ଭୁବନେଶ୍ବର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା କରି ରାଜ୍ୟ ସରକାର ଏକ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଆଗକୁ ନୂଆ ବର୍ଷ ଆସୁଥିବାରୁ ପ୍ରବଳ ଭିଡକୁ ଏଡେଇବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଭିଡ ହେଲେ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ଥିବାରୁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ତେଣୁ ଡିସେମ୍ବର ମାସରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ତାରିଖରେ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ପାଇଁ ବାରଣ କରାଯାଇଛି। ଜିରୋ ନାଇଟ ସେଲିବ୍ରେସନ, ପିକିନିକ, ବଣ ଭୋଜି ଉପରେ କଟକଣା ଲଗାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦିରେ ନୂଆ ବର୍ଷ ସମାରୋହ କରିବାକୁ ବାରଣ କରାଯାଇଛି। ପୂର୍ବପରି ଡିସେମ୍ବର ମାସରେ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି। ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଏମଏସପି ସମେତ ଅନେକ ପ୍ରସଙ୍ଗରେ କମିଟି ଗଠନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଠାରୁ ପାଞ୍ଚଟି ନାମ ମାଗିଛନ୍ତି। କୃଷକ ସଂଗଠନଗୁଡ଼ିକ ସହିତ ସରକାର ଏମଏସପି ବିଷୟରେ ଆଲୋଚନା କରିବେ। ସୂତ୍ରରୁ ପ୍ରକାଶ ଯେ, କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଶୀଘ୍ର ସମାପ୍ତ କରିପାରନ୍ତି। ସମସ୍ତଙ୍କ ସହମତିରେ ଡିସେମ୍ବର ୪ ତାରିଖରେ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ଏକ ତାରିଖ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। କୃଷକ ନେତା ସତନାମ ସିଂ ଅଜନାଲା କହିଛନ୍ତି ଯେ, ଏମଏସପି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କମିଟି ଗଠନ ପାଇଁ ସରକାର ୫ଟି ନାମ ମାଗିଛନ୍ତି। ଆସନ୍ତାକାଲି ସୁଦ୍ଧା ୫ ଟି ନାମ ସ୍ଥିର କରାଯାଇ ସରକାରଙ୍କ ନିକଟକୁ ପଠାଯିବ। ଆସନ୍ତାକାଲି ହରିୟାଣା ସରକାରଙ୍କ ସହ କୃଷକଙ୍କ ବୈଠକ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ହରିୟାଣା ସରକାର ଚାଷୀଙ୍କ ସହ ଏକ ବୈଠକ କରିବେ। ଏହି…
ଭୁବନେଶ୍ବର: ସୁନ୍ଦରଗଡରେ ଅନୁଷ୍ଠିତ ୬୯ ତମ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ଏବଂ ମହିଳା କବାଡି ଚାମ୍ପିଅନସିପରେ ପୂର୍ବତଟ ରେଳପଥ ମହିଳା କବାଡି ଦଳ ଚାମ୍ପିଅନସିପ୍ ଟ୍ରଫି ହାସଲ କରିବାର ଗୌରବ ଅର୍ଜନ କରିଛି। ତେବେ ଏହି ଚାମ୍ପିଅନ ଦଳକୁ ରେଳ ସଦନରେ ପୂର୍ବ ତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା)ର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ସମ୍ମାନିତ କରିଛନ୍ତି। ଏହି କବାଡି ଦଳର ନେତୃତ୍ବ ନେଇଥିଲେ କବାଡି କୋଚ୍ ଜୟଶ୍ରୀ ସ୍ବାଇଁ। ପୂର୍ବତଟ ରେଳପଥର କବାଡି ଖେଳାଳି ବିନତି ପ୍ରଧାନ, ମୁକ୍ତି ଭଦ୍ରା ,ନୀତୁ,କାଫି, ଅଂଜନୀ ପଟେଲ,ସୁନୀଥା, ଜୋତି, ସନ୍ତୋସିନୀ ଭୂୟାଁ,ସଂଗିତା ଓରାମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସମୁଦାୟ ୨୮ ଟି ମହିଳା ଦଳ ସାରା ଓଡିଶାରୁ ଅଂଶ ଗ୍ରହଣ କରିଥିଲେ।
ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗଭାନେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ଭବବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଆୟୋଜିତ ଏକ ୱେବିନାର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଫେସର ଗଭାନେ କହିଛନ୍ତି ଯେ ସଙ୍ଗୀତ, ନୃତ୍ୟ,କଳା ଆଦି ଦୁଇଟି ରାଜ୍ୟର ସମ୍ପର୍କକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ। ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅନେକ ସମାନତା ଓ ସମ୍ପର୍କ ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ରାଜ୍ୟର ହଜାର ହଜାର ସଂଗ୍ରାମୀ ଆତ୍ମବଳିଦାନ ଦେଇଛନ୍ତି। ଓଡିଆ ପ୍ରାଚୀନ ସାହିତ୍ୟ ଓ ମହାରାଷ୍ଟ୍ରର ପ୍ରାଚୀନ ସାହିତ୍ୟ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରୁ ସାମାଞ୍ଜସ୍ୟ ରହିଥିବା ଭାରତର…
ନୟାଗଡ଼/ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଆଇନ ଗ୍ରାନାଇଟ ଖଣି ଗୁଡ଼ିକରେ ବ୍ଲାଷ୍ଟିଙ୍ଗ ଯୋଗୁଁ ବହୁ ଜନସାଧାରଣ ହଇରାଣ ହେବା ସହ ସେମାନଙ୍କ ଘର ଦ୍ୱାରା ଭାଙ୍ଗି ଯାଉଛି। ଯାହା ଫଳରେ ବିଗତ ଦିନରେ ରଣପୁର ତହସିଲ ଅଧିନସ୍ଥ କୋଇଲିମା, ଲେଖପୁର, ବୃନ୍ଦାବନପୁର ଆଦି ଗ୍ରାମର ଗ୍ରାମବାସୀମାନେ ଯଥାଶୀଘ୍ର ଉକ୍ତ ବେଆଇନ ଗ୍ରାନାଇଟ ଖଣିରେ ବ୍ଲାଷ୍ଟିଙ୍ଗ ବନ୍ଦ କରିବା ପାଇଁ ସ୍ଥାନୀୟ ତହସିଲଦାର ତଥା ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ ଏବଂ ଯଦି ଏହା ବନ୍ଦ ନହୁଏ ତେବେ ସମସ୍ତ ଗ୍ରାମବାସୀ ମାନେ ଧାରଣାରେ ବସିବେ ବୋଲି ପ୍ରଶାସନକୁ ଚେତାବନୀ ମଧ୍ୟ ଦେଇଥିଲେ। ଘଟଣାକୁ ଗମ୍ଭୀରତାର ସହ ନେଇ ନୟାଗଡ଼ ଏସପି ଉକ୍ତ ସମସ୍ୟାର ସମାଧାନ ପାଇଁ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସଙ୍କୁ ଛଅ ଦିନ ପାଇଁ ରଣପୁର ଥାନାର ଅତିରିକ୍ତ ଦାଇତ୍ୱ ପ୍ରଦାନ କରିବା ସହ ଉକ୍ତ ବେଆଇନ ଗ୍ରାନାଇଟ ଖଣିଉପରେ ଚଢ଼ାଉ ନିର୍ଦ୍ଦେଶ ଦେଇଛନ୍ତି। ଏହି…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ବିଶେଷ କାର୍ଯ୍ୟକ୍ରମ ଚଳିତ ମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। କୃଷି ମହାବିଦ୍ୟାଳୟର ନବନିର୍ମିତ ଭବ୍ୟ ସଭାଗୃହରେ ଅନୁଷ୍ଠିତ ଏଇ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରି ନବାଗତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ସମଗ୍ର ଭାରତ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ବୋଲି ନିଜକୁ ପ୍ରତିପାଦିତ କରିପାରିଥିବାରୁ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଉତ୍ସବର ବରେଣ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ…
