Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୪ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାହା ଉଦବୋଧନ ଦେଲେ ତାହା ହେଲା.. ଜୟ ଜଗନ୍ନାଥ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି, ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବୀର୍ ସବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବି.ଆର. ଆମ୍ବେଦକର ଓ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ପରି ମହାନ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ନେତୃବୃନ୍ଦ ତ୍ୟାଗ ଓ ସଂଗ୍ରାମର ପରାକାଷ୍ଠା ଦେଖାଇ ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ…

Read More

ନୂଆଦିଲ୍ଲୀ: ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ୩ ଟି ଅନୁଷ୍ଠାନ ଯଥା ଲଳିତ କଳା ଏକାଡେମୀ, ସାହିତ୍ୟ ଏକାଡେମୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ମିଳିତ ଭାବେ ଦିଲ୍ଲୀରେ ଏକ ଚମତ୍କାର ତିରଙ୍ଗା ଯାତ୍ରାର ଆୟୋଜନ କରିଥିଲେ। ଏହି ଜୀବନ୍ତ କାର୍ଯ୍ୟକ୍ରମରେ ଯୁବକ, କଳାକାର, ସୃଜନଶୀଳ ବୃତ୍ତିଜୀବୀ ଓ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲା, ଯୁବ ବ୍ଲଗର, ଅଧିକାରୀ ଓ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ୨୫୦୦ରୁ ଅଧିକ ବ୍ୟକ୍ତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ କଳା ମହାବିଦ୍ୟାଳୟ, ବିଦ୍ୟାବିହାର ସ୍କୁଲ, କସମସ୍ ସ୍କୁଲ ଓ କ୍ୟାଥର୍ସିସ୍ ୱାର୍ଲ୍ଡ ସ୍କୁଲ ଭଳି ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଲଳିତ କଳା ଏକାଡେମୀ, ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, କଥକ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ଉତ୍ସାହୀ କଳାକାର…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଦେଶଭକ୍ତି ଏବଂ ସଂକଳ୍ପର ପରିଭାଷା ପାଲଟିଛି। ଏହି ଅଭିଯାନ କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସଂଚାର କରୁଛି ବୋଲି ସେ କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତାର ୭୮ ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ଏବଂ ଏହି ଅବସରରେ ଗୁଜରାଟରେ ଗୋଟିଏ ବି ଘର କିମ୍ବା…

Read More

ମେଷ: – ଜମିରେ ବିନିଯୋଗ ଲାଭଦାୟକ ହେବ। ଅଧିକାରୀମାନଙ୍କୁ ବୁଝାଇବାକୁ ସମର୍ଥ ହେବ। ବୃଷ: – ବ୍ୟବସାୟରେ ପରିବର୍ତ୍ତନ ଆସିବ। ଦୁର୍ଘଟଣାଗ୍ରସ୍ତ ଏବଂ ଅଧିକ ଅର୍ଥରେ ଉପକୃତ ହେବେ। ମିଥୁନ: – କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେତୁ ମନୋବଳ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିପାରିବ। କର୍କଟ: – ଏହି ବର୍ଷ ଆପଣଙ୍କ ପାଇଁ ଏକ ନୂତନ ପ୍ରେମିକର ସନ୍ଧାନ ମିଳିବ। ଆପଣ ନୂଆ ବର୍ଷରେ ଭଲ ସ୍ବାମୀଙ୍କୁ ପାଇବେ। ସିଂହ: – ତୁମେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବ। ଆପଣଙ୍କର ବୈବାହିକ ଜୀବନରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି। କନ୍ୟା: – ଆପଣ ବେକାର ଯୁବକମାନଙ୍କର ଚାକିରିର ସୁଯୋଗ ତିଆରି କରିବେ। ପରିଶ୍ରମର ଫଳାଫଳ ପାଇବ। ତୂଳା: – ଯେଉଁମାନଙ୍କର ଚାକିରୀ  ଅଛି ସେମାନେ ପଦବୀ ଏବଂ ସମ୍ମାନର ଲାଭ ପାଇବେ । ଧନର ଆଗମନ ସମ୍ଭାବନା। ବିଛା: – ନିରନ୍ତର ଭଲ କାମ ନିଶ୍ଚିତ ଭାବରେ…

