ଭୁବନେଶ୍ବର: ଆସନ୍ତାକାଲି ହେଉଛି ମହାଳୟା ଶ୍ରାଦ୍ଧ। ବିଶ୍ବାସ ରହିଛି ଏହିଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପିଣ୍ଡଦାନ କଲେ ସେମାନେ ଆର୍ଶିବାଦ କରନ୍ତି। ପ୍ରତିବର୍ଷ ଏହି ଆଶ୍ବିନ ମାସ ଅମାବାସ୍ୟାରେ ଏହି ଶ୍ରାଦ୍ଧ କରାଯାଇଥାଏ। ହେଲେ ଅନେକ ସ୍ଥାନରେ ଏହା ପୂର୍ବରୁ ପିତୃପକ୍ଷ ଆରମ୍ଭ ହେଉଥିବାରୁ ଶ୍ରାଦ୍ଧ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଅମବାସ୍ୟା ଦିନ ଏହା ଶେଷ ହୋଇଥାଏ। ତେବେ ଜାଣନ୍ତୁ ଏହି ଅମବାସ୍ୟାର ଆରମ୍ଭ ସମୟ ଏବଂ ବିଧିବିଧାନ ଅମାବାସ୍ୟା ତାରିଖ ଆରମ୍ଭ – 5 ଅକ୍ଟୋବର 2021 ଆରମ୍ଭ ସମୟ- ମଙ୍ଗଳବାର ସନ୍ଧ୍ୟା 07:04 ମିନିଟ୍ ରୁ ଆମାବାସ୍ୟା ଶେଷ ତାରିଖ – 6 ଅକ୍ଟୋବର 2021 ଶେଷ ସମୟ – ଅପରାହ୍ନ 04:34 ଯୋଗ: ଗଜଚୟ ଯୋଗ, 6 ଅକ୍ଟୋବରରେ ତାରିଖ ଶେଷ ପର୍ଯ୍ୟନ୍ତ ରହିଛି ମହାଳୟା ଅମବାସ୍ୟାର ଗୁରୁତ୍ବ ପିତୃପକ୍ଷ ସମୟରେ ପଡୁଥିବା ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ। ସୂର୍ଯ୍ୟଙ୍କର ବିଭିନ୍ନ କିରଣ ମଧ୍ୟରୁ ‘ଅମାମି’ ନାମିତ…
Author: Samikhsya Bureau
ଭୁବନେଶ୍ବର: ଆଜି ପିପିଲିର ବିଧାୟକ ଭାବେ ରୁଦ୍ରପ୍ରତାପ ମହାରଥୀ ଶପଥ ଗ୍ରହଣ କରିଛନ୍ତି। ସେ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ଶପଥ କରିଛନ୍ତି। ତାଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ କରାଇଥିଲେ। ଶପଥ କରାଇବା ପରେ ତାଙ୍କୁ ବାଚସ୍ପତି ଦୁଃଖଭରା ଆଖିରେ କୋଳେଇ ନେଇଥିଲେ। କାରଣ ତାଙ୍କ ବାପା ପ୍ରଦୀପ ମହାରାଥୀ ଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘନିଷ୍ଠ ବନ୍ଧୁ। ଏକ ଟୁଇଟ କରି ବାଚସ୍ପତି କହିଛନ୍ତି ଯେ, ‘ଆଜି ଵିଧି ବଦ୍ଧ ଭାବରେ ବିଧାନସଭାରେ ମୋ ଉପସ୍ଥିତିରେ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ ନେଲେ ଶ୍ରୀ ରୁଦ୍ରପ୍ରତାପ ମହାରଥୀ । ଶପଥ ପାଠ କରି ପିପିଲିର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ପ୍ରତିଶୃତି ନେଲେ। ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।’
ଲକ୍ଷ୍ନୌ: ଶାନ୍ତି ଭଙ୍ଗ ଅଭିଯୋଗରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା, ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡା ଏବଂ ୟୁପି କଂଗ୍ରେସ ମୁଖ୍ୟ ଅଜୟ କୁମାର ଲଲୁଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି। ସୀତାପୁର ଜିଲ୍ଲାର ହରଗାଓଁ ପୋଲିସ ଷ୍ଟେସନର ଏସଏଚଓ ଏହି ସୂଚନା ଦେଇଛନ୍ତି। ସୀତାପୁରର ପିଏସି ଗେଷ୍ଟ ହାଉସ ବାହାରେ କଂଗ୍ରେସ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଯେଉଁଠାରେ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ପୋଲିସ ହେପାଜତରେ ରଖାଯାଇଛି। ଗତକାଲି ପ୍ରିୟଙ୍କା ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାଉଥିବାବେଳେ ତାଙ୍କୁ ଅଟକ ରଖାଯାଇଛି।
