Author: Samikhsya Bureau

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଏବଂ ବରିଷ୍ଠ ପୋଲିସ୍ ଅଫିସରଙ୍କ ସଲାସୁତରାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିବା ସହିତ ଘଟଣା ଘଟିବାର ପ୍ରଥମ ଦିନରୁହିଁ ପୋଲିସ ନିଷ୍କ୍ରିୟତା ଜଳ ଜଳ ହୋଇ ଦେଖାଯାଉଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶିକ୍ଷୟିତ୍ରୀ ମମିତା ନିଖୋଜ ହେବା ପରଠାରୁ ପୋଲିସ୍ ପୀଡ଼ିତାଙ୍କ ପରିବାରର ନିଖୋଜ ସୂଚନା ଆଧାରରେ କେ ନୂଆଗାଁ ଏବଂ ସିନ୍ଧେକାଲା ପୋଲିସ୍ ଯେଭଳି ପଦକ୍ଷେପ ନେବା କଥା ତାହା ନେଇନଥିବା ସ୍ଥଳେ ଏତଲା ଦାୟର ସମୟରେ ପୋଲିସ ସର୍କୁଲାର ଅର୍ଡର ୩୪୩ / ୨୦୧୩କୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଛି । ମହିଳାଙ୍କ ବିରୋଧରେ ହେଉଥିବା ଅଭିଯୋଗ ସଂପୃକ୍ତ ମହିଳା କିମ୍ବା…

Read More

ଭୁବନେଶ୍ବର: ମମିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଉଛନ୍ତି। ସେହିଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲିଟି, ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ ଓ ପ୍ରତିବାଦ କରାଯିବ ବୋଲି ହରିଚନ୍ଦନ କହିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ୍ ଓ ସହ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।

Read More

ନବରଂଗପୁର: ଶେଷରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଂଗପୁରରେ ଏକ ମିଶ୍ରଣ ପର୍ବରେ ସେ ଏବଂ ତାଙ୍କର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳର ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ପ୍ରଦୀପ ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଏହି ଉତ୍ସବରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ସାଂସଦ ରମେଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିଥିଲେ ।ଏହା ପୂର୍ବରୁ ପ୍ରଦୀପ ନବରଂଗପୁରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେତେବେଳେ ସେହି ସଭାରେ ସେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ। ନିକଟରେ ପ୍ରଦୀପ କଂଗ୍ରେସ ଉପରେ ଅସନ୍ତୁଷ୍ଠ ହୋଇ ଇସ୍ତଫା ପ୍ରଦାନ କରିଥିଲେ। ସେ ସୋନିଆ…

Read More

ପୁରୀ: ଆଜି ସକାଳୁ ପୁରୀ ଗସ୍ତ କରିଥିଲେ 5T ସଚିବ ଭି. କେ ପାଣ୍ଡିଆନ । ସେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃର୍ପାଶ୍ୱର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀନଅର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଜମି ସରକାର ଅଧିଗ୍ରହଣ କରି ସାରିଛନ୍ତି । ସେ ସେବାୟତ ତଥା ଅଧିକାରୀଙ୍କ ସହିତ ଆଲୋଚନା କରି ଫେରିଆସିଛନ୍ତି। ତେବେ ଖବର ଅନୁସାରେ ପାଣ୍ଡିୟାନ ପ୍ରତି ଶନିବାର ଦିନ ଶ୍ରୀଜୀୟୁଙ୍କ ଦର୍ଶନ କରିବାକୁ ଯାଆନ୍ତି।

