Author: Samikhsya Bureau

ସ୍ୱାସ୍ଥ୍ୟ ଟିପ୍ସ: କୋଷ୍ଠକାଠିନ୍ୟ ଏକ ଛୋଟ ଶବ୍ଦ ପରି ଶୁଣାଯାଏ, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଅନ୍ୟପକ୍ଷରେ ପେଟ ସଫା ନେହେବା ହେତୁ ଶାରୀରିକ ସମସ୍ୟା ସହିତ ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର କିଛି ଅଭ୍ୟାସ ହେତୁ ଆପଣ କୋଷ୍ଠକାଠିନ୍ୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ଆପଣ ନିଜର ଯତ୍ନ ନେବା ପାଇଁ ଆପଣଙ୍କର କିଛି ଅଭ୍ୟାସରେ ଉନ୍ନତି ଆଣିବା ଉଚିତ୍। ଆପଣ କିଛି ଟିପ୍ସ ଗ୍ରହଣ କରି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ। ଲେମ୍ବୁ: ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଲେମ୍ବୁ କାମ କରେ। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ଗୋଟିଏ ଲେମ୍ବୁ ଏବଂ ମହୁର ରସକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇପାରିବେ। ଏହା କରିବା ଦ୍ୱାରା ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ…

Read More

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ପୁଣିଥରେ ପିପିଲିରେ ବିଜେଡ଼ି ବାଜିମାତ୍ କରିଛି। ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଆଶ୍ରିତଙ୍କ ଠାରୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ରୁଦ୍ର ବାଜି ମାରିଛନ୍ତି। ତେବେ ରୁଦ୍ର ମହାରଥୀଙ୍କୁ ମୋଟ ୯୬ ହଜାର ୯୭୨ ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬ ହଜାର ୫୬ ଭୋଟ ମିଳିଛି। ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪ ହଜାର ୨୬୧ ଭୋଟ ମିଳିଛି। ଏନେଇ ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୪୯, କଟକରୁ ୮୫, ବାଲେଶ୍ବରରୁ ୩୪, ଜଗତସିଂହପୁରରୁ ୨୮, ମୟୂରଭଞ୍ଜରୁ ୧୯, ସମ୍ବଲପୁରରୁ ୧୯, ଯାଜପୁରରୁ ୧୬, ପୁରୀରୁ ୧୩, କେନ୍ଦ୍ରାପଡାରୁ ୧୧, ଢେଙ୍କାନାଳରୁ ୯, ରାୟଗଡାରୁ ୯, ଅନୁଗୁଳରୁ ୮, ଭଦ୍ରକରୁ ୭, ଝାରସୁଗୁଡାରୁ ୭, ନୟାଗଡରୁ ୭, କେନ୍ଦୁଝରରୁ ୬, ସୁନ୍ଦରଗଡରୁ ୪, ଦେବଗଡରୁ ୨, ଗଞ୍ଜାମରୁ ୩, ବରଗଡରୁ ୨, ବଲାଙ୍ଗୀରିରୁ ୨, କୋରାପୁଟରୁ ୨, କଳାହାଣ୍ଡିରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୫ ହଜାର ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ…

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନର ଭୋଟ୍ ଗଣତିର ରାଉଣ୍ଡ ୨୧ ଫଳାଫଳ ଜଣାପଡିଛି। ସେହି ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୨୦,୬୩୯ ଭୋଟରେ ଆଗୁଆ ଅଛନ୍ତି। ବିଜେଡିକୁ ୮୨ ହଜାର ୫୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୬୧ ହଜାର ୪୧୫ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସକୁ ମିଳିଛି ମାତ୍ର ୩୮୭୧ ଖଣ୍ଡ ଭୋଟ୍।

