Author: Samikhsya Bureau

ନୂଆଦିଲ୍ଲୀ: ଭାରତର ସ୍ଵାଧୀନତା ଉପରେ ବକ୍ତବ୍ୟ ଦେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିବାଦ ଘେରକୁ ଆସିଛନ୍ତି। କଙ୍ଗନା ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ଭିକ ମାଗିବାରେ ସ୍ୱାଧୀନତା ମିଳେ, ତେବେ ଏହା ସ୍ୱାଧୀନତା ହୋଇପାରେ କି? ପ୍ରକୃତ ସ୍ୱାଧୀନତା ୨୦୧୪ ରେ ମିଳିଥିଲା ବୋଲି କଙ୍ଗନା କହିଛନ୍ତି। ଏହି ବିବୃତ୍ତି ପରେ କଙ୍ଗନା ଟାର୍ଗେଟରେ ଅଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି ଭବନକୁ ଟ୍ୟାଗ୍ କରି ଜିତନ୍ ରାମ ମାଞ୍ଝି ଟୁଇଟ୍ କରି କହିଛନ୍ତି ଯେ, ବିଳମ୍ବ ନକରି କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରାଯାଉ। ସେ ଲେଖିଛନ୍ତି ଯେ, ଅନ୍ୟଥା ଦୁନିଆ ଏହା ବୁଝିବ ଯେ, ଗାନ୍ଧୀ, ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲ, କଲାମ, ମୁଖାର୍ଜୀ,…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children…

Read More

କଟକ: ଆସନ୍ତାକାଲି କଂଗ୍ରେସ ତରଫରୁ ହେବାକୁ ଥିବା ଓଡିଶା ବନ୍ଦ ଡାକରାକୁ ଓଡିଶା ହାଇକୋର୍ଟ ମନା କରି ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତରେ କେବଳ ଆନ୍ଦୋଳନ କରାଯାଇ ପାରିବ ହେଲେ ବନ୍ଦ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିସହିତ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ହେଉ କିମ୍ବା ଦୋକାନ ବଜାରକୁ ଜବରଦସ୍ତ ବନ୍ଦ କରାଯାଇ ପାରିବ ନାହିଁ। କଂଗ୍ରେସ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କଟକ ବ୍ୟବସାୟୀ ସଂଘ କୋର୍ଟରେ ଏକ ମାମଲା ଋଜୁ କରିଥିଲେ। ଏଥିରେ କୋର୍ଟ ଭଚ୍ୟୁୟାଲି ଶୁଣାଣି କରି ଏହି ବନ୍ଦ ଉପରେ ରୋକ ଲଗାଇଛନ୍ତି। ଆସନ୍ତାକାଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ପ୍ରଦେଶ କଂଗ୍ରେସ ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ୩ ଜଣଙ୍କୁ ନାକଟିଦେଉଳ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ସୂଚନା ଥାଉକି, କିଛି ଦିନ ତଳେ ନାକଟିଦେଉଳ ଥାନା ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ସରକାରୀ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛ ଏବଂ ଅନ୍ୟ ଏକ ଦିନରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଞେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଥିଲା। ଏହି ଗଞେଇ ପାକଳ ହେଲା ପରେ ବିକ୍ରି ହୋଇଥିଲେ ଏହାର ମୂଲ୍ୟ ୫୦ଲକ୍ଷ ୨୫ ହଜାର ହୋଇଥାନ୍ତା ବୋଲି ପୋଲିସ୍ କହିଛି। ଗଞେଇ ଚାଷ କରିବା ଅଭିଯୋଗରେ ହିତସରା ଗ୍ରାମର ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ନାକଟିଦେଉଳ ପୋଲିସ୍। ଆଜି ୫ ଜଣ ମଧ୍ୟରୁ ୩ ଜଣଙ୍କୁ ପୋଲିସ୍…

