Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୩, କଟକରୁ ୬୭, ମୟୂରଭଞ୍ଜରୁ ୨୦, ବାଲେଶ୍ବରରୁ ୨୦, ସୁନ୍ଦରଗଡରୁ ୧୯, ଜଗତସିଂହପୁରରୁ ୧୬, ଗଜପତିରୁ ୧୩, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୩, ସମ୍ବଲପୁରରୁ ୯, ବଲାଙ୍ଗୀରିରୁ ୭, ଗଞ୍ଜାମରୁ ୪, ଭଦ୍ରକରୁ ୩, ଢେଙ୍କାନାଳରୁ ୩, ଅନୁଗୁଳରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୨ ହଜାର ୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ କୁ…

Read More

ନୂଆଦିଲ୍ଲୀ: ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରୁମିତ ରାମ ରହୀମ ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପଞ୍ଚକୁଲାର ସିବିଆଇ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ ମଧ୍ୟ ରାମ ରହୀମଙ୍କ ଉପରେ ୩୧ ଲକ୍ଷ ଜୋରିମାନା ଦେଇଥିବାବେଳେ ବାକି ଅଭିଯୁକ୍ତମାନଙ୍କୁ ୫୦-୫୦ ହଜାର ଜୋରିମାନା ଦେବାକୁ କୁହାଯାଇଛି। ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କର ଏକ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୮ ତାରିଖରେ ପଞ୍ଚକୁଲା କୋର୍ଟ ଏହି ହତ୍ୟା ମାମଲାରେ ରାମ ରହୀମ ଏବଂ ଅନ୍ୟ ଚାରି ଜଣ କୃଷ୍ଣଲାଲ, ଜସବୀର ସିଂ, ଅବତାର ସିଂ ଏବଂ ସାବଦିଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୨ ମସିହାରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ଏକ ଅଜ୍ଞାତ ଚିଠି ପ୍ରସାରଣରେ ସନ୍ଦେହଜନକ ଭୂମିକା ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଚିଠିରେ କୁହାଯାଇଛି ଯେ, ଡେରା ମୁଖ୍ୟାଳୟରେ…