Read More

ନୂଆଦିଲ୍ଲୀ: ନାଲି ମରୀଚ ପାଉଡର୍ ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ବହୁତ ବ୍ୟବହାର କରୁ। ପୂର୍ବରୁ ଲୋକମାନେ ନାଲି ମରୀଚ ଆଣି ପାଉଡର ତିଆରି କରିବା ପାଇଁ ଗ୍ରାଇଣ୍ଡ୍ କରୁଥିଲେ। କିନ୍ତୁ, ବର୍ତ୍ତମାନ ସମୟର ଅଭାବ ହେତୁ ଲୋକମାନେ ନାଲି ଚିଲି ପାଉଡର ବ୍ୟବହାର କରିବା ଆରମ୍ଭ କଲେ। ତଥାପି, ଆଜିକାଲି ବଜାରରେ ଉପଲବ୍ଧ ନାଲି ମରୀଚ ପାଉଡରରେ ବହୁତ ଅପମିଶ୍ରଣ ହେଉଛି। ନାଲି ମରୀଚ ପାଉଡରରେ ଅପମିଶ୍ରଣ ଚିହ୍ନଟ କରିବାରେ ସାଧାରଣ ଲୋକଙ୍କୁ ଅନେକ ଅସୁବିଧା ହୋଇଥାଏ। ପ୍ରାୟତଃ ଦେଖାଯାଏ ଯେ, ଇଟା ଗୁଣ୍ଡ ମଧ୍ୟ ନାଲି ମରୀଚ ପାଉଡରରେ ମିଶାଯାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଆସନ୍ତୁ ଆପଣଙ୍କୁ କହିବା ଯେ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ନାଲି ମରୀଚ ପାଉଡରରେ ଅପମିଶ୍ରଣ ଚିହ୍ନିବା ପାଇଁ ଏକ ସରଳ ସମାଧାନ ଦେଇଛି। ତେବେ ଆସନ୍ତୁ ଜାଣିବା ଏହି ସହଜ ପଦକ୍ଷେପଗୁଡ଼ିକ…

Read More

କୋଲକୋତା: ପଶ୍ଚିମବଙ୍ଗର ଭାବନୀପୁର ବିଧାନସଭା ଉପ-ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏହି ଫଳାଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ବିଜୟ ମିଳିଛି। ଭବାନୀପୁର ବିଧାନସଭା ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କୁ ମମତା ୫୮ ହଜାର ୮୩୨ ଭୋଟରେ ପରାସ୍ତ କରି ଏକ ବଡ଼ ବିଜୟ ପଞ୍ଜିକରଣ କରିଛନ୍ତି। ମମତାଙ୍କ ବିଜୟ ପରେ ତୃଣମୂଳ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରୁଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ଅମିନ ପ୍ରଧାନଙ୍କ ପୁଅ ପାଣ୍ଡଵ ପ୍ରଧାନ ଚିଲିକା ରୋଡ଼ସ୍ଥିତ ଏକ ଟାଇଲ ଦୋକାନ ପଛପଟେ ଏକ ଦୌଡ଼ିରେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହେଉଛି। ତେବେ ମୃତ ଯୁବକ ଜଣକ ଜନୈକ ଟାଇଲସ ଦୋକାନରେ ପାଖାପାଖି ୧୫  ବର୍ଷ ଧରି କାମ କରୁଥୁବାବେଳେ ବର୍ତ୍ତମାନ ଏକ ମାସ ତଳେ ଦୋକାନରୁ ବ୍ୟକ୍ତିଗତ କାରଣ ଲାଗି ବାହାରିଯାଇଥିବାର ଦୋକାନ ମାଲିକ କହିଛନ୍ତି। ଖବର ଲେଖା ହେବ ପର୍ଯ୍ୟନ୍ତ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମାହାଲିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାଣ୍ଡଵ ଆତ୍ମହତ୍ୟା କରିଛନ୍ତି ନା, ଏହା ପଛରେ ଆଉ କଣ ରହସ୍ୟ ଅଛି,…

