ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ୦୮୦୩୭ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ସ୍ପେସିଆଲ ଆସନ୍ତା ୧୨ ତାରିଖ ଠାରୁ ଖଡ଼ଗପୁରରୁ ଅପରାହ୍ନ ୪ଘ.୧୫ମି.ରେ ଛାଡି ଯାଜପୁର କେନ୍ଦୁଝର ରୋଡ଼ ଠାରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚିବ। ଫେରିବା ଦିଗରେ ୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗପୁର ସ୍ପେସିଆଲ ଆସନ୍ତା ୧୩ ତାରିଖ ଠାରୁ ଯାଜପୁର କେନ୍ଦୁଝର ରୋଡ଼ ଠାରୁ ଭୋର ୬ଘ.୧୦ମି.ରେ ଛାଡି ଖଡ଼ଗପୁର ଠାରେ ପୂର୍ବାହ୍ନ ୧୧ଘଟିକାରେ ପହଞ୍ଚିବ। ଏହି ଟ୍ରେନ୍ ଗଠନରେ ୦୩ ଟି ମୋଟର କାର୍ ଏବଂ ୦୯ ଟି ମେମୁ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖଡ଼ଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ,…
Author: Samikhsya Bureau
ଦୁବାଇ: ରବିବାର ରାତିରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ-ଆଫଗାନିସ୍ତାନ ମ୍ୟାଚ ପରେ ସେମିଫାଇନାଲ ପାଇଁ ଚାରିଟି ଦଳ ନିଷ୍ପତ୍ତି ହୋଇଯାଇଛି। ଗ୍ରୁପ୍-୧ ରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ରବିବାର ଦିନ ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ ଗ୍ରୁପ୍-୨ର ଦଳ ମଧ୍ୟ ନିଷ୍ପତ୍ତି ହୋଇଛି। ଗ୍ରୁପ୍-୨ ରୁ ପାକିସ୍ତାନ ସହ ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିଛି। ଚାରିଟି ଦଳର ମ୍ୟାଚ୍ କେବେ, କେଉଁଠାରେ ଏବଂ କିପରି ଦେଖିବେ? ଏଠାରେ ପଢନ୍ତୁ .. ପ୍ରଥମ ସେମିଫାଇନାଲ: ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ: ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ନଭେମ୍ବର ୧୦ ତାରିଖରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଏହାର ୫ ମ୍ୟାଚ ମଧ୍ୟରୁ ୪ ଟି ଜିତି ଗ୍ରୁପ୍-୧ ରେ ଶୀର୍ଷରେ ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ସମାନ ସଂଖ୍ୟକ ମ୍ୟାଚ୍ ଜିତି ଗ୍ରୁପ୍-୨ ରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୯ ମସିହା ଦିନିକିଆ ବିଶ୍ୱକପ୍ର…
ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ ପେମେଣ୍ଟ ବହୁତ ଲୋକପ୍ରିୟ ହୋଇଛି। ଚା’ ଦୋକାନ ହେଉ, ପନିପରିବା ବିକ୍ରେତା ହେଉ କିମ୍ବା ଏକ ବଡ଼ ଶୋ’ରୁମ୍ ହେଉ, ଅଧିକାଂଶ ଲୋକ ବର୍ତ୍ତମାନ ଡିଜିଟାଲ୍ ପେମେଣ୍ଟ କରିବାକୁ ପସନ୍ଦ କରନ୍ତି। ଡିଜିଟାଲ୍ ପେମେଣ୍ଟରେ UPI (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ କାରବାର କେବଳ UPI ମୋଡରେ ହୋଇଥାଏ। ଆମେ ସ୍ମାର୍ଟଫୋନରୁ କରୁଥିବା UPI କାରବାର ପାଇଁ, କୌଣସି UPI ଆପ୍ ଏବଂ ଇଣ୍ଟରନେଟ୍ ରହିବା ଆବଶ୍ୟକ। ଆପଣ ଜାଣନ୍ତି କି ଆପଣ ଏକ ଫୋନରୁ ଏବଂ UPI ମାଧ୍ୟମରେ ଇଣ୍ଟରନେଟ୍ ବିନା ଟଙ୍କା ପଠାଇ ପାରିବେ? ଆମେ ଆପଣଙ୍କୁ ଏକ କୌଶଳ କହୁଛୁ, ଯାହା ଦ୍ୱାରା ଆପଣ ଏହା କରିପାରିବେ। ଏହା ହେଉଛି ଉପାୟ: ଯଦି ଆପଣଙ୍କର ସ୍ମାର୍ଟଫୋନ୍ ପରିବର୍ତ୍ତେ ଏକ ଛୋଟ ଫୋନ୍ ଅଛି ଏବଂ ସେଥିରେ କୌଣସି ଇଣ୍ଟରନେଟ୍ ସୁବିଧା ନାହିଁ କିମ୍ବା ଯଦି ଆପଣଙ୍କର ସ୍ମାର୍ଟଫୋନ୍ ଅଛି, କିନ୍ତୁ…
