ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ଲୋକସଭାରେ ଆକ୍ରମଣ କରିଛନ୍ତି। ‘କୌଣସି ୟୁପିଏ ନାହିଁ’ ସମ୍ପର୍କରେ ଦେଇଥିବା ବିବୃତ୍ତି ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସେ ଆକ୍ରମଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ମମତା ବର୍ତ୍ତମାନ ବିଜେପିକୁ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିବାକୁ ବିରୋଧୀଙ୍କୁ ଏକତ୍ରିତ କରୁଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେ ମୁମ୍ବାଇ ଗସ୍ତ ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଭେଟିଛନ୍ତି। ଏତଦବ୍ୟତୀତ ଆଦିତ୍ୟ ଠାକରେଙ୍କୁ ମମତା ଭେଟିଛନ୍ତି। ସେଠାରେ ପାୱାରଙ୍କୁ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ସଭାପତି ହେବାକୁ ସେ ଚାହୁଁଛନ୍ତି କି ନାହିଁ, ତାଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ କହିଥିଲେ ଯେ, ବର୍ତ୍ତମାନ କୌଣସି ୟୁପିଏ ନାହିଁ। ମମତାଙ୍କ ଏଭଳି ବିବୃତ୍ତିକୁ…
Author: Samikhsya Bureau
ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ସ୍ପଷ୍ଟ ଚିତ୍ର ଆଜି ଜଣାପଡିବ। କାରଣ ଆଜି ଗୋଟିଏ ବେଳେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରୁଛି। ଏଥିରେ ପାଣିପାଗ ବିଭାଗର ଡିଜି ମୃତୁଞ୍ଜୟ ମହାପାତ୍ର ବାତ୍ୟାର ବିସ୍ତୁତ ତଥ୍ୟ ପ୍ରଦାନ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଏନଡିଆରଏଫ ଡିଜି ମଧ୍ୟ ଉପସ୍ଥିତ ରହିବେ। ସେ ସାମ୍ଭବ୍ୟ ବାତ୍ୟ ମୁକାବିଲା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ମଧ୍ୟ ତଥ୍ୟ ରଖିବେ। ଦ ସମୀକ୍ଷାର ଫେସକବୁ ପେଜ୍ ରେ ଏହାର ସିଧା ପ୍ରସାରଣ କରାଯିବ
ଭୁବନେଶ୍ବର: ତିନିଦିନ ଧରି ବିଧାନସଭାର ଶୀତକାଳିନ ଅଧିବେସନ ଠିକରେ ଚାଲିପାରୁ ନାହିଁ। ବିରୋଧୀ ଦଳ ବାରମ୍ବାର ମମିତା ମେହେର ହତ୍ୟା ଘଟଣା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଗୃହରେ ହଟ୍ଟଗୋଳ କରୁଛନ୍ତି। ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରୁଛନ୍ତି। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି 11ଟା 30 ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସେହିପରି ହଟ୍ଟଗୋଳ ବଜାଇ ରହିଲା। ଫଳରେ ବାଚସ୍ପତି ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।