Read More

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗତକାଲି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଅପରାହ୍ନରେ ଜିଲ୍ଲା ସର୍କିଟ୍‌ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାରେ ମୋବାଇଲ୍‌ ନେଟ୍‌ୱାର୍କର ସ୍ଥିତି, ବିଭିନ୍ନ ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ ସୁବିଧା ସହ ଜିଲ୍ଲାର ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ । ଏଥି ସହ ଜିଲ୍ଲାରେ ଖେଳପଡ଼ିଆର ବିକାଶ, ତୃଣମୂଳସ୍ତରରୁ ଖେଳାଳୀ ଚୟନ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଖେଳାଳୀମାନଙ୍କୁ ଆଧୁନିକ ତାଲିମ ଜରିଆରେ ଜିଲ୍ଲାର ଅଧିକ ଖେଳାଳୀ ସୃଷ୍ଟି କରିବା ସହ ସ୍ଥାନୀୟ କ୍ରୀଡ଼ାର ବିକାଶ ପାଇଁ କ’ଣସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ,…

Read More

ଜଟଣୀ: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଅନ୍ନକୂଟ ମହୋତ୍ସବ ଦୀପାବଳିର ଦ୍ୱିତୀୟ ଦିନ ଶୁକ୍ରବାର ସନ୍ଧ୍ୟାରେ ଜଟଣୀର ଗୋପୀନାଥ ମନ୍ଦିରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ମାରୱାରୀ ସମାଜର ସମସ୍ତ ଲୋକ ନିଜ ପରିବାର ସହିତ ଅନ୍ନକୂଟ ପ୍ରସାଦ ସେବନ କରିଥିଲେ। ପରସ୍ପରକୁ ଅଭିବାଦନ ଜଣାଇବା ସହିତ ବରିଷ୍ଠଙ୍କ ପାଦ ଛୁଇଁ ଦିୱାଲୀ କାମନା କରିଥିଲେ। ଉତ୍ତର ଭାରତରେ ଏହି ଉତ୍ସବ “ଗୋବର୍ଦ୍ଧନ ପୂଜନ” ଭାବରେ ପାଳନ କରାଯାଏ। ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ଗର୍ବକୁ ଭାଙ୍ଗିବା ଏବଂ ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ଅତ୍ୟଧିକ ବର୍ଷା ଠାରୁ ରକ୍ଷା କରିବା ପାଇଁ ଗିରିଗୋବର୍ଦ୍ଧନ ପର୍ବତକୁ ଉପରକୁ ଉଠାଇଥିଲେ। ଅନ୍ନକୂଟ ମହୋତ୍ସବ ଜଟଣୀ ମାଡୱାରୀ ସମାଜ ଏବଂ ମାଡୱାରୀ ଯୁବ ମଞ୍ଚଙ୍କ ସହଯୋଗରେ ଗୋପୀନାଥ ମଣ୍ଡଳ କମିଟି ଦ୍ୱାରା ଆୟୋଜିତ ହୋଇଥିଲା। ଜଟଣୀ ସିଟି ଶାଖା, କରିସ୍ମା ଗ୍ରୁପ, ଜୟ ଶମ୍ଭୁ ଗୋପେଶ୍ୱର ସଂଗଠନ ସମେତ ସମାଜର ସମସ୍ତ…

Read More

ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି l ଯୁବକ ଜଣକ ହେଲେ ଟାଙ୍ଗୀ ଥାନା ସାନରାଉତପଡ଼ା ଗ୍ରାମର ପ୍ରକାଶ ସୁନ୍ଦରାୟ। ତାଙ୍କର ବୟସ 29 ହେବ। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ମୁତାବକ ଯୁବକ ବାଇକରେ ଯାଉଥିବା ବେଳେ ଏକ ଅଜଣା କାର ଟି ପ୍ରକାଶ ଙ୍କୁ ଶକ୍ତ ଧକା ଦେଇଥିଲା। ଏପରିକି କାରଟି ପ୍ରକାଶଙ୍କୁ ପାଖାପାଖି 200 ମିଟର ଘୋଷାଡ଼ି ନେଇଯାଇଥିଲା। ପ୍ରକାଶଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ରୋଡ଼ରେ ଛିଟିକି ପଡିଥିବାର ଦେଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Read More

ନୂଆଦିଲ୍ଲୀ: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲା ତଦନ୍ତର ନେତୃତ୍ୱ ନେଉଥିବା ସମୀର ୱାଙ୍ଖଡେ  ହଟାଇ ଦିଆଯାଇଛି। ତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆସିବା ପରେ ଏନସିବି ଏହି ପଦକ୍ଷେପ ନେଇଥିବାର ଜଣାପଡିଛି।ଏହି ମାମଲାରେ ଥିବା ପାଞ୍ଚୋଟି କେସରୁ ତାଙ୍କୁ ହଟାଇ ଦିଆଯାଇଛି। ସେଥିରେ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲା ମଧ୍ୟ ରହିଛି। ତେବେ ସେ ମୁମ୍ବାଇର ନିର୍ଦ୍ଦେଶକ ପଦବୀରେ ରହିବେ ଏବଂ ଏହି ତଦନ୍ତ ପକ୍ରିୟାରେ ସାହାଯ୍ୟ କରିବେ ବୋଲି କୁହାଯାଇଛି। ଏହି ମାମଲାରେ ସମୀର ଦୁର୍ନିତି ଅଭିଯୋଗରେ ଛନ୍ଦି ହୋଇପଡିଛନ୍ତି। ଏନସିପି ନେତା ନବାବ ମଲିକ ତାଙ୍କ ବିରୋଧରେ ବିଭିନ୍ନ ଟିପ୍ପଣୀ ଦେବାରେ ଲାଗିଛନ୍ତି।

Read More

ଭାଇ ଦୂଜ  2021: ଦୀପାବଳିର ଠିକ୍ ଦୁଇ ଦିନ ପରେ ଭାଇ ଦୂଜର ପର୍ବ ପାଳିତ ହୁଏ। ଦିୱାଲିର ଦୁଇ ଦିନ ପରେ ପଡୁଥିବା ଭାଇ ଦୂଜ କିମ୍ବା ଭାଇ ଟେକା ହେଉଛି ଏକ ପ୍ରମୁଖ ପର୍ବ ଯାହାକି ସାରା ଭାରତରେ ଲୋକମାନେ ପାଳନ କରନ୍ତି । ଏହି ଦିନ ମହିଳାମାନେ ନିଜ ଭାଇମାନଙ୍କ କପାଳରେ ଟିକା କିମ୍ବା ତିଲକ ଲଗାନ୍ତି ଏବଂ ସେମାନଙ୍କର ଦୀର୍ଘ ଏବଂ ସମୃଦ୍ଧ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଏହି ଦିନର ଉତ୍ସବ ମଧ୍ୟ ରାଧା ବୃନ୍ଦାବନ ପର୍ବ ପରି ପାରସ୍ପରିକ ପ୍ରେମର ପ୍ରତୀକ। ଭାଇ ଦୂଜରେ ଟିକା ପାଇବା ପରେ ଭାଇମାନେ ନିଜ ଭଉଣୀମାନଙ୍କୁ ଉପହାର ଦିଅନ୍ତି। ଭାଇ ଦୂଜ ପୂଜାର ଶୁଭ ସମୟ ଜ୍ୟୋତିଷଙ୍କ ଅନୁଯାୟୀ, ଚଳିତ ବର୍ଷ ଦ୍ୱିତିୟା ତିଥି ନଭେମ୍ବର 5 ତାରିଖ ରାତି 11.14 ରୁ ଆରମ୍ଭ ହୋଇ ନଭେମ୍ବର 06 ରେ ସନ୍ଧ୍ୟା…