ନୂଆଦିଲ୍ଲୀ: ଆଜିଠାରୁ One97 କମ୍ୟୁନିକେସନ୍ସ ଫିଣ୍ଟେକ୍ କମ୍ପାନୀ ପେଟିଏମ୍ ର ଆଇପିଓ ଖୋଲାଯାଇଛି। ଦେଶର ଇତିହାସରେ ଏହା ହେଉଛି ସବୁଠାରୁ ବଡ ଆଇପିଓ। ପେଟିଏମର ଆଇପିଓ ଖୋଲିବା ପରଠାରୁ ପାଖାପାଖି 8 ପ୍ରତିଶତ ସଦସ୍ୟତା ଗ୍ରହଣ କରାଯାଇଛି। ଏଥି ସହିତ ଖୁଚୁରା ନିବେଶକାରୀଙ୍କ ପାଇଁ ପୃଥକ ଭାବରେ ରଖାଯାଇଥିବା ସେୟାର କୋଟା ଏପର୍ଯ୍ୟନ୍ତ 42 ପ୍ରତିଶତ ଅଧିକ ସବସ୍କ୍ରାଇବ ହୋଇଛି। ନଭେମ୍ବର 8 ରୁ 11 ତାରିଖ ପର୍ଯ୍ୟନ୍ତ ନିବେଶକମାନେ ପେଟିଏମ୍ ଆଇପିଓ (ଇଣ୍ଟିସିଆଲ୍ ପବ୍ଲିକ୍ ଅଫର୍) ରେ ଟଙ୍କା ବିନିଯୋଗ କରିପାରିବେ। ଆଇପିଓ ମାଧ୍ୟମରେ କମ୍ପାନୀ 18,300 କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛି। ଫ୍ରେସ ଇସ୍ୟୁର ମୂଲ୍ୟ କେତେ ହେବ?: ଏଥିରେ 8300 କୋଟି ଟଙ୍କାର ଏକ ନୂତନ ଇସୁ ଜାରି ହୋଇଥିବାବେଳେ 10,000 କୋଟି ଟଙ୍କାର ଅଂଶଧନ ଅଫରରେ ବିକ୍ରୟ (OFS) ରେ ବିକ୍ରି ହେବ। ନଭେମ୍ବର 3 ତାରିଖ ବୁଧବାର ଦିନ ଆଙ୍କର୍ ନିବେଶକଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ। କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି। ଗତ ଜୁନ୍ ମାସରେ କଳାହାଣ୍ଡି ଆସି ସେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ବୋଲି ମନେ ପକାଇ କହିଲେ ଯେ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି। କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଛେଡାପଦର ଗ୍ରାମର ବାଉରିବନ୍ଧୁ ଜାଲି (୬୫) ଗତକାଲି ସଂନ୍ଧ୍ୟାରେ ନିଜ ଘରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ମୃତ ବ୍ୟକ୍ତି ଜଣକ କିଛି ଦିନ ହେବ ପାରିବାରିକ କଳହ ସମସ୍ୟାକୁ ନେଇ ଦୁଶ୍ଚିନ୍ତାରେ ରହୁଥିଲେ। ଏପରିକି ପରିବାର କଳହକୁ ନେଇ ଗ୍ରାମ ସଭାରେ ମଧ୍ୟ ଆଲୋଚନା କରାଯାଇଥିଲା। ମାତ୍ର ନିଜ ଘର କଥା ଆମେ ନିଜେ ବୁଝିବୁ ଓ ଆପଣମାନେ ଏଥିରେ କୌଣସି ରାଜନୀତି ନ କରନ୍ତୁ କହି ଏହାର ଘୋର ବିରୋଧ କରିଥିଲେ ମୃତ ବାଉରିବନ୍ଧୁ। ଏଥିଲାଗି କଙ୍ଗାରୁ କୋର୍ଟ ପରି ବାଉରିବନ୍ଧୁଙ୍କୁ ଗ୍ରାମରୁ ବାସନ୍ଦ କରିଦିଆଯାଇଥିଲା। ଏପରିକି ନିଆଁ, ପାଣି ବାସନ୍ଦ ସାଙ୍ଗକୁ କାହା ସହ କଥାବାର୍ତ୍ତା ହେଲେ ଜରିମାନା…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଯାହା ହେଉନା କାହିଁକି ମୁଁ ଯୋଗୀଙ୍କୁ ଜିତିବାକୁ ଦେବି ନାହିଁ। ଯୋଗୀଙ୍କ ବିରୋଧରେ ମୋତେ ସମର୍ଥନ କରିବାକୁ ମୁଁ ଅନ୍ୟ ବିରୋଧୀ ଦଳମାନଙ୍କୁ ମଧ୍ୟ ନିବେଦନ କରିବି। ସାଢେ ଚାରି ବର୍ଷ ମଧ୍ୟରେ ଜନସାଧାରଣଙ୍କୁ ଯୋଗୀ ଅସୁବିଧାରେ ପକାଇଛନ୍ତି। ମୁଁ ଚାହୁଁଛି ଆମର ସହଯୋଗୀ ମାୟାବତୀଙ୍କ ବିଏସପି ଆମ ସହିତ ରହୁ। ଆମେ ଚାହୁଁନାହୁଁ ଭୋଟ୍ ଭାଗ ହେଉ। ମୁଁ ଲୋକସଭାରେ କହିଥିଲି ଯେ, ମୁଁ ମୋଦୀ ଜିଙ୍କ ବିରୋଧରେ ଲଢିବି, କିନ୍ତୁ ସେତେବେଳେ ମୋ ଦଳ ସେଠାରେ ନଥିଲା। ମୁଁ ଜାଣେ ମୋ ଭଉଣୀ ମୋତେ ପସନ୍ଦ କରନ୍ତି ନାହିଁ। ଆମକୁ ସବୁ ଉପାୟରେ ୟୁପିରେ ବିଜେପିକୁ ରୋକିବାକୁ ପଡିବ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୩୩ ବର୍ଷିୟ ଅନୁଭବୀ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୦୨୧ ଶେଷ ହେବା ପରେ ଟି-୨୦ ଫର୍ମାଟ୍ ରୁ ଅଧିନାୟକ ପଦରୁ ବିଦାୟ ନେବେ। ଟି -୨୦ ବିଶ୍ୱକପ ଆରମ୍ଭ ପୂର୍ବରୁ ମଧ୍ୟ ସେ ଏହି ଖବରକୁ ନିଶ୍ଚିତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରୁ କୋହଲିଙ୍କୁ ହଟାଇବା ପରେ ଭାରତୀୟ ଦଳର ପରବର୍ତ୍ତୀ ଟି -୨୦ ଅଧିନାୟକ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍ ଦଳର ୪୨ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ମଧ୍ୟ ତାଙ୍କ ମତାମତ ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର କହିଛନ୍ତି ଯେ, ଭାରତର ପରବର୍ତ୍ତୀ ଅଧିନାୟକ ଜଣେ ବୋଲର ହେବା ଉଚିତ୍। ଏଥିପାଇଁ ସେ ଏକ ନାମ ମଧ୍ୟ ପରାମର୍ଶ ଦେଇଛନ୍ତି। ୨୭ ବର୍ଷୀୟ ତାରକା…
ନୂଆଦିଲ୍ଲୀ: ଆଜି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ୯୪ ତମ ଜନ୍ମଦିନ। ଏହି ଅବସରରେ ଅନେକ ଲୋକ ତାଙ୍କୁ ଅଭିବାଦନ ଜଣାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମେତ ଅନେକ ନେତା ପୃଥ୍ବୀରାଜ ରାସ୍ତାରେ ଥିବା ଏଲ.କେ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ୱିଟରେ କହିଛନ୍ତି ଯେ, ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗର୍ବ ବଢାଇବା ପାଇଁ ସେ କରିଥିବା ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ରହିବ।
ରାୟପୁର: ଛତିଶଗଡର ସୁକମା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ର କ୍ୟାମ୍ପରେ ଜଣେ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଗୁଳି ବିନିମୟରେ ୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ବସ୍ତର ଅଞ୍ଚଳର ପୋଲିସର ଇନ୍ସପେକ୍ଟର ସୁନ୍ଦରରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯବାନ ରିତେଶ ରଂଜନ କ୍ୟାମ୍ପରେ ଥିବା ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାଫଳରେ ୪ ଜଣ ଯବାନ ଧନଜୀ, ରାଜୀବ ମଣ୍ଡଳ, ରାଜମାନି କୁମାର ଯାଦବ ଏବଂ ଧର୍ମେନ୍ଦ୍ର କୁମାରଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନ୍ୟ ତିନି ଜଣ ଯବାନ ଧନଞ୍ଜୟ କୁମାର ସିଂ, ଧର୍ମମା କୁମାର ଏବଂ ମାଲାୟା ରଂଜନ ମହାରାଣା ଆହତ ହୋଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୩ ଲକ୍ଷ ୬୬ ହଜାର ୯୮୭ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୧ ହଜାର ୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୬୩ ହଜାର ୧୦୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୪୨ ହଜାର ୯୨୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… – ବାଲେଶ୍ୱର ଜିଲ୍ଲାରୁ – ୧୫ – ଭଦ୍ରକ ଜିଲ୍ଲାରୁ – ୩ – ବଲାଙ୍ଗୀରି ଜିଲ୍ଲାରୁ- ୪ – କଟକ ଜିଲ୍ଲାରୁ – ୧୭ – ଢେଙ୍କାନାଳ ଜିଲ୍ଲାରୁ – ୧୦ – ଗଜପତି ଜିଲ୍ଲାରୁ- ୮ – ଜଗତସିଂହପୁର ଜିଲ୍ଲାରୁ – ୫ – ଯାଜପୁର ଜିଲ୍ଲାରୁ – ୧୦ – କଳାହାଣ୍ଡି ଜିଲ୍ଲାରୁ – ୨ – କେନ୍ଦ୍ରାପଡ଼ା ଜିଲ୍ଲାରୁ – ୬ – ଖୋର୍ଦ୍ଧାରୁ- ୧୩୮ – ମୟୁରଭଞ୍ଜ ଜିଲ୍ଲାରୁ – ୨ – ନୟାଗଡ଼ ଜିଲ୍ଲାରୁ – ୨ – ପୁରୀ…
