ରଣପୁର: ଆଜି ପବିତ୍ର ମେରୁ ଯାତ୍ରା ରଣପୁରରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଶୈବ ଉପାସକ ମାନେ ରଣପୁରର ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁର ଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି । ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି । ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା । ରଣପୁର ସ୍ୱପ୍ନେଶ୍ୱର ଦେବ , ଚଣ୍ଡେଶ୍ୱର ଦେବ , ଲେମ୍ବୋଡି ବାଲୁଙ୍କେଶ୍ୱର, ଲତାର ବାଲୁଙ୍କେଶ୍ୱର ଦେବ ,କଙ୍କିଆ ଲୋକେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର , ଗୋପାଳପୁର ନୀଳକଣ୍ଠେଶ୍ୱର ଦେବ,ମଝିଆଖଣ୍ଡ ର କମଳେଶ୍ୱର ଦେବ ଆଦି ସମସ୍ତ ୨୭ କୋଠୀରେ ଏହି…
Author: Samikhsya Bureau
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର କଲେଜ ଛକ ଅଞ୍ଚଳର ସେକ ରହିମ ଙ୍କ ପୁତ୍ର ସେକ ସାଜିଦ (35)ଙ୍କ ବିବାହ ବିଛେଦ ହୋଇଯାଇଥିବାରୁ ସେ ମାନସିକ ଚାପରେ ରହୁଥଲ। ଦୀର୍ଘ ଦିନ ହେବ ମାନସିକ ଚାପରେ ରହିବା ସହ ସଦାବେଳେ ଦୁଃଖିତ ରହୁଥିଲେ l ତେବେ ଗତକାଲି ରାତିରେ ସେ ଘରକୁ ଫେରିନଥିଲେ। ଆଜି ସକାଳେ ସ୍ଥାନୀୟ ପରିଛା ସାହି ନିକଟସ୍ଥ ଏକ ଓଉ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ଓ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନମ୍ବର 9/25 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ…
ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲାର ଚନ୍ଦନେଶ୍ଵର ମହାପ୍ରଭୁଙ୍କ ପ୍ରସିଦ୍ଧ ଚଡ଼କ ମେଳାର ଅନ୍ତିମ ପର୍ଯ୍ୟାୟରେ ଆଜି ପାଟପର୍ବ ଅତ୍ୟନ୍ତ ଭକ୍ତି ଭାବନାର ସହ ପାଳିତ ହୋଇଛି । ଦୀର୍ଘ ୧୩ ଦିନ ଧରି ଲକ୍ଷାଧିକ ଭକ୍ତ ପଇତା ଧାରଣ କରି ଅତ୍ୟନ୍ତ ନିଷ୍ଠାର ସହ ଚନ୍ଦନେଶ୍ଵରଙ୍କୁ ଆରାଧନା କରିଥିଲେ। ଆଜି ସକାଳଠାରୁ ଭକ୍ତମାନେ ପରସ୍ପରକୁ ମାଳା ଚନ୍ଦନ ଲଗାଇଥିଲେ। ଅପରାହ୍ଣରେ ମାନସିକଧାରୀ ଭକ୍ତମାନେ ହାକଣ୍ଡ ପୋଖରୀ ନିକଟରୁ ନିଜ ଶରୀରରେ ଏକାଧିକ କଣ୍ଟା ଫୋଡ଼ି ସୁସଜ୍ଜିତ ହୋଇ ମନ୍ଦିର ନିକଟକୁ ଆସିଥିଲେ। ଏହି ମନୋରମ ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ ପଡୋଶୀ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶେଷରେ ମନ୍ଦିରରୁ ଅର୍ଘ୍ୟ ପାଣି ପାଇବା ପରେ ଭକ୍ତମାନେ ବ୍ରତ ଭଙ୍ଗ କରି ଘରକୁ ଫେରିଥିଲେ। ମେଳାର ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ସମୀକ୍ଷା ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡିଆଳ ଜୟ ମାତା ଦି ଗ୍ରୁପ୍ ପକ୍ଷ ରୁ ହନୁମାନ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ହନୁମାନ ଜୟନ୍ତୀ ଉପଲକ୍ଷେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିବା ବେଳେ ବିଭିନ୍ନ ଛକ ରେ ହନୁମାନ ଚାଳିଶା ପଠନ ଉତ୍ସବ ପାଳିତ ହୋଇଯାଇଅଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଆଳତି ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ରେ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବହୁ ବରିଷ୍ଠ ନାଗରିକ, ସଚେତନ କର୍ମୀ, ମହିଳା, ପୁରୁଷ ଏବଂ ଯୁବ ଗୋଷ୍ଠୀ ସାମିଲ ହୋଇ ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଖଣ୍ଡା ଚାଲନା, ଝଣ୍ଡା ଉଡାଣ ସହ ସୁସଜ୍ଜିତ ରାମ,ଲକ୍ଷ୍ମଣ ଓ ସୀତା ଙ୍କ ପ୍ରତିରୂପ ଶିଶୁ କଳାକାର ସାମିଲ ହୋଇଥିଲେ। ହନୁମାନଙ୍କ ଆଳତି ସମୟ ରେ ସମୟ ସଡ଼କ ଉପରେ ବସି ଆଳତି ଗାନ କରିଥିଲେ। ୩୫୩…
ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପାଇଁ ଏକ ମହତପୂର୍ଣ୍ଣ ଦିନ। କାରଣ ସୋମବାରରେ ଏକାଥରେ ଚାରିଟି ଗୁରୁତ୍ବପୂର୍ଣ ତିଥି ପଡୁଛି। ସେଗୁଡିକ ହେଲା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତି, ଓଡିଆ ନୂଆବର୍ଷ। ଏଥିସହିତ ଏକ ଜାତୀୟ ଦିବସ ଭାବେ ଆସନ୍ତାକାଲି ଡ ଆମ୍ବେଦକରଙ୍କ ଜୟନ୍ତି ମଧ୍ୟ ପଡୁଛି। ପଣା ସଂକ୍ରାନ୍ତିରେ ସାଧାରଣତଃ ଓଡିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏଥିସହିତ ଓଡିଶାର ହନୁମାନ ଜୟନ୍ତି ମଧ୍ୟ ପାଳନ କରାଯାଇଥାଏ। ସେଥିପାଇଁ ସୋମବାର ଦିନ ବିଭିନ୍ନ ଶିବ ମନ୍ଦିରରେ ଭିଡ ହେବା ସହିତ ହନୁମାନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ହେବ। ସେହିପରି ସକାଳୁ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ।
ଭବାନୀପାଟଣା: ରାଜ୍ୟରେ ଯୋଉ ସରକାର ରୁହନ୍ତୁ ନାଁ କାହିକିଁ ସାମ୍ୱାଦିକ ମାନଙ୍କ ସ୍ବାର୍ଥ ପାଇଁ, ହକ୍ ପାଇଁ ସାମ୍ୱାଦିକ ୟୁନିଅନ ତା’ର ସଂଗ୍ରାମ ଜାରି ରଖିବ ବୋଲି ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ୱାଦିକ ମାନଙ୍କ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ପେନସନ ଲାଗୁ, ଏକ୍ରିଡିଏସନ୍ କମିଟି ତିଆରି ପାଇଁ ସରକାରଙ୍କ ନିକଟରେ ଦାବୀ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଦାବୀ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ…
ସମୀକ୍ଷା ବ୍ୟୁରୋ: କୋରାପୁଟର ଉଚ୍ଚତମ ପର୍ବତ ଦେଓମାଳି ଉପରେ କଟକଣା ଲଗେଇଲେ ଜିଲ୍ଲା ପ୍ରଶାସନ। ଦେଓମାଳି ର ସ୍ଵଛତା କୁ ଦୃଷ୍ଟି ରଖି କୋରାପୁଟ ଜିଲ୍ଲା ପ୍ରଶାସନ ର ପଦକ୍ଷେପ । ରାତି ଆଠ ରୁ ଭୋର୍ ପାଞ୍ଚ ଯାଏ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲଗେଇଲେ କୋରାପୁଟ ଜିଲ୍ଲାପାଳ। ପ୍ରଶାସନର ବିନା ଅନୁମତି ରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍ ରାତ୍ରି ଯାପନ କରି ପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମନା।ସାଥୀରେ ନେଲେ ଜରିମାନା ଏହିପରି ବିଭିନ୍ନ ନିୟମ ଉକ୍ତ ଏସଓପି ରେ ରହିଥିବା ବେଳେ ଏହା ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ତାହା ବଲବତର ରହିବ ବୋଲି ଜଣାପଡିଛି । ଆଜି ଦେଓମାଳି ଠାରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ , କୋରାପୁଟ ଏସପି ରୋହିତ ବର୍ମା ,ଡିଏଫ ଓ କେ ଭି ରାଓ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ପଟ୍ଟାଙ୍ଗି ବିଡ଼ିଓ ରାମକୃଷ୍ଣ…