Read More

ଭୁବନେଶ୍ୱର: ପିଏମ୍‌-ପୋଷଣ ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପିଏମ୍‌-ପୋଷଣ ଚାଉଳ ଯୋଗାଣରେ ହେଉଥିବା ଅବ୍ୟବସ୍ଥାର ମୁକାବିଲା କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ କଣ୍ଟ୍ରାକcର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଠାରୁ ଚାଉଳ ବିତରଣ ସମ୍ବନ୍ଧୀୟ ବିବରଣୀ ଗ୍ରହଣ କରି ନିଜସ୍ୱ ପରିବହନ ଯାନ ଦ୍ୱାରା ଖାଦ୍ୟ ଯୋଗାଣ ନିଗମଠାରୁ ପୋଷଣଯୁକ୍ତ ଚାଉଳ ସଂଗ୍ରହ କରି ସିଧାସଳଖ ବିଦ୍ୟାଳୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମରୁ ଉତ୍ତମ ମାନର ଚାଉଳ ଉଠାଣ କରାଯିବ । ପିଏମ୍‌-ପୋଷଣ ଚାଉଳ ଗ୍ରହଣ କରୁଥିବା ଅଧିକାରୀ ଚାଉଳର ପରିମାଣ ଓ ମାନ ଉଭୟ ଉପରେ ଗୁରୁତ୍ୱ ଦେବେ।…

Read More

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,  ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ NH ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀ  ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଓଡିଶାର ମୁଖ୍ୟ ଶାସନ ସଚିବ; ଏସିଏସ୍, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପୁର୍ତ୍ତ ବିଭାଗର ପ୍ରମୁଖ ସଚିବ ଯୋଗ ଦେଇଥିଲେ। ଏହି ବୈଠକରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଶ୍ୱାସନା ଦେଇଛନ୍ତି ଯେ ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆ ଯିବ…

Read More

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ସିଡିପିଓ ଅନୁସ୍ଵୟା ମିଶ୍ରଙ୍କ ନେତୃତ୍ୱରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସୌମ୍ୟଶ୍ରୀ ମହାନ୍ତି,ସୁଭଦ୍ରା ମହାନ୍ତି କାଉନସେଲର ଭାବେ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ସମ୍ପର୍କରେ ଅବଗତ କରିଥିଲେ।କମ ବୟସରୁ ବିବାହ ନକରି ଗୁଣାତ୍ମକ ଶିକ୍ଷାଦ୍ୱାରା କିପରି ଜଣେ ମହିଳା ସ୍ୱାବଲମ୍ବୀ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବ ସେନେଇ ସିଡିପିଓ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଥିଲେ। ଉକ୍ତ ଶିବିରରେ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା,କଳକଳେଶ୍ୱର,ସିଙ୍ଗେଶ୍ୱର,ଚଣ୍ଡେଶ୍ୱର, ଆଙ୍କୁଲା ପଞ୍ଚୟତରୁ ୧୨୬ ଜଣ ବାଳିକା ଅଂଶଗ୍ରହଣ କରିଥିଲେ।ଏହି ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଶନିବାର ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦକ୍ଷତା ଅନୁଯାଇ କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଭିନ୍ନ ସଂସ୍ଥାର କାଉନସେଲର ମାନେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଚିଲିକା ବିଡ଼ିଓ ହଳଧର…