Read More

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବ। ଏହାର କାରଣ ହେଲା ଆଜି ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ବିଜେଡିରେ ସାମିଲ ହେବେ। ସେ ହେଉଛନ୍ତି ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝି। ସେ ଆଜି ତାଙ୍କର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବେ। ପ୍ରଦୀପ ଜଣେ ଯୁବ ନେତା ଭାବରେ ବେଶ ପରିଚିତ। ସେ ନବରଂଗପୁର ଜିଲ୍ଲାରେ ବେଶ ଜଣାଶୁଣା। ସେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ହେଲେ କଂଗ୍ରେସର କାର୍ଯ୍ୟଧାର ନେଇ ସେ ଅସନ୍ତୁଷ୍ଠ ଥିଲେ। ବହୁଦିନ ଧରି ସେ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ଚାଲିଥିଲା। ଏପରିକି ବିଜେଡିରେ ଯୋଗ ଦେଇ ସେ ରାଜ୍ୟ ସଭାକୁ ଯିବେ ବୋଲି ଆଲୋଚନା ଚାଲିଛି।

Read More

ଭୁବନେଶ୍ୱର: ଆମ ଟିଭି ନ୍ୟୁଜ ଏବଂ ଏଣ୍ଟରଟେନମେଣ୍ଟ ଚ୍ୟାନେଲର ସଫଳତା ପରେ ଏବେ ଆମ ଟିଭି ପକ୍ଷରୁ ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ ହୋଇଯାଇଛି। ଶ୍ରୁତିମଧୁର ଓ ଲୋକାଦୃତ ସଂଗୀତର  ପ୍ରତିଶ୍ରୁତି ନେଇ ଚ୍ୟାନେଲଟି ସବୁ ବର୍ଗର ହୃଦୟକୁ ଛୁଇଁବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଓ ଅତିଥିମାନେ ଏହି ଉତ୍ସବ ମତ ଦେଇଛନ୍ତି। ଶିକ୍ଷାବିତ ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ଚ୍ୟାନେଲ ସଫଳତା ସହ ଲୋକ ମନକୁ ଆକର୍ଷିତ କରିବ ବୋଲି ମତ ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଯୋଗଦେଇ ସଂଗୀତ ନିର୍ଦେଶକ ଓମପ୍ରକାଶ ମହାନ୍ତିଙ୍କ ଗୀତ ଜହ୍ନ ଗୋଟେ ଛୋଟ ବିସ୍କୁଟ.. କୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଏନ. ଗଙ୍ଗାଧର ରେଡ୍ଡୀ, ରୋଟାରୀଆନ ପ୍ରସନ୍ନ ଚୌଧୁରୀ, ସମାଜସେବୀ ଶଶୀଭୂଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ. ତେଜେଶ୍ଵର ରାୟ ପ୍ରମୁଖ…

Read More

ମୁମ୍ବାଇ: ଦେଶର ଏକ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶ ପାଇଥିଲା ଯେ, ରିଲାଏନ୍ସ କଂପାନୀର ମାଲିକ ମୁକେଶ ଆମ୍ବାନୀ ଏବଂ ତାଙ୍କ ପରିବାର ଭାରତ ଛାଡିବେ। ସେଥିପାଇଁ ସେମାନେ ଲଣ୍ଡନର ଷ୍ଟୋକ ପାର୍କରେ ଏକ ଘର କିଣିଛନ୍ତି। ସେଠାରେ ସେ ବସବାସ କରିବେ। ଏହି ଖବରକୁ ନେଇ ଦିନ ତମାମ ବେଶ୍ ଚର୍ଚ୍ଚା ଚାଲିଛି। ଏହି ଖବରକୁ ନେଇ ଶେଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, କଂପାନୀ ଅଧ୍ୟକ୍ଷ ଏବଂ ତାଙ୍କ ପରିବାର ଲଣ୍ଡନ ଯିବା ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ କଳ୍ପୋଳକଳ୍ପିତ। ସେ ଲଣ୍ଡନ ନୁହେଁ ବିଶ୍ବର କୌଣସି ଦେଶକୁ ସ୍ଥାନାନ୍ତରିତ ହେବାର ନାହିଁ। ଏହି ସ୍ପଷ୍ଟିକରଣରେ କୁହାଯାଇଛି ଯେ, କଂପାନୀ ତରଫରୁ ଲଣ୍ଡନର ଷ୍ଟୋକ ପାର୍କ ଅଞ୍ଚଳରେ ଏକ ଘର କିଣାଯାଇଛି। ତାହା ଏକ ଐତିହ୍ୟ ବିଲିଡିଂ। ସେଠାରେ ଗଳ୍ଫ ଏବଂ କ୍ରୀଡା ରିସୋର୍ଟ ଭାବରେ ପରିଗଣିତ କରାଯିବ ବୋଲି ନିଷ୍ପତି…