ଭୁବନେଶ୍ୱର: ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ । କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇଂରାଜୀ ଦୈନିକ The Common Times ର ସମ୍ପାଦକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ମାସେ ହେଲା ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତ କିଛି ମାସ ତଳେ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ବରରେ କରୋନା ଟୀକାର ଦୁଇଟି ଯାକ ଡୋଜ ନେଇଥିଲେ l ତେବେ ଉଭୟ ମାସେ ତଳେ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିକଟରେ ତାଙ୍କ ସ୍ତ୍ରୀ ମଧ୍ୟ କୋଭିଡରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ।ମାତ୍ର ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା l ତେବେ ଡାକ୍ତର ନର୍ସଙ୍କ ସମସ୍ତ ଚେଷ୍ଟା ଆଜି…
ଗାନ୍ଧୀ ନଗର: ଗୁଜୁରାଟର ଗାନ୍ଧୀ ନଗର ମହାନଗର ନିଗମରେ ବିଜେପି ସ୍ପଷ୍ଟ ଭାବେ ଜିତୁଥିବା ଜଣାପଡିଛି। ଏପର୍ଯ୍ୟନ୍ତ ଘୋଷିତ ୨୪ ଟି ଆସନ ମଧ୍ୟରୁ ବିଜେପି ୨୩ ଟି ଆସନରେ ଜିତିଛି। ତେବେ ଏହି ନିର୍ବାଚନର ମୋଟ ଆସନ ସଂଖ୍ୟା ୪୪ ରହିଥିବା ବେଳେ ଅବଶିଷ୍ଟ ଆସନରେ ବିଜେପି ପ୍ରାର୍ଥୀମାନେ ମଧ୍ୟ ଆଗରେ ଅଛନ୍ତି। ଗତ ଚାରିଟି ନିର୍ବାଚନରେ ବିଜେପି ଏଠାରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା, କିନ୍ତୁ ପ୍ରତ୍ୟେକ ଥର ମେୟର ବିଜେପିରୁ ନିର୍ବାଚିତ ହୋଇଥିଲେ। ଗତ ଥର ଉଭୟ ବିଜେପି ଏବଂ କଂଗ୍ରେସ ୧୫-୧୫ ଟି ଆସନ ପାଇଥିଲେ ମଧ୍ୟ କଂଗ୍ରେସ ମେୟର ପ୍ରାର୍ଥୀ ବିଜେପିରେ ଯୋଗ ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଗାନ୍ଧିନଗରରେ ମୋଟ ୧୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ବିଜେପି ଏବଂ କଂଗ୍ରେସ ସମସ୍ତ ୪୪ ଟି ଆସନ ଏବଂ ଆପ ୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତିନୋଟି ପୌରପାଳିକାରେ ୭୮ ଟି…
ଭୁବନେଶ୍ବର: ଏଣିକି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥା କରାଯାଉଛି। ଉପଭୋକ୍ତା ଚାହିଁଲେ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବହାର କରିପାରିବେ। ପ୍ରିପେଡ ସ୍ମାର୍ଟ ମିଟର ଲାଗିବା ସହିତ ସିମ୍ କାର୍ଡ ଜରିଆରେ ବିଲ୍ ପେମେଣ୍ଟ ହେବ। ଜଣେ ସିମକାର୍ଡରେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ। ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବାପାଇଁ କୁହାଯାଇଛି। ଠିକ୍ ସମୟରେ ବିଲ୍ ଆଦାୟ ପାଇଁ ମଧ୍ୟ କୁହାଯାଇଛି। ତେବେ ବିଜୁଳି ବିଲ ଆଦାୟ ପାଇଁ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ଵ ଦିଆଯିବ। ଏହି ସ୍ୱୟଂସହାୟିକା ଗୋଷ୍ଠୀ ଘରକୁ ଘର ବୁଲି ବିଦ୍ୟୁତ ବିଲ ଆଦାୟ କରିବେ। ଏନେଇ ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ବାଚସ୍ପତି ଡା. ସୂର୍ଯ୍ୟ ନାରାୟଣ ପାତ୍ର ଏହା ଘୋଷଣା କରିଛନ୍ତି। ତେବେ ପାୱାର କଟ୍ ପୂର୍ବରୁ ଗାଁରେ ପ୍ରଚାର ହେବା ଦରକାର ବୋଲି ବାଚସ୍ପତି ଡା.…
ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ନିର୍ବାଚନ ଚିହ୍ନ ‘ବଙ୍ଗଳା’ ଉପରେ ଚିରାଗ ପାସୱାନ ଏବଂ ପଶୁପତି କୁମାର ପାରସଙ୍କ ପାରସ୍ପରିକ ଦାବି ପରେ ନିର୍ବାଚନ ଆୟୋଗ ଦଳର ନାମ ଏବଂ ଚିହ୍ନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି। ବର୍ତ୍ତମାନ ଚିରାଗ ପାସୱାନଙ୍କୁ ନିର୍ବାଚନ ଚିହ୍ନ ହେଲିକପ୍ଟର ମିଳିଥିବା ବେଳେ ପଶୁପତି କୁମାର ପାରସଙ୍କ ଗୋଷ୍ଠୀକୁ ସିଲେଇ ଯନ୍ତ୍ରର ଚିହ୍ନ ଦିଆଯାଇଛି। ବାସ୍ତବରେ, ଉଭୟ ଗୋଷ୍ଠୀଙ୍କୁ ଅକ୍ଟୋବର ୪ତାରିଖ ଅପରାହ୍ନ ୧ଟା ସୁଦ୍ଧା ଏକ ନୂତନ ନାମ ଏବଂ ସେମାନଙ୍କ ଦଳ ପାଇଁ ତିନୋଟି ବିକଳ୍ପ ସଙ୍କେତ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଚିରାଗ ପାସୱାନଙ୍କ ଏଲଜେପିକୁ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଙ୍କ ନାମ ପାଇଥିବାବେଳେ ପଶୁପତି କୁମାର ପାରସଙ୍କ ଏଲଜେପିକୁ ନିର୍ବାଚନ ଆୟୋଗ ଦ୍ଵାରା ରାଷ୍ଟ୍ରିୟ ଲୋକଶକ୍ତି ପାର୍ଟିର ନାମ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଉଭୟ ଦଳ ପାଇଁ ଯୁଦ୍ଧଠାରୁ କମ୍ ହେବ ନାହିଁ। ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରୁ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ବିଜେତା ଦଳ ପ୍ଲେ ଅଫ୍ ଦୌଡରେ ରହିବେ, ନଚେତ ପ୍ଲେ ଅଫ୍ ପହଞ୍ଚିବା ପାଇଁ ରାସ୍ତା ପ୍ରାୟ ବନ୍ଦ ହୋଇଯିବ। ରୋହିତଙ୍କ ଅଧିନାୟକତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟି ହାରିଛି ଏବଂ ଆଇପିଏଲ୍ ଟାଇଟଲର ହ୍ୟାଟ୍ରିକ୍ ସ୍ଵପ୍ନ ଏକ ପ୍ରକାର ଭାଙ୍ଗିଯାଉଥିବା ନଜର ଆସୁଛି। ଏଥି ସହିତ, ଏହାର ଅନେକ ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ଦଳ ୟୁଏଇରେ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ଉଭୟ ଦଳ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତି ନିଜର ନେଟ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି…
ନୂଆଦିଲ୍ଲୀ: କାଠମାଣ୍ଡୁର 20 ବର୍ଷିୟ ଛାତ୍ର ସଙ୍ଗମ ପାଠକଙ୍କୁ ଭାରତରେ ବେଦଶାସ୍ତ୍ର ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟ 4 ନେପାଳୀ ଛାତ୍ର ବାସୁଦେବ ଆର୍ଯ୍ୟଲ, ବିପିନ ସାପକୋଟା, କେଦାର ପ୍ରସାଦ ଅଧିକାରୀ ଏବଂ ସିଦ୍ଧାର୍ଥ ପାଣ୍ଡେଙ୍କୁ ମଧ୍ୟ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ତେବେ ସଙ୍ଗମ ହେଉଛନ୍ତି ସର୍ବ କନିଷ୍ଠ। ସେ ନେପାଳରେ ତାଙ୍କର ପାଠପଢା ସମାପ୍ତ କରି ବେଦରେ ପରବର୍ତ୍ତୀ ଅଧ୍ୟୟନ ପାଇଁ ଭାରତ ଆସିଥିଲେ। ସେ ସ୍କୁଲ ସମୟରୁ ସର୍ବଦା ଭଲ ଛାତ୍ର ଭାବରେ ପରିଚିତ ହୋଇ ରହି ଆସିଛନ୍ତି। ସେ ପ୍ରମାଣିତ କରିଛନ୍ତି ଯେ, ମୂଳ ସଂସ୍କୃତି ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଯୁବକମାନେ ଜଡିତ ହେବା ଆବଶ୍ୟକ। ଫଳରେ ହିନ୍ଦୁ ଧର୍ମର ମୂଲ୍ୟବୋଧକୁ ଭଲ ଭାବରେ ବୁଝିବା ପାଇଁ ପ୍ରୋତ୍ସାହିତ କରିବ।
ଭୁବନେଶ୍ବର: ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍ଇନ୍ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ। କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବ୍ଇନ୍ସପେକ୍ଟର ମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନ ରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣ ରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ ।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଯାହା ଘଟିଛି, ତାହା କେବଳ ଉତ୍ତରପ୍ରଦେଶ ନୁହେଁ ଦେଶରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଆଠ ଜଣଙ୍କର ମୃତ୍ୟୁ ହୋଇ ପୋଲିସ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସହଯୋଗୀ ଦାବି କରିଛନ୍ତି ଯେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସରକାର ନଜର ରଖିଛନ୍ତି। ପ୍ରିୟଙ୍କାଙ୍କ ସହକର୍ମୀ ମଧ୍ୟ ଏନେଇ ଏକ ଭିଡିଓ ଜାରି କରିଛନ୍ତି। ଏହି ଡ୍ରୋନ୍ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସତ୍ୟ ଏହା ଯେ କାହାର ଡ୍ରୋନ୍ ଏହା ମଧ୍ୟ ଆମେ ଜାଣିନାହୁଁ? ଏଠାରେ ଠିଆ ହୋଇଥିବା ଅଧିକାରୀ ଏବଂ ପୋଲିସ କହୁଛନ୍ତି ଯେ, ସେମାନଙ୍କର ଏ ବିଷୟରେ ଅବଗତ ନାହିଁ। ବିଜେପି ସରକାର ଚାଷୀଙ୍କ ସ୍ୱରକୁ ଦମନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି। ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ଲକ୍ଷ୍ମୀପୁର ଯିବାକୁ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୫ ହଜାର ୬୦୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୯୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨୩ କୁ ବୃଦ୍ଧି ହୋଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୮ ଲକ୍ଷ ୫୩ ହଜାର ୪୮ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୯ ହଜାର ୨୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୧ ଲକ୍ଷ ୫୦ ହଜାର ୮୮୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୫୨ ହଜାର ୯୦୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୪୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୬୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୮ ଟି ଲୋକାଲ କେସ୍ ରହିଛ। ୪୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୩୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୫ ହଜାର ୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୧୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୪୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ମାଳିସାହି ନିକଟରେ ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ । ନିର୍ମାଣ କାର୍ଯ୍ୟକୁ ସମୟାନୁବନ୍ଧିତ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା କନ୍ଷ୍ଟ୍ରକସନ୍ କର୍ପୋରେସନ୍ (ଓସିସି)ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମଗିରି ବ୍ଲକ୍ର ଆବଶ୍ୟକତାକୁ ଲକ୍ଷ୍ୟ କରି ସୁନାମୁଖୀ ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକଚର ଏବଂ ବି୍ରଜ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ୭ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି । ଚିଲିକା ଓ ସମୁଦ୍ରର ଝଡ଼ ଓ ଜୁଆର ପାଣିରେ କ୍ଷତିଗ୍ରସ୍ତ ହେଉଥିବା…
