Author: Samikhsya Bureau

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୪ତମ ଜନ୍ମବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ, ରାଜ୍ୟ ସଭାର ଗୃହ ନେତା ଜେ.ପି. ନଡ୍ଡା, ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦ ସଦସ୍ୟ ଏବଂ ସାଧାରଣ ଜନତା ଆଜି ସଂସଦ ଭବନ ପରିସରରେ ଥିବା ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ମନ୍ତ୍ରୀ, ସଂସଦ ସଦସ୍ୟ, ବିଭିନ୍ନ ରାଜନୈତିକ ଦଳର ନେତାମାନେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଡକ୍ଟର…

Read More

ଢେଙ୍କାନାଳ: କେନ୍ଦ୍ର ସରକାରଙ୍କ ଢେଙ୍କାନାଳ ଠାରେ ଥିବା ଭାରତୀୟ ଜନ ସଂଚାର ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିବା ପାଇଁ ଦରଖାସ୍ତ ଗ୍ରହଣ ଜାରି ରହିଛି। ଆବେଦନକାରୀ ଅନଲାଇନ/ଅଫଲାଇନରେ ଆବେଦନ କରିପାରିବେ।ସେଥିପାଇଁ କଟକ ବକ୍ସି ବଜାର ଠାରେ ଥିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣିକରଣ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଠାରେ ଥିବା ପତ୍ର ସୂଚନା କାର୍ଯାଳୟରେ ଫର୍ମ ମିଳୁଛି। ପ୍ରବେଶିକା ପରୀକ୍ଷା ପାଇଁ ଦରଖାସ୍ତ ସହ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଓ ଅନ୍ୟାନ୍ୟ ବରଂ ପ୍ରାର୍ଥୀଙ୍କ ପାଇଁ  ୩୫୦ ଟଙ୍କା ରଖାଯାଇଛି। ଆବେଦନର ଶେଷ ତାରିଖ ଚଳିତ ମାସ ୩୦ ତାରିଖ ରଖାଯାଇଛି।

Read More

ଦ ସମୀକ୍ଷା ବ୍ୟୁରୋ: ଓଡ଼ିଶାର ପାରମ୍ପାରିକ ଖାଦ୍ୟର ପ୍ରସାର ସହ ଉତ୍ତରପୀଢ଼ିକୁ ପରିଚିତ କରାଇବା ଲକ୍ଷ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପାରମ୍ପାରିକ ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ଜିଲ୍ଲା ସଦର ମହକୁମା ସହ ସମସ୍ତ ବ୍ଲକରେ ପାଳିତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସୁବର୍ଣପୁର ପୌର ପରିଷଦ ପକ୍ଷରୁ ପୌର ପରିଷଦ ପରିସରରେ ଆୟୋଜିତ ପାରମ୍ପାରିକ ଖାଦ୍ୟ ଅଭିଯାନରେ ସୁବର୍ଣ୍ଣପୁର ମାଟିର ନିଜସ୍ୱ ଖାଦ୍ୟ ଓ ପାରମ୍ପାରିକ ଖାଦ୍ୟ ପ୍ରଦର୍ଶିତ ହୋଇଛି । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ୱାବଧାନରେ ଆୟୋଜିତ ଖାଦ୍ୟମେଳାରେ ସହରାଞ୍ଚଳର ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ସୁବର୍ଣ୍ଣପୁରର ପ୍ରସିଦ୍ଧ ଚାଉଳ ବରା, ଚକାପିଠା,ମୁଗ ରସବରା,ମୁଗମଣ୍ଡା ଓ ପୋଡ଼ପିଠାଠୁ ଆରମ୍ଭକରି ପୁଷ୍ଟିକର ମିଲେଟ ପ୍ରସ୍ତୁତ ନାନାଦି ପାରମ୍ପାରିକ ଖାଦ୍ୟ…

Read More

ନୂଆଦିଲ୍ଲୀ: ଆଜି ଓଡିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ବାସୀଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ସେ ତାଙ୍କର ଅଭିନନ୍ଦନ ଜଣାଇଛନ୍ତି।