Read More

ଭୁବନେଶ୍ବର:  ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆସନ୍ତାକାଲି ଅର୍ଥାତ 12 ତାରିଖ ଶୁକ୍ରବାରରେ ପାଳିତ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ନବମୀଙ୍କୁ ପୂଜା କରନ୍ତି। ଏହି ପୂଜା ପିଲା ଏବଂ ପରିବାରର ଆରାମ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ଅଁଳା ନବମୀ ବା ଅକ୍ଷୟ ନବମୀ ପାଳନ କରାଯାଏ। ଦିୱାଲି…

Read More

ଭୁବନେଶ୍ୱର: ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନସ୍ଥିତ ପ୍ରେକ୍ଷାଳୟରେ ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି । ମଣିଷର ସୁବିଧାବାଦୀ ଜୀବନଶୈଳୀ ପାଇଁ ବୁଲା ଓ ବେସାହାରା ପ୍ରାଣୀଙ୍କ ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହେବା ଉଚିତ୍‌ ନୁହେଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚିତ୍‌ ଦିଗ୍‌ଦର୍ଶନରେ ବୁଲା ଓ ବେସାହାରା ପ୍ରାଣୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ…

Read More

ଭୁବନେଶ୍ୱର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବୀ କରି ଓଡିଶା ବନ୍ଦ ଡାକରା ଦେଇଥିବା ପ୍ରଦେଶ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି। କଂଗ୍ରେସ ବିଜେପିର ବି ଟିମ ଭାବେ କାର୍ଯ୍ୟ କରୁଛି ଏବଂ ତାଙ୍କ ଇସାରାରେ ନାଚୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି…

Read More

ନୂଆଦିଲ୍ଲୀ: ସମସ୍ତ ଡାଲିରେ ପ୍ରୋଟିନ୍ ଭରପୂର ଏବଂ ସ୍ୱାସ୍ଥ୍ୟର ଭଣ୍ଡାର। କିନ୍ତୁ ସେଗୁଡିକ ମଧ୍ୟରୁ ମୁଗ ଡାଲି ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ମୁଗ ଡାଲିରେ ଭିଟାମିନ୍ ଏ, ବି, ସି ଏବଂ ଇ ଭରପୂର ଅଟେ। ଅନ୍ୟ ପଟେ ମୁଗ ଡାଲି ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ମୁଗ ଡାଲି ଖାଇବାର ଉପକାର। ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ: ମୁଗ ଡାଲିରେ ଫାଇବର ଏବଂ ପ୍ରୋଟିନ୍ ଭରପୂର ଏବଂ ଏହି ଦୁଇଟି ଜିନିଷ ଫିଟନେସ୍ ବଜାୟ ରଖିବାରେ ସହାୟକ ହୋଇଥାଏ। ଯେତେବେଳେ ଫାଇବରର ପରିମାଣ ଶରୀରକୁ ଯାଏ, ଶୀଘ୍ର ଭୋକ ଲାଗେ ନାହିଁ। ଅନ୍ୟପକ୍ଷରେ, ଯଦି ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ତେବେ ଡାଲି ଏବଂ ଭାତ ସର୍ବୋତ୍ତମ ଖାଦ୍ୟ। ଭଲ ହଜମ: ମୁଗ ଡାଲିରେ ପେକ୍ଟିନ୍ ନାମକ ଦ୍ରବଣୀୟ ଫାଇବର ଥାଏ, ଯାହା ଆମ ହଜମ ପ୍ରକ୍ରିୟାକୁ…

