ଭୁବନେଶ୍ୱର: ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ”। ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଗୁରୁବାର ମୁକ୍ତିଲାଭ କରିଛି। କଟକ ବୃନ୍ଦାବନ ହଲ୍ରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହିତ ସମସ୍ତ କଳାକାରଙ୍କ ଉପସ୍ଥିତରେ ଫିଲ୍ମର ପ୍ରିମିୟର ଶୋ କରାଯାଇଥିଲା। ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତ୍ତା ରହିଛି। ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି। ଜଣେ ଗରୀବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ ଜୀବନକୁ ନୂଆ ବାଟରେ କଢ଼େଇ ନେଉଛି। ଏଭଳି ଏକ ନୂତନ କାହାଣୀକୁ ନେଇ ରିଲିଜ୍ ହୋଇଛି ଏହି…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୭୯, କଟକରୁ ୬୯, ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ଜଗତସିଂହପୁରରୁ ୧୯, କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୨, ବାଲେଶ୍ବରରୁ ୧୧, ସମ୍ବଲପୁରରୁ ୭, ଢେଙ୍କାନାଳରୁ ୬, ସୁନ୍ଦରଗଡରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୪, ଭଦ୍ରକରୁ ୩, ନୟାଗଡରୁ ୩, ରାୟଗଡାରୁ ୩, ବରଗଡରୁ ୨, ଝାରସୁଗୁଡାରୁ ୨, ଅନୁଗୁଳରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୧ ହଜାର ୭୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର…
ଭୁବନେଶ୍ବର: ଗତକାଲି ତୁଣ୍ଡଲା-କାନପୁର ରେଳ ସେକ୍ସନରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ ହେଵା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାହାଫଳରେ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବାତିଲ ହୋଇଥିଲାବେଳେ କେତେକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିଥିଲା। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୭ ତାରିଖ, ରବିବାର ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୨୮୧୯ ଭୁବନେଶ୍ୱର-ଆନନ୍ଦ ବିହାର ଓଡ଼ିଶା ସମ୍ପର୍କ କ୍ରାନ୍ତି ସ୍ପେଶାଲ ବାତିଲ ରହିବ। ଗତକାଲି ନୂଆଦିଲ୍ଲୀରୁ ସଂଯୋଗ କରୁଥିବା ଟ୍ରେନ ବାତିଲ ପାଇଁ ଏହି ବାତିଲ କରାଯାଇଅଛି। ସେହିପରି ୦୨୮୨୫ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୩୫ମି. ପରିବର୍ତ୍ତେ ଅପରାହ୍ନ ୦୨ ଘଟିକାରେ ଛାଡିବ।
ନୂଆଦିଲ୍ଲୀ: ଆଇପିଏଲ୍ 2021 ସମାପ୍ତ ହୋଇଯାଇଥିଲେ ମଧ୍ୟ ୟୁଏଇ ଏବଂ ଓମାନରେ କ୍ରିକେଟ୍ ର ଉତ୍ସାହ ଅକ୍ଷୁର୍ଣ୍ଣ ରହିବ। ବର୍ତ୍ତମାନ ବିଶ୍ୱରେ ଟି-20 ସର୍ବୋଚ୍ଚ ଯୁଦ୍ଧ ଆରମ୍ଭ ହେବ। ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ କ୍ରିକେଟର, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ସମାନ ଦଳରେ ଖେଳୁଥିବା ଦେଖିବାକୁ ମିଳିଥିଲା, ସେମାନେ ପରସ୍ପରକୁ ଅଲଗା କରି ଯୁଦ୍ଧରେ ଅବତୀର୍ଣ୍ଣ ହେବେ। ଅକ୍ଟୋବର 17 ରୁ ୟୁଏଇ ଏବଂ ଓମାନରେ ଆଇସିସି ଟି-20 ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର 17 ରେ, ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ରାଉଣ୍ଡର ପ୍ରଥମ ମ୍ୟାଚ୍ ଖେଳାଯିବ। ନଭେମ୍ବର 14 ରେ ଦୁବାଇରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ବିଶ୍ଵ ବିଜେତା ଘୋଷଣା ହେବ। ଅକ୍ଟୋବର 24 ରେ ପାକିସ୍ତାନ ବିରୋଧରେ ବଡ ମ୍ୟାଚ୍ ସହିତ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ବିଶ୍ୱକପ୍ର ଗ୍ରୁପ୍ ୨ରେ ଉଭୟ…
ନୂଆଦିଲ୍ଲୀ: ୧୯୭୧ ଭାରତ-ପାକ୍ ଯୁଦ୍ଧରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ ପୂର୍ତ୍ତି ସମାରୋହକୁ ‘ସ୍ବର୍ଣ୍ଣିମ ବିଜୟ ବର୍ଷ’ ଭାବେ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଉପଲକ୍ଷେ ଏକ ବିଜୟ ମଶାଲ ସାରା ଦେଶ ପରିକ୍ରମା କରୁଛି। ୧୬ ନଭେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମଶାଲରେ ଅଗ୍ନି ସଂଯୋଗ କରିଥିଲେ। ଏହି ବିଜୟ ମଶାଲ ପ୍ରଥମ ଥର ପାଇଁ ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଏହା ଅକ୍ଟୋବର ୨୦ ତାରିଖରେ ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ପହଞ୍ଚିବ। ୨୧ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଏହା ଗୋପାଳପୁରରେ ରହିବ। ଏହାପରେ ୨୭ ଅକ୍ଟୋବରରେ ଗୋପାଳପୁରରୁ ବାହାରି ଚିଲିକାରେ ପହଞ୍ଚିବ। ୨୮ ଅକ୍ଟୋବରରେ ଏହା ଆଇଏନଏସ ଚିଲିକାରେ ରହିବ। ଏହାପରେ ଅକ୍ଟୋବର ୨୯ ତାରିଖରେ ମଶାଲ ଭୁବନେଶ୍ବର ଅଭିମୁଖେ ବାହାରିବ। ୩୦ ଅକ୍ଟୋବର ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ମଶାଲ ଭୁବନେଶ୍ବରରେ ରହିବ। ଭୁବନେଶ୍ବରରେ…
ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ: ୧- ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ। ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍: ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଅକ୍ଟୋବର ମାସ ୨୨ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।
ଭୁବନେଶ୍ୱର: ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାକୁ ନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଡିସିପି କହିଛନ୍ତି ଯେ, ମନୀଷଙ୍କୁ ମାଡ ମାରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ହୋଟେଲରେ ବିଲ ଦେବା ବିବାଦକୁ ନେଇ ଝଗଡା ହୋଇଥିଲା। ଏହି ଝଗଡାରେ ମନୀଷଙ୍କ ସାଙ୍ଗମାନେ ତାଙ୍କୁ ମାଡ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମନୀଷଙ୍କୁ ହୋଟେଲରେ ଏବଂ ବାହାରେ ମଧ୍ୟ ତାଙ୍କ ସାଙ୍ଗମାନେ ମାଡ ମାରିଥିଲେ। ଡିସିପି ଏହି ଘଟଣାର ସବିଶେଷ ତଥ୍ୟ ଦେଇ କହିଛନ୍ତି ଯେ, ୩ ଜଣ ସାଙ୍ଗ ଅମ୍ରିତ ବିଶ୍ଵାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟଙ୍କ ସହିତ ମନୀଷ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇଥିଲେ। ଦୀନେଶ ଏବଂ ମୃତ୍ୟୁଞ୍ଜୟଙ୍କ ସହ ମନୀଷଙ୍କର ପୂର୍ବରୁ ପରିଚୟ ନଥିଲା। କିନ୍ତୁ ମନୀଷଙ୍କର ଭୁବନେଶ୍ବର ସାଙ୍ଗ ଥିଲେ ଅମ୍ରିତ। ଦୀନେଶ ଓ ମୃତ୍ୟୁଞ୍ଜୟ ଦୁଇଜଣ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସେମାନେ ଅମ୍ରିତଙ୍କ ସାଙ୍ଗ…
ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ଏକ ଖୁସି ଖବର ଆସିଛି। ଏଣିକି ଭୁବନେଶ୍ୱରରୁ ସିଧା ଜୟପୁରକୁ ବିମାନ ଉଡ଼ିବା ନେଇ ଘୋଷଣ ହୋଇଛି। ନଭେମ୍ବର ୨ ତାରିଖ ଠାରୁ ଜୟପୁର ସହରକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୩ ଥର ଏହି ବିମାନ ସେବା ଚାଲିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନ ଚଳାଚଳ ଲାଗି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତେବେ ଉଭୟ ରାଜ୍ୟର ସ୍ଵାର୍ଥକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ଉଭୟ ରାଜ୍ୟ ଉପକୃତ ହେବେ ବୋଲି ସେ କହିଛନ୍ତି। ଯେହେତୁ ଓଡିଶା ଏବଂ ରାଜସ୍ଥାନରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳ ରହିଛି, ତେଣୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏଥିରୁ ଉପକୃତ ହେବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି।…
ନୂଆଦିଲ୍ଲୀ: ପ୍ରତି ପାଞ୍ଚ ବର୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୁଏ। ଏହି ସମୟରେ ଅନେକ ଭୋଟରଙ୍କ ଠିକଣା ବଦଳିଯାଏ। କେହି କେହି କାର୍ଯ୍ୟ ସଂପର୍କରେ ଅନ୍ୟ ସ୍ଥାନକୁ ଯାଆନ୍ତି କିମ୍ବା ଅଧ୍ୟୟନ ପାଇଁ ଅନ୍ୟ ସହରରେ ବସବାସ କରନ୍ତି। ଏଭଳି ପରିସ୍ଥିତିରେ ପରିଚୟ ପତ୍ରରୁ ଠିକଣା ବଦଳାଇବାକୁ କିମ୍ବା ଏକ ନୂତନ ଭୋଟର ପରିଚୟ ପତ୍ର ପାଇବାକୁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଯଦି ଆପଣଙ୍କର ବୟସ 18 ବର୍ଷରୁ ଅଧିକ ତେବେ ଆପଣ ଆପଣଙ୍କର ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ। ବର୍ତ୍ତମାନ ଭୋଟର ପରିଚୟ ପାଇବା ପାଇଁ ଆପଣଙ୍କୁ ସରକାରୀ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। ଘରେ ବସି ଆପଣ ଏହି କାମକୁ ସହଜରେ କରିପାରିବେ। ଏଥିପାଇଁ ଆପଣଙ୍କୁ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟ୍ https://www.nvsp.in କୁ ଯିବାକୁ ପଡିବ। ଏଠାରେ ଆପଣ ଭୋଟର ତାଲିକାରେ ନାମ ଯୋଡିବା ଏବଂ ଠିକଣା ବଦଳାଇବା ଭଳି ବିକଳ୍ପ…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ସମୟରେ ଅନେକ ସମୟରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ? ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ସମାନ କି? ଏମିତି ଅନେକ ପ୍ରଶ୍ନ ମନ ମଧ୍ୟକୁ ଆସେ। ଭାରତୀୟ ସମ୍ବିଧାନର ଧାରା 164 ଅନୁଯାୟୀ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ। ଭାରତରେ ସମୁଦାୟ 28 ଟି ରାଜ୍ୟ ଏବଂ 8 ଟି ୟୁନିଅନ୍ ଅଞ୍ଚଳ ଅଛି। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ଅଲଗା ଅଟେ। ପ୍ରତି ଦଶ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦରମା ବୃଦ୍ଧି କରାଯାଏ। ମୁଖ୍ୟମନ୍ତ୍ରୀଙ୍କ ଦରମା ଏବଂ ଭତ୍ତା ରାଜ୍ୟ ବିଧାନସଭା ଦ୍ୱାରା ସ୍ଥିର ହୋଇଥାଏ: ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର ମୁଖ୍ୟ, ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ରାଜ୍ୟର ମୁଖ୍ୟ। ସାଧାରଣତଃ ଲୋକମାନେ ବିଶ୍ଵାସ କରନ୍ତି ଯେ ରାଷ୍ଟ୍ରପତିଙ୍କ ଦରମା ପରେ ପ୍ରଧାନମନ୍ତ୍ରୀଙ୍କ ଦରମା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୦ ଲକ୍ଷ ୫୩ ହଜାର ୫୭୩ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୧ ହଜାର ୯୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୯୯ ହଜାର ୯୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୧ ହଜାର ୬୩୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୯ ଟି ଲୋକାଲ କେସ୍ ରହିଛ। ୩୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୪୭ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୧ ହଜାର ୧୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୮୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ନୂଆଦିଲ୍ଲୀ: ଦୂବଘାସ ବେଶ ଛୋଟ। ସମସ୍ତେ ଜାଣନ୍ତି ଏହା କେବଳ ପୂଜାପାର୍ବଣରେ ବ୍ୟବହାର ହୁଏ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୂବଘାସ ଆମର ବହୁ ରୋଗକୁ ମଧ୍ୟ ଭଲ କରିଥାଏ। ଆସନ୍ତୁ ଜାଣିବା ଏହି ଦୂବ ଦ୍ବାରା କେଉଁ ରୋଗ ଭଲ ହୋଇଥାଏ। ୧- ଯଦି ନାକ, କାନ ବା ମୁହଁରୁ ରକ୍ତ ସ୍ରାବ ହେଇଛି ତେବେ ଭଲ ଦୂବଘାସ ଆଣି ପାଣିରେ ସଫା କରନ୍ତୁ। ତାହାକୁ ବାଟି ରସ ବାହାର କରନ୍ତୁ। ସେହି ରସରେ କିଛି ମହୁ ମିଶାଇ ଦିନକୁ ଚାରିପାଞ୍ଚ ଥର ସେବନ କରନ୍ତୁ। ଦେଖିବେ ରକ୍ତସ୍ରାବ ବନ୍ଦ ହୋଇଯିବ। ୨- ଯଦି ମୁତ୍ର କିମ୍ବା ମଳରେ ରକ୍ତ ପଡେ ତେବେ ମଧ୍ୟ ଦୂବ ରସରେ ଖିର ମିଶାଇ ଦିନକୁ ଚାରିଥର ସେବନ କରନ୍ତୁ। ଦେଖିବେ ରକ୍ତସ୍ରାବ ବନ୍ଦ ହୋଇଯାଇଛି। ୩- ଯଦି କୌଣସି ମହିଳାଙ୍କର ଗର୍ଭ ନଷ୍ଟ ହୋଇଯାଉଛି କିମ୍ବା ମୃତ ଶିଶୁ ଜନ୍ମ ହେଉଛି…
ନୂଆଦିଲ୍ଲୀ: ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଦେଖେ ତେବେ ଏହାର ଅର୍ଥ କ’ଣ? ଏହା ସହିତ, ମହିଳାଙ୍କୁ କେଉଁ ଅବସ୍ଥାରେ ଦେଖିବେ ତାହା ଉପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଏହି ସ୍ୱପ୍ନଗୁଡ଼ିକ ବିଷୟରେ ଆଜି ପାଞ୍ଚୋଟି କଥା ଜାଣିବା। ୧- ଯଦି ସ୍ବପ୍ନରେ ଆପଣ ଜଣେ ପୁରୁଷ ଏକ ସୁନ୍ଦର ଧଳା ନାରୀକୁ ଆଲିଙ୍ଗନ କରିବା ଦେଖିବେ ତେବେ ସେ ଶୀଘ୍ର ଧନୀ ହେବାର ସମ୍ଭାବନା ଅଛି। ୨- ଯଦି କୈଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧିଥିବାର ଦେଖନ୍ତି, ତା’ହେଲେ ତାଙ୍କ ବିବାହିତ ଜୀବନ ଭଲ ହେବ। ୩- ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରିୟର ତ୍ୟାଗ ଭାବ ଦେଖନ୍ତି ତେବେ ସେ ବ୍ୟବସାୟରେ ଭଲ କରିବାର ସମ୍ଭାବନା ଥାଏ। ୪- ଯେତେବେଳେ ଜଣେ ଫୁଲହାର ପିନ୍ଧା ଯୁବତୀଙ୍କୁ ସ୍ୱପ୍ନରେ ଦେଖନ୍ତି, ସେତେବେଳେ ତାଙ୍କ ଭାଗ୍ୟରେ ଫୁଲ ବର୍ଷାର ସମ୍ଭାବନା…