Read More

ନୂଆଦିଲ୍ଲୀ: ଆଜି ଓଡିଆ ନୂଆ ବର୍ଷ। ଆଜିଠାରେ ଶ୍ରୀମନ୍ଦିରରେ ଓଡିଆ କ୍ୟାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସାରା ରାଜ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ ସେ ଯାହା କହିଛନ୍ତି ତାହା ହେଲା, “ପବିତ୍ର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୁଁ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ । ଆନନ୍ଦ ଉଲ୍ଲାସର ଏହି ପର୍ବ ଆମକୁ ଆମ ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଥାଏ । ଏହି ଅବସରରେ ମୁଁ ସମସ୍ତଙ୍କର ସୁଖସମୃଦ୍ଧି କାମନା କରୁଅଛି ।”

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା  ପଣା ସଂକ୍ରାନ୍ତି। ଆଜିଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହେଉଛି। ଏହି ଉପଲକ୍ଷେ ରାଜ୍ୟ ବାସୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କହିଛନ୍ତି… ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ବନ୍ଦେ ଉତ୍କଳ ଜନନୀ

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଆଜି ସାରା ଓଡିଶାରେ ଏହି ପର୍ବ ପାଳନ କରାଯାଉଛି। ଏଥିସହିତ ଆଜିଠାରୁ ଓଡିଆ ନବ ବର୍ଷର ଆରମ୍ଭ ହେଉଛି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ,ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।

Read More

ଭୁବନେଶ୍ବର: ପୁରୀର ସ୍ବାମୀ ନାରାୟଣ ମନ୍ଦିରରେ ଆୟୋଜିତ ହୋଇଥିବା ବିଜେପିର ପ୍ରଶିକ୍ଷଣ ଶିବିରରେ ବିଧାୟକ ଓ ସାଂସଦଙ୍କୁ ପାଠପଢା ଯାଇଛି। ସେମାନେ ସେଥିରୁ କଣ କିଏ ଶିଖିଲେ ତାହା ଭିନ୍ନ କଥା। ହେଲେ ଦୁଇଦିନ ଧରି ଚାଲିଥିବା ଏହି ଶିବରରେ ବାରମ୍ବାର କୁହାଗଲା ଯେ କେହି ଗର୍ବ କର ନାହିଁ। ତୁମେ ହାର କି ଜିତ ତାହା ଭିନ୍ନ କଥା। ହେଲେ ଦଳ ପାୱାରରେ ରହିବା ଆବଶ୍ୟକ। ଅବଶ୍ୟ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକଙ୍କୁ ବିଧାୟକ ଓ ସାଂସଦଙ୍କ ପ୍ରଶ୍ନ ପଚାରିବାର ଅଧିକାର ନ ଥିଲା। ହେଲେ ସେତେବେଳେ ନେତାଙ୍କୁ ପ୍ରଶ୍ନ କରିବା କଥା ଯେ, ଆମ ଭିତରେ କେହି ଗର୍ବ କରୁଥିବାର ଅନୁଭବ କରୁଛନ୍ତି କି ? ଯେହେତୁ ତାହା ଦଳିୟ କାର୍ଯ୍ୟକ୍ରମ ଥିଲା ନିଜ ଭବିଷ୍ୟତକୁ ନଜରରେ ରଖି କେହି ପ୍ରଶ୍ନ କରିପାରି ନ ଥିଲେ। ପ୍ରକୃତରେ ଯଦି କେହି ସାଂସଦ ବା ବିଧାୟକ ଗର୍ବ କରୁଛି ତେବେ…

