବର୍ତ୍ତମାନ ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠିକୁ ନେଇ ଚର୍ଚ୍ଚା। ଅନ୍ୟନେତାମାନେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ହେଲେ ରାଜା ସ୍ବାଇଁ ଚିଠି ଲେଖିଛନ୍ତି ତାହା ଭିନ୍ନ କଥା ଦର୍ଶାଉଛି। ନବୀନଙ୍କୁ ଲେକିଥିବା ଚିଠିରେ ବିଧାୟକ ରାଜା ସ୍ବାଇଁ ଲେକିଛନ୍ତି ଯେ, ଦଳକୁ କିଏ ହାଇଜାକ ବା ଅପହରଣ ନ କରୁ। ୱାକଫ ବିଲ ଦଳର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ରାଜା ସ୍ବାଇଁ ଉଲ୍ଲେଖ କରିଛନ୍ତି। ହେଲେ ଦଳକୁ କେହି ହାଇଜାକ ନ କରୁ ବୋଲି ସେ କାହିଁକି ଲେଖିଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚହଳ ସୃଷ୍ଟି କରିଛି। ସାଧାରଣରେ ପ୍ରଶ୍ନ ଉଠିଛି ଯେ, ତେବେ ଦଳକୁ କିଏ ହାଇଜାକ କରୁଛି କି ? ସେ ଖୋଦ…

Read More

ଭୁବନେଶ୍ବର: ଶେଷରେ ଭୁବନେଶ୍ବର କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ଭୁବନେଶ୍ବର ରାମମନ୍ଦିର ସାମନାରୁ ଅପହରଣ ହୋଇଥିବା ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିଛି। ସିସିଟିଭି ଫୁଟେଜ ଆଧାର କରି ପୋଲିସ ବାଲେଶ୍ବରରୁ ଶିଶୁକୁ ଉଦ୍ଧାର କରିଛି। ଏଥିପାଇଁ ପୋଲିସ ପାଞ୍ଚଟି ଟିମ ଗଠନ କରିଥିଲା। ଟ୍ରେନରେ ଦୁର୍ବୁତ ଶିଶୁକୁ ଅପହରଣ କରି ନେଉଥିବାର ଫୁଟେଜ ମିଳିଥିଲା। ଏହାକୁ ଆଧାରକରି ପୋଲିସ ଆରପିଏଫ ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ମିଶି ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରିଥିଲା। ଶେଷରେ ପୋଲିସ ଶିଶୁଟି ବାଲେଶ୍ବର ଯାଇଥିବାର ସୂଚନା ପାଇବା ପରେ ସେଠାରେ ଚଢାଉ କରି ଶିଶୁକୁ ଉଦ୍ଧାର କରିଥିଲା। ଭୁବନେଶ୍ବରର ରାମମନ୍ଦିର ସାମନାରୁ ଜଣେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଦୁର୍ବୁତ ପାଞ୍ଚ ବର୍ଷର ଶିଶୁକୁ ନେଇଯାଇଥିଲା। ଏହାପରେ ସେ ବିକଳ ହୋଇ କାନ୍ଦିବାରୁ ପୋଲିସ ଘଟଣା ସଂପର୍କରେ ଅବଗତ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଛାନଭିନ୍ନ।

Read More

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ। ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ଶ୍ରୀ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ…

Read More

ସମ୍ବଲପୁର:  ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁବେଲ ଏବଂ ହୀରାକୁଦ ଠାରେ ମେରୁଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଖୁବେଲ ସ୍ଥିତ ମନ୍ଦିରରେ ମା’ ଦକ୍ଷିଣକାଳୀ ଏବଂ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ । ପରେ ହୀରାକୁଦ ଠାରେ ମା’ ଦଣ୍ଡକାଳୀ ମନ୍ଦିରରେ ଦର୍ଶନ କରିବା ସହ ମେରୁ ଯାତ୍ରାରେ ସମବେତ ଜନସାଧାରଣଙ୍କ ସହ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ  ଶିବ ଓ ଶକ୍ତି ଉପାସନାର ପର୍ବ ହେଉଛି ମେରୁ ଯାତ୍ରା । ଏହି ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ହଜାର ହଜାର ସଂଖ୍ୟାରେ ନାଗରିକମାନେ…