ମୁମ୍ବାଇ: ଆଜି ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। କ୍ୟାପଟେନ ବିରାଟ କୋହଲି ଦଳକୁ ଫେରିଛନ୍ତି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମ୍ୟାଚ୍ ଜିତି ସିରିଜ୍ ହାସଲ କରିପାରିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ କାନପୁରରେ ଖେଳାଯାଇଥିଲା, ଯାହା ଅତ୍ୟନ୍ତ ରୋମାଞ୍ଚକର ଥିଲା ଏବଂ ଡ୍ରରେ ଶେଷ ହୋଇଥିଲା। ଭାରତୀୟ ଦଳ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚେଷ୍ଟା କରିବ। ଯଦିଓ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟ ବହୁତ ଶକ୍ତିଶାଳୀ ଏବଂ ଏହି ମ୍ୟାଚ୍ ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତର ଏହି ତିନି ଖେଳାଳି ଆହତ ହୋଇ ମ୍ୟାଚରୁ ବାହାର: କାନପୁରରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଶେଷ ଦିନରେ ଦ୍ରୁତ…
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଜାମନକିରା ଲ୍ୟାମ୍ପସ ର ଏମଡି ଫନିନ୍ଦ୍ର ସାହୁ। ଆୟ ବହିଃର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରୀ କରାଯାଇଛି। ଏଥିରେ 3 ଜଣ ଡିଏସପି, 4 ଜଣ ଇନସ୍ପେକ୍ଟର, 4 ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏମାନେ ଏକକାଳିନ ତାଙ୍କ ଅଫିସ ସହିତ ଆଉ 4ଟି ସ୍ଥାନରେ ଚଢାଉ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତାଙ୍କ ଘରୁ 2 ଲକ୍ଷ 36 ହଜାର 870 ଟଙ୍କା ଜବତ କରାଯାଇଛି। ଏଥିସହିତ କାଗଜ ପତ୍ର ଯାଞ୍ଚ ପରେ ସମ୍ବଲପୁରରେ 2ଟି ପ୍ଲଟ, 4ଟି ଚାରିଚକିଆ ଗାଡି ଜବତ କରାଯାଇଛି। ଏହି ଚାରୋଟି ଗାଡି ମଧ୍ୟରୁ 3 ଟି ବୋଲେରୋ ଥିବା ବେଳେ ଗୋଟିଏ ଘରୋଇ କାର। ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଚଢାଉ ଜାରୀ ରହିଛି।…
ସୁବାଷ କୁମାର ତାରଣିଆଁ ଭୁବନେଶ୍ଵର: ଚଳିତବର୍ଷ ମୌସୁମୀ ଜନିତ ବର୍ଷା ଅଭାବରୁ ରାଜ୍ୟରେ ଏକ ପ୍ରକାର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ଉପୁଜିଥିଲା ଯେ, ରାଜ୍ୟକୁ ମରୁଡ଼ି ଘୋଷଣା କରିବାକୁ ଚଳିତ ବିଧାନ ସଭା ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲା। ହେଲେ ଏହାର ଦିନ କେଇଟା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ସେପ୍ଟେମ୍ବର ମାସ ୧୯ ତାରିଖ ରବିବାର ଲଘୁଚାପ ଯୋଗୁଁ ଲଗାଣ ବର୍ଷା ତା ସାଙ୍ଗକୁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ହୋଇ ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଜମି ରହି ନର୍ଦ୍ଦମାରେ ସୁଅ କାଟି ପାଣି ପ୍ରବାହିତ ହେଉଥିଲା। ଏହି ଲଘୁଚାପ ଜନିତ ବର୍ଷାରେ ରାଜଧାନୀରେ ଘଟିଥିଲା ଏକ ବଡ଼ ଅଘଟଣ। ବରମୁଣ୍ଡା ଶତାବ୍ଦୀ ନଗରରେ ରହୁଥିବା ହରେକୃଷ୍ଣ ବେହେରାଙ୍କ ବଡ଼ପୁଅ, ୧୫ ବର୍ଷର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ ରାଜା ଟ୍ୟୁସନ ଯାଉଥିବା ସମୟରେ ଶତାବ୍ଦୀ ନଗର…