Read More

ମେଷ : ଆଜି ଧନ ଦେବୀଙ୍କ କୃପା ଦ୍ୱାରା ବ୍ୟବସାୟରେ ଟଙ୍କା ମିଳିବ। ସହଯୋଗ ଏବଂ ସମର୍ଥନ ପ୍ରୟାସ ଏବଂ ଦୂରଦୃଷ୍ଟି ସହିତ ଆସିବ । ପାରିବାରିକ ସୁଖ ମିଳିବ । ଚାକିରିରେ ବିପଦପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ।  ଆଜି ଭୋଜି ଉପଭୋଗ କରନ୍ତୁ । ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ବୃଷ : ଯଦି କୌଣସି ପାରିବାରିକ ବିବାଦ ଚାଲିଛି, , ତେବେ ତାହା ଆଜି ଶେଷ ହେବ।  ତୁମେ ଶାନ୍ତି ଏବଂ ତୃପ୍ତି ପାଇବ।  ପିଲାମାନଙ୍କ ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ। ଟଙ୍କା ପାଇବ। ପାରିବାରିକ ସମ୍ପତ୍ତିରେ ଲାଭ ହେବ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ।  ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।  ଯୁକ୍ତି, ବିତର୍କ କରନ୍ତୁ ନାହିଁ। ମିଥୁନ : ଟଙ୍କା ପାଇବା ପାଇଁ ପ୍ରୟାସ ସଫଳ ହେବ।  ତୁମେ ସମ୍ମାନ ପାଇବ। ଏକ ଉପଭୋଗ୍ୟ ଯାତ୍ରା ହେବ।  ବ୍ୟବସାୟ ଭଲ ହେବ।  ସୁଖ ମିଳିବ।…

Read More

ଭୁବନେଶ୍ବର: ଯୁଦ୍ଧ ପୂର୍ବରୁ ଏବଂ ପରେ ଭୀଷ୍ମ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଏପରି ଅନେକ ଜିନିଷ ଥିଲା ଯାହାକୁ ସେ କେବଳ ଧୃତରାଷ୍ଟ୍ର, , ଦୁର୍ଯ୍ୟୋଧନ, , କୃଷ୍ଣ, , ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କୁ କହିଥିଲେ। ଶରଶଯ୍ୟାରେ ପଡ଼ି ଭୀଷ୍ମ ଅନେକ ନୀତିବାଣୀ ଦେଇଛନ୍ତି। ଯାହା ସାଧାରଣ ମଣିଷ ଜୀବନରେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ସେ ସବୁ ମଧ୍ୟରୁ ଆସନ୍ତୁ ଜାଣିବା ମାତ୍ର ଦଶଟି କଥା। ଅନ୍ୟମାନେ ଭଲ ପାଉଥିବା ଶବ୍ଦ କୁହନ୍ତୁ। ଅନ୍ୟମାନଙ୍କୁ ଖରାପ କଥା କହିବା, ଅନ୍ୟମାନଙ୍କୁ ସମାଲୋଚନା କରିବା, ଖରାପ ଶବ୍ଦ କହିବା, ଏସବୁ ତ୍ୟାଗ କରିବା ଉଚିତ। ଅନ୍ୟମାନଙ୍କୁ ଅପମାନ କରିବା ନିଜର ଅହଂକାର ଭାବକୁ ପ୍ରକଟ କରିଥାଏ। ବଳିଦାନ ବିନା କିଛି ହାସଲ ହୁଏ ନାହିଁ। ତ୍ୟାଗ ବିନା ଚରମ ଆଦର୍ଶର କୌଣସି ବାସ୍ତବତା ନାହିଁ । ତ୍ୟାଗ ବିନା ମଣିଷ ଭୟରୁ ମୁକ୍ତ ହୋଇପାରିବ ନାହିଁ । ତ୍ୟାଗ ସାହାଯ୍ୟରେ ମଣିଷ ସମସ୍ତ…