Read More

ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଏକ ବିକାଶଶୀଳ ରାଷ୍ଟ୍ରର ପରିଚୟ ଠାରୁ ଆଗକୁ ବଢ଼ି ପ୍ରତିରକ୍ଷା, ମହାକାଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅପାର ସମ୍ଭାବନାପୂର୍ଣ୍ଣ ମହାଶକ୍ତି ଭାବେ ଉଭା ହୋଇଛି । ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭରତା, ନବୋନ୍ମେଷ ଏବଂ ପ୍ରଯୁକ୍ତିଗତ ବିକାଶ ଉପରେ ମୋଦୀ ସରକାର ନିରନ୍ତର ଗୁରୁତ୍ୱାରୋପ କରିବା ଫଳରେ ଦେଶ ଆଧୁନିକ ପ୍ରଯୁକ୍ତି ଓ ସାମର୍ଥ୍ୟ ବିକଶିତ କରିବାରେ ବିଶ୍ୱରେ ଅଗ୍ରଣୀ ପାଲଟିଛି। ସ୍ୱଦେଶୀ ଗବେଷଣାର ସଂସ୍କୃତିକୁ ପ୍ରୋତ୍ସାହନ, ଘରୋଇ-ସରକାରୀ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରଣନୀତିକ ନିବେଶକୁ ପ୍ରାଥମିକତା ଦେଇ ଭାରତ ଏବେ ବିଶ୍ୱ ମଞ୍ଚରେ କେବଳ ଅଂଶଗ୍ରହଣକାରୀ ନୁହେଁ ବରଂ ଦୃଷ୍ଟାନ୍ତ ସୃଷ୍ଟିକାରୀ ଦେଶରେ ପରିଣତ ହୋଇଛି । ଏହା କେବଳ ପ୍ରଯୁକ୍ତିଗତ ମାଇଲଖୁଣ୍ଟର କାହାଣୀ ନୁହେଁ; ଏହା…

Read More

Akshaya Tritiya 2025: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଷୟ ତୃତୀୟା  ବୈଶାଖ ମାସରେ ଶୁକ୍ଲା ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୩୦ ତାରିଖ ବୁଧବାରରେ ପାଳନ କରାଯିବ। ଅକ୍ଷୟ ତୃତୀୟାକୁ ଏକ ଶୁଭ ସମୟ ଭାବରେ ବିବେଚନା କରାଯାଏ। ଅକ୍ଷୟ ତୃତୀୟା ଶୁଭ ସମୟ ବା ଶୁଭ ମୁହୁରତ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟା ତିଥି ଏପ୍ରିଲ୍ ୩୦ ରୁ ଭୋର ୫ ଟା୨୯ ରେ ଆରମ୍ଭ ହେଉଛି। ଏହା ଏପ୍ରିଲ ୩୦ ତାରିଖ ଦିନ ୨ ଟା ୧୨ ରେ ଶେଷ ହେବ। ଉଦୟ ତିଥିକୁ ଦୃଷ୍ଟିରେ ରଖି, ୩୦ ଏପ୍ରିଲରେ ଅକ୍ଷୟ ତୃତୀୟା ପାଳନ କରାଯିବ। ଏହି ଦିନ ପୂଜା ପାଇଁ ଶୁଭ ସମୟ ନିମ୍ନଲିଖିତ ଭାବରେ ହେବ – ଅକ୍ଷୟ ତୃତୀୟା ପୂଜା ମୁହୁର୍ତ୍ତ – ସକାଳ ୫ ଟା ୪୧ ମିନିଟ ରୁ ଦିନ ୧୨…