ଦିଲ୍ଲୀ: ଆଜି ଦେଶରୁ ୯ ହଜାର ୨୧୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୯୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୧୫ ହଜାର ୭୫୭ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୦ ହଜାର ୧୧୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୪୫ ହଜାର ୬୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୯ ହଜାର ୭୭୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୪ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ – ୧୬ ଢେଙ୍କାନାଳ ଜିଲ୍ଲାରୁ- ୨୦ ଗଞ୍ଜାମ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ – ୧ ଯାଜପୁର ଜିଲ୍ଲାରୁ – ୧୦ ଝାରସୁଗୁଡା ଜିଲ୍ଲାରୁ- ୯ କେନ୍ଦ୍ରାପଡ଼ା ଜିଲ୍ଲାରୁ – ୫ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୧୨୪ ମୟୂରଭଞ୍ଜ ଜିଲ୍ଲାରୁ- ୧୦ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୨ ପୁରୀ ଜିଲ୍ଲାରୁ- ୫ ସମ୍ବଲପୁର ଜିଲ୍ଲାରୁ- ୭ ସୁନ୍ଦରଗଡ଼ ଜିଲ୍ଲାରୁ – ୧୪ ଷ୍ଟେଟ…
ନୂଆଦିଲ୍ଲୀ: ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷବୋଲି କୁହା ଯାଇପାରେ। ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି। ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର ବିଷୟରେ…
ନୂଆଦିଲ୍ଲୀ: ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଏ। ଯାହା ପରେ ଭୋଗକୁ ଅମୃତ ତୂଲ୍ୟ ବୋଲି ବିବେଚନା କରି ସମସ୍ତେ ଗ୍ରହଣ କରିଥାନ୍ତି। ଭଗବାନଙ୍କୁ ଭୋଗ ଉତ୍ସର୍ଗ କରିବାର ମହତ୍ତ୍ବ କ’ଣ: ଶ୍ରୀମଦ୍ ଭଗବଦ୍ ଗୀତାଙ୍କ ତୃତୀୟ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ଭଗବାନଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଦ୍ୟ ଗ୍ରହଣ କରେ, ସେ ଖାଦ୍ୟ ଚୋରି କରିବାର ପାପ ବହନ କରିବାକୁ ପଡେ। ଏପରି ବ୍ୟକ୍ତି କାହାର ବସ୍ତୁ ଚୋରି କରିବା ସହିତ ସମାନ ଭାବରେ ଦଣ୍ଡ ଭୋଗନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ଇଶ୍ବରଙ୍କୁ ଖାଦ୍ୟ ଅର୍ପଣ କରେ ନାହିଁ କିମ୍ବା ଭଗବାନଙ୍କ ନୈବେଦ୍ୟକୁ ଅସମ୍ମାନ କରେ ସେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିତ ହୁଏ। ଯେଉଁମାନେ ଇଶ୍ବରଙ୍କୁ ଖାଦ୍ୟ ଉତ୍ସର୍ଗ…
ଭୁବନେଶ୍ବର: ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ‘ବୟନିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ପରିଦର୍ଶନ କରିଥିଲେ । ବଜାରରେ ‘ବୟନିକା’ ବ୍ୟତୀତ ୧୪ଟି ବୟନମଣ୍ଡଳର ୩୩ଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶିତ ଓ ବିକ୍ରୟ ହେଉଛି । ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶାଢ଼ି, ବମକେଇ ଶାଢ଼ି, ବରଗଡ଼ ଜିଲ୍ଲାର କଟନ୍ ବାନ୍ଧ ଶାଢ଼ି, ବେଡ୍ସିଟ୍, ଆଠଗଡ଼ର ଖଣ୍ଡୁଆ ଓ ମାଣିଆବନ୍ଧ…