Read More

ଭୁବନେଶ୍ବର: ଆସନ୍ତାକାଲି ପ୍ରଦେଶ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି। ମମିତା ମେହେର ହତ୍ୟାକାଣ୍ଡରେ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଏହି ବନ୍ଦ କରାଯିବ। ସେଥିପାଇଁ ଦଳ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ବନ୍ଦ ସକାଳ 6ଟାରୁ ଆରମ୍ଭ ହୋଇ ଦିନ 12ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ବର୍ତ୍ତମାନ କରୋନା ସମୟରେ ସାଧାରଣ ବ୍ୟବସାୟୀ ଖାଉଟି ହଇରାଣ ନ ହେବା ପାଇଁ କଂଗ୍ରେସ ଗୋଟେ ଓଳି ବନ୍ଦ ଡକରା ଦେଇଛି। ତେବେ ଏହି ବନ୍ଦ ସମୟରେ କୌଣସି ଅତ୍ୟାବଶ୍ୟକ ଜିନିଷ ନେବାଆଣିବାରେ ଅସୁବିଧା ହେବ ନାହିଁ। ଦଳ ତରଫରୁ କଂଗ୍ରେସ ଭବନରୁ ଏକ ରାଲି ବାହାରି ଲୋକସେବା ଭବନ ପର୍ଯ୍ୟନ୍ତ ଯିବ। ସେଠାରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି।

Read More

ଭୁବନେଶ୍ବର: ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ସହର ଏବଂ ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱ ଆଲୋକିକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଦ୍ୟୁତ ଖୁଣ୍ଟି ଗୁଡିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଥିବାବେଳେ ଅନେକ ଗୁରୁତ୍ୱପୂର୍ଣ ଅଞ୍ଚଳ ବର୍ଷ ବର୍ଷ ଧରି ଅନ୍ଧକାରମୟ ରହୁଛି। ଏପରି ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ। ବାଣପୁର ବାଇପାସ ଠାରୁ ନନ୍ଦପୁର ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଅନ୍ଧକାରମୟ ହୋଇ ରହୁଛି। ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ପର୍ଯ୍ୟଟନସ୍ଥଳ ହୋଇଥିବାବେଳେ ଉକ୍ତ ରାସ୍ତାରେ ଦୈନିକ ହଜାର ହଜାର ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକ ଯିବା ଆସିବା କରିବା ସହିତ ଶହ ଶହ ଗାଡି ମୋଟର ଚଳ ପ୍ରଚଳ ହୋଇଥାଏ। ଶୀତଦିନ ଆସିଲେ ଏହାର…

