ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ପକ୍ଷରୁ ଦେଶର ୨୮ଟି ରାଜ୍ୟକୁ ଟିକସ ବାବଦ ଅଂଶ ଆକାରରେ ଦୁଇ କିସ୍ତିରେ ମୋଟ ୯୫୦୮୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରତି ମାସରେ ସ୍ୱାଭାବିକ ଆକାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସ ଅଂଶବାବଦରେ ୪୭, ୫୪୧ କୋଟି ଟଙ୍କା ଯୋଗାଇଥାନ୍ତି। ଚଳିତମାସ ୧୫ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ଆଭାସୀ ବ୍ୟବସ୍ଥାରେ ସେମାନଙ୍କର ଆର୍ଥିକ ସ୍ଥିତି ଓ ହାଲଚାଲ ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ରାଜ୍ୟସମୂହଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ଭିତ୍ତିଭୂମି ନିର୍ମାଣ ଓ ଅଭିବୃଦ୍ଧି ପ୍ରକ୍ର୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକ ଅର୍ଥ ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ମୁତାବକ ଦୁଇ କିସ୍ତିରେ ଏହି ଟିକସ ଅଂଶ ବାବଦ ଅର୍ଥ ଏକକାଳୀନ ନଭେମ୍ବର ୨୨ତାରିଖରେ ରାଜ୍ୟମାନଙ୍କୁ ଯୋଗାଇ…
Author: Samikhsya Bureau
ଭୁବନେଶ୍ବର: ଏଣିକି ରାଜ୍ୟ ସରକାର ସ୍କୁଲ କଲେଜକୁ ଦେଉଥିବା ମାଗଣା ଜମି ତାଙ୍କ ଅନୁଷ୍ଠାନ ନାମରେ ରହିବ ନାହିଁ। ତାହା ସ୍କୁଲର ହୋଇଥିଲେ ଗଣଶିକ୍ଷା ବିଭାଗ, କଲେଜ ହୋଇଥିଲେ ଉଚ୍ଚ ଶିକ୍ଷା ବିଭାଗ ନାମରେ ରହିବ। ଏହିପରି ଏକ ବଡ ନିଷ୍ପତି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି। ୧୯୭୭ ମସିହାର ନିଷ୍ପତ୍ତି ଅନୁସାରେ କଲେଜ ସ୍ଥାପନ ପାଇଁ ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ଯୋଗାଇ ଦିଆଯିବ। ସେହିପରି ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତି ସମୟରେ ସରକାର ଏହି ନିଷ୍ପତ୍ତିକୁ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ ଯାହା ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜର ଜମି…
ନୂଆଦିଲ୍ଲୀ: ଖାଦ୍ୟ ନଷ୍ଟ ହେବା ଉଚିତ୍ ନୁହେଁ, ଏହା ସତ। କିନ୍ତୁ ବାସୀ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କୁ ଗୁରୁତର ସମସ୍ୟା ଦେଇପାରେ। ବାସୀ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଗରମ କରିବା ଏବଂ ଖାଇବା ଉଚିତ୍ ନୁହେଁ। ୧- ଅଣ୍ଡା: ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ ଯଦି ଅଣ୍ଡା ରାନ୍ଧିବା ପରେ କିଛି ସମୟ ପର୍ଯ୍ୟନ୍ତ ଖାଆନ୍ତି ନାହିଁ, ତେବେ ଏହା କେବଳ ଏହାର ସ୍ୱାଦରେ ପରିବର୍ତ୍ତନ ଆଣେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ତେଣୁ, ରାନ୍ଧିବା ପରେ ତୁରନ୍ତ ଅଣ୍ଡା ଖାଇବା ଭଲ। ୨- ଆଳୁ: ଅନେକ ଲୋକ ଆଳୁକୁ ଫୁଟାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତି। କିନ୍ତୁ ଏହା କ୍ଷତିକାରକ ହୋଇପାରେ।…
ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ…