Read More

ଭୁବନେଶ୍ବର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ଆହୁରି ସାତ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି)/ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ ହେଉଛି … A. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ। B. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ। C. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ। D. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ। E. 08404/08403 ପୁରୀ-ଖୋର୍ଦ୍ଧା ରୋଡ଼-ପୁରୀ ବିଶେଷ ଟ୍ରେନ। F. 68050/68049 ଭଦ୍ରକ-ଖଡଗପୁର-ଭଦ୍ରକ ବିଶେଷ ଟ୍ରେନ। G. 08004/08003 ଭଦ୍ରକ-ହାଓଡ଼ା-ଭଦ୍ରକ ବିଶେଷ ଟ୍ରେନ। ଏହାପୂର୍ବରୁ, ପୂର୍ବତଟ ରେଳପଥ ଛଅ ଯୋଡ଼ା ବିଶେଷ ଟ୍ରେନ ଯଥା 08428/08427 ପୁରୀ-ଅନୁଗୁଳ-ପୁରୀ, 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍, 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍, 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍, 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ଏବଂ 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ ଦ୍ୱାରା ଏମଏସଟି/କ୍ୟୁଏସଟି ସହିତ ଟ୍ରେନ୍ ଯାତ୍ରାକୁ…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଗତ କାଲି ଅର୍ଥାତ ଗତ ରବିବାର ଦିନ ତାଳଚେର ଅଞ୍ଚଳରୁ ଦେଶର ବିଭିନ୍ନ ରାଜ୍ୟକୁ ୬୬ ଟି ଟ୍ରେନ ରେକ ଦ୍ୱାରା କୋଇଲା ପରିବହନ କରାଯାଇଅଛି (୬୫ଟି କଚ୍ଚା ଓ ଗୋଟିଏ ପ୍ରଖ୍ୟାଲନ କରାଯାଇଥିବା) ଯାହାକି ଗୋଟିଏ ଦିନରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ ଅଟେ। ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ୍ ସଙ୍କଟକୁ ଏଡ଼ାଇବା ପାଇଁ ତଥା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା। ଗତ ରବିବାର ଦିନ, ପୂର୍ବ ତଟ ରେଳପଥର କେବଳ ତାଳଚେର ଲୋଡିଂ ପଏଣ୍ଟରୁ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି। ମୋଟ ଉପରେ, ପୂର୍ବ ତଟ ରେଳପଥ ଗତ ରବିବାରରେ ୧୮୧ ଟି ରେକ ଦ୍ୱାରା ପଣ୍ୟ ପରିବହନ ବା ବୋଝେଇ କରିଛି; ଯେଉଁଥିରେ ୧୦୭ ଟି ରେକ ଦ୍ୱାରା କୋଇଲା,…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଏବଂ ରେଳପଥର ବିଭାଗୀୟ ପ୍ରମୁଖ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଚେଶ୍ୱରର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ୬୦୦ ଲିଟର କ୍ଷମତା ବିଶିଷ୍ଟ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ଏହି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟକୁ ଅମ୍ଳଜାନ ଯୋଗାଣ ପାଇଁ ଆତ୍ମନିର୍ଭରଶୀଳ କରିବ। ଏହା ବ୍ୟତୀତ କୋଭିଡ ଏବଂ ଅମ୍ଳଜାନ ସପ୍ଲିମେଣ୍ଟ ଆବଶ୍ୟକ କରୁଥିବା ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ଚାହିଦା ପୁରାଣ କରିପାରିବ। ମହାପ୍ରବନ୍ଧକ ବିଦ୍ୟା ଭୂଷଣ ମଧ୍ୟ ୨୪ ଟି ଅମ୍ଳଜାନ କଂସେନଟ୍ରେଟରକୁ ଉତ୍ସର୍ଗ କରିଛନ୍ତି ଯାହା ଖୋର୍ଦ୍ଧା ରୋଡ, ୱାଲଟିୟର ଏବଂ ସମ୍ବଲପୁରର ରେଳ ମଣ୍ଡଳରେ ଥିବା ରେଳବାଇ ଚିକିତ୍ସାଳୟ ବ୍ୟତୀତ ମଞ୍ଚେଶ୍ୱର ସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ଦ୍ୱାରା ବ୍ୟବହୃତ ହେବ। ମେଡିକାଲ୍…

Read More

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ଚିଲିକା ବିଧାୟକ ମିଛ ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବଜେପି ଅଭିଯୋଗ କରିଛି। ଜେଲ ଯିବା ଭୟରେ ପ୍ରଶାନ୍ତ ଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦଳରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ପରୋକ୍ଷରେ ସରକାର ସାହାଯ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ପୂର୍ବରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କଲାନାହିଁ। ଏବେ ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମିଛରେ ଚିକିତ୍ସା କରାଉଛି। ଏହାସହିତ ତାଙ୍କୁ ବେଆଇନ…

Read More

ଭୁବନେଶ୍ବର: ରାଜ୍ୟ ପାଇଁ ଆଉ ଏକ ଲଘୁଚାପ ବିପଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଓଡିଶା ଓ ଆଖପାଖ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ ଟା ୩୦ ଯାଏଁ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି। ସେହିଭଳି ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ ଓ ଯାଜପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଏହି ଉପରୋକ୍ତ ଜିଲ୍ଲାଗୁଡିକରେ ବର୍ଷା ହେବା ସହ ବଜ୍ରପାତ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାହାଜାହାନପୁର କୋର୍ଟରେ କିଛି ଦୁର୍ବୃତ୍ତ ପ୍ରବେଶ କରି ଓକିଲଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳି ବିନିମୟ ପରେ ସେଠାରେ ଉପସ୍ଥିତ ଓକିଲମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ଏହି ଘଟଣାଟି ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ କୁହାଯାଉଛି। ଅଭିଯୁକ୍ତମାନେ କୋର୍ଟର ତୃତୀୟ ମହଲାରେ ଥିବା ଏସିଜେଏମ କାର୍ଯ୍ୟାଳୟରେ ପହଞ୍ଚି ଗୁଳିକରି ଓକିଲଙ୍କୁ ହତ୍ୟା କରିଥିଲେ। ଘଟଣା ସମୟରେ ଅଫିସରେ କେହି ଉପସ୍ଥିତ ନଥିଲେ। ଏଥି ସହିତ ଦିନସମୟରେ କୋର୍ଟ ପରିସରରେ ହତ୍ୟା ପରେ ଏହି ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ସମଗ୍ର କୋର୍ଟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। କ୍ରୋଧିତ ଓକିଲମାନେ ଏହି ଘଟଣାକୁ ନେଇ ହଙ୍ଗାମା କରିଛନ୍ତି। ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି ମୃତଦେହକୁ ଉଦ୍ଧାର କରିଛି। ଏଥି ସହିତ, ଏହି ଘଟଣା ପରେ…