Read More

ଦ ସମୀକ୍ଷା ବ୍ୟୁରୋ: ହିନ୍ଦୁ ଧର୍ମରେ ଶଙ୍ଖକୁ ପବିତ୍ର ବିବେଚନା କରାଯାଏ। ସମୁଦ୍ର ମନ୍ଥନ ସମୟରେ ଏହି ଶଙ୍ଖଟି ଉତ୍ପନ୍ନ ହୋଇଥିଲା। ଆମ ପୂଜାପାଠରେ ଶଙ୍ଖ ରଖିବା ଏବଂ ଏହାକୁ ନିୟମିତ ବଜାଇବା ଉଚିତ୍। ମଙ୍ଗଳ ଏବଂ ଧାର୍ମିକ କାର୍ଯ୍ୟରେ ଶଙ୍ଖ ଶଦ୍ଦ ଶୁଭ ବୋଲି ବିବେଚନା କରାଯାଏ। ଶଙ୍ଖ ହେଉଛନ୍ତି ମାତା ଲକ୍ଷ୍ମୀଙ୍କ ଭାଇ। ବିଷ୍ଣୁ ପୁରାଣଙ୍କ ଅନୁଯାୟୀ, ମାତା ଲକ୍ଷ୍ମୀଙ୍କ ଭାଇ ଶଙ୍ଖ ଅଟନ୍ତି। ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ଏହାକୁ ବଜାଇବା ଦ୍ୱାରା ବ୍ୟକ୍ତିର ହୃଦୟ ମାଂସପେଶୀ ଦୃଢ ହୁଏ, ସ୍ମୃତି ଶକ୍ତି ବୃଦ୍ଧି ପାଏ ଏବଂ ଆପଣ ଅନେକ ଶ୍ବାସକ୍ରିୟା ରୋଗରୁ ମୁକ୍ତି ପାଆନ୍ତି। ସାଧାରଣତଃ ତିନୋଟି ପ୍ରକାରର ଶଙ୍ଖ ଅଛି। ବାମାବର୍ତ୍ତି, ଦକ୍ଷିଣାବର୍ତ୍ତି ଓ ମଧ୍ୟବର୍ତ୍ତୀ। ବାମାବର୍ତ୍ତି ଶଙ୍ଖ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଦକ୍ଷିଣାବର୍ତ୍ତି ଶଙ୍ଖ ହେଉଛି ମାତା ଲକ୍ଷ୍ମୀଙ୍କ ପ୍ରତୀକ। ଘରେ ଶଙ୍ଖ ରଖିବାର ଶୁଭ ଦିନ ଯଦି ଆପଣ…

Read More

ସମୀକ୍ଷା ବ୍ୟୁରୋ: ପ୍ରାୟତଃ ଗୋଡ ଉପରେ ଗୋଡ ପକାଇବାକୁ ପସନ୍ଦ କରିଥା’ନ୍ତି । ଏହା ବେଶ୍‌ ଷ୍ଟାଇଲିସ୍‌ ଲାଗୁଥିବାରୁ ପ୍ରାୟତଃ ସମେସ୍ତ ଏପରି ଭାବରେ ବସିଥା’ନ୍ତି । କେହି କେହି ଏହାକୁ ଆତ୍ମବିଶ୍ବାସର ପ୍ରତୀକ ଭାବରେ ବିବେଚନା କରନ୍ତି । ଆପଣ ବି କ’ଣ ଗୋଡ ଉପରେ ଗୋଡ ପକାଇ ବସିବାକୁ ପସନ୍ଦ କରୁଛନ୍ତି । ଯଦି କରୁଥା’ନ୍ତି ତେବେ ହୋଇଯା’ନ୍ତୁ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ? ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ ଅଟେ  । ଗୋଡ ଉପରେ ଗୋଡ ବା କ୍ରସିଂ ଲେଗ୍‌ ଷ୍ଟାଇଲ୍‌ରେ ବସିବା ଯୋଗୁଁ ଉଚ୍ଚ ରକ୍ତଚାପ  ହୋଇଥାଏ । ଏହା ସହିତ ଶିରରେ ଚାପ ପଡିବା ଯୋଗୁଁ ରକ୍ତ ପ୍ରବାହରେ ମଧ୍ୟ ବହୁ ଅସୁବିଧା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ବସିବା ଦ୍ବାରା ଆଉ କ’ଣ ସବୁ କ୍ଷତି…

Read More

ଭୁବନେଶ୍ବର: ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି। ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ। ପଣା…

Read More

ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ । ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି…