Read More

ଗ୍ରହ ପ୍ରତିକାର: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ । ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ । ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ । ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ । ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ । ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ । ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ । ରାହୁ- ଗହମକୁ କ୍ଷୀରରେ ଧୋଇ…

Read More

ମେଷ: –  ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ ମୁକ୍ତି ପାଇବେ। ଏହା ଆପଣଙ୍କୁ କ୍ଷେତ୍ରର ଏକ ଧାର ଦେବାରେ ସହାୟକ ହେବ। ଯଦି ଆପଣ ଏକ ବିବାଦରେ ଜଡିତ ହୁଅନ୍ତି, ତେବେ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଏବଂ ଆପଣଙ୍କ ସାଥୀ କିଛି ଖୁସି ଖବର ପାଇପାରନ୍ତି। ବୃଷ: – ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପରୁ ଦୂରେଇ ରୁହନ୍ତୁ । ଆପଣ ଅନୁଭବ କରିବେ ଯେ ପ୍ରେମରେ ଏତେ ଗଭୀରତା ଅଛି ଏବଂ ଆପଣଙ୍କର ପ୍ରିୟଙ୍କା ଆପଣଙ୍କୁ ସବୁଦିନ ପାଇଁ ଭଲ ପାଇବ । ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆଜି,…

Read More

ଭୁବନେଶ୍ବର: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଏକ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ମୁଖ୍ୟ ସଂରଚକ ହେବା ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢି ପାଇଁ ନିରନ୍ତର ପ୍ରେରଣାର ଉତ୍ସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ସମ୍ମାନାର୍ଥେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ ହେବ। ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ। ଡକ୍ଟର ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଜୀବନୀ ଉପରେ ଅଧିକ ଗବେଷଣା ହେବ। ସେହିଭଳି ଭୁବନେଶ୍ବରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ…

Read More

ଭୁବନେଶ୍ବର: ପ୍ରଭୁ ଶ୍ରୀହନୁମାନ ଭକ୍ତି, ତ୍ୟାଗ, ନିଷ୍ଠା ଓ ସମର୍ପଣର ପ୍ରତୀକ ବୋଲି ସୋମବାର ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ପଡାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ଆଳତୀ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଆଜିର ଦିନ ଓଡ଼ିଆ ତଥା ସନତନୀ ହିନ୍ଦୁଙ୍କ ପାଇଁ ଏକ ବଡ଼ ଦିନ। ଏଭଳି ଏକ ଦିନରେ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ବଲପୁରର ଜନସାଧାରଣଙ୍କ ସହ ହନୁମାନ ଜୟନ୍ତୀରେ ସାମିଲ ହେବା ମୋର ସୌଭାଗ୍ୟ । ହନୁମାନ ଜୟନ୍ତୀରେ ନାଗରିକମାନଙ୍କ ମଧ୍ୟରେ ଭକ୍ତିପୂର୍ଣ୍ଣ ଉତ୍ସାହ ରହିଛି। ଆମ ସମାଜରେ ଭାଇଚାରା ଓ ସମର୍ପଣ ଭାବନା ଆହୁରି ବଢୁ । ପ୍ରଭୁ ଶ୍ରୀରାମ ଓ…