ଭୁବନେଶ୍ବର: ଗତ ଏପ୍ରିଲ ୧୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି ।ନୂଆଦିଲ୍ଲୀର ଡ. ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ। ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ, ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ…
ଭୁବନେଶ୍ବର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡି ସୁପ୍ରିମୋ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, “ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।” “ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”
ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଚଳିତ ବର୍ଷ ପଣା ସଂକ୍ରାନ୍ତି ଆସନ୍ତା 14 ତାରିଖ ସୋମବାର ଦିନ ପଡୁଛି। ଏହିଦିନ ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ…
ଭୁବନେଶ୍ୱର: ଆସନ୍ତାକାଲି ହନୁମାନ ଜୟନ୍ତୀ ପାଇଁ ଓଡିଶା ପୋଲିସ ତରଫରୁ ବଡ ପ୍ରସ୍ତୁତ କରାଯାଇଛିି। ବିଭିନ୍ନ ସ୍ଥାନରେ ୨୦୦ ପ୍ଲାଟୁନ ଫୋର୍ସ ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ। ସେହିପରି ବିଭିନ୍ନ ସ୍ଥାନରେ ପ୍ରାୟ ୬୫୦ ସିସିଟିଭି କ୍ୟାମେରା ଲଗାଯାଇଛି। କେତେକ ସମ୍ବେଦନଶୀଳ ସ୍ଥାନରେ ୪୦ଟି ଡ୍ରୋନ ମୁତୟନ କରାଯାଉଛି ବୋଲି ଆଇନ ଶୃଙ୍ଖଳ ଏଡିଜି ସଞ୍ଜୟ କୁମାର କହିଛନ୍ତି। ସେ କହିଛନ୍ତି ଯେ, ସମ୍ବଲପୁରରେ ବଡ଼ ବଡ଼ LED ଓ ଡ୍ରୋନ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି । ସେହିପରି ସାଦା ପୋଷାକରେ ପାଇଁତରା ମାରୁଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତ ରହିବେ। କୌଣସି ସ୍ଥାନରେ କିଛି ବିଶୃଙ୍ଖଳାକୁ ପ୍ରସୟ ଦିଆଯିବ ନାହିଁ ବୋଲି ଏଡିଜି କହିଛନ୍ତି।
ସମୀକ୍ଷା ବ୍ୟୁରୋ: ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ହୋଇଛି। ଶତାଧିକ ଲୋକେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ହେଲେ ତାଙ୍କ ଗାଡିକୁ ଠେଙ୍ଗା ପାହର ପକାଇ ନଷ୍ଟ କରିଦେଇଛନ୍ତି। ପ୍ରଣବ ହେଙ୍ଗୁଳା ଦର୍ଶନ କରିବାକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି। ଏ ନେଇ ପ୍ରଣବ କହିଛନ୍ତି ଯେ, ମୋତେ ମାରିଦେବାକୁ ସେମାନେ ଉଦ୍ୟତ କରିଥିଲେ। ମୋ କର୍ମିଙ୍କ ଉପରେ ସେମାନେ ଆକ୍ରମଣ କରିଛନ୍ତି। ମୋ ଗାଡି ଭାଙ୍ଗି ଦେଇଛନ୍ତି। ଏହି ଆକ୍ରମଣ ପଛରେ ବିଧାୟକ ହିମାଂଶୁ ସାହୁଙ୍କ ହାତ ରହିଛି ବୋଲି ପ୍ରଣବ କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ବିଧାୟକ ହିମାଂଶୁ ସାହୁ। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଓଡିଶା ବାହାରେ ରହିଛି। ମୋ ପାଖରେ ଯାହା ଖବର ବିଜେଡି ବିଜେଡି ଭିତରେ ଏହି ଗଣ୍ଡଗୋଳ ହୋଇଛି। ଏଥିରେ ମୋର କିଛି ନାହିଁ। ଆଇନ ତା ବାଟରେ ଯିବ ବୋଲି…