Read More

ରେଢାଖୋଲ (କନ୍ଦର୍ପ ବେହେରା ): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମଙ୍ଗଳବାର ଦିନ ସାମୁହିକ ଫାଇଲେରିଆ ଔଷଧ ସେବନ, ସଚେତନତା ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭା ରେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର୍ ପୁଷ୍ପାଞଳି ରବନା ଫାଇଲେରିଆ ସଚେତନତା ଓ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ରେ ଏନ୍ ଏସ୍ ଏସ୍ ର ଭୁମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। ଉକ୍ତ ସମାରୋହ ରେ ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପରଭାଇଜର୍ ମାନବେନ୍ଦ୍ର ବସ୍ତିଆ ଓ ଜନସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଶରତ ନାୟକ ଯୋଗ ଦେଇ ଫାଇଲେରିଆ ରୋଗ ର କାରଣ ତଥା ନିରାକରଣ ବିଷୟ ରେ ବୁଝାଇଥିଲେ। ତିନିଶହ ଜଣ ଛାତ୍ର ଛାତ୍ରୀ ସାମୁହିକ…

Read More

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୈଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଲାଠି ମୁଖ୍ୟ ରାସ୍ତା କୋରେଇସୁଣୀ ମନ୍ଦିର ବନ୍ଧ ହୁଡ଼ାରୁ ଝୁଲୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାମ କ୍ଷେତ୍ରବାସୀ ସାହୁ ଓ ତା ଘର ଆସ୍କା ରୋଡ଼ ଧୋବା ବନ୍ଧ ହୁଡ଼ା ବୋଲି ଜଣାପଡିଛି। ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।ଶବ ଉଦ୍ଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Read More

କଟକ: ଓଡିଶାର ସର୍ବ ପୁରାତନ ଖବର କାଗଜ ସମାଜର ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଓଡିଶାର ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ସମାଜ ର ସମ୍ପାଦନା ବିଭାଗରେ ଦୀର୍ଘ ୩୫ ବର୍ଷ କାମ କରିବା ସହ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ଲୋକସେବକ ମଣ୍ଡଳ ସଂପାଦକ ଭାବେ ନିଯୁକ୍ତ ପ୍ରଦାନ କରିଛି। ସେହିପରି ‘ସମାଜ’ ଡିଜିଟାଲ ମିଡିଆର ସମ୍ପାଦକ ଭାବେ ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଦୂରଦର୍ଶନର ପୂର୍ବତନ ସମାଚାର ବିଭାଗର ନିର୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଉଭୟ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Read More

