ଭୁବନେଶ୍ବର: ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ପିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ । ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ସୁଶାନ୍ତ ମଣି 2 ଚକୋଲେଟ୍ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ଚକଲେଟ୍ ଯେଉଁଭଳି ମିଠା ସେହିଭଳି କିଛି ମିଠା ମିଠା ସ୍ଵାଦକୁ ନେଇ ଏକ ପ୍ରେମ କାହାଣୀ ଜରିଆରେ ଭରପୁର ମନୋରଞ୍ଜନ ଦେବାପାଇଁ ଏହି ଚଳଚ୍ଚିତ୍ରରେ ଉଦ୍ୟମ କରାଯାଇଛି । ଦୁଇ ଜଣ ନବାଗତ କଳାକାର ଲୋହିତାକ୍ଷ ଏବଂ ସ୍ଵପ୍ନାଙ୍କ ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନିତୁ ସିଂ ଏବଂ ମୁମ୍ବାଇର ପ୍ରତିଷ୍ଠିତ କଳାକାର ଚିତ୍ତ ତ୍ରିପାଠୀ । Kanccha lannka ଏକ ନୂଆ…
Author: Samikhsya Bureau
ପୁରୀ/ଭୁବନେଶ୍ଵର: ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ଵାଗତ କରାଯାଇଛି । ଏହି ମଶାଲ ଆଜି ସକାଳ ୮ ଟା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି. ରାମାସ୍ଵାମୀ ପ୍ରମୁଖ ପାଛୋଟି ନେଇଥିଲେ। ଭାରତୀୟ ଯବାନ ମାନଙ୍କ ବୀରତ୍ଵ ଓ ବଳିଦାନ ଯୋଗୁଁ ଦେଶ ଆଜି ଶତ୍ରୁ କବଳରୁ ସୁରକ୍ଷିତ। ବିଭିନ୍ନ ପଡୋଶୀ ରାଷ୍ଟ୍ରସହ ସୀମା ବିବାଦ ସତ୍ତ୍ୱେ ଭାରତୀୟ ସେନା ନିଷ୍ଠା ଓ ଅତ୍ୟନ୍ତ ଦାୟିତ୍ଵବାନ ତଥା ଶୃଙ୍ଖଳିତ ହୋଇ ଦାୟିତ୍ଵ ତୁଲାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଶ୍ରୀ ମାନସ ରଞ୍ଜନ ମହାନ୍ତି, କର୍ଣ୍ଣେଲ ଦେବଦତ୍ତ ସ୍ଵାଇଁ, କର୍ଣ୍ଣେଲ ପି.ଏସ. ଶେଖାୱତ, କର୍ଣ୍ଣେଲ ଇ.ପି. ଇଲିଆସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଶି ୱାହି ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ…
ଭୁବନେଶ୍ୱର: ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳମୟ ବ୍ୟବସାୟିକ ଭବିଷ୍ୟତ କାମନା କରିବା ସହ ଏଭଳି ଏକ ପ୍ରୟାସ ପାଇଁ ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ…
ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କାର ଉଲ୍ଲେଖନୀୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତିକୁ ଅନୁସରଣ କରି ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ରେ ଅନୁରୂପ ହ୍ରାସ କାର୍ଯ୍ୟକାରୀ କରିଛନ୍ତି। ଏହିପରି ତଥ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଜାରୀ କରାଯାଇଛି। ତେବେ ୧୩ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍ରେ ବର୍ତ୍ତମାନ ସୁଦ୍ଧା କୌଣସି ହ୍ରାସ କରିନାହାନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଲେ ମହାରାଷ୍ଟ୍ର, ଦିଲ୍ଲୀ ଏନସିଟି, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ରାଜସ୍ଥାନ। କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ପେଟ୍ରୋଲ ଲିଟର…