Read More

ଭୁବନେଶ୍ୱର: ରାଜଭବନରେ ଓଡିଆ ନବ ବର୍ଷ ଏବଂ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ତଥା ବିଭିନ୍ନ ପ୍ରଦେଶର ନବବର୍ଷ ଏକ ମନୋଜ୍ଞ ପରିବେଶରେ ପାଳିତ ହୋଇଯାଇଛି । ଏହିି ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୪ ତାରିଖ ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ ଯେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ “ଏକ ଭାରତ – ଶ୍ରେଷ୍ଠ ଭାରତ”ର ପ୍ରକୃତ ଭାବନାକୁ ପ୍ରତିଫଳିତ କରୁଛି । ଏତଦ୍‌ବ୍ୟତୀତ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଆ ନବବର୍ଷରେ ସମସ୍ତେ ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଓଡିଆ ନବ ବର୍ଷ ଅବସରରେ ଓଡିଶାବାସୀଙ୍କୁ ତଥା ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଉପଲକ୍ଷେ ଉକ୍ତ ରାଜ୍ୟର ଅଧିବାସୀମାନଙ୍କୁ ଏବଂ ନବବର୍ଷ ପାଳନ କରୁଥିବା ଆସାମ, କେରଳ, ତାମିଲନାଡୁ, ବୈଶାଖୀ ପାଳନ କରୁଥିବା ପଞ୍ଜାବ…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡିଆପକ୍ଷ’ ପାଳନ ଓଡିଆ ଅସ୍ମିତାର ଭାବନାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଚଳିତ ଏପ୍ରିଲ୍ ୧ ତାରିଖରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆରମ୍ଭ ହୋଇଥିବା ‘ଓଡିଆ ପକ୍ଷ’ ପାଳନର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏପ୍ରିଲ୍ ୧୪ ତାରିଖ ସନ୍ଧ୍ୟାରେ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉଦ୍‌ଯାପନୀ ସମାରୋହରେ ଉଦ୍‌ବୋଧନଦେଇ ରାଜ୍ୟପାଳ କହିଥିଲେ ଯେ ଓଡିଆ ପକ୍ଷ ପାଳନ କେବଳ ଏକ ସମୟ ଉପଯୋଗୀ ପଦକ୍ଷେପ ନୁହେଁ ବରଂ ଓଡିଶାର ଅନନ୍ୟ ପରିଚୟ, ଐତିହ୍ୟ ଏବଂ ଗର୍ବକୁ ଉଚ୍ଚ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଓଡିଆ ପକ୍ଷ ଲୋକ ପରମ୍ପରା, ସଂସ୍କୃତି, ପ୍ରାଚୀନ ଶାସ୍ତ୍ର, ପର୍ବପର୍ବାଣୀ, ହସ୍ତ ଶିଳ୍ପ, ଖାଦ୍ୟ ଏବଂ ମହାନ ସନ୍ତାନମାନଙ୍କ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଫରେନସିକ ବିଜ୍ଞାନ ସମ୍ମିଳନୀ ୨୦୨୫କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ନୂତନ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଆତଙ୍କବାଦର ମୁକାବିଲା କରିବାରେ ଫରେନସିକ୍ ବିଜ୍ଞାନର ଭୂମିକା’। ସମ୍ମିଳନୀରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି.) ର ଅଧ୍ୟକ୍ଷ ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟନ୍, ଆଟର୍ଣ୍ଣି ଜେନେରାଲ ଶ୍ରୀ ଆର୍. ଭେଙ୍କଟରମଣି, ରାଜ୍ୟସଭା ସାଂସଦ ତଥା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନନ କୁମାର ମିଶ୍ର, କେନ୍ଦ୍ର ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ ଏବଂ ଏନ୍ଏଫ୍ଏସୟୁ ର କୁଳପତି ଡ. ଜେ. ଏମ୍. ବ୍ୟାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭାରତରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ସଂନ୍ଧ୍ୟା ସମୟରେ ଏକ ସୁନା ଅଳଙ୍କାର ଲୁଟ ମାମଲା ପ୍ରତ୍ୟାହାର କରିବା ପାଇଁ ଅଭିଯୋଗକାରୀଙ୍କ ମୁଣ୍ଡରେ ମାଉଜର ଲଗାଇ ଧମକ ଦେଇ ଗିରଫ ହେଲେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ l ପୋଲିସ ପାଖରେ ଏ ନେଇ ଅଭିଯୋଗ କାରୀ ଦିଲ୍ଲୀପ କୁମାର ପାଲ ଲିଖିତ ଅଭିଯୋଗ ପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶ କ୍ରମେ ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ବବଧାନରେ ଏକ ଟିମ ଗଠନ କରାଯାଇଥିଲା l ଟିମ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଭୁବନେଶ୍ୱରରେ ଏକ ଚିକେନ ସେଣ୍ଟରରେ ଚିକେନ କାଟୁଥିବା ବେଳେ ପୋଲିସ ଟିମ ତାକୁ ମାଡି ବସିଥିଲା l ସୂଚନା ମୁତାବକ ଗତ ବର୍ଷ ଫେବୃଆରୀ ୨୯ ତାରିଖରେ ବାଣପୁର ବଜାରରେ ସୁନା ମରାମତି ଦୋକାନ କରିଥିବା ଦିଲୀପ କୁମାର ପାଲ (୬୪) ରାତିରେ ଦୋକାନ ବନ୍ଦକରି ଗ୍ରାହକ ମାନେ ତିଆରି କରିବାକୁ ଦେଇଥିବା ସୁନା ଅଳଙ୍କାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରେସ ଉପରେ କଟାକ୍ଷ କରି କରିଛନ୍ତି ଯେ କଂଗ୍ରେସ ସମ୍ପ୍ରତି ସଂଶୋଧିତ ୱାକଫ ଆଇନକୁ ବିରୋଧ କରି ଭୋଟ ବ୍ୟାଙ୍କ ରାଜନୀତି କରୁଛି। ହରିଆନା ହିସାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଦୀର୍ଘଦିନ ଧରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବ୍ୟବହାର କରିଆସୁଛି। କଂଗ୍ରେସ ସମ୍ବିଧାନର ଧ୍ୱଂସକାରୀ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଡକ୍ଟର ଆମ୍ବେଦକର ଏପରି ଏକ ରାଷ୍ଟ୍ରର କଳ୍ପନା କରିଥିଲେ ଯେଉଁଠାରେ ଗରିବ ଏବଂ ପଛୁଆ ବର୍ଗର ଲୋକମାନେ ସମ୍ମାନର ସହିତ ବଞ୍ଚିପାରିବେ ଏବଂ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିବେ। କିନ୍ତୁ କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତିର ଭାଇରସ ବିସ୍ତାର କରି ସେହି ଦୃଷ୍ଟିକୋଣକୁ ଧୋକା ଦେଇଥିଲା। ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଶାସନରେ, ମୌଳିକ…