ମେଷ ରାଶି: ଜୀବନ ସାଥୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ବାଧା ଦୂର ହେବ | ବ୍ୟବସାୟ ଭଲ ହେବ | ଥକ୍କା ଲାଗିବ | ପିତାଙ୍କ ସ୍ୱାସ୍ଥ୍ୟ ସନ୍ତୁଷ୍ଟ ଦେବ | ଅହଂକାରର ଭାବନା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ | ବ୍ୟବସାୟରେ ନୂତନ ଯୋଜନାଗୁଡ଼ିକରୁ ଲାଭ ମିଳିବ | ଆର୍ଥିକ ଅବସ୍ଥା ସନ୍ତୋଷଜନକ ହେବ | ପରିବାର ଚିନ୍ତିତ ହେବେ। ବୃଷ ରାଶି: ଧନପ୍ରାପ୍ତ ହେବ | ଜମି ଏବଂ ନିର୍ମାଣ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ। ଚାକିରି ପାଇବେ | ଆୟ ବୃଦ୍ଧି ପାଇବ | ତତ୍ପରତା ଦେଖାନ୍ତୁ ନାହିଁ | ଚାକିରିରେ ସ୍ୱେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି | ଆତ୍ମ ଅଧ୍ୟୟନର ମହତ୍ତ୍ୱ ବୁଝନ୍ତୁ | ପିଲାଟି ତାଙ୍କ କାର୍ଯ୍ୟରେ ସଫଳତା ପାଇବ। ମିଥୁନ ରାଶି: ବ୍ୟବସାୟ ଠିକ ଚାଲିବ | ପ୍ରଲୋଭିତ ହୁଅନ୍ତୁ ନାହିଁ | ସ୍ୱାଦିଷ୍ଟ…
ଭୁବନେଶ୍ୱର: ଓଡ଼ିଶାର ଡାକ୍ତର ଅଭାବ ଦୂର କରିବା ସହ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ବଦ୍ଧପରିକର ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନ ଆଜି ତାର ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛି। ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରେ ନିଟ୍-୨୧ (ମେଡ଼ିକାଲ ଏଣ୍ଟ୍ରାନ୍ସ) ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗରିବ ପିଲାମାନଙ୍କୁ ମାଗଣାରେ ଖାଦ୍ୟ, ରହଣୀ ଓ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରୁ ଚଳିତବର୍ଷ ବହୁ ଛାତ୍ରଛାତ୍ରୀ ମେଡ଼ିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ସଫଳତା ହାସଲ କରିପାରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ସଞ୍ଜୟ ରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଶ୍ରୀ ବିନାୟକ ଅନୁଷ୍ଠାନରେ କେବଳ ଗ୍ରାମାଞ୍ଚଳରୁ ଗରିବ ଛାତ୍ରଛାତ୍ରୀଙ୍କୁ ଆଣି ମାଗଣାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଉପଲବ୍ଧ କରାଇ ପାରିଛି। ଯାହାର ଫଳସ୍ୱରୂପ ନିଟ୍-୨୧ ପରୀକ୍ଷାର ସଫଳତା ଓଡ଼ିଶାରେ ଗରିବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ…