ଭୁବନେଶ୍ବର: ଆଜି ରାଜ୍ୟ ସଂସ୍କୃତି ବିଭାଗ ତରଫରୁ 31ତମ ରାଜ୍ୟ ଚଳଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ସହିତ ଶ୍ରେଷ୍ଠ ଚଳଚିତ୍ର, ନିର୍ଦ୍ଦେଶକ ତଥା ଅଭିନେତାଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନିତ ହୋଇଛି। ସେହିପରି ଖୁସି ଚଳଚିତ୍ରରେ ଭଲ ଅଭିନୟ ପାଇଁ ଅଭିନେତା ସରୋଜ ପରିଡା ଏବଂ ଅଭିନେତ୍ରୀ କାବ୍ୟାକିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେହିପରି ଶଳାବୁଢା ଚଳଚିତ୍ରଟି ଶ୍ରେଷ୍ଠ କାହାଣୀ ଭାବେ ଏବଂ ବ୍ୟଦନାଥ ଦାସ ନାୟକର ନାମ ଦେବଦାସ ଚଳଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଶ୍ରେଷ୍ଠ ଟେଲି ସିନେମା ଭାବେ କାଳିଆ କରୁଛି ଲୀଲା ପୁରସ୍କୃତ ପାଇଁ ମନୋନିତି ହୋଇଥିବା ବେଳେ ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ…
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଜଜ୍ ପଦବୀକୁ ଉନ୍ନୀତ ହେବା ପରେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ପୁରାତନ ବିଲଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍. ମୁରଲୀଧର ନ୍ୟାୟମୂର୍ତ୍ତି ଶ୍ରୀ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ଜଜ୍ ଭାବେ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି ଓ ପୂର୍ବତନ ବିଚାରପତିମାନେ ଉପସ୍ଥିତ ଥିଲେ। କୋଭିଡ୍ ମାର୍ଗଦର୍ଶିକାର ସମୁଚିତ ଅନୁପାଳନ କରାଯାଇ ଏହି ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ମଧ୍ୟ ହାଇକୋର୍ଟର ୟୁ-ଟୁ୍ୟବ୍ ଚ୍ୟାନେଲ୍ ମାଧ୍ୟମରେ ସିଧାସଳଖ ପ୍ରସାର କରାଯାଇଥିଲା।
ଭୁବନେଶ୍ବର: ଆଜି ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଚଳଚିତ୍ର ପ୍ରଜଯୋକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଘନଶ୍ୟାମ ମହାପାତ୍ର ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ 1974 ମସିହାରେ କନକଲତା ଚଳଚିତ୍ର ନିର୍ମାଣ କରି ବେଶ ସଫଳତା ହାସଲ କରିଥିଲେ। ଏହି ଚଳଚିତ୍ରଟି ସେତେବେଳେ ଜାତୀୟ ସ୍ତରର ପୁରସ୍କାର ହାସଲ କରିଥିଲା। 1984 ମସିହାରେ ଏହି ଚଳଚିତ୍ର ରାଷ୍ଟ୍ରପତି ପୁରସ୍କାର ହାସଲ କରିଥିଲା। ଏଥିସହିତ ଅନେକ ଡକ୍ୟୁମେଣ୍ଟାରୀ ଚଳଚିତ୍ର ନିର୍ମାଣ କରି ସେ ଦେଶ ବିଦେଶରେ ବେଶ୍ ପରିଚିତ ହୋଇପାରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ୟ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ୟ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ୟ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ୟ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ୟ୍ୟକ୍ରମ ସହିତ ଯୋଡି ହୋଇଥିଲା । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ମହାନ ଆଧ୍ୟାତ୍ମିକ ମୂନିଋଷି ପରମ୍ପରାକୁ ମନେ ପକାଇଥିଲେ ଏବଂ କେଦାରନାଥ ଧାମକୁ ଆସିବା ପରେ ତାଙ୍କର ଅବିସ୍ମରଣୀୟ ଆନନ୍ଦ…