Read More

ରଣପୁର: ଆଜି ପବିତ୍ର ମେରୁ ଯାତ୍ରା ରଣପୁରରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଶୈବ ଉପାସକ ମାନେ ରଣପୁରର ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁର ଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି । ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି । ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା । ରଣପୁର ସ୍ୱପ୍ନେଶ୍ୱର ଦେବ , ଚଣ୍ଡେଶ୍ୱର ଦେବ , ଲେମ୍ବୋଡି ବାଲୁଙ୍କେଶ୍ୱର, ଲତାର ବାଲୁଙ୍କେଶ୍ୱର ଦେବ ,କଙ୍କିଆ ଲୋକେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର , ଗୋପାଳପୁର ନୀଳକଣ୍ଠେଶ୍ୱର ଦେବ,ମଝିଆଖଣ୍ଡ ର କମଳେଶ୍ୱର ଦେବ ଆଦି ସମସ୍ତ ୨୭ କୋଠୀରେ ଏହି…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର କଲେଜ ଛକ ଅଞ୍ଚଳର ସେକ ରହିମ ଙ୍କ ପୁତ୍ର ସେକ ସାଜିଦ (35)ଙ୍କ ବିବାହ ବିଛେଦ ହୋଇଯାଇଥିବାରୁ ସେ ମାନସିକ ଚାପରେ ରହୁଥଲ। ଦୀର୍ଘ ଦିନ ହେବ ମାନସିକ ଚାପରେ ରହିବା ସହ ସଦାବେଳେ ଦୁଃଖିତ ରହୁଥିଲେ l ତେବେ ଗତକାଲି ରାତିରେ ସେ ଘରକୁ ଫେରିନଥିଲେ। ଆଜି ସକାଳେ ସ୍ଥାନୀୟ ପରିଛା ସାହି ନିକଟସ୍ଥ ଏକ ଓଉ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ଓ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନମ୍ବର 9/25 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ…

Read More

ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲାର ଚନ୍ଦନେଶ୍ଵର ମହାପ୍ରଭୁଙ୍କ ପ୍ରସିଦ୍ଧ ଚଡ଼କ ମେଳାର ଅନ୍ତିମ ପର୍ଯ୍ୟାୟରେ ଆଜି ପାଟପର୍ବ ଅତ୍ୟନ୍ତ ଭକ୍ତି ଭାବନାର ସହ ପାଳିତ ହୋଇଛି । ଦୀର୍ଘ ୧୩ ଦିନ ଧରି ଲକ୍ଷାଧିକ ଭକ୍ତ ପଇତା ଧାରଣ କରି ଅତ୍ୟନ୍ତ ନିଷ୍ଠାର ସହ ଚନ୍ଦନେଶ୍ଵରଙ୍କୁ ଆରାଧନା କରିଥିଲେ। ଆଜି ସକାଳଠାରୁ ଭକ୍ତମାନେ ପରସ୍ପରକୁ ମାଳା ଚନ୍ଦନ ଲଗାଇଥିଲେ। ଅପରାହ୍ଣରେ ମାନସିକଧାରୀ ଭକ୍ତମାନେ ହାକଣ୍ଡ ପୋଖରୀ ନିକଟରୁ ନିଜ ଶରୀରରେ ଏକାଧିକ କଣ୍ଟା ଫୋଡ଼ି ସୁସଜ୍ଜିତ ହୋଇ ମନ୍ଦିର ନିକଟକୁ ଆସିଥିଲେ। ଏହି ମନୋରମ ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ ପଡୋଶୀ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶେଷରେ ମନ୍ଦିରରୁ ଅର୍ଘ୍ୟ ପାଣି ପାଇବା ପରେ ଭକ୍ତମାନେ ବ୍ରତ ଭଙ୍ଗ କରି ଘରକୁ ଫେରିଥିଲେ। ମେଳାର ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Read More

ସମୀକ୍ଷା ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡିଆଳ ଜୟ ମାତା ଦି ଗ୍ରୁପ୍ ପକ୍ଷ ରୁ ହନୁମାନ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ହନୁମାନ ଜୟନ୍ତୀ ଉପଲକ୍ଷେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିବା ବେଳେ  ବିଭିନ୍ନ ଛକ ରେ ହନୁମାନ ଚାଳିଶା ପଠନ ଉତ୍ସବ ପାଳିତ ହୋଇଯାଇଅଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ  ଆଳତି ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ରେ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବହୁ ବରିଷ୍ଠ ନାଗରିକ, ସଚେତନ କର୍ମୀ, ମହିଳା, ପୁରୁଷ ଏବଂ ଯୁବ ଗୋଷ୍ଠୀ ସାମିଲ ହୋଇ ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଖଣ୍ଡା ଚାଲନା, ଝଣ୍ଡା ଉଡାଣ ସହ ସୁସଜ୍ଜିତ ରାମ,ଲକ୍ଷ୍ମଣ ଓ ସୀତା ଙ୍କ ପ୍ରତିରୂପ ଶିଶୁ କଳାକାର ସାମିଲ ହୋଇଥିଲେ। ହନୁମାନଙ୍କ ଆଳତି ସମୟ ରେ ସମୟ ସଡ଼କ ଉପରେ ବସି ଆଳତି ଗାନ କରିଥିଲେ। ୩୫୩…