Read More

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଏନସିବି ହେପାଜତ ସମୟରେ ପରାମର୍ଶ ଦିଆଯାଇଛି। ଡ୍ରଗ୍ସରୁ ମୁକ୍ତି ପାଇବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ଦ୍ୱାରା ଆର୍ଯ୍ୟନ୍ ଖାନଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାନୁସାରେ, ଜଣେ ଭଲ ନାଗରିକ ହୋଇ ଦେଶର ସେବା କରିବାକୁ ଆର୍ଯ୍ୟନ୍ ପ୍ରତିଶୃତି ଦେଇଛନ୍ତି। ଯେତେବେଳେ ଏହି ବିଷୟରେ ସମୀର ୱାନଖେଡେଙ୍କୁ ପଚରାଗଲା, ସେ କହିଥିଲେ ଯେ ଆମେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପରାମର୍ଶ ଦେଉଛୁ। ଏଥିପାଇଁ ମୁମ୍ବାଇର ଇସ୍କନ ମନ୍ଦିରର ପୁରୋହିତ, ମୌଲାନା କିମ୍ବା ଅନ୍ୟ ପଣ୍ଡିତମାନଙ୍କ ସହିତ ନିଶା ମୁକ୍ତି ପାଇଁ ଏନଜିଓର ସାହାଯ୍ୟ ନେଇଥାଉ। ଅଭିଯୁକ୍ତମାନଙ୍କୁ ସେମାନଙ୍କର ଧର୍ମ ଅନୁଯାୟୀ କୁରାନ, ଭଗବଦ୍ ଗୀତା ଏବଂ ବାଇବଲ ଦିଆଯାଇଛି। ହେପାଜତ ସମୟରେ ଦୈନିକ ୨ ରୁ ୩ ଘଣ୍ଟା ପାଇଁ କାଉନସେଲିଂ କରାଯାଏ।

Read More

ନୂଆଦିଲ୍ଲୀ: ବାଂଲାଦେଶର ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ଉଦ୍ବେଗ ପ୍ରକାଶ କରିଛି। ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି। ଆରଏସଏସ ପକ୍ଷରୁ କୁହାଯାଇଛି ଯେ, ବାଂଲାଦେଶରେ ଦୁର୍ଗା ପୂଜା ମଣ୍ଡପରେ ଭଙ୍ଗାରୁଜା ଏକ ଜିହାଦି ଆକ୍ରମଣ। ଭାରତ ସରକାର ବର୍ତ୍ତମାନର ବାଂଲାଦେଶ ସରକାରଙ୍କ ସହ କୂଟନୈତିକ ସ୍ତରରେ ହିନ୍ଦୁମାନଙ୍କ ଜୀବନ ରକ୍ଷା କରିବା ଉଚିତ୍। ଏକ ସରକାରୀ ବିବୃତ୍ତିରେ ଆରଏସଏସ କହିଛି ଯେ, ବାଂଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ମଣ୍ଡପରେ ଭଙ୍ଗାରୁଜା କରିବା ସହିତ ହିନ୍ଦୁ ସମ୍ପତ୍ତି ଲୁଟ୍ ହୋଇଥିବା ଖବର ଆସିଛି। ଏହି ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ଏହି ଘଟଣା ଭାରତ ଏବଂ ବାଂଲାଦେଶର ପାରମ୍ପାରିକ ସଂସ୍କୃତି ଉପରେ ଜିହାଦି ଆକ୍ରମଣ। ସମ୍ପର୍କ ତଥା ମାନବିକ ଅଧିକାର ପ୍ରସଙ୍ଗରେ ବର୍ତ୍ତମାନର ବାଂଲାଦେଶ ସରକାରଙ୍କ ସହ ପାରସ୍ପରିକ କୂଟନୈତିକ ସ୍ତରରେ ହିନ୍ଦୁମାନଙ୍କ ଜୀବନ ରକ୍ଷା କରିବା ଭାରତ ସରକାରଙ୍କୁ ଏକ…