Read More

ମୁମ୍ବାଇ: ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲାର ତଦନ୍ତ ବର୍ତ୍ତମାନ ଏକ ଆଇନଗତ ଯୁଦ୍ଧର ରୂପ ନେଉଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନବାବ ମଲିକଙ୍କ ଝିଅ ନୀଲୋଫର ମଲିକ କ୍ଷମା ମାଗିବାକୁ ଦାବି କରିବା ସହ ଆଇନଗତ ନୋଟିସ ପଠାଇଛନ୍ତି। ନବାବ ମଲିକ କହିଛନ୍ତି- “ମୋ ଜ୍ୱାଇଁଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିବା ଦେବେନ୍ଦ୍ର ଫଡନାଭିସଙ୍କ ଅଭିଯୋଗକୁ ନେଇ ମୋ ଝିଅ ଆଇନଗତ ନୋଟିସ ପଠାଇଛି। ଯଦି ସେ କ୍ଷମା ମାଗନ୍ତି ନାହିଁ, ତେବେ ଆମେ ଫଡନାଭିସଙ୍କ ବିରୋଧରେ ମାନହାନି ନୋଟିସ୍ ପଠାଇବୁ। ” ଏହା ସହ ନବାବ ମଲିକ କହିଛନ୍ତି ଯେ, ଆଜି ଦ୍ୱାରକାରୁ ମଧ୍ୟ ଡ୍ରଗ୍ସ ଜବତ ହୋଇଛି। କଣ ଗୁଜୁରାଟରୁ ଡ୍ରଗ୍ସର ଖେଳ ଚାଲୁଛି କି ବୋଲି ପ୍ରଶ୍ନ ଉଠିଛି। ଦ୍ୱାରକାରୁ ଜବତ ହୋଇଥିବା ଡ୍ରଗ୍, କଣ ଏହା ଏକ ସଂଯୋଗ କି?…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖେଳୁଥିବା ଅବସ୍ଥାରେ କୂଅରେ ପଡି ପ୍ରାଣ ହରାଇଛନ୍ତି ଜଣେ ଶିଶୁ ପୁତ୍ର। ହସ୍ତଗତ ତଥ୍ୟ ମୁତାବକ ଅଲାଇଡିହ ଗ୍ରାମର ଶିବ ଶଙ୍କର କୁମାରଙ୍କ ଅଢେଇ ବର୍ଷର ପୁତ୍ର ସୂର୍ଯ୍ୟ କୁମାର ଘରେ ଖେଳୁଥିବାବେଳେ ଅସାବଧାନତା ବଶତଃ ବାରିରେ ଥିବା କୂଅରେ ଗଳିପଡ଼ିଥିଲେ। ଏହାଦେଖି ସଙ୍ଗେସଙ୍ଗେ ପରିବାର ବର୍ଗ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ୪୦ ଫୁଟ ଗଭୀର କୂଅରୁ ଶିଶୁକୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୬ ତାରିଖ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଉପସ୍ଥାପିତ ହୋଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉଦଘାଟନ ପାଇଁ ସୁଲତାନପୁର ଯାଉଛନ୍ତି। ସେ ମଙ୍ଗଳବାର ଅପରାହ୍ନ ୨ ଟାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିବେ। ସୂଚନାଯୋଗ୍ୟ ଯେ, ସାମରିକ ଦୃଷ୍ଟିକୋଣରୁ ଏହି ଏକ୍ସପ୍ରେସ ୱେକୁ ମଧ୍ୟ ମଜବୁତ କରାଯାଇଛି। ସୁଲତାନପୁର ଜିଲ୍ଲାର କୁଦେଭରରେ ଏହି ଏକ୍ସପ୍ରେସୱେରେ ତିନି କିଲୋମିଟର ଲମ୍ବା ରନୱେ ନିର୍ମାଣ କରାଯାଇଛି। ଯେଉଁଥିରେ ଯୁଦ୍ଧ ଜାହାଜ ଅବତରଣ କରିପାରିବ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ମଙ୍ଗଳବାର ଦିନ ଅପରାହ୍ନ ୩.୧୫ ମିନିଟରେ ଏୟାର ସୋ ଦେଖିବେ। ଏହି ଏୟାର ସୋକୁ ଭାରତୀୟ ବାୟୁସେନା ଉପସ୍ଥାପନ କରିବ।

