ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସ୍ବାସ୍ଥ୍ୟ ଉପରେ ବେଶ ଭଲ ଉପଦେଶ ଦେଇଛନ୍ତି। ଯାହା ସାଧାରଣ ଜୀବନରେ ପ୍ରତିଟି ମଣିଷ ତାହାକୁ ମାନିବା ଉଚିତ। ଚାଣକ୍ୟଙ୍କ ହିସାବରେ ଜଣେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଜରୁରୀ କାମ ଥାଉ ନା କାହିଁକି ଦିନରେ ଥରୁଟିଏ ସ୍ବାସ୍ଥ୍ୟ ପ୍ରତି ନଜର ଦେବା ଆବଶ୍ୟକ। କାରଣ ଆପଣ ଯେତେଦିନ ସୁସ୍ଥ୍ୟ ରହିବେ ସେତେଦିନ ପର୍ଯ୍ୟନ୍ତ ମୃତ୍ୟୁ ଦୂରେଇ ରହିବ। ଯଦି ଆପଣ ବଞ୍ଚି ରହିବେ ତେବେ ଧର୍ମକର୍ମ ଏବଂ ପରିବାରର ମଙ୍ଗଳ କରିବେ। ହେଲେ ମରିଗଲେ କିଛି କରିପାରିବେ ନାହିଁ। ନିଜେ ଅସୁସ୍ଥ୍ୟ ରହି ରୋଗ ବ୍ୟାଧିରେ ପଡିରହିଲେ ଆପଣ କାହାର କାମରେ ଆସିବେ ନାହିଁ। କାହାର ଉପକାରଟିଏ ମଧ୍ୟ କରିପାରିବେ ନାହିଁ। କେବଳ ଆପଣଙ୍କ ରୋଗ କଥା ଚିନ୍ତା କରି ଶେଷରେ ଦେହତ୍ୟାଗ କରିବେ। ତେଣୁ ବଞ୍ଚିଥିଲେ କିଛି କରିବେ, ବଞ୍ଚିବା…
Author: Samikhsya Bureau
ଭୁବନେଶ୍ବର: ବିଭିନ୍ନ ନିର୍ବାଚନ ଆଉ ଉପନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ବ ହାରିବା ପରେ ବର୍ତ୍ତମାନ ତାଙ୍କ ଧର୍ମପତ୍ନୀ ରାଜନୈତିକ ମଇଦାନକୁ ଲମ୍ପ ପ୍ରଦାନ କରିଛନ୍ତି। ଯାହାର ପ୍ରମାଣ ବର୍ତ୍ତମାନ ତାଳଚେର ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାରେ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଗ୍ୟାସ ବଣ୍ଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ତାଙ୍କର ଏହି ଗସ୍ତକୁ ସଫଳ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପୁରା ଟିମ ଲାଗିପଡିଛନ୍ତି। ମୃଦୁଳାଙ୍କ ପାଇଁ ତାଳଚେର ଅଞ୍ଚଳରେ ବିଭିନ୍ନ ମଞ୍ଚ ବା ସଭାସମିତର ଆୟୋଜନ ହେବାରେ ଲାଗିଛି। ବର୍ତ୍ତମାନ ମୃଦୁଳୁ ନୂଆଦିଲ୍ଲୀରେ କମ ତାଳଚେରରେ ବେଶୀ ସମୟ ଦେବେ ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ ପାଇଛି। ମୁଖ୍ୟତଃ ଜଣେ ନାରୀ ଏବଂ ଜଣେ ଟାଣୁଆ ମନ୍ତ୍ରୀଙ୍କ ପତ୍ନୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବୋହୁ ଭାବେ ତାଙ୍କର ତାଳଚେରରେ ବେଶ ଖାତିର ରହିଛି। ଫଳରେ ତାଙ୍କ ସଭାରେ ଲୋକଙ୍କ ଭିଡ ମଧ୍ୟ ପରିଲକ୍ଷିତ…
ନୂଆଦିଲ୍ଲୀ: କୋଭିଡ୍ -୧୯ ର ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଭାବରେ, କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବାର ପ୍ରଥମ ଦିନରେ ଛଅ ଜଣ ଯାତ୍ରୀ କୋଭିଡ୍ ପଜିଟିଭ୍ ଥିବା ଜଣାଯାଇଛି। ଏହି ନୂତନ ଭାରିଆଣ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣ (ଭିଓସି) ଭାବରେ ବିବେଚିତ କରାଯାଇଛି। ‘‘ବିପଦ ରହିଥିବା’’ ଦେଶରୁ ଆଜି ମଧ୍ୟ ରାତ୍ରରୁ ଅପରାହ୍ନ ୪ ଘଟିକା ମଧ୍ୟରେ ଲକ୍ଷ୍ମୌକୁ ଛାଡ଼ି ବିଭିନ୍ନ ଏୟାରପୋର୍ଟରେ ୧୧ ଟି ଆନ୍ତର୍ଜାତିକ ବିମାନ ପହଞ୍ଚିଛି। ଏଥିରେ ସମୁଦାୟ ୩୪୭୬ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ୩୪୭୬ ଜଣ ଯାତ୍ରୀଙ୍କର ଆରଟି ପିସିଆର ପରୀକ୍ଷା କରାଯାଇଛି ଏବଂ ମାତ୍ର ୦୬ ଜଣ ଯାତ୍ରୀଙ୍କ ଠାରେ କୋଭିଡ୍- ୧୯ ପଜିଟିଭ୍ ଥିବା ଜଣାଯାଇଛି। କୋଭିଡ୍ ୧୯ ପଜିଟିଭ୍ ଯାତ୍ରୀଙ୍କର…
ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ମୁଖ୍ୟଶାସନ ସଚିବଙ୍ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ୮-ସୁତ୍ରୀ ଚେକ୍ ଲିଷ୍ଟ ବିଷୟରେ ସୂଚନା ଦେଇଥିଲେ। ସେହି ଅନୁସାରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡିକ ହେଲା 1-ଜିଲ୍ଲା, ବ୍ଲକ୍ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ବିଭାଗ ଏବଂ ଜନପ୍ରତିନିଧିଙ୍କୁ ସାମିଲ୍ କରି ତୁରନ୍ତ ସମନ୍ୱୟ ବୈଠକ କରିବା 2-ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା। ସ୍ଥାନାନ୍ତର ହେଉଥିବା ଲୋକ, ଶିଶୁ ଓ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ଉପଲବ୍ଧ ନିଶ୍ଚିତ କରିବା 3-ଜଣେ ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା 4-ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦି ପରିସ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବା 5-ଆଶ୍ରୟସ୍ଥଳୀଗୁଡିକରେ କୋଭିଡ୍…
ମେଷ:– ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବାକୁ ଯାଉଛି। କର୍ମ ଜାରି ରଖନ୍ତୁ ଏବଂ ସବୁକିଛି ଭାଗ୍ୟକୁ ଛାଡିଦିଅ। କାର୍ଯ୍ୟରେ ସଫଳତା ମିଳିବ ଏବଂ ସମ୍ମାନର ବୃଦ୍ଧି ସମ୍ଭବ ହେବାରେ ଲାଗିଛି। ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ। ବୃଷ:– ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ। କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ। କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ। ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ। ମିଥୁନ:– ଆଜି ଏକ ଶୁଭ ଦିନ। ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ। ମନ ଖୁସି ହେବ। ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ। ସ୍ୱାସ୍ଥ୍ୟ ଚିନ୍ତା ବ୍ୟାକୁଳ ହୋଇପାରେ। ଅଫିସରେ ଥିବା ଅଧିକାରୀଙ୍କ ସହିତ କୈଣସି ବିତର୍କ ନହେବା ପାଇଁ ଧ୍ୟାନ ଦିଅନ୍ତୁ।…
ଭୁବନେଶ୍ବର: ଥାଇଲ୍ୟାଣ୍ଡ ନିକଟରେ ସଂଗଠିତ ହୋଇଥିବା ଲଘୁଚାପ ବଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ସମ୍ଭାବନା ଥିବାରୁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଅନୁଷ୍ଠିତ ଏହି ଭିଡିଓ କନ୍ଫେରେନ୍ସିଂ ରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ୍ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ୍ ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିବ । ଫଳରେ ୩ ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ୭୦-୯୦ କି.ମି. ପବନ…
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟ।ବିନେଟ ସଚିବ ଶ୍ରୀ ର।ଜୀବ ଗୌବାଙ୍କ ଅଧ୍ୟକ୍ଷତ।ରେ ଜ।ତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଯ।ଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯାହାକି ଅଧିକ ଘନୀଭୂତ ହୋଇ ଡିସେମ୍ବର ୩ ତ।ରିଖରେ ସାମୁଦ୍ରିକ ଝଡ଼ର ରୂପ ନେବ।କୁ ଯାଉଛି, ତ।ହ।ର ବର୍ତ୍ତମାନର ସମ୍ପର୍କରେ ଭ।ରତୀୟ ପ।ଣିପ।ଗ ବିଭ।ଗର ମହ।ନିର୍ଦ୍ଦେଶକ ସମିତିକୁ ବିସ୍ତୃତ ସୂଚନା ଦେଇଥିଲେ । ଏହି ସମ୍ଭ।ବ୍ୟ ବ।ତ୍ୟା ଡିସେମ୍ବର ୪ ତ।ରିଖ ସକ।ଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶ। ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରଭ।ବିତ ର।ଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ଘଣ୍ଟ। ପ୍ରତି ୯୦ରୁ ୧୦୦ କିମି ରହିବ। ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ନୂଆ ଭାରିଏଣ୍ଟର ଭୟଭୟତା ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି ଏବଂ ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଅଶଂକା ବ୍ୟକ୍ତ କରିଛନ୍ତି । ଗତ କିଛି ସପ୍ତାହ ହେଲା ଇରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଥମରୁ ହିଁ ଓଡିଶା ଏହି ମହାମୀରୀ ମୁକାବିଲା…
ନୂଆଦିଲ୍ଲୀ: କୋଭିଡ୍-୧୯ ର ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଭାବରେ, କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବାର ପ୍ରଥମ ଦିନରେ ଛଅ ଜଣ ଯାତ୍ରୀ କୋଭିଡ୍ ପଜିଟିଭ୍ ଥିବା ଜଣାଯାଇଛି। ଏହି ନୂତନ ଭାରିଆଣ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣ (ଭିଓସି) ଭାବରେ ବିବେଚିତ କରାଯାଇଛି। ‘‘ବିପଦ ରହିଥିବା’’ ଦେଶରୁ ଆଜି ମଧ୍ୟ ରାତ୍ରରୁ ଅପରାହ୍ନ ୪ ଘଟିକା ମଧ୍ୟରେ ଲକ୍ଷ୍ମୌକୁ ଛାଡ଼ି ବିଭିନ୍ନ ଏୟାରପୋର୍ଟରେ ୧୧ ଟି ଆନ୍ତର୍ଜାତିକ ବିମାନ ପହଞ୍ଚିଛି। ଏଥିରେ ସମୁଦାୟ ୩୪୭୬ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ୩୪୭୬ ଜଣ ଯାତ୍ରୀଙ୍କର ଆରଟି ପିସିଆର ପରୀକ୍ଷା କରାଯାଇଛି ଏବଂ ମାତ୍ର ୦୬ ଜଣ ଯାତ୍ରୀଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାଯାଇଛି। କୋଭିଡ୍-୧୯ ପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଆଇଏନଏସଏସିଓଜି ଲ୍ୟାବକୁ…
ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଭାରତର ଶରଦାନନ୍ଦ ତିୱାରୀ ୨୧ତମ ମିନିଟରେ ଏକ ମାତ୍ର ଗୋଲ ସ୍କୋର କରି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଜୁନିୟର ବିଶ୍ୱକପରେ ବେଲଜିୟମ ବିରୋଧରେ ଭାରତର କ୍ରମାଗତ ପଞ୍ଚମ ବିଜୟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବେଲଜିୟମ ବିରୋଧରେ ବିଜୟ ଯାତ୍ରା ଜାରି ରହିଛି। ତେବେ ପ୍ରଥମ ସେମିଫାଇନାଲରେ ଜର୍ମାନୀ ସହ ଭାରତର ଲଢେଇ ହେବାକୁ ଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଂଟିନାକୁ ଭେଟିବ ଫ୍ରାନ୍ସ ଦଳ।
ନୂଆଦିଲ୍ଲୀ: ନଭେମ୍ବର ୨୦୨୧ରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ପରିମାଣ ୨୩,୯୭୮ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୧,୧୨୭ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୬,୮୧୫ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ସଂଗୃହିତ ୩୨,୧୬୫ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୯,୬୦୬ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ୬୫୩ କୋଟି ଟଙ୍କା ସମେତ) ରହିଛି। ଅନ୍ୟପକ୍ଷରେ ୨୦୨୧ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ରାଜସ୍ୱ ସଂଗ୍ରହ ୬୪ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ଅର୍ଥାତ୍ ୨୦୨୦ ନଭେମ୍ବର ମାସରେ ଓଡ଼ିଶାରେ ୨,୫୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୨୧ ନଭେମ୍ବର ମାସରେ ୪,୧୩୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ନିୟମିତ ପରିଶୋଧ ଆକାରରେ ସରକାର ଆଇଜିଏସଟିରୁ ୨୭,୨୭୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୨୨,୬୫୫ କୋଟି ଟଙ୍କା ଏସଜିଏସଟିକୁ ପରିଶୋଧ…
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହେବା ସହ ଏକ ଘୁର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି। ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ଥିବା ବେଳେ ପାଣିପାଗ ଅନୁକୂଳ ରହିଲେ ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୁର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଉଭୟ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମୁହାଁ ହୋଇଥିବା ଏହି ଲଘୁଚାପ ଡିସେମ୍ବର ୪ ତାରିଖରେ ଗଞ୍ଜାମ ଉପକୂଳ ଅତିକ୍ରମ କରିବା ପରେ ଏହାର ପ୍ରଭାବ କମିବ ଓ ସମାନ୍ତରାଳ ଭାବେ ଏହା ଓଡିଶା ଉପକୂଳ ଦେଇ ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଆସି ପଶ୍ଚିମବଙ୍ଗ ରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି। ଏହାର…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦୁଇ ଜଣ ନକଲି କମ୍ପାନୀ ମୋବାଇଲ ବିକ୍ରେତାଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନକଲି ବ୍ରାଣ୍ଡ ମୋବାଇଲ ଜବତ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ନାମୀ ଦାମୀ ବ୍ରାଣ୍ଡ କମ୍ପାନୀ ନାମରେ ନକଲି ମୋବାଇଲ ବିକ୍ରି ବଢ଼ୁଥିବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଏସଡ଼ିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଗତକାଲି ରାତିରେ ଖୋର୍ଦ୍ଧା ସ୍ଥିତ ସ୍ପୁନ ଲଜରେ ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉ ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଉକ୍ତ ଲଜରୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲା ଅନ୍ତର୍ଗତ କିଲୋଡ଼ ଥାନା ଅଞ୍ଚଳର ପପୁ ଚୌହାନ (୩୨) ଏବଂ ଦିଲ୍ଲୀପ ଯାଦବ (୧୯)। ସେମାନଙ୍କ ନିକଟରୁ ପୋଲିସ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଭବାନୀପାଟଣାରେ ଏନ ଏସ ଏସ ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଡିସେମ୍ବର ୦୧ ତାରିଖକୁ ବିଶ୍ଵ ଏଡସ ଦିବସ ରୂପେ ବିଶ୍ଵ ବ୍ୟାପୀ ପାଳନ କରାଯାଏ। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଏହି ସଭାରେ ସଭାପତିତ୍ଵ କରିଥିଲେ। ସେ ତାଙ୍କର ଅଭିଭାଷଣରେ ଏନ ଏସ ଏସ ସ୍ଵେଚ୍ଛାସେବୀ ମାନଙ୍କୁ ଏଡସର ଭୟାଭୟତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶ୍ଵବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ, ପି.ଜି. କାଉନସିଲ ଅଧ୍ୟକ୍ଷ ଡ. ଜୟଦେବ ସାହୁ, ଅଧ୍ୟାପିକା ଡ. ରାଧାରଣୀ ନାୟକ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାର ବରିଷ୍ଠ ଚିକିତ୍ସକ ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ତଥା ବିଶେଶଜ୍ଞ ରୂପେ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଏଚ.ଆଇ.ଭି. (H.I.V) ଭୁତାଣୁର ସଂକ୍ରମଣ ମାଧ୍ୟମ, ଏଡସ (AIDS)…