Read More

ଭୁବନେଶ୍ୱର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଏକକାଳୀନ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ବିଧାୟକ ପ୍ରଦୀପଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ପ୍ରାୟ ୨୩ ଘଣ୍ଟା ଧରି ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା ତେବେ ଏହି ଯାଞ୍ଚ ବେଳେ ବିଧାୟକଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ମଧ୍ୟ ଜବତ କରାଯାଇଛି।

Read More

ନିରାକାରପୁର: ଅହେତୁକ ଦରଦାମ ବୃଦ୍ଧି, ଚାଷୀ ମାରଣ ନୀତି ଓ କେନ୍ଦ୍ର ମନ୍ତ୍ରୀଙ୍କ ପୂଅ ଚାଷୀ ମାନଙ୍କୁ ଗାଡି ଚଢାଇ ହତ୍ୟା କରିଥିବା ଆଦି ଦାବି ନେଇ ଓଡିଶା କୃଷକ ସଭା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇ ରେଳରୋକ କରାଯାଇଛି। ରେଳରୋକକୁ ସାରାଦେଶରେ ବାମପନ୍ଥୀ ଦଳ ରେଳରୋକ ଅରିବାକୁ ସମର୍ଥନ ଜଣାଇଛନ୍ତି। ଏହି ରେଳରୋକକୁ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ବାମପନ୍ଥୀ ନେତା ଓ କର୍ମୀ ମାନେ ନିରାକାରପୁର ଷ୍ଟେସନ ଉପରେ ରେଳଧାରଣାରେ ବସି ରହି ରେଳରୋକ କରି ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଦୃଢ ଭାବରେ ବିରୋଧ କରିଛି ବାମପନ୍ଥୀ ସମର୍ଥକ ଓଡିଶା କୃଷକ ସଭା। ନିକଟ ଅତିତରେ ଚାଷୀମାନେ ବସି ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ପୂଅ ଯେଉଁ ଭଳି ଭାବରେ ଗାଡି ଚଢ଼ାଉ ଚାଷୀ ମାନଙ୍କୁ ହତ୍ୟା କଲେ ତାହାକୁ ନେଇ ରେଳରୋକ କରି ଦୃଢ ପ୍ରତିବାଦ କରାଯାଇଛି। ଓଡିଶା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୦ ଲକ୍ଷ ୮୧ ହଜାର ୩୧୫ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୨ ହଜାର ୨୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୩୯ ହଜାର ୩୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୯ ହଜାର ୬୯୪ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୧ ଟି ଲୋକାଲ କେସ୍‌ ରହିଛ। ୩୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୦ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୨୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୨୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୧ ଟି ଜିଲ୍ଲାରୁ ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା ୧- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ। ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି। ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ। ୨- ଉଡିବା ସମୟରେ ଯଦି ଚିଲ କାହାର ମସ୍ତିଷ୍କକୁ…