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ସଲମାନ ଖୁରସିଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଛି। ବୁଧବାର ତାଙ୍କ ପୁସ୍ତକ ପ୍ରକାଶ ପାଇବା ପରେ ଆଜି ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଆତଙ୍କବାଦ ସହ ତୁଳନା କରି ହିନ୍ଦୁତ୍ୱଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୁରସିଦଙ୍କ ପୁସ୍ତକ ସୂର୍ଯ୍ୟୋଦୟ ଉପରେ ଅଯୋଧ୍ୟା ଉପରେ ଦେଇଥିବା ମନ୍ତବ୍ୟ ବିରୋଧରେ ହୋଇଛି। ବିବେକ ଗର୍ଗ ନାମକ ଜଣେ ଦିଲ୍ଲୀ ଓକିଲ ଦିଲ୍ଲୀ ପୋଲିସ କମିସନରଙ୍କ ନିକଟରେ ଅଭିଯୋଗ କରି ଏକ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି। ହିନ୍ଦୁତ୍ୱକୁ ଆଇଏସଆଇଏସ ଏବଂ ବୋକୋ ହରମ ଭଳି ଆତଙ୍କବାଦୀ ସଂଗଠନ ସହିତ ତୁଳନା କରି ସଲମାନ ଖୁରସିଦ କହିଛନ୍ତି ଯେ, ହିନ୍ଦୁତ୍ୱ ସାଧୁସନ୍ଥ ଏବଂ ପ୍ରାଚୀନ ହିନ୍ଦୁ ଧର୍ମକୁ ଅଲଗା କରିଦେଇଛନ୍ତି, ଯାହାକି ଆଇଏସଆଇଏସ ଏବଂ ବୋକୋ ହରମ ଭଳି ଜିହାଦି ଇସଲାମିକ ସଂଗଠନଗୁଡ଼ିକ ଭଳି ଅଟେ । ଏହାର କାରଣ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୪ ଲକ୍ଷ ୧ ହଜାର ୬୭୦ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୨ ହଜାର ୧୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୯୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୩୮ ହଜାର ୫୫୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ୱର ଜିଲ୍ଲାରୁ – ୧୪ ଭଦ୍ରକ ଜିଲ୍ଲାରୁ – ୨ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୨୩ ଦେବଗଡ ଜିଲ୍ଲାରୁ- ୮ ଢେଙ୍କାନାଳ ଜିଲ୍ଲାରୁ – ୫ ଜଗତସିଂହପୁର ଜିଲ୍ଲାରୁ – ୭ ଯାଜପୁର ଜିଲ୍ଲାରୁ – ୧୦ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୨ କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨ କେନ୍ଦୁଝର ଜିଲ୍ଲାରୁ- ୫ ଖୋର୍ଦ୍ଧାରୁ- ୧୧୨ ମାଲକାନଗିରି ଜିଲ୍ଲାରୁ- ୫ ମୟୁରଭଞ୍ଜ ଜିଲ୍ଲାରୁ – ୫ ନୟାଗଡ଼ ଜିଲ୍ଲାରୁ – ୧ ପୁରୀ ଜିଲ୍ଲାରୁ – ୭ ରାୟଗଡା ଜିଲ୍ଲାରୁ- ୪…

Read More

ଭୁବନେଶ୍ୱର: ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଆଜି ଲୋକ ସେବା ଭବନକୁ ଆସି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କଠାରୁ ନୂଆଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନାହାନ୍ତି । ଜନଜାତି ମହିଳାମାନଙ୍କ ପରି ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଦରି ନେଇଥିବା ପୂର୍ଣ୍ଣମାସୀ ଗତ ୪୦ ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଆଧ୍ୟାତ୍ମିକ ବାଣୀ ପ୍ରଚାର କରି ଆସୁଛନ୍ତି ।ଜିଜ୍ଞାସୁମାନଙ୍କ ଆଧ୍ୟାତ୍ମିକ ପ୍ରସଙ୍ଗ ସମ୍ବଳିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାବେଳେ ସେ ଭଜନ ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥାନ୍ତି । କୁଇ ଭାଷାରେ ସେ ହଜାର ହଜାର ଭଜନ ଓ ଆଧ୍ୟାତ୍ମିକ ବାଣୀ ପରିବେଷଣ କରି ଆସୁଛନ୍ତି । ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ବହୁ ଅନୁଗାମୀ ମଧ୍ୟ ରହିଛନ୍ତି ।