ଭୁବନେଶ୍ବର: ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେହିପରି ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର୍ ମାନଙ୍କୁ ଦେଢ ଲକ୍ଷ…
ନୂଆଦିଲ୍ଲୀ: ଅନେକ ଦିନ ଧରି ଓଜନ ନିୟନ୍ତ୍ରଣ କରିବା ପାଇଁ ଯଦି ଆପଣ ଆପଣଙ୍କର ଦେଶୀ କ୍ଷୀର ଚା’କୁ ବିଦାୟ ଦେଇଛନ୍ତି, ତେବେ ଆପଣଙ୍କୁ ଆଉ ଏହା କରିବାର ଆବଶ୍ୟକତା ନାହିଁ। ଓଜନ ହ୍ରାସ କରିବାକୁ, ଆମମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ଚା ’ଛାଡିଦିଅନ୍ତି। କାରଣ ସେମାନେ ଅନୁଭବ କରନ୍ତି ଯେ, ଏହାକୁ ପିଇବା ଦ୍ୱାରା ସେମାନେ କଦାପି ଓଜନ ହ୍ରାସ କରିପାରିବେ ନାହିଁ। ତେଣୁ ଏଠାରେ ଆମେ ଆପଣଙ୍କୁ ଏପରି ଏକ ପଦ୍ଧତି କହିବୁ, ଯାହା ଦ୍ଵାରା ଆପଣଙ୍କର ଓଜନ କେବଳ ହ୍ରାସ ହେବ ନାହିଁ, ବରଂ କୋଷ୍ଠକାଠିନ୍ୟ, ଉଚ୍ଚ ରକ୍ତଚାପ ଏବଂ ମାନସିକ ଚାପ ମଧ୍ୟ ନିୟନ୍ତ୍ରଣରେ ରହିବ। ଆସନ୍ତୁ ଜାଣିବା… ଚା’ ପିଇବାର ସଠିକ୍ ସମୟ: ଚା’ ପିଇବାର ସମୟ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଦାପି ଖାଲି ପେଟରେ ଚା ପିଅନ୍ତୁ ନାହିଁ। ଆହୁରି ମଧ୍ୟ, ଖାଦ୍ୟ ଖାଇବା ପରେ ଏହାକୁ ତୁରନ୍ତ ପିଅନ୍ତୁ ନାହିଁ।…
ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ କୋଭିଶିଲ୍ଡ ଟିକା କରୋନାର ଓମିକ୍ରନ୍ ଭାରିୟାଣ୍ଟ ଉପରେ କେତେ ପ୍ରଭାବଶାଳୀ, ଏହା ଆସନ୍ତା 2-3 ସପ୍ତାହ ମଧ୍ୟରେ ଜଣା ପଡିବ। ଜାତୀୟ ନ୍ୟୁଜ ଚ୍ୟାନେଲ NDTV ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପୁନାୱାଲା କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନ୍ ସାଂଘାତିକ କି ନୁହେଁ ତାହା କୁହାଯାଇ ପାରିବ ନାହିଁ। ଯଦି ସରକାର ଏକ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ଆମେ ତାହା ଯୋଗାଇବାକୁ ପ୍ରସ୍ତୁତ ଅଛୁ। ପୁନାୱାଲାଙ୍କ ଅନୁଯାୟୀ ଘରୋଇ ବଜାରରେ 600 ଟଙ୍କା ମୂଲ୍ୟରେ ଏକ ବୁଷ୍ଟର ଡୋଜ ମିଳିପାରିବ। ବିଶେଷଜ୍ଞଙ୍କ ପରାମର୍ଶ ପରେ ଏକ ବୁଷ୍ଟର୍ ଡୋଜ୍ ଦିଆଯାଇପାରେ ବୋଲି ସେ କହିଛନ୍ତି। କିନ୍ତୁ ବୁଷ୍ଟର ଡୋଜ ପୂର୍ବରୁ ସମସ୍ତଙ୍କୁ ଟୀକାକରଣର ଉଭୟ ଡୋଜ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଜାନୁଆରୀ-ଫେବୃଆରୀ ସୁଦ୍ଧା ଭାରତରେ କୋଭିସିଲ୍ଡ ଡୋଜ ଉପଲବ୍ଧ ହୋଇପାରିବ।…
ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାକିରୀ କରୁଥିବା ଲୋକଙ୍କ ପାଇଁ ଏକ ଭଲ ଖବର ଅଛି। ଯଦି ଆପଣ ମଧ୍ୟ PF ସୁଧର ଟଙ୍କାକୁ ଅପେକ୍ଷା କରଛନ୍ତି, ତେବେ ବର୍ତ୍ତମାନ ଶୀଘ୍ର ଆପଣଙ୍କ ଖାତାର ବାଲାନ୍ସ ଯାଞ୍ଚ କରନ୍ତୁ। ମୋଟ ୨୧.୩୮ କୋଟି ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇଛି ବୋଲି ଟୁଇଟ୍ କରି ଇପିଏଫ୍ଓ ସୂଚନା ଦେଇଛି। ତେଣୁ ଆପଣଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଆସିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିବା ଉଚିତ୍। ଆପଣ କିପରି ଚେକ୍ କରିପାରିବେ ତାହା ଆପଣଙ୍କୁ କହିବା। ଅନେକ ଉପାୟରେ ବାଲାନ୍ସ ଯାଞ୍ଚ କରାଯାଇପାରିବ: ଖାତାଧାରୀମାନଙ୍କୁ ୮.୫ ପ୍ରତିଶତ ହାରରେ ସୁଧର ଲାଭ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି। ଆପଣ ବର୍ତ୍ତମାନ କେବଳ SMS, ମିସ୍ କଲ୍, UMANG ଆପ୍ ଏବଂ EPFO ର ଅଫିସିଆଲ୍ ୱେବସାଇଟ୍ ଦ୍ୱାରା ଆପଣଙ୍କର PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରିପାରିବେ। ଏଥିପାଇଁ, ଆପଣଙ୍କର PF…
ନୂଆଦିଲ୍ଲୀ: ଡିସେମ୍ବର ୧ ତାରିଖରୁ ଅନେକ ଜିନିଷର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି, ତେଣୁ ଅନେକ ଜିନିଷ ମହଙ୍ଗା ହେବ। କିଛି ସାମ୍ପ୍ରତିକ ଅଫର୍ ମିଆଦ ପୂର୍ଣ୍ଣ ହେବ। ଡିସେମ୍ବର ୧ ତାରିଖରୁ କେଉଁ ଜିନିଷରେ ମୂଲ୍ୟର ପରିବର୍ତ୍ତନ ହେଉଛି, ଆସନ୍ତୁ ଜାଣିବା… ଗ୍ୟାସ ସିଲିଣ୍ଡର ମୂଲ୍ୟ: ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି। ଯାହା ପରେ ବାଣିଜ୍ୟିକ ଏବଂ ଘରୋଇ ଏଲପିଜି ସିଲିଣ୍ଡରର ନୂତନ ହାର ଏହି କମ୍ପାନୀଗୁଡିକ ଦ୍ଵାରା ପ୍ରତି ମାସର ୧ ତାରିଖରେ ପ୍ରଦାନ କରାଯାଇଥାଏ। ଏହି ସମୀକ୍ଷାରେ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବ କି ନାହିଁ ତାହା ସ୍ଥିର ହୁଏ। କିନ୍ତୁ ଏଥର ବିଶ୍ୱାସ କରାଯାଏ ଯେ, ଏଲପିଜି ସିଲିଣ୍ଡର ମୂଲ୍ୟରେ କିଛି ହ୍ରାସ ହୋଇପାରେ। ଘର ଋଣ ଅଫର: ପାର୍ବଣ ଋତୁରେ ଅଧିକାଂଶ ବ୍ୟାଙ୍କ ବିଭିନ୍ନ ଘର ଋଣ ଅଫର ନେଇ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଆଜି ସବୁଜମୟ ହୋଇଯାଇଛି। ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଲା ବାଲୁଗାଁ। ଦୀର୍ଘ ଅଢେଇ ବର୍ଷ ପରେ ଆଜି ଚିଲିକା ନିର୍ବାଚନମଣ୍ଡଳିର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ବାଲୁଗାଁ ଏନଏସିରେ ଏକ ବିଶାଳ ରାଲି କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ କେବଳ ବାଲୁଗାଁ ଏନଏସିର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳା କର୍ମୀମାନେ ଆଜି ସମଗ୍ର ଏନଏସି ପରିକ୍ରମା କରିଥିଲେ। ଉକ୍ତ ବିଶାଳ ଶୋଭାଯାତ୍ରା ବାଲୁଗାଁ ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସମଗ୍ର ଏନଏସିର ୧୧ ଟି ୱାର୍ଡ ଅତିକ୍ରମ କରିଥିଲା। ଏହି ସମୟରେ ସ୍ଥାନୀୟ ଗାନ୍ଧୀ ଛକରେ କର୍ମୀମାନଙ୍କୁ ଶ୍ରୀ ସାହୁ ସମ୍ବୋଧିତ କରିବା ସହ ଦରଦାମ ବୃଦ୍ଧି ବିରୋଧରେ ବିଜେପିକୁ ଟାର୍ଗେଟ କରିଥିଲେ। ଏବଂ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଶେଷରେ ଉକ୍ତ…