ଭୁବନେଶ୍ୱର: ମହାନ୍ ବିପ୍ଲବୀ , ସର୍ବୋଦୟ ନେତା ,ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ। ଜଣେ ନିଷ୍ଠାପର କର୍ମୀ ତଥା ଓଡିଶାର ଦରିଦ୍ର, ଅବହେଳିତ, ନଷ୍ପେସିତ ବର୍ଗଙ୍କ ପ୍ରକୃତ ବନ୍ଧୁ। ସମ୍ଭ୍ରାନ୍ତ ଓ ଜମିଦାର ବଂଶର ବ୍ୟକ୍ତି ଥିଲେ ମଧ୍ୟ ସମାଜର ମୁଲିଆ ଓ ଦଳିତ ବର୍ଗର ଲୋକଙ୍କ ପାଇଁ ସେ ଜୀବନବ୍ୟାପି ସଂଗ୍ରାମ କରିଥିଲେ। ତାଙ୍କରି ଆଦର୍ଶ ଓ ମାନବୀୟ ଗୁଣର ମୂଲ୍ୟବୋଧକୁ ବୁଝି ଆଜିର ଯୁବପିଢି ରାଜ୍ୟ ଓ ଦେଶର ବିକାଶ ପାଇଁ ବ୍ରତୀ ହେବାକୁ ଆଜି ସଂଧ୍ୟାରେ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ନବକୃଷ୍ଣ ଚୌଧୁରୀ ଜୟନ୍ତୀରେ ଯୋଗଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି । ଉଭୟ ମଂଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧ । ରାଜ୍ୟରେ ଇଲୋଟ୍ରୋନିକ୍ସ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ପଲିସି ଆଣିଛନ୍ତି। କ୍ୟାବିନେଟରେ ନୂଆ ମେଗା ଜଳସେଚନ ପ୍ରକଳ୍ପକୁ ମଂଜୁରୀ ମିଳିଛି। ତାହା ହେଲା ସୁକତେଲ ନଦୀରେ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ । ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ ଆସନ୍ତା ୫ ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର ହୋଇଛି । ଏହାଦ୍ୱାରା ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ। ସେହିପରି ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୮୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି…
ଭୁବନେଶ୍ବର: ଆଜି ବିଜେଡି ତରଫରୁ କେତେକ ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ କନ୍ଧମାଳ ଜିଲ୍ଲା ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ କନ୍ଧମାଳ ପାଇଁ 8 ଜଣ ଉପସଭାପତି, 12 ଜଣ ସାଧାରଣ ସଂପାଦକ ସହ ଅନ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଅନ୍ୟମାନେ ହେଲେ
ସୀତାରାମ ଅଗ୍ରୱାଲ ଟାଙ୍ଗୀ: କମ ବୟସରେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯୁବକମାନେ ଦାଦନ ଖଟିବାକୁ ଯାଇଥାନ୍ତି। ସେମାନଙ୍କ ରୋଜଗାର ପଇସାରେ ପରିବାର ସୁରୁଖୁରୁରେ ଚାଲିଥାଏ। ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ୨୧ ବର୍ଷୀୟ ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଚେନ୍ନାଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ସାପ କାମୁଡିବାରେ ଅକାଳ ବିୟୋଗ ହୋଇଛି। ସୂଚନା ଅନୁଯାୟୀ, ମଙ୍ଗଳାଯୋଡ଼ି ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ଅରୁ ବେହେରା ଚେନ୍ନାଇ ଠାରେ ଜୟନ୍ତ ଫାଉଣ୍ଡେସନ ନାମକ ଏକ ଘରୋଇ କମ୍ପାନୀରେ ରଙ୍ଗ କାର୍ଯ୍ୟ କରିଆସୁଥିଲେ। କମ୍ପାନୀ ଭିତରେ ଥିବା କଲୋନୀ ମଧ୍ୟରେ ସେ ରହୁଥିଲେ। ଗତକାଲି ରାତିରେ ଅରୁ ଖାଇବା ପରେ ନିଜ ରୁମରେ ଶୋଇଥିଲେ। କିନ୍ତୁ ବିଳମ୍ବିତ ରାତ୍ରିରେ କୌଣସି ଏକ ବିଷଧର ସାପ ଅରୁଙ୍କୁ ଦଂଶନ କରିଥିଲା। ପାଖରେ ଥିବା ବନ୍ଧୁମାନେ ତୁରନ୍ତ ଅରୁଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଖବର ପାଇ…