Read More

ସିଂହ : ଉପହାର ଗ୍ରହଣ କରାଯିବ।  ବ୍ୟବସାୟ ଭଲ ହେବ।  ଲାଭ ପାଇଁ ସୁଯୋଗ ଆସିବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ।  ଜୀବନସାଥୀ ସହିତ ସମ୍ପର୍କରେ ମଧୁରତା ରହିବ। ବରିଷ୍ଠମାନେ ସହଯୋଗ କରିବେ । ଯାତ୍ରା ଉପଭୋଗ୍ୟ ହେବ । କନ୍ୟା : ଚାକିରି,  ବ୍ୟବସାୟରେ ଇଚ୍ଛାକୃତ ପରିବେଶ ସୃଷ୍ଟି ହେବ।  ବିବାହିତ ଜୀବନ ସୁଖଦ ହେବ।  ରାଜନୈତିକ ଏବଂ ସାମାଜିକ କାର୍ଯ୍ୟରେ ସଫଳତାର ସମ୍ଭାବନା ଅଛି।  ଘରେ ଶାନ୍ତି ରହିପାରେ।  ଅପ୍ରତ୍ୟାଶିତ ଖର୍ଚ୍ଚ ବହନ କରିବାକୁ ସମର୍ଥ ହେବେ ।

Read More

ମେଷ : ଆଜି ଧନ ଦେବୀଙ୍କ କୃପା ଦ୍ୱାରା ବ୍ୟବସାୟରେ ଟଙ୍କା ମିଳିବ। ସହଯୋଗ ଏବଂ ସମର୍ଥନ ପ୍ରୟାସ ଏବଂ ଦୂରଦୃଷ୍ଟି ସହିତ ଆସିବ । ପାରିବାରିକ ସୁଖ ମିଳିବ । ଚାକିରିରେ ବିପଦପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ। କର୍କଟ : ମାତା ଲକ୍ଷ୍ମୀଙ୍କ ଅନୁଗ୍ରହରେ,  ତୁମେ ଟଙ୍କା ଦୃଷ୍ଟିରୁ ଭଲ ଖବର ପାଇବ। ସଂପତ୍ତି ମୂଲ୍ୟ ବୃଦ୍ଧି ହେବ।  ସୁଖ ମିଳିବ।  ଆଜି ବହୁତ ଟଙ୍କା ମିଳିବ। ବ୍ୟବସାୟରେ ଅଗ୍ରଗତି ହେବ। ଆଜି ଅତିଥିମାନଙ୍କର ଆଗମନ ହେବ ।

Read More

ଧନୁ : ବ୍ୟବସାୟ ଲାଭଦାୟକ ହେବ।  ଆପଣ ଦେବ ଦର୍ଶନଙ୍କ ଲାଭ ପାଇବେ। ବାହ୍ୟ ସହାୟତା ଆସିବ, ହଠାତ୍ ଟଙ୍କା ଆସିବା ହେତୁ ଅଟକି ଯାଇଥିବା କାମ ସରିଯିବ ।  ଏକ ସୁନ୍ଦର ଯାତ୍ରା ହେବାର ସମ୍ଭାବନା ରହିବ । ମକର : ପରିବାର ଏବଂ ସମାଜରେ ତୁମର କାର୍ଯ୍ୟକୁ ପ୍ରଶଂସା କରାଯିବ। ପିଲାମାନଙ୍କ ସାହାଯ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।  ବ୍ୟବସାୟରେ ନୂତନ ଚୁକ୍ତିରୁ ଲାଭ ମିଳିବ।  ଯନ୍ତ୍ରଣା, ଭୟ,  ଟେନସନର ପରିବେଶ ଦୂର ହେବ ।