ସୀତାରାମ ଅଗ୍ରୱାଲ ଚିଲିକା: କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ପ୍ରଦାନ ଦାବି ନେଇ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଘେରାଉ କରିଛି ଭାରତୀୟ ଜନତା ପାର୍ଟି। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ କୂଶପୁତ୍ତଳିକା ଦାହ କରିଛି ବିଜେପି। ବିଜେପି ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଚରଣ ପଲାଇଙ୍କ ନେତୃତ୍ୱରେ ବାଲୁଗାଁ ଗାନ୍ଧୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବାଲୁଗାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବାସହ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରାଯାଇଛି। ମମିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକଙ୍କୁ ଦାବିପତ୍ର ଦିଆଯାଇଛି।…
ନୂଆଦିଲ୍ଲୀ: ଆଜି ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଦଳ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ଭାରତୀୟ ଦଳ ପାଇଁ ଏକ ବଡ ଝଟକା ଦେଇଛି ଏବଂ ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାଦ ପଡିଛି। ଭାରତୀୟ ଦଳ ବିଶ୍ୱକପ୍ର ଦୁଇଟି ଓପନିଂ ମ୍ୟାଚ୍ ହାରି ଯାଇଥିଲା, ଯେଉଁଥିପାଇଁ ଦଳ ଟୁର୍ଣ୍ଣାମେଣ୍ଟ ଦୌଡରୁ ବାଦ ପଡିଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ, ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିବାକୁ ଅନୁମତି ଦେଇ ନାହିଁ। ଗତ କିଛି ବର୍ଷ ଧରି ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡର ‘ଚକ୍ରବ୍ୟୁହ’କୁ ଭାଙ୍ଗିବାରେ ସକ୍ଷମ ହୋଇପାରିନାହିଁ। ତୃତୀୟ ଥର ପାଇଁ ଭାରତୀୟ ଦଳର ଆଇସିସି ଟାଇଟଲ୍ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଛି। ଆଇସିସି ଦିନିକିଆ ବିଶ୍ୱକପ୍- ୨୦୧୯: ଦିନିକିଆ ବିଶ୍ୱକପ ୨୦୧୯ ରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରି ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡର ସମ୍ମୁଖୀନ…
ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ଦୁଇମାସ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅନେକ କଳ୍ପନା ଜଳ୍ପନା ପରେ ବିଜେଡି ଦଳିୟ ପତାକା ସହ ବିଜେଡି ଜୟ ଧ୍ୱନିରେ ବାଇକ୍ ରାଲି ଏବଂ ଆୟୋଜିତ ସଭାରେ ଶହ ଶହ କର୍ମୀଙ୍କ ସହ ଏକାଠି ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଥାଉକି ଗତ ସେପ୍ଟେମ୍ବର ୮ତାରିଖରେ ଚିଲିକା ବିଜେଡି ବିଧାୟକ ପ୍ରଶା୍ନ୍ତ ଜଗଦ୍ଦେବ ଏନ୍ଏସି ସମ୍ମୁଖରେ ବିଜେପୀ କର୍ମୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ ମାରିବା ସହ ସାମ୍ବାଦିକଙ୍କ ମୋବାଇଲ୍ ଛଡେଇବା ଅଭିଯୋଗରେ ବାଲୁଗାଁ ଥାନାରେ ୧୫୬/୨୧ରେ ବିଧାୟକଙ୍କ ବିରୁଦ୍ଧରେ ଅନେକ ସଙ୍ଗୀନ ଦଫା ସହ ଜାତିଆଣ ଭେଦଭାବ ଭଳି ଦଫା ଲଗାଇ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ଏପରି କାର୍ଯ୍ୟ କଳାପ ଯୋଗୁଁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ। ଗିରଫ ଭୟରେ ସେହି ଦିନ…