ଭୁବନେଶ୍ୱର: ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ନେତା ଡି. ସୌଜା ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଏବଂ ୩୩ ସାଂଗଠନିକ ଜିଲ୍ଲା ସଭାନେତ୍ରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି କମିଟିରେ ୭୦ ଜଣ ମହିଳା ବିଭିନ୍ନ ପଦଦପବୀରେ ସ୍ଥାନ ପାଇଥିବା ବେଳେ ୨୨ ଜଣଙ୍କୁ କାର୍ଯ୍ୟକାରୀଣି ସଭ୍ୟ ଭାବେ ଏବଂ ୧୫ ଜଣଙ୍କ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ରଖିଛନ୍ତି । ଶ୍ରୀମତୀ ନିର୍ମଳା ମଲ୍ଲିକ କୋଷାଧ୍ୟକ୍ଷ ଭାବେ ରହିଥିବା ବେଳେ ମୋତି କୈବର୍ତ, ଆଇସା ବାନୁ, କୁସୁମ ପ୍ରଧାନ, ସ୍ଵରୂପା ତ୍ରିପାଠୀ, କନକଲତା ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ଚାରୁଲତା ସାହୁ, ନିରୁପମା ଦାସ, ସବିତା ଧିର,…
ନୂଆଦିଲ୍ଲୀ: କେବଳ ଦୀପାବଳିରେ ଭାରତରେ ୧୨ ହଜାର ୭୨୯ ନୂତନ କରୋନା ଆକ୍ରାନ୍ତ। ଏହାକୁ ମିଶାଇଲେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୩ କୋଟି ୪୩ ଲକ୍ଷ ୩୩ ହଜାର ୭୫୪ କୁ ବୃଦ୍ଧି ପାଇଲା। ବର୍ତ୍ତମାନ ସକ୍ରିୟା ମାମଲା ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ କୁ ବୃଦ୍ଧି ପାଇଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ଅପଡେଟ୍ ତଥ୍ୟ ଅନୁଯାୟୀ, ୨୨୧ ଜଣ ଲୋକ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୮୭୩ କୁ ବୃଦ୍ଧି ପାଇଛି। ଗତ ୨୮ ଦିନ ମଧ୍ୟରେ ଦେଶରେ କୋଭିଡ -୧୯ ର ଦୈନିକ ମାମଲା ୨୦ ହଜାରରୁ କମ୍ ଏବଂ ୧୩୧ ଦିନ ପାଇଁ ୫୦ ହଜାରରୁ କମ୍ ନୂତନ ଦୈନିକ ମାମଲା ରିପୋର୍ଟ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା…
ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୭୨ ଜଣ ଲୋକାଲ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୪ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ ରେ ପହଞ୍ଚିଛି । ୨୪ ଘଣ୍ଟାରେ ବାହାରିଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ,ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୧୯ ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୭ ଜଣ, ଯାଜପୁର…