ପୁରୀ: ଓଡ଼ିଆ ନବ ବର୍ଷ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଜି ଉନମୋଚିତ ହୋଇଛି ଓଡିଆ କ୍ୟାଲେଣ୍ଡର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଏହାକୁ ଉନମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୀତ୍ ଅଗ୍ରୱାଲ, ଶ୍ରୀମନ୍ଦିର ପ୍ରଶାସନ, ବରିଷ୍ଠ ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଆଜି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବେଶ ଚହଳ ପକାଇଛି। ଆଉ ଭାଇରାଲ ହେବାରେ ମଧ୍ୟ ଲାଗିଛି। ତାହା ହେଲା ଯେ, ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରୁ ଏକ ଚିଲ ପତିତପାବନ ବାନା ଧରି ଉଡୁଥିବାର ଲକ୍ଷ୍ୟ କରାଯାଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଚିଲଟି କାହିଁକି ଏପରି କଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଭିଡିଓରେ ଦେଖାଯାଇଛି ଯେ, ଚିଲଟି ବାନା ଧରି ମନ୍ଦିର ଉପରେ ଘୂରିବୁଲୁଛି। ପତାକାଟି ଲମ୍ବ ଭାବରେ ଉଡୁଥିବାର ଦେଖାଯାଇଛି। ଚିଲ ପକ୍ଷୀ ଏକ ଅଶୁଭ ପକ୍ଷୀ ହୋଇଥିବାରୁ ବିଭିନ୍ନ ମହଲରେ ରାଜ୍ୟର ବିଭ୍ରାଟ ସୃଷ୍ଟି ନେଇ ଆଶଙ୍କା କରୁଛନ୍ତି। ତେବେ ଏହାକୁ ନେଇ ମନ୍ଦିର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ନୂଆଦିଲ୍ଲୀ: ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ପାରମ୍ପରିକ କୃଷି ପର୍ବ ପାଳନ କରାଯାଉଛି। ପଞ୍ଜାବର ଲୋକମାନେ ଏହାକୁ ‘ବୈଶାଖୀ’ କହୁଥିବା ବେଳେ କେରଳବାସୀ ଏହାକୁ ‘ବିଷୁ’ ବୋଲି ଡାକୁଛନ୍ତି, ପଶ୍ଚିମବଙ୍ଗରେ ଏହାକୁ ‘ପୋଇଲା ବୈଶାଖ’ ଭାବରେ ପାଳନ କରାଯାଉଛି। ଆସାମରେ ‘ବୋହାଗ ବିହୁ’ ଭାବରେ। ତାମିଲନାଡୁର ଲୋକମାନେ ଏହି ପର୍ବକୁ ‘ପୁଥାଣ୍ଡୁ’ ଭାବରେ ପାଳନ କରନ୍ତି। ଦେଶର ଉତ୍ତର ଭାଗରେ ଲୋକମାନେ ଆଜି ପୂର୍ଣ୍ଣ ଉତ୍ସାହ ଏବଂ ଭାଇଚାରା ସହିତ ବୈଶାଖୀର ବସନ୍ତ କୃଷି ପର୍ବ ପାଳନ କରୁଛନ୍ତି। ଚାଷୀମାନେ, ବିଶେଷକରି ପଞ୍ଜାବ ଏବଂ ହରିୟାଣାରେ, ଭଲ ଫସଲ ପାଇଁ ଖୁସି ପ୍ରକାଶ କରୁଛନ୍ତି ଏବଂ ଆଗାମୀ ବର୍ଷରେ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛନ୍ତି। ତାମିଲନାଡୁର ଲୋକମାନେ ଆସନ୍ତାକାଲି ପୁଥାଣ୍ଡୁ ପାଳନ କରିବେ। ତାମିଲ ମାସର ପ୍ରଥମ ଦିନ, ଚିତ୍ତରାଇରେ ଏହି ଦିନକୁ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଧିପନାର ସହିତ ତାମିଲ ନବବର୍ଷ ଭାବରେ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…