ନୂଆଦିଲ୍ଲୀ: ଅହମ୍ମଦାବାଦ ସ୍ଥିତ କମ୍ପାନୀ ଜାଇଡସ କାଡିଲାର ଠାରୁ ତିନି ଖୁରାକ ବିଶିଷ୍ଟ ଟିକା ଜାଇକୋଭ-ଡି’ର ଏକ କୋଟି ଡୋଜ କିଣିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ଟୀକା ଏହି ମାସରେ ଜାତୀୟ ଆଣ୍ଟି-କରୋନାଭାଇରସ୍ ଟୀକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହେବ। ସରକାରୀ ସୂତ୍ରରୁ ଆଜି ଏହି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ବିକଶିତ ବିଶ୍ଵର ପ୍ରଥମ ଡିଏନ୍ଏ ଆଧାରିତ କୋଭିଡ-୧୯ ଟିକାକୁ ଦେଶର ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରାରମ୍ଭିକ ପଦକ୍ଷେପ ନେଇଛି। ପ୍ରାରମ୍ଭରେ ଏହାକୁ ବୟସ୍କମାନଙ୍କରେ ଲଗାଇବାକୁ ପ୍ରାଥମିକତା ଦିଆଯିବ। ଜାଇକୋଭ-ଡି ହେଉଛି ପ୍ରଥମ ଟିକା ଯାହାକି ୧୨ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ପ୍ରତିରୋପଣ ପାଇଁ ଭାରତର ଔଷଧ ନିୟନ୍ତ୍ରକ ଦ୍ୱାରା ଅନୁମୋଦିତ। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଜିଡୁସ୍ କ୍ୟାଡିଲାଙ୍କୁ ଜିକୋଭ-ଡି ଟିକା ପାଇଁ ଏକ କୋଟି ଡୋଜ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି,…
ସୀତାରାମ ଅଗ୍ରୱାଲ ବାଣପୁର: ସବୁଦିନ କର୍ମଦିନ। ରବିବାର ବି କାମ ହେବ। ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଆଜି ରବିବାର ଛୁଟିଦିନରେ ଅଚାନକ ବାଣପୁର ଗସ୍ତକୁ ଆସି ଏକାଧିକ କାର୍ଯ୍ୟର ସମୀକ୍ଷା କରିବା ସହ ବହୁତ ଦିନରୁ ପଡିରହିଥିବା ବ୍ଲକ ଓ ତହସିଲର ଏକାଧିକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ବାଣପୁର ପହଞ୍ଚି ପ୍ରଥମେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ଥିବା ସରକାରୀ ଜାଗାକୁ ସ୍ଥାନୀୟ ଅଞ୍ଚଳବାସୀ ମାଡି ବସିଥିବାର ଦେଖିବାକୁ ପାଇଥିଲେ ଜିଲ୍ଲାପାଳ ଏବଂ ସଙ୍ଗେସଙ୍ଗେ ଅବରୋଧ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭାବେ ଭଗବତୀ ମନ୍ଦିରର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ପୂର୍ବରୁ ଅନୁମୋଦନ ହୋଇଥିବା ୫୦ ଲକ୍ଷ ଟଙ୍କାକୁ ଯଥାଶୀଘ୍ର ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମକର୍ତ୍ତା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଏହି ମିଶ୍ରଣ ପର୍ବ ଆୟୋଜିତ କରାଯାଇଛି। ଆସନ୍ତାକାଲି ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗଦେଇ କଳାହାଣ୍ଡିର ହିତାଧିକାରିମାନଙ୍କୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ଆଜି ଜୁନାଗଡ଼ ବ୍ଲକ ମଥୁରାରୁ ଜୁନାଗଡ଼ ମିଶ୍ରଣ ପର୍ବ ସଭାସ୍ଥଳ ପର୍ଯ୍ୟନ୍ତ ବାଇକ ରେଲିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ବିଶାଳ ମଟର ସାଇକେଲ ରେଲି ଆସିଥିଲେ। ଏହି ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲା କଲମପୁର, କୋକସରା, ଜୁନାଗଡ଼ ତଥା ବିଭିନ୍ନ ବ୍ଲକରୁ ବିଭିନ୍ନ ରାଜନୈତିକ ଦଳରୁ ଶତାଧିକ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ…
ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…

