ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ବିବେକାନନ୍ଦ ଦାସଙ୍କର କରୋନାନେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ବୟସ ହୋଇଥିଲା। ବିବେକାନନ୍ଦ ଦାସଙ୍କର ଓଡିଶାର ଐତିହ୍ୟ ତଥା ସଂସ୍କୃତି ଉପରେ ବେଶ ଋଚି ରହିଥିଲା। ମୁଖ୍ୟତଃ ପାଲା ସଂସ୍କୃତି ଉପରେ ସେ ବେଶ ଆଗ୍ରହ ପ୍ରକାଶ କରୁଥିଲେ। ଏଥିସହିତ ଆଦିବାସୀଙ୍କ ହକ ଉପରେ ମଧ୍ୟ ସେ ନିଜ କଲମ ମାଧ୍ୟମରେ ଆନ୍ଦୋଳନ କରୁଥିଲେ। ବିଭିନ୍ନ ଖବର କାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରି ନିଜର ପରାକାଷ୍ଠା ଦେଖାଇଛନ୍ତି। ସେ ନିଜେ ଜନତନ୍ତ୍ର ନାମିତ ଏକ ଖବର ପ୍ରକାଶିତ କରିଆସୁଥିଲେ। ତାଙ୍କର ବିୟୋଗରେ ଓଡିଶାର ବରିଷ୍ଠ ସାମ୍ବାଦିକମାନେ ତାଙ୍କର ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରଦୀପ କୁମାର ଶ୍ରୀବାସ୍ତବ ଲକ୍ଷ୍ମୀପୁର ମାମଲାର ତଦନ୍ତ କରିବେ। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ତଦନ୍ତ ପାଇଁ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରିଛନ୍ତି। କେବଳ ଗୋଟିଏ କମିଶନ ଏହି ଘଟଣାର ଅନୁସନ୍ଧାନ କରିବେ। ଅନୁସନ୍ଧାନ ଆୟୋଗର ମୁଖ୍ୟାଳୟ ଲକ୍ଷ୍ମୀପୁରରେ କରାଯିବ। ଆୟୋଗକୁ ଏହାର ଯାଞ୍ଚ ୨ ମାସ ମଧ୍ୟରେ ଶେଷ କରିବାକୁ ପଡିବ। ଆଜି ସୁପ୍ରିମକୋର୍ଟର ଶୁଣାଣି: ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜେ ସଜ୍ଞାନକୁ ନେଇଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲି ମଧ୍ୟ ଏହି ବେଞ୍ଚର ସଦସ୍ୟ ଅଟନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ। ସୂଚନାଯୋଗ୍ୟ ଯେ, ରବିବାର ଦିନ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ତିକୋନିଆ ଅଞ୍ଚଳରେ ଘଟିଥିବା ହିଂସା ଘଟଣାରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୪୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୮ ଲକ୍ଷ ୯୪ ହଜାର ୩୧୨ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୯ ହଜାର ୮୫୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୨୫୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୪୪ ହଜାର ୧୯୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୪୫ ଟି ଲୋକାଲ କେସ୍ ରହିଛ। ୫୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୮୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୯୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୬ ହଜାର ୫୯୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୫୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ନବରାତ୍ର ବା ନବବ୍ରତ ପୂଜା। ଏହି ନବବ୍ରତ ଅବସରରେ ମା ଦୁର୍ଗାଙ୍କ ଭକ୍ତମାନେ ବହୁ ସଂଖ୍ୟାରେ ନିଜ ଘରେ ମଙ୍ଗଳ ଘଟ ସ୍ଥାପନ କରନ୍ତି। ଏକ ଅଖଣ୍ଡ ଦୀପ ଜାଳି, ନଅ ଦିନ ଧରି ଉପବାସ ରୁହନ୍ତି। ଶାରଦୀୟ ନବରାତ୍ରୀର ମଙ୍ଗଳ କଳସ ପ୍ରତିଷ୍ଠା କରିବାର ପଦ୍ଧତି ଏବଂ ନିୟମ ରହିଛି । ଏହି ପୂଜାର ପ୍ରଥମ ଦିନରେ ଘଟ ସ୍ଥାପନା ବା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ । ଏହା ସହିତ ନଅ ଦିନ ବ୍ୟାପି ଅଖଣ୍ଡ ଦୀପ ମଧ୍ୟ ଲଗାଇବା ଆରମ୍ଭ କରାଯାଏ। କଳସ ସ୍ଥାପନା ବେଳେ ସର୍ବପ୍ରଥମେ କଳସରେ ଏକ ସ୍ବସ୍ତିକ ତିଆରି କରନ୍ତୁ । ତା’ପରେ ସାଲୁକନା ବାନ୍ଧି ସେଥିରେ ପାଣି ଭରନ୍ତୁ । କଳସରେ ଗୋଟା ଗୁଆ, ଫୁଲ, ଅତର ଏବଂ ପଞ୍ଚାରତ୍ନ ମୁଦ୍ରା ରଖନ୍ତୁ। ନବବ୍ରତୀର ପ୍ରଥମ ଦିନରେ ଘଟ ସ୍ଥାପନା ସହିତ ନଅ ଦିନ ପାଇଁ…
ରାଶିଫଳ: କନ୍ୟା ରାଶିରେ ସୂର୍ଯ୍ୟ ବିରାଜମାନ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ସମସ୍ତ ଗ୍ରହର ଅଧିପତି ବୋଲି କୁହାଯାଏ। ସୂର୍ଯ୍ୟ ହେଉଛନ୍ତିଗ୍ରହମାନଙ୍କର ରାଜା। ସମ୍ମାନ ଏବଂ ଉଚ୍ଚ ପଦବୀ ସହିତ ସୂର୍ଯ୍ୟ ମଧ୍ୟ ଜଡିତ। ଯେତେବେଳେ ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଶକ୍ତିଶାଳୀ ହୁଅନ୍ତି, ଏପରି ବ୍ୟକ୍ତିର ପ୍ରକୃତି ଜଣେ ରାଜା ପରି। ଏହିପରି ଲୋକମାନେ ଅନ୍ୟମାନଙ୍କ ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଯେତେବେଳେ ସୂର୍ଯ୍ୟ ଏହାର ରାଶି ପରିବର୍ତ୍ତନ କରନ୍ତି, ଏହା ସମସ୍ତ ରାଶିକୁ ପ୍ରଭାବିତ କରିଥାନ୍ତି। ଶାସ୍ତ୍ରରେ ସୂର୍ଯ୍ୟଙ୍କ ରାଶିର ପରିବର୍ତ୍ତନକୁ ସଙ୍କ୍ରାନ୍ତି ମଧ୍ୟ କୁହାଯାଏ। ଅକ୍ଟୋବର ୨୦୨୧ରେ, ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ତୁଳା ରାଶିରେ ଘଟିବାକୁ ଯାଉଛି। କନ୍ୟା ରାଶିକୁ ଛାଡି ସୂର୍ଯ୍ୟ ବର୍ତ୍ତମାନ ତୁଳାରେ ପ୍ରବେଶ କରୁଛନ୍ତି। ପଞ୍ଚଙ୍ଗ ଅନୁଯାୟୀ, ତୁଳାରେ ସୂର୍ଯ୍ୟଙ୍କ ଚଳନ ଅକ୍ଟୋବର ୧୭ ତାରିଖରେ ରାତି ୧ଟା ରେ ହେବ। ତୁଳାରେ ସୂର୍ଯ୍ୟଙ୍କ ଚଳନ ନଭେମ୍ବର ୧୬ ତାରିଖରେ ରାତି ୧୨.୪୯…