Read More

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ଏବଂ ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ପୌରାହିତ୍ୟରେ 135ତମ ଡ଼. ବାବାସାହେବ ଭୀମ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଅଛି l ଡ଼. ବି ଆର ଆମ୍ବେଦକର ଛାତ୍ର ଜୀବନରୁ କର୍ମଠ, ଉଦୀୟମାନ, ପରୋପକାରୀ ଏବଂ ଭଗବାନ ଙ୍କ ସୃଷ୍ଟିରେ ସବୁ ମଣିଷ ସମାନବୋଲି ଭାବୁଥିଲେ। ସେ ଦିନକୁ 18ଘଣ୍ଟା ସମୟ ପାଠପଢାରେ ବିନିଯୋଗ କରୁଥିଲେ ଯାହା ଫଳସ୍ୱରୂପ ସେ ଭାରତର ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ଗଢି ଭାରତ ରତ୍ନ ଉପାଧିରେ ଭୂଷିତ ହୋଇ ଅମର ହୋଇଯାଇଛନ୍ତି l ଛାତ୍ର ଛାତ୍ରୀ ମାନେ ଆମ୍ବେଦକ କରଙ୍କ ଜୀବନାଦର୍ଶନକୁ ଆପଣେଇ କଠିନ ପରିଶ୍ରମ କରି ନିଜର ସିଦ୍ଧlନ୍ତ ଠିକ ରଖି ପାରିଲେ ନିଃ ସନ୍ଦେହ ସେମାନେ ଆମ୍ବେଦକରଙ୍କ ଭଳି ଭଲ ମଣିଷ ହୋଇ ନିଜ ପିତା…

Read More