ଭୁବନେଶ୍ବର: ପ୍ରତି ବର୍ଷ ଦୀପାବଳିର ପରଦିନ ଗୋବର୍ଦ୍ଧନ ପୂଜା କରାଯାଇଥାଏ। ଗୋବର୍ଦ୍ଧନ ପୂଜା ଦିନ ଭଗବାନ ଶ୍ରୀକୃଷ୍ଣ, ଗୋବର୍ଦ୍ଧନ ପର୍ବତ ଏବଂ ଗାଈମାନଙ୍କୁ ପୂଜା କରିବାର ନିୟମ ରହିଛି। ହିନ୍ଦୁ ଧର୍ମରେ ଏହି ପର୍ବର ବହୁତ ଗୁରୁତ୍ୱ ରହିଛି। ଗୋବର୍ଦ୍ଧନ ପୂଜା ଦିନ, ଲୋକମାନେ ଘର ପ୍ରାଙ୍ଗଣରେ ଗୋବରରେ ଗୋବର୍ଦ୍ଧନ ପର୍ବତର ଚିତ୍ର ତିଆରି କରି ଗୋବର୍ଦ୍ଧନ ଭଗବାନଙ୍କୁ ପୂଜା କରନ୍ତି ଏବଂ ପରିକ୍ରମା କରନ୍ତି। ଏହି ଦିନ ଅନ୍ନଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଏ, ଯେଉଁଥିପାଇଁ ଗୋବର୍ଦ୍ଧନ ପୂଜାକୁ ‘ଅନ୍ନକୂଟ ପୂଜା’ ମଧ୍ୟ କୁହାଯାଏ। ଏହି ପୂଜାର ମାହାତ୍ମ ହେଉଛି ଯେ, ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ପଥର ବର୍ଷାରୁ ରକ୍ଷା କରିବା ପାଇଁ ସେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ। ତାହାରି ତଳେ ଗୋପପୁରବାସୀ ଏବଂ ଗାଈଗୋରୁ ସେହି ଭିତରେ ସୁରକ୍ଷିତ ଥିଲେ। ଫଳରେ ସେହିଦିନଠାରୁ ଗିରିଗୋବର୍ଦ୍ଧନ ପୂଜା କରାଯାଇଆସୁଛି।
Dignity of labour : ଆମେରିକାର 16ତମ ରାଷ୍ଟ୍ରପତି ଆବ୍ରହାମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ। ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଆଭିଜାତ୍ୟ ବର୍ଗକୁ ବଡ଼ ଆଘାତ ଲାଗିଲା। ସିନେଟ ରେ ସେ ଯେବେ ନିଜର ପ୍ରଥମ ଅଭିଭାଷଣ ଦେବାକୁ ଛିଡ଼ା ହେଲେ, ଜଣେ ସିନେଟର ଉଚ୍ଚ ସ୍ୱରରେ କହିଲେ, “ମିଷ୍ଟର ଲିଙ୍କନ ମନେ ରଖ ତୁମ ବାପା ମୋର ଓ ମୋ ପରିବାରର ଜୋତା ତିଆରି କରୁଥିଲେ !” ପୁରା ସିନେଟ ଅଟ୍ଟହାସରେ ଗୁଞ୍ଜରିତ ହେଲା ! କିନ୍ତୁ ଲିଙ୍କନ ତ ଏକ ଅଲଗା ପଦାର୍ଥରେ ଗଢା ହୋଇଥିଲେ; ସେ କହିଲେ “ମୁଁ ଜାଣିଛି ଯେ ମୋ ପିତା ଜୋତା ତିଆରି କରୁଥିଲେ ! କେବଳ ଆପଣଙ୍କର ନୁହେଁ, ଏଠାରେ ଉପସ୍ଥିତ ଅନେକ ମାନନୀୟଙ୍କର ଜୋତା ସେ ତିଆରି କରିଥିବେ। ସେ ପୂର୍ଣ୍ଣ ମନୋଯୋଗ ସହ ଜୋତା ପ୍ରସ୍ତୁତ କରନ୍ତି। ତାଙ୍କ ତିଆରି ଜୋତାରେ…
ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ । ଆର୍ଥିକ ଦୃଷ୍ଟିରୁ ଲାଭବାନ…
ନାଗପୁର, ଦୀପାବଳିର ଦ୍ୱିତୀୟ ଦିନରେ ଅନ୍ନକୁଟ ବା ଗୋବର୍ଦ୍ଧନ ପୂଜା କରାଯାଏ। ମୂଳତଃ ଏହା ପ୍ରକୃତି ଉପାସନା, ଯାହା ଶ୍ରୀକୃଷ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଦିନ ଗିରିଗୋବର୍ଦ୍ଧନ ପର୍ବତକୁ ପ୍ରକୃତିର ଆଧାର ଭାବରେ ପୂଜା କରାଯାଏ ଏବଂ ଗାଈଙ୍କୁ ମଧ୍ୟ ସମାଜର ଆଧାର ଭାବରେ ପୂଜା କରାଯାଏ। ଏହି ପୂଜା ବ୍ରଜରୁ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ସମଗ୍ର ଭାରତରେ ବ୍ୟାପିଗଲା। ଆଜି ହେଉଛି ସେହି ଅନ୍ନକୁଟ ବା ଗୋବର୍ଦ୍ଧନ ପୂଜା। ଅନ୍ନକୁଟ ପୂଜା କଣ ଏବଂ କିପରି କରାଯାଏ ? ବେଦ ଅନୁଯାୟୀ, ବରୁଣ, ଇନ୍ଦ୍ର, ଅଗ୍ନି ଦେବଙ୍କୁ ଏହି ଦିନ ପୂଜା କରାଯାଏ। ଏଥିସହିତ ଗାଈମାନଙ୍କୁ ମଧ୍ୟ ପୂଜା କରାଯାଏ। ସେମାନଙ୍କୁ ଆଳତି କରାଯାଇ ଫଳ ଏବଂ ମିଠା ଖାଇବାକୁ ଦିଆଯାଏ। ଗୋବର୍ଦ୍ଧନ ପର୍ବତର ଏକ ପ୍ରତିକୃତି ଗାଈ ଗୋବରରୁ ତିଆରି କରାଯାଇଥାଏ। ଏହା ପରେ ତାଙ୍କୁ ଫୁଲ, ଧୂପ, ଦୀପ, ନଡ଼ିଆ ସହିତ ପୂଜା…