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ କଙ୍ଗନା ରନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଅଭିନୟ ସର୍ବଦା ପ୍ରଶଂସା ଲାଭ କରେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, କଙ୍ଗନା ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି କାମ କରନ୍ତି, ସେତିକି ତାଙ୍କ ଫିଟନେସ୍ ପାଇଁ ମଧ୍ୟ କାମ କରନ୍ତି। ସେ ତାଙ୍କ ଚଳଚ୍ଚିତ୍ର ‘ପଙ୍ଗା’ ଏବଂ ‘ଥାଲାଇଭି’ ପାଇଁ ବହୁ ଓଜନ ବୃଦ୍ଧି କରିଥିଲେ। କିନ୍ତୁ କଙ୍ଗନା ଯେଉଁ ଗତି ସହିତ ଓଜନ ବଢାଇଥିଲେ, ସେହିଭଳି ଗତିରେ ମଧ୍ୟ ଓଜନ ହ୍ରାସ କରିଥିଲେ। ତଥାପି, କଙ୍ଗନା ରନାୱତ ନିଜର ପୁରୁଣା ରୂପକୁ ଫେରିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ସେ ମାତ୍ର ୧୦ ଦିନରେ ତାଙ୍କର ୫ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। ଓଜନ ହ୍ରାସ କରିବା ପାଇଁ କଙ୍ଗନା ପାଇଲେଟ୍ସ କରିଥିଲେ। ଏହା ସହିତ, ସେ ବ୍ୟାୟାମର ଦ୍ୱିତୀୟ ଫର୍ମରେ ମଧ୍ୟ କାର୍ଯ୍ୟ କରିଥିଲେ…
ରାଶିଫଳ: ପଞ୍ଚାଙ୍ଗ ଅନୁଯାୟୀ, ଅକ୍ଟୋବର ୭ ତାରିଖ ଗୁରୁବାର ଦିନ ଅଶ୍ୱିନ ମାସର ଶୁକ୍ଲ ପ୍ରତୀପଦା ତିଥି ଅଟେ। ଏହି ଦିନଠାରୁ ନବରାତ୍ରୀର ପର୍ବ ଆରମ୍ଭ ହେଉଛି। ଗୁରୁବାର ହେଉଛି ନବରାତ୍ରୀର ପ୍ରଥମ ଦିନ। କନ୍ୟାରେ ଚନ୍ଦ୍ର ଗତି କରୁଛନ୍ତି। ଗୁରୁବାର ଦିନ ଅର୍ଥ ଦୃଷ୍ଟିରୁ କିପରି ହେବ, ଆସନ୍ତୁ ଜାଣିବା ଅର୍ଥନୈତିକ ରାଶିଫଳ। ମେଷ ରାଶି- ଧନ ହାନି ହୋଇପାରେ। ଅର୍ଥ ମାମଲାରେ ଶୀଘ୍ରତା ଠାରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ ବିଶ୍ୱାସ ମଧ୍ୟ କ୍ଷତି ଘଟାଇପାରେ। ତେଣୁ ଯତ୍ନ ନିଅନ୍ତୁ। ନବରାତ୍ରୀ ପର୍ବ ଗୁରୁବାର ଠାରୁ ଆରମ୍ଭ ହେଉଛି। ମା’ ଦୁର୍ଗା ମନ୍ତ୍ର ଜପ କରିବା ଦ୍ୱାରା ଶାନ୍ତି ମିଳିବ। ଏଥି ସହିତ, ଏହା ଗ୍ରହମାନଙ୍କର ଅଶୁଭତାକୁ ହଟାଇବାରେ ମଧ୍ୟ ସାହାଯ୍ୟ କରିବ। ବୃଷ ରାଶି- ଯୋଜନା ବିନା କାର୍ଯ୍ୟ କରିବା ଦ୍ୱାରା କ୍ଷତି ହୋଇପାରେ। ଅର୍ଥର ଅଭାବ ହୋଇପାରେ। ଯଦି ଆପଣ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଭାରତକୁ ବିଶ୍ୱ ବୟନ ମାନଚିତ୍ରରେ ଏକ ସୁଦୃଢ଼ ସ୍ଥାନ ଦେବାର ଲକ୍ଷ୍ୟ ନେଇ କାର୍ୟ୍ୟ କରୁଛନ୍ତି। ଏହାକୁ ସାକାର କରିବା କରିବା ଲାଗି, ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ ୭ଟି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ପିଏମ ମିତ୍ର ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଭିଜନ୍ ଦ୍ୱାରା ଅନୁପ୍ରାଣିତ। ‘୫ ଏଫ’ ଫର୍ମୁଲାରେ – ଫାର୍ମ ଟୁ ଫାଇବର; ଫାଇବର ଟୁ ଫ୍ୟାକ୍ଟ୍ରି; ଫ୍ୟାକ୍ଟ୍ରି ଟୁ ଫେଶନ ଏବଂ ଫେସନ ଟୁ ଫରେନ୍ ସୁବିଧା ସାମିଲ ରହିଛି। ଏହି ସମନ୍ୱିତ ଲକ୍ଷ୍ୟ ଅର୍ଥବ୍ୟବସ୍ଥାରେ ବୟନ ଶିଳ୍ପ କ୍ଷେତ୍ରର ଅଧିକ ଅଭିବୃଦ୍ଧି ପାଇଁ ସହାୟକ ହେବ। ଆମ ଭଳି ସମ୍ପୂର୍ଣ୍ଣ ବୟନ ଶିଳ୍ପ ଇକୋସିଷ୍ଟମ ଅନ୍ୟ କୌଣସି ରାଷ୍ଟ୍ରରେ ନାହିଁ। ଭାରତ ନିକଟରେ ପାଞ୍ଚଟି ଦୃଢ଼ ‘ଏଫ’…
ମୁମ୍ବାଇ: ଲକ୍ଷ୍ମୀପୁର ଖେରୀ ଘଟଣାକୁ ବିରୋଧ କରି ଅକ୍ଟୋବର ୧୧ ତାରିଖରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ମହାରାଷ୍ଟ୍ର ବନ୍ଦ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ୟୁପି ଲକ୍ଷ୍ମୀପୁରରେ କୃଷକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ଏକ ସଂକଳ୍ପ ପାରିତ କରିଛି। ଏହି ପ୍ରସ୍ତାବକୁ ଏନସିପି ଜୟନ୍ତ ପାଟିଲ ପାରିତ କରିଥିଲେ। ଏବଂ ଏହାକୁ କଂଗ୍ରେସର ବାଲାସାହେବ ଥୋରାଟ ଏବଂ ଶିବସେନାର ସୁଭାଷ ଦେଶାଇ ସମର୍ଥନ କରିଥିଲେ। ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ଜୟନ୍ତ ପାଟିଲ କହିଛନ୍ତି ଯେ, ମହା ବିକାଶ ଆଗାଡି (ଏନସିପି-କଂଗ୍ରେସ-ଶିବସେନା ମିଳିତ ମଞ୍ଚ) ଅକ୍ଟୋବର ୧୧ ତାରିଖରେ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଉଛି। ଇନ୍ଦିରା ଗାନ୍ଧୀଙ୍କ ପରି ପ୍ରିୟଙ୍କା ଗାନ୍ଧୀ- ଶିବସେନା ସ୍ୱର୍ଗତ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ହିଂସାକାଣ୍ଡରେ ନିହତ…
କୋଲକୋତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୂର୍ଗା ମଣ୍ଡପକୁ ସବୁ ଦିଗରୁ ଖୋଲା ରଖିବା ଉଚିତ ବୋଲି କୁହାଯାଇଛି। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମୋଦିତ ନୁହେଁ। ପର୍ବ ସମୟରେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାର ଯତ୍ନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ନିର୍ଦ୍ଦେଶାବଳୀରେ କ’ଣ କୁହାଯାଇଛି?: – ପେଣ୍ଡାଲର ଚତୁଃପାର୍ଶ୍ଵ ଖୋଲା ରହିବ – ପେଣ୍ଡାଲ ଭିତରେ ସାମାଜିକ ଦୂରତା ରହିବ – ଅଲଗା ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ରହିବ – ପେଣ୍ଡାଲରେ ମାସ୍କ ଏବଂ ହାତ ସାନିଟାଇଜେସନ୍ ବ୍ୟବସ୍ଥା