ସ୍ୱାସ୍ଥ୍ୟ ଟିପ୍ସ: ବର୍ତ୍ତମାନ ସମୟରେ, ପେଟରେ ଅମ୍ଳତା ବା ଏସିଡିଟି ରହିବା ଅତି ସାଧାରଣ ଅଟେ। କିନ୍ତୁ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିବ। ଏସିଡିଟିର ଗମ୍ଭୀର ସମସ୍ୟା ହୁଏ ଯେତେବେଳେ ଆମର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ କାମ କରେ ନାହିଁ। ଏସବୁର କାରଣ ପାଇଁ ଆମେ ହିଁ ଦାୟୀ। କାରଣ ଠିକ୍ ସମୟରେ ନ ଖାଇବା, ଭୋଜନ ମଧ୍ୟରେ ଅତ୍ୟଧିକ ଫାଙ୍କା ରହିବା। ବିଭିନ୍ନ ବାହାର ଜିନିଷ ଖାଇବା କିମ୍ବା ଅତ୍ୟଧିକ ଖାଇବା ପରି କାମ କରିଥାଉ। ଏହିପରି କାର୍ଯ୍ୟ ଆମେ ଦୈନନ୍ଦିନ ଜୀବନରେ କରିଥାଉ କିନ୍ତୁ ଆମର ଭୁଲ ପ୍ରତି ଧ୍ୟାନ ଦେଇନଥାଉ। ଏହି କାରଣରୁ ଆମର ପେଟର ଅମ୍ଳତା, ଉତ୍ତେଜନା ଏବଂ ପେଟ ବଢେ। ଆଜି ଆମେ ଆପଣଙ୍କୁ ଅମ୍ଳତା ସହିତ ଜଡିତ କିଛି ଘରୋଇ ଉପଚାର ବିଷୟରେ କହୁଛୁ, ଏହାକୁ ଗ୍ରହଣ କରି ଆପଣ ଶୀଘ୍ର ଅମ୍ଳତାରୁ ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି। ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ?: – ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ। – ସାଢ ସାତୀ ବା ଦେଢା ଯୋଗୁଁ…
ମେଷ ରାଶି: ଆୟ ଏବଂ ପ୍ରଗତି ବୃଦ୍ଧି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବିପୁଳ ଲାଭ ଦେଇପାରେ। ବେକାରୀ ହଟାଇବା ପାଇଁ ପ୍ରୟାସ ସଫଳ ହେବ। ସହଭାଗୀମାନଙ୍କର ସହଯୋଗ ଠିକ୍ ସମୟରେ ପ୍ରାପ୍ତ ହେବ। ଭ୍ରମଣ ଯୋଜନା ପ୍ରସ୍ତୁତ ହୋଇପାରେ। ଘର ବାହାରେ କିଛି ଟେନସନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ ରାଶି: ଚାକିରିରେ ସୁବିଧା ବଢିପାରେ। ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମରେ ମନ ଲାଗିବ। ସେୟାର ବଜାରରେ ଲାଭ ହେବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ହେବାର ସୁଯୋଗ ମିଳିବ। ମିଥୁନ ରାଶି: କାମ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଚିନ୍ତା ଏବଂ ଟେନସନ ହେବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ସ୍ତ୍ରୀକୁ ସ୍ୱାମୀ ବିଷ ଦେଇ ମାରିଦେଇଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଏନଏସି ରାଜୀବ ନଗର ଅଞ୍ଚଳରେ। ଅଭିଯୋଗ ମୁତାବକ ବୋଲଗଡ ଥାନା ଆରିକମା ଗ୍ରାମର ମୁନା ନାୟକଙ୍କ ଝିଅ ନମିତା ନାୟକ (୩୨) ନଅ ବର୍ଷ ତଳେ ବାଲୁଗାଁ ଥାନା ରାଜୀବ ନଗର ନିବାସୀ ମାନସ ନାୟକ (୩୫) ଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ। ନମିତାଙ୍କ ତିନି ଗୋଟି ସନ୍ତାନ ଅଛନ୍ତି। ତେବେ ହଠାତ ଗତକାଲି ସଂନ୍ଧ୍ୟାରେ ନମିତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସ୍ୱାମୀ ମାନସ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାର ୨୦ ମିନିଟ ମଧ୍ୟରେ ନମିତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଡାକ୍ତର ବାଲୁଗାଁ ପୋଲିସକୁ ଜଣାଇବାପରେ ପୋଲିସ ନମିତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। କିନ୍ତୁ ନମିତାଙ୍କ ଭାଇ ମନୋଜ ନାୟକ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୩, କଟକରୁ ୪୮, ମୟୂରଭଞ୍ଜରୁ ୨୨, ଜଗତସିଂହପୁରରୁ ୨୦, ପୁରୀରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୪, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୮, କେନ୍ଦ୍ରାପଡାରୁ ୭, ନୟାଗଡରୁ ୭, କଳାହାଣ୍ଡିରୁ ୫, ଗଞ୍ଜାମରୁ ୩, ଦେବଗଡରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୧ ହଜାର ୧୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ…
ନୂଆଦିଲ୍ଲୀ: ଆଜିର ଜୀବନଶୈଳୀରେ ମଧୁମେହ ଏପରି ରୋଗରେ ପରିଣତ ହୋଇଛି, ଯେଉଁଥିରେ ଲୋକେ ଅଧିକ ଶିକାର ହେଉଛନ୍ତି। ଯେତେବେଳେ ମଧୁମେହ ଆରମ୍ଭ ହୁଏ, ଶରୀରର ଅନ୍ୟ ଅଙ୍ଗ ମଧ୍ୟ ପ୍ରଭାବିତ ହୁଏ। ଆପଣ ନିୟମିତ ପରୀକ୍ଷା ସହିତ ମଧୁମେହ ରୋଗ ନିର୍ଣ୍ଣୟ କରିପାରିବେ। ଏହା ବ୍ୟତୀତ, ଯଦି ଆପଣଙ୍କ ପାଟିରେ କିଛି ସମସ୍ୟା ଦେଖାଯାଉଛି, ତେବେ ବୁଝନ୍ତୁ ଯେ ଆପଣଙ୍କର ମଧୁମେହ ଅଛି। ଯେତେବେଳେ ରକ୍ତରେ ଶର୍କରା ବଢେ, ଲୋକମାନେ ମୌଖିକ ସମସ୍ୟା ଆରମ୍ଭ କରନ୍ତି। ମଧୁମେହ ହେତୁ ପାଟିରେ ଲାଳର ବଢିବାରେ ଲାଗେ, ଯେଉଁ କାରଣରୁ ପାଟିରେ ଫଙ୍ଗଲ୍ ସଂକ୍ରମଣଏବଂ ଫୁଲା ସମସ୍ୟା ଆରମ୍ଭ ହୁଏ। ଏହା ବ୍ୟତୀତ, କିଛି ଲୋକ ମାଢି ସମସ୍ୟା କିମ୍ବା ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରନ୍ତି। ଏହି ପାଟି ସମସ୍ୟାରୁ ରକ୍ଷା ପାଇବା ପାଇଁ, ଆପଣ କିଛି ବିଶେଷ ଜିନିଷର ଯତ୍ନ ନେବା ଉଚିତ୍। ମଧୁମେହର ଲକ୍ଷଣ: ପାଟି ଏବଂ ଦାନ୍ତରେ ଦେଖାଯାଉଥିବା…
ନୂଆଦିଲ୍ଲୀ: କଂଗ୍ରେସ ନେତାଙ୍କୁ ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାମ ବିଲାସ ବେଦାନ୍ତୀ କଡ଼ା ଟାର୍ଗେଟ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ବେଦାନ୍ତୀ ଆକ୍ରମଣ କରିଛନ୍ତି। ବେଦାନ୍ତୀ କହିଛନ୍ତି ଯେ, କଂଗ୍ରେସ ଦେଶରେ ଶାନ୍ତି ଏବଂ ସ୍ଥିରତା ଚାହୁଁନାହିଁ। ପ୍ରିୟଙ୍କା ଏବଂ ରାହୁଲ ଯେଉଁଆଡେ ଯାଉଛନ୍ତି, ସେଠାରେ ଆତଙ୍କବାଦ ବ୍ୟାପିଛି। ବେଦାନ୍ତୀ କହିଛନ୍ତି ଯେ, ଚୀନ୍ ଆମ ଦେଶରେ ଅରାଜକତା ବିସ୍ତାର କରିବାରେ ନିୟୋଜିତ ଅଛି। ଏହି କଂଗ୍ରେସ କର୍ମୀମାନେ ବିଶ୍ୱାସଘାତକତା କରି ଦେଶରେ ଅରାଜକତା ବିସ୍ତାର କରିବାକୁ ଚୀନ୍କୁ ସମର୍ଥନ କରୁଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ବେଦାନ୍ତୀ ଦଶହରା ଉପଲକ୍ଷେ ରାମ ବିଜୟ ଯାତ୍ରାରେ ଯୋଗଦେବା ପାଇଁ ଏଟାୱା ଯାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ୨୦୧୭ ନିର୍ବାଚନ ଭଳି ୨୦୨୨ ରେ ପୁଣି ଥରେ ବିଜେପି ସରକାର ଉତ୍ତରପ୍ରଦେଶରେ ଗଠନ କରିବ। ବିଶ୍ୱର…