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୫.୩୦ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ୍ ସାଗର ଅଞ୍ଚଳରେ ଗୋଟିଏ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି, ଯାହା ପରବର୍ତ୍ତୀ ସମୟରେ ସମାନ ଅଞ୍ଚଳରେ ମଧ୍ୟ ସକ୍ରିୟ ରହିଛି । ଏହା ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏକ ଅବପାତର ରୂପନେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଡିସେମ୍ବର ୪ ତାରିଖ ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର…
ମେଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ। ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ। ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ। ମିଥୁନ:– ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ। ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ। ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୈଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ। କର୍କଟ:– ଆଜି, ଆପଣଙ୍କର…
ଭୁବନେଶ୍ୱର: ଯେତେବେଳେ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ର କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ପରାସ୍ତ କଲା, ସେତେବେଳେ ଏହା ସମସ୍ତଙ୍କ ପାଇଁ ଏକ ଖୁସିର ମୂହୁର୍ତ୍ତ ଥିଲା । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀମାନଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ଅଭୂତପୂର୍ବ ଶିହରଣ । ସମ୍ମାନଜନକ ବିଶ୍ୱକପ୍ର ଅଂଶ ହୋଇ କ୍ୱାର୍ଟର ଫାଇନାଲର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବା ସେମାନଙ୍କ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ପରି ସେମାନେ ଅନୁଭବ କଲେ । ଏହା ଥିଲା ତାଙ୍କ ଜୀବନର ଅତି ଆନନ୍ଦଦାୟକ ତଥା ସ୍ମରଣୀୟ ମୁହୂର୍ତ୍ତ ଯାହାକୁ ସେମାନେ କେବେ ଭୁଲି ପାରିବେ ନାହିଁ । କ୍ରୀଡ଼ା ଏବଂ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ତଥା କଳିଙ୍ଗ ଷ୍ଟାଡିୟମର ପ୍ରଶାସକ ଶ୍ରୀ ବିଜୟାନନ୍ଦ ନାୟକ ଏ ସମ୍ପର୍କରେ କହିଛନ୍ତି ଯେ ଯଥେଷ୍ଟ ପୂର୍ବ ପ୍ରସ୍ତୁତି ଏବଂ ସଠିକ ଦାୟିତ୍ୱ ବଣ୍ଟନ ଯେ କୌଣସି…