ବାଧ୍ୟତାମୂଳକ – ପର୍ଯ୍ୟାପ୍ତ ସଂଖ୍ୟକ ସ୍ୱେଚ୍ଛାସେବୀ ରହିବେ – ପ୍ରସାଦ ବଣ୍ଟନ ଏବଂ ସିନ୍ଦୁର ଖେଳ କମ ସଂଖ୍ୟକ ଲୋକଙ୍କୁ ନେଇ କରାଯିବ – ପେଣ୍ଡାଲ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମତି ନାହିଁ – ଜନସଚେତନତା ପାଇଁ ସୋସିଆଲ ମିଡିଆ ବ୍ୟବହାର କରାଯିବ ତେବେ ପଶ୍ଚିମବଙ୍ଗର ମହାଳୟ ଅବସରରେ ବୁଧବାର ଦିନ…
ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ରେଳବାଇ ଅଡିଟୋରିୟମ ଠାରେ ୬୬ତମ ରେଳସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଅଛି। ଏହି ସମାରୋହ ରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତ କୃତି କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରିଛନ୍ତି। ଏଥିରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ରେଳବାଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ରେଳବାଇ କର୍ମଚାରୀଙ୍କ ପ୍ରଗତିଶୀଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ପାଦନ କରି ରେଳବାଇ କୁ ମୂଲ୍ୟବାନ ଅବଦାନ ପ୍ରଦାନ ସହ ଉତ୍କର୍ଷତା ଆଣିବାରେ ସହାୟକ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଉଦ୍ୟମ ଓ ନିଷ୍ଠା ଜାରିରଖିବାକୁ ଆହ୍ୱାନ ଦେଇଛନ୍ତି ଯାହା ଫଳରେ ଏହି ରେଳପଥ ଏକ ଶ୍ରେଷ୍ଠ ରେଳ ଜୋନ ଭାବେ ନିଜକୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୨, କଟକରୁ ୭୦, ବାଲେଶ୍ଵରରୁ ୩୮, ଯାଜପୁରରୁ ୨୨, ଜଗତସିଂହପୁରରୁ ୧୮, ମୟୂରଭଞ୍ଜରୁ ୧୪, ଅନୁଗୁଳରୁ ୧୧, ସମ୍ବଲପୁରରୁ ୧୧, ଭଦ୍ରକରୁ ୭, ପୁରୀରୁ ୬, ଗଞ୍ଜାମରୁ ୫, ସୁନ୍ଦରଗଡରୁ ୫, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୪, ବଲାଙ୍ଗୀରିରୁ ୩, କୋରାପୁଟରୁ ୩, ଦେବଗଡରୁ ୨, କନ୍ଧମାଳରୁ ୨, ରାୟଗଡାରୁ ୨, ବରଗଡରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୬ ହଜାର ୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୧୨ କୁ ବୃଦ୍ଧି ହୋଇଥିବାବେଳେ ଏବେ…