ଭୁବନେଶ୍ୱର: ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିଲା । ତତ୍ ସହିତ ୧୯୭୧ ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସ୍ମୃତି ଭୁବନେଶ୍ୱରବାସୀଙ୍କ ମନରେ ତାଜା ରହିଥିବା ବେଳେ ଆଜି ବିଜୟ ମଶାଲ ଏହାର ଯାତ୍ରାର ଅଂଶସ୍ୱରୁପ କଟକ, ବଡମ୍ବା ଓ ଢେଙ୍କାନାଳ ଗସ୍ତ କରିଥିଲା । ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା କଟକରେ ରହୁଥିବା ଯୁ୍ଦ୍ଧ ବୀର ଯବାନ କ୍ୟାପ୍ଟେନ ବି.ଏନ.ମିଶ୍ର, ଓ ବ୍ରିଗେଡିୟର ପି.କେ.ସାହୁ, ବଡମ୍ବାରେ ସୁବେଦାର ଅଚ୍ୟୁତାନନ୍ଦ ରାଉତ, ଢେଙ୍କାନାଳରେ ବ୍ରିଗେଡିୟର କେ.ପି. ସିିଂହଦେଓ (ବିଶିଷ୍ଟ ସେବା ମେଡାଲ) ଏବଂ ଉଇଙ୍ଗ କମାଣ୍ଡର ବି.ଏସ୍. ସିହଂଦେଓଙ୍କ ବାସଭବନକୁ ଯାତ୍ରା କରିଥିଲା । ସବୁଠାରେ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ ସମ୍ମାନ…
ନୂଆଦିଲ୍ଲୀ: ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗାଁରେ ଦୀପାବଳି ରାତିରେ ଏକ ବଡ଼ ଅପରାଧିକ ଘଟଣା ଘଟିଛି। ବାଇକ୍ ଚଳାଉଥିବା ପାଞ୍ଚ ଜଣ ଦୁର୍ବୁତ କାସାନ ଗାଁର ଏକ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ସେଠାରେ ଥିବା ଛଅ ଜଣଙ୍କୁ ଗୁଳି ମାଡର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୁହାଯାଏ କାସାନ ଗାଁର ପୂର୍ବତନ ସରପଞ୍ଚ ଗୋପାଳ ସିଂଙ୍କ ପରିବାର ସଦସ୍ୟ ବଳରାମ ସିଂ, ସୋନୁ ସିଂ, ସମ୍ପର୍କୀୟ ରାଜେଶ ସିଂ, ବିକାଶ ସିଂ, ହର୍ଷ ସିଂ ଗୁରୁବାର ରାତି ପ୍ରାୟ ଆଠଟା ବେଳେ ଦୀପାବଳି ପୂଜା କରୁଥିଲେ। ସେଠାରେ ଆଠ ବର୍ଷର ଯଶ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପାଞ୍ଚ-ଛଅ ଜଣ ସଶସ୍ତ୍ର ଦୁର୍ବୁତ ଦୁଇ-ତିନି ବାଇକ୍…
ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ ଏହି ଦିନ ଆପଣଙ୍କୁ ଭଲ ଫଳାଫଳ ଦେବ। ଦିନଟି ଭଲ ହେବ । ଆଜି, ସୃଜନଶୀଳ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ଆପଣ ମଧ୍ୟ କଠିନ ପରିଶ୍ରମ କରିବେ ।
ତୂଳା- ଆଜି, ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ବାର୍ତ୍ତାଳାପରେ ସଂଯମ ରୁହନ୍ତୁ । ଯଦି ଆପଣ ଧାରଣାକୁ ସକାରାତ୍ମକ ରଖନ୍ତି ତେବେ ଭଲ ଫଳାଫଳ ବାହାରକୁ ଆସିପାରେ । ମୀନ-ଆପଣର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ, ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ ।
ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ ।
ମକର- ମନରେ ଅତ୍ୟଧିକ କ୍ରୋଧ ରହିବ। ଆପଣ ଏକାଡେମିକ୍ କାର୍ଯ୍ୟରେ ସଫଳତା ପାଇବେ । ତେଣୁ, ଏକ ସକରାତ୍ମକ ମନୋଭାବ ଗ୍ରହଣ କରି ପ୍ରୟାସ ଜାରି ରଖନ୍ତୁ ସଫଳ ହେବ । କୁମ୍ଭ- ନକାରାତ୍ମକ ଚିନ୍ତାଧାରା ମନରେ ପ୍ରଭାବିତ ହେବ। ଚାକିରୀରେ ପଦୋନ୍ନତି ପାଇଁ ସୁଯୋଗ ରହିବ । ମୋଟ ଉପରେ ଦିନକୁ ଭଲ କୁହାଯିବ। ମାତାର ସ୍ୱାସ୍ଥ୍ୟ ଭଲ ହୋଇପାରିବ ନାହିଁ ।