ନୂଆଦିଲ୍ଲୀ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ସାର ଉପଲବ୍ଧତା ସ୍ଥିତିର ସମୀକ୍ଷା କରିବାବେଳେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉତ୍ପାଦନ ହେଉଛି ଏବଂ ଏହାର ଅଭାବ ନାହିଁ। ସମୀକ୍ଷା ବୈଠକରେ ୧୮ ଟି ରାଜ୍ୟର କୃଷି ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। କୃଷକ ଏବଂ କୃଷି କ୍ଷେତ୍ରରେ ସାର ଆବଶ୍ୟକତାର ପରିଚାଳନା କେନ୍ଦ୍ର ଏବଂ ରାଜ୍ୟଗୁଡିକର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡକ୍ଟର ମନସୁଖ ମାଣ୍ଡଭ୍ୟ ଗତ କିଛି ମାସ ମଧ୍ୟରେ ଡିଏପି ପାଇଁ ଚାଷୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମୂହିକ ପ୍ରୟାସର ପରିଣାମ ସ୍ୱରୂପ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିଆସିଛି ବୋଲି ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ଅନେକ ରାଜ୍ୟରେ…
କନ୍ଦର୍ପ ବେହେରା ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା। ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ପୋଲିସ୍ ଆଜି ଗୋଧିଢିପ ଠାରେ ହିତସରା ଗ୍ରାମର ଜନୈକ ପୁରୁଣା ଅପରାଧିକୁ ଧରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ହିତସରା ଗ୍ରାମର ରାକେଶ ପ୍ରଧାନ ୪ ବର୍ଷ ତଳେ ହିତସରା ସ୍କୁଲରୁ କମ୍ପ୍ୟୁଟର ତଥା ଅନ୍ୟ ସାମଗ୍ରୀ ଚୋରୀ କରି ନେଇଥିଲା। ପୋଲିସ୍ ତା ନାମରେ ଏକ ମାମଲା ରୁଜୁ କରିଥିଲା। ହେଲେ ସେ ସେଇ ଦିନ ଠାରୁ ଫେରାର୍ ଥିଲା ବୋଲି ନାକଟିଦେଉଳ ପୋଲିସ୍ ପ୍ରକାଶ କରିଛି। ଆଜି ତାକୁ ଗୋଧିଢିପ ଠାରୁ ଦୁର୍ଗା ବସ୍ ରୁ ଗିରଫ କରିଛି। ସେ ଦୁର୍ଗା ବସ୍ ରେ ହେଲପର ଭାବରେ କାମ କରୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ବିଭୂତିଭୂଷଣ ଦଳାଇ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇପାରେ। କାରଣ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ହୋଇପାରେ। ବଜାରରେ ଏହାର ଇନସୁରାନ୍ସ ଷ୍ଟ୍ରାଟେଜିକ୍ ରିଜର୍ଭରୁ ୫ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି। ୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳର ଷ୍ଟ୍ରାଟେଜିକ୍ ରିଜର୍ଭ: ସୂଚନାନୁସାରେ, ଭାରତରେ ୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ରହିଛି, ଯାହା ଦେଶର ପୂର୍ବ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂତଳ ସଂରକ୍ଷଣ କରାଯାଇଥାଏ। ସେଥିମଧ୍ୟରୁ ଆସନ୍ତା ୭ ରୁ ୧୦ ଦିନ ମଧ୍ୟରେ ୫ ମିଲିୟନ ବ୍ୟାରେଲ ତେଲ ବଜାରରେ ଲଞ୍ଚ ହେବ। ଏହାପୂର୍ବରୁ ଅଶୋଧିତ ତୈଳର ମୂଲ୍ୟକୁ ଦୃଷ୍ଟିରେ ରଖି ଆମେରିକା, ଜାପାନ, ଚୀନ୍ ସମେତ ଅନ୍ୟ କେତେକ ଦେଶ ମଧ୍ୟ ସେମାନଙ୍କ ରଣନୀତିକ ଭଣ୍ଡାରରୁ…
ନୟାଗଡ: ଗରିବ ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। କିନ୍ତୁ ତାହାକୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଟମାରଣା କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାର ଏକାଧିକ ଉଦାହରଣ ପୂର୍ବରୁ ରହିଛି। ତେବେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ପଞ୍ଚାୟତରେ ସମାନ ଜିନିଷ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତରେ ଆସୁଥିବା ପିଡ଼ିଏସ ସାମଗ୍ରୀ ଯଥା ଗହମ, ଚାଉଳ, କେରୋସିନ ଆଦିକୁ ଚୋରି କରି ବେସରକାରୀ ଦରରେ ବିକିବା ଅଭିଯୋଗରେ ଚାନ୍ଦପୁର ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତମାନେ ହେଲେ କେରଣ୍ଡାଟାଙ୍ଗୀ ଗ୍ରାମର କେଦାର ସ୍ୱାଇଁ ଏବଂ ପୂର୍ଣଚନ୍ଦ୍ର ଦଳାଇ। ସେହିଭଳି ଉକ୍ତ ଦୁଇ ଜଣଙ୍କ ସମେତ ପଞ୍ଚାୟତ ପିଇଓ ସୁନୀଲ ବେହେରା ଏବଂ ସରପଞ୍ଚଙ୍କ ଭାଇ ଧୀରେନ୍ଦ୍ର ପ୍ରଧାନ ମଧ୍ୟ ପିଡ଼ିଏସ ସାମଗ୍ରୀ ଚୋରି ଓ ଆତ୍ମସାତରେ ସମ୍ପୃକ୍ତ ଥିବା ବେଳେ ଉକ୍ତ ଦୁଇ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି। ସେହିପରି ଜିଲ୍ଲାରେ ମା’ ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାୟଗଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ…
ଭୁବନେଶ୍ୱର: ଦୁଇ ବର୍ଷରେ ପାଦ ଥାପିଛି କୁନିପୁଅ ବେଦାଂଶୁ। ତେବେ ତା’ର ଜନ୍ମ ଦିନ ସହିତ ସେ ନୂଆ ଜନ୍ମ ପାଇଥିବାର ଖୁସି ମନାଉଛନ୍ତି ବେଦାଂଶୁର ବାପା-ମା। ଆଜକୁ ଠିକ୍ ୧୫ ଦିନ ତଳେ ତତଲା ପାଣି ପଡ଼ିବା ଯୋଗୁଁ କୁନିପୁଅଟିର ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଚିକିତ୍ସା, ଯତ୍ନ ଓ ଉଦ୍ୟମ ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ନୂଆ ଜୀବନ ପାଇଛି ଶିଶୁ। ଗତ ନଭେମ୍ବର ୯ ତାରିଖ ଦିନ ପାତ୍ରପଡା ଅଂଚଳରେ ରହୁଥିବା ଅଟୋଚାଳକ ବିପିନ୍ କୁମାର ସାହୁ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳୀଙ୍କର ପୁଅ ବେଦାଂଶୁ ଖେଳୁଥିବା ସମୟରେ ଗ୍ୟାସ୍ ଚୁଲାରେ ବସିଥିବା ଗରମ୍ ପାଣିର ହାଣ୍ଡି ତା’ ଶରୀର ଉପରେ ପଡିଯାଇଥିଲା। ଛୋଟ ଛୁଆର ଶରୀରରେ ତତଲା ପାଣି ପଡିବା ଯୋଗୁଁ ତା’ ଶରୀରର ୭୦ ଭାଗ ପୋଡି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାୟଗଡାରେ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି। ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସର୍ପ ଦଂଶନ ହେତୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ ବୁରୁପଡା ଗ୍ରାମର ସଉରୀ ପ୍ରଧାନ (୫୫) ଗତକାଲି ଅପରାହ୍ନରେ ନିଜ ଧାନ ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବାବେଳେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା। ସଙ୍ଗେସଙ୍ଗେ ପରିବାର ଲୋକ ସଉରୀଙ୍କୁ ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ମେଡିକାଲ ନେଇଥିବାବେଳେ ସେଠାରୁ ତାଙ୍କୁ ଖଲ୍ଲିକୋଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଉରୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଖଲ୍ଲିକୋଟ ଥାନାରେ ୩୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ବ୍ୟବଚ୍ଛେଦ ପରେ ସଉରୀଙ୍କ ମୃତ ଦେହକୁ ଆଜି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଖଲ୍ଲିକୋଟ ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।