ନୂଆଦିଲ୍ଲୀ: ରୋଜଭ୍ୟାଲି ଚିଟଫଣ୍ଡରେ ବୁଡିଯାଇଥିବା ଟଙ୍କା ମିଳିବାର ସମ୍ଭାବନା ଦେଖାଦେଇଛି। କାରଣ ଗତକାଲି କେନ୍ଦ୍ର ସରକାର ଏହି କଂପାନୀର ଜବତ ହୋଇଥିବା ବିଭିନ୍ନ ସୁତ୍ରରୁ ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କରିଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆସେଟସ୍ ଡିସ୍ପୋଜାଲ କମିଟି ବା ଏଡିସିର ଅଧ୍ୟକ୍ଷଙ୍କ ନିକଟରେ ଚେକ ଜମା କରିଛନ୍ତି। କୋଲକାତାର ରୋଜଭ୍ୟାଲି କଂପାନୀ ଲୋକମାନଙ୍କୁ ବଡ ଆଶା ଦେଖାଇ ପଶ୍ଚିମବଂଗ ଏବଂ ଓଡିଶାରୁ କୋଟିକୋଟି ଟଙ୍କା ଠକି ନେଇଥିଲା। ପରେ ସିବିଆଇ ତଦନ୍ତରେ ତାହା ଜଣାପଡିବା ପରେ କଂପାନୀ ମାଲିକ ସହ ବହୁ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବର୍ତ୍ତମାନ ଅର୍ଥବିଭାଗ ଟଙ୍କା ପ୍ରଦାନ କରିବା ପରେ ଓଡିଶା ଜମାକାରୀ ଟଙ୍କା ପାଇବେ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ହେବାରେ ଆଜିକୁ ପୁରିଲା ୭୭ ବର୍ଷ। ସେଥିପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏଥିରେ ବିଏମସି ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇଥିଲେ। ଏହାପରେ ଏକ ପାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବାଚସ୍ପତି ଅଭିବାଦନ ଗ୍ରହଣ କରିଥିଲେ। ଏହି ପାରେଡରେ ଏକୋଇଶିଟି ଦଳ ଭାଗ ନେଇଥିଲେ।ଏତଦବ୍ୟତୀତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରାଯାଇଛି। ଆଜି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗଦେବେ।
ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଏହି ଦିବସକୁ ସରକାରୀ ଭାବେ ବିଧାନସଭା ସମ୍ମୁଖରେ ପାଳନ କରାଯାଇଛି। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇପାରି ନ ଥିଲେ। ଯାହାକୁ ନେଇ ମେୟର ସୁଲୋଚନା ଦାସ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଅପରାଜିତା ହେଉଛନ୍ତି ଭୁବେନେଶ୍ବରର ସାଂସଦ। ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ସେ ସାଂସଦ ହିସାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା କଥା। ହେଲେ ସେ ଆସିଲେ ନାହିଁ। ଆମେ ଜାଣିଛୁ ପୁରୀରେ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ସେହି କାର୍ଯ୍ୟକ୍ରମ ତାଙ୍କ ପାଇଁ ବଡ। ରାଜଧାନୀ ପ୍ରତିଷ୍ଠା ଦିବସ ବଡ ନହେଁ। ମେୟର ଆହୁରି କହିଛନ୍ତି ଯେ, ପ୍ରତିଷ୍ଠା ଦିବସ ସକାଳୁ ଆରମ୍ଭ ହୋଇଛି। ସେ ଚାହିଁଥିଲେ ସକାଳେ ଏଠାରେ ଯୋଗ ଦେଇ ପୁରୀ ଯାଇପାରି ଥାଆନ୍ତେ। ହେଲେ…
ପୁରାଣ ଗପ: ଥରେ ଇନ୍ଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ। ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ। ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।…
ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା ୧- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି। ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ। ୨- ଉଡିବା ସମୟରେ ଯଦି ଚିଲ କାହାର ମସ୍ତିଷ୍କକୁ…
ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା। ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି।…