ଖୋର୍ଦ୍ଧା: ଦୀର୍ଘ ତିନି ବର୍ଷ ପରେ ଆଜି ୧୩ ତାରିଖ ମଙ୍ଗଳ ବାର ପୂର୍ବାହ୍ନ ୧୧ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସ ପି ସି ଏ ର ବୈଠକ ବସିବ। ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ ଏସ ପି ସି ଏ ଉପସଭାପତି ଖୋଦ ଜିଲ୍ଲା ପୋଲିସ ଅଧିକ୍ଷକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାର ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦେବୀଦତ୍ତ ମାଝି ପ୍ରମୁଖ ଉପସ୍ଥିତ ରହିବେ। ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର, ଭୁବନେଶ୍ୱର ମହାନଗର ନିଗମର ଡେପୁଟିପୋଲିସ କମିଶନର,ଏସ ପି, ଏ ଡ଼ି ଏମ ଖୋର୍ଦ୍ଧା, ଖୋର୍ଦ୍ଧା ମୁନିସିପାଲଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ,ଜଟଣୀ, ବାଲୁଗାଁ, ବାଣପୁର ଆଦି ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ‘ଆଦର୍ଶ ସୌର ଗ୍ରାମ’ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ‘ଆଦର୍ଶ ସୌର ଗ୍ରାମ’ ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା । ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ ଯାହାର ଜନସଂଖ୍ୟା ୫୦୦୦ରୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଆଜି ନୂଆଦିଲ୍ଲୀର ବଡ଼ଖମ୍ବା ରୋଡ୍ ମଡର୍ଣ୍ଣ ସ୍କୁଲରେ ନିଶା ମୁକ୍ତ ଭାରତ ଅଭିଯାନ (ଏନ୍ ଏମ୍ ବିଏ) ଅଧୀନରେ ନିଶା ନିବାରଣ ବିରୋଧରେ ଦେଶବ୍ୟାପୀ ‘ଗଣ ଶପଥ’ ପାଠ କରାଇଛନ୍ତି। ଏହି ଅବସରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଆଠୱାଲେ ଉପସ୍ଥିତ ଥିଲେ। ଏଥିସହିତ ଶ୍ରୀ ବି.ଏଲ୍ ବର୍ମା ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ମଡର୍ଣ୍ଣ ସ୍କୁଲର ପ୍ରାୟ ୨୭୦୦ ଛାତ୍ରଛାତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ। ଦେଶର ପ୍ରାୟ ୧୦ ହଜାର ସ୍ଥାନରୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ରାଜ୍ୟ/ଜିଲ୍ଲା ପ୍ରଶାସନ ଇତ୍ୟାଦି ବିଭିନ୍ନ ଅଂଶୀଦାର ଭର୍ଚୁଆଲ ମାଧ୍ୟମରେ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେ ଦେଶବ୍ୟାପୀ ୧ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିବା ସହ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗର ନବମ ସଂସ୍କରଣ- ୨୦୨୪କୁ ଉନ୍ମୋଚନ କରିଛନ୍ତି । ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରି ଶୁଭେଚ୍ଛା ଜଣାଇବା ସହ ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓାର୍କକୁ ଆଣିବା ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଙ୍କିଙ୍ଗ, ରେଟିଂ ଏବଂ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିସ । ଏନଆଇଆରଏଫ୍ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଭାବନାକୁ ଗଭୀର ଭାବରେ ପ୍ରତିଫଳିତ କରୁଛି । ଅନେକଙ୍କ ଅପେକ୍ଷା କ୍ରମେ ଦେଶର ଏହି ମାନ୍ୟତା ଢାଞ୍ଚାରେ କିଛି ସଂସ୍କାର କରାଯାଇଛି । ଶିକ୍ଷାଦାନ, ଇନୋଭେସନ, ଗବେଷଣା, ସ୍ନାତକ ରେଜଲ୍ଟ ଏବଂ ଅନ୍ୟାନ୍ୟ ମାନଦଣ୍ଡରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଉତ୍କର୍ଷତା ପ୍ରଦର୍ଶନ କରିବା…

Read More

ଭୁବନେଶ୍ୱର: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ସମୀକ୍ଷା କରିଛନ୍ତି। ଖାରବେଳ ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ବୋର୍ଡର ବର୍ତ୍ତମାନର ସ୍ଥିତି, ଆଗାମୀ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ୨୧ଟି ଜିଲ୍ଲାରେ ବୋର୍ଡର ଉପସ୍ଥିତି ଥିବାବେଳେ ରାଉରକେଲା ଓ ଭୁବନେଶ୍ୱର ଆଦି ସ୍ଥାନରେ ବହୁଳ ଭାବେ କାର୍ଯ୍ୟ ଜାରି ରହିଛି। ବୋର୍ଡ ତରଫରୁ ବର୍ତ୍ତମାନ ସୁଦ୍ଧା ୩୨,୩୪୩ଟି ବାସଗୃହ ଓ ପ୍ଲଟ ବିକଶିତ କରାଯାଇଥିବା ଜଣାଯାଇଛି। ଭୁବନେଶ୍ୱରର ପଟିଆ, କାନନବିହାର, ଚନ୍ଦ୍ରଶେଖର, ଭିଏସଏସନଗର, ସତ୍ୟନଗର, ଲୁଇସରୋଡ, ଭିମଟାଙ୍ଗୀ, ବରମୁଣ୍ଡା, ମୈତ୍ରୀବିହାର ଓ ଶୈଳଶ୍ରୀବିହାର ଆଦିରେ ପ୍ରାୟ ୨୦ହଜାର ବାସଗୃହ ନିର୍ମାଣ କରାଯାଇଛି। ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଏବେ ଋଣ ମୁକ୍ତ ସଂସ୍ଥା ହୋଇପାରିଛି। ବର୍ତ୍ତମାନ ବୋର୍ଡ ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରରେ ଖାରବେଳ ଏନକ୍ଲେଭ,…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ସେ ପୂର୍ବାହ୍ନରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗ ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଓଡିଶାର ବିଭିନ୍ନ ପ୍ରକଳ୍ପ ଉପରେ ସେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ଆଜି ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ନେତୃତ୍ୱରେ ବିଂଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟ ର ନେତା ମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଭେଟି ୱାକଫ ବୋର୍ଡ ସଂଶୋଧନ ବିଲ ସମ୍ପର୍କ ରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂଖ୍ୟଲଘୁ ସମ୍ପ୍ରଦାୟର ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରୁ ସଂଖ୍ୟା ଲଘୁ ସଂପ୍ରଦାୟ ନବୀନଙ୍କୁ ଭେଟି ବିଲ ଉପରେ ସେମାନଙ୍କର ମତ ପ୍ରକାଶ କରିଥିଲେ। ତେବେ ଏ ନେଇ ବିଜେଡି ତରଫରୁ କୌଣସି ନିଷ୍ପତି ନିଆଯାଇ ନାହିଁ।