Read More

ଭୁବନେଶ୍ୱର: ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍‌. ମୂରଲୀଧର ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ପରିବାର ଅଦାଲତ ଉଦ୍‌ଘାଟନ କରିଛନ୍ତି । ସେଠାରେ ଏକ ପରିବାର ଅଦାଲତ ସ୍ଥାପନ ଯୋଗୁଁ ଜନସାଧରଣଙ୍କର ବହୁ ପ୍ରତିକ୍ଷିତ ସ୍ୱପ୍ନ ସାକାର ହୋଇଛି। ଏହି ଭର୍ଚୁଆଲ ଉଦ୍‌ଘାଟନ ଉତ୍ସବରେ ଜଷ୍ଟିସ୍‌ ବି.ଆର୍‌.ଷଡ଼ଙ୍ଗୀ, ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକ ଏବଂ ଜଷ୍ଟିସ୍‌ ଏ.କେ. ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ । ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍‌ ଶ୍ରୀ ଏସ୍‌. ପୂଜାହାରି ଏବଂ ମାନ୍ୟବର ଜଷ୍ଟିସ୍‌ ଶ୍ରୀ ଅରିନ୍ଦମ ସିହ୍ନା, ମାନ୍ୟବର ଜଷ୍ଟିସ ଶ୍ରୀ ଏସ୍‌.କେ.ପାଣିଗ୍ରାହୀ ଏବଂ ମାନ୍ୟବର ଜଷ୍ଟିସ ଶ୍ରୀ ଶଶିକାନ୍ତ ମିଶ୍ର ଏହି ଭର୍ଚୁଆଲ ଉତ୍ସବରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିଶ୍ୱଜିତ୍‌ ମହାନ୍ତି ରେଜିଷ୍ଟା୍ରର ଏବଂ ହାଇକୋର୍ଟ ରେଜିଷ୍ଟ୍ରୀର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଗଜପତି ଜିଲ୍ଲା ଜଜ୍‌ ସତ୍ୟପି୍ରୟ ମିଶ୍ର, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ପୋଲିସ ଏସ୍‌.ପି. ଶ୍ରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ୨୦୨୧- ୨୨ର ଶେଷ ମାସଗୁଡିକରେ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (ଏମପିଲାଡ଼୍‍)କୁ ଚାଲୁ କରିବା ପାଇଁ ନିଷ୍ପତି ହୋଇଛି। ୧୫ଶ ଅର୍ଥ କମିଶନଙ୍କ ଅବଧି ସହିତ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଏହାକୁ ଜାରି ରଖିବା ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛନ୍ତି । ଯୋଜନାର ବିବରଣୀ: ଏମପିଲାଡ଼ କେନ୍ଦ୍ର ସରକାରଙ୍କର ଏକ ଯୋଜନା ଯାହାର ସଂପୂର୍ଣ୍ଣ ଅର୍ଥ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ଏହି ଯୋଜନାର ଉଦ୍ଦେଶ୍ୟ ହେଲା, ସାଂସାଦମାନଙ୍କୁ ମୁଖ୍ୟତଃ ନିଜ ନିଜର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ସୁପାରିଶ କରିବା ନିମନ୍ତେ ସକ୍ଷମ କରିବା ।ଏହା ଅଧୀନରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଇତ୍ୟାଦି କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଓ ସଂପଦର ନିର୍ମାଣ ଉପରେ ବିଶେଷ ଭାବେ ଧ୍ୟାନ ଆରୋପ କରାଯିବ । ଏହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଖୁର ବିଭିନ୍ନ ପ୍ରକାରର କଞ୍ଚାମାଲରୁ ଉତ୍ପାଦିତ ହୋଇଥିବା ଇଥାନଲର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ଏ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଡିସେମ୍ବର ୨୦୨୧ ଠାରୁ ୩୦ ନଭେମ୍ବର ୨୦୨୨ ଯର୍ଯ୍ୟନ୍ତ ପରବର୍ତ୍ତୀ ୨୦୨୧-୨୨ ଚିନି ଋତୁରେ ଏହାକୁ ଲାଗୁ କରାଯିବ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଛନ୍ତି : – ସି ହେଭି ମୋଲାସେସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ମୂଲ୍ୟ ଲିଟର ପିଛା ୪୫ ଟଙ୍କା ୬୯ ପଇସାରୁ ୪୬ ଟଙ୍କା ୬୬ ପଇସାକୁ ବୃଦ୍ଧି କରାଯାଇଛି। – ବି ହେଭୀ ମୋଲାସେସ ମାର୍ଗରେ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୫୭ ଟଙ୍କା ୬୧ ପଇସାରୁ ବୃଦ୍ଧି କରି ୫୯ଟଙ୍କା ୮ ପଇସା ନିର୍ଦ୍ଧାରଣ…

Read More