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପାଇଁ ଏକ ମହତପୂର୍ଣ୍ଣ ଦିନ। କାରଣ ସୋମବାରରେ ଏକାଥରେ ଚାରିଟି ଗୁରୁତ୍ବପୂର୍ଣ ତିଥି ପଡୁଛି। ସେଗୁଡିକ ହେଲା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତି, ଓଡିଆ ନୂଆବର୍ଷ। ଏଥିସହିତ ଏକ ଜାତୀୟ ଦିବସ ଭାବେ ଆସନ୍ତାକାଲି ଡ ଆମ୍ବେଦକରଙ୍କ ଜୟନ୍ତି ମଧ୍ୟ ପଡୁଛି। ପଣା ସଂକ୍ରାନ୍ତିରେ ସାଧାରଣତଃ ଓଡିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏଥିସହିତ ଓଡିଶାର ହନୁମାନ ଜୟନ୍ତି ମଧ୍ୟ ପାଳନ କରାଯାଇଥାଏ। ସେଥିପାଇଁ ସୋମବାର ଦିନ ବିଭିନ୍ନ ଶିବ ମନ୍ଦିରରେ ଭିଡ ହେବା ସହିତ ହନୁମାନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ହେବ। ସେହିପରି ସକାଳୁ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ।

Read More

ଭବାନୀପାଟଣା: ରାଜ୍ୟରେ ଯୋଉ ସରକାର ରୁହନ୍ତୁ ନାଁ କାହିକିଁ ସାମ୍ୱାଦିକ ମାନଙ୍କ ସ୍ବାର୍ଥ ପାଇଁ, ହକ୍ ପାଇଁ ସାମ୍ୱାଦିକ ୟୁନିଅନ ତା’ର ସଂଗ୍ରାମ ଜାରି ରଖିବ ବୋଲି ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ୱାଦିକ ମାନଙ୍କ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ପେନସନ ଲାଗୁ, ଏକ୍ରିଡିଏସନ୍ କମିଟି ତିଆରି ପାଇଁ ସରକାରଙ୍କ ନିକଟରେ ଦାବୀ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଦାବୀ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ…

Read More

ସମୀକ୍ଷା ବ୍ୟୁରୋ: କୋରାପୁଟର ଉଚ୍ଚତମ ପର୍ବତ ଦେଓମାଳି ଉପରେ କଟକଣା ଲଗେଇଲେ ଜିଲ୍ଲା ପ୍ରଶାସନ। ଦେଓମାଳି ର ସ୍ଵଛତା କୁ ଦୃଷ୍ଟି ରଖି କୋରାପୁଟ ଜିଲ୍ଲା ପ୍ରଶାସନ ର ପଦକ୍ଷେପ । ରାତି ଆଠ ରୁ ଭୋର୍ ପାଞ୍ଚ ଯାଏ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲଗେଇଲେ କୋରାପୁଟ ଜିଲ୍ଲାପାଳ। ପ୍ରଶାସନର ବିନା ଅନୁମତି ରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍ ରାତ୍ରି ଯାପନ କରି ପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମନା।ସାଥୀରେ ନେଲେ ଜରିମାନା ଏହିପରି ବିଭିନ୍ନ ନିୟମ ଉକ୍ତ ଏସଓପି ରେ ରହିଥିବା ବେଳେ ଏହା ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ତାହା ବଲବତର ରହିବ ବୋଲି ଜଣାପଡିଛି । ଆଜି ଦେଓମାଳି ଠାରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ , କୋରାପୁଟ ଏସପି ରୋହିତ ବର୍ମା ,ଡିଏଫ ଓ କେ ଭି ରାଓ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ପଟ୍ଟାଙ୍ଗି ବିଡ଼ିଓ ରାମକୃଷ୍ଣ…

Read More

ଭୁବନେଶ୍ବର: ଗତ ଏପ୍ରିଲ ୧୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି ।ନୂଆଦିଲ୍ଲୀର ଡ. ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ। ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ, ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ…

Read More

ଭୁବନେଶ୍ବର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡି ସୁପ୍ରିମୋ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, “ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।” “ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

Read More