ଭୁବନେଶ୍ୱର: ଆଚ୍ଛା ଦିନର ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମହାଳାୟା’ ଭଳି ଏକ ଆଚ୍ଛାଦିନର ସୁଯୋଗ ନେଇ ଆଜି ପୁଣି ଦେଶର ସାଧାରଣ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ଦରଦାମ ବୃଦ୍ଧିର ବୋଝ ଲଦି ଦେଇଛନ୍ତି। ଆଜି ପେଟ୍ରୋଲ ୩୦ ପଇସା ମହାଙ୍ଗା ହୋଇଥିବା ବେଳେ ଡ଼ିଜେଲ ୩୫ ପାଇସା ମହଙ୍ଗା ହୋଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୧୦୩ ଟଙ୍କା ୮୩ ପଇସାରେ ପହଞ୍ôଚ ଥିଲାବେଳେ ଡ଼ିଜେଲ ୯୯ ଟଙ୍କା ୭୨ ପଇସାରେ ପହଞ୍ଚିଛି। କିନ୍ତୁ ସେତିିକିରେ ଖାଉଟିଙ୍କୁ ଶୋଷଣ କରିବାର ଶୋଷ ମୋଦି ସରକାରଙ୍କ ମେଣ୍ଟିନାହିଁ। ଅଣ ସବ୍ସିଡ୍ଯୁକ୍ତ ରନ୍ଧନ ଗ୍ୟାସ୍ର ସିଲିଣ୍ଡର ପିଛା ଦାମ୍ ମଧ୍ୟ ୧୫ ଟଙ୍କା ବୃଦ୍ଧି ହୋଇ ଭୁବନେଶ୍ୱରରେ ୯୨୬ରେ ପହଞ୍ଚିଛି। ଏଠାରେ ଉଲ୍ଲେଖଥାଉକି, ବିଗତ ଏକବର୍ଷ ଭିତରେ ରନ୍ଧନ ଗ୍ୟାସ୍ ହାରାହାରି ୧୯୦ ଟଙ୍କା ବୃଦ୍ଧି ପାଇସାରିଛି ଏବଂ ସେହିଭଳି ପେଟ୍ରୋଲ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳୁ ନାକଟିଦେଉଳ ମାଟିର ବୟୋଜ୍ୟଷ୍ଠ କବି ପିତାମ୍ବର ବିଶ୍ୱାଳ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଜଣା ପଡିଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ବିଭିନ୍ନ ସମୟରେ ବନବିଭାଗରେ ବନପାଳ ଭାବରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ପିତାମ୍ବର ବହୁ କବିତା ରଚନା କରିଛନ୍ତି। କେତୋଟି ପତ୍ରିକାରେ ତାଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଥିବା ବେଳେ “କବିତା ମାଳ” ନାମକ କବିତା ପୁସ୍ତକ ପ୍ରକାଶ ପାଇଛି। ସେ ସାହିତ୍ୟ ପ୍ରତି ରୁଚି ରଖିଥିବା ବେଳେ ପ୍ରଚାର ପ୍ରସାର ଠାରୁ ଦୂରେଇ ରହିଥିଲେ। ପିତାମ୍ବର ପରୋପକାରୀ ଶ୍ରଦ୍ଧାବାନ୍ ଏବଂ ଜଣେ ସାହିତ୍ୟିକ ଥିଲେ। ଓଡିଶାର ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନୀତ କରିଛି। ବିଭିନ୍ନ ସାହିତ୍ୟ ଆସରରେ କବିତା ପାଠ କରି ସେ ପ୍ରଶଂସିତ ଥିଲେ। ସେ ଦୀର୍ଘ ଦିନ ହେଲା ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ।…
ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ଉତ୍ପାଦକତା ଲିଙ୍କ୍ ବୋନସ୍ (ପ୍ରଡକ୍ଟିଭିଟି ଲିଙ୍କ୍ ବୋନସ୍ PLB) ପାଉଣା କରିବାକୁ ଅନୁମୋଦନ କରାଯାଇଅଛି। ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଏହା ୭୮ ଦିନର ମଜୁରୀ ସହିତ ସମାନ ହେବ। ଆରପିଏଫ୍ କର୍ମଚାରୀଙ୍କୁ ବାଦ ଦେଇ ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଏହି ଉତ୍ପାଦକତା ଲିଙ୍କ୍ ବୋନସ୍ ଦ୍ୱାରା ହିତାଧିକାରୀ ହେବେ। ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପାଇଁ ସର୍ବାଧିକ ଦେୟ ହେଉଛି ୧୭,୯୫୧/- ଟଙ୍କା। ଏହି ଉତ୍ପାଦନ ଲିଙ୍କଡ୍ ବୋନସ୍ ସମସ୍ତ ରେଳ କର୍ମଚାରୀ ଯଥା ଟ୍ରାକ ମେଣ୍ଟେନର, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, କଣ୍ଟ୍ରୋଲର ( ନିୟନ୍ତ୍ରକ), ପଏଣ୍ଟମ୍ୟାନ୍, କିରାଣୀ ଓ ଅନ୍ୟ ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ।…
ନୂଆଦିଲ୍ଲୀ: ଏଣିକି ଗାଡିର ହର୍ଣ୍ଣ ରେ ହେବ ପରିବର୍ତ୍ତନ। ବିକଟାଳ ଶଦ୍ଦ ପରିବର୍ତ୍ତେ ଭାରତୀୟ ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏଥିପାଇଁ ଗୋଟିଏ ନୂଆ ନିୟମ ଆଣିବା ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ନାସିକଠାରେ ଆୟୋଜିତ ଜାତୀୟ ରାଜପଥ କାର୍ଯ୍ୟକ୍ରମରେ ସେ ଉଦବୋଧ ଦେବା ବେଳେ ଏହା କହିଛନ୍ତି। ବର୍ତ୍ତମାନ ଭାରତୀୟ ଯାନବାହନରେ ପ୍ରଚଳିତ ହର୍ଣ୍ଣ ଶଦ୍ଦ ପ୍ରଦୂଷଣ କରୁଛି। ଏୁପରିକି ଲୋକଙ୍କୁ ବିରକ୍ତିକର କରୁଛି। ସେଥିପାଇଁ ଭାରତୀୟ ତବଲା, ବଂଶୀ, ବେହେଲା ପ୍ରଭୃତି ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏ ନେଇ ବର୍ତ୍ତମାନ ଅନୁଧ୍ୟାନ ଆରମ୍ଭ କରାଯାଇଛି ବୋଲି ଗଡକରୀ କହିଛନ୍ତି। ସେହିପରି ଆମ୍ବୁଲାନସ ଏବଂ ପୋଲିସ ଗାଡିର ସାଇରନ ମଧ୍ୟ ପରିବର୍ତ୍ତନ କରାଯିବ। ଏହି ଦୁଇଗାଡିରେ ଯେଉଁ ସାଇରନ ବ୍ୟବସ୍ଥା ରହିଛି ତାହା ଭୟଭିତ କରିବା ପରି ଶଦ୍ଦ ବାହାରୁଛି। ତାହାକୁ ପରିବର୍ତ୍ତନ କରାଯାଇ ସୁମଧୂର ଶଦ୍ଦ…
ଭୁବନେଶ୍ବର: ବର୍ତ୍ତମାନ ମଝି ନଈରେ ଭାସୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି। ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ପୁଣି ସଂଧ୍ୟାରେ ଶୁଭୁଛି ନାଇଁ ଛାଡିବେ ନାହିଁ। କେତେବେଳେ କୁହାଯାଉଛି ବିଜେଡି ଯିବେ, କେତେବେଳେ ବିଜେପି। ଏସବୁ ଦୋଛକି ଭିତରେ ବର୍ତ୍ତମାନ ଘାଣ୍ଟି ହେବାରେ ଲାଗିଛନ୍ତି ଏହି ପୂର୍ବତନ ସାଂସଦ ପ୍ରଦୀପ ମାଝି। ନିକଟରେ ସେ ନୂଆଦିଲ୍ଲୀରେ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଦୀପ କଂଗ୍ରେସ ଛାଡିବା ନେଇ କୁଆଡେ ରାହୁଳ ଗାନ୍ଧୀଙ୍କ ପାଖରେ ଖବର ପହଞ୍ଚିଲା। ସେଥିପାଇଁ ରାହୁଳ ତାଙ୍କୁ ଡାକି ଆଲୋଚନା କଲେ। ଶୁଣାଗଲା ଯେ, ତାଙ୍କୁ ରାହୁଳ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବେ। ସେଥିପାଇଁ ସେ ଆଉ କଂଗ୍ରେସ ଛାଡିବେ ନାହିଁ। ହେଲେ ଏହା କିଛି ଦିନର ନିରବତା ପରେ ପୁଣି ଉଠିଲା ନା ପ୍ରଦୀପ କଂଗ୍ରେସ ଛାଡିବେ। ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରି ଆସିବାର କିଛି ଦିନ ପରେ ପ୍ରଦୀପ କୁଆଡେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ…