କନ୍ଦର୍ପ ବେହେରା ରେଢାଖୋଲ: ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜୁନିୟର ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧିର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାକଟିଦେଉଳ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ବିଭୁତି ଭୂଷଣ ଦଳାଇ ମୁଖ୍ୟ ଅତିଥି , ଅବସରପ୍ରାପ୍ତ ଅଧ୍ୟାପକ ଡଃ ଦିପେନ୍ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ,କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ କନ୍ଦର୍ପ ରାଉଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଏଡସ୍ ରୋଗର କାରଣ ଓ ଏହାର ନିରାକରଣ ତଥା ରକ୍ତଦାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଯୁବ ରେଡ୍କ୍ରସ୍ ର ଶାଖା ସଂଯୋଜକ ଅଧ୍ୟାପକ ଦେବେଶ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଆର୍.ପୁଷ୍ପାଞଳୀ ଧନ୍ୟବାଦ ଅର୍ପଣ କରିଥିଲେ। ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ଟେକନିସିଆନ୍ ଇନ୍ଦ୍ରମଣୀ…
ନୂଆଦିଲ୍ଲୀ: ଶିରୋମଣୀ ଅକାଳୀ ଦଳ ନେତା ମଞ୍ଜିନ୍ଦର ସିଂ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖୱାତ, ଦୁଷ୍ୟନ୍ତ ଗୌତମ ଉପସ୍ଥିତ ଥିଲେ। ପାର୍ଟିରେ ଯୋଗଦେବା ପରେ ସିର୍ସା କହିଛନ୍ତି ଯେ, ମୁଁ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋତେ ଦଳରେ ଅନ୍ତର୍ଭୁକ୍ତ କରିଛନ୍ତି। ଗଜେନ୍ଦ୍ର ସିଂ ଶେଖୱାତ କହିଛନ୍ତି ଯେ, ଉତ୍ତର ଭାରତର ରାଜନୀତିରେ ଶିଖ୍ ଚେହେରାଙ୍କ ମନକୁ ଆସୁଥିବା ଚେହେରା କେବଳ ସିର୍ସାଙ୍କଠାରୁ ଆସିବ। ମୁଁ ସେମାନଙ୍କୁ ବିଜେପି ପରିବାରରେ ଅନ୍ତର୍ଭୁକ୍ତ କରେ। ପଞ୍ଜାବ ନିର୍ବାଚନରେ ଏହା ଲାଭଦାୟକ ହେବ। ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ବିଜେପି ପାଇଁ ଶୁଭ ଦିନ। ମଞ୍ଜିନ୍ଦର ସିଂ ସିର୍ସାଙ୍କ ଯୋଗଦାନ ଦଳକୁ ମଜବୁତ କରିବ। ଦିଲ୍ଲୀ…
ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପୂର୍ବ ତଟ ରେଳପଥ ୧୫୦.୫୬ ମେଟ୍ରିକ ଟନ୍ ମାଲ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ୧୨୩.୭୨ ମେଟ୍ରିକ ଟନ୍ ଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୨୬.୮୪ ମେଟ୍ରିକ ଟନ୍ ଅଧିକ ମାଲ ବୋଝେଇ କରିଛି ଯାହର ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପରିମାଣ ୨୨%। ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ ଡିଭିଜନ ରୁ ୧୦୦.୬୫ ମେଟ୍ରିକ ଟନ୍, ୱାଲଟିୟର ଡିଭିଜନରୁ ୪୨.୧୫ ମେଟ୍ରିକ ଟନ୍ ଓ ସମ୍ବଲପୁର ଡିଭିଜନରୁ ୭.୭୬ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇ ଅଛି। କେବଳ ନଭେମ୍ବର ମାସରେ ଏହି ଜୋନ ଗତ ବର୍ଷର ଏହି ମାସରେ ୧୮.୮୪ଏମଟି ବୋଝେଇ କରିଥିବା ବେଳେ ଚଳିତ ବର୍ଷ ୧୯.୭୧ ମେଟ୍ରିକ ଟନ୍ ମାଲ ବୋଝେଇ କରିଛି, ଯାହାର ବୃଦ୍ଧିର ପରିମାଣ ୫% ଅଟେ। ପୂର୍ବ ତଟ ଜୋନ…
ଭୁବନେଶ୍ବର: ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କିନ୍ତୁ ଏହି ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପଞ୍ଚାୟତିରାଜ ବିଭାଗକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହି ବିଭାଗକୁ ସର୍ବାଧିକ ୩ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗକୁ ୨ ହଜାର ୩୧୦ କୋଟି ଟଙ୍କା ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଶକ୍ତି ବିଭାଗ ପାଇଁ ୨ ହଜାର ୧୪୩ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏହା ଭିତରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁଁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଛି। ଆସନ୍ତାକାଲି ସକାଳ ୧୦ ଟା ୩୦ ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।
ମୁମ୍ବାଇ: ମୁମ୍ବାଇରେ ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା, ପୂର୍ବତନ ହାଇକୋର୍ଟର ବିଚାରପତି ତଥା ସେଲିବ୍ରିଟିଙ୍କ ଉପସ୍ଥିତିରେ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇଛନ୍ତି। ସେ ବଲିଉଡ ତାରକା ଶାହରୁଖ ଖାନଙ୍କୁ ଟାର୍ଗେଟ କରାଯାଉଥିବା କହିଛନ୍ତି। ବିଜେପିକୁ ଏକ ନିଷ୍ଠୁର ତଥା ଅଗଣତାନ୍ତ୍ରିକ ଦଳ ବୋଲି ମମତା କହିଛନ୍ତି। ଏକତାର ଆବଶ୍ୟକତାକୁ ବର୍ଣ୍ଣନା କରି ସେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ‘ଯୁଦ୍ଧ’ ପାଇଁ ପରାମର୍ଶ ଏବଂ ମାର୍ଗଦର୍ଶନ ମଧ୍ୟ ମାଗିଥିଲେ। ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା କହିଛନ୍ତି ଯେ, ଭାରତ ବାହୁବଳ ଶକ୍ତିକୁ ନୁହେଁ ବରଂ ମାନବ ଶକ୍ତିକୁ ଭଲ ପାଏ। ଆମେ ବିଜେପି ରୂପରେ ଏକ ନିଷ୍ଠୁର ତଥା ଅଗଣତାନ୍ତ୍ରିକ ଦଳର ସମ୍ମୁଖୀନ ହେଉଛୁ। ଯଦି ଆମେ ଏକଜୁଟ ହେବା ତେବେ ଆମେ ଜିତିବା।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’ ବିଷୟରେ ତାଜା ଖବର ପ୍ରାପ୍ତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ତାଜା ଅପଡେଟ ପ୍ରଦାନ କରିଛନ୍ତି। ଏବେ ‘ଜଓ୍ୱାଦ’ ଆଣ୍ଡାମନ ସାଗର ନିକଟରେ ରହିଛି। ଆସନ୍ତାକାଲି ଅବପାତର ରୂପ ନେଇ ଭୀଷଣ ହେବ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ପୂର୍ବ ଆଡକୁ ଗତି କରିବ। କିନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଚିତ୍ର ଅସ୍ପଷ୍ଟ ରହିଛି। ଆସନ୍ତାକାଲି ଏହା ସ୍ପଷ୍ଟ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ତେବେ ଏହା ପଶ୍ଚିମବଙ୍ଗ ଆଡକୁ ଗତିପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ୩ ରୁ ୪ ତାରିଖରେ ବର୍ଷା ହୋଇପାରେ। ୪ ତାରିଖ ସକାଳେ ଏହା ଉପକୂଳ ଅତିକ୍ରମ କରିବ। ଫଳରେ ୪ ତାରିଖ ଦିନ ବର୍ଷା ଓ ପବନର ପରିମାଣ ବଢିପାରେ।ବିଶେଷକରି ଉପକୂଳ ଜିଲ୍ଲାରେ ଏହାର ଅଧିକ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ନୂଆଦିଲ୍ଲୀ: ପୁଣିଥରେ ବିମାନ ସେବା ବାଧା ପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହେଲାଣି। କାରଣ ବିଦେଶରେ ନୂଆ କରୋନା ଭାରିୟାଣ୍ଟ ଗୁରୁତର ଅବସ୍ଥା ସୃଷ୍ଟି କରିବାରେ ଲାଗିଛି। ଫଳରେ ସେହି ଭାରିୟାଣ୍ଟ ବିଦେଶରୁ ପୁଣି ଯାତ୍ରୀମାନଙ୍କ ଦ୍ବାରା ଆସିବାର ସମ୍ଭାବନା ରହିଛି। ସେଥିପାଇଁ ଅନ୍ତର୍ଜାତୀୟ ବିମାନ ସେବା ପୁଣିଥରେ ବନ୍ଦ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଆଜି ଏ ନେଇ ଡିଜିସିଏ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ନିର୍ଦ୍ଦେଶାଳୟ ବିଦେଶର ନୂଆ ଭାରିୟାଣ୍ଟର ପରିସ୍ଥିତିକୁ ଅନୁଧ୍ୟାନ କରୁଛି। ଏ ନେଇ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଚାଲିଛି। ଖୁବ ଶିଘ୍ର ଏ କ୍ଷେତ୍ରରେ ନିଷ୍ପତି ନିଆଯିବ ବୋଲି ଡିଜିସିଏ କହିଛି।