Read More

କୋଲକୋତା: ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ପୂର୍ବରୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି ଲେଖି କୌଣସି ପ୍ରକାର ଉତ୍ସବ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଚିଠିରେ ନିର୍ବାଚନ ଆୟୋଗ ରାଜ୍ୟର ମମତା ସରକାରକୁ କହିଛି ଯେ, ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ସମୟରେ କିମ୍ବା ଫଳାଫଳ ଘୋଷଣା ହେବା ପରେ କୌଣସି ପ୍ରକାରର ବିଜୟ ଉତ୍ସବ/ଶୋଭାଯାତ୍ରା ପାଳନ ହେବ ନାହିଁ। ଏଥିସହ ନିର୍ବାଚନ ପରେ କୌଣସି ହିଂସା ନହେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗ କହିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ବ୍ୟାପକ ହିଂସା ଓ ଅଗ୍ନିକାଣ୍ଡ ଘଟିଥିଲା। ସେହି ହିଂସା ପାଇଁ ବିଜେପି ଟିଏମସି ସମର୍ଥକଙ୍କୁ ଦାୟୀ କରିଥିଲା। ବର୍ତ୍ତମାନ ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟମ ପ୍ରତିଦ୍ଵନ୍ଦୀ ବିଜେପିର ପ୍ରିୟଙ୍କା ଟିବରୱାଲେଙ୍କ ଠାରୁ ୩୪ ହଜାର ୯୭୦ ଭୋଟରେ…

Read More

ନୂଆଦିଲ୍ଲୀ, ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏନସିବି ବା ନାରୋକଟିକ୍ସ କ୍ରାଇମ ବ୍ୟୁରୋ ଏକ କ୍ରୁଜ୍ ରେ ଆୟୋଜିତ ରେଭ୍ ପାର୍ଟି ଉପରେ ଚଢାଉ କରିଛି। ଏଥିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଅନେକ ଲୋକଙ୍କୁ ଅଟକ ରଖାଯାଇଛି। ଆର୍ଯ୍ୟନଙ୍କ ସମେତ ବହୁ ସାଙ୍ଗ ଏକ କ୍ରୁଜ ଭଡାରେ ନେଇ ସମୁଦ୍ର ମଝିରେ ଡ୍ରଗସ ପାର୍ଟି କରୁଥିବାର ଖବର ମିଳିଥିଲା। ଆଜି ସକାଳେ ଜଣେ ବଲିଉଡ ଷ୍ଟାର ପୁଅଙ୍କୁ ଗିରଫ କରାଯିବା ନେଇ ଚର୍ଚ୍ଚା ସାମ୍ନାକୁ ଆସିଥିଲ। ହେଲେ ସେ କିଏ ସେ ବୋଲି ସ୍ପଷ୍ଟ ହୋଇ ନ ଥିଲା। ପରେ  ଏନସିବି ସ୍ପଷ୍ଟ କରିଛନ୍ତି ଯେ ସେ ହେଉଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟ ଖାନ। ମୁମ୍ବାଇ ଏନସିବି ନିର୍ଦ୍ଦେଶକ ସମୀର ୱାନକେଡେ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ରେଭ ପାର୍ଟିରେ ଆର୍ଯ୍ୟଙ୍କ ସମେତ 8 ଜଣଙ୍କୁ ପଚରାଉଚରା ଚାଲିଛି।