ସୀତାରାମ ଅଗ୍ରୱାଲ ବାଣପୁର: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଶେଷଦେବ ବେହେରା। ସୂଚନା ମୁତାବକ ଶେଷଦେବ ଦୀର୍ଘ ୧୦ ବର୍ଷ ହେବ କେରଳର ଥ୍ରୀଶୁର ସହରରେ ଶ୍ରୀ ମେନନ ନାମକ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ତେବେ କରୋନା ଲାଗି ଦୀର୍ଘ ମାସ ହେବ ଘରେ ବସିଲା ପରେ ଗତ ବର୍ଷ ଜାନୁଆରୀ ମାସରେ ପୁନଶ୍ଚ ସେ କାମକୁ କେରଳ ଯାଇଥିଲେ। ଆଜି ସକାଳେ କମ୍ପାନୀ ଗାଡ଼ି ତାଙ୍କୁ କାମ ନିମନ୍ତେ ନେବାକୁ ଆସିଥିବା ବେଳେ ସେ ଏକ ଚା’ ଦୋକାନରେ ଚା’ ପିଇ ବାହାରିଲା ବେଳକୁ ଅଚେତ ହୋଇ ତଳେ ପଡିଯାଇଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିବାର ତାଙ୍କ ପତ୍ନୀ ସସ୍ମିତା ବେହେରାକୁ କମ୍ପାନୀ ସୂଚନା ଦେଇଥିଲା। ତେବେ ମୃତ୍ୟୁ କିପରି…
ନୂଆଦିଲ୍ଲୀ: ଅନେକ ଦେଶରେ କରୋନା ଭାଇରସର ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ବିସ୍ତାର ହେତୁ ଭାରତରେ ଚିନ୍ତା ବଢିଛି। ବଢୁଥିବା ଚିନ୍ତା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଓମିକ୍ରନ୍ ମାମଲାର ଶୀଘ୍ର ଚିହ୍ନଟ ଏବଂ ଅନୁସନ୍ଧାନ ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, RT- PCR ଏବଂ RAT ପରୀକ୍ଷା ଦ୍ୱାରା ନୂତନ ପ୍ରକାର ଚିହ୍ନଟ ହୋଇପାରିବ ନାହିଁ। ଘରୋଇ କ୍ଵାରେଣ୍ଟିନରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ତଦାରଖ ନିଶ୍ଚିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି। ସରକାରୀ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସ୍ ର ନୂଆ ଓମିକ୍ରନ୍ ଭେରିଏଣ୍ଟ୍ର କୌଣସି ମାମଲା ହୋଇନାହିଁ। ସମ୍ଭାବ୍ୟ ବିପଦକୁ ବିଚାରକୁ ନେଇ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସକ୍ରିୟ ନୀରିକ୍ଷଣ, ପରୀକ୍ଷଣ ବୃଦ୍ଧି,…
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ବଣଭୋଜି ପାଇଁ ଅନୁମତି ମିଳିବ। ସେହିପରି ସବୁଜ ପର୍ଯ୍ୟଟନ ଭ୍ରମଣ ପାଇଁ ମଧ୍ୟ ଅନୁମତି ମିଳିବ ବୋଲି ଜଣାପଡିଛି। କରୋନା ଯୋଗୁଁ ଏସବୁ ବଣଭୋଜୀ ବାରଣ କରାଯାଇଥିଲା। ବର୍ତ୍ତମାନ କରୋନା କଟକଣା ଭିତରେ ଏସବୁ ଭୋଜି କରିବା ପାଇଁ ଅନୁମତି ପ୍ରଦାନ କରାଯିବ। ଯଦି କେହି ଏକ କଟକଣା ନ ମାନିବେ ତେବେ ସେମାନଙ୍କ ଭୋଜିକୁ ଅଧାରୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି। ମୁଖ୍ୟତଃ ଭୁବନେଶ୍ବରର ନନ୍ଦନକାନନର ବଟନିକାଲ ଗାର୍ଡନ ଏବଂ ଖଣ୍ଡଗିରି ନିକଟରେ ଥିବା ଜୟଦେବ ବାଟିକାରେ ଏହି ବଣଭୋଜୀ ପାଇଁ ଅନୁମତି ରହିଛି। ଯେଉଁମାନେ ଏହି ସ୍ଥାନରେ ବଣଭୋଜୀ କରିବେ ସେମାନେ ପିଣ୍ଢି ବୁକିଂ ଅନଲାଇନରେ କରିପାରିବେ। ବର୍ତ୍ତମାନ ନୂଆବର୍ଷ ଆସୁଥିବାରୁ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଲୋକମାନେ ବଣଭୋଜୀ କରିଥାନ୍ତି। ତାହାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଭୋପାଳରେ ୱାରେଣ୍ଟ ଜାରି କରାଯାଇଛି। ସେ ‘କହୋ ନା ପ୍ୟାର ହେ!’ ଭଳି ସୁପରହିଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ବାସ୍ତବରେ ଚେକ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯାଇଛି। ଏଥିସହିତ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ପୂର୍ବରୁ ହାଜର ହେବାକୁ କହିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ୩୨ ଲକ୍ଷରୁ ଅଧିକ ଚେକ ବାଉନ୍ସ ମାମଲା ରୁଜୁ ହୋଇଛି। ୩୨ ଲକ୍ଷ ୨୫ ହଜାର ଟଙ୍କାର ଚେକ୍ ବାଉନ୍ସ ଅଭିଯୋଗରେ ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ ଅମିଶା ପଟେଲଙ୍କ ବିରୋଧରେ ମାମଲା ଦାୟର କରିଥିଲା। କମ୍ପାନୀ ଅଭିଯୋଗ କରିଛି ଯେ, ଫିଲ୍ମ ନିର୍ମାଣ ନାମରେ ଅମିଶା ଏବଂ ତାଙ୍କ କମ୍ପାନୀ ଏମ/ ସ ଅମିଶା ପଟେଲ ପ୍ରଡକ୍ସନ୍ ୩୨ ଲକ୍ଷ ୨୫ହଜାର ଟଙ୍କା ଋଣ ନେଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, କମ୍ପାନୀକୁ ଦିଆଯାଇଥିବା ଦୁଇଟି ଚେକ…
ନୂଆଦିଲ୍ଲୀ: ରାଜ୍ୟର ରାଜଧାନୀ ଭୁବନେଶ୍ବର ଏବଂ ଓଡିଶାର ଅନେକ ସ୍ଥାନରେ ଏହିପରି ବହୁ ସଂଖ୍ୟକ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଖାଲି ପଡିଥିବା ସରକାରୀ କିମ୍ବା ଗ୍ରାମ ସମାଜ ଜମିକୁ ଦଖଲ କରି ଷଡଯନ୍ତ୍ର କରୁଛନ୍ତି। ଏପରି ଅନେକ ବସ୍ତି ଅଛି, ଯେଉଁଥିରେ ବହୁ ବର୍ଷ ଧରି ଲୋକେ ବସତି ସ୍ଥାପନ କରିଆସୁଛନ୍ତି। ସେହି ଜମିଗୁଡିକୁ ଜମି ମାଫିଆମାନେ ଷଡଯନ୍ତ୍ର କରି ଅନ୍ୟମାନଙ୍କୁ ବିକ୍ରି କରିଦିଅନ୍ତି। ଜାଣନ୍ତୁ ଏଥିରୁ କେଉଁ ସମସ୍ୟା ଆସିପାରେ… ସମ୍ପତ୍ତି ସମ୍ବନ୍ଧୀୟ ନିୟମ କହୁଛି ଯେ, କେବଳ ଆପଣଙ୍କ ନାମରେ ଏକ ଜମି ପଞ୍ଜୀକୃତ ହୋଇଗଲେ, ଆପଣ ଏହାର ମାଲିକାନା ପାଇବେ ନାହିଁ। ଏଥିପାଇଁ, ମ୍ଯୁଟେସନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜମିର କ୍ରୟ ଅଂଶ ଆପଣଙ୍କ ନାମରେ ନହେବା ପର୍ଯ୍ୟନ୍ତ ଆପଣ ମାଲିକ ନୁହଁନ୍ତି। ଏହିପରି ଜମିର ମାଲିକାନା ଯାଞ୍ଚ କରନ୍ତୁ: ଡିଜିଟାଲ ଅଭିଯାନ ଅଧୀନରେ ସମ୍ପତ୍ତି ସହ ଜଡିତ ଡକ୍ୟୁମେଣ୍ଟଗୁଡ଼ିକ ବର୍ତ୍ତମାନ…
ନୂଆଦିଲ୍ଲୀ: ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅବସରପ୍ରାପ୍ତ ନୌସେନା ମୁଖ୍ୟ ଆଡମିରାଲ କରାମବୀର ସିଂ ଭାରତୀୟ ନୌସେନାର କମାଣ୍ଡର ଆଡମିରାଲ ଆର ହରି କୁମାରଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି। ଉପ-ଆଡମିରାଲ ଆର ହରି କୁମାରଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ ଦେଇଥିଲା। ହରି କୁମାର ଏହାପୂର୍ବରୁ ନୌସେନାର ୱେଷ୍ଟର୍ଣ୍ଣ କମାନର କମାଣ୍ଡିଂ ଏବଂ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ଦାୟିତ୍ଵ ଗ୍ରହଣ କରିବା ପରେ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ, ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ପାଇଁ ସେ ସଂପୂର୍ଣ୍ଣ ପ୍ରୟାସ କରିବେ। ନୋସେନାର ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଡମିରାଲ୍ ଆର ହରିକୁମାର ତାଙ୍କ ମାତା ବିଜୟ ଲକ୍ଷ୍ମୀଙ୍କ ପାଦ ଛୁଇଁଲେ ଏବଂ ଆଶୀର୍ବାଦ ଗ୍ରହଣ କଲେ।