ଭୁବନେଶ୍ୱର: ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ କୋଭିଡ୍-୧୯ର ପରିଚାଳନା ସଂପର୍କରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଯୋଗଦେଇ କହିଲେ ଯେ ଓଡ଼ିଶା କୋଭିଡ୍-୧୯ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ଓ ଦୃଷ୍ଟି ଆକର୍ଷଣ କରିପାରିଛି । ତେବେ ଏ କ୍ଷେତ୍ରରେ ଡକୁମେଣ୍ଟେସନ୍ର ଆବଶ୍ୟକତା ରହିଛି । ସବୁଜିନିଷକୁ ସଠିକ୍ ଭାବେ ଡକୁମେଣ୍ଟେସନ୍ କରିପାରିଲେ ଅନ୍ୟମାନେ ତାକୁ ଅନୁସରଣ କରିପାରିବେ । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କର ବାଲେଶ୍ୱର ଜିଲ୍ଲା ଗସ୍ତ ସଂପର୍କରେ ଅନୁଭୂତି ବର୍ଣ୍ଣନା କରିବା ସହ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନା କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟ ହୋଇଥିବା କଥା ଉଲ୍ଲେଖ କରିଥିଲେ । ବାଲେଶ୍ୱର ଜିଲ୍ଲାରେ ଥିବା ଅକଜୁଲାରୀ ସ୍ୱାସ୍ଥ୍ୟ କେନ୍ଦ୍ର (ଏଏଚ୍ଏଫ୍)ଗୁଡ଼ିକରେ କୋଭିଡ୍-୧୯ ପରିଚାଳନା ବ୍ୟତୀତ ଏବେ ଟିକାଦାନ, ସ୍ୱାସ୍ଥ୍ୟସେବା ସଂପର୍କିତ…
ଭୁବନେଶ୍ବର: ଡିସେମ୍ବର ହେଉଛି ଇଂରାଜୀ କ୍ୟାଲେଣ୍ଡରର ଶେଷ ମାସ। ଏହି ମାସଟି ବିଦାୟ ମାସ ବୋଲି କୁହାଯାଇଥାଏ। ତେବେ ଏହି ମାସରେ ମଧ୍ୟ ରହିଛି ବହୁ ପର୍ବପର୍ବାଣୀ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ମାସରେ କଣ ରହିଛି ପର୍ବାଣୀ ଆସନ୍ତୁ ଜାଣିବା। ମାଣବସା ଗୁରୁବାର- ଡିସେମ୍ବର 2 ତାରିଖରେ ପଡୁଛି ଏହି ପର୍ବ। ଏହା ହେଉଛି ଓଡିଆ ଘରର ଏକ ବଡ ଲୋକପ୍ରିୟ ପର୍ବ। ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଥାଏ। ମହୋଦଧୀ ଅମାବାସ୍ୟା- ଡିସେମ୍ବର 4 ତାରିଖ ହେଉଛି ମହୋଦଧୀ ଅମବାସ୍ୟା। ଏହିଦିନ ସୂର୍ଯ୍ୟ ଗ୍ରହଣ ହେଉଥିଲେ ମଧ୍ୟ ଭାରତରେ ତାହା ଦୃଶ୍ୟମାନ ହେବ ନାହିଁ। ଦେବଦୀପାବଳୀ ସମାପ୍ତ- ଡିସେମ୍ବର 5 ତାରିଖରେ ଦେବ ଦୀପାବଳି ଶେଷ ହେବ। ଏହା ସାରା ଭରତରେ ପାଳନ କରାଯାଉ ନ ଥିଲେ ମଧ୍ୟ ଦକ୍ଷିଣ ଭାରତରେ ଏହାର ପାଳନ ପରିଲକ୍ଷିତ ହୋଇଛି। କୁରାଳ ପଞ୍ଚମୀ- ଡିସେମ୍ବର 8 ତାରିଖରେ ପଡୁଛି…
ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ସହଯୋଗୀଙ୍କ ସହ ବାତ୍ୟା ଜୱାଦ ଯୋଗୁଁ ଆସନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ବାତ୍ୟା ଜୱାଦ ନେଇ ସମସ୍ତଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସମସ୍ତ ପରିବହନ ଜାହାଜକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି ଏବଂ ଜରୁରୀକାଳୀନ ଜାହାଜ ମୁତୟନ କରିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କେମିକାଲ୍ ଆଣ୍ଡ ପେଟ୍ରୋକେମିକାଲ୍ ପରି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଉପରେ ମଧ୍ୟ ସତର୍କ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଐତିହାସିକ ନଦୀବନ୍ଧ ନିରାପତ୍ତା ବିଲ୍ (୨୦୧୯) ଗୃହୀତ ହୋଇଛି । ଏହା ଫଳରେ ଦେଶରେ ନଦୀ ସୁରକ୍ଷା ଆଇନ ପ୍ରଣୀତ ହେବା ନିମନ୍ତେ ଥିବା ସମସ୍ତ ପଥ ପରିଷ୍କାର ହୋଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ବିଲ୍କୁ ଡିସେମ୍ବର ୧, ୨୦୨୧ ତାରିଖ ଦିନ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ । ଲୋକସଭାରେ ନଦୀବନ୍ଧ ନିରାପତ୍ତା ବିଲ୍ (୨୦୧୯) ୨୦୧୯ ମସିହା ଅଗଷ୍ଟ ୨ ତାରିଖ ଦିନ ଗୃହୀତ ହୋଇଥିଲା । ଚୀନ୍ ଏବଂ ଆମେରିକା ପରେ ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ନଦୀବନ୍ଧ ସମ୍ପନ୍ନ ରାଷ୍ଟ୍ର । ଦେଶରେ ପ୍ରାୟ ୫,୭୦୦ ବିରାଟ ନଦୀବନ୍ଧ ରହିଛି ଏବଂ ସେଥିମଧ୍ୟରୁ ୮୦%ରୁ ଅଧିକ ନଦୀବନ୍ଧର ବୟସ ୨୫ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୨୨୭ଟି ନଦୀବନ୍ଧର ବୟସ ୧୦୦ ବର୍ଷରୁ ସୁଦ୍ଧା ଅଧିକ ଏବଂ ସେଗୁଡ଼ିକ ଏଯାବତ୍ କାର୍ଯ୍ୟକ୍ଷମ ରହିଆସିଛନ୍ତି…
ଭୁବନେଶ୍ବର : ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ ତରଫରୁ ୪ ଦିନ ବ୍ୟାପି ଅହୋରାତ୍ର ଧାରଣା ଓ ବିକ୍ଷୋଭ ଜାରି ରହିଛି । ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ସମସ୍ତ କନିଷ୍ଠ ଶିକ୍ଷକ ଧାରଣାରେ ଯୋଗ ଦେଉଛନ୍ତି । ଶିକ୍ଷକ ସଙ୍ଘ ତରଫରୁ ସରକାରଙ୍କ ସହ ୨ଦଫା ଦାବିକୁ ବାରମ୍ବାର ଆଲୋଚନା କରାଯାଇଛି। ହେଲେ ତାହା ସଫଳ ହୋଇପାରି ନାହିଁ। ୨୦୧୮ମସିହାରେ ଚୁକ୍ତିଭିତ୍ତିକ ପ୍ରଥାରେ ଥିବା ସମସ୍ତ କର୍ମଚାରୀଙ୍କର ଦରମା ୨୫% ବୃଦ୍ଧି କରିଦିଆଗଲା ମାତ୍ର କନିଷ୍ଠ ଶିକ୍ଷକଙ୍କର “ଶିକ୍ଷା ସହାୟକ” ନାମକୁ ପରିବର୍ତ୍ତନ କରି JT CONTRACTUAL ରେ ସୀମିତ ରଖିଦିଆଗଲା। ଦରମା ବୃଦ୍ଧିର ପ୍ରତିଶୃତି ଆଜି ପର୍ଯ୍ୟନ୍ତ ବି ପ୍ରତିଫଳିତ ହୋଇ ପାରିଲା ନାହିଁ । ଗତ ୨୦୨୧ କ୍ୟାବିନେଟ ବୈଠକରେ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କର ଦରମା ୫୦% ବୃଦ୍ଧି ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲେ ମଧ୍ୟ ଏଥିରେ ବି କନିଷ୍ଠ ଶିକ୍ଷକ ଚରମ ଅବହେଳାର ଶିକାର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଲୁଟ୍ କରିବା ପାଇଁ ଛକି ରହିଥିବା ଜଣେ ଲୁଟେରାକୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଛକି ରହିଥିବା ଉକ୍ତ ଲୁଟେରାକୁ ପୋଲିସ ମାଡି ବସିଥିଲା। ଅଭିଯୁକ୍ତଜଣଙ୍କ ହେଲେ ଗଂଜାମ ଜିଲା ଆସିକା ଥାନା ମରାଠି ସାହି କରତାଳି ଗ୍ରାମର ଶ୍ରିକାନ୍ତ ଦାସ (୨୫)। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ ଟି ପଲସର୍ ବାଇକ୍ ଜବତ କରିଛି ଟାଙ୍ଗୀ ପୋଲିସ୍। ସୂଚନା ମୁତାବକ ଗତ ନଭେମ୍ବର ୨୨ ତାରିଖରେ ଟାଙ୍ଗୀ ଥାନା ଝରିଆ ଗ୍ରାମର ମୂରଲୀଧର ପଲାଇ ଟାଙ୍ଗୀ ୟୁକୋ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଣ କରି ଘରକୁ ଫେରୁଥିବା ବେଳେ ବଡପାରି ଓଭରବ୍ରିଜ୍ ନିକଟରେ ଚାରି ଜଣ ଲୁଟେରା ପଲସର ବାଇକ୍ ରେ ଆସି ସମୁଦାୟ ୮୦ ହଜାର ଟଙ୍କା ସହ ଜରୁରୀ କାଗଜ ପତ୍ର ଲୁଟିନେଇଥିଲେ। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଟାଙ୍ଗୀ ଥାନା ଆଇଆଇସି…