Read More

ବାସ୍ତୁ ଟିପ୍ସ: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ…

Read More

ଚାଣକ୍ୟ ନୀତି: ଜୀବନରେ ସଫଳତା, ସୁଖ ଏବଂ ଶାନ୍ତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ଉପାୟ ଏବଂ ନୀତି ଦେଇଛନ୍ତି, ଯାହା ସର୍ବଦା ପ୍ରଭାବଶାଳୀ। ଚାଣକ୍ୟଙ୍କ ନୀତି ଏବଂ ଚିନ୍ତାଧାରା ଟିକେ କଠୋର ମନେହୁଏ। ଆଚାର୍ଯ୍ୟଙ୍କ ଅନୁଯାୟୀ, ଜୀବନରେ କିଛି ଜିନିଷ କାହା ସହ ବାଣ୍ଟିବା ଉଚିତ୍ ନୁହେଁ, ନଚେତ୍ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। ୧- ଆପଣଙ୍କର ଦୁର୍ବଳତା: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଭିତରୁ ଯେତେ ହତାସ ହୁଅନ୍ତୁ ନା କାହିଁକି, ଏହି ଜିନିଷ କାହାକୁ କହିବା ଉଚିତ୍ ନୁହେଁ, କାରଣ ଲୋକମାନେ ଭଙ୍ଗା ଘରର ଇଟା ନେଇଯାଆନ୍ତି। ବାସ୍ତବ ଜୀବନରେ, ଅନେକ ଥର ଏହା ଘଟେ ଯେ ଜଣେ ବ୍ୟକ୍ତି ଭିତରୁ ଏତେ ଭାଙ୍ଗିଯାଏ ଯେ ଆଖିରୁ ଯନ୍ତ୍ରଣା ଲୁହ ଭାବେ ପ୍ରବାହିତ ହୁଏ। ଯେଉଁମାନେ କେବଳ ଏପରି କଷ୍ଟଦାୟକ ସମୟ ଏବଂ ପରିସ୍ଥିତି ଦେଇ ଗତି କରିଛନ୍ତି ସେମାନଙ୍କ ଦ୍ୱାରା ଏହା ଅନୁମାନ କରାଯାଇପାରେ।…

Read More

ବନାରସ ହିନ୍ଦୁ ଧର୍ମରେ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ, ବିଶେଷକରି ମହିଳାମାନେ, ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କୁ ସେମାନେ ଉପାସନା କରନ୍ତି। ତା’ପରେ ସପ୍ତାହର ଗୋଟିଏ ଦିନ, କିମ୍ବା ବିଶେଷ ଉତ୍ସବ କିମ୍ବା ପର୍ବରେ, ସେମାନଙ୍କ ଦେବତାମାନଙ୍କ ପାଇଁ ଏକ ଶପଥ ରଖନ୍ତି। ଯେଉଁଥିରେ ସେମାନେ ଦିନ ସାରା କଠିନ ଖାଦ୍ୟ ନ ଖାଇ କେବଳ ଫଳ ଖାଇଥାନ୍ତି । ଧର୍ମ ଏବଂ ଶାସ୍ତ୍ର ବିଶ୍ୱାସ ଅନୁଯାୟୀ, ଉପବାସ ପାଳନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ସମସ୍ୟା ଦୂର କରି ଇଚ୍ଛା ପୂରଣ କରନ୍ତି। ହେଲେ ଧର୍ମ ଏବଂ ବିଶ୍ୱାସ ସହିତ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଦିନସାରା ଉପବାସ ରହିବା  ସ୍ବାସ୍ଥ୍ୟ ପାଇଁ ହିତକର। କେବଳ ଫଳ ଖାଇବା ଦ୍ବାରା ହଜମ କରିବାରେ ସାହାଯ୍ୟ କରିଥାଏ। ଫଳରେ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ…