Read More

କୁମ୍ଭ : ଧନ ପାଇବା ବିଷୟରେ ତୁମେ ଭଲ ଖବର ପାଇବ ।  ସୁଖ ରହିବ । ତୁମେ ତୁମର ସ୍ଥିତି, ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ସମର୍ଥ ହେବ । ଅବାଞ୍ଛିତ ଜିନିଷ ଘଟିବ । ସମ୍ପତ୍ତି କାରବାରରେ ଲାଭ ହେବ । ବ୍ୟବସାୟ ଭଲ ହେବ। ମୀନ : ଜମି ଏବଂ ନିର୍ମାଣ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ବାହ୍ୟ ସହାୟତା ଗ୍ରହଣ କରାଯିବ ।  ପରିବାରରେ ସହଯୋଗର ପରିବେଶ ରହିବ । ଟଙ୍କା ସମସ୍ୟା ହଠାତ୍ ସମାଧାନ ହେବ ।  ପରିବାରର ଚିନ୍ତା ଦୂର ହେବ ।

Read More

ତୂଳା : ଆଜି କ୍ଷେତ୍ରରେ ଟଙ୍କା ଆସିବ।  ଅଳସୁଆ ଛାଡି ପ୍ରତ୍ୟେକ କାର୍ଯ୍ୟ ଠିକ୍ ସମୟରେ କରାଯିବ ।  ବ୍ୟବସାୟ ଭଲ ହେବ।  ଜଣେ ଚାଣକ୍ୟ ହୋଇ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରି ସୁଖ ଅର୍ଜନ କରିବେ। ବିଛା : କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ।  ସିଷ୍ଟମ୍ ଉନ୍ନତି କରିବ।  ଘର ବାହାରେ ପଚରାଉଚରା କରାଯିବ। ସୁଖ ମିଳିବ। ପିତାଙ୍କ ସ୍ୱାସ୍ଥ୍ୟ ସନ୍ତୁଷ୍ଟ ହେବ।  ଜୀବିକା କ୍ଷେତ୍ରରେ ଅଗ୍ରଗତି ହେବ ଏବଂ ଅର୍ଥ ଉପକୃତ ହେବ।

Read More

ବୃଷ : ଯଦି କୌଣସି ପାରିବାରିକ ବିବାଦ ଚାଲିଛି, , ତେବେ ତାହା ଆଜି ଶେଷ ହେବ।  ତୁମେ ଶାନ୍ତି ଏବଂ ତୃପ୍ତି ପାଇବ।  ପିଲାମାନଙ୍କ ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ। ଟଙ୍କା ପାଇବ। ପାରିବାରିକ ସମ୍ପତ୍ତିରେ ଲାଭ ହେବ। ମିଥୁନ : ଟଙ୍କା ପାଇବା ପାଇଁ ପ୍ରୟାସ ସଫଳ ହେବ।  ତୁମେ ସମ୍ମାନ ପାଇବ। ଏକ ଉପଭୋଗ୍ୟ ଯାତ୍ରା ହେବ।  ବ୍ୟବସାୟ ଭଲ ହେବ।  ସୁଖ ମିଳିବ।  ଉଚ୍ଚ ଏବଂ ବୌଦ୍ଧିକ ଶ୍ରେଣୀରେ ବିଶେଷ ସମ୍ମାନ ପାଇବାର ସମ୍ଭାବନା ଅଛି।

Read More