ନୂଆଦିଲ୍ଲୀ: ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ହେଉଛି ଇଡିଲ୍ ଆଉ ଚଟଣୀ। ଆଇସକ୍ରିମ କାଠିରେ ଏହି ଇଡିଲ୍ ପ୍ରସ୍ତୁତ କରାଯାଇଛି। ବାଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟ ଏହି ଭିନ୍ନ ପ୍ରକାରର ଇଟିଲ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ଯୋଗାଉଛି। ଫଳରେ ଲୋକମାନେ ଆଇସକ୍ରିମ ଖାଇବା ପରି ସେହି କାଠିକୁ ଧରି ଇଡିଲ୍ ଖାଇବେ। ସୋସିଆଲ ମିଡିଆରେ ଏହି ଫଟୋଟି ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଟି ଇଡିଲ୍ ପ୍ଲେଟରେ ଥୁଆଯାଇଥିବା ବେଳେ ଅନ୍ୟଟି ଚଟଣୀରେ ଡୁବି କରି ରହିଛି। ପାଖରେ ନଡିଆ ଚଟଣୀ ରଖାଯାଇଛି। ଏହି ଫଟୋଟି ଏପରି କରାଯାଇଛି ଯେ ଦେଖିବ ତା ପାଟିରୁ ଲାଲ ବାହାରିବ। ଏହି ଫଟୋଟି ଦେଶର ବହୁ ପ୍ରମୁଖ ବ୍ୟକ୍ତି ସେୟାର କରିବାରେ ଲାଗିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କଂପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ଏହାକୁ ଟୁଇଟ କରିଛନ୍ତି।
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ବାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ଭାରତ ସମେତ ପୃଥିବୀର ଅନେକ ସ୍ଥାନରେ ସୋମବାର ଦିନ ଭାରତୀୟ ସମୟ ରାତି ପ୍ରାୟ 9 ଟା ଠାରୁ ବନ୍ଦ ହୋଇଯାଇଥିଲା। ଏକାସାଙ୍ଗରେ ଏହି ତିନୋଟି ସେବା ବନ୍ଦ ହେବା ପରେ କୋଟି କୋଟି ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ପରେ ଉପଭୋକ୍ତାମାନେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସେମାନଙ୍କ ସମସ୍ୟା ବିଷୟରେ ଅଭିଯୋଗ କରିବା ଆରମ୍ଭ କରିଥିଲେ। ତେବେ ଖୁସିର କଥା ଯେ, ଦୀର୍ଘ ସମୟ ଧରି ଏହା ବନ୍ଦ ହେବା ପରେ ମଙ୍ଗଳବାରରେ ଏହା କାର୍ଯ୍ୟକାରୀ ହୋଇଛି। ତେବେ ଏହି ସେବାଗୁଡିକ ବନ୍ଦ ହେବା ପରେ ଫେସବୁକ ଯୋଗାଯୋଗ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଷ୍ଟୋନ ଏକ ଟ୍ୱିଟରେ କହିଛନ୍ତି, “ଆମେ ଜାଣୁ କିଛି ଲୋକ ଆମର ଆପ୍ ରେ ପ୍ରବେଶ କରିବାରେ…
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି। ଟଙ୍କା ଉଠାଣ ଅବା ଟଙ୍କା ଜମା, ନୂଆ ଆକାଉଣ୍ଟ ଖୋଲିବା ହେଉ ଅବା କେୱାଇସି ଅପଡେଟ୍ ଏବଂ ଆଧାର ଲିଙ୍କ, ସମେତ୍ ଅନ୍ୟାନ୍ୟ କାର୍ଯ୍ୟ ନେଇ ଆସୁଥିବା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ଏନେଇ ଆଜି ଥୁଆମୁଳ ରାମପୁର ବ୍ଳକ୍ ବିଜୁ ଜନତା ଦଳ ତରଫରୁ ସକାଳ ପ୍ରାୟ ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଥୁଆମୁଳ ରାମପୁର ବ୍ଳକ ବିଜୁ ଜନତା ଦଳ ସଭାପତି କପିଳାସ ନାଏକଙ୍କ ଆହ୍ବାନ କ୍ରମେ ବିକ୍ଷୋଭ ଓ ଗଣଧାରଣାରେ ବୋହୂ ବିଜେଡି କର୍ମୀ ଓ ଖାତାଧିକରି ଅଂଶଗ୍ରହଣ କରିଥିଲେ। ସାମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଳକ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ବିଜେପି ସରକାର ଉପରେ ସର୍ବଦଳୀୟ ଆକ୍ରମଣ ହେଉଛି। ଏହି ସମୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବିବୃତ୍ତି ପାଇଁ ତାଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ କରାଯାଉ ବୋଲି ସିଦ୍ଧୁ କହିଛନ୍ତି। ମନୋହର ଲାଲ ଖଟ୍ଟର କ’ଣ କହିଥିଲେ?: ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) କିସାନ ମୋର୍ଚ୍ଚାର ଏକ ବୈଠକରେ ମନୋହର ଲାଲ ଖଟ୍ଟର “ଜେସାକୁ ତେସା” ଭଳି ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ଉପସ୍ଥିତ ଲୋକଙ୍କୁ ଜେଲ ଯିବାକୁ ପ୍ରସ୍ତୁତ ରହିବାକୁ ମଧ୍ୟ ମନୋହର ଲାଲ କହିଥିଲେ।