Read More

ମେଷ ରାଶି: ଏକ ଦୀର୍ଘ ଯାତ୍ରା ଯୋଜନା କରାଯାଇପାରେ। ପ୍ରିୟ ଖାଦ୍ୟ ଉପଭୋଗ କରିବେ। ବୟସ୍କମାନଙ୍କଠାରୁ ମାର୍ଗଦର୍ଶନ ପାଇବେ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଅସ୍ଥିରତା ଦେଖାଯିବ। ଧନ ରୋଜଗାର କରିବା ସହଜ ହେବ। ବିଦ୍ୟାର୍ଥୀମାନେ ସଫଳତା ପାଇବେ। ପାଠ ପଢିବା ପ୍ରତି ଆଗ୍ରହ ରହିବ। ବୃଷ ରାଶି: ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ପାରିବାରିକ ଚିନ୍ତା ବୃଦ୍ଧି ପାଇବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। କାହାର ଆଚରଣ ଅସୁବିଧା ସୃଷ୍ଟି କରିପାରେ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। ଆବଶ୍ୟକ ଜିନିଷଗୁଡ଼ିକ ଠିକ ସମୟରେ ଉପଲବ୍ଧ ହେବ ନାହିଁ। ଟେନସନ ରହିବ। ମିଥୁନ ରାଶି: ଭାଗ୍ୟ ଆଜି ଅନୁକୂଳ ରହିବ। ପ୍ରୟାସ ସଫଳ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆୟର ଉତ୍ସ ବୃଦ୍ଧି ପାଇପାରେ। ବ୍ୟବସାୟ ଭଲ ହେବ।…

Read More

ନୂଆଦିଲ୍ଲୀ: ରୁଷିଆରେ କୋଭିଡ-୧୯ ମହାମାରୀର ସର୍ବାଧିକ ୩୪ ହଜାର ୩୦୩ ନୂତନ ମାମଲା ଚିହ୍ନଟ ହୋଇଛି। ଯାହାକି ଏକ ମାସ ପୂର୍ବରୁ ଦୈନିକ ମାମଲା ତୁଳନାରେ ୭୦ ପ୍ରତିଶତ ଅଧିକ। ଦେଶରେ କରୋନା ମହାମାରୀ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନ୍ୟାସନାଲ କରୋନା ଭାଇରସ ଟାସ୍କ ଫୋର୍ସ ରବିବାର ଦିନ କହିଛି ଯେ, ପୂର୍ବ ଦିନ କୋଭିଡ-୧୯ ର ୩୪ ହଜାର ୩୦୩ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା, ଯାହାକି ସେପ୍ଟେମ୍ବର ୧୯ ତାରିଖରେ ଏକ ମାସ ପୂର୍ବରୁ ୨୦ ହଜାର ୧୭୪ ଟି ନୂଆ ମାମଲା ଥିଲା। ରବିବାର ଦିନ ଦେଶରେ ୯୯୯ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହା ଶନିବାର ଦିନ ୧୦୦୨ ମୃତ୍ୟୁଠାରୁ ସାମାନ୍ୟ କମ୍ ଅଟେ।

Read More

ଜମ୍ମୁ କାଶ୍ମୀର: ପୁଣିଥରେ ଆତଙ୍କବାଦୀମାନେ କାଶ୍ମୀରରେ ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଅଣ-କାଶ୍ମୀରବାସୀଙ୍କୁ କୁଲଗାମରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଲୋକମାନେ ସମସ୍ତେ ଶ୍ରମିକ ଏବଂ ସେଠାରେ କାମ କରନ୍ତି। ଆତଙ୍କବାଦୀଙ୍କ ଦ୍ଵାରା ଗୁଳି ଚଳାଇଥିବା ତିନିଜଣ ଅଣ-କାଶ୍ମୀରୀ ଶ୍ରମିକଙ୍କୁ ରାଜା ରେସି ଦେବ (ମୃତ), ଯୋଗୀନ୍ଦର ରେସି ଦେବ (ମୃତ) ଏବଂ ଚୁଞ୍ଚୁନ୍ ରେଶି ଦେବ (ଆହତ) ବୋଲି ଜଣାପଡିଛି। ସମସ୍ତେ ବିହାରର ବାସିନ୍ଦା। ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଏହି ଶ୍ରମିକଙ୍କ ଘରେ ପଶି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁରା ଘଟଣା ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ, କୁଲଗାମର ୱାନପୋହ ଅଞ୍ଚଳରେ ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ଅନ୍ଧାରୁଆ ଭାବରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଘଟଣାରେ ୦୨ ଜଣ ଅଣ-ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ…

Read More