Read More

ଖୋର୍ଦ୍ଧା: ଆଜି ଟାଙ୍ଗୀ ଚାନ୍ଦପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀ, ପୁରୀ ସାଂସଦ ସଂବିତ ପାତ୍ର, ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ଦ୍ବାରା ଖୋରଧା ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବେ।

Read More

ଭୁବନେଶ୍ବର: ଆଜି ନବୀନ ନିବାସ ରେ ପୁରୀ ଓ ନବରଙ୍ଗପୁର ର ବ୍ଲକ ଓ ପଂଚାୟତ ପ୍ରତିନିଧି ତଥା ଭଦ୍ରକ ର ପୌର ପରିଷଦ ର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ସହ ଆଲୋଚନା କରିଥିଲେ। ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ସଭାପତି ଙ୍କୁ ଜଣାଇଥିଲେ। ଲୋକଙ୍କ ସାଥିରେ ରହି ଦଳ ର କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ରମେଶ ମାଝୀ, ପୂର୍ବତନ…

Read More

ଭୁବନେଶ୍ବର: ଆଜି ସକାଳୁ ଆର ଆଣ୍ଡ ବି ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଘରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ ଯାହା ମିଳିଛି ତାହାଲ ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ସକାଳୁ ଚଢାଉ କରାଯାଇଥିବା ବେଳେ ଜିନିଷ ଗଣତିରେ ଲାଗିଗଲା ଘଣ୍ଟଘଣ୍ଟା ସମୟ। ତାଙ୍କର ଏତେ ପରିମାଣରେ ଆୟ ବର୍ହିଭୂତ ସଂପତ୍ତି ଥିବା ତାହା କେହି କଳନା କରିପାରି ନ ଥିଲେ। ଭିଜିଲାନ୍ସ ସୂଚନା ଅନୁସାରେ ତାଙ୍କ ଘରୁ ଯାହା ଜବତ କରାଯାଇଛି ତାହା ହେଲା ୧- ଭୁବନେଶ୍ବର, କଟକ, ଝାରସୁଗୁଡାରେ ୧୦ଟି ଫ୍ଲାଟ ୨-ଭୁବନେଶ୍ବର, କଟକ, ଜଟଣୀରେ ଥିବା ସାତୋଟି ପ୍ଲଟ ୩- ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ୪- ଦେଢ କେଜି ସୁନା ଅଳଙ୍କାର ୫- ୬ ଲକ୍ଷ ନଗଦ ଟଙ୍କା ୬- ୧୩ ଲକ୍ଷ ଟଙ୍କାର ରୋଲେକ୍ସ ହାତ ଘଣ୍ଟା ୭- ଆମେରିକା, ଭିଏତନାମ, ୟୁଏଇ,…

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି। ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଜାତୀୟ ପତାକା ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ଏହି ଅଭିଯାନରେ ପ୍ରତ୍ୟେକ ଓଡିଶାବାସୀ ଆଗଭର ହୋଇ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।…

Read More