ଚାଣକ୍ୟ ନୀତି: ଜୀବନ ଅମୂଲ୍ୟ ଅଟେ। ଏହାକୁ ଖରାପ ଗୁଣ ଦ୍ୱାରା ନଷ୍ଟ କରାଯିବା ଉଚିତ୍ ନୁହେଁ। ସର୍ବୋତ୍ତମ ଗୁଣ ଗ୍ରହଣ କରି ଏହି ଜୀବନକୁ ଆଶୀର୍ବାଦ ଦେବାକୁ ଚେଷ୍ଟା କରିବା ଉଚିତ୍। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ। ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଯେତେବେଳେ ଧନ ଆସେ, ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହୁଏ, ସମ୍ମାନ ପ୍ରାପ୍ତ ହୁଏ। ଏହା ସହିତ ଆତ୍ମବିଶ୍ୱାସ ମଧ୍ୟ ବଢିଯାଏ। ଲକ୍ଷ୍ୟ ହାସଲ କରିବାରେ ଆତ୍ମବିଶ୍ୱାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହାଁନ୍ତି। ଲୋକଙ୍କର କିଛି କାମକୁ ମାତା ଲକ୍ଷ୍ମୀ ଆଦୌ ପସନ୍ଦ କରନ୍ତି ନାହିଁ। ତେଣୁ ଏହି କାର୍ଯ୍ୟଗୁଡ଼ିକ କେବେବି କରାଯିବା ଉଚିତ୍ ନୁହେଁ। ଏହିସବୁ କାମ କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ୨୫ ନଭେମ୍ବର, ୨୦୨୧ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ। ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି। ଏହି ବୃହତ ପରିକଳ୍ପନା ଅଧୀନରେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି। ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ଶୀଘ୍ର ଆପଣଙ୍କ ଆକାଉଣ୍ଟରେ ଜମା ହେବ। ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରନ୍ତି। ଦେଶର କୋଟି କୋଟି କୃଷକ ୨୦୦୦ ଟଙ୍କା କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଆକାଉଣ୍ଟରେ ଦଶମ କିସ୍ତି ଟଙ୍କା ଆସୁଛି କି ନାହିଁ, ତାହା ଆପଣ ଶୀଘ୍ର ଯାଞ୍ଚ କରିବା ଉଚିତ୍। ଏହି ଯୋଜନା କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ଏହି ଯୋଜନାରେ ସରକାର ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏହି ଟଙ୍କା ତିନୋଟି କିସ୍ତିରେ ୨୦୦୦ ଲେଖାଏଁ କରି ଆକାଉଣ୍ଟରେ ଜମା ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ୧୧.୩୭ କୋଟି ଚାଷୀ ଏହି ଯୋଜନାର ଲାଭ ପାଇଛନ୍ତି। ଏହି ଯୋଜନା ଅଧୀନରେ ସରକାର ୧.୫୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ଟଙ୍କା କେବେ ଆସିବ?: ଦଶମ କିସ୍ତିର…
ନୂଆଦିଲ୍ଲୀ: ନଭେମ୍ବର ୨୫ ତାରିଖରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କାନପୁର ଟେଷ୍ଟରେ କ୍ୟାପଟେନ ବିରାଟ କୋହଲି ଏବଂ ରୋହିତ ଶର୍ମା ଅନୁପସ୍ଥିତ ରହିବେ। ଏଭଳି ପରିସ୍ଥିତିରେ ଦଳର ବ୍ୟାଟିଂ କ୍ରମରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଓପନର ଶୁବମାନ ଗିଲଙ୍କୁ ମଧ୍ୟମ କ୍ରମରେ ଡ୍ରପ କରାଯାଇପାରିବ ବୋଲି ବିଶ୍ୱାସ କରାଯାଏ। ଏଥି ସହିତ, ମୟଙ୍କ ଅଗ୍ରୱାଲ ପୁଣିଥରେ ତାଙ୍କ ସାଥୀ କେ.ଏଲ୍ ରାହୁଲଙ୍କ ସହ ଖେଳି ପାରନ୍ତି। ଅଜିଙ୍କ୍ୟ ରାହାନେଙ୍କ ଅଧିନାୟକତ୍ୱରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଶୁଭମାନ ଗିଲଙ୍କୁ ବିରାଟ କୋହଲିଙ୍କ ସ୍ଥାନ ନେବାକୁ କୁହାଯାଇପାରେ। ମଧ୍ୟମ କ୍ରମରେ ବିରାଟଙ୍କ ବିକଳ୍ପ ଖୋଜିବା ପାଇଁ ଦଳ ପରିଚାଳନା ପାଇଁ ଏହା ମଧ୍ୟ ଏକ ଉପଯୁକ୍ତ ସୁଯୋଗ ହେବ। ଉଲ୍ଲେଖଥାଉ କି, ଟେଷ୍ଟ ଦଳରେ ବିରାଟଙ୍କୁ ସ୍ଥାନରେ ଖେଳିବା ପାଇଁ ଶ୍ରେୟସ୍ ଆୟର୍ ମଧ୍ୟ ଏକ ବିକଳ୍ପ ହୋଇପାରନ୍ତି। ଦିନିକିଆ ଏବଂ ତି-୨୦ ରେ ସେ କେବଳ ଚତୁର୍ଥ କ୍ରମରେ…