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଉପଯୋଗ ଉପରେ ଏକ ବୈଠକ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ବିଧାନସଭାରେ ଆଲୋଚନା ହେଉଥିବା ସମସ୍ତ ପ୍ରସଙ୍ଗକୁ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ଭାଷାରୁ ଇଂରାଜୀ ଭାଷାକୁ ଅନୁଦିତ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ । ଓସ୍ୱାସର ସହଯୋଗରେ ବିଧାନସଭାରେ ନେଭା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରାଯିବ ଏବଂ ବିଧାନସଭାର ସମସ୍ତ ବିବରଣୀ ଜନସାଧାରଣଙ୍କୁ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ସାମ୍ୱାଦିକଙ୍କ ସହ ସାକ୍ଷାତ ଏବଂ ମତାମତ ରଖିବା ନିମନ୍ତେ ବିଧାନସଭା ପରିସରରେ ଏକ ମିଡିଆ ପ୍ରକୋଷ୍ଠ ତୁରନ୍ତ ପ୍ରତିଷ୍ଠା ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଅକ୍ଟୋବର ୩୧ ତାରିଖ…
ସୀତାରାମ ଅଗ୍ରୱାଲ ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ। ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ…
ନୂଆଦିଲ୍ଲୀ: ନିଦ୍ରା ହୀନତା ଅନ୍ୟାନ୍ୟ ରୋଗର ମୂଳ କାରଣ। ଅନିଦ୍ରା ରୋଗରେ ପୀଡିତ ଲୋକମାନେ ନିରନ୍ତର ଥକ୍କା ଅନୁଭବ କରନ୍ତି। ରାତିର ବିଶ୍ରାମ ଅଭାବରୁ ଜଣେ ବ୍ୟକ୍ତି ଥକିଯାଏ ଏବଂ ବ୍ୟକ୍ତି ଜଣଙ୍କ କ୍ରୋଧିତ ହୁଏ ଏବଂ ମନୋବଳରେ କ୍ରମାଗତ ପରିବର୍ତ୍ତନ ଆସେ। ଏକ ସୁସ୍ଥ ଜୀବନଯାପନ କରିବା ପାଇଁ, ଆପଣ ଏକ ଭଲ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏବଂ ଯୋଗ କରିବା ଜରୁରୀ ଅଟେ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ବିଛଣାକୁ ଯିବା ମାତ୍ରେ ଶୋଇପଡନ୍ତି ଏବଂ ଅନ୍ୟ କେତେକ ଲୋକ ଅଛନ୍ତି ଯେଉଁମାନେ ନିଦ୍ରାହୀନତା ଏବଂ ଅସ୍ଥିରତାର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ସେହିଭଳି ଲୋକଙ୍କ ନିଦ ଆସିଗଲେ ମଧ୍ୟ ବାରମ୍ବାର ଉଠିବାକୁ ପଡେ। ନିଦ୍ରା ଅଭାବ ପଛରେ ଅନେକ କାରଣ ଅଛି। ସନ୍ତୁଳିତ ଖାଦ୍ୟ, ଜୀବନଶୈଳୀ ପରିବର୍ତ୍ତନ ପରି ପ୍ରଭାବଶାଳୀ ପଦକ୍ଷେପ ଏହି ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଅନିଦ୍ରା ପାଇଁ…