Read More

ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ସକାଳେ ପାନୀୟ ଜଳର ଉପକାରିତା ବିଷୟରେ ଜାଣିଛେ। ସଠିକ୍ ଖାଦ୍ୟ ଏବଂ ପାନୀୟ ସହିତ ଦିନ ଆରମ୍ଭ କରିବା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିପାରେ। ସର୍ବପ୍ରଥମେ, ସକାଳେ ପାଣି ସହିତ ରସୁଣ ବହୁତ ଲାଭ ଦେଇପାରେ। ପ୍ରତିଦିନ କଞ୍ଚା ରସୁଣ ସହିତ ଏକ ଗ୍ଲାସ୍ ପାଣି ଖାଇବା ପ୍ରକୃତରେ ଲାଭଦାୟକ ଅଟେ। ରୋଷେଇ ଘରେ ବ୍ୟବହୃତ ହେଉଥିବା ସାଧାରଣ ମସଲା ମଧ୍ୟରୁ ରସୁଣ ଅନ୍ୟତମ। ବର୍ଷ ବର୍ଷ ଧରି, ଏହା ସ୍ୱାଦ ପାଇଁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୋଇଆସୁଛି। ରସୁଣ ଏବଂ ପାଣି ଏକାଠି ବ୍ୟବହାର କରିବା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଚକ୍ଷୁକୁ ସୁସ୍ଥ ରଖେ- ରସୁଣ ଏହାର ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଯୋଗୁଁ ଆପଣଙ୍କ ଆଖି ପାଇଁ ଚମତ୍କାର କାମ କରେ। ରସୁଣର ନିୟମିତ ଖାଇବା ଆପଣଙ୍କ ଆଖିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। କାଶ, ଶର୍ଦ୍ଦିରୁ ଉପଶମ ମିଳେ-…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ମମତା ବାନାର୍ଜି ବହୁ ଭୋଟରେ ଆଗୁଆ ଅଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରଓ୍ୱୋଲଙ୍କଠାରୁ 25 ହଜାର ଭୋଟରେ ଆଗୁଆ ରହିଛନ୍ତି। ସେହିପରି ଅନ୍ୟ ଉପନିର୍ବାଚନରେ ଟିଏମସି ପ୍ରାର୍ଥା ବହୁ ଭୋଟରେ ଆଗୁଆ ଥିବାର ଜଣାପଡିଛି।

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ପୂର୍ବ ପରି ଦୟନୀୟ ହେବାରେ ଲାଗିଛି। ପୂର୍ବ ଉପନିର୍ବାଚନ ପରି ପିପିଲି ଉପନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନାହିଁ। ବର୍ତ୍ତମାନ ଚତୁର୍ଥ ରାଉଣ୍ଡ ସୁଦ୍ଧା ଯାହା ଫଳାଫଳ ଆସିଛି ତାହା ହେଲା.. 1- ରୁଦ୍ର ପ୍ରତାପ ମହାରଥୀ, ବିଜେଡି- 16 ହଜାର 968 2- ଆଶ୍ରିତ ପଟ୍ଟନାୟକ, ବିଜେପି- 11 ହଜାର 828 3- ବିଶ୍ବକେଶନ ହରିଚନ୍ଦନ ମହାପାତ୍ର- 1382

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ସେଠାରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଜିତିବା ନିଶ୍ଚିତ ହୋଇଛି। କାରଣ ବର୍ତ୍ତମାନ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ 5 ହଜାର 44 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ 13 ହଜାର 611 ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ 8 ହଜାର 567 ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର 1 ହଜାର 180 ଖଣ୍ଡ ଭୋଟ ପାଇଛନ୍ତି। ପୂର୍ବ ଉପନିର୍ବାଚନ ଟ୍ରେଣ୍ଡକୁ ଆକଳନ କଲେ ଏଥର ପିପିଲିରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନା ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବଡ଼ି ଭୋରରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରୁ ବନବିଭାଗ ଲକ୍ଷାଧିକ ଟଙ୍କାର ଚୋରା ଶାଗୁଆନ କାଠ ଜବତ କରିଛି। ସୂଚନା ମୁତାବକ ଗତକାଲି ରାତିତମାମ ବନବିଭାଗ ବରବରା ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବାବେଳେ ଭୋର ୪ ଘଟିକା ସମୟରେ ସାନସିରେଇପୁର ବିଟ ହାଉସ ନିକଟରେ ଏକ ଟାଟା ଭେଞ୍ଚର ପିକଅପ ଭ୍ୟାନରେ ଚୋରା ଶାଗୁଆନ କାଠ ଯାଉଥିବାର ଦେଖିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଗାଡିକୁ ପିଛା କରିବାରୁ ଗାଡ଼ି ଛାଡି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ତେବେ ଉକ୍ତ ଗାଡ଼ିରୁ ୪ ଗୋଟି ଶାଗୁଆନ କାଠ ଗଣ୍ଡି ବନବିଭାଗ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ବନବିଭାଗ ଏକ ମାମଲା ୠଜୁକରୀ ତଦନ୍ତ ଜାରିରଖିଛି। ଉକ୍ତ ଚଢ଼ାଉରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବନପାଳ ପ୍ରଦୀପ ମହାନ୍ତି ଏବଂ ବନରକ୍ଷୀ…

Read More

ଭୁବନେଶ୍ବର: ଆଜି ପିପିଲି ଉପ-ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇହିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥି ଆଗରେ ଅଛନ୍ତି। ରୁଦ୍ର ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୫ ହଜାର ୪୪ ଭୋଟରେ ଆଗରେ ଅଛନ୍ତି। ତେବେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୩ ହଜାର ୬୧୧ ଭୋଟ ମିଳିଥିବା ବେଳେ ବିଜେପିକୁ ୮ ହଜାର ୫୬୭ ଏବଂ କଂଗ୍ରେସକୁ ମାତ୍ର ୧ ହଜାର ୧୮୦ ଭୋଟ ମିଳିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୧୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୯୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୪ ହଜାର ୪୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୮୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୧୪ କୁ ବୃଦ୍ଧି ହୋଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୮ ଲକ୍ଷ ୧୩ ହଜାର ୯୦୩ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୮ ହଜାର ୮୧୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୯୪ ହଜାର ୫୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୭୦ ହଜାର ୫୫୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୫୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୧୦ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୮ ଟି ଲୋକାଲ କେସ୍‌ ରହିଛ। ୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୯୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୪ ହଜାର ୪୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୮୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୦୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୧ ଟି ଜିଲ୍ଲାରୁ ୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ଭୁବନେଶ୍ବର: ଆଜି ସକାଳ ଆଠଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପୁରୀର ପେଣ୍ଠକଟା ୱେରା ହାଉସରେ ଏହି ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ଏହାର 30 ମିନଟ ପରେ ଉଭୟ ପୋଷ୍ଟାଲ ଏବଂ ଇଭିଏମ ଗଣତି ଚାଲିଥିଲା। ବର୍ତ୍ତମାନ ପୋଷ୍ଟାଲ ବାଲଟ ଗଣତି ଶେଷ ହୋଇଥିବା ବେଳେ ଇଭିଏମ ଗଣତି ଚାଲିଛି। ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ ତଦାରଖ କରିବେ। ଅପରାହ୍ନ ସୁଦ୍ଧା ଫଳାଫଳ କଣ ହେବ ତାହା ଜଣାପଡିଯିବ।

Read More

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ସକାଳ ଆଠଟାରେ ଏହି ଗଣତି ଆରମ୍ଭ ହେବ। ସେଥିପାଇଁ ପୁରୀର ପେଣ୍ଠକଟା ୱେର ହାଉସିଂରେ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରଥମେ ବାଲଟ ଭୋଟ ଗଣତି କରାଯିବ। ଏହାର 30 ମିନଟ ପରେ ଉଭୟ ଇଭିଏମ ଏବଂ ବାଲଟ ପେପର ଭୋଟ ଗଣତି ହେବ। ସେଥିପାଇଁ ସେଠାରେ ତିନୋଟି ହଲ କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଗଣତି ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ। ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ…

Read More

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି। ତୁଳସୀ ମାଳ ପିନ୍ଧିବାର ଲାଭ: ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ ସାହାଯ୍ୟ…

Read More