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଏକ ଅଶାନ୍ତି ଦେଖାଦେଇଥିଲା। ସଂସଦର ମୌସୁମୀ ଅଧିବେଶନରେ ହଟ୍ଟଗୋଳ ସୃଷ୍ଟି ହେତୁ ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସକାଳେ ଟୁଇଟ୍ କରି କହିଛନ୍ତି ଯେ, ଗୃହର ସମ୍ମାନ ରକ୍ଷା କରିବା ପାଇଁ ସରକାର ବାଧ୍ୟତାମୂଳକ ଭାବେ ଏହି ନିଲମ୍ବନ ପ୍ରସ୍ତାବକୁ ଗୃହ ସମ୍ମୁଖରେ ରଖିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଯଦି ଏହି ୧୨ ଜଣ ସାଂସଦ ସେମାନଙ୍କର ଅସଦାଚରଣ ପାଇଁ ବାଚସ୍ପତି ଏବଂ ଗୃହକୁ କ୍ଷମା ମାଗନ୍ତି, ତେବେ ସରକାର ମଧ୍ୟ ସେମାନଙ୍କ ପ୍ରସ୍ତାବକୁ ଖୋଲା ହୃଦୟରେ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗରେ ବିତର୍କ କରିବାକୁ ଏବଂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ଆସନ୍ତାକାଲି ଠାରୁ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ…
ନୂଆଦିଲ୍ଲୀ: ଗତକାଲି ସଂସଦରେ ତିନୋଟି କୃଷି ପ୍ରତ୍ୟାହାର ଆଇନ ପାରିତ ହୋଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ତିନୋଟି କେନ୍ଦ୍ରୀୟ କୃଷି ଆଇନ ରଦ୍ଦ କରିବାକୁ ସଂସଦରେ ବିଲ୍ ପାରିତ ହେବା ପରେ ଅମରିନ୍ଦର ସିଂ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଅମରିନ୍ଦର ସିଂ ଆଶା ପ୍ରକଟ କରିଛନ୍ତି ଯେ, କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ଅବଶିଷ୍ଟ ଦାବିକୁ ଗ୍ରହଣ କରିବେ। କ୍ୟାପଟେନ ଅମରିନ୍ଦର ସିଂ ଟ୍ୱିଟ୍ କରି ଚାଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଜି ସଂସଦର ଉଭୟ ଗୃହରେ ଥିବା ତିନୋଟି କୃଷି ଆଇନକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିଦେଇଥିବାରୁ ଆମର ସମସ୍ତ କୃଷକଙ୍କୁ ଅଭିନନ୍ଦନ। ତିନୋଟି କୃଷି ଆଇନ ରଦ୍ଦ ହେବା ପରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଚାଷୀଙ୍କ ଚାହିଦା ହେଉଛି କେନ୍ଦ୍ର ସରକାର ସେମାନଙ୍କ ଅବଶିଷ୍ଟ ଦାବିକୁ…
ନୂଆଦିଲ୍ଲୀ: ଆଜି ଦେଶରୁ ୫୫୧ ଦିନ ପରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୯୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୫ ଲକ୍ଷ ୮୭ ହଜାର ୮୨୧ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୮ ହଜାର ୯୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୧୮ ହଜାର ୨୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୪୩ ଆକ୍ଟିଭ୍ କେସ୍ ରହିଛି।

